ମୁମ୍ବାଇ : ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଶୁକ୍ରବାର ଦିନ ଦିଲ୍ଲୀ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଏହା ସହିତ ରାଣା କପୁରଙ୍କ ବାସଗୃହ ଏବଂ ଅଫିସ୍ରେ ମଧ୍ୟ ଚଢାଉ କରାଯାଇଛି । ପୂର୍ବରୁ ଇଡି ପକ୍ଷରୁ ରାଣା କପୁରଙ୍କୁ ପଚରା ଉଚୁରା କରାଯିବା ସହିତ ଗିରଫ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୟେସ୍ ବ୍ୟାଙ୍କ ପୁନରୁଦ୍ଧାର ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ । (ଏଜେନ୍ସି)
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ବିଭିନ୍ନ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ କରାଯାଇଛି । ମାର୍ଚ୍ଚ ମାସର 29 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଟ୍ରେନ୍କୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସ୍ଥାନରୁ ଚଳାଚଳ କରୁଥିବା ଦୈନିକ ଟ୍ରେନ୍କୁ ସପ୍ତାହକୁ ତିନିଥର ଚଲାଇବା ପାଇଁ ନିଷ୍ପତ୍ତି ହୋଇଛି । ବାତିଲ ହେବାକୁ ଥିବା ଟ୍ରେନ୍ର ତାଲିକା ନିମ୍ନରେ ପ୍ରଦାନ କରାଯାଇଛି । 1.ମାର୍ଚ୍ଚ 13,20 ଓ 27 ତାରିଖରେ ବାତିଲ ହେବାକୁ ଥିବା ଟ୍ରେନ : ବିଶାଖାପାଟଣା ଠାରୁ ଯାଉଥିବା 58530 ବିଶାଖାପାଟଣା-ଦୁର୍ଗ ପାସେଞ୍ଜର 2. ମାର୍ଚ୍ଚ 14,21 ଓ 28 ତାରିଖରେ ବାତିଲ ହେବାକୁ ଥିବା ଟ୍ରେନ : 58131/58132 ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଉଭୟ ପାର୍ଶ୍ୱରୁ ଦୁର୍ଗରୁ ଯାଉଥିବା 58529 ଦୁର୍ଗ-ବିଶାଖାପାଟଣା ପାସେଞ୍ଜର ଭୁବନେଶ୍ୱରରୁ ଯାଉଥିବା 18423 ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ 3.ମାର୍ଚ୍ଚ ମାସ…
ମୁମ୍ବାଇ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାକୁ ବାତିଲ କରିଛି ବିସିସିଆଇ । ଦେଶରେ କୋରୋନା ଭାଇରସ୍ର ବର୍ଦ୍ଧିତ ପ୍ରଭାବ କାରଣରୁ ବିସିସିଆଇ ଶୁକ୍ରବାର ଏହି ନିଷ୍ପତ୍ତି ନେଇଛି । ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ ଲକ୍ଷ୍ନୌ ଏବଂ କୋଲକାତାରେ ତୃତୀୟ ମ୍ୟାଚ୍ ଖେଳାଯାଇଥାନ୍ତା । ତେବେ ସାଧାରଣ ଜନତା ଏବଂ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ବିସିସିଆଇ ଶୃଙ୍ଖଳାକୁ ବାତିଲ କରିବାର ନିଷ୍ପତ୍ତି ନେଇଛି । (ଏଜେନ୍ସି)
ଭୋପାଳ : 6 ମଧ୍ୟପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ରାଜ୍ୟପାଳ ଲାଲଜୀ ଟଣ୍ଡନ ନିଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପରାମର୍ଶ କ୍ରମେ ଶୁକ୍ରବାର ରାଜ୍ୟପାଳ ଲାଲ୍ଜୀ ଟଣ୍ଡନ 6 ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳଙ୍କୁ ଭେଟିବା ସହିତ ଆସ୍ଥାଭୋଟ ପାଇଁ ସେ ପ୍ରସ୍ତୁତ ବୋଲି ସୂଚନା ଦେବା ସହିତ 6 ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବନ କରିବାକୁ ଅନୁରୋଧ କରିଥିଲେ । ସମସ୍ତ 22 ବିଧାୟକଙ୍କ ଉପସ୍ଥିତି ପରେ ଆସ୍ଥାଭୋଟ ଅନୁଷ୍ଠିତ କରାଯିବା ଉଚିତ୍ ବୋଲି କମଲନାଥ ପ୍ରକାଶ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଦଳରୁ ଇସ୍ତଫା ପ୍ରଦାନ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା 16 ତାରିଖରେ ଆସ୍ଥା ଭୋଟ ପାଇଁ ଆବେଦନ କରାଯିବା ନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ ଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ସୂଚନା ଅଧିକାର ଆଇନ ସଂପର୍କୀୟ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇ ଯାଇଛି। ଏହି କର୍ମଶାଳାରେ ଜିଲ୍ଲାର ଜନ ସୂଚନା ଅଧିକାରୀ, ଉପ ଜନ ସୂଚନା ଅଧିକାରୀ ଏବଂ ପ୍ରଥମ ଅପିଲ ଅଧିକାରୀ ଏବଂ ପଂଚାୟତ ପ୍ରତିନିଧି ମାନେ ଯୋଗଦେଇଥିଲେ। ଏହି କର୍ମଶାଳାକୁ ଉଦ୍ ଘାଟନ କରିଥିଲେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସୂଚନା ଅଧିକାର ଅଧି ନିୟମ ଓ ୫ଟି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମଗ୍ର ଓଡିଶାରେ ଜଗତସିଂହପୁର ଜିଲ୍ଲାରେ ଇ-ଅଫିସ କାର୍ଯ୍ୟକାରୀ ହୋଇଛି ବୋଲି ଜିଲ୍ଲାପାଳ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଜିଲ୍ଲାରେ ୩୨ଟି ବିଭାଗରେ ଇ-ଅଫିସ ବ୍ୟବହାର ହେଉଛି । ସ୍ୱଛତା ହେଉଛି ବଡ ପଦକ୍ଷେପ। ଏପ୍ରିଲ ପରେ ଜିଲ୍ଲାର ପ୍ରତ୍ୟେକ ଆର୍.ଆଇ. ଅଫିସ…
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏସ୍ବିଆଇ ନେତୃତ୍ବରେ ପୁନରୁଦ୍ଧାର ଯୋଜନାକୁ କ୍ୟାବିନେଟ୍ ମୋହର ମିଳିଥିବା ସମ୍ପର୍କରେ ସୀତାରମଣ ଘୋଷଣା କରିଛନ୍ତି । ସେହିପରି ୟେସ୍ ବ୍ୟାଙ୍କ ଉପରେ ଲଗାଯାଇଥିବା ଆର୍ଥିକ କଟକଣାକୁ ମଧ୍ୟ ଆସନ୍ତା ତିନି ଦିନ ମଧ୍ୟରେ ହଟାଇ ନିଆଯିବ ବୋଲି ସୀତାରମଣ ସୂଚନା ଦେଇଛନ୍ତି । ଏସ୍ବିଆଇ ୟେସ୍ ବ୍ୟାଙ୍କର 49 ପ୍ରତିଶତ ଅଂଶଧନ କିଣିବାକୁ ଯାଉଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ମଧ୍ୟ ଏକ ହଜାର କୋଟି ନିବେଶ କରିବାର ପ୍ରସ୍ତାବ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ଏସ୍ବିଆଇର 26 ପ୍ରତିଶତ ଅଂଶଧନ ଲକ୍ଇନ୍ ହୋଇ ରହିବ ଏବଂ ଅନ୍ୟ ନିବେଶକଙ୍କର 75 ପ୍ରତିଶତ ଅଂଶଧନ ଲକ୍ଇନ୍ ହୋଇ ରହିବ । ସେହିପରି ଆସନ୍ତା 7 ଦିନ ମଧ୍ୟରେ ୟେସ୍ ବ୍ୟାଙ୍କ ପାଇଁ…
ଶ୍ରୀନଗର : ଜମ୍ମୁ କାଶ୍ମୀରରେ 4ଜି ଇଣ୍ଟରନେଟ୍ ସେବା ପୁନର୍ବ୍ୟବସ୍ଥିତ ହେବାକୁ ଯାଉଛି । ଶୁକ୍ରବାର ମଧ୍ୟରାତ୍ରରୁ 4ଜି ସେବା ଲାଗୁ କରିବା ପାଇଁ ଘୋଷଣା କରାଯାଇଛି । କୋରୋନା ଭାଇରସ୍ ପ୍ରଭାବରେ ସମଗ୍ର ଦେଶ ପ୍ରଭାବିତ ହୋଇଥିବା ବେଳେ ଜମ୍ମୁ ଉପତ୍ୟାକାରେ ଲୋକଙ୍କୁ ସ୍ପିଡ୍ ଇଣ୍ଟରନେଟ୍ ସେବା ପ୍ରଦାନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଜମ୍ମୁ କାଶ୍ମୀର ସରକାରଙ୍କ ମୁଖପାତ୍ର ରୋହିତ କନ୍ସଲ ଏହି ସୂଚନା ଦେଇଛନ୍ତି । ଗୁରୁବାର ଜମ୍ମୁ କଶ୍ମୀର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ଜି ଏମ୍ ମୁର୍ମୁଙ୍କ ନେତୃତ୍ବରେ ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।
ମୁମ୍ବାଇ : ଦେଶରେ କୋରୋନା ଭାଇରସ୍ର ବର୍ଦ୍ଧିତ ପ୍ରଭାବ କାରଣରୁ ଆଇପିଏଲ୍କୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛି ବିସିସିଆଇ । ଆସନ୍ତା ଏପ୍ରିଲ୍ 15 ତାରିଖ ପର୍ଯ୍ୟନ୍ତ ଆଇପିଏଲ୍କୁ ସ୍ଥଗିତ ରଖିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି । ବିସିସିଆଇର ଅନ୍ତରୀଣ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯିବା ସହିତ ସମସ୍ତ ଫ୍ରାଞ୍ଚାଇଜିଙ୍କୁ ଏ ସମ୍ପର୍କରେ ସୂଚିତ କରାଇ ଦିଆଯାଇଛି । ବୁଧବାର ଭାରତ ସରକାରଙ୍କ ପକ୍ଷରୁ ବିଦେଶୀ ଭିସା ବାତିଲ କରିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ବିସିସିଆଇର ଅନ୍ତରୀଣ କମିଟି ଏହି ନିଷ୍ପତ୍ତି ନେଇଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା କବଳରେ ଏବେ ସାରା ବିଶ୍ବ କବଳିତ। ଚୀନ୍ରୁ ବୁହାନ ସହରରୁ ଏହି ମାରାତ୍ମକ ଭାଇରସ୍ ଏବେ ଦେଶର 100ଟି ଦେଶରୁ ଉର୍ଦ୍ଧ୍ବ ଦେଶକୁ କବଳିତ କରି ସାରିଲାଣି। ଭାରତରେ ଏହି ରୋଗରେ ଜଣକର ମୃତ୍ୟୁ ଘଟିଥିବାବେଳେ 76ଜଣ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି। କରୋନାର ଭୟାବହତାକୁ ଦେଖି ସମସ୍ତ ରାଷ୍ଟ୍ର କରୋନା ପାଇଁ ସତର୍କତା ଅବଲମ୍ବନ କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ COVID-19କୁ ଏକ ବିଶ୍ୱ ମହାମାରୀ ବୋଲି ଘୋଷଣା କରିଛି। ମହାମାରୀର ପ୍ରସାରକୁ ରୋକିବା ପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ରମାନଙ୍କୁ ଜରୁରୀ ଏବଂ ଆକ୍ରମଣାତ୍ମକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଏନେଇ ଆଜି କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଥିବା ବେଳେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନାର ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର…
ଶ୍ରୀନଗର : ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ଗୃହବନ୍ଦୀରୁ ମୁକ୍ତ କରିବାର ନିଷ୍ପତ୍ତି ନେଇଛନ୍ତି ସରକାର । ଦୀର୍ଘ ସାତ ମାସ ଧରି ଗୃହବନ୍ଦୀ ରହିବା ପରେ ଗୁରୁବାର ଅବଦୁଲ୍ଲାଙ୍କୁ ଶୁକ୍ରବାର ମୁକ୍ତ କରିବା ପାଇଁ ଘୋଷଣା କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ସମେତ ଅନ୍ୟତମ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍ତିଙ୍କୁ ମଧ୍ୟ ଗୃହବନ୍ଦୀ ଭାବରେ ରଖାଯାଇଥିଲା । ଅଗଷ୍ଟ 5, 2019ରେ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯିବା ସହିତ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅଟକ ରଖାଯାଇଥିଲା । ଜମ୍ମୁ କାଶ୍ମୀର ଗୃହ ସଚିବ ଶାଲୀନ୍ କାବ୍ରା ଫାରୁକ୍ଙ୍କୁ ମୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମାର୍ଚ୍ଚ 29 ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ଘୋଷଣା କରାଯାଇଛି । ବିଧାନସଭା ସ୍ଥଗିତ ପ୍ରସ୍ତାବ ଧ୍ବନିମତରେ ପାରିତ ହୋଇଛି । ଶାସକ ଦଳ ମୁଖ୍ୟ ସଚେତକ ଆଣିଥିଲେ ସ୍ଥଗିତ ପ୍ରସ୍ତାବ। ସ୍ଥଗିତ ପ୍ରସ୍ତାବକୁ ବିଜେପି ବିରୋଧ କରିଥିବାବେଳେ କଂଗ୍ରେସ ସମର୍ଥନ କରିଥିଲା । ବଜେଟ୍ ଅଧିବେଶନ ଏପ୍ରିଲ୍ 9 ଯାଏଁ ଚାଲିବାକୁ ଧାର୍ଯ୍ୟ ହୋଇଛି । ଆସନ୍ତା 29 ମାର୍ଚ୍ଚ ଯାଏ ଗୃହ କାର୍ଯ୍ୟ ବନ୍ଦ କରିବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଦେଇଥିଲେ। ବିରୋଧୀ ଦଳ ନେତା ବିଧାନସଭା ବନ୍ଦ କରିବା ଉପରେ ପ୍ରଶ୍ନ ଉଠାଇଥିଲେ । ଲୋକସଭା ବନ୍ଦ ହୋଇନି ତ କେମିତି ବିଧାନସଭା ବନ୍ଦ ହେବ ବୋଲି କହିଥିଲେ ବିରୋଧୀ ଦଳ । ତେବେ ପରିଶେଷରେ 29 ଯାଏଁ ବିଧାନସଭା ମୁଲତବୀ ପ୍ରସ୍ତାବ ପାରିତ ହୋଇଛି ।
ମୁମ୍ବାଇ : ଦଲାଲ୍ ଷ୍ଟ୍ରିଟ୍ରେ ବ୍ଲାକ୍ ଫ୍ରାଇଡେ ପ୍ରଭାବରେ ନିବେଶକଙ୍କୁ ବଡ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି । କୋରୋନା ଭାଇରସ୍ ପ୍ରଭାବରେ ସପ୍ତାହର ଅନ୍ତିମ ଦିନରେ ସେୟାର ବଜାର ତଳୁଆ ରହିଛି । ସପ୍ତାହର ଅନ୍ତିମ ଦିନର ଟ୍ରେଡିଂରେ ନିବେଶକ ମାନେ 15 ମିନିଟ୍ରେ 12 ଲକ୍ଷ କୋଟି ହରାଇଛନ୍ତି । ଦିନର ଆରମ୍ଭରୁ ବଜାର ନକରାତ୍ମକ ଥିବାରୁ ପ୍ରାୟ 45 ମିନିଟ୍ ଧରି ଟ୍ରେଡିଂ ବନ୍ଦ ରହିଥିଲା । 10.05ରେ ପୁନର୍ବାର ଟ୍ରେଡିଂ ଆରମ୍ଭ ହେବା ପରେ ବଜାର ସବୁଠାରୁ ତଳେ ରହିଥିଲା । ଇଣ୍ଟ୍ରାଡେ ଟ୍ରେଡିଂରେ ଏହା ସର୍ବାଧିକ ପରିମାଣର ହ୍ରାସ । ସେନସେକ୍ସରେ 9.43 ପ୍ରତିଶତର ହ୍ରାସ ଘଟିଥିବା ବେଳେ ନିଫ୍ଟୀରେ 10 ପ୍ରତିଶତର ହ୍ରାସ ଘଟିଥିଲା । ସେନ୍ସେକ୍ସ 3090 ପଏଣ୍ଟ ତଳକୁ ଖସିବା ସହିତ 29687.52 ପଏଣ୍ଟରେ ରହିଥିବା ବେଳେ ନିଫ୍ଟୀରେ 1000 ପଏଣ୍ଟର ହ୍ରାସ ଘଟି 8700 ପଏଣ୍ଟରେ ପହଞ୍ଚିଥିଲା ।…
ରଞ୍ଜିତ୍ ପଣ୍ଡା ପାରାଦୀପ : କୁଜଙ୍ଗବ୍ଳକ ଅନ୍ତର୍ଗତ ମହ୍ଲାସାହି ଅଂଚଳରେ ଏବେମଧ୍ୟ ନିଜର ପରମ୍ପରାକୁ ବଜାୟ ରଖିଛି ପ୍ରସିଦ୍ଧ ଝୁଲଣ ଯାତ୍ରା । ସ୍ଥାନୀୟ ଆରାଧ୍ୟ ଦେବତା ଶ୍ରୀଶ୍ରୀ ଅନନ୍ତ ମାଧବ ଜୀଉଙ୍କର ଏହି ପ୍ରସିଦ୍ଧ ଝୁଲଣ ପରମ୍ପରା ପାଖାପାଖି ୫ ଶହ ବର୍ଷ ହେବ ବଂଚି ରହିଛି ଏହି ପରମ୍ପରା । ଅନେକ ଉଥାନ ପତନ ଦେଇ ଆସିଥିଲେ ମଧ୍ୟ କେବେ ଏହି ମହାନ ପରମ୍ପରାରେ ଭଟ୍ଟା ପଡ଼ିନାହିଁ । ଆଧୁନତାର ସ୍ପର୍ଶରେ ଏବେ ସମଗ୍ର ଅଂଚଳରେ କ୍ରମଶଃ ଅନେକ ପ୍ରଥା ଏବଂ ପରମ୍ପରା ଶିଥୀଳ ହୋଇପଡ଼ିଛି । ମାତ୍ର ହାରି ନାହିଁ, ମରିନାହିଁ କିମ୍ବା ସରିଯାଇ ନାହିଁ ଅନନ୍ତ ମାଧବ ଜୀଉଙ୍କର ଏହି ପବିତ୍ର ପରମ୍ପରା । ଜଣାଯାଏ ଯେ, ପ୍ରାୟ ୧୫୫୦ ମସିହାଠାରୁ ଏହି ଦୋଳପୂର୍ଣ୍ଣିମା ସମୟର ପବିତ୍ର ଝୁଲଣ ଯାତ୍ରା ପରମ୍ପରା ଆରମ୍ଭ ହୋଇଛି । ଶ୍ରୀଶ୍ରୀ ଅନନ୍ତ ମାଧବଜୀଉ ବିଜେ ମହ୍ଲାସାହି ଇଣ୍ଡେକ୍ସ ନଂ…
ନୂଆଦିଲ୍ଲୀ : କୋରୋନେ ଭାଇରସ୍ ପ୍ରଭାବରେ ଦିଲ୍ଲୀରେ ଆଇପିଏଲ୍ ମ୍ୟାଚ୍ ନହେବା ନେଇ ଘୋଷଣା କରାଯାଇଛି । ଦିଲ୍ଲୀରୁ ମ୍ୟାଚ୍ ସ୍ଥାନାନ୍ତର ହେବା ପାଇଁ ଶୁକ୍ରବାର ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣା କରିଛନ୍ତି । ଆସନ୍ତା 13 ମାର୍ଚ୍ଚ ପରଠାରୁ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ବୈଠକ ଉପରେ ରୋକ୍ ଲଗାଯାଇଛି । ପ୍ରତିଶେଧକ ମୂଳକ ପଦକ୍ଷେପ ସ୍ବରୂପ ଦିଲ୍ଲୀ ସରକାର ଦିଲ୍ଲୀରେ ଆଇପିଏଲ୍ ମ୍ୟାଚ୍ ଉପରେ ରୋକ୍ ଲଗାଇଛନ୍ତି । ସେହିପରି ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା 51 ତମ ସିଆରପିଏଫ୍ ପ୍ରତିଷ୍ଠା ଦିବସ ଉପରେ ରୋକ୍ ଲଗାଯାଇଛି । (ଏଜେନ୍ସି)
କନ୍ଦର୍ପ ବେହେରା ରେଢାଖୋଲ : ନାକ୍ଟିଦେଉଳ ବ୍ଲକ୍ ଡଇଁଚା ପଂଚାୟତରେ ସ୍ୱାମୀ ବିବେକାନନ୍ଦ ପାଠାଗାର ଉଦଘାଟନ ହୋଇଯାଇଛି । ନାକ୍ଟିଦେଉଳ ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ ମୁଖ୍ୟଅତିଥି ଭାବରେ ଯୋଗଦେଇ ସ୍ୱାମୀ ବିବେକାନନ୍ଦ ପାଠାଗାରର ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ଡଇଁଚା ସରପଂଚ ପ୍ରବୀଣ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଡଇଁଚା ଗ୍ରାମପଂଚାୟତର ପଂଚାୟତ ଅଧିକାରୀ ସରକାରଙ୍କ ଏହି ପାଠାଗାର ଖୋଲିବା ଦ୍ୱାରା ଗ୍ରାମାଂଚଳରେ କିପରି ପୁସ୍ତକ ପ୍ରତି ପିଲାମାନଙ୍କର ଆଗ୍ରହ ବଢିବ ତଥା ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଏହି ପାଠାଗାର ମାଧ୍ୟମରେ ସୂଚନା ପାଇପାରିବେ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ କନ୍ଦର୍ପ ବେହେରା, ବିଜେଡି ବ୍ଲକ୍ ସଭାପତି ମୂଳିଆ ରାଉଳ, ସୁଦର୍ଶନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମର ଆଗ୍ରହୀ ବ୍ୟକ୍ତିମାନେ ପାଠାଗାରକୁ ପୁସ୍ତକ ଦାନ କରିଥିଲେ । ସରକାର ପାଠାଗାର କୋଠାପାଇଁ ୫ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ…
ନୂଆଦିଲ୍ଲୀ : ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲ୍ଦୀପ୍ ସେନ୍ଗାରଙ୍କୁ 10 ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି । ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ପୀଡିତାଙ୍କ ପିତାଙ୍କୁ ହତ୍ୟା କରିବା ଅଭିଯୋଗରେ ପୂର୍ବତନ ବିଧାୟକ ଏବଂ ମାମଲାର ଅନ୍ୟତମ ସହ ଅଭିଯୁକ୍ତ ଅତୁଲ୍ ସେନ୍ଗାର୍ଙ୍କୁ ମଧ୍ୟ ସମାନ 10 ବର୍ଷର କାରାଦଣ୍ଡ ପ୍ରଦାନ କରାଯାଇଛି । ଏହା ସହିତ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ପୋଲିସ୍ ଅଫିସରଙ୍କୁ ମଧ୍ୟ 10 ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି । ପୀଡିତାଙ୍କ ପରିବାରକୁ 20 ଲକ୍ଷର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତା ନିଜର ପିତାଙ୍କୁ ହରାଇଛନ୍ତି, ପରିବାରର ଚାରି ଶିଶୁଙ୍କ ମଧ୍ୟରୁ ତିନି ଜଣ ନାବାଳକ ହୋଇଥିବାରୁ କୁଲଦୀପ ଏବଂ ଅତୁଲ ପ୍ରତ୍ୟେକ 10 ଲକ୍ଷ ଲେଖାଏଁ ଅର୍ଥରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କାଳିଆ ଟଙ୍କା କେଳେଙ୍କାରୀ ଘଟଣାର ଗୃହ କମିଟି ତଦନ୍ତ ଦାବିରେ ଆଜି ବିଜେପି ସଭ୍ୟମାନେ ବିଧାନସଭାକୁ ଅଚଳ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯକ୍ରମ ଅନୁସାରେ ବିଧାନସଭାର କାର୍ଯ୍ୟ ଆଜି ପୂର୍ବାହ୍ନ ସାଢେ ଦଶଟା ବେଳେ ଆରମ୍ଭ ହୋଇଥିଲା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଉଦ୍ୟମ କରିବା ମାତ୍ରେ ବିଜେପି ସଭ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ ଏବଂ ଗୃହ କମିଟି ଗଠନ ନିମେନ୍ତ ନାରାବାଜି ଚଳାଇଥିଲେ । ତେବେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଉକ୍ତ ପ୍ରସଙ୍ଗରେ ଆଲୋଚନା କରିବାର ପ୍ରତିଶ୍ରୁତି ଦେଇ ବାଚସ୍ପତି ସେମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଅନୁରୋଧ ଜଣାଇଥିଲେ । ମାତ୍ର ବିଜେପି ସଭ୍ୟମାନେ ସେମାନଙ୍କ ଜିଦ୍ରେ ଅଟଳ ରହି ନାରାବାଜି ଜାରି ରଖିବାରୁ ବାଚସ୍ପତି ଶ୍ରୀ ପାତ୍ର କେବଳ ଦୁଇ ମିନିଟ୍ ପରେ ଅର୍ଥାତ୍ ପୂର୍ବାହ୍ନ ଦଶଟା 32 ମିନିଟ୍ରେ ବିଧାନସଭାର କାର୍ଯ୍ୟ ସାଢ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିଛନ୍ତି । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପ୍ରଶମନ ଆଇନ 2005 ଅନୁସାରେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି । କରେନା ମୁକାବିଲା ପାଇଁ 200 କୋଟି ଟଙ୍କାର ଫାଣ୍ଠି ରଖାଯାଇଛି । ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଏହି ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ 31 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ ସହ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ରାଜ୍ୟର ସମସ୍ତ ସିନେମା ହଲ୍, ସୁଇମିଂ ଫୁଲ୍କୁ ମଧ୍ୟ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ, ବୈଠକ ଆଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଧାନସଭା ପରିସରରେ ପାନ ଛେପ ନ ପକାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତା ମାର୍ଚ୍ଚ 29 ତାରିଖ ଯାଏଁ ଗୃହ କାର୍ଯ୍ୟ ବନ୍ଦ କରିବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ…
ରମେଶ ମହାନ୍ତି ଜଗତସିଂହପୁର : ପବିତ୍ର ହୋଲି ପର୍ବ ପୂର୍ବାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ (ଏସ୍.ସି.ବି) ବଡମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ପରିବର୍ତ୍ତେ ସେହିଦିନ ଅର୍ଥାତ ରାତ୍ର ୧୦ ଘଣ୍ଟା ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ପରେ ପରିବାର ଓ ସମ୍ପର୍କୀୟମାନେ ଶେଷ ଦର୍ଶନ ନିମନ୍ତେ ତାଙ୍କୁ ନିଜ ଜନ୍ମ ମାଟି ଜଗତସିଂହପୁର ଥାନା ଅନ୍ତର୍ଗତ ପୁରୋହିତପୁର ଗ୍ରାମକୁ ଅଣା ଯାଇଥିଲା। ଶେଷ ଦର୍ଶନ ପରେ ଶେଷକୃତ୍ୟ ସମ୍ପର୍ଣ୍ଣ ନିମନ୍ତେ ପୁରୀ ସ୍ବର୍ଗଦ୍ବାର ନିଆ ଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୮ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ବର୍ଷଧରି ସାମ୍ବାଦିକତା କରିବା ପରେ ବାରମ୍ବାର ଅସୁସ୍ଥ ହେବା ନେଇ ଧରିତ୍ରୀରୁ ସବୁ ଦିନ ପାଇଁ ବିଦାୟ ନେଇଥିଲେ। ଏହାର କିଛି ବର୍ଷ ପରେ ସେ ନିଜକୁ ସୁସ୍ଥ ମନେ କରିବା ପରେ, ସମ୍ପର୍କବାର୍ତ୍ତା ପେପର ଜଗତସିଂହପୁର ପ୍ରତିନିଧି ଭାବେ…
ନୂଆଦିଲ୍ଲୀ : ଫିଲ୍ମି ଫ୍ରାଇଡେ’ରେ ଆଜି ପରଦାକୁ ଆସିଛି ଇରଫାନ୍ ଖାନ୍ ଷ୍ଟାରର ଫିଲ୍ମ ’ଅଂଗ୍ରେଜୀ ମିଡିୟମ୍’ । ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ‘ହିନ୍ଦୀ ମିଡିୟମ୍’ର ସ୍ବିକେଲ୍ ହେଉଛି ‘ଅଂଗ୍ରେଜୀ ମିଡିୟମ୍’। ଏହି ଫିଲ୍ମରେ ଇରଫାନ୍ଙ୍କ ବ୍ୟତୀତ କରୀନା କପୁର୍ ଖାନ୍, ରାଧିକା ମଦନ୍, ପଙ୍କଜ ତ୍ରିପାଠୀ, ଦୀପକ ଡୋବ୍ରିଆଲ୍, କିକୁ ଶାରଦା ପ୍ରମୁଖ ଅଭିନୟ କରିଛନ୍ତି । କିନ୍ତୁ କରୋନା ଭାଇରସ୍କୁ ମହାମାରୀ ଘୋଷଣା କରାଯିବା ଦିଲ୍ଲୀରେ ସିନେମା ହଲ୍ ଆଗାମୀ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି । ସେହିପରି ଲୋକମାନେ ଫିଲ୍ମ ତଥା ସମ୍ମିଳିତ ଜାଗାକୁ ଯିବାକୁ ଭୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ସିନେମାର ବ୍ୟବସାୟ ଉପରେ ଏହାର ପ୍ରଭାବ ବେଶ୍ ପଡୁଥିବାର ଅନୁମାନ କରାଯାଉଛି। ଦମଦାର୍ କାହାଣୀ ସହିତ ଇରଫାନ୍ ପରଦାକୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଥିବାବେଳେ କରୋନା ପାଇଁ ଏହି ଫିଲ୍ମରେ ଗ୍ରହଣ ଲାଗୁଥିବାର ଜଣାପଡୁଛି। ତେବେ ସମୀକ୍ଷକଙ୍କୁ ଫିଲ୍ମ ବହୁତ ପସନ୍ଦ…
ସମୀକ୍ଷା ବ୍ୟୁରୋ କେନ୍ଦ୍ରାପଡ଼ା : ନଦୀରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ଦୁହେଁ ଚିତ୍ରପୋଳା ନଦୀରେ ଗାଧୋଇବା ବେଳେ ବୁଡି ଯାଇ ଦୁହିଁଙ୍କର ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ସରିଫ ଖାଁ ଓ ବସନ୍ ଖାଁ। ଉଭୟ ପାଟକୁରାସ୍ଥିତ ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ବେଳେ ଆଜି ଏହି ଅଘଟଣ ଘଟିଛି। ସକାଳ ୯ ଟା ସମୟରେ ଗାଧୋଇବା ପାଇଁ ଉଭୟ ନିକଟସ୍ଥ ନଦୀକୁ ଯାଇଥିଲେ। ନଦୀରୁ ଫେରିବା ଡେରି ହେବାରୁ ବନ୍ଧୁ ଘର ଲୋକେ ଖୋଜା ଖୋଜି କରିଥିଲେ। କିନ୍ତୁ ସେମାନଙ୍କ ସନ୍ଧାନ ପାଇ ନ ଥିଲେ। ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ନଦୀରେ ଖୋଜି ଦୁଇ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ପାଟକୁରା ମେଡ଼ିକାଲ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ…

