ମୁଜାଫରନଗର: ଟିକ୍ଟକ୍ରେ ଭିଡିଓ ବନାଇବା ନିଶାରେ ଆଜିର ଯୁବପିଢିମାନେ ନିଜ ସୀମା ପାର କରିଯାଉଛନ୍ତି । ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ଯୁବକକୁ ଟିକ୍ଟିକ୍ କରିବା ବେଶ ମହାଙ୍ଗା ସାବ୍ୟସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ 18 ବର୍ଷୀୟ ଜଣେ ଯୁବକ ଟିକ୍ ଟକ୍ ଭିଡିଓ କରିବାକୁ ଯାଇ ନିଜ ପ୍ରାଣ ଦେଇଛନ୍ତି। ଯୁବକ ଜଣକ ଗଙ୍ଗାର କେନାଲ୍ରେ ପଡି ମୃତ୍ୟୁବରଣ କରିଛନ୍ତି । ଯୁବକ ଜଣକ କେନାଲ୍ରେ ପଡିବା ପରେ ତାଙ୍କ ମୁଣ୍ଡ ପଥରରେ ମାଡ ହୋଇଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟିବାର ଦୁଇ ଘଣ୍ଟା ପରେ ତାଙ୍କ ଶବ ଉଦ୍ଧାର କରାଯାଇଛି । ଏହି ଘଟଣାର ଭିଡିଓ ଏବେ ସୋସାଇଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଯୁବକ ଜଣକ ତାଙ୍କ ବନ୍ଧୁଙ୍କ କେନାଲ୍ ପାଖରେ ଭିଡିଓ ପ୍ରସ୍ତୁତ କରୁଥିଲେ । ଏହି ଭିଡିଓରେ ସମ୍ପୃକ୍ତ ଯୁବକ ଜଣକ କେନାଲକୁ ଡେଉଁଥିଲେ । ଅନ୍ୟ…
Author: Samikhsya Bureau
ମୁମ୍ବାଇଠାରେ ଅଭିନେତ୍ରୀ ଡାଏନା ପେଣ୍ଟି
ଦୀଘା : ମତ୍ସଜୀବୀଙ୍କ ଜାଲରେ ପଡିଲା 900 କିଲେଗ୍ରାମର ମାଛ । ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲାର ଦୀଘା ମୁହାଣରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବାବେଳେ ଜାଲରେ ଏହି ବିଶାଳ ମାଛଟି ପଡ଼ିଥିଲା। ଏହି ମାଛକୁ ମଗର ମାଛ ବୋଲି କୁହାଯାଉଥିବାବେଳେ ଏହାର ଓଜନ ୯୦୦ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ମାଛଟିକୁ ୨୦ ହଜାର ଟଙ୍କା ନିଲାମ କରାଯାଇଥିବା ସୂଚନା ମିଳିଛି। ଏହି ମାଛକୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।
ମୁମ୍ବାଇଠାରେ ଅଭିନେତ୍ରୀ ତନିଶା ମୁଖାର୍ଜୀ
ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ପଓ୍ବନଙ୍କୁ ସୁପ୍ରିମ୍କୋର୍ଟଙ୍କୁ ବଡ ଝଟ୍କା ମିଳିଛି । ସୁପ୍ରିମ୍କୋର୍ଟ ପଓ୍ବନ କୁମାରଙ୍କ କ୍ୟୁରେଟିଭ୍ ପିଟିସନ୍କୁ ଖାରଜ କରିଛନ୍ତି । ଫାଶୀକୁ କୋହଳ କରି ଆଜୀବନ ଜେଲ୍ ଦଣ୍ଡ କରିବାକୁ ଆବେଦନ କରିଥିଲା । ଜଷ୍ଟିସ୍ ଏନ୍ବି ରମନ୍ନା, ଜଷ୍ଟିସ୍ ଅରୁଣ ମିଶ୍ରା, ଜଷ୍ଟିସ୍ ରୋହିନ୍ତନ୍ ନରୀମନ, ଜଷ୍ଟିସ୍ ଭାନୁମତି ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଦିଲ୍ଲୀ ହାଇକୋର୍ଟ ମାର୍ଚ୍ଚ ତିନି ତାରିଖ ସକାଳ 6ଟାରେ ନିର୍ଭୟା ଦୋଷୀଙ୍କ ଫାଶୀ ପାଇଁ ଡେଥ୍ ଓ୍ବାରେଣ୍ଟ ଜାରି କରିଥିଲେ । କିନ୍ତୁ ଦୋଷୀମାନେ ଫାଶୀରୁ ବର୍ତ୍ତିବା ପାଇଁ ଭିନ୍ନ ଭିନ୍ନ ଚାଲ୍ ଆପଣାଉଛନ୍ତି । ଏବେ ପଓ୍ବନ ପାଖରେ ରାଜକ୍ଷମା ଆବେଦନର ଆଉ ଏକ ସୁଯୋଗ ରହିଥିବାବେଳେ ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ପୁନର୍ବାର ରାଜକ୍ଷମା ପାଇଁ ଆବେଦନ କରିଛି । ଏପରି କ୍ଷେତ୍ରରେ ଆସନ୍ତାକାଲି ଫାଶୀ…
ସମୀକ୍ଷା ବ୍ୟୁରୋ ପୁରୀ : ବିଶ୍ବ ଦରବାରରେ ପୁରୀକୁ ପରିଚିହ୍ନିତ କରାଇବା ପାଇଁ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି। ମନ୍ଦିରର ସୌନ୍ଦର୍ଯ୍ୟ ଓ ଉନ୍ନତିକରଣ ପାଇଁ ଜବରଦଖଲ ଉଚ୍ଛେଦ ସହିତ ଉନ୍ନତିକରଣ ପାଇଁ କାର୍ଯ୍ୟ ମଧ୍ୟ ଜୋରସୋର୍ରେ ଚାଲିଛି। ଏହି କ୍ରମରେ ପୁରୀକୁ ସମ୍ପୂର୍ଣ୍ଣ ଭିକାରୀ ମୁକ୍ତ କରିବା ପାଇଁ ଯୋଜନା ଚାଲିଛି। ପୁରୀ ସହର ଏବଂ ଏହାର ଆଖପାଖ ଅଞ୍ଚଳ ହେବ ଭିକାରିମୁକ୍ତ। ଏଥିପାଇଁ ଜିଲା ପ୍ରଶାସନ ନୀଳାଦ୍ରି ନିଳୟ ଯୋଜନା ଆରମ୍ଭ କରିଛନ୍ତି । ମାର୍ଚ୍ଚ ତିନି ତାରିଖରୁ ଏହି ଯୋଜନା ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲଓ୍ବନ ସିଂ । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ 600 ଭିକାରୀ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର 8ଟି ସ୍ଥାନରେ ନୀଳାଦ୍ରି ନିଳୟ ଗୃହ ହେବ ବୋଲି ସୂଚନା ରହିଛି। ସେହିପରି ପ୍ରତି ଗୃହରେ 50 ଭିକାରୀମାନଙ୍କ ବ୍ୟବସ୍ଥା ହେବ। ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍କୁ ସିଜ୍ କରାଯାଇଛି। ଫିଟ୍ନେସ୍ ନଥାଇ ରାସ୍ତାରେ ଗଡିବା ଅଭିଯୋଗରେ ସିଜ୍। ବୈଧ ପଞ୍ଜୀକରଣ ଓ ପଲ୍ୟୁସନ୍ ନିୟମ ଉଲ୍ଲଂଘନ କରିଥିବାରୁ ଏହି ଜରିମାନା ଆଦାୟ କରାଯାଇଛି। ଉଭୟ ବସ୍କୁ 25 ହଜାର 5 ଶହ ଲେଖାଏଁ ଜରିମାନା ଆଦାୟ କଲେ ଆରଟିଓ-1। ମାର୍ଚ୍ଚ 1 ତାରିଖରୁ ମୋଟର ଯାନ ଆଇନ କଡ଼ାକଡ଼ି ପାଳନ କରାଯାଇଛି। ଦିଆଯାଇଥିବା ୬ ମାସର ଅବଧି ପୂରିଯାଇଥିବା ବେଳେ ଏଥର ଯାଞ୍ଚ କଡ଼ାକଡ଼ି କରାଯାଉଛି। ନୂଆ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯାଉଛି।
ଆଲିଗଡ : ମା’ର ସଂଜ୍ଞା ତିଆରି କରିବା ବଡ କଷ୍ଟକର । ସନ୍ତାନକୁ ଜନ୍ମ ଦେଇ ବଢେଇ କୁଢେଇ ମଣିଷ ତିଆରି କରିଥାଏ ମା’ । ମା’ ଭୂମିକାର ଜଟିଳ ପଣ ତଥା ନିଆରାପଣର ସଂଜ୍ଞା କିଛି ନାହିଁ । ଦୁନିଆର ସବୁଠୁ ମିଠା ଶବ୍ଦ ଓ ଏକାନ୍ତ ନିଜର ହେଉଛି ମା’ । ସନ୍ତାନର ସମସ୍ତ ଅଳି ଅର୍ଦ୍ଦଳି ସହିବା ସହିତ ସେହି ସନ୍ତାନ ପାଇଁ ସାରା ଦୁନିଆ ସହ ଯୁଦ୍ଧ କରିବାକୁ ବି ପସ୍ତାଏ ନାହିଁ ମା’ । ଦୁନିଆର ସବୁଠୁ ବଡ଼ ଯୋଦ୍ଧା ହେଉଛି ଏହି ମା’ । କିନ୍ତୁ ଆଜିର ସମାଜରେ ଘଟୁଥିବା କିଛି ଘଟଣା ଏହାର ବ୍ୟତିକ୍ରମ କରୁଛି । ସାମାନ୍ୟ ରାଗରେ ମା’ ନିଜ ଜନ୍ମିତ ସନ୍ତାନକୁ ନୃଶଂସ ଭାବେ ହତ୍ୟା କରୁଛି । ଜଣେ ମା’ ସାତ ମାର ସନ୍ତାନକୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ହତ୍ୟା କରିବା ଭଳି ଏକ ହୃଦୟ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭାରତୀୟ ରେଳବାଇ ତରଫରୁ ସୋମବାର ଅର୍ଥାତ୍ ମାର୍ଚ୍ଚ ଦୁଇ ତାରିଖରେ ବାତିଲ୍ ହେବାକୁ ଥିବା ଟ୍ରେନ୍ର ସୂଚନା ଜାରି କରିଛନ୍ତି। ରେଳବାଇ ସୂଚନା ଅନୁସାରେ ସୋମବାର ଦିନ 821ଟି ଟ୍ରେନ୍ ବାତିଲ୍ ହେବ। ବାତିଲ୍ ହୋଇଥିବା ଟ୍ରେନ୍ଗୁଡିକ ମଧ୍ୟରେ ଅଧିକାଂଶ ପ୍ୟାସେଞ୍ଜର ଟ୍ରେନ୍ ରହିଛି। ଆଜି ଯାତ୍ରା କରିବାକୁ ବାହାରିଥିବା ଯାତ୍ରୀମାନେ ସୂଚୀ ଦେଖି ଯାତ୍ରା ଆରମ୍ଭ କରିବା ଉଚିତ୍। ବାତିଲ୍ ହୋଇଥିବା ଟ୍ରେନ୍ଗୁଡିକ ମଧ୍ୟରେ ପ୍ୟାସେଞ୍ଜର, ମେଲ୍, ସ୍ପେଶାଲ୍, ଜନଶତାବ୍ଦୀ, ସମ୍ପର୍କକ୍ରାନ୍ତି, ହମସଫର୍, ସପ୍ତକ୍ରାନ୍ତି ଏକ୍ସପ୍ରେସ୍ ଓ ଡବଲ ଡେକର୍ ସାମିଲ୍ ରହିଛି । ଏହି ଟ୍ରେନ୍ଗୁଡିକ ମଧ୍ୟରେ ଦିଲ୍ଲୀରୁ ହାଓ୍ବାଡା, ଛପରା, ପାଟନା, ଗୋରଖପୁର, ଲକ୍ଷ୍ନୌ, ବାରାଣାସୀ ସମେତ କିଛି ବଡ ବଡ ସହରକୁ ସଂଯୋଗ କରୁଥିବା ଟ୍ରେନ୍ଗୁଡିକ ମଧ୍ୟ ସାମିଲ୍ ରହିଛନ୍ତି । ଭାରତୀୟ ରେଳବାଇ ଦ୍ବାରା ଜାରି କରାଯାଇଥିବା ସୂଚୀ ଅନୁସାରେ ମାର୍ଚ୍ଚ ଦୁଇ ତାରିଖରେ 594ଟି ଟ୍ରେନ୍ ସମ୍ପୂର୍ଣ୍ଣ…
ଜମ୍ମୁ : ଜମ୍ମୁ ନଗର ନିଗମ ସହରର କିଛି ଛକର ନାମ ପରିବର୍ତ୍ତନ କରିବାର ପ୍ରକ୍ରିୟା ଆରମ୍ଭ କରିଛି। ଏହି ପ୍ରକ୍ରିୟା ଅଧୀନରେ ସହରର ଲୋକପ୍ରିୟ ତଥା ଐତିହାସିକ ସିଟି ଛକର ନାମକୁ ବଦଳାଇ ଭାରତ ମାତା ଛକ କରିଛି । ଏତଦ୍ବ୍ୟତୀତ ସର୍କୁଲାର୍ ରୋଡ୍ ଛକର ନାମକୁ ବଦଳାଇ ଅଟଳଜୀ ଛକ୍ କରିଛି। ତେବେ ଏହି ଛକର ନାମ ବଦଳାଇବାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ୍ କରିଛି । ବିଜେପି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅନୁସରଣ କରିବା ପରିବର୍ତ୍ତେ ନିଜ ଇଚ୍ଛା ମୁତାବକ ସହରର ଛକର ନାମକୁ ବଦଳାଇବାରେ ଲାଗିଛି । ରବିବାର ଦିନ ନଗରମ ନିଗମ ପକ୍ଷରୁ ଏହି ଦୁଇ ଛକରେ ନୂତନ ନାମର ବୋର୍ଡ ଲଗା ମଧ୍ୟ ଯାଇଛି । ସହରର ଅନ୍ୟ କିଛି ଛକର ନାମକୁ ମଧ୍ୟ ପରିବର୍ତ୍ତନ କରିବାର ଲକ୍ଷ୍ୟ ରଖାଯାଇଛି। ପୁରୁଣା ସହର କଚ୍ଚୀ ଛାବନୀଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ସାଢ…
ମହାରାଷ୍ଟ୍ର : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ଦଳର ବରିଷ୍ଠ ନେତା ଅଜିତ୍ ପାଓ୍ବାର ନାଗରିକତା ସଂଶୋଧନ ଆଇନକୁ ନେଇ ଏକ ବୟାନ ଦେଇଛନ୍ତି । ଅଜିତ୍ କହିଛନ୍ତି ଯେ, ସିଏଏ, ଏନ୍ଆରସି, ଏନପିଆରକୁ ନେଇ ରାଜ୍ୟର ଲୋକଙ୍କୁ କିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ । ସେହିପରି ଏହି ତିନି ଆଇନ ବିରୋଧରେ ବିଧାନସଭାର ବି ପ୍ରସ୍ତାବ ଆଣିବାର ଆବଶ୍ୟକତା ମଧ୍ୟ ନାହିଁ । କିଛି ଲୋକେ ଏହି ପ୍ରସଙ୍ଗରେ ମିଥ୍ୟା ସୂଚନାକୁ ବଢାଇ ଆଲୋଚନା କରୁଛନ୍ତି । ଏହି ଆଇନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଅଜିତ୍ ପାଓ୍ବାର । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ମଧ୍ୟ ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ପରେ ସିଏଏକୁ ନେଇ ଡରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ । (ଏଜେନ୍ସି)
କେଦାର ମିଶ୍ର ଦେଶର ଅଭିବୃଦ୍ଧି ଖସୁଛି ତ ଖସୁ, କାହାର କି ଯାଏ! ଗତ ଶୁକ୍ରବାର ଯେତେବେଳେ ଦେଶର ତ୍ରୈମାସିକି ଅଭିବୃଦ୍ଧି ହାର ପ୍ରକାଶ ପାଉଥିଲା ସେତେବେଳେ, ସାରା ଦେଶ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭାଷଣ ପୂରା ଦେଶ ଶୁଣୁଥିଲା। ଦିଲ୍ଲୀ ଦଙ୍ଗା ପରେ ପ୍ରଥମ ଥର ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଭୁବନେଶ୍ଵରରେ ଏକ ଜନସଭାକୁ ସମ୍ବୋଧିତ କରୁଥିଲେ। ତାଙ୍କ କଣ୍ଠରେ ଦିଲ୍ଲୀ ଦଙ୍ଗାରେ ମରିଥିବା ଲୋକଙ୍କ ପ୍ରତି ନା ସମବେଦନା ଥିଲା ନା ଥିଲା ଦଙ୍ଗା ରୋକିବାରେ ତାଙ୍କ ପୋଲିସର ବିଫଳତା ପାଇଁ କୌଣସି ଅବଶୋଷ। ତାଙ୍କ ସଫଳତାର କାହାଣୀ ଥିଲା, ଭବ୍ୟ ରାମମନ୍ଦିର ନିର୍ମାଣ ଲାଗି ଟ୍ରଷ୍ଟର ଗଠନ। (ଏଥିରେ ସରକାରଙ୍କର ଭୂମିକା ବା କଣ! ସରକାରର ଏକମାତ୍ର କାମ ହେଉଛି ସୁପ୍ରିମକୋର୍ଟଙ୍କ ରାୟକୁ କାମରେ ଲଗାଇବା। ଅମିତ ଶାହା ସୁପ୍ରିମ କୋର୍ଟଙ୍କ ରାୟକୁ ନିଜର ସଫଳତା ବୋଲି ଭାବିବା କେତେ ଦୂର ଯୁକ୍ତିଯୁକ୍ତ ତାହା ତାଙ୍କୁ ଇ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟର ସର୍ବବୃହତ ଡାକ୍ତରଖାନା ଏସ୍ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂତନ ଘୋଷଣା କରିଛନ୍ତି । 5ଟି ବ୍ୟବସ୍ଥା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏକ 10 ଜଣିଆ ପରାମର୍ଶଦାତା କମିଟି ଗଠନ କରିଛନ୍ତି । ଏହି 10 ଜଣିଆ କମିଟିର 7 ଜଣ ସଦସ୍ୟ ପଦ୍ମ ପୁରସ୍କାର ବିଜେତା ରହିଥିବା ବେଳେ 4 ଜଣ ଏସ୍ସିବିର ପୁରାତନ ଛାତ୍ର ରହିଛନ୍ତି । ଡ. ରମାକାନ୍ତ ପଣ୍ଡା, ଡ. ଦେବୀ ସେଟ୍ଟୀ, ଡ. କେ ଶ୍ରୀକାନ୍ତ ରେଡ୍ଡୀ, ପ୍ରଫେସର୍ ଡ. ସୁବ୍ରତ ଆଚାର୍ଯ୍ୟ, ପ୍ରଫେସର୍ ଡ. ମୁକୁଟ ମିଞ୍ଜ, ପ୍ରଫେସର୍ ଡ. ଦିଗମ୍ବର ବେହେରା, ଡ. ରାଜନ ବଡଓ୍ବେ, ଡ. ଜଗତ ନରୁଲା, ଡ. ଜି ଏନ୍ ରାଓ ଏବଂ ପ୍ରଫେସର୍ ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏହି ପରାମର୍ଶଦାତା କମିଟିର ସଦସ୍ୟ ରହିଛନ୍ତି । ଓଡିଶା ବାସୀଙ୍କୁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଯୋଗାଇବା ପାଇଁ…
କନ୍ଦର୍ପ ବେହେରା ରେଢାଖୋଲ : ଓଡିଆ ନୃତ୍ୟ , ଓଡିଶୀ ସଂଗୀତ , ବିଶ୍ୱଦରବାରରେ ବେଶ୍ ପରିଚିତ ।ସାହିତ୍ୟ ମଣିଷକୁ ଦିଏ ନୂତନ ଚିନ୍ତାଧାର ତଥା ଦିଗ୍ଦର୍ଶନ । ଓଡିଆ ସାହିତ୍ୟ ଆଜି ଶାସ୍ତ୍ରୀୟ ମାନ୍ୟତା ପାଇଛି ବୋଲି ମଧୁବନ ସାହିତ୍ୟ ସଂସ୍କୃତି ସଂସଦ ର ବାର୍ଷିକ ଉତ୍ସବରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି । ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଠାରେ ମଧୁବନ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ସଂସଦର ସଭାପତି ରଘୁନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପଦ୍ମର୍ଶୀ ମିତ୍ରଭାନୁ ଗୌନ୍ତିଆ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଡ. ସୁରେନ୍ଦ୍ରନାଥ ତ୍ରିପାଠୀ , ସମ୍ମାନିତ ଅତିଥି ଭାବରେ ଡ. ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗ ଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ନାକ୍ଟିଦେଉଳ ଭଳି ଏକ ଅନୁନ୍ନତ ଅଂଚଳରେ ସାହିତ୍ୟ ସଭା କରିବା କାଠିକର ପାଠ ତଥାପି ଆୟୋଜକ…
ଚେନ୍ନାଇ : ତାମିଲ ସୁପରଷ୍ଟାର ସୂର୍ଯ୍ୟା ନିଜର ଅପ୍କମିଙ୍ଗ ଫିଲ୍ମ ନେଇ ଘୋଷଣା କରିଛନ୍ତି । ହରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ନାମ ଅରୁଭା ରହିଛି । ରବିବାର ସୂର୍ଯ୍ୟା ଟ୍ବିଟ୍ଟର ଜରିଆରେ ନିଜର ଫିଲ୍ମ ଏବଂ ଟାଇଟଲ୍ ନେଇ ଘୋଷଣା କରିଛନ୍ତି । ଫିଲ୍ମରେ ସୂର୍ଯ୍ୟାଙ୍କ ଚରିତ୍ର ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ହରିଙ୍କର ଏହା 16 ତମ ଫିଲ୍ମ । ଅଜିତ୍ଙ୍କ ସହିତ ଫିଲ୍ମର ସୁଟିଂ ଶେଷ ହେବା ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ଦୀପାବଳି ଅବସରରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି । ଡି ଇମ୍ମାନ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି । (ଏଜେନ୍ସି)
ମୁମ୍ବାଇ : ଭାରତୀୟ ବଜାରର ଅନ୍ୟତମ ଶ୍ରେଷ୍ଠ କାର୍ ହ୍ୟୁଣ୍ଡାଇର ବିକ୍ରିରେ ହ୍ରାସ ଘଟିଛି । ରବିବାର ହ୍ୟୁଣ୍ଡାଇ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଫେବୃୟାରୀ ମାସରେ କାର୍ର ବିକ୍ରିରେ 10.3 ପ୍ରତିଶତ ହ୍ରାସ ଘଟିଛି । ଚଳିତ ବର୍ଷ ଫେବୃୟାରୀରେ ହ୍ୟୁଣ୍ଡାଇ ସମୁଦାୟ 48910ଟି କାର ବିକ୍ରି କରିଛି । 2019ର ଫେବୃୟାରୀ ମାସରେ କମ୍ପାନୀ ସମୁଦାୟ 54518ଟି କାର୍ ବିକ୍ରି କରିବାରେ ସକ୍ଷମ ହୋଇଥିଲା । ଘରୋଇ କାର୍ ବିକ୍ରିରେ 7.2 ପ୍ରତିଶତ ହ୍ରାସ ପାଇଥିବା ବେଳେ କାର୍ ବିକ୍ରି ସଂଖ୍ୟା 40100 ରହିଛି ଯାହାକି ଗତବର୍ଷ 43110 ରହିଥିଲା । ଏହି ସମୟରେ ରପ୍ତାନୀ 22 ପ୍ରତିଶତ ହ୍ରାସ ପାଇଛି । 2019ରେ କମ୍ପାନୀ 11408ଟି କାର୍ ରପ୍ତାନୀ କରିଥିବା ବେଳେ 2020ରେ ଏହା 8900କୁ ହ୍ରାସ ପାଇଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ରାୟଗଡା : ରାୟଗଡାରେ କାଠ ବୋଝେଇ ଟ୍ରକ୍କୁ 1 ଲକ୍ଷ 10 ହଜାର 8 ଶହ ଫାଇନ୍ ହୋଇଛି। ଟ୍ରକ୍ଟି ରୋଡ୍ ଟ୍ୟାକ୍ସ ଦେଇନଥିବାବେଳେ ପରମିଟ୍ ଲାଇସେନ୍ସ ନଥିବାରୁ ଏହି ଜରିମାନା ଆଦାୟ କରାଯାଇଛି । କଣ୍ଟ ପୂରିଗଲା ପରେ ଆଜିଠୁ ସାରା ରାଜ୍ୟରେ ଟ୍ରାଫିକ୍ ନିୟମକୁ ବେଶ୍ କଡାକଡି ରୂପେ ପାଳନ କରାଯାଉଛି । ସେହିପରି ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଆରମ୍ଭ ହୋଇଛି ଜୋରଦାର ଧରପଗଡ଼। ଡେଡ୍ ଲାଇନ ସରିବା ପରେ ଗାଡ଼ିର ଡକ୍ୟୁମେଣ୍ଟ ଯାଂଚ କଡ଼ାକଡ଼ି ହୋଇଛି। ଫାଇନକୁ ନେଇ କିଛି ସ୍ଥାନରେ ଗାଡି ଚାଳକ ପୁଲିସ ସହ ଯୁକ୍ତିତର୍କ କରିଥିବାବେଳେ ଆଉ କିଛି ସ୍ଥାନରେ ଗାଡି ଚାଳକ ସିଧାସଳଖ ନାହିଁ କରିଦେଉଥିବା ଦେଖିବାକୁ ମିଳିଛି । ଏଣିକି ପେଟ୍ରୋଲ ପମ୍ପଗୁଡିକରେ ମଧ୍ୟ ନୋ ହେଲମେଟ୍ ନୋ ପେଟ୍ରୋଲ୍ ଦେଖିବାକୁ ମିଳିଛି । ନିୟମକୁ ପାଳନ କରି ଗାଡିମୋଟର କଡ଼ା ଯାଞ୍ଚ ପାଇଁ ପରିବହନ…
କ୍ରୀଷ୍ଟଚର୍ଚ୍ଚ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ରବୀନ୍ଦ୍ର ଜାଡେଜାଙ୍କ ଆକ୍ରୋବାଟିକ୍ କ୍ୟାଚ୍ର ଭିଡିଓ ଭାଇରାଲ୍ ହୋଇଛି । ନୀଲ୍ ଓ୍ବାଗ୍ନରଙ୍କ ଏକ ପୁଲ୍ ସଟ୍କୁ ଜାଡେଜା ଗୋଟିଏ ହାତରେ କ୍ୟାଚ୍ ଧରିଥିଲେ । କ୍ୟାଚ୍ଟି ଜାଡେଜାଙ୍କ ମୁଣ୍ଡ ଉପରେ ରହିଥିବା ବେଳେ ଜାଡେଜା ଚମତ୍କାର ଟାଇମିଂ ସହିତ ଡେଇଁ କ୍ୟାଚ୍ଟିକୁ ଧରିଥିଲେ । https://twitter.com/i/status/1233956543902539777 ନବମ ଓ୍ବିକେଟ୍ରେ ଓ୍ବାଗ୍ନର-ଜାମିସାନେଙ୍କ ମଧ୍ୟରେ 51 ରନ୍ର ଭାଗିଦାରୀ ହୋଇଥିବା ବେଳେ ଏହି କ୍ୟାଚ୍ ସହିତ ଭାରତ ପ୍ରଥମ ଇନିଂସରେ 7 ରନ୍ର ଅଗ୍ରଣୀ ହାସଲ କରିଥିଲା । ଏହି କ୍ୟାଚ୍ ସହିତ ଜାଡେଜା ବୋଲିଂରେ ଦୁଇଟି ଓ୍ବିକେଟ ମଧ୍ୟ ଅକ୍ତିଆର କରିଥିଲେ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବାଲେଶ୍ବରର ଜଳେଶ୍ବରରୁ 400 ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଛି । ସେକ୍ବାଡରୁ ଏହି ଧଳା ଜହର ଜବତ କରାଯିବା ସହିତ 3 ଜଣଙ୍କୁ ଗିରଫ କରାଯାଇଛି । ଜଳେଶ୍ବରର ସେକ୍ ସିଦ୍ଦିକି ସମେତ ପଶ୍ଚିମବଙ୍ଗର ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି । ଜବତ କରାଯାଇଥିବା ଧଳାଜହରର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ 40 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡିଶାର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ନିଜର ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ମଧ୍ୟ ଅଲମ୍ପିକ୍ସ ଯୋଗ୍ୟତା ହାସଲରେ ବିଫଳ ହୋଇଛନ୍ତି । ଉଭୟ 100 ଏବଂ 200 ମିଟର ବର୍ଗରେ ଦୂତୀ ନିଜର ପୂର୍ବ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଥିବା ବେଳେ ଅଲମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ଠାରୁ ପଛରେ ପଡିଯାଇଛନ୍ତି । ରବିବାର ଦୂତୀ 200 ମିଟର ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । କିଟ୍ ପକ୍ଷରୁ ଖେଳୁଥିବା ଦୂତୀ 23.66 ସେକେଣ୍ଡର ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ମୁମ୍ବାଇ ବିଶ୍ବବିଦ୍ୟାଳୟର କୀର୍ତ୍ତି ବିଜୟ ଭୋଇତେ 24.98 ସେକେଣ୍ଡ ସହିତ ଦ୍ବିତୀୟ ଏବଂ ଉତ୍ତରାଖଣ୍ଡ ବିଶ୍ବବିଦ୍ୟାଳୟର ଦୀପାଳି ମହାପାତ୍ର 25.19 ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ । 200 ମିଟର ବର୍ଗରେ ଅଲମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ 22.80…
ରାଜସ୍ଥାନ : ବିଗତ କିଛି ବର୍ଷ ଧରି ଦେଶରେ ପିଲା ଚୋର ନାମରେ ମବ୍ ଲିଚିଂ ଘଟଣା ସାମ୍ନାକୁ ଆସୁଛି। ସଚେତନତା କରାଯିବା ପରେ ବି ଏହି ମାମଲାଗୁଡିକ କମିବାର ନାଁ ନେଉନାହିଁ। ରାଜସ୍ଥାନରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ଜଣେ ଟ୍ୟାକ୍ସି ଚାଳକ ନିଜ ବାନ୍ଧବୀଙ୍କୁ ଦେଖାକରିବାକୁ ଯାଇ ଭିଡ ହିଂସାର ଶିକାର ହୋଇଛନ୍ତି। ତେବେ ଟ୍ୟାକ୍ସି ଚାଳକ ଜଣକ ସାଲ୍ଓ୍ବାର ସୁଟ୍ ପିନ୍ଧି ନିଜ ବାନ୍ଧବୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। କିନ୍ତୁ ସ୍ଥାନୀୟ ଲୋକେ ତାକୁ ପିଲା ଚୋର ଭାବି ମାଡ ମାରିଛନ୍ତି। ଏହି ମାଡ ମାରିବାର ଭିଡିଓଟି ଇଣ୍ଟରନେଟ୍ରେ ଏବେ ବେଶ୍ ଭାଇରାଲ୍ ହୋଇଛି । ଏହି ଘଟଣାଟି ରାଜସ୍ଥାନର ପାଲୀ ଜିଲ୍ଲାରେ ଘଟିଛି । ଏଠାରେ ଗଣେଶନଗର ଅଞ୍ଚଳରେ ଏକ ଶୂନଶାନ୍ ଜାଗାରେ ନିଜ ଟାକ୍ସିକୁ ଠିଆ କରି ଟାକ୍ସି ଚାଳକ ଜଣକ ସାଲଓ୍ବାର ସୁଟ୍ ପିନ୍ଧି ଚାଲୁଥିଲେ ।…

