ମସ୍କୋ : ଟେନିସ୍କୁ ଅଲ୍ବିଦା ଜଣାଇଛନ୍ତି ସୁପରଷ୍ଟାର ମାରିଆ ସାରାପୋଭା । ବୁଧବାର ସାରାପୋଭା ନିଜର ଅବସର ନେଇ ଘୋଷଣା କରିଛନ୍ତି । ଦୀର୍ଘ 28 ବର୍ଷ ଧରି ଟେନିସ୍ ଖେଳିବା ପରେ ଏବଂ ପାଞ୍ଚଟି ଗ୍ରାଣ୍ଡସ୍ଲାମ ବିଜୟୀନି ସାରାପୋଭା ବୁଧବାର ଅବସର ଘୋଷଣା କରିଛନ୍ତି । ଭଗ୍ ମାଗାଜିନ୍ରେ ‘ଟେନିସ୍- ଆଇ ଆମ୍ ସେଇଙ୍ଗ ଗୁଡ୍ବାୟ’ ସ୍ତମ୍ଭରେ ସାରାପୋଭା ଅବସର ନେଇ ଘୋଷଣା କରିଛନ୍ତି । ବିଶ୍ବର ଏକ ନମ୍ବର ମାନ୍ୟତାପ୍ରାପ୍ତ ସାରାପୋଭା ବିଗତ କିଛି ମାସ ଧରି ନିଜର ଫିଟ୍ନେସ୍କୁ ନେଇ ସମସ୍ୟାରେ ରହିଥିଲେ । 2004 ମସିହାରେ 17 ବର୍ଷ ବୟସରେ ସାରାପୋଭା ଓ୍ବିମ୍ବିଲଡନ୍ ବିଜୟୀ ହୋଇ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ ହାସଲ କରିଥିଲେ । 2014ରେ ସେରେନା ଓ୍ବିଲିୟମ୍ସଙ୍କୁ ପରାସ୍ତ କରି ସାରାପୋଭା ଶେଷଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍ ହାସଲ କରିଥିଲେ । ସାରାପୋଭା ନିଜର ସମସ୍ତ ପ୍ରତିପକ୍ଷଙ୍କୁ ସହଜରେ ପରାସ୍ତ କରିଥିବା ବେଳେ ସେରେନା…
Author: Samikhsya Bureau
ହାଇଦ୍ରାବାଦ : ଟଲିଉଡ୍ ସୁପରଷ୍ଟାର ପ୍ରଭାସ ପୁଣିଥରେ ସିଲ୍ଭର ସ୍କ୍ରିନ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ମହାନାଟୀର ନିର୍ଦ୍ଦେଶକ ନାଗ ଅଶ୍ବିନଙ୍କ ସହିତ ପ୍ରଭାସ ସ୍କ୍ରିନ୍କୁ ଫେରିବାକୁ ଯାଉଛନ୍ତି । ବୈଜୟନ୍ତୀ ମୁଭିଜ୍ର ଅଶ୍ବିନୀ ଦତ୍ତ ଏହି ଫିଲ୍ମର ପ୍ରଯୋଜନା କରିବାକୁ ଯାଉଛନ୍ତି । ପ୍ରଭାସଙ୍କ ଶେଷ ଫିଲ୍ମ ସାହୋ ବକ୍ସ ଅଫିସରେ ବିଫଳ ହେବା ପରେ ପ୍ରଭାସ ଅନ୍ୟ କୌଣସି ଫିଲ୍ମ ନେଇ ଘୋଷଣା କରିନାହାନ୍ତି । ଏହି ଫିଲ୍ମ ବ୍ୟତିତ ଅଶ୍ବିନୀ ଦତ୍ତ ଅଟଲୀଙ୍କ ନିର୍ଦ୍ଦେଶନାରେ ଜୁନିୟର ଏନ୍ଟିଆରଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ ସମ୍ପର୍କରେ ଘୋଷଣା କରିଛନ୍ତି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରିଲାଏନ୍ସ ଜିଓକୁ ବଡ ସଫଳତା । ରିଲାଏନ୍ସ ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ସହିତ ଓଡ଼ିଶାର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥା ହୋଇପାରିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ)ର ଉପଭୋକ୍ତା ତଥ୍ୟରୁ ଏହି ସୂଚନା ମିଳିଛି । ୨୦୧୬ ସେପ୍ଟେମ୍ବରରେ ରାଜ୍ୟରେ ସେବା ପ୍ରଦାନ ଆରମ୍ଭ କରିଥିବା ରିଲାଏନ୍ସ ଜିଓ ସାଢ଼େ ତିନି ବର୍ଷରୁ କମ୍ ସମୟ ଭିତରେ ଏୟାରଟେଲ୍କୁ ପଛରେ ପକାଇ ୧.୧୮ କୋଟି ମୋବାଇଲ୍ ଗ୍ରାହକ ହାସଲ କରି ରାଜ୍ୟର ଏକ ନମ୍ବର ମୋବାଇଲ ଅପରେଟର ହୋଇପାରିଛି । ସବୁଠୁ ପସନ୍ଦର ନେଟୱର୍କ ଭାବେ ଗ୍ରାହକ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ବଜାୟ ରଖି ରିଲାଏନ୍ସ ଜିଓ ୨୦୧୯ ବର୍ଷରେ ଓଡ଼ିଶାରେ ୩୭ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ଥିବା ଟାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ।…
ମୁମ୍ବାଇ : ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ରାଙ୍କିଙ୍ଗରେ କୋହଲିଙ୍କୁ ପଦଚ୍ୟୁତ କରି ଏକ ନମ୍ବର ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍ ସ୍ମିଥ୍ । ସ୍ମିଥ୍ 911 ପଏଣ୍ଟ ସହିତ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ବିରାଟ୍ କୋହଲି 906 ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମ୍ସନ୍ ତୃତୀୟ ସ୍ଥାନରେ ରହିଥିବା ବେଳେ ଇନ୍ଫର୍ମ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶ୍ଚାଞ୍ଜେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ଆଜିଙ୍କ୍ୟ ରାହାଣେ, ଚେତେଶ୍ବର ପୂଜାରା ଏବଂ ମୟଙ୍କ ଅଗ୍ରଓ୍ବାଲ ଯଥାକ୍ରମେ ଅଷ୍ଟମ, ନବମ ଏବଂ ଦଶମ ସ୍ଥାନରେ ରହିଛନ୍ତି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଗତକାଲିର ଅଦିନିଆ ବର୍ଷା ତଥା ଘୂର୍ଣ୍ଣିଝଡ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ ରଖିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିଛି ସ୍ଥାନରେ ବିଦ୍ୟୁତ ସଞ୍ଜୋଗ ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବ୍ୟାହତ ହୋଇଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଧାନସଭାର ଶୂନ୍ୟକାଳରେ ଉଭୟ ପକ୍ଷର ସଦସ୍ୟ ମାନେ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ଷା ଏବଂ ପବନ କାରଣରୁ ବିଭିନ୍ନ ଘରଦ୍ବାର ଏବଂ ଚାଷଜମି ନଷ୍ଟ ହୋଇଥିବା ଜଣାପଡିଛି । ଏପରିକି କିଛି ବ୍ୟକ୍ତି ଏବଂ ଗୃହପାଳିତ ପଶୁ ମୃତାହତ ହୋଇଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଛି । ଯୁଦ୍ଧକାଳୀନ ଭିତ୍ତିରେ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଜାଲ ସାର୍ଟିଫିକେଟ୍ ଜରିଆରେ ଚାକିରି କରୁଥିବା ପ୍ରାର୍ଥୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କୋରାପୁଟ ଜିଲ୍ଲାରେ ନକଲି ସାର୍ଟିଫିକେଟ୍ ଦେଇ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାୟ 15 ଦିନ ଧରି ଯାଞ୍ଚ ଚାଲିଥିବା ସମୟରେ ପ୍ରାୟ ଅର୍ଦ୍ଧେକ ନକଲି ଶିକ୍ଷକ ଚାକିରି ଛାଡି ପଳାୟନ କରିଛନ୍ତି । ସରକାର ଏହା ବିରୋଧରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପରିଚାଳନା ଦାୟିତ୍ବ ରାଜ୍ୟ ସରକାର ନିଜ ହାତକୁ ନେବାପାଇଁ ବୁଧବାର ବିଧାନସଭାରେ ଦାବି କରାଯାଇଥିଲା । ଓପିଜିସିର ସଦସ୍ୟ ମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଥିବା ନେଇ ଉଭୟ ଶାସକ ଏବଂ ବିରୋଧୀ ଦଳ ସଦସ୍ୟ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ବିଦେଶୀ କମ୍ପାନୀ ଏଇଏସ୍ ନିକଟରେ ବର୍ତ୍ତମାନ ନିଗମର ପରିଚାଳନା ଦାୟିତ୍ବ ରହିଛି । ରାଜ୍ୟ ସରକାରଙ୍କ ନିକଟରେ ନିଗମର 51 ପ୍ରତିଶତ ଅଂଶଧନ ରହିଥିବା ବେଳେ ଉକ୍ତ କମ୍ପାନୀ ନିକଟରେ 49 ପ୍ରତିଶତ ଅଂଶଧନ ରହିଛି । ସରକାରଙ୍କ ନିକଟରେ ନିଗମର ପରିଚାଳନା ଦାୟିତ୍ବ ରହିବା ଉଚିତ୍ ମାତ୍ର କଂଗ୍ରେସ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କାରଣରୁ ଏଇଏସ୍ ନିକଟରେ ପରିଚାଳନା ଦାୟିତ୍ବ ରହିଛି । ଏହା ଦ୍ବାରା କମ୍ପାନୀର ମୂଳ କର୍ମଚାରୀଙ୍କ ପ୍ରତି ଦୁର୍ବ୍ୟବହାର କରାଯାଉଥିବା ତଥା ନିଗମର ସ୍ବାର୍ଥ ବିରୋଧୀ…
ପୁନେ : ପୁନେରେ ପୁଣି ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରାଯାଇଛି । ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସୋମନାଥ କୈଳାଶ ଚଭନ ନାମକ ଏହି ଆତ୍ମଘୋଷିତ ବାବାଙ୍କୁ ଗିରଫ କରାଯାଇଛି । ଉକ୍ତ 22 ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହିତ ଅନ୍ୟ 4 ଜଣ ମହିଳାଙ୍କ ସହିତ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କରାଯାଇଛି । 5 ଜଣ ମହିଳା ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ଏକ ପୂଜା କରିବା ସମୟରେ ସୋମନାଥ ଏହି ମହିଳା ମାନଙ୍କ ସହିତ ଦୁର୍ବ୍ୟବହାର କରିଥିଲେ । ରାଇଗଡର ଖୈରେଓ୍ବାଡିର ଉକ୍ତ 22 ବର୍ଷୀୟ ଯୁବତୀଙ୍କ ଅଭିଯୋଗ ପରେ ସୋମନାଥଙ୍କୁ ପୋଲିସ୍ ଗିରଫ କରିଛି । ପରିବାରକୁ କେହି କଳାଯାଦୁ କରିଥିବା ଅଭିଯୋଗ କରି ସାଧୁ ଜଣକ ଏକ ପୂଜା କରିବା ବାହାନାରେ ଏହି କାଣ୍ଡ ଘଟାଇଥିଲେ । (ଏଜେନ୍ସି)
କେଦାର ମିଶ୍ର ଦିଲ୍ଲୀ ହିଂସାକାଣ୍ଡ ଲାଗି କିଏ ଦାୟୀ ଓ ଏଠି ଲାଗି କାହା ଉପରେ ଉତ୍ତର ଦାୟିତ୍ଵ ସ୍ଥିର କରାଯିବ, ସେକଥା ଭାବିବାର ସମୟ ଆଜି ନୁହେଁ। ତିନି ଦିନ ହେଲାଣି, ଦିଲ୍ଲୀର ପରିସ୍ଥିତି ସୁଧୁରିବାର ନାଁ ଧରୁନାହିଁ। ଘଟଣା ଘଟିବାର ୭୨ ଘଣ୍ଟା ପରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ଓ ସଦଭାବନା ଲାଗି ନିବେଦନ କରିଛନ୍ତି। ଏ ପ୍ରକାର ନିବେଦନ ପ୍ରଥମ ଦିନରୁ ହିଁ ଆସିବାର ଥିଲା। ତେବେ କଣ ହେବାର ଥିଲା, ଅପେକ୍ଷା କଣ ହୋଇଛି, ତାହା ଆଜି ଗୁରୁତ୍ୱପୂର୍ଣ୍ଣ। ଦିଲ୍ଲୀ ଆଜି ମଧ୍ୟ ହିଂସା ଓ ନିଆଁର ବଳୟରେ ରହିଛି। ଉପଦ୍ରବୀମାନେ ଖୋଲାଖୋଲି ପଥରମାଡ କରୁଛନ୍ତି। ଲୁଟପାଟ ଚାଲିଛି। ୨୨ ଜଣ ଲୋକ ପ୍ରାଣ ହରାଇସାରିଲେଣି। ଆଜି ସକାଳେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ କହିଲେ ଯେ, ପୋଲିସ ସକ୍ରିୟ ଅଛି, କାହାର କିଛି ଭୟ କରିବାର କାରଣ ନାହିଁ। ହେଲେ…
ଲଣ୍ଡନ : ଇଂଲଣ୍ଡର ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ବେନ୍ ଷ୍ଟୋକ୍ସ ଏବଂ ଜୋସ୍ ବଟ୍ଲରଙ୍କୁ ରାଜକୀୟ ସମ୍ମାନରେ ସମ୍ମାନିତ କରାଯାଇଛି । ଇଂଲଣ୍ଡର ରାଜପ୍ରସାଦ ବକିଂହାମ୍ ପ୍ୟାଲେସ୍ରେ ଉଭୟ ଷ୍ଟୋକ୍ସ ଏବଂ ବଟ୍ଲରଙ୍କୁ ସମ୍ମାନିତ କରାଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ପ୍ରିନ୍ସ ଓ୍ବିଲିୟମ୍ସ ଉଭୟ ଖେଳାଳିଙ୍କୁ ସମ୍ମାନିତ କରିଥିଲେ । ଏହି ଦୁଇ ଜଣଙ୍କୁ ନ୍ୟୁ ଇୟର୍ସ ଅନର୍ସ ଲିଷ୍ଟ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଦୁଇ ଖେଳାଳିଙ୍କ ବ୍ୟତିତ ଜୋ ରୁଟ୍, ଇଓନ୍ ମୋର୍ଗାନ ଏବଂ ଟ୍ରେଭର୍ ବେଲିସ୍ଙ୍କୁ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରୁଟ୍, ମୋର୍ଗାନ୍, ବଟ୍ଲର ଏବଂ ଷ୍ଟୋକ୍ସ ଇଂଲଣ୍ଡ ଦଳର ସଦସ୍ୟ ରହିଥିବା ବେଳେ ଟ୍ରେଭର ବେଲିସ୍ ଏହି ଦଳର କୋଚ୍ ରହିଥିଲେ ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡ଼ିଶାର ଅଣ୍ଡା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ ପହଞ୍ଚିଥିବା ବେଳେ ଅଲ ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନ ପକ୍ଷରୁ ସ୍ଥିତି ସୁଧାରିବା ଉଦ୍ୟମ ଜାରି ରହିଛି । ବ୍ୟବସାୟରେ ହେଉଥିବା କ୍ଷତିକୁ ଭରଣା କରିନପାରି ପାଖପାଖି ୧୨ରୁ ଅଧିକ ଅଣ୍ଡା ଉତ୍ପାଦନକାରୀ ଫାର୍ମ ବନ୍ଦ ହୋଇ ସାରିଲାଣି ଏବଂ ଅନେକ ଫାର୍ମ ବନ୍ଦ ହେବା ଦ୍ବାରଦେଶରେ ପହଞ୍ଚିଛି । ଅଣ୍ଡା ଉତ୍ପାଦନ ଶିଳ୍ପରେ ପତ୍ୟକ୍ଷ ଭାବେ ୫୦ହଜାର ଏବଂ ପରୋକ୍ଷ ଭାବେ ଏକ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି । ଦେଢ ବର୍ଷରୁ ଅଧିକ ଦିନ ହେଲାଣି କୁକୁଡା ଖାଦ୍ୟ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦନର ମୂଲ୍ୟ ଅତ୍ୟଧିକ ବୃଦ୍ଧି ହେଉଥିବା ଯୋଗୁଁ ଅଣ୍ଡାର ଉତ୍ପାଦନ ଦର ମଧ୍ୟ ତଦନୁଯାୟୀ ବୃଦ୍ଧି ପାଇଛି । ଏହି ପରିସ୍ଥିତିର ଫାଇଦା ନେଇ କିଛି ଅଣ୍ଡା ବ୍ୟବସାୟୀ ବାହାର ରାଜ୍ୟରୁ ୧୦ରୁ ୧୫ ଦିନର ବାସି ଓ…
ନୂଆଦିଲ୍ଲୀ : ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ ଦିଲ୍ଲୀରେ ହିଂସା ଘଟିଥିବା ବେଳେ ବିରୋଧୀ କଂଗ୍ରେସ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରାଯାଇଛି । ବୁଧବାର କଂଗ୍ରେସ ସଭାପତି ସୋନିଆ ଗାନ୍ଧି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହିତ ଏକ ପ୍ରେସ୍ ମିଟ୍ କରି ଏହି ଦାବି ଉପସ୍ଥାପନ କରିଥିଲେ । ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା 19 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସ ପକ୍ଷରୁ ଦାୟୀ କରାଯାଇଛି । ଶାହାଙ୍କ ଦାୟିତ୍ବ ହୀନତା କାରଣରୁ ରାଜଧାନୀ ଦିଲ୍ଲୀରେ ଏହି ସଂଘର୍ଷ ଘଟିଛି ତେଣୁ ଶାହା ନିଜ ପଦରୁ ଇସ୍ତଫା ପ୍ରଦାନ କରିବା ଉଚିତ୍ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । (ଏଜେନ୍ସି)
ଲକ୍ଷ୍ନୌ : ବେଆଇନ୍ ଦସ୍ତାବିଜ୍ ଦେଖାଇଥିବା ଅଭିଯୋଗରେ ସମାଜବାଦୀ ପାର୍ଟି ସାଂସଦ ଆଜମ୍ ଖାନ୍ ଏବଂ ତାଙ୍କ ପରିବାରକୁ ଜେଲ୍ ଦଣ୍ଡାଦେଶ ପ୍ରଦାନ କରାଯାଇଛି । ବେଆଇନ୍ ଦସ୍ତାବିଜ୍ ମାମଲା ଏବଂ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କାରଣରୁ ଆଜମ୍ ଖାନ୍ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ କୋର୍ଟରେ ହାଜର ହେଉନଥିବାରୁ ଆଜମ୍ ଖାନ୍ଙ୍କ ସହିତ ତାଙ୍କ ପତ୍ନୀ ଏବଂ ପୁତ୍ରଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଆସନ୍ତା ମାର୍ଚ୍ଚ 2 ପର୍ଯ୍ୟନ୍ତ ଆଜମ୍ ଖାନ୍ ଏବଂ ପରିବାର ଜେଲ୍ରେ ବିତାଇବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତିର ଉପର କୋର୍ଟରେ ଆବେଦନ କରିବା ପାଇଁ ଆଜମ୍ ଖାନ୍ ସୂଚନା ଦେଇଛନ୍ତି । (ଏଜେନ୍ସି)
Mumbai: Actress Sunny Leone spotted at Juhu in Mumbai on Feb 25, 2020. (Photo: IANS)
ଜୟପୁର : ରାଜସ୍ଥାନରେ ଏକ ବସ୍ ନଦୀକୁ ଖସି ପଡିବାରୁ 25 ଜଣଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ବୁଧବାର ସକାଳୁ ଏହି ଦୁର୍ଘଟଣା ଘଟିଛି । ବୁଧବାର ସକାଳ 9ଟା ସମୟରେ କୋଟା-ଦଉସା ରାଜପଥ ନିକଟରେ ଏହି ଘଟଣା ଘଟିଛି । ବ୍ରିଜ୍ ଅତିକ୍ରମ କରୁଥିବା ସମୟରେ ବସ୍ର ଚକା ହୁଗୁଳି ଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା । କୋଟାରୁ ସଓ୍ବାଇ ମାଧୋପୁର ଯାଉଥିବା ବସ୍ଟି ପାପ୍ଡି ବ୍ରିଜ୍ ଉପରେ ଭାରସାମ୍ୟ ହରାଇବାରୁ ମେଜ ନଦୀରେ ଖସି ପଡିଥିଲା । ଏହି ଘଟଣାରେ ନାଗପୁର ବିଧାୟକ ହନୁମାନ ବେନିଓ୍ବାଲ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୋକ ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣା ପାଇଁ ଟ୍ବିଟ୍ଟର ଜରିଆରେ ଗେହଲଟ ଶୋକ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ 13 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ହସ୍ପିଟାଲରେ ଅନ୍ୟମାନଙ୍କର ପ୍ରାଣହାନି ଘଟିଥିଲା ।
ବବୁଲୁ ସାହୁ କଳାହାଣ୍ଡି : ନର୍ଲା ଗ୍ୟାସ ଅଫିସ ନିକଟସ୍ଥ ବଡ ପୁଲିଆ ନିକଟେର ଏକ ୧୦୮ ଆମ୍ବୁଲାନ୍ସ ରାସ୍ତା ତଳକୁ ଖସିପଡିଛି । ଓଡି 02 ବିଜେ 2663 ନମ୍ବର ବିଶିଷ୍ଟ ଏହି ଆମ୍ବୁଲାନ୍ସରେ କୌଣସି ରୋଗୀ ନ ଥିଲେ । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଡ୍ରାଇଭରଙ୍କ ଅସାବଧାନତା କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ସମୟରେ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିଲେ । ଏହି ଦୁର୍ଘଟଣା ପରେ ସୁରକ୍ଷିତ ରୋଗୀ ପରିବହନକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ବହୁ ବର୍ଷ ତଳର ଶତ୍ରୁତା ପୁଣି ଥରେ ଜୀବନ୍ତ ହୋଇଛି । ୨୫ ବର୍ଷ ତଳେ ଘଟିଥିବା ଏକ ଘଟଣାକୁ ନେଇ ଜନୈକ ସରପଞ୍ଚଙ୍କ ଘରକୁ ଏକ ଜେଲ୍ ଫେରନ୍ତା ବ୍ୟକ୍ତି ବୋମାମାଡ଼ କରିଛି । ବୋମାମାଡ଼ ପରେ ସରପଞ୍ଚ ପରିବାର ଆଶଙ୍କାରେ ଥିବାବେଳେ ଏନେଇ ସଦରଥାନା ଅନ୍ତର୍ଗତ ନିମଖଣ୍ଡିରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ରାତ୍ର ୭ଟା ସମୟରେ କୁକୁଡ଼ାଖଣ୍ଡି ବ୍ଲକ୍ ହୁଗୁଳାପଟା ପଂଚାୟତର ସରପଞ୍ଚ ପ୍ରଦୀପ କୁମାର ମଲାଣଙ୍କ ବାଲାଜିପଲ୍ଲୀ ସ୍ଥିତ ଘର ଉପରକୁ ଉକ୍ତ ଗ୍ରାମର ଜଣେ ଜେଲ ଫେରନ୍ତା ବ୍ୟକ୍ତି ଗଙ୍ଗାଧର ଦାସ (୫୦) ୩ଟି ହାତତିଆରି ବୋମା ଫିଙ୍ଗିବା ସହ ଏକ ଖଣ୍ଡା ଧରି ଧମକ ଦେଇଥିଲେ । ଘରୁ ବାହାରିଲେ ଜୀବନରୁ ମାରିଦେବା କହିଥିବାବେଳେ ସରପଞ୍ଚ ପରିବାର ଭୟରେ ଘରୁ ବାହାରିନଥିଲେ । ସୂଚନାଯୋଗ୍ୟ ଗତ ୧୯୯୫ ଜୁଲାଇ ୧୨ ତାରିଖରେ…
ରଞ୍ଜିତ ପଣ୍ଡା କୁଜଙ୍ଗ: ଏରସମା ବ୍ଳକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ ଆଜି ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ପଲ୍ଲୀସଭା ଅନୁଷ୍ଠିତ ହୋଇ ଯାଇଛି। ୧୨ ନମ୍ବର ୱାର୍ଡ଼ସଭ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ଜିନ୍ଦଲ ପ୍ରକଳ୍ପ ବିରୋଧୀ ନିଷ୍ପତ୍ତି ଗୃହୀତ ହୋଇଛି। ଜଙ୍ଗଲ ଅଧିକାର ନିୟମ ଆଧାରରେ ଜଙ୍ଗଲ ଉପରେ କେବଳ ଏହା ଉପରେ ନିର୍ଭର କରୁଥିବା ଜନସାଧାରଣ ମାନଙ୍କର ଅଧିକାର ରହିବା ଉଚିତ୍। ଶହଶହ ବର୍ଷ ଧରି ପୁରୁଷାନୁକ୍ରମେ ସ୍ଥାନୀୟ ଢିଙ୍କିଆବାସୀ ଜଙ୍ଗଲ ଉପରେ ନିର୍ଭର କରି ଜିବୀକା ନିର୍ବାହ କରିଆସୁଛନ୍ତି। ଜଙ୍ଗଲ ଜମିଉପରେ ବିଭିନ୍ନ ଅର୍ଥକାରୀ ଫସଲ ଚାଷକରି ସେମାନେ ପ୍ରତିପୋଷିତ ହୋଇ ଆସୁଛନ୍ତି। ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ତୁରନ୍ତ ଅନୁବ୍ରବେଶ ବନ୍ଦ କରନ୍ତୁ ବୋଲି ଜନସାଧାରଣ ମାନେ ଦାବି କରିଥିଲେ। ଅନ୍ୟପକ୍ଷରେ ଜଙ୍ଗଲ ଅଧିକାର ଆଇନବଳରେ ପ୍ରଥମେ ଜଙ୍ଗଲ ଉପରେ ସ୍ଥାନୀୟ ଲୋକମାନଙ୍କର ଅଧିକାର ରହିଛି। ତେଣୁ ଏଠାରେ ଶିଳ୍ପ ପ୍ରତିଷ୍ଠା କରାଗଲାବେଳେ ସେମାନଙ୍କର ମତାମତକୁ ଗୁରୁତ୍ୱ…
ବେଙ୍ଗାଲୁରୁ : ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡଙ୍କ ପୁଅ ସମିତ ଦ୍ରାବିଡ 14 ବର୍ଷରୁ କମ୍ କ୍ରିକେଟରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ବିଗତ ଦୁଇ ମାସ ମଧ୍ୟରେ ସମିତ ଦୁଇଟି ଦ୍ବିଶତକ ହାସଲ କରିଥିବା ବେଳେ ମଙ୍ଗଳବାର ପୁଣି ଏକ ଶତକ ହାସଲ କରିଛନ୍ତି । ମାଲ୍ୟା ଅଦିତି ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ଖେଳୁଥିବା ସମିତଙ୍କ ଅଲରାଉଣ୍ଡ ସଫଳତା ବଳରେ ଡିଭିଜନ୍-2 ଟୁର୍ଣ୍ଣାମେଣ୍ଟର ସେମିରେ ପ୍ରବେଶ କରିଛି ସ୍କୁଲ । ସମିତ 131ଟି ବଲ୍ର ସମ୍ମୁଖୀନ ହୋଇ 24ଟି ଚୌକା ସହାୟତାରେ 166 ରନ୍ ସଂଗ୍ରହ କରିଥିଲେ । ମାଲ୍ୟା ଅଦିତି ସ୍କୁଲ 50 ଓଭରର 330 ରନ୍ ସଂଗ୍ରହ କରିଥିବା ବେଳେ ସମିତଙ୍କ 4 ଓ୍ବିକେଟ ସଫଳତା କାରଣରୁ ପ୍ରତିପକ୍ଷ ଦଳ ମାତ୍ର 182 ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିଜୁ ଜନତା ଦଳର ସଭାପତି ଭାବରେ ନବୀନ ପଟ୍ଟନାୟକଙ୍କ ନାମ ଘୋଷଣା କରାଯାଇଛି । କ୍ରମାଗତ ଅଷ୍ଟମ ଥର ପାଇଁ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ପରିଚାଳନା କରିବା ପାଇଁ ନିଯୁକ୍ତ ପ୍ରତାବ ଦେବ ସଭାପତି ଭାବରେ ନବୀନ ପଟ୍ଟନାୟକଙ୍କ ନାମ ଘୋଷଣା କରିଥିଲେ । ସଭାପତି ଭାବରେ ନିର୍ବାଚିତ ହେବା ପରେ ସାଢେ ଚାରି କୋଟି ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ । ନିର୍ବାଚନରେ ବିଜୟ ବା ପରାଜୟ ପାଇଁ ବିଜେଡି ନିର୍ବାଚନ ଲଢିନଥାଏ ଲୋକଙ୍କ ସେବା କରିବା ପାଇଁ ଦଳ ନିର୍ବାଚନ ଲଢିଥାଏ ବୋଲି ନବୀନ ମତ ଦେଇଛନ୍ତି ।

