Author: Samikhsya Bureau

ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏ ବିରୋଧୀ ହିଂସାକାଣ୍ଡ ପାଇଁ ମୋଦି ସରକାରଙ୍କୁ ପ୍ରଶ୍ନ କରାଯିବା ଉଚିତ୍‌ ବୋଲି ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀ ପ୍ରକାଶ କରିଛନ୍ତି । ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବାରୁ ହିଂସାକାଣ୍ଡ ପରସ୍ଥିତି ପାଇଁ କେନ୍ଦ୍ର ସରକାର ଦାୟୀ । ତେଣୁ ବିପକ୍ଷ ଦଳର ସଦସ୍ୟଙ୍କୁ ହିଂସାକାଣ୍ଡ ପାଇଁ ଦାୟୀ କରିବା ଅପେକ୍ଷା ମୋଦି ସରକାର ନିଜକୁ ଦାୟୀ କରିବା ଯଥାର୍ଥ ବୋଲି ଏଆଇଏମ୍‌ଆଇଏମ୍‌ ସାଂସଦ ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀ ପ୍ରକାଶ କରିଛନ୍ତି । ହିଂସାକାଣ୍ଡରେ ମୃତାହତ ସମସ୍ତ ବ୍ୟକ୍ତି ଭାରତୀୟ ତେଣୁ ଭାରତବାସୀଙ୍କ ପ୍ରାଣହାନି ପାଇଁ ସରକାର ଦାୟିତ୍ବ ଗ୍ରହଣ କରିବା ଉଚିତ୍‌ ବୋଲି ଓଓ୍ବେସୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସାକାଣ୍ଡ ପାଇଁ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହୋ ହଲ୍ଲା କରାଯିବା କାରଣରୁ ଆସନ୍ତାକାଲି ପର୍ଯ୍ୟନ୍ତ ସଂସଦକୁ ମୁଲତବୀ ରଖାଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାର ଚିତ୍କାର ସ୍ବର ଏବେ ସଂସଦ ଭବନରେ ଗୁଞ୍ଜରିତ ହେଉଛି ।  ଆଜି ସଂସଦର ଦୁଇ ସଭା ଲୋକସଭା ଓ ରାଜ୍ୟସଭାରେ ଦିଲ୍ଲୀ ହିଂସାକୁ ନେଇ ଜୋରସୋରରେ ହଙ୍ଗାମା ହୋଇଛି । ଦିଲ୍ଲୀ ହିଂସା ନେଇ ଉଭୟ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏଥିପାଇଁ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରାଯାଇଛି। ଶାହା ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ଲୋକ ସଭାରେ ଏନେଇ ହଟ୍ଟଗୋଳ ହୋଇଛି। କଂଗ୍ରେସ ସଦସ୍ୟ ଶାହାଙ୍କ ଇସ୍ତଫା ଦାବି ଲେଖାଥିବା ପ୍ଲାକାର୍ଡ ଧରି ଗୃହ ମଝିକୁ ଆସି ହଟ୍ଟଗୋଳ କରିଥିଲେ। ହିଂସାରେ ଦିଲ୍ଲୀ ଜଳୁଥିବାବେଳେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନୀରବ ରହିଥିବାର ଅଭିଯୋଗ କରିଛନ୍ତି ଗୁଲାମ ନବୀ ଆଜାଦ୍‌ । ମିଳିଥିବା ସୂତ୍ର ଅନୁସାରେ ଗୃହ ମନ୍ତ୍ରୀ ଅମିତ୍ ଶାହା ଦିଲ୍ଲୀ ହିଂସାକୁ ନେଇ ଉତ୍ତର ରଖିବେ…

Read More

ଭୁବନେଶ୍ବର : ସରିଲା ମାଟ୍ରିକ୍ ପରୀକ୍ଷା। ଆସନ୍ତା 18 ତାରିଖରେ ଆରମ୍ଭ ହେବ ଖାତା ଦେଖା। ଖାତା ଦେଖା ପ୍ରକ୍ରିୟାରେ ସାମିଲ୍‌ ହେବେ 15 ହଜାରରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ । 62ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତା ଦେଖା ହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜାରା। ନୂଆ ପଦ୍ଧତିରେ ପରୀକ୍ଷା ହୋଇଥିବାରୁ ମୂଲ୍ୟାୟନ ପାଇଁ ସମୟ ଲାଗିବ ବୋଲି କହିଛନ୍ତି ବୋର୍ଡ ସଭାପତି । ମୂଲ୍ୟାୟନକୁ ନିର୍ଭୁଲ୍‌ କରିବାକୁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯିବା ବୋଲି କହିଛନ୍ତି ବୋର୍ଡ ସଭାପତି । ଚଳିତ ମାଟ୍ରିକ୍‌ ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯିବା ସହ ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଥିଲା ।

Read More

ଭୁବନେଶ୍ବର : ଗତକାଲିଠାରୁ ରାଜ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥା କଡାକଡି କରାଯିବା ପରେ ମୋଟା ଅଙ୍କର ଜରିମାନା ଆଦାୟ ହୋଇଛି । 24 ଘଣ୍ଟା ମଧ୍ୟରେ କୋଟିଏ ଟଙ୍କାର ଜରିମାନା ହୋଇଛି ବୋଲି ସୂଚନା ମିଳିଛି । 6ମାସର କୋହଳ ଅବଧି ସମାପ୍ତ ପରେ ରାଜ୍ୟରେ ଟ୍ରାଫିକ୍‌ ନିୟମ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି କ୍ରମରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟା ରକମ ଜରିମାନା ଆଦାୟ ହୋଇଛି । ବାଇ୍‌କରେ ତିନିଜଣ ବସିବା କାରଣରୁ 126 ଜଣଙ୍କଠୁ ଜରିମାନା ଆଦାୟ କରାଯାଇଥିବାବେଳେ ମୋବାଇଲରେ କଥା ହେବା କାରଣରୁ 48 ଜଣ, ବିପରୀତ ଦିଗରେ ଡ୍ରାଇଭିଂ ପାଇଁ 10 ଜଣ, ବିନା ହେଲମେଟ୍‌ରେ 1831ଜଣ ଓ ମଦ ପିଇ ଡ୍ରାଇଭିଂ କରି 24 ଜଣ ଧରାପଡିଛନ୍ତି । ସେହିପରି ବିନା ସିଟ୍‌ ବେଲ୍ଟରେ 349ଜଣ, ଦ୍ରୁତ ଡ୍ରାଇଭିଂ ପାଇଁ 277ଜଣଙ୍କୁ ଜରିମାନା ହୋଇଛି । 24 ଘଣ୍ଟା ଭିତରେ…

Read More

ମୁମ୍ବାଇ : ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ରୋହିତ ଶେଟ୍ଟୀଙ୍କ ଅପ୍‌କମିଙ୍ଗ ପୋଲିସ୍‌ ଆକ୍ସନ୍‌ ଡ୍ରାମା ସୂର୍ଯ୍ୟବଂଶୀର ଟ୍ରେଲର ରିଲିଜ୍‌ ହୋଇଛି । ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜରିଆରେ ଅକ୍ଷୟ କୁମାର ଆକ୍ସନ୍‌ ଅବତାରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଫିଲ୍ମରେ ଅକ୍ଷୟ କୁମାର ଜଣେ ଏଟିଏସ୍‌ ଅଧିକାରୀ ଭୂମିକାରେ ନଜର ଆସିଛନ୍ତି । କ୍ୟାଟ୍ରିନା କୈଫ୍‌ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି । ଏହା ସହିତ ଫିଲ୍ମରେ ଅଭିମନ୍ୟୁ ସିଂ ମୁଖ୍ୟ ଖଳନାୟକ ଭୂମିକାରେ ନଜର ଆସିଥିବା ବେଳେ ଜ୍ୟାକି ଶ୍ରଫ୍‌ ଏବଂ କୁମୁଦ ମିଶ୍ର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । https://youtu.be/u5r77-OQwa8 ଫିଲ୍ମରେ ରଣବୀର ସିଂ ଏବଂ ଅଜୟ ଦେବଗନଙ୍କ ଏଣ୍ଟ୍ରି ମଧ୍ୟ ଜବରଦସ୍ତ ରହିଛି । ଆକ୍ସନ୍‌ ସିନ୍‌ ଗୁଡିକ ଜୀବନ୍ତ ଲାଗୁଥିବା ବେଳେ ଅକ୍ଷୟ-କ୍ୟାଟ୍ରିନାଙ୍କ କେମେଷ୍ଟ୍ରି ମଧ୍ୟ ଚମତ୍କାର ରହିଛି । ଫିଲ୍ମଟି…

Read More

ନୂଆଦିଲ୍ଲୀ : ଏଣିକି ବିମାନରେ ମିଳିବାକୁ ଯାଉଛି ମାଗଣା ଓ୍ବାଇଫାଇ ସେବା । ପୂର୍ବରୁ ଏ ସମ୍ପର୍କରେ ଘୋଷଣା କରାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ବିଳମ୍ବ କରାଯାଉଥିଲା ମାତ୍ର ଶେଷରେ ରବିବାର ଦିନ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ପୂର୍ବରୁ ଗୁଗୁଲ୍‌ ସହାୟତାରେ ଭାରତୀୟ ରେଳବାଇ ପକ୍ଷରୁ ମାଗଣା ଓ୍ବାଇଫାଇ ସେବା ପ୍ରଦାନ କରାଯାଇଥିଲା । ଫେବୃୟାର 29 ତାରିଖରେ ବିମାନ ମନ୍ତ୍ରାଳୟ ପକ୍ଷରୁ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି । କେବଳ ଅନ୍ତର୍ଜାତୀୟ ଯାତ୍ରା ସମୟରେ ଏହି ସୁବିଧା ମିଳିବ । ଆସନ୍ତା ସମୟରେ ଘରୋଇ ଯାତ୍ରାରେ ମଧ୍ୟ ଏହି ସୁବିଧାର ଲାଭ ମିଳିବ । ପାଇଲଟ୍‌ଙ୍କ ନିକଟରୁ ଅନୁମତି ନେଇ ଯାତ୍ରୀ ମାନେ ଇଣ୍ଟରନେଟ୍‌ ବ୍ୟବହାର କରିପାରିବେ । (ଏଜେନ୍ସି)

Read More

ମୁମ୍ବାଇ: ଅଭିନେତ୍ରୀ ଏଲି ଅବ୍ରାହାମ୍‌ ବ୍ଲାକ ବିକିନ୍‌ରେ ଏକ ଫଟୋ ସେୟାର କରିଛନ୍ତି।  ଫିଲ୍ମ ‘ମଲଙ୍ଗ୍‌’ରେ ଏକ ଅଲଗା ଅନ୍ଦାଜରେ ନଜର ଆସିଥିଲେ ଏହି ଅଭିନେତ୍ରୀ ଜଣକ। ଏହି ଫିଲ୍ମରେ ସେ ଏକ ଭିନ୍ନ ହେୟାରଷ୍ଟାଇଲ୍‌ ସାଙ୍ଗକୁ ଦେହରେ ଟାଟୁ କରିଥିବାର ନଜର ଆସିଥିଲେ। ଅଭିନେତ୍ରୀ ଜଣକ ମଲଙ୍ଗ ଫିଲ୍ମର କିଛି ଥ୍ରୋବ୍ରେକ୍‌ ଫଟୋ ସେୟାର କରିଛନ୍ତି। ଏଥିରେ ଏଲି ଟାଟୁ୍‌ ସହ ବ୍ଲାକ ବିକିନ୍‌ରେ ବେଶ୍‌ ଗର୍ଜିୟସ୍‌ ଲାଗୁଛନ୍ତି। ଏବେ ତାଙ୍କର ଏହି ଫଟୋକୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ମଲଙ୍ଗରେ ଏଲି ଏକ ଛୋଟ ରୋଲ୍‌ ପ୍ଲେ କରିଥିବାବେଳେ କିନ୍ତୁ ଏହା ବେଶ୍‌ ଇଣ୍ଟେରଷ୍ଟିଂ ରହିଥିଲା। ଏଲି ଏହି ଫିଲ୍ମରେ ଜେସିର ଚରିତ୍ର ନିଭାଇଥିବାବେଳେ ଏହି ରୋଲ୍‌ ପାଇଁ ବହୁତ ସାରା ଲୁକସ୍‌କୁ ଟ୍ରାଏ କରିବାକୁ ପଡିଥିଲା ବୋଲି କହିଛନ୍ତି ଏଲି। ସେହିପରି ଟାଟୁକୁ ନେଇ ଏଲି କହିଛନ୍ତି ଯେ, ଟାଟୁ କରିବା ପୂର୍ବରୁ ସେ ମଲଙ୍ଗ…

Read More

ମୁମ୍ବାଇ : କ୍ରମାଗତ 6 ଦିନ ଧରି ତଳୁଆ ରହିବା ପରେ ଉପରକୁ ଉଠିଛି ଭାରତୀୟ ସେୟାର ବଜାର । ସପ୍ତାହ ଏବଂ ମାସର ପ୍ରଥମ ଟ୍ରେଡିଂରେ ସୋମବାର ଦିନ ସେନସେକ୍ସ 750 ପଏଣ୍ଟ ଉପରକୁ ଉଠିଛି । ସକାଳର ପ୍ରଥମ ଘଣ୍ଟାରେ ସେନ୍‌ସେକ୍ସ 785 ପଏଣ୍ଟ ଉପରକୁ ଉଠିବା ସହିତ 38746.85 ପଏଣ୍ଟରେ ପହଞ୍ଚିଥିଲା । ଏହି ସମୟରେ ନିଫ୍‌ଟୀରେ 120.05 ପଏଣ୍ଟର ଅଭିବୃଦ୍ଧି ଘଟିଥିଲା । ସକାଳ 9.15 ମିନିଟ୍‌ରେ ବଜାର ଖୋଲିବା ପରେ ନିବେଶକଙ୍କୁ 1 ମିନିଟ୍‌ ମଧ୍ୟରେ 2 ଲକ୍ଷ କୋଟିର ଫାଇଦା ହୋଇଥିଲା । ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ସିଏଲ୍‌, ରିଲାଏନ୍ସ,, ଟିସିଏସ୍‌ ଏବଂ ଓଏନ୍‌ଜିସିର ସେୟାର ମୂଲ୍ୟରେ ଅଭିବୃଦ୍ଧି ଘଟିଛି । (ଏଜେନ୍ସି)

Read More

ମୁଜାଫରନଗର: ଟିକ୍‌ଟକ୍‌ରେ ଭିଡିଓ ବନାଇବା ନିଶାରେ ଆଜିର ଯୁବପିଢିମାନେ ନିଜ ସୀମା ପାର କରିଯାଉଛନ୍ତି । ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ଯୁବକକୁ ଟିକ୍‌ଟିକ୍‌ କରିବା ବେଶ ମହାଙ୍ଗା ସାବ୍ୟସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ 18 ବର୍ଷୀୟ ଜଣେ ଯୁବକ ଟିକ୍‌ ଟକ୍‌ ଭିଡିଓ କରିବାକୁ ଯାଇ ନିଜ ପ୍ରାଣ ଦେଇଛନ୍ତି। ଯୁବକ ଜଣକ ଗଙ୍ଗାର କେନାଲ୍‌ରେ ପଡି ମୃତ୍ୟୁବରଣ କରିଛନ୍ତି । ଯୁବକ ଜଣକ କେନାଲ୍‌ରେ ପଡିବା ପରେ ତାଙ୍କ ମୁଣ୍ଡ ପଥରରେ ମାଡ ହୋଇଯାଇଥିଲା  ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟିବାର ଦୁଇ ଘଣ୍ଟା ପରେ ତାଙ୍କ ଶବ ଉଦ୍ଧାର କରାଯାଇଛି । ଏହି ଘଟଣାର ଭିଡିଓ ଏବେ ସୋସାଇଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ଯୁବକ ଜଣକ ତାଙ୍କ ବନ୍ଧୁଙ୍କ କେନାଲ୍‌ ପାଖରେ ଭିଡିଓ ପ୍ରସ୍ତୁତ କରୁଥିଲେ ।  ଏହି ଭିଡିଓରେ ସମ୍ପୃକ୍ତ ଯୁବକ ଜଣକ କେନାଲକୁ ଡେଉଁଥିଲେ । ଅନ୍ୟ…

Read More

ଦୀଘା : ମତ୍ସଜୀବୀଙ୍କ ଜାଲରେ ପଡିଲା 900 କିଲେଗ୍ରାମର ମାଛ । ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲାର ଦୀଘା ମୁହାଣରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବାବେଳେ ଜାଲରେ ଏହି ବିଶାଳ ମାଛଟି ପଡ଼ିଥିଲା। ଏହି ମାଛକୁ ମଗର ମାଛ ବୋଲି କୁହାଯାଉଥିବାବେଳେ ଏହାର ଓଜନ ୯୦୦ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ମାଛଟିକୁ ୨୦ ହଜାର ଟଙ୍କା ନିଲାମ କରାଯାଇଥିବା ସୂଚନା ମିଳିଛି। ଏହି ମାଛକୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

Read More

ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ପଓ୍ବନଙ୍କୁ ସୁପ୍ରିମ୍‌କୋର୍ଟଙ୍କୁ ବଡ ଝଟ୍‌କା ମିଳିଛି । ସୁପ୍ରିମ୍‌କୋର୍ଟ ପଓ୍ବନ କୁମାରଙ୍କ କ୍ୟୁରେଟିଭ୍‌ ପିଟିସନ୍‌କୁ ଖାରଜ କରିଛନ୍ତି । ଫାଶୀକୁ କୋହଳ କରି ଆଜୀବନ ଜେଲ୍‌ ଦଣ୍ଡ କରିବାକୁ ଆବେଦନ କରିଥିଲା । ଜଷ୍ଟିସ୍‌ ଏନ୍‌ବି ରମନ୍ନା, ଜଷ୍ଟିସ୍‌ ଅରୁଣ ମିଶ୍ରା, ଜଷ୍ଟିସ୍‌ ରୋହିନ୍ତନ୍‌ ନରୀମନ, ଜଷ୍ଟିସ୍‌ ଭାନୁମତି ଓ ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଦିଲ୍ଲୀ ହାଇକୋର୍ଟ ମାର୍ଚ୍ଚ ତିନି ତାରିଖ ସକାଳ 6ଟାରେ ନିର୍ଭୟା ଦୋଷୀଙ୍କ ଫାଶୀ ପାଇଁ ଡେଥ୍‌ ଓ୍ବାରେଣ୍ଟ ଜାରି କରିଥିଲେ । କିନ୍ତୁ ଦୋଷୀମାନେ ଫାଶୀରୁ ବର୍ତ୍ତିବା ପାଇଁ ଭିନ୍ନ ଭିନ୍ନ ଚାଲ୍‌ ଆପଣାଉଛନ୍ତି । ଏବେ ପଓ୍ବନ ପାଖରେ ରାଜକ୍ଷମା ଆବେଦନର ଆଉ ଏକ ସୁଯୋଗ ରହିଥିବାବେଳେ ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ପୁନର୍ବାର ରାଜକ୍ଷମା ପାଇଁ ଆବେଦନ କରିଛି । ଏପରି କ୍ଷେତ୍ରରେ ଆସନ୍ତାକାଲି ଫାଶୀ…

Read More

ସମୀକ୍ଷା ବ୍ୟୁରୋ ପୁରୀ : ବିଶ୍ବ ଦରବାରରେ ପୁରୀକୁ ପରିଚିହ୍ନିତ କରାଇବା ପାଇଁ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି। ମନ୍ଦିରର ସୌନ୍ଦର୍ଯ୍ୟ ଓ ଉନ୍ନତିକରଣ ପାଇଁ ଜବରଦଖଲ ଉଚ୍ଛେଦ ସହିତ ଉନ୍ନତିକରଣ ପାଇଁ କାର୍ଯ୍ୟ ମଧ୍ୟ ଜୋରସୋର୍‌ରେ ଚାଲିଛି। ଏହି କ୍ରମରେ ପୁରୀକୁ ସମ୍ପୂର୍ଣ୍ଣ ଭିକାରୀ ମୁକ୍ତ କରିବା ପାଇଁ ଯୋଜନା ଚାଲିଛି। ପୁରୀ ସହର ଏବଂ ଏହାର ଆଖପାଖ ଅଞ୍ଚଳ ହେବ ଭିକାରିମୁକ୍ତ। ଏଥିପାଇଁ ଜିଲା ପ୍ରଶାସନ ନୀଳାଦ୍ରି ନିଳୟ ଯୋଜନା ଆରମ୍ଭ କରିଛନ୍ତି । ମାର୍ଚ୍ଚ ତିନି ତାରିଖରୁ ଏହି ଯୋଜନା ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲଓ୍ବନ ସିଂ । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ 600 ଭିକାରୀ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର 8ଟି ସ୍ଥାନରେ ନୀଳାଦ୍ରି ନିଳୟ ଗୃହ ହେବ ବୋଲି ସୂଚନା ରହିଛି। ସେହିପରି ପ୍ରତି ଗୃହରେ 50 ଭିକାରୀମାନଙ୍କ ବ୍ୟବସ୍ଥା ହେବ। ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍‌କୁ ସିଜ୍‌ କରାଯାଇଛି। ଫିଟ୍‌ନେସ୍‌ ନଥାଇ ରାସ୍ତାରେ ଗଡିବା ଅଭିଯୋଗରେ ସିଜ୍‌। ବୈଧ ପଞ୍ଜୀକରଣ ଓ ପଲ୍ୟୁସନ୍‌ ନିୟମ ଉଲ୍ଲଂଘନ କରିଥିବାରୁ ଏହି ଜରିମାନା ଆଦାୟ କରାଯାଇଛି। ଉଭୟ ବସ୍‌କୁ 25 ହଜାର 5 ଶହ ଲେଖାଏଁ ଜରିମାନା ଆଦାୟ କଲେ ଆରଟିଓ-1। ମାର୍ଚ୍ଚ 1 ତାରିଖରୁ ମୋଟର ଯାନ ଆଇନ କଡ଼ାକଡ଼ି ପାଳନ କରାଯାଇଛି।  ଦିଆଯାଇଥିବା ୬ ମାସର ଅବଧି ପୂରିଯାଇଥିବା ବେଳେ ଏଥର ଯାଞ୍ଚ କଡ଼ାକଡ଼ି କରାଯାଉଛି। ନୂଆ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯାଉଛି।

Read More

ଆଲିଗଡ : ମା’ର ସଂଜ୍ଞା ତିଆରି କରିବା ବଡ କଷ୍ଟକର । ସନ୍ତାନକୁ ଜନ୍ମ ଦେଇ ବଢେଇ କୁଢେଇ ମଣିଷ ତିଆରି କରିଥାଏ ମା’ । ମା’ ଭୂମିକାର ଜଟିଳ ପଣ ତଥା ନିଆରାପଣର ସଂଜ୍ଞା କିଛି ନାହିଁ । ଦୁନିଆର ସବୁଠୁ ମିଠା ଶବ୍ଦ ଓ ଏକାନ୍ତ ନିଜର ହେଉଛି ମା’ । ସନ୍ତାନର ସମସ୍ତ ଅଳି ଅର୍ଦ୍ଦଳି ସହିବା ସହିତ ସେହି ସନ୍ତାନ ପାଇଁ ସାରା ଦୁନିଆ ସହ ଯୁଦ୍ଧ କରିବାକୁ ବି ପସ୍ତାଏ ନାହିଁ ମା’ । ଦୁନିଆର ସବୁଠୁ ବଡ଼ ଯୋଦ୍ଧା ହେଉଛି ଏହି ମା’ । କିନ୍ତୁ ଆଜିର ସମାଜରେ ଘଟୁଥିବା କିଛି ଘଟଣା ଏହାର ବ୍ୟତିକ୍ରମ କରୁଛି । ସାମାନ୍ୟ ରାଗରେ ମା’ ନିଜ ଜନ୍ମିତ ସନ୍ତାନକୁ ନୃଶଂସ ଭାବେ ହତ୍ୟା କରୁଛି ।  ଜଣେ ମା’ ସାତ ମାର ସନ୍ତାନକୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ହତ୍ୟା କରିବା ଭଳି ଏକ ହୃଦୟ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭାରତୀୟ ରେଳବାଇ ତରଫରୁ ସୋମବାର ଅର୍ଥାତ୍‌ ମାର୍ଚ୍ଚ ଦୁଇ ତାରିଖରେ ବାତିଲ୍‌ ହେବାକୁ ଥିବା ଟ୍ରେନ୍‌ର ସୂଚନା ଜାରି କରିଛନ୍ତି। ରେଳବାଇ ସୂଚନା ଅନୁସାରେ ସୋମବାର ଦିନ 821ଟି ଟ୍ରେନ୍‌ ବାତିଲ୍‌ ହେବ। ବାତିଲ୍‌ ହୋଇଥିବା ଟ୍ରେନ୍‌ଗୁଡିକ ମଧ୍ୟରେ ଅଧିକାଂଶ ପ୍ୟାସେଞ୍ଜର ଟ୍ରେନ୍‌ ରହିଛି। ଆଜି ଯାତ୍ରା କରିବାକୁ ବାହାରିଥିବା ଯାତ୍ରୀମାନେ ସୂଚୀ ଦେଖି ଯାତ୍ରା ଆରମ୍ଭ କରିବା ଉଚିତ୍‌। ବାତିଲ୍‌ ହୋଇଥିବା ଟ୍ରେନ୍‌ଗୁଡିକ ମଧ୍ୟରେ  ପ୍ୟାସେଞ୍ଜର, ମେଲ୍, ସ୍ପେଶାଲ୍‌, ଜନଶତାବ୍ଦୀ, ସମ୍ପର୍କକ୍ରାନ୍ତି, ହମସଫର୍‌, ସପ୍ତକ୍ରାନ୍ତି ଏକ୍ସପ୍ରେସ୍‌ ଓ ଡବଲ ଡେକର୍‌ ସାମିଲ୍‌ ରହିଛି । ଏହି ଟ୍ରେନ୍‌ଗୁଡିକ ମଧ୍ୟରେ ଦିଲ୍ଲୀରୁ ହାଓ୍ବାଡା, ଛପରା, ପାଟନା, ଗୋରଖପୁର, ଲକ୍ଷ୍ନୌ, ବାରାଣାସୀ ସମେତ କିଛି ବଡ ବଡ ସହରକୁ ସଂଯୋଗ କରୁଥିବା ଟ୍ରେନ୍‌ଗୁଡିକ ମଧ୍ୟ ସାମିଲ୍‌ ରହିଛନ୍ତି । ଭାରତୀୟ ରେଳବାଇ ଦ୍ବାରା ଜାରି କରାଯାଇଥିବା ସୂଚୀ ଅନୁସାରେ ମାର୍ଚ୍ଚ ଦୁଇ ତାରିଖରେ 594ଟି ଟ୍ରେନ୍‌ ସମ୍ପୂର୍ଣ୍ଣ…

Read More