Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର: ଧାନ ବେପାରୀଙ୍କ ସହିତ ମିଲର ଓ ସମବାୟ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ତିର୍ତ୍ତୋଲ ଅଂଚଳର ଅନେକ ଚାଷୀ ଧାନ ଦେଇନପାରି ହନ୍ତସନ୍ତ ହେଉଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଏମିତିକି ମଣ୍ଡିରେ ଧାନଦେବା ପାଇଁ ଅନେକ ଚାଷୀ ବହୁ ଆଗରୁ ସମବାୟ ସମିତିରେ ଆବେଦନ କରି ମଧ୍ୟ ଟୋକନ ପାଇପାରୁ ନଥିବା ବେଳେ ବେପାରୀ ମାନେ କିନ୍ତୁ ଏକାଧିକବାର ଟୋକନ ପାଇ ଅନେକ ଥର ଧାନ ଦେଇସାରିଲେଣି ବୋଲି ଚାଷୀମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ତେବେ ଚାଷୀମାନେ ଟୋକନ୍‌ ନ ପାଇ ଧାନ ବିକ୍ରି କରିବାକୁ ନାହିଁ ନଥିବା ହଇରାଣ ହେଉଥିବାବେଳେ ବେପାରୀମାନେ ଟୋକନ୍‌ ପାଇ ଧାନ ବିକ୍ରି କରିବାକୁ ସାଧାରଣରେ ଏକ ପ୍ରଶ୍ନ ଉଠିଛି। ସମବାୟ କର୍ମଚାରୀଙ୍କର ଏବେ ପୁଷମାସ ଚାଲିଥିବାର ଖବର ମିଳିଛି। ଖରା ବର୍ଷା ଶୀତ କାକରରେ ଦିନଦିନ ଧରି ଧାନମଣ୍ଡିରେ ଅପେକ୍ଷା କରି ଚାଷୀ ହତାଶ ହେଉଥିବା ବେଳେ ଚଞ୍ଚକତା କରି ଚାଷୀଙ୍କ…

Read More

କ୍ରୀଷ୍ଟଚର୍ଚ୍ଚ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତର ଦୟନୀୟ ପ୍ରଦର୍ଶନ ଜାରି ରହିଛି । ଭାରତୀୟ ବ୍ୟଟ୍ସମ୍ୟାନ୍‌ଙ୍କ ଦୟନୀୟ ପ୍ରଦର୍ଶନ ଯୋଗୁଁ ଭାରତ ମାତ୍ର 242 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିବା ବେଳେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ବିନା ଓ୍ବିକେଟ୍‌ରେ 63 ରନ୍‌ ସଂଗ୍ରହ କରିଛି । ଭାରତ ପକ୍ଷରୁ ତିନି ଜଣ ବ୍ୟାଟ୍ସମ୍ୟାନ୍‌ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ରୂପାନ୍ତରିତ କରିବାରେ ବିଫଳ ହୋଇଥିଲେ । ଭାରତ ପକ୍ଷରୁ ପୃଥ୍ବୀ ଶ(54), ଚେତେଶ୍ବର ପୂଜାରା (54) ଏବଂ ହନୁମା ବିହାରୀ(55) ରନ୍‌ ସଂଗ୍ରହ କରିଥିଲେ । ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ପୁନର୍ବାର ବିଫଳ ହୋଇଥିଲେ । କାଇଲ୍‌ ଜାମିସାନେ 45 ରନ୍‌ରେ 5 ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଟପ୍‌ ଅର୍ଡରରେ ତିନି ଓ୍ବିକେଟ୍‌ ଅକ୍ତିଆର…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: ଜଗତସିଂହପୁର ଜିଲ୍ଲାର ପାରାଦୀପରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ପାରାଦୀପ ଲକ୍‌ ଥାନା ସମ୍ମୁଖରେ ଜଣେ ଯୁବକଙ୍କୁ ଟ୍ରକ୍‌ ଚାପି ଦେବାରୁ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। 5 ନମ୍ବର ଜାତୀୟ ରାଜପଥରେ ଚଣ୍ଡୀଖୋଲରୁ ପାରାଦୀପ ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ୍‌ ସହିତ ଯୁବକଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଏରସମା ବ୍ଲକ୍‌ ଅନ୍ତର୍ଗତ ନେମାଳ ଗ୍ରାମର ଜଗୁ ମଲିକ୍‌ ନାମକ ଏହି ଯୁବକ ଜଣକ ନିଜ ମାଉସୀ ଘରକୁ ଯାଉଥିଲେ। ଟ୍ରକ୍‌ଟି ଯୁବକଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଶନିବାର ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଏକ ଛୋଟଧରରଣ ଅଦଳ ବଦଳ କରିଛନ୍ତି । ରାଜ୍ୟପାଳଙ୍କ ସଚିବ ଭାବରେ ନିଯୁକ୍ତି ପାଇଛନ୍ତି ପ୍ରମୋଦ ମେହେର୍ଦ୍ଦା । ବରିଷ୍ଠ ପ୍ରଶାସନିକ ଅଧିକାରୀ ମେହେର୍ଦ୍ଦାଙ୍କୁ ଶନିବାର ରାଜ୍ୟପାଳଙ୍କ ସଚିବ ଭାବରେ ଘୋଷଣା କରାଯାଇଛି । ପୂର୍ବରୁ ପରିବହନ ସଚିବ ରହିଥିବା ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ସଚିବ ଭାବରେ ଦାୟିତ୍ବ ଦିଆଯାଇଛି । ସେହିଭଳି ପୂର୍ବରୁ ରାଜ୍ୟପାଳଙ୍କ ସଚିବ ରହିଥିବା ମଧୁସୂଦନ ପାଢୀଙ୍କୁ ଚକବନ୍ଦୀ ବିଭାଗକୁ ପଠାଯାଇଛି ।

Read More

ଭୁବନେଶ୍ବର, ଆଜି କୋଣାର୍କ ଏକ୍ସପ୍ରେସ ( 11020) ରାତି ନଅ ଟାରେ ଛାଡିବା ବୋଲି ପୂର୍ବତଟ ରେଳବାଇ ତରଫରୁ କୁହାଯାଇଛି। ଏହି ସ୍ବତନ୍ତ୍ର ଟ୍ରେନଟି ପ୍ରତିଦିନ ଅପରାହ୍ନ 3ଟା 25 ମିନିଟରେ ଭୁବନେଶ୍ବର ଛାଡିବାର ସମୟ ରହିଛି। ହେଲେ ଡାଉନ ଟ୍ରେନଟି ଆଜି ଭୁବନେଶ୍ବରରେ ବିଳମ୍ବରେ ପହଁଚିବ ବୋଲି ଜଣାପଡିଛି। ଫଳରେ ଅପ ଟ୍ରେନଟି ଯାହା ଭୁବନେଶ୍ବରରୁ ମୁମ୍ବାଇ ଯିବ ତାହା ଛାଡିବାରେ ବିଳମ୍ବ କରାଯାଇଛି। ଗତ କିଛି ଦିନ ଧରି ଏହି ଟ୍ରେନଟି ବିଳମ୍ବରେ ଭୁବନେଶ୍ବରର ଛାଡୁଛି। ମୁଖ୍ୟତଃ ରେଳ ଧାରଣାରେ ବିଭିନ୍ନ ସ୍ଥାନରେ ଉନ୍ନତିମୂଳକ କାର୍ଯ୍ୟ କରାଯାଉଥିବାରୁ ଡାଉନ ଟ୍ରେନ ଆସିବାରେ ବିଳମ୍ବ ହେଉଛି।

Read More

ମୁମ୍ବାଇ : ହୁରୁନ୍‌ ଗ୍ଲୋବାଲ୍‌ ପକ୍ଷରୁ ଶନିବାର ଦିନ ବଶ୍ବର ଶ୍ରେଷ୍ଠ ଧନୀକଙ୍କ ତାଲିକା ପ୍ରକାଶ ପାଇଛି । ଏକମାତ୍ର ଭାରତୀୟ ଭାବରେ ମୁକେଶ ଅମ୍ବାନୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଶନିବାର ପ୍ରକାଶିତ ତାଲିକାରେ ଅମ୍ବାନୀ ନବମ ସ୍ଥାନରେ ରହିଛନ୍ତି । ମାଇକ୍ରୋସଫ୍‌ଟର ଷ୍ଟିଭ୍‌ ବାଲ୍‌ମର ଏବଂ ଗୁଗୁଲ୍‌ର ଲାରୀ ପେଜ୍‌ଙ୍କ ସହିତ ଯୁଗ୍ମ ଭାବରେ ନବମ ସ୍ଥାନରେ ରହିଛନ୍ତି । ଟପ୍‌ ଟେନ୍‌ ମଧ୍ୟରେ ଦ୍ବିତୀୟ ଥର ପାଇଁ ସ୍ଥାନ ପାଇଥିବା ଅମ୍ବାନୀଙ୍କ ସମ୍ପତ୍ତି ପରିମାଣରେ 13 ବିଲିୟନ୍‌ ଡଲାରର ଅଭିବୃଦ୍ଧି ସହିତ 67 ବିଲିୟନ୍‌ ଡଲାରରେ ପହଞ୍ଚିଛି । ଜିଓର ସଫଳତା କାରଣରୁ ଅମ୍ବାନୀଙ୍କ ସମ୍ପତ୍ତିରେ ଏହି ଅଭିବୃଦ୍ଧି ଘଟିଛି । ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ 140 ବିଲିୟନ୍‌ ଡଲାର ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ବିଲ୍‌ ଗେଟ୍‌ସ୍‌ ତୃତୀୟ ସ୍ଥାନକୁ ଖସି ଆସିଥିବା ବେଳେ ବେଜୋସ୍‌ଙ୍କ ପତ୍ନୀ ମ୍ୟାକେଞ୍ଜି ବେଜୋସ୍‌ 44…

Read More

ମେଲବୋର୍ଣ୍ଣ : ଟି20 ମହିଳା ବିଶ୍ବକପ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତ ଶ୍ରୀଲଙ୍କାକୁ 7 ଓ୍ବିକେଟରେ ପରାସ୍ତ କରିଛି । ପୂର୍ବରୁ ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ନିଜର ସମସ୍ତ ଚାରି ଲିଗ୍‌ ମ୍ୟାଚ୍‌ରେ ବିଜୟୀ ହୋଇଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି 113 ରନ୍‌ ସଂଗ୍ରହ କରିଥିବା ବେଳେ ଭାରତ 3 ଓ୍ବିକେଟ ହରାଇ ବିଜୟ ହାସଲ କରି ନେଇଥିଲା । ଭାରତ ପକ୍ଷରୁ ଶେଫାଳି ବର୍ମା ସର୍ବାଧିକ 47 ରନ୍‌ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ମାନ୍ଧନା 17, ହରମନ୍‌ପ୍ରୀତ୍‌ କୌର 15 ରନ୍‌ ସଂଗ୍ରହ କରିଥିଲେ । ଶେଫାଳି 34ଟି ବଲ୍‌ର ସମ୍ମୁଖୀନ ହୋଇ 7 ଚୌକା ଏବଂ ଏକ ଛକ୍କା ସହାୟତାରେ 47 ରନ୍‌ ସଂଗ୍ରହ କରିଥିଲେ । ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା । ଅଭିଜ୍ଞ ଚମାରି ଅଟ୍ଟାପଟ୍ଟୁଙ୍କ 33 ଏବଂ କଭିସା ଦିହ୍ଲାରୀ (25*)ଙ୍କ…

Read More

କୃଷ୍ଣଚନ୍ଦ୍ର ସୁଆଁସିଆ ଶେରଗଡ଼ : ବୃକ୍ଷ ହିଁ ଜୀବନ। ସବୁଜ ବଳୟ ସୃଷ୍ଟି କରି ପରିବେଶ ସନ୍ତୁଳନ ରକ୍ଷା କରିବାକୁ ସରକାରୀ ସ୍ତରରୁ ଆରମ୍ଭ କରି ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ କରିବା ପରିଲକ୍ଷିତ ହୋଇଥାଏ। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସରକାରୀ ତଥ୍ୟରେ ବୃକ୍ଷରୋପଣ ପାଇଁ ଗ୍ରାମପଞ୍ଚାୟତର ପୁନାନ୍ଦ ପ୍ରାଥମିକ ବିଦ୍ୟାଳୟ, ଗୋଠଗାଁ ବଡ ବନ୍ଧ ହିଡ, ଗୋଠଗାଁ ହାଇସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଆଦି ସ୍ଥାନରେ ପାଖାପାଖି ୧୫୮୪ଟି ବୃକ୍ଷରୋପଣ ହେବା ପ୍ରକାଶ ପାଇଛି। ସୂଚନା ମୁତାବକ ହାଇସ୍କୁଲରେ କିଛି ଯୁବଗୋଷ୍ଠୀ ପଞ୍ଚାୟତ ଅଫିସ ଯୋଗାଯୋଗ କରି ବୃକ୍ଷରୋପଣ କରିଥିବା ବେଳେ ସମସ୍ତ ଚାରୋଟି ସ୍ଥାନରେ ସ୍ବଳ୍ପ ବୃକ୍ଷରୋପଣ କରିବା ପରିଲକ୍ଷିତ ହୋଇଛି। ତାସହିତ ବୃକ୍ଷରୋପଣ କରାଯାଇଥିବା ବୃକ୍ଷର ଯତ୍ନ ନନେବା ଫଳରେ ତାହା କିଛି ଦିନର ବ୍ୟବଧାନ ପରେ ନଷ୍ଟ ହୋଇଯିବା ବୃକ୍ଷରୋପଣର ବାସ୍ତବ…

Read More

ହାଇଦ୍ରାବାଦ : ଚାରମିନାର ସମ୍ମୁଖରେ ହାଇଦ୍ରାବାଦ ପୋଲିସ୍‌ର ଫ୍ଲାଗମାର୍ଚ୍ଚକୁ ନାପସନ୍ଦ କରିଛନ୍ତି ଏଆଇଏମ୍‌ଆଇଏମ୍‌ ସାଂସଦ ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀ । କେବଳ ଚାରମିନାର ସମ୍ମୁଖରେ କାହିଁକି ଫ୍ଲାଗ୍‌ମାର୍ଚ୍ଚ କରାଯାଉଛି ବୋଲି ଓଓ୍ବେସୀ ଟ୍ବିଟ୍‌ କରିଥିଲେ । ସିକନ୍ଦରାବାଦ ରେଳ ଷ୍ଟେସନ୍‌, ହାଇଟେକ୍‌ ସିଟି କିମ୍ବା କୌଣସି ଆମେରିକୀୟ କମ୍ପାନୀର କାର୍ଯ୍ୟାଳୟ ସମ୍ମୁଖରେ କାହିଁକି ଫ୍ଲାଗମାର୍ଚ୍ଚ କରାଯାଉନାହିଁ ବୋଲି ଓଓ୍ବେସୀ ମତ ଦେଇଛନ୍ତି । ତେଲେଙ୍ଗାନା ପୋଲିସ୍‌ର ରାପିଡ୍‌ ଆକ୍ସନ୍‌ ଫୋର୍ସ ଟିମ୍‌ ପକ୍ଷରୁ ଏହି ଫ୍ଲାଗ୍‌ ମାର୍ଚ୍ଚ କରାଯାଇଥିଲା । ଦିଲ୍ଲୀରେ ହିଂସାକାଣ୍ଡ ପରେ ସୁରକ୍ଷାମୂଳକ ପଦକ୍ଷେପ ସ୍ବରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ତେଲେଙ୍ଗାନା ପୋଲିସ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଟ୍ରେନ୍‌ ବିଳମ୍ବ ହେବାରୁ ଗ୍ବାଲିୟରର ଜନୈକ ବ୍ୟକ୍ତି ଏକ ଗୁଜବକୁ ନେଇ ଟ୍ବିଟ୍‌ କରିଛନ୍ତି । ଦିବ୍ରୁଗଡରୁ ନୂଆଦିଲ୍ଲୀ ଯାଉଥିବା ଟ୍ରେନ୍‌ରେ 5ଟି ବୋମା ରହିଥିବା ନେଇ ସଞ୍ଜୀବ ଗୁର୍ଜର ନାମକ ଜଣେ ବ୍ୟକ୍ତି ଟ୍ବିଟ୍‌ କରିଥିଲେ । ଏହି ଟ୍ବିଟ୍‌ ପରେ ରେଳବାଇ ପକ୍ଷରୁ ଦାଦ୍ରୀ ଷ୍ଟେସନରେ ଟ୍ରେନ୍‌ଟିକୁ ରୋକାଯିବା ସହିତ ଖୋଜାଖୋଜି କରାଯାଇଥିଲା । କୌଣସି ବୋମା ନମିଳିବା ପରେ ଏହା ଏକ ଗୁଜବ ବୋଲି ଜଣାପଡିଥିଲା । ଉଲ୍ଲକେଖଯୋଗ୍ୟ ଯେ, ନିଜ ଭାଇଙ୍କୁ ଷ୍ଟେସନରୁ ଆଣିବାକୁ ଯାଇଥିଲେ ଗୁର୍ଜର । ମାତ୍ର ଭାଇଙ୍କ ଟ୍ରେନ୍‌ 4 ଘଣ୍ଟା ବିଳମ୍ବ ଥିବାରୁ ରାଗରେ ଏହି ଟ୍ବିଟ୍‌ କରିଥିଲେ । ଏହି ଟ୍ବିଟ୍‌ର ଦୁଇଘଣ୍ଟା ପରେ ଗୁର୍ଜର ଆଉ ଏକ ଟ୍ବିଟ୍‌ କରିଥିଲେ । ଟ୍ରେନ୍‌ ବିଳମ୍ବ ଥିବାରୁ ମୋର ମାନସିକ ସ୍ଥିତି ଠିକ୍‌ ନଥିଲା ତେଣୁ ଏପରି ଗୁଜବ ସୃଷ୍ଟି କରିଥିବାରୁ ସେ ରେଳବାଇ ନିକଟରୁ…

Read More

ମେଲବୋର୍ଣ୍ଣ : ଟି20 ମହିଳା ବିଶ୍ବକପ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତ ସମ୍ମୁଖରେ 114 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା ବେଳେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ଦଳ ମାତ୍ର 113 ରନ୍‌ ସଂଗ୍ରହ କରିଥିଲା । ଶ୍ରୀଲଙ୍କା ପକ୍ଷରୁ ଅଭିଜ୍ଞ ଚମାରି ଅଟ୍ଟାପଟ୍ଟୁ ସର୍ବାଧିକ 33 ରନ୍‌ ସଂଗ୍ରହ କରିଥିଲେ । ଦଳର ମଧ୍ୟକ୍ରମ ବିଫଳ ହୋଇଥିବା ବେଳେ ତଳ ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ଉପଯୋଗୀ ଅବଦାନ ଫଳରେ ଦଳ 100 ରନ୍‌ ଅତିକ୍ରମ କରିଥିଲା । ନିମ୍ନକ୍ରମରେ କଭିସା ଦିହ୍ଲାରୀ(25*) ରନ୍‌ ସଂଗ୍ରହ କରିବାରୁ ଶ୍ରୀଲଙ୍କା 9 ଓ୍ବିକେଟ୍‌ ହରାଇ 113 ରନ୍‌ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ରାଧା ଯାଦବ 23 ରନ୍‌ ବିନିମୟରେ 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ରାଜେଶ୍ବରୀ ଗାଏକ୍ବାଡ 18 ରନ୍‌ ବିନିମୟରେ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିବା…

Read More

ନୂଆଦିଲ୍ଲୀ : ପିସିବି ବିପକ୍ଷରେ କୂଟନୈତିକ ବିଜୟ ହାସଲ କରିଛି ବିସିସିଆଇ । ବିସିସିଆଇର ଦାବି ସମ୍ମୁଖରେ ଆଇସିସି ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି । ଏସିଆ କପ୍‌କୁ ନେଇ ଉଭୟ ଭାରତ ଓ ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ରହିଥିଲେ । ପାକିସ୍ତାନକୁ ଏସିଆ କପ୍‌ ଆୟୋଜନ ଦାୟିତ୍ବ ମିଳିଥିବା ବେଳେ ପାକିସ୍ତାନରେ ନ ଖେଳିବା ନେଇ ଭାରତ ଜିଦ୍‌ କରିଥିଲା । ପାକିସ୍ତାନ ମଧ୍ୟ ଆୟୋଜନ ସ୍ଥାନାନ୍ତର ନେଇ ଟାଳଟୁଳ ନୀତି ଅବଲମ୍ବନ କରିଥିଲା । ଶେଷରେ ଆଇସିସିର ହସ୍ତକ୍ଷେପ ପରେ ମ୍ୟାଚ୍‌ ଦୁବାଇକୁ ସ୍ଥାନାନ୍ତର ହେବା ନେଇ ସୂଚନା ମିଳିଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଶୁକ୍ରବାର ରାତିରେ ଏହି ସୂଚନା ପ୍ରଦାନ କରିଛନ୍ତି । (ଏଜେନ୍ସି)

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଆନ୍ଦୋଳନ ଜୋର୍ ଧରିଛି। ଦକ୍ଷିଣ ଓଡ଼ିଶାର ମୁଖ୍ୟ ସହର ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନକୁ ନେଇ 2007 ମସିହାରୁ ଦାବି ହୋଇ ଆସୁଛି। ତତ୍କାଳୀନ ଗଞ୍ଜାମ ବାର୍ ଏସୋସିଏସନ୍‌ର ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଉଦ୍ୟମ ଆରମ୍ଭ ହୋଇଥିଲା। ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀବେଞ୍ଚ ସ୍ଥାପନ ଏକ ଯୁକ୍ତିଯୁକ୍ତ ପ୍ରସଂଗ ହୋଇଥିଲେ ସୁଦ୍ଧା ସରକାରଙ୍କ ଉଦାସୀନତାରେ ସୁଦୂର ମାଲକାନାଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର ଲୋକମାନେ ସାମାନ୍ୟ ଘଟଣାକୁ ନେଇ ବାରମ୍ବାର ହାଇକୋର୍ଟ କଟକକୁ ଯିବାକୁ ପଡ଼ୁଛି। ଯାହାକି ଦକ୍ଷିଣ ଓଡିଶା ବାସିନ୍ଦାଙ୍କ ପାଇଁ ଅତି କଷ୍ଟକର ବ୍ୟାପାର। ସେ ପରିପ୍ରେକ୍ଷୀରେ ଯେହେତୁ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରକୁ ପ୍ରତ୍ୟେକ ଦିନ ବ୍ୟବସାୟୀଠାରୁ ଆରମ୍ଭ କରି ବିଭିନ୍ନ ଅଂଚଳର ଲୋକମାନେ ମେଡ଼ିକାଲ୍ ଏବଂ ଅନ୍ୟାନ୍ୟ କାମକୁ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଗଂଜାମ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଢେଙ୍କାନାଳର ଭୁବନରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ପ୍ରଭାବରେ 13 ବଖରା ଘର ଜଳିଯାଇଛି । କୌଣସି ଜୀବନହାନି ଘଟିନଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନିଆଁରେ ପୋଡି ହୋଇ ପାଉଁଶ ହୋଇଛି । ଭୁବନ ବ୍ଲକ୍‌ ଅନ୍ତର୍ଗତ ମାଟିଆ ସାହିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ କରାଯାଇଛି ।

Read More

ଇସଲାମାବାଦ : ପାକିସ୍ତାନରେ ଏକ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଛି । ସିନ୍ଧ ପ୍ରଦେଶରେ ଏକ ଟ୍ରେନ୍‌ ଏବଂ ବସ୍‌ ମଧ୍ୟରେ ଦୁର୍ଘଟଣା ଘଟି 20 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 60 ଜଣ ଆହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସୁକୁର୍‌ ସହରର ରୋହ୍‌ରୀ ରେଳ ଷ୍ଟେସନ୍‌ରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନ୍‌ଟି କରାଚୀରୁ ରାଓ୍ବଲପିଣ୍ଡି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏକ ରେଲଓ୍ବେ କ୍ରସିଂରେ କୌଣସି ଗେଟ୍‌ ନଥିବାରୁ ଏହି ଦୁର୍ଘଟଣା ଘଟିଥିଲା । ବସ୍‌ରେ 20 ଜଣ ଯାତ୍ରୀ ରହିଥିବା ବେଳେ ବସ୍‌ଟି ଟ୍ରେନ୍‌ ଆଗରେ 150ରୁ 200 ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲେ । ସମସ୍ତ ବସ୍‌ ଯାତ୍ରୀଙ୍କ ପ୍ରାଣହାନି ଘଟିଥିବା ବେଳେ ଟ୍ରେନ୍‌ର କିଛି ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଏକାଧିକଙ୍କ ଅବସ୍ଥା ଗୁରୁତର ରହିଛି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦୁଇ ଦିନିଆ ଓଡିଶା ଗସ୍ତରେ ରହିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଶନିବାର ସକାଳୁ ଶାହା ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ । ଶାହାଙ୍କ ସହିତ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ପ୍ରହ୍ଲାଦ ସିଂ ପଟେଲ ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଉପସ୍ଥିତ ଅଛନ୍ତି । ଏମାନଙ୍କ ବ୍ୟତିତ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଅଛନ୍ତି । ଶାହାଙ୍କ ଗସ୍ତ ପାଇଁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜଗନ୍ନାଥଙ୍କ ଦର୍ଶନ ପରେ ଭୁବନେଶ୍ବର ଆସି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପରେ ଶାହା ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Read More

ଭୁବନେଶ୍ବର, କେନ୍ଦ୍ର ସରକାର ଜିଏସଟିର ରାଜ୍ୟ ଭାଗ ଯାହା ତାହା ଠିକ ସମୟରେ ପ୍ରଦାନ କରାଯାଉ ନାହିଁ। ଫଳରେ ରାଜ୍ୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଭୁବନେଶ୍ବରରେ ଆୟୋଜିତ ପୂର୍ବାଞ୍ଚଳ ପରିଷଦ ବୈଠକରେ ଏହିପରି ଦାବୀ କରିଛନ୍ତି 4 ରାଜ୍ୟର ପ୍ରତିନିଧି। ମୁଖ୍ୟତଃ ପଶ୍ଚିମ ବଂଗର ମୁଖ୍ୟମନ୍ତ୍ର ମମତା ବାନାର୍ଜି ଏ ନେଇ ବୈଠକରେ ଅଧ୍ୟକ୍ଷତା କରୁଥିବା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶ୍ନ କରିଥିଲେ। ରାଜ୍ୟରୁ ଜିଏସଟି  ଆଦାୟ କରାଯାଇ କେନ୍ଦ୍ରକୁ ଯାଉଛି । ହେଲେ ପରବର୍ତ୍ତି ସମୟରେ ରାଜ୍ୟ ଭାଗ କେନ୍ଦ୍ର ତୁରନ୍ତ ପ୍ରଦାନ କରନ୍ତୁ ବୋଲି ଦାବୀ କରାଯାଇଥିଲା। ଏହାକୁ ଅନ୍ୟ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସମର୍ଥମ କରିଥିଲେ। ତେବେ କେନ୍ଦ୍ର ସରକାର ଏହି ରାଜ୍ୟ ଭାଗ କିଛି ପ୍ରଦାନ କରିଛନ୍ତି, ବଳକା ଟଙ୍କା ଖୁବ ଶିଘ୍ର ପ୍ରଦାନ କରାଯିବ ବୋଲି ଗୃହମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ଅନ୍ୟପକ୍ଷରେ ଗଙ୍ଗା ନଦୀ ବନ୍ୟାର ମୁକାବିଲା ଲାଗି ଜାତୀୟ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଗୁଜରାଟ ଦଙ୍ଗାର ସୃଷ୍ଟିକାରୀ ଅମିତ ଶାହା ପରୋକ୍ଷ ଭାବରେ ଏଥିପାଇଁ ନିଶ୍ଚିତ ଭାବେ ଦାୟୀ ଅଟନ୍ତି । ଆଜି ଗୃହମନ୍ତ୍ରୀ ଭୁବନେଶ୍ୱର ଆସିଥିବାବେଳେ ତାଙ୍କୁ ବିରୋଧ କରାଯାଇଛି ବୋଲି କଂଗ୍ରେସ କହିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକାକୁ ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କଂଗ୍ରେସର ପୀତବାସ ପଣ୍ଡା, ସଂଗ୍ରାମ ମହାନ୍ତି, ଭାଗିରଥୀ ବେହେରା, ବୃନ୍ଦାବନ ଖଟେଇ, ପଦ୍ମଚରଣ ସାହୁ, ସୁବାସ ରଇତ, ସାଇ ପ୍ରସାଦ ପାତ୍ର, ପ୍ରମୋଦ ଜେନା, ଜି. ଏରେୟା, ଗଣପତି ବାରିକ, ପି. ରାଜା ରାଓ, ଭୈରବ ପାତ୍ର, ଉଦୀୟନାଥ ପାରିଗ୍ରାହୀ, ସିଦ୍ଧାନ୍ତ କୁମାର ସାହୁ, ବିଜୟରାଜ ପାଣିଗ୍ରାହୀ, ଜ୍ଞାନରଂଜନ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର 8ଟି ଜିଲ୍ଲାରୁ ସମୁଦାୟ 976 ଜଣ ବରିଷ୍ଠ ନାଗରିକ ଆଜି ତୀର୍ଥ କରିବାକୁ ଏକ ସ୍ପେସାଲ୍ ଟ୍ରେନ ଯୋଗେ ଦକ୍ଷିଣ ଭାରତକୁ ଯାତ୍ରା କରିଛନ୍ତି । ବ୍ରହ୍ମପୁର ଷ୍ଟେସନର ପ୍ଲାଟଫର୍ମ ନଂ 4ରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥିରେ ଗଂଜାମର ସର୍ବାଧିକ 489 ଜଣ, ଗଜପତିର 59 ଜଣ, କନ୍ଧମାଳ 53 ଜଣ, କୋରାପୁଟର 113 ଜଣ, ମାଲକାନାଗିରିର 52 ଜଣ, ନବରଙ୍ଗପୁରର 83 ଜଣ, ରାୟଗଡ଼ାର 97 ଜଣ ଏବଂ ବୌଦ୍ଧ ଜିଲ୍ଲାର 30 ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ସାମିଲ ହୋଇଛନ୍ତି । ଗଂଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍‌ରୁ ସର୍ବାଧିକ ବରିଷ୍ଠ ନାଗରିକ ଯାତ୍ରା କରିଛନ୍ତି । ତୀର୍ଥଯାତ୍ରୀଙ୍କ ସହାୟତା ପାଇଁ 30 ଜଣ ଏସ୍‌କର୍ଟ ଅଫିସର ମଧ୍ୟ ଯାଇଛନ୍ତି । ଏହି ଯାତ୍ରା ରାମେଶ୍ୱରମ୍‌, ମୁଦୁରାଇ…

Read More

ରମେଶ ମହାନ୍ତି ଜଗତସିଂହପୁର: ସମୀକ୍ଷାର ମହା ପ୍ରଭାବ। ମଧ୍ୟାହ୍ନ ଭୋଜନ ଦୁର୍ନୀତି ନେଇ ଏକ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଫେବୃୟାରୀ ୨୭ ତାରିଖ ଶୁକ୍ରବାର ଦିନ ସମୀକ୍ଷାରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏରସମା ବ୍ଲକର୧୭ଟି କ୍ଲଷ୍ଟରରେ ୨୧୬ବିଦ୍ୟାଳୟରେ ୧୩ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିବାବେଳେ ଦୈନିକ ମୁଣ୍ଡପିଛା ଶହେରୁ ଦେଢଶହ ଗ୍ରାମ ଚାଉଳ ହିସାବରେ ୭୦ଦିନର ଘୋଟାଲାର ପରିମାଣ ଜଣାପଡେ। ଚଳିତ ଫେବୃୟାରୀ ମାସର ଗତ ସପ୍ତାହ ଠାରୁ ଏପର୍ଯ୍ୟନ୍ତ ଏରସମାର ଅନେକ ବିଦ୍ୟାଳୟରେ ଚୁଲି କିମ୍ବା ଗ୍ୟାସ ଜଳିନଥିବା ବେଳେ ସମସ୍ତ ବିଦ୍ୟାଳୟରେ ରୋଷେଇ ଚାଲିଥିବା ମୋବାଇଲ ମଧ୍ୟାହ୍ନ ଭୋଜନ ଆପରେ ଶତପ୍ରତିଶତ ରିପୋର୍ଟ ଯାଇଥିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟ ପକ୍ଷରେ ଏରସମା ବ୍ଲକର ବିଦ୍ୟାଳୟ ମାନଙ୍କରେ ୭୦ଦିନର ଚାଉଳ ନଦେଇ ବକେୟା ରଖିଥିବା ବିତରଣକାରୀ…

Read More