ଆଗ୍ରା : ପରକୀୟା ପ୍ରୀତି ଲୁଚାଇବା ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ଉତ୍ତର ପ୍ରଦେଶର ଆଗ୍ରା ଅନ୍ତର୍ଗତ ପାଲାମରେ ଏହି ଘଟଣା ଘଟିଛି । ପୋଲିସ୍ ଅଭିଯୁକ୍ତକୁ ନେତ୍ରପାଲ ସିଂ ବୋଲି ଚିହ୍ନଟ କରିଛି । ଘରେ ଡକାୟତ ପଶି ଲୁଟ କରିବା ସମୟରେ ସ୍ତ୍ରୀକୁ ହତ୍ୟା କରିଛନ୍ତି ବୋଲି ନେତ୍ରପାଲ ପ୍ରକାଶ କରିଥିଲେ । 30 ବର୍ଷୀୟ ନେତ୍ରପାଲ୍ 2011 ମସିହାରେ ରାକ୍ଷୀଙ୍କୁ ବିବାହ କରିଥିବା ବେଳେ ଉଭୟଙ୍କର ଦୁଇ ପୁଅ ରହିଛନ୍ତି । ଶନିବାର ରାତିରେ ଏକ ବିବାହରୁ ଫେରିବା ପରେ ନିଜ ପତ୍ନୀଙ୍କୁ ନିଜ ଦେଶୀ ବନ୍ଧୁକରୁ ଗୁଳି ଚଳାଇ ହତ୍ୟା କରିଥିଲେ । ଏହାପରେ ଏହାକୁ ଡକାୟତିର ରୂପ ଦେବା ପାଇଁ ନିଜ ଘରେ ଥିବା 1.25 ଲକ୍ଷ ଟଙ୍କାକୁ ନିଜେ ଚୋରି କରିଥିଲେ । ପୋଲିସ୍କୁ ନେତ୍ରପାଲ୍ ମିଥ୍ୟା କାହାଣୀ କହିଥିବା ବେଳେ ପିଲାଙ୍କୁ ପଚରା ଉଚୁରା ପରେ ବାସ୍ତବ…
Author: Samikhsya Bureau
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟ ତରଫରୁ ଇତିହାସ ବିଭାଗର ଆଲୁମିନ ମିଟ୍ ଆୟୋଜିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ନାୟକ। ଏହି ସଭାରେ ପିଏନ୍ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ସୁକଲ୍ୟାଣ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ଅବସରପ୍ରାପ୍ତ ଇତିହାସ ପ୍ରଫେସର ଇନ୍ଦ୍ରଜିତ୍ ମହାନ୍ତି ଓ କବିରାଜ୍ ପ୍ରଧାନ। ଗୋଦାବରୀଶ ମହାବିଦ୍ୟାଳୟର ଇତିହାସ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗର ମୁଖ୍ୟ ତ୍ରିନାଥ ପଲେଇ, ଅଧ୍ୟାପକ ଶ୍ୟାମ ମିଶ୍ର, ଅନିତା ଗୌଡ, ମାନିନୀ ବିଶ୍ବାଳ ଓ ଛାତ୍ରଛାତ୍ରୀମାନେ ପ୍ରମୁଖ ଯୋଗଦାନ କରି ଏହି ସଭାକୁ ସଫଳ ରୂପେ ପରିଚାଳନା କରିଥିଲେ।
କ୍ରୀଷ୍ଟଚର୍ଚ୍ଚ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଦୟନୀୟ ପ୍ରଦର୍ଶନ ଜାରି ରହିଛି । ପ୍ରଥମ ଇନିଂସରେ ଭାରତ 7 ରନ୍ରେ ଅଗ୍ରଣୀ ହାସଲ କରିଥିବା ବେଳେ ବ୍ୟାଟ୍ସମ୍ୟାନ୍ଙ୍କ ଖରାପ ପ୍ରଦର୍ଶନ କାରଣରୁ ଭାରତ 90 ରନ୍ରେ 6 ଓ୍ବିକେଟ୍ ହରାଇ ସଙ୍କଟରେ ପଡିଛି । ଭାରତର ଟପ୍ ଅର୍ଡର ବିଫଳ ହୋଇଥିବା ବେଳେ ଅନ୍ତିମ ମାନ୍ୟତାପ୍ରାପ୍ତ ଯୋଡି ଭାବରେ ହନୁମା ବିହାରୀ ଏବଂ ଋଷଭ ପନ୍ତ କ୍ରିଜ୍ରେ ଉପସ୍ଥିତ ଅଛନ୍ତି । ଭାରତ ପକ୍ଷରୁ ଚେତେଶ୍ବର ପୂଜାରା ସର୍ବାଧିକ 24 ରନ୍ ସଂଗ୍ରହ କରିଛନ୍ତି । ଟ୍ରେଣ୍ଟ ବୋଲ୍ଟ ଘାତକ ବୋଲିଂ କରି 3ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଭାରତ ଯଦି 180 ରନ୍ ମଧ୍ୟ ହାସଲ କରେ ତେବେ ବିଜୟ ହାସଲ ପାଇଁ ଭାରତ ନିକଟରେ ସୁଯୋଗ ରହିଛି । ରବିବାର ସକାଳୁ ଭାରତୀୟ ବୋଲର ଚମତ୍କାର ବୋଲିଂର…
ପୋଲାଣ୍ଡ : ସାଧାରଣତଃ ଯୁବତୀମାନେ ନିଜ ସୌନ୍ଦର୍ଯ୍ୟକୁ ନେଇ ବେଶ୍ ସଚେତନ ଥା’ନ୍ତି। ଏପରିକି ଆହୁରି ସୁନ୍ଦରୀ ଦେଖାଯିବା ପାଇଁ ବହୁ ପରୀକ୍ଷା ନିରୀକ୍ଷା କରିଥା’ନ୍ତି। ଏପରିକି ପ୍ଲାଷ୍ଟିକ୍ ସର୍ଜରୀଠାରୁ ଆରମ୍ଭ କରି ଆଖିର ରଙ୍ଗ ଓ ଦେହର ରଙ୍ଗ ପର୍ଯ୍ୟନ୍ତ ସବୁଥିରେ ପରିବର୍ତ୍ତନ କରିଥା’ନ୍ତି। ଜଣେ ଯୁବତୀଙ୍କୁ ଏମିତି ଫ୍ୟାଶନ୍ କରିବା ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି। ଜଣେ ଯୁବତୀ ଫ୍ୟାଶନ୍ ପାଇଁ ଆଖିକୁ କଲର୍ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ପାଇଁ ତାଙ୍କୁ ବହୁତ ବଡ କ୍ଷତି ସହିବାକୁ ପଡିଛି। ଆଖିର କଲର୍ କରିବା ନିଶାରେ ସେ ଆଖି ହରାଇଛନ୍ତି। ଯୁବତୀଙ୍କ ଏହି ନିଷ୍ପତ୍ତି ଯୋଗୁଁ ଗୋଟିଏ ଆଖିର ଦୃଷ୍ଟିଶକ୍ତି ଚାଲିଯାଇଥିବାବେଳେ ଆଉ ଗୋଟେ ଆଖିର ଦୃଷ୍ଟି ଶକ୍ତି ମଧ୍ୟ ଚାଲିଯିବ। ଏବେ ଯୁବତୀ ଜଣକ ଆଖିକୁ ରଙ୍ଗ କରିବାକୁ ଯାଇ ଅନ୍ଧୁଣୀ ହେବାକୁ ପଡୁଛି। ମିଳିଥିବା ସୂଚନା ଅନୁସାରେ ପୋଲାଣ୍ଡର ରହୁଥିବା…
ଭୋପାଳ : ମଧ୍ୟପ୍ରଦେଶରେ ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲ୍ଲାରେ ରବିବାର ଦିନ ଏହି ଦୁର୍ଘଟଣା ଘଟିଛି । ଏନ୍ଟିପିସିର ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟିବା ସହିତ ଶତାଧିକ ରେଳବାଇ କର୍ମଚାରୀ ଫସି ରହିଛନ୍ତି ।ଏନ୍ଟିପିସି ପ୍ଲାଣ୍ଟକୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ୍ ସହିତ ଏକ ଖାଲି ଟ୍ରେନ୍ ଧକ୍କା ହେବା ଫଳରେ ଦୁଇଟି ଯାକ ଟ୍ରାକ୍ ବନ୍ଦ ପଡିଛି । ଏହି ରାସ୍ତା ଦେଇ ଅନ୍ୟାନ୍ୟ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବୈଧାନ ପୋଲିସ୍ ଷ୍ଟେସନ୍ ନିକଟସ୍ଥ ରେଲଓ୍ବେ ଟ୍ରାକ ନିକଟର ଏହି ଦୁର୍ଘଟଣା ଘଟିଥିଲା । ପୋଲିସ୍, ଅଗ୍ନିଶମ ବିଭାଗ ଏବଂ ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । (ଏଜେନ୍ସି)
କେଦାର ମିଶ୍ର ସାରା ପୃଥିବୀରେ ଓ ଗତ ଶତାବ୍ଦୀର ସମୟଖଣ୍ଡରେ ଜଣେ ମାତ୍ର ମୋହନଦାସ କରମଚାନ୍ଦ ଗାନ୍ଧୀ ଥିଲେ ଯାହାଙ୍କୁ ପୁରା ପୃଥିବୀ ମହାତ୍ମା ଗାନ୍ଧୀ ବୋଲି ଜାଣେ। ସବୁ ଶତ୍ରୁତା ଓ ମିତ୍ରତାର ଉର୍ଦ୍ଧ୍ଵରେ, ସବୁ ବିଚାର ଓ ମତଭେଦର ସୀମା ବାହାରେ, ସେ ସମସ୍ତଙ୍କର ପ୍ରିୟ ବାପୁ। ଏପରିକି ତାଙ୍କ ବିଚାର ଓ ଆଦର୍ଶର ତୀବ୍ର ବିରୋଧୀମାନେ ମଧ୍ୟ ଏବେ ବାପୁଙ୍କର ଶରଣାଗତ। ବୈଚାରିକ ଭାବରେ ଗାନ୍ଧୀଙ୍କୁ ବିରୋଧ କରି ଆସିଥିବା ଏ ଦେଶର ସବୁଠୁ ଶକ୍ତିଶାଳୀ ସଂଗଠନ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଓ ତାର ରାଜନୈତିକ ଅବତାର ଭାରତୀୟ ଜନତା ପାର୍ଟି ଏବେ ଗାନ୍ଧୀ ନାମ ଜପ କରିବାକୁ ବାଧ୍ୟ ହୋଇଛନ୍ତି। ସ୍ଵାଧୀନତା ଆନ୍ଦୋଳନ ସମୟରେ କଂଗ୍ରେସ ଓ ଗାନ୍ଧୀ ଆଦର୍ଶ ବିରୋଧରେ ଠିଆ ହୋଇଥିବା ଆରଏସଏସ ଏବେ ନିଜ ଭିତରେ ଗାନ୍ଧୀ ଓ ପଟେଲଙ୍କୁ ଖୋଜିବା ଆରମ୍ଭ କରିଛି। ସେହି କ୍ରମରେ ଓଡିଶାରେ ମଧ୍ୟ…
ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଳୁପିଆଠାରେ ପି୍କଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି । ଗୁରୁତର ଡ୍ରାଇଭରକୁ ସଙ୍ଗେ ସଙ୍ଗେ କର୍ଲାମୁଣ୍ଡା ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ଦୁର୍ଘଟଣା କେଉଁ କାରଣରୁ ଘଟିଛି ତାହା ଜଣାପଡିନାହିଁ ।
ମୁମ୍ବାଇର ବାନ୍ଦ୍ରା ରେଷ୍ଟୁରାଣ୍ଟଠାରେ ଅଭିନେତ୍ରୀ ଅମ୍ରିତା ଅରୋରା
ମୁମ୍ବାଇଠାରେ ଅଭିନେତ୍ରୀ ମଲାଇକା ଅରେରା
ସମୀକ୍ଷା ବ୍ୟୁରୋ : ଭୁବନେଶ୍ବର : ସଞ୍ଜୟଙ୍କୁ ମିଳିଲା ନୂତନ ଦାୟିତ୍ବ। ସଞ୍ଜୟ ଦାସବର୍ମାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ବ ମିଳିଛି। ନବୀନ ପଟ୍ଟନାୟକ ଏହି ନୂତନ ଦାୟିତ୍ବ ଦେଇଛନ୍ତି। ନୂତନ ଦାୟିତ୍ବ ସହ ସଞ୍ଜୟଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା। ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ବ ପରେ ସଞ୍ଜୟ ଦାସବର୍ମାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯୋଜନା ବୋର୍ଡକୁ କିଭଳି ଅଧିକ କ୍ରିୟାଶୀଳ କରିହେବ ଆଲୋଚନା କରିବେ ବୋଲି କହିଛନ୍ତି। ନୂଆ ରୂପ, ନୂଆ କଳେବରରେ ଯୋଜନା ବୋର୍ଡକୁ ପରିବର୍ତ୍ତନ କରିବା ନେଇ ମତ ରଖିଛନ୍ତି ସଞ୍ଜୟ ଦାସ ବର୍ମା।
ଫିଲ୍ମ ‘ଦୂରଦର୍ଶନ’ର ସ୍କ୍ରିନିଂ ଅବସରରେ ଅଭିନେତ୍ରୀ ମାହି ଗିଲ୍
ନୂଆଦିଲ୍ଲୀ : ପ୍ରାୟତଃ ଗୋଡ ଉପରେ ଗୋଡ ପକାଇବାକୁ ପସନ୍ଦ କରିଥା’ନ୍ତି । ଏହା ବେଶ୍ ଷ୍ଟାଇଲିସ୍ ଲାଗୁଥିବାରୁ ପ୍ରାୟତଃ ସମେସ୍ତ ଏପରି ଭାବରେ ବସିଥା’ନ୍ତି । କେହି କେହି ଏହାକୁ ଆତ୍ମବିଶ୍ବାସର ପ୍ରତୀକ ଭାବରେ ବିବେଚନା କରନ୍ତି । ଆପଣ ବି କ’ଣ ଗୋଡ ଉପରେ ଗୋଡ ପକାଇ ବସିବାକୁ ପସନ୍ଦ କରୁଛନ୍ତି । ଯଦି କରୁଥା’ନ୍ତି ତେବେ ହୋଇଯା’ନ୍ତୁ ସାବଧାନ। ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇପାରେ? ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଏହା ସତ ଅଟେ । ଗୋଡ ଉପରେ ଗୋଡ ବା କ୍ରସିଂ ଲେଗ୍ ଷ୍ଟାଇଲ୍ରେ ବସିବା ଯୋଗୁଁ ଉଚ୍ଚ ରକ୍ତଚାପ ହୋଇଥାଏ । ଏହା ସହିତ ଶିରରେ ଚାପ ପଡିବା ଯୋଗୁଁ ରକ୍ତ ପ୍ରବାହରେ ମଧ୍ୟ ବହୁ ଅସୁବିଧା ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏପରି ବସିବା ଦ୍ବାରା ଆଉ କ’ଣ ସବୁ କ୍ଷତି…
ବିହାର : ବାହାଘରରେ ଜଣେ ଜଣକର ଏହି ଜନ୍ମ ପାଇଁ ସାତ ଜନ୍ମ ପାଇଁ ସାଥୀ ହୋଇଥା’ନ୍ତି। କିନ୍ତୁ ବିହାରର ଗୋପାଳଗଞ୍ଜ ନିକଟରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି। ବାହାଘରର ମାତ୍ର ଦୁଇ ଘଣ୍ଟା ପରେ ବର ଜଣକ ଆଉ ଜଣକୁ ବିବାହ କରିଛନ୍ତି। ବିହାରର ଗୋପାଳଗଞ୍ଜର ମାନ୍ଝାଗଢ ଥାନା ଅଞ୍ଚଳର ବର ଓ କନ୍ୟା ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥିରେ ରହିବା ପାଇଁ ପ୍ରତିଜ୍ଞା ନେଇଥିଲେ । କିନ୍ତୁ ଠିକ୍ କନ୍ୟା ବିଦା ହେବା ସମୟରେ କନ୍ୟା ଜଣକ ଫେରାର୍ ହୋଇଯାଇଥିଲେ । ଏହାପରେ ବର ଜଣକ ଅନ୍ୟ ଏକ କନ୍ୟାକୁ ବିବାହ କରିଥିଲେ । ପୋଲିସ୍ ସୂତ୍ରର ମିଳିଥିବା ସୂଚନା ଅନୁସାରେ ଶେଖପରସା ଗ୍ରାମର ଜଣେ ଯୁବତୀଙ୍କ ଉତ୍ତରପ୍ରଦେଶ କୁଶୀନଗର ଜିଲ୍ଲାର ଭଗବାନପୁର ଗ୍ରାମର ଜଣେ ଯୁବକଙ୍କ ସହିତ ବିବାହ ଠିକ୍ ହୋଇଥିଲା । ଗତ ଫେବୃଆରୀ 26 ତାରିଖ ଦିନ ଦୁହେଁ…
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଶାହିନ୍ବାଗ୍ଠାରେ 144 ଧାରା ଲାଗୁ କରାଯାଇଛି। ଏହାସହ ପୋଲିସ ବିରୋଧ ପ୍ରଦର୍ଶନକାରୀଙ୍କୁ ଧାରଣାସ୍ଥଳରୁ ଉଠିଯିବାକୁ ଅନୁରୋଧ କରିଛି। ରାଜଧାନୀ ଦିଲ୍ଲୀର ଶାହୀନ ବାଗରେ ବେଶ୍ କିଛିଦିନ ହେବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ପାଖାପାଖି ଅଢେଇ ମାସ ହେବ ଶାହୀନ ବାଗଠାରେ ଯାତାୟାତ ପାଇଁ ରାସ୍ତା ବନ୍ଦ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ 144 ଧାରା ଜାରି କରାଯାଇଥିବା ଜଣାପଡିଛି। ସୁପ୍ରିମ୍କୋର୍ଟ ଶାହିନ୍ ବାଗକୁ ନେଇ ଆସନ୍ତା 23 ତାରିଖରେ ଶୁଣାଣି କରିବେ। ଶାହିନ୍ ବାଗ ମାମଲାର ସମାଧାନ ନିମେନ୍ତ ପୂର୍ବରୁ ସୁପ୍ରିମ୍କୋର୍ଟ ଦୁଇଜଣ ମଧ୍ୟସ୍ଥିଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ ଏଥିରେ କିଛି ସଫଳତା ମିଳିପାରିନାହିଁ। ଶାହିନ୍ ବାଗ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀ ଓ ନୋଏଡା ସଂଯୋଗୀକରଣ ରାସ୍ତା ବନ୍ଦ ରହିଛି। ଏଥିପାଇଁ କେତେଗୁଡିଏ ଶୋ’ରୁମ୍ ବି ବନ୍ଦ ରହିଛି। ସୂଚନାଯୋଗ୍ୟ ଯେ, ହିନ୍ଦୁ ସେନା ପକ୍ଷରୁ ଟୁଇଟ୍…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏକ ଦୁଃଖଦ ଘଟଣାକ୍ରମେ ଜନୈକ ବ୍ୟାଙ୍କ ମ୍ୟାନେଜରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭଗବାନ ସାହୁ (୫୪)। ଘଟଣାରୁ ପ୍ରକାଶ ଯେ ଗତକାଲି ନୂତନ ଭାବେ ସୋନପୁର ଗ୍ରାମୀଣ ବ୍ୟାଙ୍କରେ ମ୍ୟାନେଜର ଭାବେ ଯୋଗ ଦେଇ ଆସୁଥିବା ଭଗବାନ ସାହୁ ଏବଂ ସୋନପୁର ବ୍ୟାଙ୍କର ବିଦାୟୀ ମ୍ୟାନେଜର ମହେନ୍ଦ୍ର ତ୍ରିପାଠୀ ଏକ ଗ୍ଳାମର ବାଇକ୍ (ଓଡ଼ି ୦୭ ଜେ ୭୫୨୭) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରକ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଚଳାଉଥିବା ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଥିବାବେଳେ ବିଦାୟୀ ମ୍ୟାନେଜର ମହେନ୍ଦ୍ର ତ୍ରିପାଠୀ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।
କୃଷ୍ଣଚନ୍ଦ୍ର ସୁଆସିଆଁ ଶେରଗଡ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ବରିଷ୍ଠ ନାଗରିକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଛି। ଯାହାର ଶ୍ରେୟ ନେବା ପାଇଁ ରାଜନୈତିକ ପ୍ରତିଯୋଗିତା ଦେଖିବାକୁ ମିଳୁଛି। କମ୍ ବୟସର କିଛି ବ୍ୟକ୍ତିମାନଙ୍କୁ ବହୁଦିନ ହେଲା ବାର୍ଦ୍ଧକ୍ୟ ଭତ୍ତା ମିଳୁଛି । କିନ୍ତୁ ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ମିଳିବାରେ ଅହେତୁକ ବିଳମ୍ବ ଦେଖାଯାଉଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁର କିଛି ବରିଷ୍ଠ ନାଗରିକ ଏନେଇ ପ୍ରଶାସନକୁ ଗୁହାରି ଜଣାଇଛନ୍ତି। ମଧୁବାବୁ ପେନସନ ଯୋଜନା ହେଉ ଅବା ଅନ୍ୟାନ୍ୟ ଯୋଜନାରେ ଖାମଖିଆଲ ମନୋଭାବ ଯୋଗୁଁ ବହୁ ଯୋଗ୍ୟ ବରିଷ୍ଠ ନାଗରିକ ଭତ୍ତା ପାଇବାରୁ ବଞ୍ଚିତ ହେବା ପରିଲକ୍ଷିତ ହେଉଛି। ଯାହା ସେମାନଙ୍କ ପରିଣତ ବୟସରେ ନିତିଦିନିଆ ଆବଶ୍ୟକ ଖର୍ଚ୍ଚ କିମ୍ବା ଚଳିବାରେ ସମସ୍ୟା ଦେଖାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଯୋଗ୍ୟ ବରିଷ୍ଠ ନାଗରିକଙ୍କୁ ତୁରନ୍ତ ପ୍ରଶାସନ ଓ ଲୋକପ୍ରତିନିଧି ହସ୍ତକ୍ଷେପ କରି…
ରମେଶ ମହାନ୍ତି ଜଗତସିଂହପୁର : ଗତକାଲି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ୨୦୧୯-୨୦ ଖରିଫ୍ ଋତୁ ପାଇଁ ଧାନ ସଂଗ୍ରହ ନିମନ୍ତେ ଦ୍ୱିତୀୟ ଜିଲ୍ଲାସ୍ତରୀୟ କମିଟି ବୈଠକ ଜିଲ୍ଲାପାଳଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଓଡିଶାର ଜଳସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ । ସେହି ଏହି ବୈଠକରେ ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ ଯୋଗଦେଇ ଗରିବ ଚାଷୀମାନଙ୍କୁ ସାହାଯ୍ୟ ସହଯୋଗ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ରଘୁନାଥପୁର ଠାରେ ଏକ ମୁଗମଣ୍ଡି ଖୋଲିବା ପାଇଁ ସମବାୟ କର୍ମକର୍ତାଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ଓ ଜିଲ୍ଲାପାଳ ପଂଚାୟତରେ ହୋଇଥିବା ଅନିୟମିତତା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହିତ ଉତର ଶାସନ ପଂଚାୟତଙ୍କୁ ପୁନର୍ବାର ଟୋକନ ଦିଆଯାଇଛି। ଖୁବ୍ଶୀଘ୍ର ଅନ୍ୟ ପଂଚାୟତ ଗୁଡିକୁ ଟୋକନ ପୁନଃ…
ରାଜସ୍ଥାନ : ଦୁନିଆର ସବୁଠୁ ନିରାପଦ ସ୍ଥାନ ହେଉଛି ମା’ର କୋଳ। ମା’ଠାରୁ ଦୁନିଆରେ ଆଉ କେହି ନିଜର ନାହାନ୍ତି। କିନ୍ତୁ ମା’ ଏଠି ସନ୍ତାନର ଶତ୍ରୁ ପାଲଟି ଯାଉଛି। ନିଜ ଜନ୍ମକଲା ସନ୍ତାନର ଜୀବନ ନେଉଛି। ରାଜସ୍ଥାନର ଜିଲ୍ଲାର ଶିକର ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡାର ପରିଣତି ସ୍ବରୂପ ଏକ ନିରୀହ ଜୀବନର ପ୍ରାଣ ଯାଇଛି। ସ୍ତ୍ରୀ ଜଣକ ନିଜ ଜନ୍ମକଲା ପୁଅକୁ ପାଣି ଟାଙ୍କିରେ ବୁଡାଇ ହତ୍ୟା କରିଛନ୍ତି। ବୁଡାନିଆ ଗ୍ରାମର ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସବୁବେଳେ ଝଗଡା ହେଉଥିଲା। ସ୍ବାମୀ ଜଣକ ସ୍ତ୍ରୀଙ୍କ ଚରିତ୍ରକୁ ନେଇ ପ୍ରାୟ ସମୟରେ ସନ୍ଦେହ କରି ଝଗଡା କରୁଥିଲେ। ଏହି ଝଗଡାରେ ସ୍ତ୍ରୀ ଜଣକ ବ୍ୟତିବ୍ୟସ୍ତ ହୋଇ ଏପରି ଏକ ଅମାନବୀୟ କାର୍ଯ୍ୟ କରିଛନ୍ତି। ରାତ୍ରିରେ ନିଜ ଜନ୍ମିତ 4 ବର୍ଷର ପୁଅକୁ ପାଣି ଟାଙ୍କିରେ ବୁଡାଇ ହତ୍ୟା କରିଛନ୍ତି। ହତ୍ୟା…
ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାକୁ ଲାଗିଛି। ଦିଲ୍ଲୀ ହିଂସାରେ 167 ଏଫଆଇଆର ହୋଇଥିବା ବେଳେ 885 ଜଣ ସନ୍ଦିଗ୍ଧ ଧରାପଡ଼ିଛନ୍ତି। ମୃତକଙ୍କ ସଂଖ୍ୟା 43 ହୋଇଥିବା ବେଳେ ଜାତୀୟ ରାଜଧାନୀ ଅନ୍ତର୍ଗତ ଗୁରୁ ତେଗ ବାହାଦୂର ଡାକ୍ତରଖାନା ଓ ଏଲଏନଜେପି ହସ୍ପିଟାଲରେ 200ରୁ ଅଧିକ ଆହତଙ୍କ ଚିକିତ୍ସା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଶନିବାର ସନ୍ଧ୍ୟାରେ ଦିଲ୍ଲୀ ହିଂସାକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଆଜିଠାରୁ ଦିଲ୍ଲୀ ହିଂସାରେ ମୃତକ ଓ ଆହତ ପରିବାରକୁ ଅନୁକମ୍ପା ପ୍ରଦାନ କରାଯିବ। ପୀଡ଼ିତମାନଙ୍କୁ ଫାର୍ମ ପଠାଯାଉଛି। ଯେଉଁଲୋକଙ୍କ ଘର ନାହିଁ, ସେମାନଙ୍କ ପାଇଁ ଆଶ୍ରୟ ଗୃହର ବ୍ୟବସ୍ଥା କରାଯାଉଛି। ଏବେ ଦିଲ୍ଲୀରେ ହିଂସା ନିୟନ୍ତ୍ରଣରେ ରହିଛି। (ଏଜେନ୍ସି)
ଇରାନ : ଚୀନରୁ ବ୍ୟାପିଥିବା ଭୟଙ୍କର କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୨୯୭୭ରେ ପହଞ୍ଚିଛି। ଏହି ଭାଇରସ ଯୋଗୁଁ ବିଶ୍ୱରେ ୮୬ ହଜାର ୬୧୧ ଜଣ ସଂକ୍ରମିତ ଅଛନ୍ତି । କରୋନାର ଭୟାବହତାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚିନ୍ତା ପ୍ରକଟ କରିଛି । ଏହି ଭାଇରସ୍ ଯୋଗୁଁ ଚୀନ ପରେ ଇରାନରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ହୋଇଛି । ଏହି ଦେଶରେ ୪୩ ଜଣଙ୍କ ମୃତ୍ୟୁର କାରଣ ହୋଇଛି କରୋନା ଭାଇରସ । ମୋଟ ୫୯୩ ଜଣ ସଂକ୍ରମିତ ଅଛନ୍ତି । ଇଟାଲିରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦକ୍ଷିଣ କୋରିଆରେ ମୃତକଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି । (ଏଜେନ୍ସି)
ତେଲୁଗୁ ଚଳଚ୍ଚିତ୍ର ୟୁରୋକର ସ୍ଥିରଚିତ୍ର

