ଖୁବ ଶୀଘ୍ର ଲଞ୍ଚ ହେବ ’ଫୋର ମୋର ସର୍ଟସ୍‌ ପ୍ଲିଜ୍‌ 2’, ତାରିଖ ଘୋଷଣା କଲା ଆମାଜନ୍‌ ପ୍ରାଇମ୍‌ ଭିଡିଓ

Published: Mar 8, 2020, 6:59 pm IST

ମୁମ୍ବାଇ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମାଜନ୍‌ ପ୍ରାଇମ୍‌ ଭିଡିଓ ’ଫୋର୍‌ ମୋର ଶଟସ୍‌ ପ୍ଲିଜ୍‌’ର ଦ୍ବିତୀୟ ସଂସ୍କରଣ ରିଲିଜ୍‌ କରିବା ନେଇ ସୂଚନା ଜାରି କରିଛି । ଆମାଜନ୍‌ ଅରିଜନାଲ୍‌ ସିରିଜ୍‌ର ପ୍ରଥମ ସଂସ୍କରଣଟି ବେଶ୍‌ ସଫଳ ରହିଥିଲା । ଏହାର ଦ୍ବିତୀୟ ସଂସ୍କରଣ ଏପ୍ରିଲ୍‌ 17 ତାରିଖରେ ଲଞ୍ଚ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ସିରିଜ୍‌ରେ ପ୍ରତୀକ୍‌ ବବ୍ବର୍‌, ଲିଜା ରେ, ମିଲିନ୍ଦ ସୋମନ, ନୀଲ ଭୁପଲମ୍‌, ସିମୋନ୍‌ ସିଂହ, ସାୟାନୀ ଗୁପ୍ତା, କିର୍ତ୍ତୀ କୁଲହାରୀ, ବାଣୀ ଜେ ଓ ମାନବୀ ଗାଗରୁ ପ୍ରମୁଖ କଳାକାର ରହିଛନ୍ତି। ଦେବିକା ଭଗତ ଏହି ସିରିଜ୍‌ର କାହାଣୀ ଲେଖିଥିବାବେଳେ ନୁପୁର ଆସ୍ଥାନ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ।

ଆମାଜନ୍‌ ପ୍ରାଇମ୍‌ ଭିଡିଓ ଏହି ଶୋ’ର ଦ୍ବିତୀୟ ସଂସ୍କରଣ ପ୍ରଥମ ଲୁକ୍‌କୁ ମଧ୍ୟ ଜାରି କରିଛି । ଏଥିରେ ମୁଖ୍ୟ ଭୂମିକାରେ ରହିଥିବା କଳାକାରମାନେ ନଜର ଆସିଛନ୍ତି ।

ମହିଳାଙ୍କ ଉପରେ ଆଧାରିତ ଏହି ଓ୍ବେବସିରିଜ୍‌ ବ୍ୟତୀତ ଚଳିତ ବର୍ଷ ବହୁ ମହିଳା କୈନ୍ଦ୍ରିକ ଫିଲ୍ମ ରିଲିଜ୍‌ ହେବାକୁ ରହିଛି । ଏହି ଫିଲ୍ମଗୁଡିକ ମଧ୍ୟରେ ରହିଛି- ଶକୁନ୍ତଳା ଦେବୀ, ଗୁଞ୍ଜନ୍‌ ସକ୍ସେନା: ଦ କାର୍ଗିଲ୍‌ ଗାର୍ଲ’, ’ଦ ଗାର୍ଲ ଅନ୍‌ ଦ ଟ୍ରେନ୍‌’, ’ଇନ୍ଦୁ କୀ ଜବାନୀ’, ’ଥଲାଇବି’ ଓ ‘ଗଂଗୁବାଇ କାଠିଆଓ୍ବାଡି’ ପ୍ରମୁଖ । (ଏଜେନ୍ସି)

Related posts