ହାଇଦ୍ରାବାଦଠାରେ ଅଭିନେତ୍ରୀ କ୍ରୀଥି ଗର୍ଗ
Author: Samikhsya Bureau
ଭାରତର ରେସଲର ଚାମ୍ପିୟନ ରିତୁ ଫୋଗାଟ ଏବଂ ଚାଇନାର ୱୁ ଚିଆଓ ଚେନ୍
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜାତୀୟ ସ୍ୱାସ୍ଥ୍ୟ ମିଶନ ଯଥା ଓଡ଼ିଶାରେ ପ୍ରଚଳିତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ କାୟାକଳ୍ପ ପୁରସ୍କାର ଘୋଷିତ ହୋଇଛି। ଏହି ତାଲିକାରେ ଗଂଜାମର ବ୍ରହ୍ମପୁରର ୭ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନ ପାଇଛନ୍ତି। ଗର୍ବର ବିଷୟ ପ୍ରଥମ ତିନୋଟି ସ୍ଥାନରେ ବ୍ରହ୍ମପୁରର ଚିକିତ୍ସାଳୟଗୁଡ଼ିକ ବାଜିମାତ୍ କରିଛନ୍ତି। ୧୫ଟି ଶୀର୍ଷ ସ୍ଥାନ ମଧ୍ୟରେ ବ୍ରହ୍ମପୁରର ୭ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ଏଥିପାଇଁ ବ୍ରହ୍ମପୁର ମହାନଗର ନିଗମକୁ ସମସ୍ତେ ଶୁଭେଚ୍ଛାର ପ୍ରଦାନ କରିଛନ୍ତି। କାୟାକଳ୍ପ ପୁରସ୍କାର ୨୦୧୯-୨୦ରେ ବ୍ରହ୍ମପୁରର ଆଗା ସାହି ୟୁପିଏଚ୍ସି ପ୍ରଥମ, ବ୍ରହ୍ମପୁର ଆସିକା ରୋଡ଼୍ ୟୁପିଏଚ୍ସି ଏବଂ ବୈକୁଣ୍ଠନଗର ୟୁପିଏଚ୍ସି ଯୁଗ୍ମ ଭାବେ ପ୍ରଥମ ରନର୍ସଅପ୍ ଭାବେ ରହିଛନ୍ତି। ସେହିପରି ୬ ନମ୍ବରରେ ବ୍ରହ୍ମପୁର ଆମ୍ବପୁଆ ୟୁପିଏଚ୍ସି, ୧୧ତମ ସ୍ଥାନରେ ବ୍ରହ୍ମପୁର ଖୋଡ଼ିସିଂ ୟୁପିଏଚ୍ସି, ୧୩ତମ ସ୍ଥାନରେ ବ୍ରହ୍ମପୁରର ଉତ୍ତରମୁଖୀ ୟୁପିଏଚ୍ସି, ୧୪ତମ ସ୍ଥାନରେ ବ୍ରହ୍ମପୁର ଗୁଡ଼୍ସସେଡ଼୍ ରୋଡ଼୍…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ବର୍ତ୍ତମାନ ଜାଲି ସାର୍ଟିଫିକେଟ୍ର ଖଣି ହୋଇଛି। ବର୍ତ୍ତମାନ ସୁଦ୍ଧା ୩୦ରୁ ଉର୍ଦ୍ଧ୍ୱ ଜାଲି ସାର୍ଟିଫିକେଟ୍ ପ୍ରଦାନ କରି ଚାକିରି କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଠାବ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ପରେ ଜାଲି ସାର୍ଟିଫିକେଟ୍ ଯୋଗାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବହୁବାର ଦାବି ହୋଇ ଆସୁଥିଲା। ଏହି କ୍ରମରେ ଆଜି ଗଂଜାମ ପୋଲିସ୍ ପକ୍ଷରୁ ୨ ଜଣ ଜାଲି ସାର୍ଟିଫିକେଟ୍ ପ୍ରଦାନ କରି ଚାକିରି କରୁଥବା ଶିକ୍ଷକଙ୍କ ସହ ୩ ଜଣ ପ୍ରସ୍ତୁତକର୍ତ୍ତା ଦଲାଲଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି। ସୂଚନାଯୋଗ୍ୟ ପୂର୍ବରୁ ବହୁବାର ଏନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସ୍ ବିଭାଗ ତତ୍ପରତା ଦେଖାଇ ଜାଲି ସାର୍ଟିଫିକେଟ୍ ରାକେଟ୍କୁ ଠାବ କରିବାରେ ସକ୍ଷମ ହୋଇଥିବାବେଳେ ବହୁ ପରିମାଣର ନକଲି ସିଲ୍ ସହ ବହୁ ନକଲି ସାର୍ଟିଫିକେଟ୍ ଜବତ କରିଛି। ଗଂଜାମ ପୋଲିସ୍ର ଆଇପିଏସ୍ ଅଭିଳାଷ ଏବଂ ଆସିକା ଥାନାଧିକାରୀ…
ପେନ୍ସିଲଭାନିଆର ଲାନଷ୍କଟର୍ କାଉଣ୍ଟିରେ ଥିବା ମିଡିଲ୍ କ୍ରିକ୍ ୱାଇଲ୍ଡ ଲାଇଫ୍ ମ୍ୟାନେଜମେଣ୍ଟ ଅଞ୍ଚଳରେ ସ୍ନୋଜିଜ୍
ହାତୀ ମହୋତ୍ସବ ଅବସରରେ ମେକୋଙ୍ଗ ନଦୀର ଏକ ଉପନଦୀରେ ପିଲାମାନେ ହାତୀ ସହିତ ଖେଳୁଛନ୍ତି
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ନବୀନ ସରକାରଙ୍କ ମୋ ସରକାରରେ ସାମିଲ୍ ହେଲା ଆଉ ପାଞ୍ଚୋଟି ବିଭାଗ। ଜଙ୍ଗଲ ଓ ପରିବେଶ, ସୂଚନା ଓ ଜନ ସମ୍ପର୍କ, ପର୍ଯ୍ୟଟନ, ଖେଳ ଓ ଯୁବସେବା, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ପ୍ରମୁଖକୁ ମୋ’ ସରକାରରେ ସାମିଲ୍ ରହିଛନ୍ତି। ଆଜି ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଏହି ସମସ୍ତ ବିଭାଗଗୁଡ଼ିକର ପରିବର୍ତ୍ତନଶୀଳ ପଦକ୍ଷେପ ପାଇଁ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ମୋ’ ସରକାରରେ 12ଟି ବିଭାଗ ସାମିଲ୍ ହୋଇଛି । ଗତ ଅକ୍ଟୋବର ଦୁଇ ତାରିଖରେ ମୋ’ ସରକାରରେ ଘୋଷଣା କରାଯାଇଥିଲା । ଏହା ଜରିଆରେ ସରକାର ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଆଣିବାକୁ ଉଦ୍ୟମ ଚଳାଇଛନ୍ତି । ମୋ ସରକାର କାର୍ଯ୍ୟକ୍ରମରେ ନାଗରିକ କୌଣସି ସେବା ପାଇଁ ସରକାରଙ୍କ ପଛରେ ଗୋଡ଼ାଇବ ନାହିଁ । ବରଂ ସରକାର ଅଭିଯୋଗକାରୀଙ୍କୁ ଯୋଗାଯୋଗ କରି…
ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଫୁପଗାଁ ରାସ୍ତା କଡରୁ ଜଣେ ଯୁବକର ମୃତ୍ୟୁଦେହ ଉଦ୍ଧାର ହୋଇଛି। ଗଛରେ ପିଟି ହୋଇ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ କୋକସରା ଥାନା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ କେଉଁଥିପାଇଁ ଯୁବକ ଜଣକ ଏହି ରାସ୍ତା ଦେଇ ଯାଉଥିଲେ ଓ କାହିଁକି ଯାଉଥିଲେ, ସେ ସମ୍ପର୍କରେ କିଛି ଜଣାପଡିନାହିଁ। ପୋଲିସ୍ ତରଫରୁ ମିଳିଥିବା ସୂଚନା ଅନୁସାରେ ରାତିରେ ବାଇକ୍ରେ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଯୁବକଜଣକ ଡୁମେରମୁନଡା ଭୋଇ ପଡାର ବଜ୍ରେସ୍ ମାଝି ବୋଲି ଜଣାପଡିଥିବାବେଳେ ଦୁର୍ଘଟଣା କେମିତି ଓ କିପରି ଘଟିଲା ସେ ସମ୍ପର୍କରେ ବିଶେଷ ସୂଚନା ମିଳିପାରିନାହିଁ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କଣ୍ଟ ପୂରିଯାଇଛି। ଆଉ ନିସ୍ତାର ନାହିଁ। ଯିଏ ଟ୍ରାଫିକ୍ ନିୟମ ନ ମାନିବ ତାକୁ ମୋଟ ଅଙ୍କର ତଣ୍ଡ ଗଣିବାକୁ ପଡ଼ିବ। କାଲିଠାରୁ ଗାଡିମୋଟର କଡ଼ା ଯାଞ୍ଚ ପାଇଁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି, ଡିସିପିମାନଙ୍କୁ କମିଶନର ଚିଠି କରିଛନ୍ତି। ସରକାରଙ୍କ 6 ମାସ କୋହଳ ଅବଧି ଆଜି ଶେଷ ହୋଇଯାଇଛି। କାଲିଠାରୁ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ କଡା ଯାଞ୍ଚ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ମଦ ପିଇ ଡ୍ରାଇଭିଂ, ଦ୍ରୁତ ଗତିରେ ଡ୍ରାଇଭିଂ, ନାଲି ବତୀ ଉଲ୍ଲଂଘନ, ବିପରୀତ ଦିଗରେ ଡ୍ରାଇଭିଂ ଡ୍ରାଇଭିଂ ସମୟରେ ମୋବାଇଲରେ ଗପିବା, ବାଇକରେ ତିନିଜଣ, ହେଲମେଟ୍, ସିଟ୍ବେଲ୍ଟ, ଓଭରଲୋଡିଂ ପ୍ରଭୃତିକୁ ନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦ୍ଦେଶ ଜାରି ହୋଇଛି। ସେହିପରି ନାବାଳକ ଚାଳକ, ଓଭରଲୋଡିଂ ସ୍କୁଲ ଗାଡି ପ୍ରତି ବି କାଲିଠାରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ଦ୍ଦେଶ ରହିଛି। ଭିଡ ହ୍ରାସ…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ସହରର ଐତିହ୍ୟସମ୍ପନ୍ନ ପଲଟଣ ପଡ଼ିଆରେ ରହିଥିବା ଛାୟାମଣ୍ଡପ ଏବେ ଜୁଆ ଆଡ୍ଡା ପାଲଟିଥିବାର ଅଭିଯୋଗ ହୋଇଛି। ବାଣପୁରର ଆତ୍ମା ରହିଥିବା ଏହି ପଲଟଣ ପଡ଼ିଆ ନିକଟରେ ରହିଛି ସରକାରୀ ଅଫିସ ତଥା ବିଚାରାଳୟ। ଏହି ପଡ଼ିଆଟି ବାଣପୁରର ଐତିହ୍ୟକୁ ବହନ କରୁଥିବାବେଳେ ଏହି ପଡ଼ିଆରେ ସରକାରୀ ତଥା ବେସରକାରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ତଥା ଅନେକ ମେଳା ମହୋତ୍ସବ ହୋଇଥାଏ। ନିକଟରେ ପାଇକ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ପଡ଼ିଆରେ ଏକ ବିରାଟ ଆୟୋଜନ କରାଯାଇଥିଲା। ସେହିପରି ଏହି ମଣ୍ଡପ ନିକଟରେ ତହସିଲ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ, ବିଦ୍ୟାଳୟ, ମନ୍ଦିର, ସବ୍ରେଜେଷ୍ଟ୍ରି ଅଫିସ୍ ଆଦି ରହିଛି। ଏପରିକି ଏହି ପଡ଼ିଆ ନିକଟରେ ବାଣପୁର ବିଚରାଳୟର ବିଚାରପତି ଅବସ୍ଥାନ ମଧ୍ୟ କରୁଛନ୍ତି। ସେହିପରି ତହସିଲଦାରଙ୍କ ବାସଭବନ ମଧ୍ୟ ଏହି ପଡିଆ ନିକଟରେ ଅବସ୍ଥିତ। ଏହି ମଣ୍ଡପକୁ ଜୁଆଡିମାନେ ନିଜ ଆଡ୍ଡା କରିଥିବା ନେଇ…
ନୂଆଦିଲ୍ଲୀ : ନିର୍ଭୟା ଦୋଷୀମାନେ ଆଇନର ଗଳା ବାଟ ଦେଇ ଫାଶୀ ବର୍ତ୍ତିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଅକ୍ଷୟ ଫାଶୀର ତିନି ଦିନ ପୂର୍ବରୁ ପୁଣି ଥରେ ରାଷ୍ଟ୍ରପତିଙ୍କ ନିକଟରେ ଗୁହାରି କରିଛନ୍ତି । ଦୋଷୀ ଅକ୍ଷୟ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଯାଚିକାର ଆବେଦନ କରିଛନ୍ତି । ପୂର୍ବରୁ ଅକ୍ଷୟଙ୍କ ରାଜକ୍ଷମାକୁ ରାଷ୍ଟ୍ରପତି ଖାରଜ କରିସାରିଛନ୍ତି । ଅକ୍ଷୟଙ୍କ ସମସ୍ତ ବିକଳ୍ପ ସରିଯାଇଥିବାବେଳେ ପୁନର୍ବାର ଦୟା ଯାଚିକା ଆବେଦନ କରି ଚାଲ୍ ଖେଳିଛି । ସୂଚନାଯୋଗ୍ୟ ଯେ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ମାର୍ଚ୍ଚ ୩ ସକାଳ ୬ରେ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଦିଲ୍ଲୀ ପଟିଆଲା ହାଉସକୋର୍ଟ ଡେଥ୍ ୱାରେଂଟ ଜାରି କରିଛନ୍ତି । ଅକ୍ଷୟଙ୍କ ବ୍ୟତୀତ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପଓ୍ବନ କୁମାର ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମ୍କୋର୍ଟରେ କ୍ୟୁରେଟିଭ୍ ପିଟିସନ୍…
ପ୍ରଭୁକଲ୍ୟାଣ ମହାପାତ୍ର ନିକଟରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କର ଦେହାନ୍ତ ହୋଇଯାଇଛି। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ଏହି ଅପ୍ରତିଦ୍ବନ୍ଦ୍ବୀ କଣ୍ଠଶିଳ୍ପୀଙ୍କ ବିୟୋଗରେ ସମଗ୍ର ଓଡ଼ିଆରେ ଗଭୀର ଶୋକର ଉଚ୍ଛ୍ବାସ ପ୍ରକାଶ ପାଇଲା। ଏହାକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଦିନ ରାଜ୍ୟବ୍ୟାପୀ ଶୋକ ଦିବସ ଘୋଷଣା କରିବା ସହିତ ପ୍ରତି ବର୍ଷ ସରକାର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ସୁନନ୍ଦା ପଟ୍ଟନାୟକ ଜୟନ୍ତୀ ପାଳନର ଉଦ୍ଘୋଷଣ କରିଥିଲେ। କେବଳ ସେତିକି ନୁହେଁ, ସୁନନ୍ଦାଙ୍କ ସ୍ମୃତିରେ ଓଡ଼ିଶା ସଂସ୍କୃତି ବିଶ୍ବବିଦ୍ୟାଳୟରେ ଏକ ଚେୟାର ପ୍ରତିଷ୍ଠା ସହିତ ପ୍ରତିବର୍ଷ ଜଣେ ବିଶିଷ୍ଟ କଣ୍ଠଶିଳ୍ପୀଙ୍କୁ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯିବ ବୋଲି ମଧ୍ୟ ଜଣାଇଥିଲେ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସୁନନ୍ଦାଙ୍କ ପାଇଁ ରାଜ୍ୟବ୍ୟାପୀ ଶୋକଚ୍ଛ୍ବାସ ସତ୍ତ୍ବେ ତାଙ୍କ ପାଇଁ ଓଡ଼ିଶା ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇ ପାରିଲା ନାହିଁ। କାରଣ ଯଶସ୍ବୀ ବ୍ୟକ୍ତିମାନଙ୍କ…
Mumbai: Actress Sussanne Khan seen at Kromakay Juhu in Mumbai on Feb 27, 2020. (Photo: IANS)
କୋଲକାତାରେ ଏକ ପ୍ରସ୍ଫୁଟିତ ପଳାଶ ଫୁର ଉପରେ ବସିଥିବା ଜଙ୍ଗଲୀ ବଣି
ମନୀଷ ମଲହୋତ୍ରାଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ଅଭିନେତ୍ରୀ ସାରା ଅଲୀ ଖାନ୍
ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ପାଇଁ ପୂର୍ବତନ କଂଗ୍ରେସ କାଉନ୍ସିଲର୍ ଇସରତ୍ ଜହାଁଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ହିଂସାକାଣ୍ଡ ସମୟରେ ଘୃଣା ଭରା ଭାଷଣ ଦେବା କାରଣରୁ ଏବଂ ହିଂସାକାଣ୍ଡକୁ ବଢାଇବାରେ ସହାୟତା କରିଥିବାରୁ ପୂର୍ବତନ କାଉନ୍ସିଲରଙ୍କୁ ଗିରଫ କରିବା ସହିତ 14 ଦିନିଆ ରିମାଣ୍ଡରେ ପଠାଯାଇଛି । ଖୁରେଜୀ ଖାସ୍ର ପୂର୍ବତନ କାଉନ୍ସିଲର୍ ବିଗତ ଦୁଇ ମାସ ଧରି ସିଏଏ ବିରୋଧୀ ଆନ୍ଦୋଳନରେ ରାସ୍ତା ବନ୍ଦ କରିଥିଲେ । ଫେବୃୟାରୀ 23 ତାରିଖ ରବିବାର ଦିନ ଘୃଣା ଭରା ଭାଷଣ ଦେଇଥିବାରୁ ଇସ୍ରତ୍ ଜହାଁଙ୍କୁ ଦିଲ୍ଲୀ ପୋଲିସ୍ ପକ୍ଷରୁ ଗିରଫ କରାଯାଇଛି । (ଏଜେନ୍ସି)
ଭୁବନେଶ୍ବର, ଆସନ୍ତା ମାର୍ଚ୍ଚ ମାସରେ ପ୍ରାୟ 8 ଦିନ ଧରି ବନ୍ଦ ରହିବ ବ୍ୟାଙ୍କ ସେବା। ଏହାଦ୍ବାରା ବ୍ୟାଙ୍କ ଗ୍ରାହକମାନେ ନିଶ୍ଚିତ ଅସୁବିଧାର ସମ୍ମୁଖୀନ ହେବେ। ତେବେ ତା ପୂର୍ବରୁ ଜରୁରୀ ବ୍ୟାଙ୍କ କାମ ଶେଷ କରିଦେବା ଆବଶ୍ୟକ। ଅର୍ଥାତ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଜରୁରୀ ବ୍ୟାଙ୍କ କାମ ଶେଷ କରିବାକୁ ଅର୍ଥନୈତିକ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ 8 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। 8 ତାରିଖରେ ରବିବାର ପଡୁଥିବାରୁ ସାଧାରଣତଃ ବ୍ୟାଙ୍କ ବନ୍ଦ ରହେ, ସେହିପରି ସୋମବାର ଦୋଳପୂର୍ଣ୍ଣିମା, ମଙ୍ଗଳବାର ହୋଲି ଯୋଗୁଁ ବ୍ୟାଙ୍କ ଛୁଟି ଅଛି। ବୁଧବାର, ଗୁରୁବାର ଏବଂ ଶୁକ୍ରବାର ତିନିଦିନ ଧରି ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ ଡାକରା ଦେଇଛନ୍ତି। ଫଳରେ ଏହି ତିନିଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ତାପର ଦିନ 2ୟ ଶନିବାର ଏବଂ ପରେ ରବିବାର ପଡୁଥିବାରୁ ଏହି ଦୁଇଦିନ ବ୍ୟାଙ୍କ ଛୁଟି ଅଛି।…
ମୁମ୍ବାଇ: ଗୋଟିଏ ପଟେ ମହିଳାମାନେ ନିଜ ସୁରକ୍ଷା ପାଇଁ ମିଠୁ ଅଭିଯାନ ଆରମ୍ଭ କରୁଥିବାବେଳେ ଅପରପକ୍ଷରେ ଅଫିସ୍ରେ ରୋମାନ୍ସକୁ ମଧ୍ୟ ବେଶ୍ ପସନ୍ଦ କରିଥା’ନ୍ତି କର୍ମଚାରୀମାନେ। ଅଫିସ୍ରେ ରୋମାନ୍ସ ଟ୍ରେଣ୍ଡ୍କୁ ନେଇ ହୋଇଥିବା ଏକ ସର୍ଭେରୁ ଏହା ସାମ୍ନାକୁ ଆସିଛି। ଏପରିକି ନିଜ ବସ୍ଙ୍କ ସହ ମହିଳାମାନେ ରୋମାନ୍ସ କରିବାକୁ ପଛଘୁଞ୍ଚା ଦେଉନଥିବାର ମଧ୍ୟ ସୂଚନା ରହିଛି। ତେବେ ଅଫିସ୍ରେ ରୋମାନ୍ସକୁ ନେଇ କର୍ମଚାରୀମାନେ କାହାକୁ ବେଶି ପସନ୍ଦ କରନ୍ତି, ବସ୍କୁ ନା ସହକର୍ମୀଙ୍କୁ । ଆସନ୍ତୁ ଜାଣିବା ଏହି ସର୍ଭେ ରିପୋର୍ଟରୁ । ସୋସାଇଟି ଫର୍ ହ୍ୟୁମନ୍ ରିସୋର୍ସ ମ୍ୟାନେଜ୍ମେଣ୍ଟ (ଏସଏଚ୍ଆରଏମ୍) ଆମେରିକା ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ 27 ପ୍ରତିଶତ ଅଫିସ୍ରେ ରୋମାନ୍ସ କରୁଥିବାର ଜାଣିବାକୁ ମିଳିଛି । ଏହି ରିପୋର୍ଟ ଅନୁସାରେ 27 ପ୍ରତିଶତ ଲୋକ ଅଫିସରେ ରୋମାନ୍ସ କରୁଥିବାକୁ ସ୍ବୀକାର କରିଛନ୍ତି । ଏମାନଙ୍କ ମଧ୍ୟରୁ 20 ପ୍ରତିଶତ କହିଛନ୍ତି ଯେ, ସେମାନେ ରୋମାନ୍ସ…
ମୁମ୍ବାଇ : ଟେଲିକମ୍ ମନ୍ତ୍ରାଳୟକୁ ଭାରତୀ ଏୟାରଟେଲ ପକ୍ଷରୁ 8 ହଜାର କୋଟି ଟଙ୍କାର ବକେୟା ରାଶି ପ୍ରଦାନ କରାଯାଇଛି । ଏୟାରଟେଲ୍ର ସମୁଦାୟ ବକେୟା ରାଶି 35 ହଜାର 5 ଶହ କୋଟି ଟଙ୍କା ରହିଥିଲା । ଆଜିର 8004 କୋଟିକୁ ମିଶାଇ ଏୟାରଟେଲ ସମୁଦାୟ 18 ହଜାର 4 କୋଟି ଟଙ୍କା ପ୍ରଦାନ କରିଛି । ଶନିବାର ଏୟାରଟେଲ 5 ହଜାର କୋଟି ପ୍ରଦାନ କରିଥାନ୍ତା ମାତ୍ର ଅତିରିକ୍ତ 3004 କୋଟି ସହିତ ସମୁଦାୟ 8004 କୋଟି ଟଙ୍କା ପ୍ରଦାନ କରାଯାଇଛି । ଫେବୃୟାରୀ 17 ତାରିଖରେ ଏୟାରଟେଲ୍ ପକ୍ଷରୁ ଟେଲିକମ୍ ମନ୍ତ୍ରାଳୟକୁ 10 ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିଲା । (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଶ୍ରୀ ଶ୍ରୀ ବାବା ବାଙ୍କନିଧି ଦେବଙ୍କ ପୀଠରେ ବିଶ୍ବଶାନ୍ତି ଶୈବଯାଗ ଓ ଦୀପ ମହାଯଜ୍ଞ ଅନୁଷ୍ଠିତ ହେଉଛି । ଗତ 25 ତାରିଖଠାରୁ ଏହି ମହାଯଜ୍ଞ ଅନୁଷ୍ଠିତ ହୋଇଥିବାବେଳେ ଏହା ଆସନ୍ତା 1 ତାରିଖ ଯାଏଁ ଚାଲିବ। ଖୋର୍ଦ୍ଧା ଜିଲ୍ଲାର ଇଚ୍ଛାପୁର ଗ୍ରାମଠାରେ ଏହି ବିଶ୍ବଶାନ୍ତି ଯଜ୍ଞ ଅନୁଷ୍ଠିତ ହେଉଥିବାବେଳେ ପ୍ରତ୍ୟେକ ଦିନ ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା, ଚଣ୍ଡୀ, ବଗଳା, ଶୀତଳ, ପଞ୍ଚାକ୍ଷରୀ ଜପ ସହିତ ପ୍ରବଳ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେଉଛି । ଏହି ଦୀପ ମହାଯଜ୍ଞରେ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସି ଦ୍ବୀପ ପ୍ରଜ୍ବଳନ କରିଥା’ନ୍ତି । ଚଳିତ ଥର ଶ୍ରୀଶ୍ରୀ ବାବା ବାଙ୍କନିଧି ଦେବଙ୍କ ପୀଠରେ ବିଶ୍ବଶାନ୍ତି ରୁଦ୍ର ମହାଯଜ୍ଞ ଅବସରରେ ଏକ ଲକ୍ଷ ଦୀପ ପ୍ରଜ୍ବଳନ କରାଯାଇଛି ।
ଲକ୍ସେମବର୍ଗ : ୟୁରୋପର ଏକ ଦେଶ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏଠାରେ ସମସ୍ତ ପ୍ରକାରର ପରିବହନ ସୁବିଧାକୁ ସବୁ ବର୍ଗଙ୍କ ପାଇଁ ଫ୍ରି କରିଦିଆଯାଇଛି। 29 ଫେବୃଆରୀରୁ ଏହି ନିଷ୍ପତ୍ତି ଲାଗୁ କରାଯାଇଛି। ୟୁରୋ ପମହାଦେଶର ଏକ ଦେଶରେ ଜନସାଧାରଣଙ୍କ ପାଇଁ ଏପରି ଏକ ସୁବିଧା କରାଯାଇଛି। ଲକ୍ସେମ୍ବର୍ଗଠାରେ ସେଠାରେ ରହୁଥିବା ସମସ୍ତ ଜନସାଧାରଣ ଆଜିଠାରୁ ମାଗଣାରେ ଯାତ୍ରା କରିପାରିବେ। ଏଠାକାର ସରକାର ଲୋକଙ୍କ ପାଇଁ 24 ଘଣ୍ଟାର ମାଗଣା ଯାତ୍ରା ପାଇଁ ଟ୍ରେନ୍, ବସ୍, ଓ ଟ୍ରମ୍କୁ ସମ୍ପୂର୍ଣ୍ଣ ମାଗଣା କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଜର୍ମାନୀ, ବେଲେଜିୟମ୍ ଓ ଫ୍ରାନ୍ସର ସୀମାକୁ ଲାଗି ରହିଥିବା ଲକ୍ସେମ୍ବର୍ଗ ଦେଶରେ ପ୍ରାୟ 6 ଲକ୍ଷ ଲୋକ ଅବସ୍ଥାନ କରୁଛନ୍ତି। ଚଳିତ ଅଧିବର୍ଷରେ ସରକାର ସେହି ଦେଶର ଜନସାଧାରଣଙ୍କୁ ଏପରି ଏକ ଘୋଷଣା କରି ଉପହାର ଦେଇଛନ୍ତି। ଅଧିବର୍ଷ ପାଇଁ ଦେଶରେ କନର୍ସଟ୍ ଓ ସେଲିବ୍ରେସନ୍ ଆରମ୍ଭ ହେଉଥିବାରୁ ଫେବୃଆରୀ 29…

