Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ହାଇଦ୍ରାବାଦ-ପାରାଦୀପ ପାଇଲାଇନକୁ ବିରୋଧ କରି ଚାଷୀଙ୍କ ପଞ୍ଚାୟତ ଘେରାଉ
ଆଞ୍ଚଳିକ

ହାଇଦ୍ରାବାଦ-ପାରାଦୀପ ପାଇଲାଇନକୁ ବିରୋଧ କରି ଚାଷୀଙ୍କ ପଞ୍ଚାୟତ ଘେରାଉ

March 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ : ଭାରତୀୟ ତୈଳନିଗମ ପକ୍ଷରୁ ନିର୍ମାଣ କରାଯାଉଥିବା ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନ କାର୍ଯ୍ୟକୁ ବିରୋଧ କରି କ୍ଷତିଗ୍ରସ୍ତ ଚାଷୀମାନେ ବାଲିତୁଠ ପଂଚାୟତ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଏହା ସହିତ ପାଇପ ଲାଇନ ଯିବାକୁ ଥିବା ଜମିରେ ଆଜିଠାରୁ ପ୍ରତୀକାତ୍ମକଭାବେ ଧାରଣା ଦେଇଥିବା ଜଣାପଡ଼ିଛି । ପାରାଦ୍ୱୀପ- ହାଇଦ୍ରାବାଦ ପାଇପ ଲାଇନ କାର୍ଯ୍ୟ ଚାଲିଥିବାବେଳେ କ୍ଷତିଗ୍ରସ୍ତ ଜମି ମାଲିକମାନେ ଉପଯୁକ୍ତ କ୍ଷତି ପୂରଣ ଦାବୀକରି ଆନ୍ଦୋଳନ ଚଳାଇ ଆସୁଛନ୍ତି । ବାଲିତୁଠ, ବଡ଼ବୁଦା, ବିଜିପୁର, ଆଲିଗଡ଼ ଏବଂ ଗଡ଼କୁଜଙ୍ଗ ଗ୍ରାମର ଚାଷଜମି ଉପରେ ଏଡି ପାଇପ ଲାଇନ ବିଛାଯାଉଛି । ଯାହାଦ୍ୱାରା କି ୧୦୬ ଚାଷୀ ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି । ତେବେ ଏହି କ୍ଷତିଗ୍ରସ୍ତ ଚାଷୀମାନେ ଉପଯୁକ୍ତ କ୍ଷତିପୂରଣ ଦାବୀକରି ଦୀର୍ଘ ୮ ମାସ ହେବ ଆନ୍ଦୋଳନ କରି ଆସୁଛନ୍ତି । ଏଥିପାଇଁ ଚାଷୀ ଓ ପ୍ରଶାସନ ଆଲୋଚନା ଏକାଧିକ ବାର ବିଫଳ ହୋଇଛି । ତେବେ ଗତ ୪ ତାରିଖ ଦିନ ପୁଲିସ ସହାୟତାରେ ବଳପୂର୍ବକ ପାଇପ ଲାଇନ କାର୍ଯ୍ୟ କରିବାକୁ ମେସିନ ଲଗାଇ କାର୍ଯ୍ୟାଦେଶ ପ୍ରାପ୍ତ ଠିକା ସଂସ୍ଥା ମାଟି ଖୋଳିବାକୁ ଉଦ୍ୟମ କରିଥିବାବେଳେ ଚାଷୀ ମାନଙ୍କ ବିରୋଧ ଯୋଗୁ ଏହା ବନ୍ଦ ରହିଥିଲା । ଦୁଇ ଦିନ ମଧ୍ୟରେ ଏହି ବିବାଦର ସମାଧାନ ହେବାର ଥିଲେ ମଧ୍ୟ ଏହା ନହେବାର ଆଜି କ୍ଷତିଗ୍ରସ୍ତ ଚାଷୀ ପରିବାର ପ୍ରଥମେ ବାଲିତୁଠ ପଂଚାୟତ କାର୍ଯ୍ୟାଳରେ ପହଂଚି ଏଠାରେ କାହିଁକି ଦୀର୍ଘ ୨ ମାସ ହେବ ପୁଲିସ ଫୋର୍ସକୁ ରଖାଯାଇଛି ତାହାର ପ୍ରତିବାଦ କରି ପଂଚାୟତ କାର୍ଯ୍ୟାଳୟକୁ ଘେରାଉ କରିଥଇଲେ । ତୁରନ୍ତ ପୁଲିସ ଫୋର୍ସକୁ ଏଠାରୁ ପ୍ରତ୍ୟାହାର କରିବାକୁ ସ୍ଥାନୀୟ ସରପଂଚଙ୍କ ନିକଟରେ ଦାବୀ କରିଥିଲେ । ପରେ ପାଇପ ଲାଇନ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ଗଡ଼କୁଜଙ୍ଗର ଚାଷ ଜମିରେ ଚାଷୀମାନେ ଧାରଣା ଦେଇଥିଲେ । ଚାଷୀମାନଙ୍କର ଦାବି ପୂରଣ ହେବାପର୍ଯ୍ୟନ୍ତ ଚାଲୁ ରହିବ ବୋଲି କ୍ଷତିଗ୍ରସ୍ତ ଚାଷୀ ମାନେ ପ୍ରକାଶ କରିଛନ୍ତି ।

kujang
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026
Latest News

ଖୋଲିଲା ମା’ ଭଗବତୀଙ୍କ ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ମୋଟ ଦାନ ପରିମାଣ

July 31, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ିବା ଲକ୍ଷ୍ୟ: ବିସ୍ତୃତ ଆଲୋଚନା କଲେ ଆଇନ ମନ୍ତ୍ରୀ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ ହତ୍ୟା ଷଡଯନ୍ତ୍ର!: ଜୈଶ ଆତଙ୍କବାଦୀ ଗିରଫ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.