ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର । ଆପ୍ ନେତା ତାହିର୍ ହୁସେନ୍ଙ୍କ ଘର ଛାତ ଉପରୁ ପେଟ୍ରୋଲ୍ ବମ୍ ଏବଂ ଅନ୍ୟାନ୍ୟ ହତିଆର ଜବତ ହେବା ପରେ ଏହାକୁ ନେଇ ଗମ୍ଭୀର କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି । ଗୁଇନ୍ଦା ବିଭାଗର ଜନୈକ ଅଧିକାରୀ ଅଙ୍କିତଙ୍କ ହତ୍ୟା ପାଇଁ ଆପ୍କୁ ଦାୟୀ କରିବା ସହିତ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଥିଲେ । ହୁସେନ୍ଙ୍କ 5 ମହଲା କୋଠା ଉପରୁ ପଥର ଏବଂ ପେଟ୍ରୋଲ ବୋମା ଫିଙ୍ଗାଯାଇଥିବା ନେଇ ଅଙ୍କିତଙ୍କ ପଡୋଶୀ ସୂଚନା ପ୍ରଦାନ କରିଥିଲେ । ଅଙ୍କିତ କୁମାରଙ୍କ ହତ୍ୟାରେ ଯଦି ଆପ୍ ନେତା ସମ୍ପୃକ୍ତ ଥାନ୍ତି ତେବେ ସାଧାରଣ ଜନତା, ଆଇନ ଏବଂ ଭଗବାନ ତାଙ୍କୁ କେବେବି କ୍ଷମା କରିବେ ନାହିଁ ବୋଲି ଗମ୍ଭୀର ଟ୍ବିଟ୍ କରିଥିଲେ । ଏହାପରେ ଅନ୍ୟ ଏକ ଟ୍ବିଟ୍ରେ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ୍…
Author: Samikhsya Bureau
ନୂଆଦିଲ୍ଲୀ, ଜାପାନରୁ ୧୧୯ ଜଣ, ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁରୁ ଜଣେ ଜଣେ କରି ଏହି ପରି ମୋଟ ୧୨୪ ଜଣ ଭାରତୀୟ ନାଗରିକଙ୍କୁ ଏୟାର ଇଣ୍ଡିଆ ଉଦ୍ଧାର କରିଛି। କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସେମାନଙ୍କୁ ଜାପାନର ୟାକୋହାମ୍ମାଠାରେ ଡାଇମଣ୍ଡ ପ୍ରିନସେନ୍ସ ନାମକ ଯାତ୍ରୀବାହୀ ଜାହାଜରେ ଅଟକ ରଖାଯାଇଥିଲା। ଏହା ବ୍ୟତୀତ କରୋନା ସଂକ୍ରମଣର ଉଦ୍ରେକ ସ୍ଥଳୀ କୁହାଯାଉଥିବା ଚୀନର ଉହାନରୁ ମଧ୍ୟ ଭାରତୀୟ ବାୟୁସେନାର ଏକ ବିମାନ ୧୧୨ ଜଣଙ୍କୁ ଉଦ୍ଧାର କରିଛି। ଏଥିରେ ୭୬ ଜଣ ଭାରତୀୟ ନାଗରିକ ସହ ବାଂଲାଦେଶ, ମିଆଁମାର, ମାଲଦ୍ୱୀପ, ଚୀନ, ଦକ୍ଷିଣ ଆଫ୍ରିକା, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ମାଡାଗାସ୍କରର ୩୬ ଜଣ ଅନ୍ତର୍ଭୁକ୍ତ । ଏମାନେ ଆଜି ଭାରତରେ ପହଂଚିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ଜାପାନରୁ ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ମନସେର ସେନା ଶିବିର…
ଶ୍ରୀନଗର : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ଅପାରଗତା କାରଣରୁ ପୁଲଓ୍ବାମା ଆକ୍ରମଣକାରୀଙ୍କୁ ଜାମିନ ମିଳିଛି । ଚାର୍ଜସିଟ୍ ଦାଖଲରେ ଏନ୍ଆଇଏ ବିଫଳ ହେବାରୁ ପୁଲଓ୍ବାମା ଆକ୍ରମଣକାରୀ ୟୁସୁଫ୍ ଚୋପାନ୍ଙ୍କୁ ଗୁରୁବାର ଜାମିନ ମିଳିଛି । ନିୟମ ଅନୁସାରେ ଗିରଫ ହେବାର 180 ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯିବା ଉଚିତ୍ । ମାତ୍ର 6 ମାସର ସମୟ ବିତିଥିଲେ ମଧ୍ୟ ଏନ୍ଆଇଏ ପକ୍ଷରୁ କୌଣସି ଚାର୍ଜସିଟ୍ ଦାଖଲ କରାଯାଇନଥିଲା, ଯାହା ଫଳରେ ଚୋପାନ୍ଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ୟୁସୁଫଙ୍କୁ 50 ହଜାର ଟଙ୍କାର ଦୁଇଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ 14, 2019ରେ ଜୈସ୍ ଏ ମହମ୍ମଦର ଆକ୍ରମଣରେ 40 ଜଣ ଯବାନ ପ୍ରାଣ ହରାଇଥିଲେ । (ଏଜେନ୍ସି)
ଭୁବନେଶ୍ୱର,କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୁଇଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମର ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦଳର ନେତାମାନଙ୍କ ସହ ସ୍ଥାନୀୟ ଜନତା ମଇଦାନକୁ ଯାଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଆସନ୍ତା ଶୁକ୍ରବାର ଦିନ ଜନତା ମଇଦାନ ଠାରେ ବିଜେପି ପକ୍ଷରୁ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେଇ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନତା ମଇଦାନରେ ସ୍ଥିତି ଅନୁଧ୍ୟାନ କରିବା ସହ ଦଳର ସଦସ୍ୟମାନଙ୍କୁ ପ୍ରସ୍ତୁତି କାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝିଛନ୍ତି।ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବିଜେପି କର୍ମୀ ଓ ସାଧାରଣ ଜନତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ୱର, ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ରହିଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକର ରକ୍ଷଣାବେକ୍ଷଣ ବାବଦରେ ରାଜ୍ୟ ସରକାର ଏଣିକି ଅନୁଦାନ ରାଶି ବୃଦ୍ଧି କରିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ର ଅଶୋକ ଚନ୍ଦ୍ର ପଣ୍ଡା ଆଜି ଲୋକସେବା ଭବନସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଏହା ଘୋଷଣା କରିଛନ୍ତି । ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ତଥା ଛାତ୍ରାବାସରେ ରହୁଥିବା ପ୍ରତ୍ୟେକ ଅନ୍ତେବାସୀଙ୍କୁ ପ୍ରତିମାସରେ ପୂର୍ବରୁ ଦିଆଯାଉଥିବା ସହାୟତା ୧୨୦୦ ଟଙ୍କାରୁ ୧୭୬୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିରେ ଖାଦ୍ୟେପୟ, ଶେଯ ଓ ପୋଷାକ ପତ୍ର, ପାଠ ପଢ଼ା ଖର୍ଚ୍ଚ, ଚିକିତ୍ସା ଖର୍ଚ୍ଚ ସମେତ ଆନୁଷଙ୍ଗିକ ଖର୍ଚ୍ଚ ଅନ୍ତର୍ଭୁକ୍ତ । ଅନୁରୂପ ଭାବରେ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଦିବାଧ୍ୟାୟୀ ବିଦ୍ୟାର୍ଥୀମାନଙ୍କୁ ପ୍ରତିମାସରେ ଏଣିକି ୨୫୦ ଟଙ୍କା ପରିବର୍ତ୍ତେ ୩୭୦ ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏ ବାବଦରେ ବାର୍ଷିକ ପ୍ରାୟ ୩ କୋଟି ୬୫ ଲକ୍ଷ ୯୦ ହଜାର ଟଙ୍କା…
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି20 ମହିଳା ବିଶ୍ବକପ୍ରେ ଭାରତୀୟ କ୍ରିକେଟର ଜେମିମା ରଡ୍ରିଗ୍ଜଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହୋଇଛି । ଗୁରୁବାର ଭାରତ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଆଇସିସି ପକ୍ଷରୁ ଜେମିମାଙ୍କ ଡ୍ୟାନ୍ସ ଭିଡିଓ ଟ୍ବିଟ୍ କରାଯାଇଛି । ଗୁରୁବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଲିଗ୍ ମ୍ୟାଚ୍ରେ ବିଜୟୀ ହେବା ସହିତ ଭାରତ ସେମି ଫାଇନାଲ୍ରେ ପ୍ରବେଶ କରିଛି । ଏହି ମ୍ୟାଚ୍ପରେ ପ୍ୟାଭିଲିୟନ୍କୁ ଫେରୁଥିବା ସମୟରେ ଡ୍ୟୁଟିରେ ନଥିବା ଜନୈକା ସିକ୍ୟୁରିଟି ଗାର୍ଡଙ୍କ ସହିତ ଜେମିମା ଡ୍ୟାନ୍ସ କରିଥିଲେ । ଲଭ୍ ଆଜକଲ୍ର ଟ୍ବିଷ୍ଟ ଗୀତରେ ଉଭୟ ନୃତ୍ୟ କରିଥିଲେ । ଏହି ଭିଡିଓକୁ 3 ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ 25 ହଜାରରୁ ଅଧିକ ଲାଇକ୍ କରିଛନ୍ତି । (ଏଜେନ୍ସି) https://twitter.com/i/status/1232852999342632960
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଆଉ ପାଦେ ଆଗକୁ ଯାଇଛି । ଓଡ଼ିଶାର ପର୍ଯ୍ୟଟକ ମାନଙ୍କର ସୁଖ ସୁବିଧାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଓଟିଡିସି ଗୋ-ଗ୍ଲୋବାଲ ନାମରେ ଏକ ବିଦେଶ ଭ୍ରମଣର ଏକ ସୁଲଭ ତଥା ସ୍ୱତନ୍ତ୍ର ପ୍ୟାକେଜ ଉପଲବ୍ଧ କରାଇଛି । ଏହି ବିଦେଶ ଭ୍ରମଣ ମଧ୍ୟରେ ଓଡ଼ିଶାର ପର୍ଯ୍ୟଟକ ମାନେ ଥାଇଲାଣ୍ଡ, ମଲେସିୟା, ସିଙ୍ଗାପୁର, ଇଣ୍ଡୋନେସିଆର ବାଲି ଏବଂ ଦୁବାଇ ଇତ୍ୟାଦି ସ୍ଥାନକୁ ବୁଲିବାକୁ ଯାଇପାରିବେ । ଥାଇଲାଣ୍ଡ ଯିବା ପାଇଁ ଦେୟ ୨୪୯୯୦ ଟଙ୍କା ରହିଥିବା ବେଳେ ମାଲେସିୟା ପାଇଁ ୨୯,୯୯୦ ଟଙ୍କା, ସିଙ୍ଗାପୁର ପାଇଁ ୩୯,୯୯୦ ଟଙ୍କା , ଇଣ୍ଡୋନେସିଆର ବାଲି ପାଇଁ୩୪,୯୯୦ ଟଙ୍କା ଏବଂ ଦୁବାଇ ନିମନ୍ତେ ୫୩,୯୯୦ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି । ଏହି ସମସ୍ତ ସ୍ଥାନକୁ ଯିବାଆସିବା ଓ ରହିବା…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସ୍ୱାସ୍ଥ୍ୟ ସେବା ଓ ବୃତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛି । ଏହି ପଦକ୍ଷେପ ଅନୁଯାୟୀ ରାଜଧାନୀ ଭୁବନେଶ୍ବରରେ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ) ସେବାର ଆରମ୍ଭ କରିବାକୁ ଯାଉଛି । ଦେଶବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଉଦ୍ଦେଶ୍ୟ ରଖି ସମ୍ମମର ମୂଳଦୁଆ ସ୍ଥାପନ କରାଯାଇଥିବା ବେଳେ ରୋଗୀଙ୍କ ଚିକିତ୍ସାପାଇଁ ସର୍ବୋତମ ବ୍ୟବସ୍ଥା ଓ ଜ୍ଞାନ କୌଶଳ ରହିଛି । 9 ମହଲା ବିଶିଷ୍ଟ ଏହି ହସ୍ପିଟାଲଟି 10 ଏକର ବିଶିଷ୍ଟ ଅଞ୍ଚଳରେ ପରିବ୍ୟାପ୍ତ ଏବଂ ଏଠାରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଆସନ୍ତା ଫେବୃୟାରୀ 29 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ହସ୍ପିଟାଲର ଉଦ୍ଘାଟନ କରାଯିବ ।…
ଭୋପାଳ : ମହିଳାଙ୍କ ପ୍ରତି ଗଣଦୁଷ୍କର୍ମ ଏବଂ ଅତ୍ୟାଚାର ଦିନକୁ ଦିନ ବଢି ଚାଲିଥିବା ବେଳେ ଏହି ଧାରାରେ ସାମିଲ ହୋଇଛନ୍ତି ଭୋପାଳର ଜଣେ 14 ବର୍ଷୀୟା ଯୁବତୀ । ଶିଶୁ ଶ୍ରମିକ ଭାବରେ କାର୍ଯ୍ୟକରୁଥିବା ଏହି ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ସେ ନିଜକୁ ନିଆଁ ଲଗାଇ ଦେଇଥିଲେ । ତିନି ଜଣ ସହକର୍ମୀ ଉକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା କାରଣରୁ ବୁଧବାର ଯୁବତୀ ଜଣକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ନାଗପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ବୟାନ ଅନୁଯାୟୀ ବେତୁଲର ପୋଲିସ ପକ୍ଷରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଯୁବତୀ ଜଣକ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ପରିବାରକୁ ସହାୟତା କରିବା ପାଇଁ ତଥା ନିଜର ପାଠପଢା ଖର୍ଚ୍ଚ ନିମନ୍ତେ ଏହି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ଏକ ମାସ ପୂର୍ବରୁ…
ରମେଶ ମହାନ୍ତି ଜଗତସିଂହପୁର : ସଭିଏଁ ପଢିବେ ସଭିଏଁ ବଢିବେ ସ୍ଲୋଗାନ ଜୋର। କାମ କିନ୍ତୁ ଓଲଟା। ଛୋଟଛୋଟ କୋମଳମତୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଯୋଗାଇଦେଉଛନ୍ତି ମଧ୍ୟାହ୍ନ ଭୋଜନ।ହେଲେ ଛୋଟ କୋମଳମତୀ ଛାତ୍ରଛାତ୍ରୀଙ୍କ ପେଟକୁ ଲାତମାରି ମଧ୍ୟାହ୍ନ ଭୋଜନ ଲୁଟି ଖାଉଛନ୍ତି ଲୁଟେରା। ଫଳରେ ଭୋକିଲା ପେଟରେ ଆକାଶକୁ ଅନାଇ ଶତାଧିକ ଛାତ୍ରଛାତ୍ରୀ ଦିନକାଟୁଛନ୍ତି। ୨୦୦୫ରୁ ୨୦୦୭ମସିହା ମଧ୍ୟରେ ସରକାରୀ ଚାଉଳ ଚୋରା ଚାଲାଣ କରି ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡି ଜେଲଫେରନ୍ତା ବ୍ଲାକଲିଷ୍ଟେଡ ବିତରଣକାରୀକୁ ପୁରୁଣା ବୋତଲରେ ନୁଆ ଲେବୁଲ ମାରିଲା ପରି ଜିଲ୍ଲାର ସିଂହଭାଗ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଓ ପିଡିଏସ ଚାଉଳ ବିତରଣ ଦାୟିତ୍ୱ ଦିଆଯାଇ ବଡଧରଣର ଘୋଟାଲା ଚାଲିଥିବା ତଥ୍ୟ ମିଳୁଛି। ସରକାରଙ୍କ ୫ଟି, ମୋ ସରକାର ପଦକ୍ଷେପ ପ୍ରହସନ ପାଲଟିଛି। ଏଭଳି ଘଟଣା କେଉଁ ଉପାନ୍ତ ଜିଲ୍ଲାରେ ନୁହେଁ, ଖୋଦ ସ୍ୱାକ୍ଷରତାରେ ଆଗରେ ଚାଲୁଥିବା ଜଗତସିଂହପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲାର…
ମୁମ୍ବାଇ : ଅଭିନେତ୍ରୀ ଦିଶା ପଟ୍ଟାନୀ ନିଜ ଡ୍ୟାନ୍ସ ଜରିଆରେ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ଅପକମିଙ୍ଗ ଫିଲ୍ମ ‘ବାଗୀ 3’ରେ ଏକ ଆଇଟମ ଡ୍ୟାନ୍ସ କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଗୀତର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ଏଥିରେ ଦିଶା ବହୁତ ହଟ୍ ଅନ୍ଦାଜ୍ରେ ନଜର ଆସିଛନ୍ତି। ଏହି ଗୀତରେ ଦିଶାଙ୍କ ସହିତ ଅଭିନେତା ଟାଇଗର୍ ଶ୍ରଫ୍ ବି ରହିଛନ୍ତି । କି। ‘ବାଗୀ 3’ର ଡୁ ୟୁ ଲଭ ମି’ରେ ସଙ୍ଗୀତ ବି ବେଶ୍ ଦମଦାର ରହିଛି। ଗୀତଟି ପୂରା ରିଲିଜ୍ ହୋଇନଥିବାବେଳେ ଏହାର ଟିଜର୍ କିନ୍ତୁ ୟୁଟ୍ୟୁବରେ ଧୁମ୍ ମଚାଇଛି। https://www.youtube.com/watch?v=PHskP9wglJ8 ତନିଷ୍କ ବାଗଚୀଙ୍କ ରଚିତ ଏହି ଗୀତରେ ସ୍ବରବଦ୍ଧ କରିଛନ୍ତି ନିଖିତ ଗାନ୍ଧି । ଏହି ଗୀତ ଟ୍ରାକ୍ଟି ବ୍ରିଟିଶ୍ ରେକର୍ଡ ନିର୍ମାତା ଟ୍ରୟବୟର ଡୁୟୁ ରିମେକ୍ ଅଟେ। ଏହି ଗୀତରେ ହୁକ୍ ଲାଇନ୍କୁ ଛାଡି ଆଉ ସମସ୍ତ ଲାଇନ୍ ହିନ୍ଦୀରେ ରହିଛି। ‘ବାଗୀ…
ନୂଆଦିଲ୍ଲୀ : ଦିଲ୍ଲୀରେ ହିଂସାକାଣ୍ଡ ଘଟଣା ମାମଲାର ବିଚାର କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଉତ୍ତେଜନାମୂଳକ ଭାଷଣ ଦେଇଥିବା ସମସ୍ତ ନେତାଙ୍କ ବିପକ୍ଷରେ ମାମଲା ଦାୟର କରିବା ପାଇଁ ଗୁରୁବାର ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ ଦିଆଯାଇଛି । ଏହା ସହିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ପୁନର୍ବାର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଆସନ୍ତା ଏପ୍ରିଲ୍ 13 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସା ଘଟଣାରେ 35 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଛନ୍ତି । (ଏଜେନ୍ସି)
ଝାଡଖଣ୍ଡ: ସକାଳୁ ସକାଳୁ ନିଜର ପ୍ରିୟ ଜନମାନଙ୍କୁ ଶୁଭ ସକାଳ ବା ଗୁଡ୍ ମର୍ଣ୍ଣିଂର ମେସେଜ୍ ପଠାଇଲେ ବେଶ୍ ଖୁସି ହୋଇଥା’ନ୍ତି। କିନ୍ତୁ ଏହି ଗୁଡ୍ ମର୍ଣ୍ଣିଂ ମେସେଜ୍ ଯେ ଜଣକର ଜୀବନ ନେଇଯିବ, ସେକଥା କେହି କେବେ କଳନା କରିନଥିବେ । ଝାଡଖଣ୍ଡର ହଜାରିବାଗ୍ ଅଞ୍ଚଳରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଗୁଡ୍ ମର୍ଣ୍ଣିଂ ମେସେଜ୍ର ରିପ୍ଲାଇ କରିବା ଯୁବକଙ୍କୁ ବେଶ୍ ମହଙ୍ଗା ପଡିଛି । ମେସେଜ୍ର ଉତ୍ତର ଦେବାକୁ ଯାଇ ସେ ନିଜ ଜୀବନ ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସୁତଲତାନ୍ନା ଗ୍ରାମରେ ରହୁଥିବା ଜଣେ ମହିଳାଙ୍କଠାରୁ ଆସିଥିବା ମେସେଜ୍ର ଉତ୍ତର ଦେଇ ଜଣେ ଯୁବକଙ୍କୁ ମୃତ୍ୟୁ ଦଣ୍ଡ ଭୋଗିବାକୁ ପଡିଛି। ମହିଳାଜଣଙ୍କର ମେସେଜ୍ର ଉତ୍ତର ଦେଇଥିବାବେଳେ ମହିଳାଙ୍କ ସ୍ବାମୀ ଜଣକ ଏଥିରେ ନାରାଜ ହୋଇ ଯୁବକଙ୍କୁ ଛୁରୀରେ ହତ୍ୟା କରିଛନ୍ତି । ମୃତ ଯୁବକର ନାମ ମହମ୍ମଦ ସଲମାନ ଅନ୍ସାରୀ ବୋଲି ଜଣାପଡିଛି ।…
ମୁମ୍ବାଇ : କୋରୋନା ଭାଇରସ୍ ପ୍ରଭାବରେ ବିଶ୍ବର ଅର୍ଥନୀତି ଭୁଷୁଡି ପଡିଥିବା ବେଳେ ଭାରତୀୟ ସେୟାର ବଜାର ମଧ୍ୟ ପ୍ରଭାବିତ ହୋଇଛି । ଗୁରୁବାର ଭାରତୀୟ ସେୟାର ବଜାର 465 ପଏଣ୍ଟ ତଳକୁ ଖସିଛି । ଗୁରୁବାର ସେନସେକ୍ସ 39947.80 ପଏଣ୍ଟରୁ ଆରମ୍ଭ ହୋଇଥିବା ବେଳେ 465 ପଏଣ୍ଟ ତଳକୁ ଖସି 39423.27 ପଏଣ୍ଟରେ ପହଞ୍ଚିଛି । ଏହି ସମୟରେ ନିଫ୍ଟୀ 58 ପଏଣ୍ଟ ତଳକୁ ଖସିଛି । ନିଫ୍ଟୀ 58.5 ପଏଣ୍ଟ ତଳକୁ ଖସି 11620.45 ପଏଣ୍ଟରେ ପହଞ୍ଚିଛି । ଏହା ସହିତ କୋରୋନା ଭାଇରସ୍ ପ୍ରଭାବରେ ଅନ୍ୟ ଦେଶର ସେୟାର ବଜାର ମଧ୍ୟ ଗଭୀର ଭାବରେ ପ୍ରଭାବିତ ହୋଇଛି । (ଏଜେନ୍ସି)
ବେଜିଂ : ଚୀନ୍ରେ ତାଣ୍ଡବ ମଚାଇଛି କୋରୋନା ଭାଇରସ୍ । ଗୁରୁବାର ମିଳିଥିବା ସୂଚନା ଅନୁଯାୟୀ ଏହି ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା 27 ଶହ ଅତିକ୍ରମ କରିଛି । ଧୀରେ ଧୀରେ ଏହି ଭାଇରସ୍ର ପ୍ରଭାବ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଏପ୍ରିଲ୍ ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ ଦମନ କରିହେବ ନାହିଁ । ଏହି ଭାଇରସ୍ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟ 78,497ରେ ପହଞ୍ଚିଛି । ବୁଧବାର ଏହି ଭାଇରସ୍ ପ୍ରଭାବରେ 57 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନୂତନ ଭାବରେ 433 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ 32495 ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । (ଏଜେନ୍ସି)
ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ ପୁଣି ଥରେ ଚର୍ଚ୍ଚାରେ। ଯଦିଓ ଫିଲ୍ମ ଦୁନିଆରୁ ଏହି ହଟ୍ ଅଭିନେତ୍ରୀଜଣକ ଦୂରେଇ ରହିଛନ୍ତି କିନ୍ତୁ ସର୍ବଦା ସୋସିଆଲ ମିଡିଆରେ କିନ୍ତୁ ବେଶ୍ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ଇନ୍ଷ୍ଟାଗ୍ରାମରେ ନିଜର ଏକ ବୋଲ୍ଡ ଫଟୋ ସେୟାର କରିଛନ୍ତି। ବ୍ଲାକ୍ ଏଣ୍ଡ୍ ହ୍ବାଇଟ୍ର ଏହି ଫଟୋରେ ମଲ୍ଲିକାଙ୍କ ପିଠି ଅନାବୃତ୍ତ ରହିଛି। ସୋସିଆଲ ମିଡିଆରେ ମଲ୍ଲିକାଙ୍କ ଏହି ଫଟୋକୁ ପ୍ରାୟ ସମେସ୍ତ ପସନ୍ଦ କରିଛନ୍ତି । ମଲ୍ଲିକା ଫିଟିନେସ୍କୁ ନେଇ ବେଶ୍ ସଚେତନ। ପ୍ରାୟ ସମୟରେ ଓ୍ବାର୍କ ଆଉଟ୍ର ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥା’ନ୍ତି। ତେବେ ଫିଲ୍ମ ଦୁନିଆରୁ ଦୂରରେ ରହିଥିବା ଏହି ଅଭିନେତ୍ରୀ ଜଣକ କିନ୍ତୁ ଡିଜିଟାଲ୍ ଦୁନିଆରେ ପାଦ ରଖିଛନ୍ତି। ମଲ୍ଲିକା ଏକତା କପୁର୍ଙ୍କ ହରର୍ କମେଡି ଓ୍ବେବସିରିଜ୍ରେ ନଜର ଆସିଥିଲେ। (ଏଜେନ୍ସି)
ମୁମ୍ବାଇ : ଘରୋଇ ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍ ଜେଟ୍ 11ଟି ନୂତନ ଘରୋଇ ବିମାନ ଲଞ୍ଚ କରିବାକୁ ଯାଉଛି । ଆସନ୍ତା ମାର୍ଚ୍ଚ 29 ତାରିଖରେ ସ୍ପାଇସ୍ ଜେଟ୍ ପକ୍ଷରୁ ଏହି ବିମାନ ଚଳାଚଳ ହେବା ନେଇ ଘୋଷଣା କରାଯାଇଛି । ମୁମ୍ବାଇ-ଲେହ, ଲେହ-ଶ୍ରୀନଗର ଏବଂ ଶ୍ରୀନଗର-ମୁମ୍ବାଇ ରୁଟ୍ରେ ପ୍ରଥମ ଥର ପାଇଁ ବିମାନ ଚଳାଚଳ ନେଇ ଘୋଷଣା କରାଯାଇଛି । ସେହିପରି ମୁମ୍ବାଇ-ରାଜକୋଟ, ଦିଲ୍ଲୀ-ଧର୍ମଶାଳା ଏବଂ ବେଙ୍ଗାଲୁରୁ-ବିଜୟଓ୍ବାଡା ରୁଟ୍ରେ ଏହି 11ଟି ନୂତନ ବିମାନ ଯାତ୍ରା କରିବ । ନିକଟରେ 20ଟି ବିମାନ ଚଳାଚଳ ସମ୍ପର୍କରେ ସ୍ପାଇସ୍ ଜେଟ୍ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ 29 ତାରିଖରୁ 11ଟି ବିମାନ ଚଳାଚଳ ଆରମ୍ଭ କରିବ । (ଏଜେନ୍ସି)
ହରିଦ୍ବାର : ହରିଦ୍ବାରଠାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ପ୍ରେମିକାର ବାହାଘରରେ ପ୍ରେମିକ ଷ୍ଟେଜ୍ ଉପରକୁ ଯାଇ ପ୍ରେମିକାକୁ ଚାପୁଡା ମାରିବା ଭଳି ଏକ ଖବର ବେଶ୍ ଚର୍ଚ୍ଚାରେ ରହିଛି। ଏହି ଚାପୁଡା ମାରିବାର ଭିଡିଓଟି ଇଣ୍ଟରନେଟ୍ରେ ଏବେ ବେଶ୍ ଭାଇରାଲ୍ ହୋଇଛି। ହରିଦ୍ବାରର ଲଣ୍ଡୌରା କ୍ଷେତ୍ରର ଏକ ଗ୍ରାମରେ ଜଣେ ଯୁବତୀର ବାହାଘର ଦିନ ପରିସ୍ଥିତି ବେଶ୍ ହଲଚଲ୍ ହୋଇଛି। ଲୋକେ ନବବିବାହିତା ଯୋଡ଼ିକୁ ଶୁଭକାମନା ଓ ପୁରସ୍କାର ଦେଉଥିବାବେଳେ ଜଣେ ବଧୂକୁ ଚାପୁଡା ମାରିଥିଲେ। ମାରିଥିବା ଯୁବକ ଜଣକ ବଧୂର ପ୍ରେମିକ ବୋଲି ଜଣାପଡିଛି। ତା’ପରେ ମାରିଥିବା ଯୁବକକୁ ଲୋକେ ଷ୍ଟେଜ୍ ତଳକୁ ଆଣି ମାରଧାର କରିଥିଲେ। ଏହାକୁ ନେଇ ବାହାଘର ସମୟରେ ଦୁଇ ପକ୍ଷଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ବାହାଘରର ବରଣମାଳା ଅଦଳ ବଦଳ ସମୟରେ ସେ ଯୁବତୀକୁ ଚାପୁଡା ମାରିଥିଲେ। ଘଟଣାଟି ସେତିକିରେ ଶେଷ ହେଲା ନାହିଁ। ଏହି ଘଟଣା ପରେ ବରର…
ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି20 ମହିଳା ବିଶ୍ବକପ୍ର ସେମି ଫାଇନାଲ୍ରେ ପ୍ରବେଶ କରିଛି ଭାରତ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଲିଗ୍ ମ୍ୟାଚ୍ରେ ବିଜୟୀ ହେବା ସହିତ ଭାରତ ସେମି ଫାଇନାଲ୍ରେ ପ୍ରବେଶ କରିଛି । ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲ୍ୟାଣ୍ଡ । ଭାରତ 20 ଓଭରରେ 133 ରନ୍ ସଂଗ୍ରହ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ 129 ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଓପ୍ନର ଶେଫାଳି ବର୍ମା 34 ବଲ୍ରୁ 46 ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାନିୟା ଭାଟିଆ (23) ଏବଂ ରାଧା ଯାଦବ(14) ଉପଯୋଗୀ ଇନିଂସ ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଆମିଲିଆ କେର୍ ଏବଂ ରୋଜ୍ମେରୀ ମେୟର୍ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲେଘ୍ କାସ୍ପେର୍କ, ସୋଫି ଡିଭାଇନ୍ ଏବଂ ଲି ତାହୁହୁ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବିଜୁ ଜନତା ଦଳର ପ୍ରମୁଖ ନେତା ତଥା ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଜିଲ୍ଲାରେ ବହୁ ଆଲୋଚନା ଚାଲିଛି । କେଉଁଠି କ୍ଷୋଭ ତ କେଉଁଠି କ୍ୟାରିୟରକୁ ନେଇ ଚର୍ଚ୍ଚା । କେଉଁଠି ଆକ୍ରୋଶର ଶିକାର ହୋଇ କିଛି ଦିନର ନୀରବତା ପରେ ପୁଣି ମନ୍ତ୍ରୀ ପଦ ଫେରି ପାଇବାର ଆଶାରେ ଡ. ପାଣିଗ୍ରାହୀଙ୍କୁ ବିଜେଡ଼ି ଜିଲ୍ଲା ସଭାପତି ପଦରୁ ଦୂରେଇ ନିଆଗଲାକି..ଏହା ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି । ରାଜ୍ୟସଭା ପାଇଁ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ନାମ ଆପତତଃ ଆଉ ନଥିବାର ସ୍ପଷ୍ଟ ସଂକେତ ମିଳିସାରିଛି । ଦେଖିବାକୁ ଗଲେ ଚ୍ୟାଉ ପଟ୍ଟନାୟକଙ୍କ ୨୫ ବର୍ଷ ରାଜନୈତିକ ଅନୁଭୂତି ଶେଷରେ ଆସି ଜିଲ୍ଲା ସଭାପତି ପଦରେ ଝୁଲିବ ଏହାକୁ ତାଙ୍କର…
ନୂଆଦିଲ୍ଲୀ : ଦିଲ୍ଲୀ ହିଂସା ମାମଲାରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ ପାଇଁ ପହଞ୍ଚିଛନ୍ତି। ଏହି ପ୍ରତିନିଧି ମଣ୍ଡଳରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଆନନ୍ଦ ଶର୍ମା, ରଣଦୀପ୍ ସୁରେଜଓ୍ବାଲା ସମେତ ବହୁ ନେତା ସାମିଲ୍ ରହିଛନ୍ତି। ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକ ପତ୍ରରେ ଦିଲ୍ଲୀ ହିଂସାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି କରାଯିବା ସହିତ ପୀଡିତଙ୍କୁ ସାହାଯ୍ୟ କରିବାର ଦାବି କରାଯାଇଛି। ସେହିପରି ଦିଲ୍ଲୀ ହିଂସାକାଣ୍ଡର ଶୁଣାଣି କରିଥିବା ବିଚାରପତି ଏସ୍. ମୂରଲୀଧରଙ୍କ ବଦଳିକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇବା ସହିତ ସରକାର ନ୍ୟାୟର ମୁହଁ ବନ୍ଦ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ହିଂସା ଘଟଣାରେ 35 ଜଣଙ୍କର ମୃତ୍ୟୁ ହୋଇଛି। ଗଗନବିହାର ଓ ଜୋହରୀପୁର ଏକ୍ସଟେସନର…

