ଦୋସା ତିଆରି କରୁଛନ୍ତି ଐଶ୍ବର୍ଯ୍ୟା , ଭିଡିଓ ଭାଇରାଲ୍‌

Published: Mar 6, 2020, 2:00 pm IST

ଚେନ୍ନାଇ : ସୁପରଷ୍ଟାର ତାମିଲ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଜେଶ ଦୋଷା ତିଆରି କରୁଛନ୍ତି । ତେବେ ବିକ୍ରି ପାଇଁ ନୁହେଁ, ଏକ ଫିଲ୍ମ ସେଟ୍‌ରେ ଐଶ୍ବର୍ଯ୍ୟାଙ୍କ ଏଗ୍‌ ଦୋଷା ତିଆରିର ଭିଡିଓ ଭାଇରାଲ୍‌ ହୋଇଛି । କାକା ମୁଟ୍ଟାଇ, ଚିକ୍କା ଚେଭନ୍ତା ବନମ୍‌, ବାଡା ଚେନ୍ନାଇ ପରି ଫିଲ୍ମ ଜରିଆରେ ବେଶ୍ ଲୋକପ୍ରିୟତା ଲାଭ କରିଥିବା ଐଶ୍ବର୍ଯ୍ୟା ଦୋଷା ତିଆରି କରିବା ସହିତ ଫିଲ୍ମର କ୍ରୁ ସଦସ୍ୟଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ଭିଡିଓଟିକୁ ଐଶ୍ବର୍ଯ୍ୟା ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେୟାର କରିବା ପରେ ଫ୍ୟାନ୍‌ ମାନେ ଭିଡିଓଟିକୁ ବହୁତ ପସନ୍ଦ କରିଛନ୍ତି ।

ଏହି ଭିଡିଓଟି କେଉଁ ଫିଲ୍ମ ସେଟ୍‌ରେ ତାହା ଜଣା ପଡିନଥିଲେ ମଧ୍ୟ ତାମିଲରେ କଥା ହେଉଥିବାରୁ ଏହା ଧ୍ରୁବ ନଟ ଚରିତ୍ରମ ସେଟ୍‌ର ବୋଲି ଅନୁମାନ କରାଯାଉଛି । ଗୌତମ ବାସୁଦେବ ମେନନ୍‌ଙ୍କ ଧ୍ରୁବ ନଟ ଚରିତ୍ରମରେ ଐଶ୍ବର୍ଯ୍ୟା ଏବଂ ବିକ୍ରମ ଏକତ୍ର ନଜର ଆସୁଥିବା ବେଳେ ତେଲୁଗୁ ଷ୍ଟାର ନାନିଙ୍କ ସହିତ ଟକ୍‌ ଜଗଦୀଶ୍‌ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି ଐଶ୍ବର୍ଯ୍ୟା । ଏହି ଫିଲ୍ମଟି ଡିସେମ୍ବର 2020ରେ ପରଦାକୁ ଆସିବ । (ଏଜେନ୍ସି)

Related posts