ଫିଲ୍ମି ଫ୍ରାଇଡେ’ରେ ‘ବାଗୀ 3’

Published: Mar 6, 2020, 10:10 am IST

ମୁମ୍ବାଇ : ଫିଲ୍ମି ଫ୍ରାଇଡେରେ ଆଜି ରିଲିଜ୍‌ ହୋଇଛି ‘ବାଗୀ 3’। ‘ବାଗୀ’ ଓ ‘ବାଗୀ 2’ର ସଫଳତା ପରେ ‘ବାଗୀ 3’ରେ ପୂର୍ବ ଦୁଇ ସିଜିନଠାରୁ ଅଧିକ ସସ୍‌ପେନ୍ସ, ଥ୍ରୀଲର ଓ ଆକ୍ସନ୍‌ ରହିଛି। 2016ରେ ବଲିଉଡ୍‌ରେ ରିଲିଜ୍‌ ହୋଇଥିବା ‘ବାଗୀ’ର ତୃତୀୟ ପାର୍ଟ ହେଉଛି ‘ବାଗୀ 3’ । ‘ବାଗୀ’ରେ ଟାଇଗର୍‌-ଶ୍ରଦ୍ଧାଙ୍କୁ ଦେଖିବାକୁ ମିଳିଥିବାବେଳେ ‘ବାଗୀ-2’ରେ ଟାଇଗରଙ୍କ ବିପକ୍ଷରେ ଦିଶା ପଟ୍ଟାନୀ ନଜର ଆସିଲେ। ଏହି ସିଜିନ୍‌ରେ କିନ୍ତୁ ପୁନର୍ବାର ଟାଇଗର୍‌ ଓ ଶ୍ରଦ୍ଧାଙ୍କ ଯୋଡ଼ି ଦେଖିବାକୁ ମିଳିଛି। ତେବେ ଏହି ଫିଲ୍ମରେ ଟାଇଗର୍‌ଙ୍କ ଶ୍ରଦ୍ଧାଙ୍କ ବ୍ୟତୀତ ରିତେଶ ଦେଶମୁଖ, ଅଙ୍କିତା ଲୋଖେଣ୍ଡ, ଚଙ୍କି ପାଣ୍ଡେ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

ଅହମ୍ମଦ ଖାନ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି ସାଜିଦ୍‌ ନାଦିଆଦଓ୍ବାଲ । ଏହି ଫିଲ୍ମ ଜରିଆରେ ପୁଣିଥରେ ଟାଇଗର୍‌ ଶ୍ରଫ୍‌ ଓ ଶ୍ରଦ୍ଧା କପୁରଙ୍କ ସିଜଲିଂ କେମେଷ୍ଟ୍ରି ଦର୍ଶକେ ଦେଖିବାକୁ ପାଇଛନ୍ତି । ଟାଇଗରଙ୍କ ଦମ୍‌ଦାର୍‌ ଷ୍ଟଣ୍ଟ, ଫାଇଟ୍ ଓ ଶ୍ରଦ୍ଧାଙ୍କ ହଟ୍‌ ଅନ୍ଦାଜ ସହ ଦୁହିଁଙ୍କ କେମେଷ୍ଟ୍ରି ଦେଖିବାକୁ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି। ପୂର୍ବରୁ ଫିଲ୍ମର ଟ୍ରେଲର୍‌କୁ ଦର୍ଶକଙ୍କ ଜବରଦସ୍ତ ରେସ୍‌ପନ୍ସ ମିଳିସାରିଛି।

 

Related posts