Author: Samikhsya Bureau

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ଠାରେ ଥିବା ପ୍ରାଚୀନ ଐତିହ୍ୟସ୍ଥଳୀରୁ ବେଆଇନ ଜବରଦଖଲ ଉଚ୍ଛେଦ ଲାଗି ପ୍ରତ୍ନତତ୍ତ୍ୱ ବିଭାଗ ପଦକ୍ଷେପ ନେଇଥିବା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ। ଆଜି ରାଜ୍ୟ ସଭାରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଶିଶୁପାଳଗଡ଼ ଦୁର୍ଗର ଭିତର ଏବଂ ବାହାର ଅବଶେଷ ମଧ୍ୟରୁ ଅଧିକାଂଶ ଭାଗ ମାଟି ତଳେ ପୋତି ହୋଇ ରହିଛି। ଏହି ସ୍ଥାନକୁ  25 ନଭେମ୍ବର 1950ରେ ସରକାରୀ ଗେଜେଟ୍‌ ବିଜ୍ଞପ୍ତି ସଂଖ୍ୟା 34 ମାଧ୍ୟମରେ ସଂରକ୍ଷିତ ଐତିହ୍ୟ ସ୍ଥଳୀ ରୂପେ ଘୋଷଣା କରାଯାଇଥିଲା। ମୋଟ୍‌ ସଂରକ୍ଷିତ ଐତିହ୍ୟସ୍ଥଳୀର ପରିସର 562.681 ଏକର ହୋଇଥିବା ବେଳେ ଉଭୟ ସରକାରୀ ଏବଂ ଘରୋଇ ମାଲିକାନାରେ ଜମି ରହିଛି। ବେଆଇନ କାର୍ଯ୍ୟକଳାପ ବିରୋଧରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଭିଯୋଗ ଦାୟର କରିଛି। ପ୍ରାଚୀନ ସ୍ମାରକୀ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଏବଂ ଅବଶେଷ ଆଇନ,…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମସ୍କଟରେ ଭାରତୀୟ ସମୁଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଦର୍ଶକମାନଙ୍କ ମଧ୍ୟରେ ବିଭିନ୍ନ ଭାରତୀୟ ବିଦ୍ୟାଳୟର ୭୦୦ରୁ ଅଧିକ ଛାତ୍ରଛାତ୍ରୀ ସାମିଲ ଥିଲେ। ଚଳିତ ବର୍ଷଟି ଓମାନରେ ଥିବା ଭାରତୀୟ ବିଦ୍ୟାଳୟଗୁଡ଼ିକ ପାଇଁ ବିଶେଷ ଗୁରୁତ୍ୱ ବହନ କରେ, କାରଣ ସେମାନେ ଦେଶରେ ସେମାନଙ୍କ ପ୍ରତିଷ୍ଠାର ୫୦ ବର୍ଷ ପାଳନ କରୁଛନ୍ତି। ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଭାରତରେ ରହୁଥିବା ପରିବାର ଏବଂ ବନ୍ଧୁମାନଙ୍କ ତରଫରୁ ସମୁଦାୟକୁ ଶୁଭେଚ୍ଛା ଜଣାଇଥିଲେ। ସେ ସେମାନଙ୍କର ଅତି ଚମତ୍କାର ଏବଂ ରଙ୍ଗାରଙ୍ଗ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଓମାନରେ ବସବାସ କରୁଥିବା ଭାରତର ବିଭିନ୍ନ ଅଂଶରୁ ଲୋକଙ୍କୁ ଭେଟି ସେ ଖୁବ୍ ଆନନ୍ଦିତ, ଏବଂ ଉଲ୍ଲେଖ କରିଥିଲେ ଯେ ବିବିଧତା ହେଉଛି ଭାରତୀୟ ସଂସ୍କୃତିର ମୂଳଦୁଆ – ଏକ ମୂଲ୍ୟ ଯାହା ସେମାନଙ୍କୁ ଯେକୌଣସି ସମାଜର ଅଂଶ ହେବାରେ ସାହାଯ୍ୟ କରେ।…

Read More

ବାଲୁଗାଁ: ବାଲୁଗାଁ ଗୋପବନ୍ଧୁନଗରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକବିଂଶ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ଶିକ୍ଷାକେନ୍ଦ୍ର ପରିଚାଳନା କମିଟିର ସଭାପତି ଅଧ୍ୟାପକ ରମାକାନ୍ତ ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନର ଆବାହକ ଇଞ୍ଜିନିୟର ସୂର୍ଯ୍ୟକାନ୍ତ ମହାରଣା ମୁଖ୍ୟ ଅତିଥି, ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ବଉଳାବନ୍ଧର ଅଧ୍ୟକ୍ଷ ରାଘବ କୁମାର ରଣା, ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ନାଚୁଣୀର ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର ନାଥ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଉଦ୍ବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାରଣା ତାଙ୍କ ବକ୍ତବ୍ୟରେ ସେ ଶିକ୍ଷାଲାଭ କରିଥିବା ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର, କାଳୁପଡାଘାଟର ଅନୁଭୂତିର ଅବତାରଣା କରି ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର କିପରି ଏକ ପୂର୍ଣ୍ଣାଙ୍ଗ ମଣିଷ ତିଆରି କରିବାରେ ସାହାଯ୍ଯ କରେ ତାହା ଉପସ୍ଥାପନ କରିଥିଲେ। ଏବଂ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ଅଧ୍ୟୟନ କରିବା ଏକ ଭାଗ୍ଯର କଥା…

Read More

ଖୋର୍ଦ୍ଧା: ଆଜି ଅପରାହ୍ନରେ ହଟ୍ଟକେଶ୍ୱର, ଅଟ୍ରି ଉଷ୍ମ ପ୍ରସବଣ ପଞ୍ଚ ଦିବସୀୟ ଜାନୁୟାରୀ ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ମକର ମହୋତ୍ସବ ମହାସମାରୋହରେ ପାଳନ କରିବା ନିମନ୍ତେ ମାନ୍ୟବର ବିଧାୟକ ଏବଂ ମକର ମହୋତ୍ସବ ସମାରୋହ ପାଳନ କମିଟି ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିରୀକୃତ ପାଇଁ ଏକ ପ୍ରସ୍ତୁତି ବୈଠକ ବେଗୁନିଆ ପଂଚାୟତ ସମିତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ତହସିଲଦାର ଏବଂ ମକର ମହୋତ୍ସବ କମିଟି ସଦସ୍ୟ ଆବାହକ ତାପସ କୁମାର ବିଶି,ବି ଡି ଓ, ବେଗୁନିଆ ତଥା ସଂଯୋଜକ ମକର ମହୋତ୍ସବ କମିଟିସନ୍ତୋଷ କୁମାର ଜେନା, ବେଗୁନିଆ ପଂଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ, ଉପ ନିବନ୍ଧକ, ବେଗୁନିଆ, ଅମିତ୍ କୁମାର ସେଠୀ, ଭାରପ୍ରାପ୍ତ ଥାନା ଅଧିକାରୀ, ବାଘମାରି, ସୁଚିତ୍ରା ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ମହୋତ୍ସବ କମିଟି କାର୍ଯ୍ୟକାରୀ…

Read More

ରଣପୁର: ରାଜ୍ୟର ବିଜେପି ନେତୃତ୍ୱାଧୀନ ମୋହନ ମାଝୀ ସରକାର ବିଧାୟକ ଓ ମନ୍ତ୍ରୀଙ୍କ ଦରମା ଓ ଭତ୍ତାକୁ ତିନିଗୁଣା ବୃଦ୍ଧି କରିବାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ ୯ ଡିସେମ୍ବରରେ ବିଧାନସଭାରେ ପାରିତ ଏହି ଆଇନ ଅନୁଯାୟୀ ବିଧାୟକ ଓ ମନ୍ତ୍ରୀଙ୍କ ମାସିକ ଦରମା ଓ ଭତ୍ତା ୩,୪୫,୦୦୦ ଟଙ୍କାକୁ ବୃଦ୍ଧି ପାଇଛି, ଯାହାକୁ ସିପିଆଇ(ଏମ୍) ଦୃଢ଼ ଭାବେ ବିରୋଧ କରିଛି। ଏହି ପ୍ରସଙ୍ଗରେ ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ବଣେଇ ବିଧାନସଭା କ୍ଷେତ୍ରର ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ବିଧାନସଭାରେ ଦୃଢ଼ ବିରୋଧ କରିଥିଲେ ବୋଲି ଦଳ ପକ୍ଷରୁ କୁହାଯାଇଛି। ସରକାର ଏହାକୁ ଅଗ୍ରାହ୍ୟ କରି ଆଇନ ପାରିତ କରିଥିବାରୁ ସିପିଆଇ(ଏମ୍) ରାଜ୍ୟ କମିଟି ଏହି ନିଷ୍ପତ୍ତିକୁ ଜନବିରୋଧୀ ବୋଲି ଅଭିହିତ କରିଛି ଓ ମାନ୍ୟବର ରାଜ୍ୟପାଳଙ୍କୁ ଆଇନଟିକୁ ଅନୁମୋଦନ ନ କରିବାକୁ ନିବେଦନ କରିଛି। ଏହି ପରିପ୍ରେକ୍ଷୀରେ ରଣପୁର ଆଞ୍ଚଳିକ କମିଟି ପକ୍ଷରୁ ରଣପୁର…

Read More

ଭୁବନେଶ୍ବର: ବିଧାୟକଙ୍କ ଦରମା ବୃଦ୍ଧି ନେଇ ସାରା ରାଜ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ନେଲେ ଏକ ବଡ ପଦକ୍ଷେପ। ସେ ବର୍ଦ୍ଧିତ ଭତ୍ତା ନେବେ ନାହିଁ ବୋଲି ଆଜି ଘୋଷଣା କରିଛନ୍ତି। ପୂର୍ବତନ ବିଧାୟକଙ୍କ ଭତ୍ତା ବାବଦକୁ ବଢ଼ିଥିବା ରାଶି ଗ୍ରହଣ କରିବେ ନାହିଁ ବୋଲି ଆଜି ଶ୍ରୀ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।ସେତେକି ନୁହେଁ ଏହି ବିଲ କୁ ରାଜ୍ୟପାଳ ପୁନଃବିଚାର କରିବା ପାଇଁ ଫେରାଇ ଦେବାକୁ ଅନୁରୋଧ କରି ସେ ଚିଠି ଲେଖିଛନ୍ତି। ଶ୍ରୀ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସାମ୍ବିଧାନିକ ବିଧି ବିଧାନ ଅନୁଯାୟୀ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଗୃହରେ ନିଷ୍ପତ୍ତି ହୁଏ। ଏପରି ସାମ୍ବିଧାନିକ ଅଧିକାରକୁ ଅତି ସଂଯମତା ଓ ସତର୍କତାର ସହ ପାଳନ କରାଯିବା ଉଚିତ। କିନ୍ତୁ ଡବଲ ଇଞ୍ଜିନ ସରକାରରେ ଏବେ ରାଜ୍ୟ ବିଧାନସଭାର ସଦସ୍ୟ ଓ ପୂର୍ବତନ ବିଧାୟକ…

Read More

ଭୁବନେଶ୍ବର: ଓଡ଼ିଶାର ପାରମ୍ପରିକ କୃଷି ପର୍ବ ମଧ୍ୟରୁ ଏକ ବକୁଳ ଅମାବାସ୍ୟା। ଏହା ସାରା ରାଜ୍ୟରେ ଭକ୍ତି ଏବଂ ସାଂସ୍କୃତିକ ଉତ୍ସାହ ସହିତ ପାଳିତ ହୋଇଆସୁଛି। ଏହି ଦିନଟି ବକୁଳ, ବଉଳ ବା ଆମ୍ବ ଫୁଲ ପୂଜା ପାଇଁ ଉତ୍ସର୍ଗୀକୃତ, ଯାହା ଏକ ସମୃଦ୍ଧ କୃଷି ଋତୁ ଏବଂ ପ୍ରଚୁର ଆମ୍ବ ଅମଳର ଆଶାର ପ୍ରତୀକ। ଆସନ୍ତାକାଲି ଶୁକ୍ରବାରରେ ଏହି ପର୍ବ ପଡୁଛି। ପୌଷ ଅମାବାସ୍ୟାକୁ ସାଧାରଣତଃ ବଉଳ ଅମାବାସ୍ୟା କୁହାଯାଇଥାଏ। ପଡୁଥିବା ଏହି ପର୍ବ ଚାଷୀ ଏବଂ ଫଳ ଚାଷୀମାନଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖେ। ମୁଖ୍ୟତଃ ଗଛରେ ପ୍ରଚୁର ଆମ୍ବ ଆସିବା ପାଇଁ ଏହି ପର୍ବ ପାଳନ ହୋଇଥାଏ। ପୌଷ ଅମବାସ୍ୟା ବେଳକୁ ସାଧାରଣତଃ ଆମ୍ବଗଛରେ ବଉଳ ଆସିଥାଏ। ଏହାକୁ ଦେଖି ଚାଷୀର ମନ ଆନ୍ଦରେ ନାଚି ଉଠେ। ଏଥର ପ୍ରଚୁର ଆମ୍ବ ଆସିବା ପାଇଁ ଏହି ପୌଷ ଅମାବାସ୍ୟାରେ ବଉଳକୁ ପୂଜା କରାଯାଇଥାଏ। ଏହି ଦିନ ଘରେ ସ୍ବତନ୍ତ୍ର…

Read More

ଭୁବନେଶ୍ବର: ବିଧାୟକଙ୍କ ଦରମା ଏତେ ପରିମାଣ ବୃଦ୍ଧି ନେଇ ଜନଅସନ୍ତୋଷ ଦେଖାଦେବା ପରେ ବର୍ତ୍ତମାନ ସରକାରଙ୍କ ଚେତା ପଶିଛି। ଏହି ଦରମା ବୃଦ୍ଧିର ପୁନଃବିଚାର କରିବା ପାଇଁ ଆଜି ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏ ନେଇ ବିଧାୟକମାନେ ଦସ୍ତଖତ କରି ଦରମାର ପୁନଃବିଚାର କରିବା ପାଇଁ ଏକ ଲିଖିତ ଅନୁରୋଧ କରିଛନ୍ତି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବିଧାୟକ ଦଳର ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି ବୈଠକ ପରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ବିଧାୟକଙ୍କ ଦରମା ବୃଦ୍ଧି ନେଇ ଏକ ଜନ ଅସନ୍ତୋଷ ସୃଷ୍ଟି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ବିଜେପି ବିଧାୟକମାନେ ଦରମା ବୃଦ୍ଧିର ପୁନଃବିଚାର କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେମାନେ ଜନତାଙ୍କ ମତକୁ ସମ୍ମାନ ଦେଇ ଏହି ନିଷ୍ପତି ଗ୍ରହଣ କରିଛନ୍ତି। ଫଳରେ ରାଜ୍ୟ ସରକାର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧିର…

Read More

ନୂଆଦିଲ୍ଲୀ: ରିୟାଦରେ ଭାରତ ଏବଂ ସାଉଦି ଆରବ ଏକ ଦ୍ୱିପାକ୍ଷିକ ଭିସା ଛାଡ଼ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ଅନୁଯାୟୀ, ଉଭୟ ଦେଶର କୂଟନୈତିକ, ସ୍ୱତନ୍ତ୍ର ଏବଂ ସରକାରୀ ପାସପୋର୍ଟ ଧାରକମାନଙ୍କୁ ସ୍ୱଳ୍ପକାଳୀନ ସରକାରୀ ଗସ୍ତ ପାଇଁ ପାରସ୍ପରିକ ଭିସା ଛାଡ଼ ପ୍ରଦାନ କରାଯିବ। ଏହି ଚୁକ୍ତିନାମାରେ ଭାରତୀୟ ରାଷ୍ଟ୍ରଦୂତ ସୁହେଲ ଏଜାଜ ଖାନ ଏବଂ ସାଉଦି ବିଦେଶ ମନ୍ତ୍ରଣାଳୟର ଉପମନ୍ତ୍ରୀ ଅବଦୁଲମଜିଦ ବିନ୍ ରସିଦ ଅଲସ୍ମରି ସ୍ୱାକ୍ଷର କରିଛନ୍ତି। ଏହା ଭାରତ-ସାଉଦି ଆରବ ରଣନୈତିକ ସହଭାଗୀତା ପରିଷଦ ଅଧୀନରେ ସରକାରୀ ଗସ୍ତକୁ ସହଜ କରିବା ଏବଂ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି। ଭିସା ଛାଡ଼ ଉଭୟ ଦେଶର ଅଧିକାରୀଙ୍କ ଗତିବିଧିକୁ ସହଜ କରିବ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

Read More

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ବି.କେ. ନରେନ୍ଦ୍ରଙ୍କ ବିୟୋଗରେ ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ବରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ବୃନ୍ଦ ଓ କର୍ମଚାରୀ ଗଣ ତାଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଏହାପରେ ମହାବିଦ୍ୟାଳୟକୁ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି କରିବାରେ ମେଜର ବି.କେ ନରେନ୍ଦ୍ରଙ୍କ ଅନବଦ୍ୟ ଅବଦାନ ରହିଥିଲା ଏବଂ ତାଙ୍କର ଦାୟିତ୍ବବୋଧତା, ସମୟାନୁବର୍ତ୍ତିତା, କର୍ତ୍ତବ୍ୟନିଷ୍ଠ ଫଳରେ ସେ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇପାରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଶ୍ରୀଚନ୍ଦନ‌, ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ଃ କୈଳାସ ଚନ୍ଦ୍ର ମହାରଣା, ପ୍ରତିଷ୍ଠାନ‌ ଅଧିକାରୀ ସୁଧାକର ନାୟକ ପ୍ରମୁଖ ମେଜର ବି.କେ. ନରେନ୍ଦ୍ରଙ୍କ ଅବର୍ତ୍ତମାନରେ ତାଙ୍କ କର୍ମମୟ ଜୀବନ ସମ୍ପର୍କରେ ମତବ୍ୟକ୍ତ କରି ସ୍ମୃତିଚ଼ାରଣ କରିଥିଲେ।

Read More

ନୂଆଦିଲ୍ଲୀ: ଢାକାର ସୁରକ୍ଷା ପରିସ୍ଥିତି ବିଗିଡ଼ିବା ମଧ୍ୟରେ ଭାରତ ଜମୁନା ଫ୍ୟୁଚର୍ ପାର୍କରେ ଅବସ୍ଥିତ ଏହାର ଭାରତୀୟ ଭିସା ଆବେଦନ କେନ୍ଦ୍ରକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛି। ଏହା ବାଂଲାଦେଶର ସବୁଠାରୁ ବଡ଼ ଭିସା ପ୍ରକ୍ରିୟାକରଣ କେନ୍ଦ୍ର। ଏହି କେନ୍ଦ୍ର ବାଂଲାଦେଶର ରାଜଧାନୀରୁ ଆସୁଥିବା ଅଧିକାଂଶ ଭାରତୀୟ ଭିସା ଆବେଦନକୁ ପରିଚାଳନା କରେ। ଭାରତର ଏହି ପଦକ୍ଷେପ ଯୋଗୁଁ ପଡ଼ୋଶୀ ଦେଶକୁ କ’ଣ କ୍ଷତି ସମ୍ଭବ? ସ୍ୱାସ୍ଥ୍ୟସେବା ସଙ୍କଟ ବ୍ୟାପିବ ଭାରତ ଦୀର୍ଘଦିନ ଧରି ସୁଲଭ ଏବଂ ଆଧୁନିକ ଚିକିତ୍ସା ଖୋଜୁଥିବା ବାଂଲାଦେଶୀ ରୋଗୀଙ୍କ ପାଇଁ ଏକ ଭଲ ଗନ୍ତବ୍ୟସ୍ଥଳ ହୋଇଆସିଛି। କର୍କଟ ଚିକିତ୍ସା ଏବଂ ହୃଦଘାତ ଅସ୍ତ୍ରୋପଚାର ଠାରୁ ଆରମ୍ଭ କରି ଅଙ୍ଗ ପ୍ରତିରୋପଣ ପର୍ଯ୍ୟନ୍ତ ପ୍ରତି ମାସରେ ହଜାର ହଜାର ବାଂଲାଦେଶୀ ଭାରତୀୟ ହସ୍ପିଟାଲକୁ ଯାଆନ୍ତି। ଭିସା କେନ୍ଦ୍ର ବନ୍ଦ ହେବା ଦ୍ୱାରା ଏହି ଜୀବନରେଖା ପ୍ରଭାବଶାଳୀ ଭାବରେ କାଟି ଦିଆଯାଇଛି। ବାଂଲାଦେଶୀ ଛାତ୍ର ପ୍ରଭାବିତ ହେବେ ପ୍ରତିବର୍ଷ…

Read More

ରଣପୁର: ନୟାଗଡ ଜିଲ୍ଲା ରଣପୁର ସ୍ଥିତ ପି.ଏମ୍.ଶ୍ରୀ. ବି.ସି. ହାଇସ୍କୁଲରେ ୬୯ତମ ଓଡିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ଚାମ୍ପିୟନସିପ୍ (ଉଭୟ ବାଳକ ଓ ବାଳିକା ବର୍ଗ) ଆସନ୍ତା ୧୬ ଡିସେମ୍ବରରୁ ୧୮ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଦଳଗୁଡ଼ିକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବାଳିକା ସେମିଫାଇନାଲ ମ୍ୟାଚରେ ଗଞ୍ଜାମ ମାଲକାନଗିରିକୁ ପରାଜିତ କରି ଫାଇନାଲକୁ ପ୍ରବେଶ କରିଥିବା ବେଳେ, ଅନ୍ୟ ସେମିଫାଇନାଲରେ କଟକ ନୟାଗଡକୁ ହରାଇ ଫାଇନାଲରେ ପହଞ୍ଚିଥିଲା। ଫାଇନାଲ ମ୍ୟାଚରେ କଟକ ଓ ଗଞ୍ଜାମ ମଧ୍ୟରେ ହୋଇଥିବା ହାର୍ଡଫାଇଟ୍ ମୁକାବିଲାରେ କଟକ ଦଳ ଚମ୍ପିୟାନ ହୋଇଥିବା ବେଳେ ଗଞ୍ଜାମ ରନର୍ସଅପ୍ ହୋଇ ସମ୍ମାନ ଅର୍ଜନ କରିଥିଲା। ବାଳକ ବିଭାଗ ସେମିଫାଇନାଲ ମ୍ୟାଚରେ କଟକ ଢେଙ୍କାନାଳ କୁ ପରାଜିତ କରି ଫାଇନାଲକୁ ପ୍ରବେଶ କରିଥିବା ବେଳେ, ଅନ୍ୟ ପଟେ ସେମିଫାଇନାଲରେ ନୟାଗଡ ନବରଙ୍ଗପୁରକୁ ହରାଇ ଶେଷ ମୁକାବିଲାରେ ସ୍ଥାନ ପାଇଥିଲା।…

Read More

ଜାମନଗର: ବିଶ୍ୱ ଫୁଟବଲ୍ ଆଇକନ୍ ଲିଓନେଲ ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ ସଂରକ୍ଷଣ କେନ୍ଦ୍ର ବନତାରାକୁ ଏକ ବିଶେଷ ଗସ୍ତ କରିଥିଲେ। ଏହି କେନ୍ଦ୍ରରେ, ପାରମ୍ପରିକ ଭାବରେ ସନାତନ ଧର୍ମ ଅନୁସାରେ ଆଶୀର୍ବାଦ ନେବା ସହିତ ପଦକ୍ଷେପ ଆରମ୍ଭ ହୋଇଥାଏ, ଯାହା ପ୍ରକୃତି ପ୍ରତି ଶ୍ରଦ୍ଧା ଏବଂ ସମସ୍ତ ଜୀବଜନ୍ତୁଙ୍କ ପ୍ରତି ସମ୍ମାନ ଉପରେ ଗୁରୁତ୍ୱାରୋପ କରିଥାଏ। ମେସିଙ୍କ ଗସ୍ତ ଏହି ସଂସ୍କୃତିକୁ ପ୍ରତିଫଳିତ କରିଥିଲା. ​​କାରଣ ସେ ପାରମ୍ପରିକ ହିନ୍ଦୁ ରୀତିନୀତିରେ ଅଂଶଗ୍ରହଣ କରିଥିଲେ, ବନ୍ୟପ୍ରାଣୀଙ୍କୁ ବୁଲି ଦେଖିଥିଲେ ଏବଂ ଯତ୍ନ ନେଉଥିବା ବ୍ୟକ୍ତି ଓ ସଂରକ୍ଷଣ ଦଳମାନଙ୍କ ସହିତ ଭାବବିନିମୟ କରିଥିଲେ। ଗସ୍ତ ସମୟରେ ତାଙ୍କର କାର୍ଯ୍ୟଶୈଳୀ ନମ୍ରତା ଏବଂ ମାନବୀୟ ମୂଲ୍ୟବୋଧ ତଥା ବନ୍ୟପ୍ରାଣୀ ସଂରକ୍ଷଣ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା। ମେସିଙ୍କୁ, ତାଙ୍କ ଇଣ୍ଟର ମିଆମି ସାଥୀ ଖେଳାଳି ଲୁଇସ୍ ସୁଆରେଜ ଏବଂ ରୋଡ୍ରିଗ ଡି ପଲ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ବଡ଼ ଦିନ ପରିପ୍ରେକ୍ଷୀରେ ନିକଟରେ ଏକ କେକ୍ ମିକ୍ସିଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୋଆର ବୋର୍ଡ ଅଫ୍ ଡାଇରେକ୍ଟର ଡିଷ୍ଟିଙ୍ଗୁଇସ୍‌ଡ ସଦସ୍ୟା ଉପାସନା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କେକ୍ ମିକ୍ସିଙ୍ଗ ଉତ୍ସବରେ ସାମିଲ ହେବା ସହ ଏଭଳି ଏକ ଆନନ୍ଦଦାୟକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସିକ୍କିମ୍‌ର ମେକ ଅପ୍ ଆର୍ଟିଷ୍ଟ ଏଥେନ୍ ସୈଲେଶ ପ୍ରଧାନ ଯୋଗ ଦେଇ ଏହି କେକ୍ ମିକ୍ସିଙ୍ଗ ପ୍ରସ୍ତୁତି ଆରମ୍ଭର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ୧୭୦୦ ଶତାବ୍ଦୀରେ ୟୁରୋପରେ ଏହି ପାରମ୍ପରିକ କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହାକୁ ଏକ ଶୁଭ ସମୟ ଓ ଆନନ୍ଦର ବାର୍ତାବହ ବୋଲି କୁହାଯାଇଥାଏ। ଏହି ସମୟରେ ଅଧିକ ପରିମାଣର…

Read More

ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ତ୍ୟାଗ କରୁଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସଂସଦକୁ ସୂଚନା ଦେଇଛି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ 9,00,000 ରୁ ଅଧିକ ଭାରତୀୟ ସେମାନଙ୍କର ଭାରତୀୟ ନାଗରିକତା ତ୍ୟାଗ କରିଛନ୍ତି। 2022 ଠାରୁ, ଏହି ସଂଖ୍ୟା ବାର୍ଷିକ 2,00,000 ରୁ ଅଧିକ ହୋଇଛି। 2011 ରୁ 2024 ପର୍ଯ୍ୟନ୍ତ, ମୋଟ 20.6 ଲକ୍ଷ ଭାରତୀୟ ସେମାନଙ୍କର ନାଗରିକତା ତ୍ୟାଗ କରିଛନ୍ତି, ଯାହା ମଧ୍ୟରୁ ଅଧାରୁ ଅଧିକ ଗତ ପାଞ୍ଚ ବର୍ଷ ମଧ୍ୟରେ ପରିତ୍ୟାଗ କରିଛନ୍ତି। ବିଶେଷକରି COVID ମହାମାରୀ ସମୟରେ ଏବଂ ପରେ ଭାରତୀୟମାନେ ଭାରତ ଛାଡିଛନ୍ତି। ପ୍ରଥମ 10 ବର୍ଷ ପାଇଁ ପ୍ରତିବର୍ଷ 1,20,000 ରୁ 1,45,000 ଲୋକ ସେମାନଙ୍କର ନାଗରିକତା ତ୍ୟାଗ କରିଥିଲେ। COVID ସମୟରେ ଯାତ୍ରା ପ୍ରତିବନ୍ଧକ ଯୋଗୁଁ 2020 ରେ ଏହି ସଂଖ୍ୟା ପ୍ରାୟ 85,000 କୁ ହ୍ରାସ ପାଇଥିଲା। ତଥାପି, କୋଭିଡ୍ ପରେ ପୁନରୁତ୍ଥାନ…

Read More

ନୂଆଦିଲ୍ଲୀ: ଛତିଶଗଡର ସୁକମା ଜିଲ୍ଲାର ଗୋଲ୍ଲାପାଲିର ଜଙ୍ଗଲ ଏବଂ ପାହାଡ଼ି ଅଞ୍ଚଳରେ ଆଜି ପ୍ରତ୍ୟୁଷରେ DRG କର୍ମଚାରୀ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ପୋଲିସକୁ ଏହି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ବିଶ୍ୱସ୍ତ ସୂଚନା ମିଳିଥିଲା, ଯାହା ପରେ ଏକ ଜିଲ୍ଲା ରିଜର୍ଭ ଗାର୍ଡ (DRG) ଦଳକୁ ସର୍ଚ୍ଚ ଅପରେସନ ପାଇଁ ପଠାଯାଇଥିଲା। ସକାଳ ସାରା ଉଭୟ ପାର୍ଶ୍ୱରୁ ମଝିରେ ମଝିରେ ଗୁଳିଚାଳନା ଜାରି ରହିଥିଲା। ସୁକମା ପୋଲିସ ଅଧିକ୍ଷକ କିରଣ ଚଭନ ଏନକାଉଣ୍ଟରରେ ତିନି ଜଣ ନକ୍ସଲ ନିହତ ହୋଇଥିବାର ନିଶ୍ଚିତ କରିଛନ୍ତି। ନିହତଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ମଧ୍ୟ ଅଛନ୍ତି। ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ଏକ ଘେରାବନ୍ଦୀ ଅଞ୍ଚଳରେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି ଏବଂ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।

Read More

କିନ୍ନୌର (ହିମାଚଳ ପ୍ରଦେଶ): ରେକଙ୍ଗପିଓର ଆଞ୍ଚଳିକ ହସ୍ପିଟାଲ ନିକଟ ମୋଡ଼ରେ ପାର୍କିଂ ସୁବିଧାର ଅଭାବ ସତ୍ତ୍ୱେ ପୋଲିସ ଦ୍ୱାରା ଜାରି ଚାଲାଣ ଜାରିକୁ ଆମ ଆଦମୀ ପାର୍ଟି ଦୃଢ଼ ପ୍ରତିବାଦ କରିଛି। ଦଳ କହିଛି ଯେ, ଏହା ରୋଗୀ, ସେମାନଙ୍କ ପରିବାର, ଦୋକାନୀ ଏବଂ ସାଧାରଣ ଜନତାଙ୍କୁ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ କରୁଛି। ଆମ ଆଦମୀ ପାର୍ଟି ଜିଲ୍ଲା କିନ୍ନୌର ସଭାପତି ମନୀଷ କୁମାର ନେଗି କହିଛନ୍ତି ଯେ ହସ୍ପିଟାଲକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ପରିବାର ପୂର୍ବରୁ ଅସୁସ୍ଥତା, ମାନସିକ ଚାପ ଏବଂ ଆର୍ଥିକ ଚାପରେ ପୀଡିତ ଅଛନ୍ତି। ବିକଳ୍ପ ପାର୍କିଂ ସୁବିଧା ପ୍ରଦାନ ନକରି ଏତେ ସମ୍ବେଦନଶୀଳ ସ୍ଥାନରେ ଚାଲାଣ ଜାରି କରିବା ଅମାନବୀୟ। ସେ ଏହାକୁ ଜନସାଧାରଣଙ୍କୁ ଭୟଭୀତ କରିବା ପାଇଁ ଏକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ସ୍ଥାନୀୟ ଦୋକାନୀ ଏବଂ ବ୍ୟବସାୟୀମାନେ ମଧ୍ୟ ଏହି କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି…

Read More

ନୂଆଦିଲ୍ଲୀ: ବାରଣାସୀରେ ରାତି ୧୨:୦୦ ଟାରେ କାଶୀ ତାମିଲ ସଙ୍ଗମର ଚତୁର୍ଥ ପର୍ଯ୍ୟାୟର ଶେଷ ଦଳକୁ IRCTC ଦ୍ୱାରା ବିଦାୟ ଦିଆଯାଇଥିଲା। ଏହା ସହିତ, ବାରାଣାସୀରୁ ପ୍ରାୟ ୩୦୦ ଛାତ୍ରଛାତ୍ରୀ ତାମିଲନାଡୁ ଅଭିମୁଖେ ପ୍ରସ୍ଥାନ କରିଥିଲେ। ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ଏପର୍ଯ୍ୟନ୍ତ କେବଳ ତାମିଲନାଡୁର ଲୋକମାନେ କାଶୀ ତାମିଲ ସଙ୍ଗମରେ ଯୋଗ ଦେଉଛନ୍ତି। ଏଥର, ଚତୁର୍ଥ ପର୍ଯ୍ୟାୟ ସମାପ୍ତ ହେବା ସହିତ, ସେମାନେ ସମସ୍ତେ କାଶୀରୁ ତାମିଲନାଡୁ ଯାଉଛନ୍ତି। ସେଠାରେ ସେମାନେ ସେମାନଙ୍କର ଭାଷା, ସଂସ୍କୃତି ଏବଂ ସ୍ଥାନୀୟ ସ୍ଥଳଗୁଡ଼ିକୁ ମଧ୍ୟ ଭ୍ରମଣ କରିବେ। ଏଥିପାଇଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଜଣାଇଛନ୍ତି।

Read More

ନୂଆଦିଲ୍ଲୀ: ବୁଲା କୁକୁର ଏବଂ ରାସ୍ତାରେ ପଶୁମାନଙ୍କ ଉପସ୍ଥିତି ସମ୍ପର୍କରେ ଆଜି ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିବେ। ପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ ଦେଶର ସମସ୍ତ ସ୍କୁଲ, କଲେଜ, ହସ୍ପିଟାଲ, କ୍ରୀଡା କମ୍ପ୍ଲେକ୍ସ, ବସ୍ ଡିପୋ ଏବଂ ରେଳ ଷ୍ଟେସନରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଥିଲେ ଯେ, ଟୀକାକରଣ ଏବଂ ବନ୍ଧ୍ୟାକରଣ ପରେ ମଧ୍ୟ ବୁଲା କୁକୁରମାନଙ୍କୁ ଆଶ୍ରୟସ୍ଥଳରେ ରଖାଯିବା ଉଚିତ। ସୁପ୍ରିମକୋର୍ଟ ରାସ୍ତା ଏବଂ ରାଜ୍ୟ/ଜାତୀୟ ରାଜପଥରୁ ବୁଲା ଗୋରୁମାନଙ୍କୁ ହଟାଇବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

Read More

ନୂଆଦିଲ୍ଲୀ: ଆଜି ଗୁରୁବାର, ଡିସେମ୍ବର ୧୮ ତାରିଖରେ ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ରୂପା ମଧ୍ୟ କିଲୋଗ୍ରାମ ପିଛା ୨.୧୧ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏବେ ଆମେରିକାର ମୁଦ୍ରାସ୍ଫୀତି ତଥ୍ୟ ଏବଂ ଭେନେଜୁଏଲାରେ ଭୂରାଜନୈତିକ ଉତ୍ତେଜନା ଉପରେ ଧ୍ୟାନ ଦିଆଯିବ, ଯାହା ଭବିଷ୍ୟତରେ ସୁନା ଏବଂ ରୂପା ମୂଲ୍ୟକୁ ପ୍ରଭାବିତ କରିପାରେ। ଆଜି ୧୮, ୨୨ ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ କେତେ? ଆଜି ଭାରତରେ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ପିଛା ୧୦,୧୧୩ ଟଙ୍କା, ୨୨ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୧୨,୩୬୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୧୩,୪୮୪ ଟଙ୍କା ରହିଛି। ଗତକାଲି ତୁଳନାରେ ୧୮ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି ପାଇଛି। ୧୮ କ୍ୟାରେଟ୍ ସୁନାର ୧୦୦ ଗ୍ରାମ ମୂଲ୍ୟ ବୁଧବାର ଦିନ ୧୦,୦୮,୮୦୦…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ମହକୁମାସ୍ଥ ଟିଏଲସି ରୋଡ଼ ବିଡିଏ ପଡ଼ିଆରେ ଅନୁଷ୍ଠିତ ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବର ରୌପ୍ୟ ଜୟନ୍ତୀ ଉଦଯାପନୀ ସମାରୋହ ଦ୍ୱିତୀୟ ସନ୍ଧ୍ୟାରେ ଆଜି ବହୁ ଜନ ସମାବେଶ ହୋଇଥିବାର ପରିଲିଖିତ ହୋଇଥିଲା। ସନ୍ଧ୍ୟାରେ ମଞ୍ଚରେ ନୃତ୍ୟାୟନ ଖୋର୍ଦ୍ଧା, ସଂସ୍କାର ଭାରତୀ ଖୋର୍ଦ୍ଧା, ମୟୁରଭଞ୍ଜର ଛଉ ନୃତ୍ୟର କଳାକାର ମାନେ ଆକର୍ଷଣୀୟ ନୃତ୍ୟ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ। ପ୍ରାରମ୍ଭରେ ନୃତ୍ୟାୟନ ଖୋର୍ଦ୍ଧା ନୃତ୍ୟ ପରିବେଷଣ କରିଥିଲେ। ବୁଧବାର ସନ୍ଧ୍ୟା ପାଞ୍ଚ ଘଟିକା ସମୟରୁ ଲୋକମାନଙ୍କର ଭିଡ଼ ଲାଗି ରହିଥିବାର ଦେଖା ଯାଇ ଥିଲା। ଫାଷ୍ଟ ଫୁଡ଼ ଷ୍ଟଲ ମାନଙ୍କରେ ପ୍ରବଳ ଭିଡ଼ ଦେଖା ଯାଇଥିଲା। ପରେ ଖୋର୍ଦ୍ଧା ମହୋତ୍ସବର ମୁଖ୍ୟ ଉପଦେଷ୍ଟା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ମନ୍ତ୍ରୀ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଖୋର୍ଦ୍ଧା…

Read More