ଭୁବନେଶ୍ବର: ଆଜି ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ଏହି ବିଜ୍ଞପ୍ତି ସକାଳୁ ପ୍ରକାଶ ପାଇଛି। ଏଥିରେ ଓଡିଶାର ଛଅଟି ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଶାର ତୃତୀୟ ପର୍ଯ୍ୟାୟରେ ଯେଉଁ ଲୋକସଭା ଆସନରେ ନିର୍ବାଚନ ହେବ ସେଗୁଡିକ ହେଲା ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବର। ଏଥିସହିତ ଏହି ଲୋକସଭା ନିର୍ବାଚନ ମଣ୍ଡଳି ଅଧିନରେ ଥିବା ବିଧାନସଭା ଆସନଗୁଡିକରେ ମଧ୍ୟ ନିର୍ବାଚନ ହେବ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ 25 ତାରିଖରେ ଅନୁଷ୍ଠିତ ହେବ। ସେଥିପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଲା 6 ମେ। ସେହିପରି 7 ମେ ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ହେଉଛି 9 ମେ।
Author: Samikhsya Bureau
ଭୁବନେଶ୍ବର: ଖୋର୍ଦ୍ଧାରେ ବିଜେପି କାହାକୁ ଟିକେଟ ଦେବ ସେ ନେଇ ଚାଲିଥିଲା ଆଶା ଓ ଆଶଙ୍କା। ତେବେ ଏହା ଭିତରେ ଦଳ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି ଟିକେଟ ଦେଇସାରିଛି। ତେବେ ଏହାକୁ ନେଇ ପୁଣି ତୁମ୍ବି ତୋଫାନ କରିଛନ୍ତି ସେଠାକାର ଆଶାୟୀ ତଥା ଗତଥର ବିଜେପି ପ୍ରାର୍ଥୀ କାଳୁ ଖଣ୍ଡାୟତ ରାୟ। ସେ ସିଧା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ବିରୋଧରେ ବିଷଉଦଗାର କରିଛନ୍ତି। ଗତକାଲି କାଳୁ ତାଙ୍କ ସମର୍ଥକଙ୍କୁ ନେଇ ମଳିପଡାରେ ଏକ ସଭା କରିଥିଲେ। ସେଥିରେ ସେ ସିଧା ଅପରାଜିତାଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ ଯେ, ଅପରାଜିତା ମୋତେ ଟିକେଟ ଦେବା ପାଇଁ ମୋଠାରୁ ଲାଞ୍ଚ ମାଗୁଥିଲେ। ଦୁଇ କୋଟି ଦେଲେ ଟିକେଟ ଦେବି ବୋଲି ମୋତେ ରୋକଠୋକ କହିଥିଲେ। ମୁଁ ସେତିକି ଦେଇପାରିଲି ନାହିଁ ବୋଲି ମୋର ଟିକେଟ କଟିଲା ବୋଲି କାଳୁ କହିଛନ୍ତି। ଏଥର ଖୋର୍ଦ୍ଧାରେ ସ୍ବାଭିମାନ ପାଇଁ ଲଢେଇ ହେବ। ଅପରାଜିତାଙ୍କୁ ତୀବ୍ର ବିରୋଧ…
ଭୁବନେଶ୍ବର: ବିଜୁ ଜନତା ଦଳ କେତେକ ନେତାଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ପିରଦାନ କରିଛି। ବର୍ତ୍ତମାନ ନିର୍ବାଚନ ଚାଲିଥିବାରୁ ଦଳ ତାହାର ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ସେହି ହିସାବରେ ବିଜେଡି ଦଳରଯେଉଁ ନେତାଙ୍କୁ ଦାୟିତ୍ବ ଦେଇଛି ତାହା ହେଲା 1- ଦେବେନ୍ଦ୍ର ଦାସ- ସାଧାରଣ ସଂପାଦକ, ବିଜେଡି 2-ସୟଦ ମୁବାରକ- ରାଜ୍ୟ ସଂପାଦକ, ବିଜେଡି 3- ନିର୍ମଳ ସାହୁ- ରାଜ୍ୟ ସଂପାଦକ, ବିଜେଡି 4- ବଳରାମ ପ୍ରସାଦ- ରାଜ୍ୟ ସଂପାଦକ, ବିଜେଡି 5- ଅଶୋକ ନାୟକ- ସାଧାରଣ ସଂପାଦକ, ବିଜେଡି, ହିନ୍ଦୋଳ ନିର୍ବାଚନ ସଂଯୋଜକ ସେହିପରି ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କୁ ଏକ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ଦଳ କଣ୍ଟାବାଞ୍ଜି ବିଧାନସଭାର ମୁଖ୍ୟ ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତ କରିଛି। ଏହି ନିର୍ବାଚନ ମଣ୍ଡଳିରେ ଖୋଦ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପଟେ ସେଠାରେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ସିଂ ସାଲୁଜା। ଭୂପିନ୍ଦର କଂଗ୍ରେସରେ…
ଭୁବନେଶ୍ବର: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ. ପି. ନଡ୍ଡା ଓ ଶ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୋଟିଏ ମଞ୍ଚରେ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ପ୍ରଦୀପ ପାଣିଗ୍ରାହୀ ଚାର୍ଜସିଟ୍ ହୋଇଥିବା ଜଣେ ଅପରାଧୀ ଯିଏ କି ଚାକିରି ପାଇଁ ଟଙ୍କା ଆଦାୟ କରି ଲୋକଙ୍କୁ ଠକିଛନ୍ତି। ସେ ଅନେକ ମାସ ଧରି ଜେଲରେ ଥିଲେ। କୋର୍ଟ ତାଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରଣ କରିଥିବା କହିଛନ୍ତି ବିଜେଡିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ବକ୍ତବ୍ୟ ଉପରେ ମନ୍ତବ୍ୟ ରଖି ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ମୁଁ ୨୩ ବର୍ଷ ଧରି ବିଜେପିରେ ଥିଲି। ମୁଁ ବିଜେପିରେ ଯୋଗ ଦେଇଥିଲି କାରଣ ମୁଁ ଭାବିଥିଲି ଯେ ଏହା ଏକ ଭିନ୍ନତା ଥିବା ଦଳ। ଚାକିରି ପାଇଁ ଟଙ୍କା ନେଇଥିବା ଠକେଇ ସମେତ ଦୁର୍ନୀତି ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆମେ ସମସ୍ତେ ଆନ୍ଦୋଳନ କରିଥିଲୁ ।…
ବ୍ରହ୍ମପୁର: ଆଜି ନିର୍ବାଚନ ପ୍ରଚାରରେ ଆସି ବ୍ରହ୍ମପୁରର ଆମ୍ବପୁଆ ଜନସଭାରେ କର୍ମିଙ୍କୁ ଉତ୍ସାହିତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ନଡ୍ଡା ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପଦ୍ମଫୁଲରେ ଭୋଟ ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏହି ଅଭିଭାଷଣ ବେଳେ ନଡ୍ଡା ନବୀନଙ୍କ ସଫ୍ଟ ଟାର୍ଗେଟ କରିଛନ୍ତି। ହେଲେ ବିଜେପି ସରକାରର ସଫଳତା ନେଇ ବହୁତ କିଛି କହିଛନ୍ତି। ନବୀନ ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ନଡ୍ଡା କହିଛନ୍ତି ଯେ, ଓଡିଶାରେ ବର୍ତ୍ତମାନ ବାବୁ ଶାସନ ଚାଲିଛି। କେତେକ ମୁଷ୍ଠିମେୟ ଲୋକ ଓଡିଶା ଶାସନକୁ ଜାବୁଡି ଧରିଛନ୍ତି।ଓଡ଼ିଶାରେ ବିରୋଧୀ ହେବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଜ୍ୟକୁ ଆର୍ଥିକ ବିକାଶ ଦୃଷ୍ଟିରୁ ଅର୍ଥ ଦେବାରେ କୌଣସି ଅଭାବ କରି ନାହାଁନ୍ତି। ଓଡିଶାରେ ନବୀନ ସରକାର ଆୟୁଷ୍ମାନ ଭାରତକୁ ଲାଗୁ କରୁ ନାହାଁନ୍ତି। ହେଲେ ଆପଣମାନେ ଡବଲ ଇଂଜିନ ସରକାର କରନ୍ତୁ ଓଡିଶାର ବିକାଶ ହିଁ ବିକାଶ…
ଭୁବନେଶ୍ବର: ଆଜି କଂଗ୍ରେସ ଦୁଇ ଲୋକସଭା ଆସନ ସହିତ ୮ ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା କରିଛି। ଯେଉଁମାନଙ୍କୁ ପ୍ରାର୍ଥୀ ଘୋଷଣା ହେଲା ସେମାନେ ହେଲ ଲୋକସଭା ସମ୍ବଲପୁର- ନଗେନ୍ଦ୍ର ପ୍ରଧାନ, ( ପ୍ରାର୍ଥୀ ବଦଳାଗଲା, ପୂର୍ବରୁ ଦୁଲାଲ ପ୍ରଧାନ ନାମ ଥିଲା ) କଟକ- ସୁରେଶ ମହାପାତ୍ର ବିଧାନସଭା କଟକ ବାରବାଟୀ- ସୋଫିଆ ଫର୍ଦ୍ଦୋସ ଜଳେଶ୍ୱର- ଦେବୀ ପ୍ରସନ୍ନ ଚାନ୍ଦ ବାଲେଶ୍ୱରରୁ ମୋନାଲିସା ଲେଙ୍କା ବଡଚଣାରୁ ଅଜୟ ସାମଲ ପାଲଲହଡା- ଫକୀର ସାମଲ ଜଗତସିଂହପୁର- ପ୍ରତିମା ମଲ୍ଲିକ ତେବେ କଂଗ୍ରେସ ଦୁଇଟି ବିଧାନସଭାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଖଣ୍ଡପଡା- ବୈଜୟନ୍ତି ମହାନ୍ତି ( ପୂର୍ବରୁ ମନୋଜ ପ୍ରଧାନଙ୍କ ନାମ ଘୋଷଣା ହୋଇଥିଲା) ବାରିପଦା- ପ୍ରମୋଦ କୁମାର ହେମ୍ବ୍ରମ ( ପୂର୍ବରୁ ବାଦଲ ହେମ୍ବ୍ରମଙ୍କ ନାମ ଘୋଷଣା ହୋଇଥିଲା)
ଭୁବନେଶ୍ବର: ସଂପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାର ପରିଚାଳନା ନିମନ୍ତେ ଓଡ଼ିଶାରେ ୧୬୫ କମ୍ପାନୀ ସିଏପିଏଫ୍ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି। ରାଜ୍ୟରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ତଥା ନିରପେକ୍ଷ ରୂପେ ପରିଚାଳନା କରିବା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତରେ ରଖି ଏକ ଜାତୀୟ ଉତ୍ସବର ମାହୋଲ ମଧ୍ୟରେ ମତଦାନ ବ୍ୟବସ୍ଥା ପାଇଁ ଏହି ସବୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମତପ୍ରକାଶ କରିଛନ୍ତି। ସାଧାରଣ ନିର୍ବାଚନ-୨୦୧୯ରେ ଓଡ଼ିଶାରେ ମୋଟ ୧୩୩ କମ୍ପାନୀ ସିଏପିଏଫ୍ ମୁତୟନ ହୋଇଥିଲେ। ଏହା ମଧ୍ୟରୁ ୯୬ କମ୍ପାନୀ ଇନ୍ସିଟୁ ମୁତୟନ ହୋଇଥିବାବେଳେ ୩୭ କମ୍ପାନୀ ଡାଇରେକଫ ଇଣ୍ଡକସନ୍ ଭାବରେ ମୁତୟନ ହୋଇଥିଲେ। ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜ୍ୟରେ ୧୬୫ କମ୍ପାନୀ ସିଏପିଏଫ୍ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି। ଏହା ମଧ୍ୟରୁ ୮୩ କମ୍ପାନୀ ଇନ୍ସିଟୁ ମୁତୟନ ଓ ୮୨ କମ୍ପାନୀ…
ଭୁବନେଶ୍ବର: ଆଜି ଓଡିଶାର ନିର୍ବାଚନ ପ୍ରଚାରରେ ଆସି ସାଲେପୁରରେ ଗର୍ଜ୍ଜନ କରିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ସେ ଭାଷଣ ଆରମ୍ଭରୁ ଉଭୟ ନବୀନ ଏବଂ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେଡି ବିଜେପି ଓଡିଶାରେ ବାହାଘର ହୋଇଯାଇଛି। ତେଲେଙ୍ଗାନାରେ ମଧ୍ୟ ବିଜେପି ସହିତ ବିଆରଏସ ର ବାହାଘର ହୋଇଥିଲା। ଆମେ ନିର୍ବାଚନ ବେଳେ ତାହା ଲୋକଙ୍କୁ କହିଲୁ। ସେଠାରେ କଂଗ୍ରେସ ସରକାର ଆସିଲା। ସେହିପରି ଓଡିଶାରେ ବିଜେଡି ବିଜେପି ଭିତରେ ଚାଲିଛି ବୁଝାମଣା। ତାହା ଆଜି ଆମେ କହିକି ଯାଉଛୁ। ନିର୍ବାଚନ ପରେ ଓଡିଶାରେ ଆସିବ କଂଗ୍ରେସ। ସେ କହିଲେ ଯେ ଦିଲ୍ଲୀରେ ମୋଦି ଏଠାରେ ନବୀନଙ୍କୁ ପାନ ଧରାଇ ଦେଇଛନ୍ତି। ପାନ ଅର୍ଥ କଣ ଜାଣିଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ପାନ ଅର୍ଥ ହେଉଛି ଏଠାରେ ପାଣ୍ଡିଆନ ଶାସନ କରୁଛି। ନବୀନ ଏବଂ ମୋଦି ମିଶି ଏହି ରାଜ୍ୟକୁ ଲୁଟିଚାଲିଛନ୍ତି ବୋଲି ରାହୁଳ କହିଥିଲେ।…
ଭୁବନେଶ୍ବର: ଗତକାଲି ପରି ଅଜି ମଧ୍ୟ ଭୁବନେଶ୍ବର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଜି ରାଜଧାନୀରେ ସର୍ବାଧିକ ତାପମାତ୍ର ପ୍ରବାହିତ ହୋଇଛି। କହିବାକୁ ଗଲେ ଭୁବନେଶ୍ବର ଏକ ତତଲା ହାଣ୍ଡି ହୋଇଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରାହେଲା ଭୁବନେଶ୍ୱର: ୪୩.୨°C କେନ୍ଦୁଝର: ୪୨.୭°C ଚାନ୍ଦବାଲି: ୪୨.୨ °C ବାଲେଶ୍ୱର: ୪୧.୪°C ରାଉରକେଲା: ୪୦.୬°C ଝାରସୁଗୁଡା: ୩୯.୯°C ସମ୍ବଲପୁର: ୩୯.୪°C ହୀରାକୁଦ: ୩୭.୮°C ପୁରୀ: ୩୪.୯ °C ଗୋପାଳପୁର: ୩୪.୨°C ପାରାଦୀପ ୩୩.୪°C
ଭୁବନେଶ୍ବର: କଂଗ୍ରେସ ନେତା ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସାଲେପୁର ଗସ୍ତ କରିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ପ୍ରଭାରୀ ଅଜୟ କୁମାର, ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ରାହୁଳଙ୍କୁ ସ୍ବାଗତ କରିଥିଲେ। ସାଲେପୁରରେ ସେ ଏକ ବିଶାଳ ଜନସମାଜକୁ ଉଦବୋଧନ ଦେବେ। ଏହା ପୂର୍ବରୁ ସେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସଭାରେ ସେ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ଏହା ଅଧିନରେ ଥିବା ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାର କରିବେ।
ଭୁବନେଶ୍ବର: ଗତକାଲି ପରି ଆଜି ମଧ୍ୟ କଟକ ଭୁବନେଶ୍ବରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିବ। ସେଥିପାଇଁ ଆଜି ଭୁବନେଶ୍ବର ପାଣିପାଗ ବିଭାଗ ଏହି ଦୁଇ ସହର ପାଇଁ ରେଡ୍ ଆଲର୍ଟ ଜାରୀ କରିଛି। ଏଥିରେ କୁହାଯାଇଛି ଯେ, ଉଭୟ ସହରରେ ଆଜି ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେଥିପାଇଁ ଘରୁ କେହି ନ ବାହାରିବା ପାଇଁ ଅନୁରୋଧ କରାଯାଇଛି। ଗତକାଲି କଟକ ଭୁବନେଶ୍ବରେ ସର୍ବାଧିକ ତାମମାତ୍ରା ଅନୁଭୂତ ହୋଇଥିଲା। ପ୍ରଥମ ଥର ପାଇଁ ଏହି ଟୁଇନ ସିଟିରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା। ପାଣିପାଗ ବିଭାଗ ଅନୁସାରେ ଗତକାଲି ୪୪.୭ ଡ଼ିଗ୍ରୀ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ଥିଲା। ସେହିପରି ଭୁବନେଶ୍ୱର ରେ ୪୪.୬ ଡ଼ିଗ୍ରୀ କଟକରେ କଟକ ରେ ୪୩.୪ ଡ଼ିଗ୍ରୀ ଏବଂ ବାରିପଦା ରେ ୪୪.୨ ଡ଼ିଗ୍ରୀ ତାପମାତ୍ରା ଥିଲା।
ଭୁବନେଶ୍ବର: ବିଜେଡି ବିଭିନ୍ନ ସମୟରେ ମାଷ୍ଟର ଷ୍ଟ୍ରୋକ ମାରିବାରେ ଧୂରନ୍ଦର। କେତେବେଳେ କଣ ନିଷ୍ପତି ନେବେ ତାହା ଜାଣିବା ସହଜ ନୁହେଁ। ସେହି ପରିପ୍ରେକ୍ଷୀରେ ଚଳିତ ନିର୍ବାଚନରେ ବିଜେଡି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନିଷ୍ପତି କରି ସମସ୍ତଙ୍କୁ ଚକିତ କରିଦେଇଛି। ଯେପରି ଅଭିନେତ୍ରୀ ବର୍ଷାଙ୍କୁ ବଡଚଣାରେ ପ୍ରାର୍ଥୀ କରିବା ହେଉ କିମ୍ବା ବହୁ ବିଧାୟକଙ୍କ ଟିକେଟ କାଟିବା ହେଉ। ଏ ସବୁ ଦଳ ବେଶ ଗୋଟି ଚାଳନା କରି ସଫଳ ହୋଇପାରିଛି। ସେହିପରି ଦଳ ଗତକାଲି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ଜଣେ ସାମ୍ବାଦିକଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଛିଡା କରିଛି। ସେ ହେଉଛନ୍ତି ଭୋଗରେଇ ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଗୌତମ ବୁଦ୍ଧ ଦାସ। ସେ ହେଉଛନ୍ତି ସମ୍ବାଦ ର ଜଣେ ସାମ୍ବାଦିକ। ବହୁ ବର୍ଷ ଧରି ସେ ସାମ୍ବାଦିକତା କରିବା ପରେ ଦୁଇ ବର୍ଷ ତଳେ ବିଜେଡିରେ ଯୋଗ ଦେଇଛନ୍ତି। ଏହାପରେ ବିଜେଡି ତାଙ୍କୁ ମୁଖପାତ୍ର ଭାବେ…
ଭୁବନେଶ୍ବର: ଆଜି ଓଡିଶା ନିର୍ବାଚନ ମଇଦାନ କମ୍ପମାନ ହେବ। କାରଣ ଆଜି ଅପରାହ୍ନରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏବଂ ବିଜେପି ସଭାପତି ଜେ ପି ନଡ୍ଡା ପ୍ରଚାର କରିବା। ଉଭୟ ଗୋଟିଏ ଦିନରେ ଆସୁଥିବାରୁ ବର୍ତ୍ତମାନ ଓଡିଶା ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। ରାଜ୍ୟରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ବଢିବାରେ ଲାଗିଛି ରାଜନୈତିକ ପାଣିପାଗ। ପ୍ରଦେଶ କଂଗ୍ରେସ ସୂଚନା ଅନୁସାରେ ରାହୁଳ ଗାନ୍ଧୀ ଏକ ସ୍ବତନ୍ତ୍ର ବିମାନରେ ଆଜି ଆସି ଦିନ ୧୧ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରିଆସିବେ। ସାଲେପୁରରେ ରାହୁଲ ଗାନ୍ଧୀ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର…
ଭୁବନେଶ୍ବର: ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ବିଜୁ ଜନତା ଦଳ ତାହାର ସଂଗଠନ ସୁଦୃଢ କରିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ନେତାମାନଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିବାରେ ଲାଗିଛନ୍ତି। ସେହି ଅନୁସାରେ ଯେଉଁମାନଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି ତାହା ହେଲା ଦୁଷ୍ମନ୍ତ ଗଡନାୟକ- ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳି ସଂଯୋଜକ ଦୀନେଶ ପ୍ରଧାନ- ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳି ସଂଯୋଜକ କାଳନ୍ଦୀ ଚରଣ ପ୍ରଧାନ- ରେଙ୍ଗାଳି ବିଧାନସଭା ନିର୍ବାଚନ ମଣ୍ଡଳି ସଂଯୋଜକ
ଭୁବନେଶ୍ବର: ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାର ର ଉଷ୍ଣତା ମଧ୍ୟରେ ପଖାଳ ର ମଜ୍ଜା ନେଇଛନ୍ତି 5T ଅଧକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ। ସାଥିରେ ଥିଲେ India Today TV ର ବରିଷ୍ଠ ସାମ୍ବାଦିକ ଶ୍ରୀ ରାହୁଲ କନୱାଲ। କଲାହାଣ୍ଡି ର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲ ରେ ଦିନ ପ୍ରାୟ ତିନିଟା ବେଳକୁ ମଧ୍ୟାହ୍ନ ଭୋଜନ କରିଥିଲେ କାର୍ତ୍ତିକ ପାଣ୍ଡିଆନ। ସାଥୀ ରେ ଥିଲେ ପ୍ରଚାର କଭରେଜ କରିବାକୁ ଆସିଥିବା India Today TV ର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ। ମଧ୍ୟାହ୍ନ ଭୋଜନ ମେନୁ ଥିଲା ଖରା ଦିନର ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳ। କଂସା ପାତ୍ରରେ ପଖାଳ ସାଙ୍ଗକୁ ଶାଗ ବଡି ଚୁରା ଭେଣ୍ଡି ଭଜା ଆଳୁ ଭରତା ଆଉ ଦହି ର ମଜ୍ଜା ନେଇ ଥିଲେ ଉଭୟ ପାଣ୍ଡିଆନ ଏବଂ କନୱାଲ। ସମ୍ପୂର୍ଣ ନିରାମିଷ ଖାଦ୍ୟ। ଓଡ଼ିଆଙ୍କ…
ବାଲୁଗାଁ( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳିର ସମସ୍ତ ଅସନ୍ତୁଷ୍ଠ ନେତାଙ୍କୁ ଏକାଠି କରିବାରେ ଲାଗିଛନ୍ତି ବିଜେଡି ପ୍ରାର୍ଥୀ ରଘୁନାଥ ସାହୁ। ତାଙ୍କ ନାମ ଘୋଷଣା ହେବା ପରେ ସେ ନିଜର ଶକ୍ତି ବଢାଇବା ପାଇଁ ଲାଗିପଡିଛନ୍ତି। ଇତି ମଧ୍ୟରେ ତାଙ୍କୁ ଦୃଢ ବିରୋଧ କରୁଥିବା ବିଜେଡି ନେତାଙ୍କ ମାନଭଂଜନ କରିଛନ୍ତି। ବର୍ତ୍ତମାନ ଚିଲିକାର ପ୍ରାୟ ବିଜେଡି ନେତା ରଘୁନାଥଙ୍କୁ ସମର୍ଥନ କରିବା ଆରମ୍ଭ କରିଛନ୍ତି। ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ରଘୁନାଥ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରି ନ ଥିଲେ। ଫଳରେ ସବୁ ନେତା ସେବେଠାରୁ ରଘୁନାଥଙ୍କ ଉପରେ ଖପ୍ପା ହୋଇ ରହିଥିଲେ। ହେଲେ ବର୍ତ୍ତମାନ ଦଳର ଚାପ ତଥା ରଘୁନାଥଙ୍କ କ୍ଷମା ପ୍ରାର୍ଥନା ପରେ ସମସ୍ତଙ୍କ ମାନଭଂଜନ କରିବାରେ ରଘୁନାଥ ସକ୍ଷମ ହୋଇପାରିଛନ୍ତି। ଗତ ଶୁକ୍ରବାର ଦିନ ରଘୁନାଥ ବାଲୁଗାଁ ଏନଏସି ର ଦୃଢ ସଂଗଠକ ଶଙ୍କର ପାଇକରାୟଙ୍କୁ ନିଜ ସପକ୍ଷରେ ଆଣିପାରିଛନ୍ତି। ରଘୁନାଥ ତାଙ୍କ ବାସଭବନକୁ…
ଭୁବନେଶ୍ବର: ଧିରେଧିରେ ସବୁଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲେଣି। ବର୍ତ୍ତମାନ ସୁଦ୍ଧା ବିଜେଡି 144 ବିଜେପି 140 ଏବଂ କଂଗ୍ରେସ 139 ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଫଳରେ ଆଉ ଯାହା ବାକି ରହିଲା ତାହା ହେଲା ବିଜେଡି- 3 ଆସନ ( ଖଣ୍ଡପଡା, ନୀଳଗିରି, କୋରେଇ) ବିଜେପି- 7 ଆସନ ( ବୋଲଗଡ଼ – ବେଗୁନିଆ, କଟକ – ବାରବାଟୀ, ଭଣ୍ଡାରିପୋଖରୀ, ବରୀ, ଭୋଗରାଇ, ନୀଳଗିରି, ଘଷିପୁରା) କଂଗ୍ରେସ- 8 ଆସନ
ଭୁବନେଶ୍ବର: ବିଜେଡି ଘୋଷଣା କରିଛି ତାହାର ଅଷ୍ଠମ ପ୍ରାର୍ଥୀ ତାଲିକା। ବିଜେପି ଘୋଷଣାର କିଛି ସମୟ ପରେ ବିଜେଡି ତିନିଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁ ତିନିଜଣଙ୍କ ନାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ସେମାନେ ହେଲେ ଭୋଗରାଇ- ଗୌତମବୁଦ୍ଧ ଦାସ ଖୋର୍ଦ୍ଧା- ରାଜେନ୍ଦ୍ର ସାହୁ ବେଗୁନିଆ- ପ୍ରଦୀପ ସାହୁ
ଭୁବନେଶ୍ବର: ବହୁ ହିସାବ ନିକାସ ପରେ ଆଜି ବିଜେପି ଘୋଷଣା କରିଛି ତାହାର ପ୍ରାର୍ଥୀ ତାଲିକା। ଆଜି ଦଳ ଆଠ ଜଣଙ୍କ ନାମ ଘୋଷଣା କରିଛି। ଏଥିରେ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ ହୋଇଥିବା ବେଳେ ସାଲେପୁରରୁ ଅରିନ୍ଦମ ରାୟ। ଜାଣନ୍ତୁ ପୁରା ତାଲିକା ତେଲକୋଇ- ଫକୀରମୋହନ ନାଏକ ଚମ୍ପୁଆ- ମୁରଲି ମନୋହର ଶର୍ମା ବସ୍ତା- ରବିନ୍ଦ୍ର ଅଣ୍ଡିଆ ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି ହିନ୍ଦୋଳ- ସୀମାରାଣୀ ନାୟକ ସାଲେପୁର-ଅରିନ୍ଦମ ରାୟ କେନ୍ଦ୍ରାପଡା- ଗୀତାଞ୍ଜଳି ସେଠୀ ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ
ଭୁବନେଶ୍ବର: ଖରା ଗରମ ଯେମିତି ବଢି ବଢି ଚାଲିଛି, ନିର୍ବାଚନ ପ୍ରଚାରର ଉତ୍ତାପ ମଧ୍ୟ ସେହିପରି ବଢି ବଢି ଚାଲିଛି। ଆଜି ତୃତୀୟ ଦିନରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଶ୍ରୀ ଲମ୍ବୋଦର ନିଆଲ ଓ ନୂଆପଡାରେ ବିଧାନସଭା ପ୍ରାର୍ଥୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ଧର୍ମଗଡରେ ପୁଷ୍ପେନ୍ଦ୍ର ସିଂହଦେଓ ଓ ଜୁନାଗଡରେ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଖଡିଆଳ ରୋଡରୁ ନୂଆପଡା ପର୍ଯ୍ୟନ୍ତ ୧୨ କିଲୋମିଟର ଦୀର୍ଘ ଏକ ବିଶାଳ ରୋଡ ସୋରେ ଆସି ଶ୍ରୀ ପାଣ୍ଡିଆନ ନୂଆପଡା ରାଲିରେ ଯୋଗ ଦେଇଥିଲେ। ରାସ୍ତାରେ ହଜାର ହଜାର ଲୋକ ତାଙ୍କୁ ଉଚ୍ଛସିତ ସମ୍ମାନ ଦେଇଥିଲେ। ସଭାରେ ପାଣ୍ଡିଆନ କହିଥିଲେ ଯେ ଆପଣଙ୍କ ଏପରି ଜୋସ୍ ଏହି ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜୁଛି। ସେମାନେ ଆତ୍ମବିଶ୍ବାସ ହରାଉଛନ୍ତି। ସେମାନେ ବାରମ୍ବାର ଡବଲ ଇଞ୍ଜିନ…
ଭୁବନେଶ୍ବର: ବର୍ତ୍ତମାନ ଓଡିଶାବାସୀ ତାତିରୁ ତ୍ରାହି ପାଇବାର ସମ୍ବାବନା ନାହିଁ। କାରଣ ଲଗାତର ଦୀର୍ଘଦିନ ଧରି ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବଢିବାରେ ଲାଗିଛି। ଏହା ଆହୁରି 4 ଦିନ ଧରି ଲାଗିରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଆଜି ସକାଳୁ ମଧ୍ୟ ପୂର୍ବଦିନ ପରେ ତାତି ବଢିବାରେ ଲାଗିଛି। ଆଜି ସକାଳ ତାପମାତ୍ରା ଯଦି ବୃଦ୍ଧି ପାଇଛି ତେବେ ଦିନର ତାପମାତ୍ରା ମଧ୍ୟ ଆହୁରି ବଢିବ ବୋଲି ଅନୁମାନ କରାଯାଇସାରିଲାଣି। ପାଣିପାଗ ବିଭାଗ ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ବିଭିନ୍ନ ସହରର ତାପମାତ୍ରା ହେଲା.. ତାଳଚେର- ୩୬.୮ ଡିଗ୍ରୀ ବାରିପଦା- ୩୬ ଡିଗ୍ରୀ କେନ୍ଦୁଝର- ୩୪.୮ ଡିଗ୍ରୀ ରାଉରକେଲା- ୩୪.୮ ଡିଗ୍ରୀ ବଲାଙ୍ଗୀର- ୩୪.୮ ଡିଗ୍ରୀ ଭବାନୀପାଟଣା- ୩୪ ଡିଗ୍ରୀ ବାଲେଶ୍ୱର- ୩୪ ଡିଗ୍ରୀ ବୌଦ୍ଧ- ୩୪ ଡିଗ୍ରୀ ଅନୁଗୁଳ- ୩୩.୬ ଡିଗ୍ରୀ ଭୁବନେଶ୍ୱର- ୩୩.୪ ଡିଗ୍ରୀ ଜଗତସିଂହପୁର- ୩୩.୪…

