Author: Samikhsya Bureau

ଭୁବନେଶ୍ବର: ଖରା ଗରମ ଯେମିତି ବଢି ବଢି ଚାଲିଛି, ନିର୍ବାଚନ ପ୍ରଚାରର ଉତ୍ତାପ ମଧ୍ୟ ସେହିପରି ବଢି ବଢି ଚାଲିଛି। ଆଜି ତୃତୀୟ ଦିନରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଶ୍ରୀ ଲମ୍ବୋଦର ନିଆଲ ଓ ନୂଆପଡାରେ ବିଧାନସଭା ପ୍ରାର୍ଥୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ଧର୍ମଗଡରେ ପୁଷ୍ପେନ୍ଦ୍ର ସିଂହଦେଓ ଓ ଜୁନାଗଡରେ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଖଡିଆଳ ରୋଡରୁ ନୂଆପଡା ପର୍ଯ୍ୟନ୍ତ ୧୨ କିଲୋମିଟର ଦୀର୍ଘ ଏକ ବିଶାଳ ରୋଡ ସୋରେ ଆସି ଶ୍ରୀ ପାଣ୍ଡିଆନ ନୂଆପଡା ରାଲିରେ ଯୋଗ ଦେଇଥିଲେ। ରାସ୍ତାରେ ହଜାର ହଜାର ଲୋକ ତାଙ୍କୁ ଉଚ୍ଛସିତ ସମ୍ମାନ ଦେଇଥିଲେ। ସଭାରେ ପାଣ୍ଡିଆନ କହିଥିଲେ ଯେ ଆପଣଙ୍କ ଏପରି ଜୋସ୍‌ ଏହି ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜୁଛି। ସେମାନେ ଆତ୍ମବିଶ୍ବାସ ହରାଉଛନ୍ତି। ସେମାନେ ବାରମ୍ବାର ଡବଲ ଇଞ୍ଜିନ…

Read More

ଭୁବନେଶ୍ବର: ବର୍ତ୍ତମାନ ଓଡିଶାବାସୀ ତାତିରୁ ତ୍ରାହି ପାଇବାର ସମ୍ବାବନା ନାହିଁ। କାରଣ ଲଗାତର ଦୀର୍ଘଦିନ ଧରି ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବଢିବାରେ ଲାଗିଛି। ଏହା ଆହୁରି 4 ଦିନ ଧରି ଲାଗିରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଆଜି ସକାଳୁ ମଧ୍ୟ ପୂର୍ବଦିନ ପରେ ତାତି ବଢିବାରେ ଲାଗିଛି। ଆଜି ସକାଳ ତାପମାତ୍ରା ଯଦି ବୃଦ୍ଧି ପାଇଛି ତେବେ ଦିନର ତାପମାତ୍ରା ମଧ୍ୟ ଆହୁରି ବଢିବ ବୋଲି ଅନୁମାନ କରାଯାଇସାରିଲାଣି। ପାଣିପାଗ ବିଭାଗ ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ବିଭିନ୍ନ ସହରର ତାପମାତ୍ରା ହେଲା.. ତାଳଚେର- ୩୬.୮ ଡିଗ୍ରୀ ବାରିପଦା- ୩୬ ଡିଗ୍ରୀ କେନ୍ଦୁଝର- ୩୪.୮ ଡିଗ୍ରୀ ରାଉରକେଲା- ୩୪.୮ ଡିଗ୍ରୀ ବଲାଙ୍ଗୀର- ୩୪.୮ ଡିଗ୍ରୀ ଭବାନୀପାଟଣା- ୩୪ ଡିଗ୍ରୀ ବାଲେଶ୍ୱର- ୩୪ ଡିଗ୍ରୀ ବୌଦ୍ଧ- ୩୪ ଡିଗ୍ରୀ ଅନୁଗୁଳ- ୩୩.୬ ଡିଗ୍ରୀ ଭୁବନେଶ୍ୱର- ୩୩.୪ ଡିଗ୍ରୀ ଜଗତସିଂହପୁର- ୩୩.୪…

Read More

ଭୁବନେଶ୍ବର: ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବର୍ତ୍ତମାନ ପ୍ରଚାର ଧିରେ ଧିରେ ଘନିଭୂତ ହେବାରେ ଲାଗିଲାଣି। ବିଜେପି ପାଇଁ ଚାଣକ୍ୟ ଅମିତ ଶାହ ପ୍ରଚାର କରି ଫେରିଗଲେଣି। ଏବେ କଂଗ୍ରେସ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ରାହୁଳ ଗାନ୍ଧୀ। ସେ ଆସନ୍ତାକାଲି ରବିବାରରେ ଓଡିଶା ପ୍ରଚାରରେ ଆସୁଛନ୍ତି। ପ୍ରଦେଶ କଂଗ୍ରେସ ସୂଚନା ଅନୁସାରେ ରାହୁଳ ଗାନ୍ଧୀ ଏକ ସ୍ବତନ୍ତ୍ର ବିମାନରେ ଆସି ଦିନ ୧୧ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରିଆସିବେ। ସାଲେପୁରରେ ରାହୁଲ ଗାନ୍ଧୀ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ଏହା ଅଧିନରେ ଥିବା ୨୮ ବିଧାନସଭା ନିର୍ବାଚନମଣ୍ଡଳୀ…

Read More

ଭୁବନେଶ୍ବର: ଗତକାଲି ଶୁକ୍ରବାରରେ ଓଡିଶାର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ସରିଛି। ସେହି ଅନୁସାରେ ରାଜ୍ୟରେ ପ୍ରଥମେ ହେବାକୁ ଥିବା ୪ ଟି ଲୋକସଭା ପାଇଁ ମୋଟ ବୈଧ ପ୍ରାର୍ଥୀଙ୍କ ସଂଖ୍ୟା ହେଲା ୩୮। ମୋଟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ୩୯ ଜଣ। ସେମାନଙ୍କ ମଧ୍ୟରୁ କେବଳ କୋରାପୁଟରେ ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଛି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ଅନୁସାରେ ବର୍ତ୍ତମାନେ ୪ ଟି ଲୋକସଭା ମଧ୍ୟରୁ ସର୍ବାଧିକ ପ୍ରାର୍ଥୀ ପତ୍ର ଦାଖଲହୋଇଥିବା ଆସନ ହେଉଛି କୋରାପୁଟ ସଂରକ୍ଷିତ ଆସନ। ଏହି ଆସନରେ ମୋଟ ୧୨ ଜଣ ବୈଧ ପ୍ରାର୍ଥୀ ଅଛନ୍ତି। ସେହିପରି ଅନ୍ୟ ଆସନଗୁଡିକର ସଂଖ୍ୟା ହେଲା ବ୍ରହ୍ମପୁର ୧୧ ଜଣ, ନବରଂଗପୁରରେ ୪ ଜଣ ଏବଂ କଳାହାଣ୍ଡିରେ ୧୧ ଜଣ ବୈଧ ପ୍ରାର୍ଥୀ ରହିଛନ୍ତି। ତେବେ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିନ ରହିଛି। ଏହାପରେ ୪ ଟି…

Read More

ଭୁବନେଶ୍ବର: ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅଭିଯୋଗ ଆଣିଛି ବିଜେଡି। ଏ ନେଇ ଦଳର ଏକ ପ୍ରତିନିଧୀ ମଣ୍ଡଳି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ତୁରନ୍ତ ନିର୍ବାଚନ ଅଧିକାରୀ ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦଳ ଦାବୀ କରିଛି। ବିଜେଡି କହିଛି ଯେ, ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଚାର ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି। ତାଙ୍କ ପ୍ରଚାରରେ ସେ ପିଲାମାନଙ୍କୁ ବ୍ୟବହାର କରିଛନ୍ତି। ଯାହା ନିୟମ ବିରୋଧ। ଧର୍ମେନ୍ଦ୍ର ଗତ 24 ତାରିଖରେ ଆଠମଲିକ ଏନଏସିରେ ପ୍ରଚାର କରୁଥିବା ବେଳେ ତାଙ୍କ ଶୋଭାଯାତ୍ରାରେ ପିଲାମାନେ ଜିନ୍ଦାବାଦ କରିଯାଉଥିଲେ। ନିର୍ବାଚନ ଅଧିକାରୀ ଏହା ଉପରେ ତଦନ୍ତ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି।

Read More

ଭୁବନେଶ୍ୱର: ସମ୍ବଲପୁର ମ୍ୟୁନିସିପାଲିଟିର ୪ଜଣ ପୂର୍ବତନ ବିଜେପି କାଉନସିଲର ରତନ ସୁନା, ଗଙ୍ଗାଧର ଷଣ୍ଢ, ବିରେନ୍ଦ୍ର ରାୟ ଓ ଜୟକିଷୋର ଜାଲ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ୪ଜଣ ବିଜେପି କାଉନସିଲରଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ଏହି ବିଜେପି ନେତାଙ୍କ ଯୋଗଦାନ ଫଳରେ ବିଶେଷକରି ସମ୍ବଲପୁରରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ୪ଜଣ କାଉନସିଲର ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର…

Read More

ଭୁବନେଶ୍ୱର: ଗଂଜାମ ଜିଲ୍ଲା ଅନ୍ତର୍ଗତ ସୋରଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେପି ଉପସଭାପତି ସନ୍ତୋଷ କୁମାର ଦାସଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ସୋରଡା ବିଧାୟକ ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁ ଓ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ସନ୍ତୋଷ କୁମାର ଦାସଙ୍କ ସହ ଶତାଧିକ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର, ଶ୍ରୀ ମହାପାତ୍ର, ଶ୍ରୀମତୀ ସ୍ୱାଇଁ ଓ ସ୍ୱାଇଁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ସୋରଡା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ମହାପାତ୍ର, ଶ୍ରୀମତୀ ସ୍ୱାଇଁ ଓ ଶ୍ରୀ ସ୍ୱାଇଁ କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ସନ୍ତୋଷ କୁମାର…

Read More

ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ପ୍ରଦୀପ ପତ୍ରୀ ଏବଂ କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଯାଜ୍ଞସେନୀ ଜେନାଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏ ନେଇ ଦଳ ତରଫରୁ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ତେବେ ଏହି ଦୁଇ ନେତା ବିଜେପିରୁ ବହିସ୍କୃତ ହେବା ପରେ ସେମାନେ ଅନ୍ୟ ଦଳରେ ମିଶିବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ ଓ ଡାବୁଗାଁ ବିଧାନସଭା ପ୍ରାର୍ଥୀ ମନୋହର ରନ୍ଧାରୀ ଓ ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି। ୯୦ ପ୍ରତିଶତ ଭୋଟିଂ କରି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ସେ ନିବେଦନ କରିଥିଲେ। ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଏ ବିଶାଳ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଛି। ସେମାନେ ଆତ୍ମବିଶ୍ବାସ ହରେଇ ବସିଲେଣି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣଙ୍କ ସ୍ନେହ ଶ୍ରଦ୍ଧା ଦେଖି ବିରୋଧୀ ବାଚାଳ ହେଲେଣି। ବିରୋଧୀଙ୍କୁ ନିଶାଣ କରି ସେ କହିଲେ ଯେ ଦିନେ ନ ଶୋଇଲେ ମୁଣ୍ଡ…

Read More

ବାଲୁଗାଁ ( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ବ୍ଲକ ନିମିକ୍ଷେତା ପଞ୍ଚାୟତର ତିନି ଥରର ବିଜେପି ସମର୍ଥିତ ପୂର୍ବତନ ସରପଞ୍ଚ ଅଞ୍ଜଳି ସ୍ବାଇଁଙ୍କ ସମେତ ଚାଷଙ୍ଗରା, ନିମାଇଁମଲ୍ଲ, ଓସ୍ତାପଲ୍ଲି,ବୀରପାଟଣା, ବେଲପଡ଼ା, ପରିଛାପଦରର ବିଜେପିର ବହୁ ଆଗଧାଡିର ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସମସ୍ତ କାର୍ଯ୍ୟକର୍ତାଙ୍କୁ ଚିଲିକା ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଦଳୀୟ ଉତ୍ତରୀୟ ଦେଇ ବିଜେଡି ପରିବାରକୁ ସ୍ୱାଗତ କରିଥିଲେ। ଉକ୍ତ ମିଶ୍ରଣ ପର୍ବରେ ବିଜେଡି ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ର ସାମନ୍ତସିଂହାର, ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ, ପୂର୍ବତନ ଚିଲିକା ବ୍ଲକ ଅଧ୍ୟକ୍ଷ ଉତ୍ପଳ ପାଇକରାୟ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମନୋଜ ପ୍ରଧାନ, ଚିଲିକା ବ୍ଲକ ମହିଳା ସଭାପତି ଅମ୍ରିତା ବେହେରା, ଚିଲିକା ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି…

Read More

ଭୁବନେଶ୍ବର: ଦୀର୍ଘଦିନ ଧରି ରାଜ୍ୟରୁ ତାପମାତ୍ରା ଖସିବାର ନାଁ ଧରୁ ନାହିଁ। ଏପରି ଅବସ୍ଥା ହୋଇଛି ଯେ, ସକାଳୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଆଜି ରାଜ୍ୟର ୪ ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି। ଆଜି ୪୪.୬ ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣତି ହୋଇଛି। ସେହିପରି ବୌଦ୍ଧ ରେ ୪୪.୫ ଡିଗ୍ରୀ ନୂଆପଡା ଏବଂ ବଲାଙ୍ଗୀର ରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ରାଜ୍ୟର ୧୨ସହରରେ ଦିନର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଛି। ସେହିପରି ୩୨ ସହରରେ ୪୦ ଡିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁସାରେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ…

Read More

ଭୁବନେଶ୍ବର: ଆଜି ଓଡିଶା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏହି ଦ୍ବିତୀୟ ପର୍ଯ୍ୟାୟ ପାଇଁ ଆସନ୍ତା ମେ ୨୦ ତାରିଖ ମତଦାନ ହେବ। ଏହି ପର୍ଯ୍ୟାୟରେ ଓଡିଶାର ପାଞ୍ଚଟି ଲୋକସଭା ଏବଂଏହା ଅଧିନରେ ଥିବା ବିଧାନସଭାଗୁଡିକରେ ନିର୍ବାଚନ ହେବ। ଯେଉଁ ଲୋକସଭାଗୁଡିକରେ ନିର୍ଗୁବାଚନ ହେବ ସେଗୁଡିକ ହେଲା ବରଗଡ, ସୁନ୍ଦରଗଡ, ବଲାଙ୍ଗୀରି, କନ୍ଧମାଳ ଏବଂ ଆସିକା। ଏହି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ମେ 3 ତାରିଖ। ସେହିପରି ପ୍ରାର୍ଥୀପତ୍ର ଯାଞ୍ଚ 4 ତାରିଖରେ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମେ 6 ତାରିଖ। ମେ ୨୦ ତାରିଖରେ ଭୋଟ ଗ୍ରହଣ ହେବ।

Read More

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଦୀକ୍ଷିତପଡା ଅଂଚଳରୁ ଏକ ନମ୍ବର ବିହୀନ ଆଇଚର ଟ୍ରକରେ ଅତି ଦୟନୀୟ ଅବସ୍ଥାରେ ବନ୍ଧା ଯାଇ ଗୋରୁ ଟ୍ରକକୁ ଜବତ କରାଯାଇଛି। ଏଥିରେ ୫୬ଟି ଗାଈ ଗୋରୁ ଓ ବାଛୁରୀ ଥିବାର ଜଣାପଡିଛି। ଏସବୁ ହାଇଦ୍ରାବାଦ ଚାଲଣ କରାଯାଉଥିବା ବୋଲି ଜଣାପଡିଛି। ଖବର ପାଇ ନାଚୁଣୀ ପୋଲିସ ଟ୍ରକକୁ ଜବତ କରିଛି। ଘଟଣାରୁ ପ୍ରକାଶ ବିଗତ କିଛି ମାସ ଧରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଇଗୋରୁ ରାତିରେ ବିଶ୍ରାମ ନେଉଥିବା ବେଳେ ଅସାମାଜିକ ବ୍ୟକ୍ତି ବିଭିନ୍ନ ଗାଡିରେ ଚୋରାଇ ନେଇ ବାହାର ରାଜ୍ୟକୁ ଚାଲଣ କରୁଛନ୍ତି। ବିଭିନ୍ନ ସମୟରେ ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି ବା ଏସପିସିଏ, ସଦସ୍ୟ, ବଜରଙ୍ଗ ଦଳ, ଗୋ ସୁରକ୍ଷା ବାହିନୀ ର କର୍ମକର୍ତ୍ତା ବିଭିନ୍ନ ସୂତ୍ରରୁ ଖବର ପାଇ ପୋଲିସ ସହାୟତାରେ ଏହି ଗାଈଗୋରୁ ଙ୍କୁ ଉଦ୍ଧାର କରି ବିଭିନ୍ନ ଗୋ…

Read More

ଭୁବନେଶ୍ୱର:  ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲା ସୋର ବିଧାୟକ ଶ୍ରୀଯୁକ୍ତ ପର୍ଶୁରାମ ଧଡା ନିଜ ବହୁ ସରପଂଚ, ନେତା ଓ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ଧଡାଙ୍କ ସମେତ ବାହାନଗା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ର, ଉପାଧ୍ୟକ୍ଷ ବାସନ୍ତୀ ପତି, କୋଚିଆକୋଇଲି ଗ୍ରାମ ପଂଚାୟତ ସରପଂଚ ଯଶୋଦା ଶିଅଳ, ପଣ୍ଡାସୁଣୀ ଗ୍ରାମ ପଂଚାୟତ ସରପଂଚ ପରକ୍ଷୀତ ମାଝୀ, କୁରୁଡା ସରପଂଚ ମିନତୀ ସେଠୀ, ଚିତଳ ସରପଂଚ ଗଜେନ୍ଦ୍ର ମହାଳିକ, ବାହାନଗା ସମିତିସଭ୍ୟ ସରୋଜ କୁମାର ରାଉତ, କୋଚିଆକୋଇଲି ସମିତିସଭ୍ୟ ମୁକ୍ତିକାନ୍ତ ବେହେରା ପ୍ରମୁଖ ଯୋଗଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି, ସାଂସଦ ପ୍ରତାପ ଷଡଙ୍ଗୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ।

Read More

ଭୁୁବନେଶ୍ୱର: ଓଡିଶା ବିଜେପି ନେତାମାନେ ଜାଣିଗଲେଣି, ୨୦୧୯ରେ ଯେଉଁଭଳି ହାରିଥିଲେ, ତାଠାରୁ ଆହୁରି ଦୟନୀୟ ଭାବେ ୨୦୨୪ରେ ହାରିବାକୁ ଯାଉଛନ୍ତି। ଯେଉଁଥିପାଇଁ ରାଜ୍ୟ ନେତାଙ୍କ ମୁଣ୍ଡ କାମ କରୁନି, ଆଉ ବାଚଳାମୀ ଆରମ୍ଭ କରିଥିବା କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ଆଜି ବିଜେପି ତରଫରୁ ପୂର୍ବତନ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଥିରେ ସେ ଅଭିଯୋଗ କରିଥିଲେ ଯେ, ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଛିଡା ହେବାର କାରଣ ହେଲା ଯେ, ଜିତିବା ପରେ ଗୋଟିଏ ଆସନ ପାଣ୍ଡିଆନଙ୍କୁ ଲଢେଇ କରିବା ପାଇଁ ଦେବେ। ବର୍ତ୍ତମାନ ବିଜେଡିର ଦ୍ବିତୀୟ ନମ୍ବର ନେତା ହେଇଛନ୍ତି ପାଣ୍ଡିଆନ। ସେ ବିଜେଡିର ଷ୍ଟାର ପ୍ରଚାରକ ତାଲିକାର ଦ୍ବିତୀୟ ନମ୍ବରରେ ଅଛନ୍ତି। ଭବିଷ୍ୟତରେ ପାଣ୍ଡିଆନ ବିଜେଡି ମଙ୍ଗ ସମ୍ଭାଳିବା ପାଇଁ ନବୀନ ଏପରି କରିଛନ୍ତି ବୋଲି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଏହାର ଜବାବ ଦେବାକୁ ଯାଇ ଶ୍ରୀମତୀ ଦେଓ ଆଜି ଏଠାରେ ଗଣମାଧ୍ୟମକୁ…

Read More

ଭୁବନେଶ୍ବର: ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକାପ୍ଟରକୁ ଯାଞ୍ଚ କରିଛନ୍ତି ନିର୍ବାଚନ ଅଧିକାରୀ। ଆଜି ପାଣ୍ଡିଆନ ଉମରକୋଟ ଗସ୍ତ ବେଳେ ଏହି ଯାଞ୍ଚ କରାଯାଇଥିବାର ଜଣାପଡିଛି। ତେବେ ସେତେବେଳେ ପାଣ୍ଡିଆନ ସେହି ହେଲିକାପ୍ଟରରୁ ଓହ୍ଲାଇ ସଭା ମଞ୍ଚକୁ ଚାଲିଯାଇଥିଲେ। ହେଲିପ୍ୟାଡରେ ନିର୍ବାଚନ ଅଧିକାରୀମାନେ ପହଞ୍ଚି ବହୁ ସମୟ ଧରି ଯାଞ୍ଚ କରିଥିଲେ। ହେଲିକାପ୍ଟରର ସିଟଠାରୁ ଆରମ୍ଭ କରି ଭିତରେ ଥିବା ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ।ହେଲେ ସେମାନେ କୌଣସି ଜିନିଷ ପାଇ ନ ଥିବାର ଜଣାପଡିଛି।

Read More

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି । ବହୁସଂଖ୍ୟାରେ ଆସି ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ । ୯୦ ପ୍ରତିଶତ ଭୋଟରେ ଜିତାନ୍ତୁ । ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ତାଙ୍କର ରାଗ ହେଉଛି ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ କାହିଁକି ଏତେ ସୁବିଧା ଦେଉଛନ୍ତି। ମା ମାନଙ୍କୁ କାହିଁକି ଏତେ ସୁବିଧା ଦେ ଉଛନ୍ତି। ତେଣୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି। ମା ମାନଙ୍କ…

Read More

ଭୁବନେଶ୍ବର: ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ। ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଂଗପୁର, ବ୍ରହ୍ମପୁର ଏବଂ କଳାହାଣ୍ଡି ଲୋକସଭା ଏବଂ ଏହା ଅଧିନରେ ଥିବା ୨୮ ଟି ବିଧାନସଭାର ନିର୍ବାଚନ ହେବ। ଏହି ନିର୍ବାଚନ ଆସନ୍ତା ୧୩ ତାରିଖରେ ହେବ। ଆଜି ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ଚୁଡାନ୍ତ ତାଲିକା ବାହାରିବ। ତେବେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ର ଅନୁସାରେ ଅନୁଷ୍ଠିତ ହେଉଥିବା ୪ଟି ଲୋକସଭା ଆସନରେ ମୋଟ ୩୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏମାନେ ମୋଟ ୭୫ଟି ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ତେବେ ଏହି ୪ଟି ଲୋକସଭା ଆସନ ମଧ୍ୟରୁ କୋରାପୁଟରେ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଓଡିଶାର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳି…

Read More

ଭୁବନେଶ୍ବର: କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡିଶା ଆସିବେ ରାହୁଳ ଗାନ୍ଧୀ। ଆସନ୍ତା 28 ତାରିଖରେ ସେ ଦିନିକିଆ ପ୍ରଚାରରେ ଓଡିଶା ଆସୁଛନ୍ତି ବୋଲି କଂଗ୍ରେସ କହିଛି। ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି ଯେ, ରାହୁଳ ଗାନ୍ଧୀ ଭୁବନେଶ୍ବର ପହଞ୍ଚିବା ପରେ ସାଲେପୁର ଯିବେ। ସାଲେପୁରରେ କଂଗ୍ରେସ ଏକ ବିରାଟ ଆୟୋଜନ କରିଛି। ସେଠାରେ ରାହୁଳ ଗାନ୍ଧୀ ପହଞ୍ଚିବା ପରେ ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବ। ଏହାପରେ ସେ ଏକ ବିଶାଳ ଜନସମାଜକୁ ଉଦବୋଧନ ଦେବେ। ସେ ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ।

Read More

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କୋରାପୁଟ ଜିଲ୍ଲା ବିଷମକଟକ ଓ ଗୁଣୁପୁର ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି।ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ବିରୋଧୀଙ୍କୁ ନିଜ ଭାଷଣରେ ଶାଣିତ ଆକ୍ରମଣ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ଲୋକଙ୍କ ଉତ୍ସାହ ଦେଖି, ସେମାନଙ୍କ ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜିଛି । ସେମାନେ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ନିର୍ବାଚନ ସମୟରେ ସେମାନେ ମିଠା ମିଠା କଥା କୁହନ୍ତି, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳନ୍ତି ନାହିଁ, ଓଡିଶା ପାଇଁ ସେମାନେ ଟଙ୍କାକର କାମ କରିନାହାନ୍ତି। ନିର୍ବାଚନ ସରିଲେ ମୁଁ କିନ୍ତୁ ଆପଣମାନଙ୍କ ପାଖକୁ ଧନ୍ୟବାଦ ଦେବାକୁ ଆସିବି। ଜନଜାତିଙ୍କ କଳା ସଂସ୍କୃତିର ସୁରକ୍ଷା…

Read More

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ କମ୍ ମତଦାନ ଭାରତୀୟ ଜନତା ପାର୍ଟିକୁ ନିଜର ରଣନୀତି ବଦଳାଇବାକୁ ବାଧ୍ୟ କରିଛି। ଏପର୍ଯ୍ୟନ୍ତ ନିରବ ଥିବା ପ୍ରସଙ୍ଗକୁ ନେଇ ଦଳର ଜାତୀୟ ଅଭିଯାନ ଅଧିକ ପ୍ରଭାବିତ ହେଉଛି। ଏପ୍ରିଲ ୧୯ରେ ଦେଶର ୧୦୨ଟି ଲୋକସଭା ଆସନରେ ମତଦାନ ହୋଇଛି। ଏହି ୧୦୨ଟି ଆସନରେ ୪ ପ୍ରତିଶତ ମତଦାନ କମ୍‍ ହୋଇଥିବାବେଳେ ଗଣମାଧ୍ୟମଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଏହି ମାମଲା ମୁଖର ହୋଇଛି। ପ୍ରଥମ ପର୍ଯ୍ୟାୟ ମତଦାନ ପରେ ରାଜସ୍ଥାନର ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ମୋଦି ନିଜ ପୁରୁଣା ଶୈଳୀରେ ମୁଖ୍ୟ ପ୍ରସଙ୍ଗ ଉପରେ କହିବା ଆରମ୍ଭ କରିଛନ୍ତି। ଏହି ରାଲିରେ ପ୍ରଧାନମନ୍ତ୍ରୀ ମୁସଲମାନ, ରାମନବମୀ ଏବଂ କଂଗ୍ରେସର ତୁଷ୍ଟୀକରଣ ବିଷୟରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ବିଜେପିର ଶୀର୍ଷ ନେତାମାନେ ବିଗତ ୫ ବର୍ଷ ଧରି ‘ବିକଶିତ ଭାରତ’, ‘୪୦୦ ପାର୍‍’ ଏବଂ ‘ତୃତୀୟ ବୃହତ୍ତମ ଅର୍ଥନୀତି’ ସ୍ଲୋଗାନରେ ଲୁଚି…

Read More