ନୂଆଦିଲ୍ଲୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ବିଜେପି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ବିରୋଧୀ ଦଳ କକ୍ଷତ୍ୟାଗ କରିଛନ୍ତି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମାନେ ମଙ୍ଗଳବାର କକ୍ଷତ୍ୟାଗ କରିଛନ୍ତି । ସ୍ବାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଅବଦାନକୁ ନେଇ ହେଗଡେ ଏକ ବିବାଦୀୟ ବୟାନ ଦେଇଥିଲେ । ଗାନ୍ଧିଜୀଙ୍କ ସତ୍ୟାଗ୍ରହ ନୁହେଁ ବରଂ 200 ବର୍ଷରେ ଶାସନରେ ଅତିଷ୍ଠ ହୋଇ ବ୍ରିଟିଶ ମାନେ ଭାରତ ଛାଡିଥିଲେ ବୋଲି ହେଗଡେ ବୟାନ ଦେଇଥିଲେ । ଏହାକୁ ବିରୋଧ କରି ସଂସଦ ପରିସରରେ ରହିଥିବା ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ବିରୋଧୀ ଦଳ ନୀରବ ପ୍ରତିବାଦ କରିଥିଲେ । ବିରୋଧୀ ଦଳଙ୍କ ପ୍ରତିବାଦ ପରେ ଏପରି ମନ୍ତବ୍ୟକୁ ଅସ୍ବୀକାର କରିଛନ୍ତି ହେଗ୍ଡେ । ଗାନ୍ଧୀ କିମ୍ବା ନେହେରୁଙ୍କ ବିରୋଧରେ ସେ ଗୋଟିଏ ବି ଶବ୍ଦ କହି ନାହାନ୍ତି ବୋଲି ହେଗଡେ ମତ ଦେଇଛନ୍ତି । (ଏଜେନ୍ସୀ)
Author: Samikhsya Bureau
ସମୀକ୍ଷା ବ୍ୟୁରୋ କୋଣାର୍କ: କୋଣାର୍କର ଦର୍ଶନ ନାୟକ ଚଳିତଥର ଆରଡିସି ୨୦୨୦ରେ ଯୋଗଦାନ କରି ନିଜ ସ୍କୁଲ ତଥା ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି। କୋଣାର୍କର ଏସ୍ଏସ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ହେଉଛନ୍ତି ଦର୍ଶନ ନାୟକ। ଚଳିତ ୭୧ତମ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ରେ ଯୋଗଦାନ କରିବା ସହିତ ପ୍ରଧାନମନ୍ତ୍ରୀ, ନୌସେନା ମୁଖ୍ୟ, ବାୟୁସେନା ମୁଖ୍ୟ ଓ ସ୍ଥଳସେନା ମୁଖ୍ୟଙ୍କ ସହିତ ସାକ୍ଷାତ ମଧ୍ୟ କରିଛନ୍ତି। ରାଉଳ ପାଟଣା ୬ ନଂ ଓ୍ବାର୍ଡରେ ରହୁଥିବା ପବିତ୍ର ନାୟକ ଓ ଡଲି ନାୟକଙ୍କ ଜ୍ୟେଷ୍ଠ ସନ୍ତାନ ହେଉଛନ୍ତି ଦର୍ଶନ। ତାଙ୍କର ଆଉ ଜଣେ ସାନ ଭାଇ ମଧ୍ୟ ରହିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ଏନ୍ସିସି ସାର୍ ପ୍ରଦୀପ କୁମାର ପଣ୍ଡାଙ୍କୁ ଶ୍ରେୟ ଦେଇଛନ୍ତି। ସାର୍ଙ୍କ ତତ୍ତ୍ବାବଧାନରେ ସେ ଏପରି କୃତିତ୍ବ ଅର୍ଜନ କରିପାରିଥିବାର ପ୍ରକାଶ କରିଛନ୍ତି।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଅଙ୍ଗଦାନ ପରି ମହତ କାର୍ଯ୍ୟ କରିଥିବା ଗଞ୍ଜାମର ପ୍ରିୟଙ୍କାରାଣୀଙ୍କ ପରିବାର ଓ କଟକ ଏସସିବିରେ ପ୍ରଥମ ଥର ମୃତ୍ୟୁକାଳୀନ କିଡ୍ନୀ ପ୍ରତ୍ୟାରୋପଣ ସଫଳ କରିଥିବା ଡାକ୍ତରୀ ଦଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରିୟଙ୍କାରାଣୀଙ୍କ ପରିବାର ଲୋକଙ୍କ ବଳିଦାନ ଓ ଡାକ୍ତରମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଓଡ଼ିଶାରେ ଅଙ୍ଗଦାନ ଓ ଆଧୁନିକ ଚିକିତ୍ସାରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ରାତ୍ରିରେ ଏସ୍ସିବିରେ ଜଣେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କଠାରେ ଭୁବନେଶ୍ବରର ଆପୋଲ୍ରେ ବ୍ରେନ୍ଡେଡ୍ ହୋଇସାରିଥିବା ପ୍ରିୟଙ୍କାରାଣୀଙ୍କ କିଡ୍ନୀଙ୍କୁ ନେଇ ସଫଳତାର ସହ ପ୍ରତ୍ୟାରୋପଣ କରାଯାଇପାରିଥିଲା ।
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଉ ରହିଲା ହାତଗଣତି କେତୋଟି ଦିନ । ଆଜି ରାଜ୍ୟରେ କ୍ଷମତାସୀନ ସରକାର ‘ଆପ୍’ ନିଜର ଘୋଷଣାପତ୍ର ଜାରି କରିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ୍ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ଏହି ଅବସରରେ ମନୀଷ୍ ସିସୋଦିଆ କହିଛନ୍ତି ଯେ, ଯେତେବେଳେ ଦେଶରେ ଉତ୍ତମ ସ୍ବାସ୍ଥ୍ୟ ସେବା, ସୁରକ୍ଷା, ସମସ୍ତଙ୍କୁ ଖାଦ୍ୟ ଓ ପାନୀୟର ସୁବିଧା ମିଳିବ, ତେବେ ଦେଶ ଆଗକୁ ବଢିବ । ଆମ୍ ଆଦ୍ମୀ ପାର୍ଟିର ଘୋଷଣା ପତ୍ରରେ ରହିଥିବା ଘୋଷଣାଗୁଡିକ ହେଲା – ଘରେ ଘରେ ସିଧାସଳଖ ଭାବେ ରାସନ୍ କାର୍ଡ ପହଞ୍ଚିବ । ଦିଲ୍ଲୀକୁ ଆଧୁନିକ ସହର କରିବା ସହିତ ପ୍ରଦୂଷଣ କମ୍ କରାଯିବା ଉପରେ କାର୍ଯ୍ୟ କରାଯିବ । 200 ୟୁନିଟି ମାଗଣା ବିଜୁଳି ବ୍ୟବସ୍ଥା ଜାରି ରହିବ । ଗଳି କନ୍ଦିରେ ଷ୍ଟ୍ରିଟ୍…
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର ବା ଏନ୍ଆରସିକୁ ନେଇ ଦେଶ ବ୍ୟାପୀ ଭିନ୍ନ ଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ଏନ୍ଆରସିକୁ ନେଇ ମୋଦି ସରକାର ବଡ ବୟାନ ଦେଇଛନ୍ତି। ସରକାର ଲୋକସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏନ୍ଆରସି ପ୍ରସ୍ତୁତି ନେଇ କୌଣସି ନିର୍ଣ୍ଣୟ ନିଆଯାଇନାହିଁ। କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏନଆରସି ନେଇ ଲିଖିତ ଉତ୍ତର ରଖିଛନ୍ତି। ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଦନରେ ଚନ୍ଦନ ସିଂହ ଓ ନମା ନାଗେଶ୍ବରଙ୍କ ଏନ୍ଆରସି ସମ୍ପର୍କିତ 5ଟି ପ୍ରଶ୍ନର ଲିଖିତ ଉତ୍ତରରେ ଏହା ସୂଚନା ଦେଇଛନ୍ତି। ରାୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏନ୍ଆରସିକୁ ରାଷ୍ଟ୍ରୀୟ ସ୍ତରରେ ପ୍ରସ୍ତୁତି ପାଇଁ କୌଣସି ପ୍ରକାରର ନିର୍ଣ୍ଣୟ ନିଆଯାଇନାହିଁ। ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏନ୍ଆରସି ଲାଗୁ ହୋଇନଥିବାର ବୟାନ ଦେଇଥିଲେ।…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିନା ପ୍ଲାନ୍ ଆପ୍ରୁଭାଲରେ ନିର୍ମାଣ ନେଇ ସର୍ବକ୍ଷମା ଯୋଜନା ଅବଧି ବଢିଲା । ଅବଧି ବୃଦ୍ଧି ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଯୋଜନାରୁ ସୁଫଳ ପାଇବାକୁ ଲୋକଙ୍କ ଆଗ୍ରହ ଓ ଭିଡକୁ ଦେଖି ଏହି ଘୋଷଣା କରାଯାଇଛି । ମହଲତ ସରିଲେ, ଆଉ ସୁଯୋଗ ମିଳିବନି, କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ସହରାଞ୍ଚଳରେ ବେଆଇନ୍ ନିର୍ମାଣ ପ୍ରସଙ୍ଗରେ ରାଜ୍ୟ ସରକାର ସମୟ ଆସନ୍ତା ଫେବୃଆରୀ 5 ତାରିଖ ଯାଏଁ ଡେଡ୍ଲାଇନ୍ ଦେଇଥିଲେ । ଏବେ ଏହାର ଅବଧିକୁ ଆଉ 15 ଦିନକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଫେବୃଆରୀ 5 ତାରିଖ ପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ଦ୍ଦେଶ ରହିଥିଲ । ପୂର୍ବରୁ ମଧ୍ୟ ସରକାର ବେଆଇନ ନିର୍ମାଣକୁ ଆଇନ ସମ୍ମତ କରିବା ପ୍ରକ୍ରିୟା ‘ସର୍ବକ୍ଷମା’ ଆବେଦନର ଅବଧି ବଢ଼ାଇଥିଲେ ।
ଦେବ ରଞ୍ଜନ ଏକ ସ୍ଵାଧୀନ ଦେଶରେ ଆଜି ଆଜାଦୀର ସ୍ଲୋଗାନ କଦାପି ବିଡମ୍ବନା ନୁହେଁ, କି ବ୍ୟତିକ୍ରମ ମଧ୍ୟ ନୁହେଁ । ଏହା ବାସ୍ତବ, ଏହା ସତ୍ୟ ମଧ୍ୟ । ଜାନୁଆରୀ ୩୦ ତାରିଖରେ ଭୁବନେଶ୍ଵରରେ ଅନୁଷ୍ଠିତ ଏନଆରସି ଓ ସିଏଏର ପ୍ରତିବାଦର ରାଲି ଏହି ‘ଆଜାଦୀ’ର ସ୍ଲୋଗାନ ସବୁଠାରୁ ଅଧିକ ଶୁଣାଯାଉଥିଲା। ସେ ସମସ୍ତେ ଥିଲେ ଏକ ସ୍ଵାଧୀନ ଦେଶର ନାଗରିକ । ପୃଥିବୀରେ ଏପରି କୌଣସି ଦେଶ ଆଉ ନାହିଁ ଯେଉଁଠି ଶାସକର ଯଥେଛାଚାର ଓ ଦମନର ପ୍ରତିବାଦରେ ଲୋକେ ଏକାଠି ହେଉନାହାନ୍ତି । ଆଜି ସମସ୍ତେ ଚାହୁଁଛନ୍ତି ଆଜାଦୀ। ସେହି ରାଲିର ପଚିଶ ହଜାର ଲୋକ ସମସ୍ତେ ଚାହୁଁଥିଲେ ଆଜାଦୀ । ‘ମନୁବାଦ ସେ ଆଜାଦୀ’, ‘ଜାତିବାଦ ସେ ଆଜାଦୀ’, ‘ଭୁଖମରି ସେ ଆଜାଦୀ’, ‘ବେରୋଜଗାରି ସେ ଆଜାଦୀ’ ରାଲି ଭିତରେ ଶିହରଣ ଖେଳାଇଦେଉଥିଲା । ରାଲିରେ ଚାଲିଲା ବେଳେ ମୁଁ ଭାବୁଥିଲି ଆଜିର ନିର୍ବାଚିତ ଶାସକଙ୍କ…
ସମୀକ୍ଷା ବ୍ୟୁରୋ ସମ୍ବଲପୁର : ଆଜି ସମ୍ବଲପୁର ଜିଲ୍ଲା ବୁର୍ଲାର କଟାପାଲି ଛକରେ ବସ୍ ଓ ଟ୍ରକ୍ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ 5ଜଣ ଆହତ ହୋଇଛନ୍ତି । ଟ୍ରକ୍ ଧକ୍କାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଥିଲା । ଆହତଙ୍କୁ ବୁର୍ଲା ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ବସ୍ ଡ୍ରାଇଭର୍ ଓ ହେଲ୍ପର୍ ଅଛନ୍ତି। ବସ୍ଟି ଜୟପୁରରୁ ସମ୍ବଲପୁର ଆସୁଥିଲା। ତେବେ କଟାପାଲି ଛକ ନିକଟରେ ଏକ ଟ୍ରକ୍ ଏହି ବସ୍କୁ ପଛ ପଟୁ ଧକ୍କା ଦେଇଥିଲା। ଏହା ପରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନୀ ପ୍ରଚାରର ଅନ୍ତିମ ସମୟ ଆସି ପହଞ୍ଚିଲାଣି । ମତଦାତାଙ୍କୁ ଆକୃଷ୍ଟ ତଥା ନିଜ ପକ୍ଷ ରଖିବା ପାଇଁ ସମସ୍ତ ରାଜନୈତିକ ଦଳ ପୂରା ପ୍ରସ୍ତୁତି କରିସାରିଛନ୍ତି । ଆଜି ତିନି ପ୍ରମୁଖ ଦଳର ପ୍ରଚାର ବେଶ୍ ଜୋରସୋରରେ ଅନୁଷ୍ଠିତ ହେଉଛି। ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇବେ ଗାନ୍ଧି ପରିବାର । ରାହୁଲ୍ ଓ ପ୍ରିୟଙ୍କା ଉଭୟ ନିର୍ବାଚନ ରାଲି କରି ଭୋଟରଙ୍କୁ ଆକୃଷ୍ଟ କରିବେ । ସେହିପରି ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀର ଦ୍ବାରକା ନିର୍ବାଚନ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ କଂଗ୍ରେସ ତରଫରୁ ରାହୁଲ୍ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ । ରାହୁଲ୍ ଓ ପ୍ରିୟଙ୍କା ଆଜି ଜଙ୍ଗାପୁରାରେ ରାଲି କରିବାକୁ ଥିବାବେଳେ ସଙ୍ଗମ ବିହାରରେ ମଧ୍ୟ ଏକ ରାଲିକୁ ସମ୍ବୋଧନ କରିବେ । କଂଗ୍ରେସର ଶୀର୍ଷନେତାଙ୍କୁ ଆଜି ପ୍ରଥମ ରାଲି…
ମୁମ୍ବାଇ : ଡିସେମ୍ବର 2019ରେ ସାରା ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇଯାଇଛି । ଏହି ନିୟମ ସହିତ ଜରିମାନାର ପରିମାଣର ରାଶିକୁ ମଧ୍ୟ ଦୁଇଗୁଣିତ କରାଯାଇଛି । ଏହି ନୂତନ ନିୟମ ଆରମ୍ଭରେ ବହୁତ ଚାଲାଣ କଟାଯିବ ସହିତ ଜରିମାନା ମଧ୍ୟ ବେଶ୍ ଆଦାୟ ହୋଇଛି । କିଛି ଜାଗାରେ ଏହି ନୂତନ ମୋଟର ଆଇନକୁ ବିରୋଧ ମଧ୍ୟ କରାଯାଇଥିଲା । କିନ୍ତୁ ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଲୋକଙ୍କ ପାଇଁ ମୁମ୍ବାଇ ଟ୍ରାଫିକ୍ ପୋଲିସ୍ ଏକ ଭିନ୍ନ ପ୍ରୟୋଗ ଆରମ୍ଭ କରିଛି । ମୁମ୍ବାଇରେ ଟ୍ରାଫିକ୍ ପୋଲିସ୍ ରେଡ୍ ଲାଇଟ୍ ସିଗ୍ନାଲ୍କୁ ନେଇ ଅଯଥା ହର୍ଣ୍ଣକୁ ନେଇ ବହୁତ ବ୍ୟତିବ୍ୟସ୍ତ ଥିବାବେଳେ ଏହି ସମସ୍ୟାର ଏକ ଅନନ୍ୟ ଉପାୟ ବାହାର କରିଛି । ରାସ୍ତାରେ ଟିକିଏ ଜାମ୍ ହୋଇଗଲା ପରେ ଗାଡ଼ିଗୁଡ଼ିକ ଅଯଥା ହର୍ଣ୍ଣ ବଜାଇବା ଆରମ୍ଭ କରିଦେଉଛନ୍ତି । ଯାହାଦ୍ବାରା ସାଧାରଣ ଲୋକେ ବ୍ୟତିବ୍ୟସ୍ତ…
ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ମିର୍ଜାପୁର ନିକଟ ଲାଲଗଞ୍ଜ ଥାନା ଅନ୍ତର୍ଗତ ଉତରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତ ହେଉଥିବା ତରକାରୀରେ ତିନି ବର୍ଷର ଶିଶୁ କନ୍ୟା ପଡ଼ିଯାଇ ମୃତ୍ୟୁ ହୋଇଛି। ଜିଲ୍ଲାପାଳ ଏହି ଘଟଣାରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ସେହିଭଳି ସମ୍ପୃକ୍ତ ପାଚିକାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଛି। ରୋଷେଇ ସମୟରେ ରୋଷେୟା ଜଣକ ମୋବାଇଲରେ ବ୍ୟସ୍ତ ଥିବାବେଳେ ଝିଅଟି ତରକାରୀ ହାଣ୍ଡିକୁ ଖସି ପଡିଥିଲା। ଶିଶୁଟିକୁ ଉଦ୍ଧାର କରାଯାଇ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଟାଇଥିଲା। ଅବସ୍ଥା ଗୁରୁତର ଥିବାର ଉପଖଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଶିଶୁ କନ୍ୟାଟିକୁ ମୃତ ଘୋଷଣା କରିଥିଲେ। ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ ଶିକ୍ଷାଅଧିକାରୀ କହିଛନ୍ତି। ନଭେମ୍ବର ମାସରେ ଆନ୍ଧ୍ରପ୍ରଦେଶର କୁର୍ନୁଲ୍ ଜିଲ୍ଲାରେ ମଧ୍ୟ ଏହିପରି ଏକ ଘଟଣା ଘଟିଥିଲା। ଗରମ…
କାଶ୍ମୀର : ଫିଲ୍ମ ଦୁନିଆକୁ ବିଦାୟ ଦେଇ ସାରିଥିବା ବଲିଉଡ ଅଭିନେତ୍ରୀ ଜାୟାରା ଓ୍ବାସିମ୍ କାଶ୍ମୀରର ସମସ୍ୟାକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଜାୟାରା କେତେଗୁଡ଼ିଏ ଗମ୍ଭୀର ସମସ୍ୟା ଉପରେ ପ୍ରଶ୍ନ କରିଛନ୍ତି। ଏହା ସହିତ କାଶ୍ମୀରର ପରିସ୍ଥିତି ସମ୍ପର୍କରେ ମଧ୍ୟ କିଛି କହିଛନ୍ତି। ଜାୟାରା ଏହି ପୋଷ୍ଟରେ ଲେଖିଛନ୍ତି ଯେ, କାଶ୍ମୀର ଲୋକଙ୍କ ସ୍ବାଧୀନତା ଉପରେ ଯିଏ ବି ଯେକୌଣସି ସମୟରେ ପ୍ରତିବନ୍ଧକ ଲଗାଇ ପାରୁଛି। କାଶ୍ମୀରୀ ଲଗାତାର ଭାବରେ ଆଶା ଓ ନୈରାଶ୍ୟ ଭିତରେ ଗତି କରୁଛି। ନିରାଶା ଓ ଦୁଃଖର ସ୍ଥାନ ଭିତରେ ଶାନ୍ତି ରହିଛି ଭଲି ମିଥ୍ୟା ପ୍ରଚାର କରାଯାଉଛି। ସେହିପରି ଜୟାରା କହିଛନ୍ତି ଯେ, ଆମ ସ୍ବରକୁ ଦବାଇବା ଏତେ ସହଜ କ’ଣ ପାଇଁ ? ଆମ ଅଭିବ୍ୟକ୍ତି ଓ ସ୍ବତନ୍ତ୍ରତା ଉପରେ ପ୍ରତିବନ୍ଧକ ଏତେ ସହଜରେ କେମିତି ଲାଗୁପାରୁଛି। ଆମକୁ ଆମ ବିଚାର ଓ କଥା ରଖିବା…
ଭୁବନେଶ୍ବର, ଗତକାଲି ବିଳମ୍ବିତ ରାତ୍ରୀରେ ଓଡିଶା ଚିକିତ୍ସା ଇତିହାସରେ ଏକ ବିରଳ ଘଟଣା ଘଟିଛି। ଘଟଣାଟି ହେଉଛି କଟକ ଏସସିବି ରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ଭୁବନେଶ୍ବରରେ ବ୍ରେନ ଡେଡ୍ ଥିବା ଜଣଙ୍କ କିଡନୀକୁ ନିଆଯାଇ ପ୍ରତିରୋପଣ କରାଯାଇଛି। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଓଡିଶାର ଡାକ୍ତରମାନେ ତାହା କରି ଦେଖାଇଛନ୍ତି। ଘଟଣାଟି ହେଉଛି ଗଂଜାମ ଜିଲ୍ଲାର ପ୍ରିୟଙ୍କା ପାତ୍ର ସଡକ ଦୁର୍ଘଟଣାରେ ଗୁରୁତର ହୋଇ ଆପୋଲ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ଅବସ୍ଥା ଭଲ ନ ଥିବାରୁ ଡାକ୍ତରମାନେ ତାଙ୍କୁ ବ୍ରେନ ଡେଡ୍ ବୋଲି ଘୋଷଣା କରିଥିଲେ। ଏହାପରେ ପରିବାର ବର୍ଗ ତାଙ୍କର ଅଙ୍ଗ ପ୍ରତ୍ୟେଙ୍ଗ ଦାନ କରିବା ପାଇଁ ଚାହିଁଥିଲେ। ହସପିଟାଲ କର୍ତ୍ତୁପକ୍ଷ ଏହା ଜାଣିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲେ। ହେଲେ ଅଙ୍ଗ ପ୍ରତ୍ୟେଙ୍ଗ ପ୍ରତିରୋପଣ କେବଳ ଏସସିବିରେ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି କରିଛନ୍ତି। ସେହି ଅନୁସାରେ…
ସମୀକ୍ଷା ବ୍ୟୁରୋ କଟକ : କଟକ ଏସ୍ସିବି ଚାରିକଡରୁ ଉଚ୍ଛେଦ ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଯୋବ୍ରା ମାଛ ମାର୍କେଟରେ ଚାଲିଛି ଉଚ୍ଛେଦ । ଜିଲ୍ଲା ଓ ପୋଲିସ୍ ପ୍ରଶାସନ ସହ ସିଏମ୍ସି ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଉଛି । ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଦୋକାନଗୁଡ଼ିକର ଉଚ୍ଛେଦ କରାଯାଉଛି । ଏସ୍ସିବିର ଦ୍ବିତୀୟ କ୍ୟାମ୍ପସ୍ ଗଠନ କରାଯିବା ନେଇ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଉଛି । ଏସ୍ସିବିକୁ ବିଶ୍ବସ୍ତରୀୟ ମେଡ଼ିକାଲ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଏସସିବିକୁ ଏମ୍ସ ପ୍ଲସ ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ଏସ୍ସିବି ପୁନର୍ବିନ୍ୟାସ ଓ ଥଇଥାନ ପାଇଁ ପ୍ୟାକେଜ୍ ଘୋଷଣା କରାଯାଇଛି ।
ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସ ଆହୁରି ଅଧିକ କାୟା ମେଲାଇଛି । ଏହି ଭାଇରସ ଯୋଗୁଁ ମୃତ୍ୟୁ ସଂଖ୍ୟା ୪୨୫ରେ ପହଞ୍ଚିଛି । ଏଥିରୁ ଗତ ୨୪ ଘଣ୍ଟାରେ ୬୪ ଜଣ ଶିକାର ହୋଇଥିବା ବେଳେ ଏଯାଏଁ ମୋଟ ୨୦ ହଜାର ୪୦୦ ଲୋକ ସଂକ୍ରମଣର ଶିକାର ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଏଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ନେତୃତ୍ୱରେ ଏକ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ଚଳିତ ସପ୍ତାହରେ ଚୀନ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବ। ବିଶ୍ୱର ୨୭ଟି ଦେଶକୁ କରୋନା ଭାଇରସ ବ୍ୟାପିଥିବା ଜଣାପଡ଼ିଛି । ଚୀନରେ ରହୁଥିବା ବିଦେଶୀ ନାଗରିକ ଓ ଛାତ୍ରମାନେ ସ୍ବଦେଶକୁ ଫେରୁଛନ୍ତି। ଅନ୍ୟପକ୍ଷରେ ଭାରତ, ଆମେରିକା, ଜାପାନ, ଋଷିଆ, ପାକିସ୍ତାନ, ନେପାଳ, ବ୍ରିଟେନ ଆଦି ଦେଶଗୁଡ଼ିକ ଚୀନକୁ ବିମାନ ଉଡ଼ାଇବା କିଛି ଦିନ ପାଇଁ କଟକଣା ଜାରି କରିଛନ୍ତି । ସେହିପରି କରୋନା ଭାଇରସକୁ କେରଳ ସରକାର ରାଜ୍ୟ ବିପତ୍ତି…
କେଦାର ମିଶ୍ର “ଗୋଲି ମାରୋ” ବା “ଚଲାଅ ଗୁଳି” ଏହା ବୋଧେ ନୂଆ ଭାରତର ନୂଆ ରାଜନୈତିକ ସ୍ଲୋଗାନ। ନା, କେବଳ ସ୍ଲୋଗାନ ନୁହେଁ, ଏହା ଭାରତର ନୂଆ ରାଜନୈତିକ କାର୍ୟକ୍ରମ। ଗୁଳି ମାରିଦେବାର ରାଜନୈତିକ ସ୍ଲୋଗାନବାଜିର ପରିଣତିରେ ଆଜି ଦିଲ୍ଲୀ ସହରରେ ଗୁଳି ଫୁଟୁଛି। ଗୁଳି ଚଲାଉଥିବା ଲୋକେ ସନ୍ତ୍ରାସବାଦୀ ବା ଅପରାଧୀ ନୁହନ୍ତି, ସେମାନେ ସିସିଆଲ ମିଡିଆରେ ନୂଆ ରାଜନୀତିର ବାଳଚର ସଦସ୍ୟ। ଏମାନଙ୍କୁ ଘୃଣା ଓ ଅସହିଷ୍ଣୁତାର ପାଠ ପଢାଯାଉଛି। ଏ ପାଠ ପଢାଉଥିବା ଲୋକେ ଦେଶର ସର୍ବୋଚ୍ଚ କ୍ଷମତାର ଅଧିକାରୀ। ସେମାନଙ୍କ ହାତରେ ଆଇନର ଶାସନ, ଅର୍ଥନୀତିର ନିୟନ୍ତ୍ରଣ ଓ ପୁଲିସର ବାହୁବଳ ରହିଛି। ତଥାପି ସେମାନଙ୍କୁ ଅନ୍ଧ ଭାବରେ ଗୁଳି ଚଲାଉଥିବା ଲୋକ ଦରକାର। ଗତ ସପ୍ତାହେ ଭିତରେ ଭାରତର ଶାସକ ବର୍ଗ ଏମିତି କିଛି ନୂଆ ରାଜନୈତିକ ଚେହେରା ତିଆରି କରିଛନ୍ତି, ଯେଉଁମାନେ ଲୋକଙ୍କ ଉପରକୁ ବିନା ଦ୍ଵିଧାରେ ଗୁଳି ଚଳାଇବାକୁ ପ୍ରସ୍ତୁତ।…
ଭୁବନେଶ୍ବର, ଜଣେ ଶ୍ରମିକଙ୍କ ପାଖକୁ ବର୍ଷକର ଆୟ ବାବଦରେ 2 ଲକ୍ଷ 59 ହଜାର ଟଙ୍କା ଆୟକର ବା ଆଇଟି ବାବଦକୁ ଜମା କରିବା ପାଇଁ ଏକ ନୋଟିସ ମିଳିଛି। ଏହି ନୋଟିସଟି ଆୟକର ବିଭାଗ ଦେଇଛି। ସେଥିରେ ଉଲ୍ଲେଖ ରହିଛି ଯେ, ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ 1 କୋଟି 47 ଲକ୍ଷ ଟଙ୍କାର କାରବାର ହୋଇଛି। ସେହି କାରବାର ବାବଦର ଆୟକର ହେଉଛି 2.59 ଲକ୍ଷ ଟଙ୍କା। ଏହି ନୋଟିସ ପାଇବା ପରେ ସେହି ଶ୍ରମିକ ଜଣଙ୍କ ହତବାକ ହୋଇପଡିଛନ୍ତି। ଯାହାର ଦୈନିକ ରୋଜଗାର ମାତ୍ର ଦୁଇରୁ ତିନିଶହ ଟଙ୍କା ଥିବା ବେଳେ ସେ କେଉଁଠୁ ଏତେ ଟଙ୍କା ପଇଠ କରିବ ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ଘଟଣାଟି ଓଡିଶାର ନବରଂଗପୁର ଜିଲ୍ଲାର ପୁଜାରୀଭରଣ୍ଡି ଗାଁରେ ଘଟିଛି। ଏହି ଗାଁର ସାନଧର ଗଣ୍ଡଙ୍କୁ ମିଳିଛି ଏହି ନୋଟିସ। ତାଙ୍କୁ କୁହାଯାଇଛି ଯେ, ତାଙ୍କର ଆଇସିଆଇସିଆଇ ବ୍ୟାଙ୍କରେ ଯେଉଁ…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅଂଚଳରେ ଏବେ ଆତଙ୍କରାଜ ଚଳାଇଛନ୍ତି ମାଙ୍କଡ। ଲୋକଙ୍କୁ ଦେଖିବାକ୍ଷଣି ଗୋଡେଇ ଗୋଡେଇ କାମୁଡୁଛନ୍ତି ଏହି ମାଙ୍କଡମାନେ। ସୂଚନାନୂଯାୟୀ ଉକ୍ତ ବ୍ଲକ ଅନ୍ତର୍ଗତ ଦଣ୍ଡମିର, ଆହାଣା, ବାଲିଝରୀ ଗ୍ରାମ ମାନଙ୍କରେ ମାଙ୍କଡ ଆତଙ୍କ ଯୋଗୁଁ ଲୋକେ ଭୟଭିତ ହୋଇ ଘରୁ ବାହାରିବା ମୁସ୍କିଲ ହୋଇଗଲାଣି। କିଛିଦିନ ତଳେ ଦଣ୍ଡମିର, ଆହାଣା, ବାଲିଝରି ଗ୍ରାମର ୧୦ଜଣରୁ ଉର୍ଦ୍ଧ ମହିଳା ଓ ପୁରୁଷଙ୍କୁ ମାଙ୍କଡ କାମୁଡିଥିବା ବେଳେ ବାଲିଝାରି ଗ୍ରାମର କଣ୍ଡୁରୀ ଘଡେଇ, ଆହାଣା ଗ୍ରାମର ସାକୁଲି ସେଠୀ, ଦଣ୍ଡମିର ଗ୍ରାମର ବନଲତା କାଣ୍ଡି ପ୍ରମୂଖ ମାଙ୍କଡ କାମୁଡାରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏଥିସହିତ ଗତକାଲି ଦିନ ତିନିଟା ବେଳେ ଆହାଣା ଗ୍ରାମର ଜିତେନ ଘଡେଇଙ୍କ ପତ୍ନି୍ଙ୍କ ଡାହାଣ ହାତକୁ ମାଙ୍କଡ କାମୁଡି ପୁଳାଏ ମାଉଁସ ନେଇଯାଇ ଗାଡ କରିଦେଇଥିଲା। ଯଥାଶିଘ୍ର ତାଙ୍କୁ ଚିକିତ୍ସା ପାଇଁ ସ୍ଥାନିୟ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର…
KUWAIT CITY, Jan. 30, 2020 (Xinhua) — A bird forages in Kuwait City, Kuwait, Jan. 29, 2020. (Photo by Ghazy Qaffaf/Xinhua/IANS)
Mount Maunganui: Indian players pose with the Winners Trophy after India scripted an unprecedented 5-0 series whitewash with a seven-run victory against New Zealand in the fifth and final T20I at Bay Oval, Mount Maunganui in New Zealand on Feb 2, 2020. (Photo: Surjeet Yadav/IANS)
Kolkata: A Red-breasted parakeet seen at Maidan in Kolkata on Feb 2, 2020. (Photo: Kuntal Chakrabarty/IANS)

