Author: Samikhsya Bureau

ବେଜିଂ : ଚୀନ୍‌ରେ କୋରୋନା ଭାଇରସ୍‌ ଏହାର ଆତଙ୍କ ମଚାଇଛି । ଏହି ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 490କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 24324ରେ ପହଞ୍ଚିଛି । ମଙ୍ଗଳବାର ଏହି ଭାଇରସ୍‌ ପ୍ରଭାବରେ ନୂତନ ଭାବରେ 65 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ସମସ୍ତ ମୃତ୍ୟୁ ଚୀନ୍‌ର ଉହାନ୍‌ ଏବଂ ହୁବେଇ ପ୍ରଦେଶରେ ଘଟିଥିବା ଜଣାପଡିଛି । ସଂକ୍ରମିତଙ୍କ ମଧ୍ୟରୁ 262 ଜଣଙ୍କ ଅବସ୍ଥା ଗୁରୁତର ରହିଛି । 1.85 ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ନେଇ ସୂଚନା ଦେଇଛି । ଚଳିତ ବର୍ଷର ମୃତ୍ୟୁ ସଂଖ୍ୟକା 2003-04 ବର୍ଷର ମୃତ୍ୟୁ ସଂଖ୍ୟାଠାରୁ ଅଧିକ ରହିଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଭାଇରସ୍ ବର୍ତ୍ତମାନ 20ଟି ରାଷ୍ଟ୍ରକୁ ବ୍ୟାପିବାରେ ଲାଗିଛି । ଏହା ମଧ୍ୟରେ ମଙ୍ଗଳବାର ହଂକଂରେ ପ୍ରଥମ କୋରୋନା ଭାଇରସ୍‌ ମୃତ୍ୟୁ ଘଟିଛି ।…

Read More

ଆଜମଗଡ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ କାଣ୍ଡ ଘଟିଯାଇଛି । ଆଜମଗଡର ଏକ ବିବାହ ମଣ୍ଡପରେ ବରକୁ ହତ୍ୟା କରାଯାଇଛି । ବିବାହ ମଣ୍ଡପରେ ପହଞ୍ଚିବା ପୂର୍ବରୁ ବରକୁ ଦୁଇଜଣ ଆତତାୟୀ ଗୁଳି କରି ହତ୍ୟା କରିଥିଲେ । ମଙ୍ଗଳବାର ରାତିରେ ମସିରପୁରର ଦେବଗାଓଁ ପୋଲିସ୍‌ ଥାନା ଅଧୀନରେ ଏହି ଅଘଟଣ ଘଟିଛି । ସିଂପୁରରୁ ବରଯାତ୍ରୀ ପହଞ୍ଚିବା ପରେ ବର ମଣ୍ଡପକୁ ଯାଉଥିବା ସମୟରେ ଦୁଇ ବନ୍ଧୁକ ଧାରୀ ଆତତାୟୀ ଏକ ବାଇକରେ ଆସି ଆଖିବୁଜା ଗୁଳିଚାଳନା କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।(ଏଜେନ୍ସି)

Read More

ଭୁବନେଶ୍ବର, ଆସନ୍ତା 21 ତାରିଖରେ ପଡୁଥିବା ଶିବରାତ୍ରୀ ଉପଲକ୍ଷେ ଦେବଦେବ ମହାଦେବ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ଲିଙ୍ଗରାଜଙ୍କ ମହାଦ୍ବୀପ ରାତ୍ର 10 ଟାରେ ଉଠିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି। ଗତକାଲି ରାତିରେ ବସିଥିବା ସେବାୟତ କମିଟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି କମିଟ ମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେବା ପରେ ଏ ନେଇ ଚୁଡାନ୍ତ ନିଷ୍ପତି ଗ୍ରହଣ କରାଯିବ। ଚଳିତ ବର୍ଷ ପ୍ରଭୃ ଲିଙ୍ଗରାଜଙ୍କ ଶିବରାତ୍ରୀ ବେଶ୍ ଆଡମ୍ବର ପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। କାରଣ ଏଥର ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦ କରାଯାଇ ସୌନ୍ଦର୍ଯ୍ୟକରଣ କରାଯାଇଛି। ଫଳରେ ଭକ୍ତମାନେ ଆରାମରେ ମନ୍ଦିର ଦର୍ଶନ କରିବା ସହିତ ଚାରିପଟେ ବୁଲିପାରିବେ। ସେଥିପାଇଁ ଚଳିତ ବର୍ଷ ମନ୍ଦିର ପ୍ରଶାସନ ଏହି ଉତ୍ସବକୁ ବେଶ ଯାକଜକମରେ ପାଳନ କରିବାକୁ ତତ୍ପର ହୋଇଉଠିଛି।

Read More

ଆଲିଗଡ : ଆଲିଗଡ ମୁସଲିମ ୟୁନିଭର୍ସିଟିର କୁଳାଧିପତିଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ମଙ୍ଗଳବାର କୁଳାଧିପତି ଅଫିଫୁଲ୍ଲା ଖାନ୍‌ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଇସ୍ତଫା ପ୍ରଦାନ ପାଇଁ କୁଳାଧିପତିଙ୍କ ପକ୍ଷରୁ କୌଣସି କାରଣ ଦର୍ଶାଯାଇନାହିଁ । ଆଇନ ବିଭାଗର ପ୍ରଫେସର ମହମ୍ମଦ ଓ୍ବାସିମ୍‌ ଅଲୀଙ୍କୁ ନୂତନ କୁଳାଧିପତି ଭାବରେ ଘୋଷଣା କରାଯାଇଛି । ଡିସେମ୍ବର 15 ତାରିଖରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ହିଂସା କାରଣରୁ ଉପ କୁଳପତିଙ୍କ ଇସ୍ତଫା ଦାବି କରିଥିଲେ । ଏହା ସହିତ ହିଂସା ପାଇଁ 21 ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଉକ୍ତ ଛାତ୍ର ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଏବଂ ଯୋଗୀ ଆଦିତ୍ୟନାଥଙ୍କ ପୋଷ୍ଟର ଜଳାଇଥିବା କାରଣରୁ ଏହି ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜଣେ ଛଳନାକାର ବୋଲି କହିଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ମଙ୍ଗଳବାର ଦିନ ଗମ୍ଭୀର ଏହି ମନ୍ତବ୍ୟ ଦେଇଛନ୍ତି । ଶାହିନ୍‌ବାଗ ଗୁଳିକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଆପ୍‌ର ସଦସ୍ୟ ବୋଲି ଦିଲ୍ଲୀ ପୋଲିସ୍‌ ପକ୍ଷରୁ ସୂଚନା ମିଳିବା ପରେ ଗମ୍ଭୀର ଏହି ମନ୍ତବ୍ୟ ଦେଇଛନ୍ତି । ଗମ୍ଭୀର ଟ୍ବିଟ୍‌ କରି ଏହି ମତ ଦେଇଛନ୍ତି । କେଜ୍ରିଓ୍ବାଲ ଜଣେ ଚମତ୍କାର ମୁଖ୍ୟମନ୍ତ୍ରୀ । ପ୍ରଥମେ ଆନ୍ନା ହଜାରେଙ୍କୁ ମିଛ କହିଲେ, ପରେ ନିଜର ବନ୍ଧୁ ମାନଙ୍କୁ ମିଛ କହିଲେ, ସମସ୍ତ ସରକାରଙ୍କୁ ମିଛ ଏବଂ ଶେଷରେ ଦିଲ୍ଲୀ ବାସୀଙ୍କୁ ମିଛ କହିଲେ । ତେଣୁ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଛଳନାକାରୀ ତାହା ଦିଲ୍ଲୀ ବାସୀ ନିର୍ଦ୍ଧାରଣ କରିବେ ।(ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ କରାଯାଇଛି । ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦର ପ୍ରଭାବ ସମ୍ବଲପୁର ସମେତ ବୌଦ୍ଧ ଓ ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି । ସମ୍ବଲପୁରର କ୍ଷେତରାଜପୁର ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ପହଞ୍ଚି ବିକ୍ଷୋଭ କରିବା ସହ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସକୁ ଅଟକାଇଥିଲେ । ସେହିପରି ବୌଦ୍ଧରେ, ଦୋକାନ ବଜାର ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି । ଝାରସୁଗୁଡ଼ାରେ ମଧ୍ୟ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।

Read More

କେଦାର ମିଶ୍ର ଦିଲ୍ଲୀ ନିର୍ବାଚନକୁ ଆଉ ମାତ୍ର ଚାରି ଦିନ ବାକି। ଦୁଇ ଦିନ ପରେ ନିର୍ବାଚନ ପ୍ରଚାର ସରିବ। ସେମିତି ଏକ ସମୟରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା “ଟାଇମ୍ସ ଅଫ ଇଣ୍ଡିଆ” ଏକ ଜନମତ ସର୍ବେକ୍ଷଣ ପ୍ରକାଶ କରିଛି। ଏହି ସର୍ବେକ୍ଷଣ ଅନୁଯାୟୀ ଦିଲ୍ଲୀରେ ସର୍ବ ମୋଟ ୭୦ ବିଧାନସଭା ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ୫୪ ରୁ ୬୦ ଆସନ ପାଇବ ବୋଲି ଭବିଷ୍ୟବାଣୀ କରାଯାଇଛି। ମୋଟାମୋଟି ପ୍ରାୟ ସବୁ ଗଣମାଧ୍ୟମର ନିର୍ବାଚନ ପ୍ରାକ ଆକଳନ ଅନୁଯାୟୀ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ପ୍ରଦର୍ଶନ ବହୁତ ଭଲ ରହିବ।  ଦିଲ୍ଲୀ ରାଜନୀତି ବିଷୟରେ ଜାଣିବା ଶୁଣିବା ଲୋକଙ୍କର କହିବା କଥା ହେଉଛି, ଦିଲ୍ଲୀରେ କେଜ୍ରିୱାଲ ହାୱା ପ୍ରବଳ ବେଗରେ ପ୍ରବାହିତ ହେଉଛି, ତେଣୁ ଆମ ଆଦମୀ ପାର୍ଟିର ବିଜୟ ସେଠାରେ ସ୍ଵାଭାବିକ। ଆମେ ଦିଲ୍ଲୀ ନିର୍ବାଚନର ଫଳାଫଳ ବିଷୟରେ କିଛି କହିବାକୁ ଚାହୁଁନୁ। କାରଣ…

Read More

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଶାହିନ୍‌ବାଗରେ କରାଯାଇଥିବା ଗୁଳିଚାଳନାରେ ସମ୍ପୃକ୍ତ ବ୍ୟକ୍ତି ଆପ୍‌ର ସଦସ୍ୟ ବୋଲି ଜଣାପଡିଛି । 2019ରେ କପିଲ ଗୁଜ୍ଜର ନାମକ ଉକ୍ତ ବ୍ୟକ୍ତି ଜଣକ ଆପ୍‌ରେ ଯୋଗ ଦେଇଥିଲେ । ନିଜ ପିତାଙ୍କ ସହିତ ଦଲ୍ଲୁପୁରା ନିବାସୀ କପିଲ୍‌ ଆପ୍‌ରେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମର ଏକ ଫଟୋ କପିଲଙ୍କ ଫୋନ୍‌ରୁ ଉଦ୍ଧାର କରାଯାଇଛି । ହିନ୍ଦୁ ରାଷ୍ଟ୍ର ଜିନ୍ଦାବାଦ ବୋଲି ସ୍ଲୋଗାନ୍‌ ଦେଇ ଜାନୁୟାରୀ 1 ତାରିଖରେ କପିଲ୍‌ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଆପ୍‌ର ବରିଷ୍ଠ ନେତା ଆତିଶି ମାର୍ଲେନା ଏବଂ ସଞ୍ଜୟ ସିଂଙ୍କ ଉପସ୍ଥିତିରେ କପିଲ୍‌ ଏବଂ ତାଙ୍କ ପିତା ଆପ୍‌ରେ ଯୋଗ ଦେଇଥିଲେ । କପିଲଙ୍କ ଫୋନ୍‌ରୁ ମିଳିଥିବା ଫଟୋରୁ ଏହା ଜଣାପଡିଛି । (ଏଜେନ୍ସି)

Read More

ପୋଚେଫ୍‌ଷ୍ଟ୍ରୁମ୍‌ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ସେମି ଫାଇନାଲରେ ଏକପାଖିଆ ବିଜୟ ହାସଲ କରିଛି ଭାରତ। ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଶତକ ହାସଲ କରିଥିବା ବେଳେ ଭାରତ ୧୦ ଓ୍ବିକେଟ୍‌ରେ ବିଜୟୀ ହୋଇଥିଲା। ପ୍ରଥମେ ଭାରତୀୟ ବୋଲରଙ୍କ ସଫଳତା କାରଣରୁ ପାକିସ୍ତାନ ମାତ୍ର ୧୭୨ ରନ୍‌ରେ ଅଲଆଉଟ ହୋଇଥିଲା। ପାକିସ୍ତାନ ପକ୍ଷରୁ ଅଧିନାୟକ ରୋହେଲ ନାଜିର ୬୨ ସର୍ବାଧିକ ସ୍କୋର କରିଥିବା ବେଳେ ଓପ୍‌ନର ହାଇଦର ଅଲୀ ୫୬ ରନ୍‌ ସଂଗ୍ରହ କରିଥିଲେ। ଜବାବରେ ଦୁଇ ଭାରତୀୟ ଓପ୍‌ନର ଯଶସ୍ବୀ ଏବଂ ଦିବ୍ୟାଂଶ ପାକିସ୍ତାନୀ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ୩୫.୨ ଓଭରରେ ଉଭୟ ୧୭୬ରନ୍‌ ଯୋଗ କରି ଭାରତକୁ ଫାଇନାଲରେ ପହଞ୍ଚାଇଥିଲେ। ଜୟସ୍ବାଲ ୧୧୩ଟି ବଲ୍‌ର ସମ୍ମୁଖୀନ ହୋଇ ୮ଟି ଚୌକା ଏବଂ ୪ଟି ଛକ୍କା ସହାୟତାରେ ୧୦୫ ରନ୍‌ ସଂଗ୍ରହ କରିଥିବା ବେଳେ ଦିବ୍ୟାଂଶ ସକ୍ସେନା ୯୯ଟି ବଲ୍‌ରୁ…

Read More

ନୂଆଦିଲ୍ଲୀ : ଏକମାସ ମଧ୍ୟରେ 9.6 ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି ଜଣେ ବ୍ୟକ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ବର ଏକ ନମ୍ବର ଧନୀ ଜେଫ୍‌ ବେଜୋସ୍‌ ଏହି ବ୍ୟକ୍ତି ନୁହନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଟେସ୍‌ଲାର ପ୍ରତିଷ୍ଠାତା ଏଲନ୍‌ ମସ୍କ । ଜାନୁୟାରୀ 2020ରେ ମସ୍କ 13.6 ବିଲିୟନ୍‌ ଡଲାର ବା 9.6 ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି । ଏହିଚ ସମୟରେ ବେଜୋସ୍‌ 9 ବିଲିୟନ୍‌ ଡଲାର ଆୟ କରିଛନ୍ତି । ଏହି ଅଭିବୃଦ୍ଧି ସହିତ ମସ୍କ ବିଶ୍ବର ଶ୍ରେଷ୍ଠ ଧନୀଙ୍କ ତାଲିକାରେ 35 ତମ ସ୍ଥାନରୁ 22 ତମ ସ୍ଥାନକୁ ଲମ୍ଫ ପ୍ରଦାନ କରିଛନ୍ତି । ଏହି ଅଭିବୃଦ୍ଧି ସହିତ ମସ୍କଙ୍କ ସମୁଦାୟ ସମ୍ପତ୍ତି ପରିମାଣ 44.1 ବିଲିୟନ୍‌ ଡଲାରରେ ପହଞ୍ଚିଛି । ଏହି ସମୟରେ ଟେସ୍‌ଲାର ଅଂଶଧନ ମୂଲ୍ୟରେ 20 ପ୍ରତିଶତର ଅଭିବୃଦ୍ଧି ଘଟିବା ସହିତ ଏହା 780…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜଭବନ ସମ୍ମୁଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 86ତମ ଶ୍ରାଦ୍ଧ ଦିବସ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପାଳିତ ହୋଇଯାଇଛି । ରାଜଭବନ ସମ୍ମୁଖ ପ୍ରତିମୂର୍ତ୍ତିରେ ଅଭିଯାନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ ପୂର୍ବକ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା । ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଲେ ଯେ, ମଧୁବାବୁ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ, ପ୍ରଥମ ଓଡ଼ିଆ ସ୍ନାତ୍ତକ, ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ବିଶିଷ୍ଟ ଆଇନ ବିଶାରଦ ତଥା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ଯେଉଁ ସଂଗ୍ରାମ ଜାରି ରଖିଥିଲେ ତାହା ଅବିସ୍ମରଣୀୟ । ଏହି କାର୍ଯ୍ୟକ୍ରମରେ ଅଭିଯାନର ବରିଷ୍ଠ ସଦସ୍ୟ ଶିକ୍ଷାବିତ୍ ସୀତାବଲ୍ଳଭ ମହାପାତ୍ର, ଗିରିଧାରୀ ପଟ୍ଟନାୟକ, ବ୍ରଜବନ୍ଧୁ ପରିଡ଼ା, ବିଜୟ ପରିଡ଼ା, ନାରାୟଣ ଚନ୍ଦ୍ର ଓଝା, ଉତ୍କଳ ସମ୍ମିଳନୀର ଦିଲ୍ଲୀପ ଦାସଶର୍ମା,…

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଚାରି ଦିନ ପୂର୍ବରୁ ଏକ ନିର୍ବାଚନୀ ସଭାକୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରାଲିରେ ମୋଦି ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟର ନେଇ ବିରୋଧୀ ଆପ୍‌ ଏବଂ କଂଗ୍ରେସକୁ ସମାଲୋଚନା କରିଥିଲେ । ଭାରତ ମାତା କି ଜୟ ସ୍ଲୋଗାନ୍‌ରୁ ମୋଦି ନିଜର ଭାଷଣ ଆରମ୍ଭ କରିଥିଲେ । ଦିଲ୍ଲୀର ନିର୍ବାଚନୀ ହାଓ୍ବା ବର୍ତ୍ତମାନ ବିଜେପି ସପକ୍ଷରେ ବହୁଛି ଫେବୃୟାରୀ 8 ତାରିଖରେ ଦିଲ୍ଲୀବାସୀ ଏକତ୍ର ହୋଇ ଏକ ସରକାର ଗଠନ କରିବେ । ଦିଲ୍ଲୀ ବାସୀଙ୍କୁ ଏପରି ଏକ ସରକାର ଆବଶ୍ୟକ ଯିଏକି ଅଭିଯୋଗ କରିବା ପରିବର୍ତ୍ତେ ଦିଲ୍ଲୀକକୁ ବିକାଶ ଦିଗରେ ଆଗେଇ ନେବ । ସେହିପରି ଆପ୍‌କୁ ଆକ୍ରମଣ କରିବାକୁ ଯାଇ ମୋଦି କହିଥିଲେ, ଗରିବଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନାକୁ ଦିଲ୍ଲୀରେ ଆପ୍‌ ସରକାର ଲାଗୁ କରାଉ ନାହାନ୍ତି ଯାହାକି ଗ୍ରହଣଯୋଗ୍ୟ ନୁହେଁ । ସର୍ଜିକାଲ ଷ୍ଟ୍ରାଇକ୍‌ର…

Read More

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ 19 ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତ ସମ୍ମୁଖରେ 173 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ପାକିସ୍ତାନ ପକ୍ଷରୁ ଅଧିନାୟକ ରୋହେଲ ନାଜିର(62) ସର୍ବାଧିକ ସ୍କୋର କରିଥିବା ବେଳେ ଓପ୍‌ନର ହାଇଦର ଅଲୀ 56 ରନ୍‌ ସଂଗ୍ରହ କରିଥିଲେ । ଭାରତୀୟ ବୋଲରଙ୍କ ଜବରଦସ୍ତ ବୋଲିଂ ସମ୍ମୁଖରେ 8 ଜଣ ପାକ୍‌ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ । ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିବା ବେଳେ 9 ରନ୍‌ରେ ପ୍ରଥମ ଏବଂ 34 ରନ୍‌ରେ ଦ୍ବିତୀୟ ଓ୍ବିକେଟ ହରାଇଥିଲା । ଏହାପରେ ହାଇଦର ଅଲୀ(56) ଏବଂ ରୋହେଲଙ୍କ ମଧ୍ୟରେ 62 ରନ୍‌ର ଭାଗିଦାରୀ ହୋଇଥିଲା । ଏହି ଭାଗିଦାରୀ ପରେ ଅନ୍ୟ କୌଣସି ପାକ୍‌ ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇନଥିଲେ । ତୃତୀୟ ସର୍ବାଧିକ ଭାବରେ ମହମ୍ମଦ ହାରିସ୍‌ 21 ରନ୍‌ ସଂଗ୍ରହ କରିଥିଲେ ।…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପୁଣି ଥରେ ଖାକିରେ ଦାଗ । ପ୍ରେମରେ ପ୍ରତାରଣା ମାମଲାରେ ଭୁବନେଶ୍ବର ମହିଳା ଥାନା ପକ୍ଷରୁ ଜନୈକ କନେଷ୍ଟବଳଙ୍କୁ ଗିରଫ କରାଯାଇଛି । ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି । ଯୁବତୀ ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବା ପରେ କନେଷ୍ଟବଳଙ୍କୁ ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତ ଏସ୍‌ଏସ୍‌ବି କନେଷ୍ଟବଳ ରାଜେଶ ଦାସଙ୍କୁ ଭୁବନେଶ୍ବର ମହିଳା ଥାନା ପକ୍ଷରୁ ଗିରଫ କରାଯାଇଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଦିବାସୀ ମେଳାର ଅଷ୍ଟମ ସନ୍ଧ୍ୟା ବେଶ୍‌ ଜନଗହଳି ପୂର୍ଣ୍ଣ ରହିଥିଲା । ପ୍ରାୟ ଦୁଇ ଲକ୍ଷ ଲୋକ ମେଳା ବୁଲିବାକୁ ଆସିଥିଲେ । ସମଗ୍ର ମେଳା ପରିସରଟି ସେଲ୍ଫି ଜୋନ୍‌ ପରି ମନେ ହେଉଥିଲା । ଆବାଳବୃଦ୍ଧ ବନିତା ଦଳ ଦଳ ହୋଇ ବିଭିନ୍ନ ଆକର୍ଷଣୀୟ ସ୍ଥାନରେ ଫଟୋ ଉଠାଉଥିବାବେଳେ ମେଳାରେ କାରବାର ଗତ ସାତ ଦିନରେ ରେକର୍ଡ ଭାଙ୍ଗି ଗୋଟିଏ ଦିନରେ 85 ଲକ୍ଷ ଟଙ୍କା ଟପିଯାଇଛି । ମେଳାରେ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବରେ ଶେଷ ରଜନୀ ଥିବାବେଳେ ଗୁଜୁରାଟ, ନାଗାଲାଣ୍ଡ, ମହାରାଷ୍ଟ୍ର, ମଣିପୁର, ସିକିମ୍‌, ଅରୁଣାଚଳ ପ୍ରଦେଶ, ଆସାମ ସମେତ ଓଡ଼ିଶାର ଗାଦ୍‌ବା ଜନଜାତିଙ୍କ ନୃତ୍ୟ ପରିବେଷଣ ଖୁବ୍‌ ଆର୍କଷଣୀୟ ହୋଇଥିଲା । ଲୋକେ ନୃତ୍ୟମଣ୍ଡପ ସମ୍ମୁଖରେ ଛିଡାହୋଇ ନୃତ୍ୟ ଦେଖିବା ସହିତ ମେଳା ପରିସରରେ ଲାଗିଥିବା ବଡ ବଡ ଟିଭି ପରଦାରେ ବି ନୃତ୍ୟକୁ ଉପଭୋଗ କରିଥିଲେ । ସେହିପରି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଶିକ୍ଷାକ୍ଷେତ୍ରରେ ଶତ ପ୍ରତିଶତ ଏଫ୍‌ଡିଆଇକୁ ନେଇ ରାଜ୍ୟସଭାରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଶତ ପ୍ରତିଶତ ଏଫ୍‌ଡିଆଇ ଦ୍ବାରା ଭାରତୀୟ ଶିକ୍ଷାନୀତି ଏବଂ ଅର୍ଥନୀତି ପ୍ରଭାବିତ ହେବ କି ନାହିଁ ବୋଲି ପାତ୍ର ପ୍ରଶ୍ନ କଗରିଥିବା ବେଳେ ଅନୁରାଗ ଠାକୁର ଏହା ଉପରେ ଉତ୍ତର ରଖିଥିଲେ । ଭାରତୀୟ ଯୁବପିଢି ଏବଂ ଶିକ୍ଷାନୁଷ୍ଠାନ ଗୁଡିକ ଏହି ନିଷ୍ପତ୍ତି ଦ୍ବାରା ପ୍ରଭାବିତ ହେବ ନାହିଁ । ଏହି ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ସରକାର ଏହା ଉପରେ ଆଲୋଚନା ପର୍ଯ୍ୟାଲୋଚନା କରି ଏହି ନିଷ୍ପତ୍ତି ନେଇଥିବା ନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ । ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ, । ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ । ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ । ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି । ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି । ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି । ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ :- ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ ? ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ…

Read More

ଆଗ୍ରା : ପର୍ଯ୍ୟଟନ ପାଇଁ ବିଖ୍ୟାତ ଆଗ୍ରାରେ ଏକ ସେକ୍ସ ରାକେଟ୍‌ ଠାବ କରାଯାଇଛି । ଏହି ସେକ୍ସ ରାକେଟ୍‌ରେ 3 ବିଦେଶିନୀଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତିନି ଜଣ ଉଜ୍‌ବେକିସ୍ତାନ ମହିଳା ରହିଥିବା ବେଳେ ଦୁଇ ଜଣ ଦିଲ୍ଲୀ ମହିଳା ରହିଛନ୍ତି । ଆଗ୍ରାର ତାଜ ଗଞ୍ଜ ହୋଟେଲରେ ସୋମବାର ରାତିରେ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ଉକ୍ତ ଦଳର ଜଣେ ପୁରୁଷ ସଦସ୍ୟ ଏବଂ ଅନ୍ୟ ତିନି ମହିଳା ସଦସ୍ୟ ଫେରାର ହୋଇଯାଇଥିବା ନେଇ ଆଗ୍ରା ଏସ୍‌ପି ରୋହନ ବୋତ୍ରେ ପ୍ରମୋଦ ପ୍ରକାଶ କରିଛନ୍ତି । ସେହିପରି ଆଗ୍ରାର 37ଟି ହୋଟେଲରେ ଏପରି ଅବୈଧ ସେକ୍ସ ରାକେଟ ଚାଲୁଥିବା ନେଇ ସୂଚନା ମିଳିଥିବା ନେଇ ଗିରଫ ବ୍ୟକ୍ତିଙ୍କ ଠାରୁ ସୂଚନା ମିଳଛି । (ଏଜେନ୍ସୀ)

Read More

ମୁମ୍ବାଇ : ନ୍ୟୁଜିଲାଣ୍ଡ ବାନମ ଭାରତ ମଧ୍ୟରେ ହୋଇଥିବା ପାଞ୍ଚମ୍ୟାଚ୍‌ ବିଶିଷ୍ଟ ଟିଟ୍ବେଣ୍ଟି ଶୃଙ୍ଖଳରେ ଭାରତର ଐତିହାସିକ ବିଜୟ ପରେ ନ୍ୟୁଜିଲାଣ୍ଡ୍‌ ବାନମ ଭାରତ ଟେଷ୍ଟ ଗସ୍ତ ପାଇଁ  ଭାରତୀୟ ଦଳର ଘୋଷଣା କରାଯାଇଛି । ଟିଟ୍ବେଣ୍ଟି ସିରିଜ୍‌ରେ ନ୍ୟୁଜିଲାଣ୍ଡ୍‌କୁ ଧୂଳି ଚଟାଇଥିବା ଭାରତୀୟ କ୍ରିକେଟ୍‌ ଦଳକୁ ଓ୍ବାନ୍‌ଡେ’ ଏବଂ ଟେଷ୍ଟ ସିରିଜ୍‌ ପୂର୍ବରୁ ବଡ ଝଟ୍‌କା ଲାଗିଛି । ଏହି ଟେଷ୍ଟ୍‌ ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି ଭାରତୀୟ ଓପନର୍‌ ରୋହିତ ଶର୍ମା । ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟେଷ୍ଟ ଦଳ ଘୋଷଣା କରିଛି ବିସିସିଆଇ । ମଙ୍ଗଳବାର ଘୋଷଣା କରାଯାଇଥିବା ଭାରତୀୟ ଦଳକୁ ଓପ୍‌ନର ପୃଥ୍ବୀ ଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହିପରି ଅନ୍ତିମ ଟି 20 ରୋହିତ ଶର୍ମାଙ୍କ ହାର୍ମଷ୍ଟ୍ରିଙ୍ଗ ଟାଣି ହୋଇଯାଇଥିବାରୁ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଥିବା ତିନି ଟିକିଆ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି ମୟଙ୍କ ଅଗ୍ରଓ୍ବାଲ। ସେହିପରି ଦୁଇ ଓପ୍‌ନର ବ୍ୟାଟ୍ସମ୍ୟାନ୍‌…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟରେ ଗତ ଦୁଇ ତାରିଖରେ ପଦାର୍ଥ ବିଜ୍ଞାନ ଓ ଓଡ଼ିଆ ବିଭାଗ ତରଫରୁ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବିଭାଗ ତରଫରୁ ଆୟୋଜିତ ହୋଇଥିବା ବନ୍ଧୁମିଳନ ସମାବେଶକୁ ସଭାପତିତ୍ବ କରିଥିଲେ ପୁରାତନ ଛାତ୍ରୀ ଡ. ଶର୍ମିଷ୍ଠା ମହାପାତ୍ର। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପରେ ଯୋଗଦେଇଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ନାୟକ। ଏହି ଉତ୍ସବରେ ଓଡ଼ିଆ ବିଭାଗର ପୁରାତନ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା ଓ ଅଧ୍ୟାପିକା ଶୁଭାକାଂକ୍ଷୀ ଛୋଟରାୟ, ଡ. ଶ୍ରୀଜୟା ଦାସ, ହରପ୍ରିୟା ପଣ୍ଡା  ଓ ସୁବାସିନୀ ଦେଈ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହିଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ପାର୍ଥସାରଥୀ ସାମନ୍ତରାୟ ସ୍ବାଗତ ଭାଷଣ ପ୍ରଦାନକରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିବିଧ ନାଟକର ଦୃଶ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଆଲୁମିନି କର୍ମକର୍ତ୍ତା ମନୋନୟନ କରାଯାଇଥିବାବେଳେ ଏହି କାର୍ଯ୍ୟକ୍ରମକୁ ସର୍ବାଙ୍ଗ ସୁନ୍ଦର…

Read More