Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ସର୍ବାଧିକ ଆଙ୍ଗୁଠି ପାଇଁ ଗିନିଜ୍‌ ବୁକ୍‌ ତାଲିକାରେ ସାମିଲ ହୋଇଛନ୍ତି ଓଡିଶାର ଜଣେ ମହିଳା। ଗଞ୍ଜାମର କଡପଡାର ଜନୈକ ମହିଳା ଜଣକ ଗିନିଜ୍‌ ବୁକ୍‌ରେ ନିଜ ନାମ ପଞ୍ଜୀକରଣ କରିଛନ୍ତି। ନିଜ ଗ୍ରାମରେ ଉକ୍ତ ମହିଳାଙ୍କୁ ଡାହାଣୀ ବୋଲି କୁହାଯାଉଥିବାରୁ ସେ ଘରୁ ବାହାରନ୍ତି ନାହିଁ। ମହିଳାଙ୍କର ସମୁଦାୟ ୩୧ଟି ଆଙ୍ଗୁଳି ରହିଛି। ୬୫ ବର୍ଷୀୟା ଏହି ବୃଦ୍ଧାଙ୍କର ପାଦରେ ୧୯ଟି ଏବଂ ହାତରେ ୧୨ଟି ଆଙ୍ଗୁଳି ରହିଛି। ପୂର୍ବରୁ ଗୁଜରାଟର ଦେବେନ୍ଦ୍ର ସୂତାର ୨୮ଟି ଆଙ୍ଗୁଳି ପାଇଁ ଗିନିଜ୍‌ ବୁକ୍‌ ରେକର୍ଡରେ ସାମିଲ ହୋଇଥିଲେ।

Read More

ସମୀକ୍ଷା ବ୍ୟୁରୋ ଶେରଗଡ: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ଅଧ୍ୟୟନରତ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଛି। ପ୍ରଧାନଶିକ୍ଷକ ଭାଗିରଥି ପ୍ରଧାନଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଅନ୍ତର୍ଗତ ପୋଚିଲିମା ସ୍ଥିତ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନର ଅଧ୍ୟାପକ ସୁଶାନ୍ତ କୁମାର ଡାକୁଆ, ବିକାଶ ଚନ୍ଦ୍ର ଦାଶ, ସନ୍ତୋଷ କୁମାର ବେହେରା, କିଶୋର ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାର୍ଥୀ ମାନଙ୍କ ଜୀବନରେ ଦଶମ ଶ୍ରେଣୀ ପରୀକ୍ଷା ଗୁରୁତ୍ବ ବହନ କରୁଥିବା କାରଣରୁ ବିଦ୍ୟାର୍ଥୀଙ୍କ ଆଗାମୀ ଭବିଷ୍ୟତ ଗଠନର ସୁଦିଗକୁ ଅନୁଭବ କରି ଭବିଷ୍ୟତ ଗଠନ କର୍ମଶାଳାର ଆୟୋଜନ ଏକକାଳୀନ ଭାବେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ହୃଦାନନ୍ଦ ରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଚିନ୍ମୟ ପଟ୍ଟନାୟକ, ଲୋକନାଥ ମହାପାତ୍ର, ରଶ୍ମିତା ଦାଶ, ଭାରତୀ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡିଶାର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଜାତି ଭିତ୍ତିରେ ଜନଗଣନା ପାଇଁ ଦାବି କରିଛନ୍ତି । 2021ରେ ଅନୁଷ୍ଠିତ ହେବାକୁ ଥିବା ଜନଗଣନା ଜାତି ଭିତ୍ତିରେ କରିବା ପାଇଁ ସାଂସଦ ଦାବି କରିଛନ୍ତି । 1931ରେ ଶେଷଥର ପାଇଁ ଜାତି ଭିତ୍ତିରେ ଜନଗଣନା କରାଯାଇଥିଲା । 2011ରେ ମଧ୍ୟ ଜାତି ଭିତ୍ତିରେ ଜନଗଣନା କରାଯାଇଥିଲା ମାତ୍ର ପଛୁଆବର୍ଗଙ୍କ ତାଲିକା ପ୍ରକାଶ କରାଯାଇନଥିଲା । 2021ରେ ଜାତି ଭିତ୍ତିକ ଜନଗଣନା କରାଗଲେ ବିଭିନ୍ନ ପଛୁଆବର୍ଗର ଜାତିମାନଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧାର ଲାଭ ଉଠାଇ ପାରିବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଚଳିତ ବଜେଟ୍‌ ଅଧିବେଶନ ପରେ ବୁଧବାର ଦିନ ରେଳ ବଜେଟ୍‌ ଘୋଷଣା କରାଯାଇଛି। ବୁଧବାର ମିଳିଥିବା ସୂଚନା ଅନୁଯାୟୀ ଓଡିଶାକୁ 4373 କୋଟି ଟଙ୍କାର ରେଳ ବଜେଟ୍‌ ମିଳିଛି। ପୂର୍ବତଟ ରେଳବାଇକୁ 5865 କୋଟି ଅର୍ଥ ମିଳିଥିବା ବେଳେ ଏହା ମଧ୍ୟରୁ ଓଡିଶାକୁ ସିଂହଭାଗ ମିଳିବାକୁ ଯାଉଛି। ଗତବର୍ଷ 4593 କୋଟି ଟଙ୍କା ମିଳିଥିବା ବେଳେ ଝାରସୁଗୁଡା-ବରପାଲି କୋଲ କରିଡର ପାଇଁ 1400 କୋଟିଟଙ୍କା ଏନ୍‌ଟିପିସି ନିବେଶ କରିଥିଲା। ଉକ୍ତ ରେଳପଥ ନିର୍ମାଣ ସରିଥିବାରୁ ଚଳିତ ବର୍ଷ ଏନ୍‌ଟିପିସି ପକ୍ଷରୁ କୌଣସି ନିବେଶ କରାଯାଇ ନାହିଁ। ନୂତନ ଭାବରେ ନିର୍ମାଣ ହେବାକୁ ଥିବା ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀର 241 କିମି ରେଳପଥ ନିମନ୍ତେ 2957 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ପଥ ପାଇଁ ଗତବର୍ଷ 350 କୋଟି ମଞ୍ଜୁର ହୋଇଥିବା ବେଳେ ଚଳିତ ବର୍ଷ 520 କୋଟି ମଞ୍ଜୁର କରାଯାଇଛି। ଅନୁଗୋଳ-ସୁକିନ୍ଦା…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗର ଜନୈକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି । କୁଜଙ୍ଗ ସମାଗଳର ପ୍ରମିଳା ବେହେରା (42) ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରନ୍ତି । ନିଜ ଭିବଷ୍ୟତ ନିମନ୍ତେ ପ୍ରମିଳା ନିଜ ଆକାଉଣ୍ଟ ନମ୍ବର 31521530275ରେ 22 ହଜାର 675ଟଙ୍କା ଜମା କରିଥିଲେ । ମାତ୍ର ଶାଶୁଙ୍କ ଦେହ ଖରାପ କାରଣରୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଆକାଉଣ୍ଟରେ ଟଙ୍କା ନଥିବା ଦେଖିଥିଲେ । ଏ ନେଇ ବ୍ୟାଙ୍କ ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରାଯାଇଥିବା ବେଳେ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା । ଏହା ପରେ ପ୍ରମିଳା କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ ।

Read More

କନ୍ଦର୍ପ ବେହେରା ସମ୍ବଲପୁର/ରେଢାଖୋଲ: ନାକ୍ଟିଦେଉଳ ବ୍ଲକ୍ ର ଖଣ୍ଡିଆମୁଣ୍ଡା ସେବାଶ୍ରମ ବିଦ୍ୟାଳୟକୁ ଜିଲ୍ଲାପାଳ ଅଚାନକ ଗସ୍ତକରି ପିଲାମାନଙ୍କୁ ପାଠ ପଢାଇଛନ୍ତି। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା କିସିଣ୍ଡା ପଂଚାୟତର ଖଣ୍ଡିଆମୁଣ୍ଡା ସେବାଶ୍ରମ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇଥିବାର ଖବର ମିଳିଛି। ସେ ସିଧାସଳଖ କ୍ଲାସ୍ ରୁମ୍ କୁ ଯାଇ ପ୍ରଥମେ ପ୍ରଧାନଶିକ୍ଷକ ସୁରୁବାବୁ ମେହେରଙ୍କ ଉପସ୍ଥିତିରେ ପିଲାମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ। ଇଂରାଜୀରେ ୧୦୦ ପର୍ଯ୍ୟନ୍ତ ସଂଖ୍ୟା ପିଲାମାନଙ୍କୁ ପଚାରିଥିଲେ। ଜିଲ୍ଲାପାଳ ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ପାଠ ପଢାଇଥିଲେ। ଏଠାରେ ପ୍ରଶ୍ନ ଉଠେ ଯେ ଜିଲ୍ଲାପାଳ ଆସି ଏଠାରେ ବିଦ୍ୟାଳୟମାନଙ୍କୁ ପଶି ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଉଥିବା ବେଳେ ଏହା ଶିକ୍ଷକମାନଙ୍କ ଉପରେ କି ପ୍ରକାର ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି। ଜିଲ୍ଲାପାଳଙ୍କ ଗସ୍ତ ପରେ ଏହି ସେବାଶ୍ରମରେ ଶିକ୍ଷକ ଅଭାବ ସମସ୍ୟା ଦୂର ହେବା ନେଇ ଆଶା କରାଯାଉଛି। ସେହିପରି ସେବାଶ୍ରମ ହଷ୍ଟେଲରେ…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: କଟକ-ପାରାଦୀପ ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାଜପଥର ଲୋକନାଥ ଗଡ଼ାରେ ଘଟିଥିବା ଏହି ଦୁର୍ଘଟଣାରେ ଏକ ଟ୍ରକ୍‌ ଏବଂ କାର୍‌ ମଧ୍ୟରେ ଦୁର୍ଘଟଣା ଘଟି ଜଣଙ୍କର ପ୍ରାଣହାନି ଘଟିବା ସହିତ ତିନି ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି କଟକ ନୂଆ ବଜାର ସାରଦା ପ୍ରସାଦ ସ୍ବାଇଁ। ମୃତକ ଜଣକ ମଙ୍ଗଳବାର ରାତିରେ କଟକକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ କାର୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶାରଦାଙ୍କର ମୃତ୍ୟୁ ଘଟିଥିବା ବେଳେ ଶିବ ପ୍ରସାଦ ସ୍ବାଇଁ ,ବିଜୟ କୁମାର ସାହୁ ଏବଂ ଦୀପକ ଜେନା ଗୁରୁତର ହୋଇଛନ୍ତି। ଆହତ ମାନଙ୍କୁ କଟକର ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଗ୍ରସ୍ତ ଗାଡି ନମ୍ବର ହେଉଛି ଓଡି ୦୨, ଇ୫୮୫୮।

Read More

ହାମିଲ୍ଟନ: ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ଟି ୱିକେଟ ହରାଇ ୩୪୭ ରନର ଏକ ବିଶାଳ ସ୍କୋର ନ୍ୟୁଜିଲାଣ୍ଡ ସାମ୍ନାରେ ରଖିଥିଲା। ଭାରତ ପକ୍ଷରୁ ଶ୍ରୀୟଶ ଆୟର ୧୦୭ଟି ବଲ ଖେଳି  ୧୦୩ ରନ ସଂଗ୍ରହ କରିଥିଲେ। ସେହିପରି ଅଧିନାୟକ ବିରାଟ ୫୧ ରନ ସଂଗ୍ରହ କରିଥିବାବେଳେ କେ ଏଲ ରାହୁଲ ଏବଂ କେଦାର ଯାଦବ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ୩୪୭ ରନରେ ପହଞ୍ଚାଇଥିଲେ। ରାହୁଲ ୬୪ଟି ବଲ ଖେଳି ୮୮ରନ କରିଥିବାବେଳେ କେଦାର ୧୫ଟି ବଲ ଖେଳି ୨୬ ରନ ସଂଗ୍ରହ କରିଥିଲେ। ନ୍ୟୁଜିଲାଣ୍ଡ ଦଳ ୩୪୮ରନର ଲକ୍ଷ୍ୟକୁ ମାତ୍ର ୪୮.୧ ଓଭରରେ ଅତିକ୍ରମ କରି ବିଜୟ ଲାଭ କରିଛି। ନ୍ୟଜିଲାଣ୍ଡ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ହେନରୀ ନିକୋଲ୍ସ ୭୮ରନ କରିଥିବାବେଳେ…

Read More

ଚେନ୍ନାଇ : ତାମିଲ ସୁପରଷ୍ଟାର ଧନୁଷଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି ନିତ୍ୟା ମେନନ । ଧନୁଷଙ୍କ 44ତମ ଫିଲ୍ମକୁ ମିତ୍ରନ୍‌ ଜଓ୍ବାହାର ନିର୍ଦ୍ଦେଶନା ଦେଉଥିବା ବେଳେ ସନ୍‌ ପିକ୍ଚର ଏହାର ପ୍ରଯୋଜନା କରୁଛି । ପୂର୍ବରୁ ଧନୁଷ ନିତ୍ୟାଙ୍କ ସହିତ ୟାରାଡି ନି ମୋହିନୀ, ଉଥାମା ପୁଥିରାନ୍‌ ଏବଂ କୁଟ୍ଟୀରେ ଏକତ୍ର ନଜର ଆସିଛନ୍ତି । ଧନୁଷ ଉକ୍ତ ଫିଲ୍ମର କାହାଣୀ ଏବଂ ଚିତ୍ରନାଟ୍ୟ ଲେଖିଥିବା ବେଳେ ଏହା ଏକ ରୋମାଣ୍ଟିକ୍‌ କମେଡି ରହିବ ବୋଲି ଜଣାପଡିଛି । ମାରି ସେଲ୍‌ଭାରାଜଙ୍କ ସହିତ କର୍ଣ୍ଣନର ସୁଟିଂରେ ବ୍ୟସ୍ତ ରହିଛନ୍ତି ଧନୁଷ ।ଏହି ଫିଲ୍ମ ପରେ ଧନୁଷ କାର୍ତ୍ତିକ ନରେନ୍‌ଙ୍କ ଫିଲ୍ମ ଏବଂ ନିତ୍ୟାଙ୍କ ସହିତ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ । ନିତ୍ୟା ଶେଷଥର ପାଇଁ ବଲିଉଡ୍‌ ଫିଲ୍ମ ମିଶନ ମଙ୍ଗଲରେ ନଜର ଆସିଥିବା ବେଳେ ଧନୁଷ ଅତରଙ୍ଗୀରେ ନଜର ଆସିବାକୁ ଯାଉଛନ୍ତି ।

Read More

କନ୍ଦର୍ପ ବେହେରା ରେଢାଖୋଲ: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବୀରେ ବହୁ ବର୍ଷ ହେଲା ଆନ୍ଦୋଳନ ଜାରି ରହିଛି। ହେଲେ ସରକାର ଏଥିପ୍ରତି ଆଦ୍ମୌ କର୍ଣ୍ଣପାତ କରୁନାହାନ୍ତି। ଏନେଇ ଆଜି ପଶ୍ଚିମ ଓଡିଶାରେ ବନ୍ଦ ପାଳନ କରାଯାଇଥିବା ବେଳେ ରେଢାଖୋଲରେ ମଧ୍ୟ ଆଜି ୧୨ଘଂଟିଆ ବନ୍ଦ କରାଯାଇଛି। ରେଢାଖୋଲ ସହରର ସବୁ ଦୋକାନ ବଜାର ସହ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଏହି ବନ୍ଦକୁ ସଫଳ କରିବା ପାଇଁ ରେଢାଖୋଲ ଓକିଲ ସଂଘ ସମେତ ବିଭନ୍ନ୍ ରାଜନୈତିକ ଦଳର ନେତା, ସାମ୍ବାଦିକ ତଥା ବରିଷ୍ଠ ନାଗରିକ ଆଦି ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ।

Read More

ନୂଆଦିଲ୍ଲୀ : ଦକ୍ଷିଣ କୋରିଆର କାର ନିର୍ମାଣକାରୀ କମ୍ପାନୀ ଭାରତୀୟ ବଜାର ପାଇଁ ଏହାର ନୂତନ କାର ଲଞ୍ଚ କରିଛି । ଏହି କାରଟିର ନାମ କାର୍ଣ୍ଣିଭାଲ ଏମ୍‌ପିଭି ରହିଥିବା ବେଳେ 2020ର ଅଟୋ ଏକ୍ସପୋରେ ଏହାର ଲଞ୍ଚ କରାଯାଇଛି । ତିନୋଟି ବର୍ଗରେ ଏହି କାର ଭାରତୀୟ ବଜାରରେ ଉପଲବ୍ଧ ହେବ : ପ୍ରିମିୟମ୍‌, ପ୍ରେଷ୍ଟିଜ୍‌ ଏବଂ ଲିମୋସାଇନ୍‌ । କାରଟି 7,8 ଏବଂ 9 ଆସନ ବିଶିଷ୍ଟ ରହିବ ବୋଲି ଜଣାପଡିଛି । କାର୍‌ରେ ସମସ୍ତ ପ୍ରକାରର ନୂତନ ବୈଶିଷ୍ଟ୍ୟ ରହିଥିବା ବେଳେ ଏଥିରେ ଏଲ୍‌ଇଡି ପ୍ରୋଜେକ୍ଟର ହେଡ୍‌ ଲ୍ୟାମ୍ପ ସହିତ ଚଉଡା ଏଲ୍‌ଇଡି ଟେଲ୍‌ର ବ୍ୟବହାର କରାଯାଇଛି । (ଏଜେନ୍ସି)

Read More

ସାନଫ୍ରାନ୍‌ସିସ୍କୋ : ବିଶ୍ବର ଶ୍ରେଷ୍ଠ ଇଣ୍ଟରନେଟ୍‌ ସରବରାହ ସଂସ୍ଥା ଗୁଗୁଲ୍‌ ପକ୍ଷରୁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଭିଡିଓ ଲିକ୍‌ କରାଯାଇଛି । ଏହି ତ୍ରୁଟିକୁ ଏକ ବୈଷୟିକ ତ୍ରୁଟି ବୋଲି ଅଭିହିତ କରାଯିବା ସହିତ ଏହି ସମସ୍ୟାର ସମାଧାନ ହୋଇଛି ବୋଲି ଗୁଗୁଲ୍‌ ପକ୍ଷରୁ କୁହାଯାଇଛି । 9ଟୁ5 ଗୁଗୁଲ୍‌ ପକ୍ଷରୁ ଏହି ସୂଚନା ପ୍ରକାଶ କରାଯାଇଛି । ସମସ୍ତ ଭିଡିଓର ମାତ୍ର 0.01 ପ୍ରତିଶତ ଭିଡିଓ ଲିକ ହୋଇଥିବା ନେଇ ସୂଚନା ମିଳିଛି । ତେବେ କେତେ ସଂଖ୍ୟକ ଗ୍ରାହକ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି ସେ ନେଇ ଗୁଗୁଲ୍‌ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଗୁଗୁଲ୍‌ ଫଟୋକୁ ପ୍ରାୟ 1 ବିଲିୟନ୍‌ ଗ୍ରାହକ ବ୍ୟବହାର କରୁଥିବା ବେଳେ ଏହାର 0.01 ପ୍ରତିଶତ ବହୁତ ବଡ ସଂଖ୍ୟା ବୋଲି ଜଣାପଡିଛି । ଗୁଗୁଲ୍‌ ଫଟୋକୁ ଏକ ଲିଙ୍କ ଆସିଥାଏ ଯେଉଁଥିରୁ ଅନ୍ୟର ବ୍ୟକ୍ତିଗତ ତଥ୍ୟ ହାସଲ ହୋଇପାରିବ ।

Read More

ନୂଆଦିଲ୍ଲୀ : ଶାହିନ୍‌ବାଗ୍‌ ଜାଲିଓ୍ବାନାଓ୍ବାଲାବାଗରେ ପରିଣତ ହେବ ବୋଲିଚ ମତ ଦେଇଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦ୍ଦୁଦ୍ଦିନ ଓଓ୍ବେସୀ । ନାଗରିକତା ସଂଶୋଧନ ଆଇନ ବିରୋଧରେ ବିଗତ 50 ଦିନ ଧରି ଆନ୍ଦୋଳନ ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ଏହାକୁ ହଟାଇବା ପାଇଁ ବଳପ୍ରୟୋଗ କରାଯାଇଛି । ସରକାରଙ୍କ ପକ୍ଷରୁ ବଳ ପ୍ରୟୋଗ କରାଗଲେ ଶାହିନବାଗ ଜାଲିଓ୍ବାନାଓ୍ବାଲାବାଗରେ ପରିଣତ ହେବ ବୋଲି ଓଓ୍ବେସୀ ମତ ଦେଇଛନ୍ତି । ଜନୈକ ବିଜେପି ନେତା ଗୁଳି ମାରିବା ସ୍ଲୋଗାନ୍‌ ଦେଇଥିବା ବେଳେ ଫେବୃୟାରୀ 8 ପରେ ସେମାନେ ଗୁଳି ମଧ୍ୟ ଚଳାଇ ପାରନ୍ତି ବୋଲି ଓଓ୍ବେସୀ ପ୍ରକାଶ କରିଛନ୍ତି । ସେହିପରି ଏନ୍‌ପିଆରରେ ସରକାର କାହିଁକି 3900 କୋଟି ଅପଚୟ କରୁଛନ୍ତି ବୋଲି ଓଓ୍ବେସୀ କହିଥିଲେ । ଇତିହାସ ସାକ୍ଷୀ ଅଛି ହିଟ୍‌ଲର ମଧ୍ୟ ଦୁଇଥର ଜନଗଣନା ପରେ ଇହୁଦୀଙ୍କୁ ଗ୍ୟାସ ଚାମ୍ବରରେ ଛାଡିଥିଲେ । ଭାରତରେ ଏପରେ ନହେବା ଉଚିତ୍‌ ବୋଲି ଓଓ୍ବେସୀ ମତ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଅଙ୍ଗଦାନ କରିଥିବା ପି ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରକୁ ସୁରଜ ସମ୍ମାନରେ ସମ୍ମାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରିୟଙ୍କାଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଙ୍ଗ ପ୍ରତିରୋପଣକୁ ସଫଳତାର ସହିତ ସମ୍ପାଦନ କରିଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଡାକ୍ତରଙ୍କୁ ନବୀନ ଧନ୍ୟବାଦ ଜଣାଇଥିଲେ ।

Read More

ଶ୍ରୀନଗର : ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଏକ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହି ଏନ୍‌କାଉଣ୍ଟରରେ ଜଣେ ସିଆରପିଏଫ୍‌ ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ବୁଧବାର ଶ୍ରୀନଗରରେ ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଥିଲା । ସିଆରପିଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରାଯାଇଥିବା ବେଳେ ଆତଙ୍କୀ ମାନେ ଆକ୍ରମଣ କରିଥିଲେ । ସିଆରପିଏଫ୍‌ ପକ୍ଷରୁ ପ୍ରତି ଆକ୍ରମଣରେ ଦୁଇ ଆତଙ୍କୀ ପ୍ରାଣ ହରାଇଥିଲେ । ଦୁଇ ଆତଙ୍କୀଙ୍କ ପରିଚୟ ଗୋପନ ରଖାଯାଇଛି ।

Read More

ଜୟପୁର : ରାଜସ୍ଥାନର କରୌଲୀରେ ଏକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । କରୌଲୀର ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜନୈକ ଶିକ୍ଷକ ଜଣେ ମହିଳା ସହକର୍ମୀଙ୍କୁ ଚୁମ୍ବନ ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ଶତାଧିକ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଏହି ଘଟଣା ଘଟିଥିଲା । ଏକ ସଭା ମଝିରେ ମଞ୍ଚ ଉପରେ ବସିଥିବା ଶିକ୍ଷକ ଜଣକ ଶିକ୍ଷୟିତ୍ରୀଙ୍କୁ ଚୁମ୍ବନ ଦେଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ସ୍କୁଲ ପକ୍ଷରୁ ଏକ ଅନ୍ତରୀଣ କମିଟି ଗଠନ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ଏହି ଘଟଣା ଘଟିଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି । ରାଜସ୍ଥାନ ଶିକ୍ଷାମନ୍ତ୍ରୀ ଏହି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଶାହିନବାଗ ଗୁଳିକାଣ୍ଡକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗୁଳିକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ଆପ୍‌ର କୌଣସି ସମ୍ପର୍କ ନାହିଁ ବୋଲି କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି । ଦିଲ୍ଲୀ ପୋଲିସ୍‌ ବିଜେପିର ଏଜେଣ୍ଟ ଭାବରେ କାର୍ଯ୍ୟ କରୁଛି ଏବଂ ବିଜେପିକୁ ରାଜନୈତିକ ଫାଇଦା ପାଇଁ ଏପରି ଘୋଷଣା କରିଛି ବୋଲି କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି । ଯଦି କପିଲ୍‌ଙ୍କ ସହିତ ଆପ୍‌ର କୌଣସି ସମ୍ପର୍କ ଥାଏ ତେବେ ନିଶ୍ଚିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍‌ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଆପ୍‌ ସହିତ ଯୁବକଙ୍କ ସମ୍ପର୍କକୁ ଯୁବକଙ୍କ ପରିବାର ପକ୍ଷରୁ ମଧ୍ୟ ଅସ୍ବୀକାର କରାଯାଇଛି । 2012 ପର୍ଯ୍ୟନ୍ତ ସେ ବିଏସ୍‌ପି ସହିତ ଥିଲେ ଏବଂ 2012 ପରଠାରୁ ରାଜନୀତି ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କପିଲଙ୍କ ପିତା କହିଛନ୍ତି । କ୍ରାଇମବ୍ରାଞ୍ଚ ଡିସିପି ରାଜେଶ ଦେଓ…

Read More

ନୂଆଦିଲ୍ଲୀ : ରାମ ମନ୍ଦିର ନିର୍ମାଣକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ମଞ୍ଜୁରୀ ମିଳିଥିବା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି । ବୁଧବାର ସଂସଦରେ ରାମମନ୍ଦିର ଟ୍ରଷ୍ଟ ପାଇଁ ମୋଦି ଘୋଷଣା କରିଛନ୍ତି । କ୍ୟାବିନେଟ୍‌ ସହିତ ଆଲୋଚନା କରିବା ପରେ ମୋଦି ଏହି ଟ୍ରଷ୍ଟ ନେଇ ଘୋଷଣା କରିଛନ୍ତି । ଏହି ଟ୍ରଷ୍ଟର ନାମ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ରଖାଯାଇଛି । ଟ୍ରଷ୍ଟର ସଦସ୍ୟ ମାନଙ୍କ ନାମ ଖୁବ୍‌ ଶୀଘ୍ର ଘୋଷଣା କରାଯିବ ବୋଲି ମୋଦି କହିଛନ୍ତି । ଏହ ସହିତ ସୁନ୍ନି ଓ୍ବାକଫ୍‌ ବୋର୍ଡକୁ 5 ଏକର ଜମି ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଲାଞ୍ଚ ମାଗି ଚାକିରିରୁ ନିଲମ୍ବିତ ହୋଇଛନ୍ତି ଦୁଇ ଶିକ୍ଷକ । ଘଟଣାଟି ଘଟିଛି ସୁନ୍ଦରଗଡର ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ । ଚାକିରି ପାଇଁ ଲାଞ୍ଚ ଦାବି କରି ସ୍କୁଲ ଅଧ୍ୟକ୍ଷ ବିଜୟ ବଡାଇକ ଏବଂ କ୍ରୀଡା ଶିକ୍ଷକ ଅମର ଅନନ୍ତ ପଟ୍ଟନାୟକ ନିଲମ୍ବିତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବିଦ୍ୟାଳୟରେ ପାଚିକା ଭାବରେ କାମ କରୁଥିବା ମହିଳାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଉକ୍ତ ଚାକିରି ଦାବି କରିଥିଲେ ତାଙ୍କ ଝିଅ । ଏହାର ସୁଯୋଗ ନେଇ ଅଧ୍ୟକ୍ଷ ଏବଂ କ୍ରୀଡା ଶିକ୍ଷକ ଯୁବତୀଙ୍କୁ ଲାଞ୍ଚ ମାଗିଥିଲେ । ଏହାର ଭିଡିଓ ଏବଂ ଅଡିଓ ମିଳିବା ପରେ ଉଭୟ ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି । ଓଡିଶା ଆଦର୍ଶ ଜନଜାତି ଶିକ୍ଷା ସମିତି ପକ୍ଷରୁ ଉଭୟଙ୍କୁ ବୁଧବାର ବହିଷ୍କାର କରାଯାଇଛି ।

Read More

ହାମିଲଟନ୍‌ : ଟି 20 ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ ପରେ ଆଜି ଭାରତ ଦିନିକିଆ ସିରିଜ୍‌ରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି । ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ସଫଳତା କାରଣରୁ ଭାରତ ନିର୍ଦ୍ଧାରିତ ଓଭରରେ 4 ଓ୍ବିକେଟ୍‌ ହରାଇ347ରନ୍‌ ସଂଗ୍ରହ କରିଛି । ଭାରତ ପକ୍ଷରୁ ଶ୍ରେୟସ୍‌ ଆୟାର ଶତକ ଚମତ୍କାର ଶତକ ହାସଲ କରିଥିଲେ । ଆୟାର 107ଟି ବଲ୍‌ର ସମ୍ମୁଖୀନ ହୋଇ 103 ରନ୍‌ ସଂଗ୍ରହ କରିଥିଲେ । ଆୟାରଙ୍କ ଇନିଂସରେ 11ଟି ଚୌକା ଏବଂ ଗୋଟିଏ ଛକ୍କା ସାମିଲ ଥିଲା । ଦିନିକିଆରେ ଏହା ଆୟାରଙ୍କ ପ୍ରଥମ ଶତକ । ଅନ୍ୟମାନଙ୍କ କେ ଏଲ୍‌ ରାହୁଲ୍‌(88) ଏବଂ ବିରାଟ କୋହଲି(51) ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ଦୁଇ ଓପନର ପୃଥ୍ବୀ ଶ ଏବଂ ମୟଙ୍କ ଅଗ୍ରଓ୍ବାଲ ପଦାର୍ପଣ କରିଥିଲେ । ଉଭୟ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ…

Read More