Author: Samikhsya Bureau

ମୁମ୍ବାଇ : ଫେବୃଆରୀ 14 ତାରିଖରେ ଭାଲେଣ୍ଟାଇନ୍ସ ଡେ । ଆଜିଠୁ ଆରମ୍ଭ ହେଉଛି ପ୍ରେମ ସପ୍ତାହ । ପ୍ରେମ ଦିବସ ତଥା ପ୍ରେମ ସପ୍ତାହ ପାଇଁ ପ୍ରେମୀ-ପ୍ରେମିକାମାନେ ବେଶ୍‌ ଖୁସିରେ ଏହି ସପ୍ତାହ ଟିକୁ ପାଳନ କରିଥା’ନ୍ତି । ସେହିପରି ଯେଉଁମାନେ ଏକଲା ବା ସିଙ୍ଗଲ୍‌ ଅଛନ୍ତି ସେମାନଙ୍କ ପାଇଁ ଏହି ସପ୍ତାହ ସେମିତି କିଛି ଖାସ୍‌ ହୋଇନଥାଏ । ସିଙ୍ଗଲ୍‌ ଲୋକଙ୍କୁ ଚଳିତ ଥର ଗୁଗୁଲ୍‌ ବି ଟ୍ରୋଲ୍‌ କରିଛି । ଆଜି ହେଉଛି ପ୍ରେମ ସପ୍ତାହର ପ୍ରଥମ ଦିବସ । ରୋଜ୍‌ ଡେ’। ଗୋଲାପ ଫୁଲ ପ୍ରେମର ପ୍ରତୀକ ହୋଇଥିବାବେଳେ ପ୍ରେମୀ-ପ୍ରେମିକାକୁ ଗୋଲାଫ ଫୁଲ ଜରିଆରେ ନିଜର ପ୍ରେମର ବାର୍ତ୍ତା ଦେଇଥାଏ । କିନ୍ତୁ ସିଙ୍ଗଲ୍‌ମାନଙ୍କ ପାଇଁ ଏହି ଦିନଟି କିଛି ଖାସ୍‌ ନଥାଏ। ଗୁଗୁଲ୍‌ ଏହି ସିଙ୍ଗଲ୍‌ମାନଙ୍କ ପାଇଁ ସ୍ପେଶିଆଲ୍‌ ଟୁଇଟ୍‌ କରିଛି । ଗୁଗୁଲ୍‌ ନିଜ ଅଫିସିଆଲ୍‌ ଟୁଇଟ୍‌ର ଆକାଉଣ୍ଟରେ ଏକ ଟୁଇଟ୍‌ କରିଛି…

Read More

ପାକିସ୍ତାନ : ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜଇଙ୍କୁ ଗୁଳି ମାରିଥିବା ଆତଙ୍କବାଦୀ ପାକିସ୍ତାନ ଜେଲରୁ ଫେରାର ହୋଇଯାଇଛି । ଏହସାନୁଲ୍ଲା ଏହସାନ ନାମକ ଏହି ଅଭିଯୁକ୍ତ 2014ରେ ହୋଇଥିବା ପେଶାୱର ସ୍କୁଲ ଆକ୍ରମଣରେ ମଧ୍ୟ ସାମିଲ ଥିଲା । ଏହି ଆକ୍ରମଣରେ 132 ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏହସାସ ପଳାୟନ କରିଥିବାବେଳେ ଏନେଇ ଏକ ଅଡିଓ କ୍ଲିପ୍‌ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ସୂଚନାଯୋଗ୍ୟ, ପାକିସ୍ତାନର ସ୍ୱାତ ଘାଟିରେ 2012ରେ ଝିଅଙ୍କ ପାଇଁ ଶିକ୍ଷା ଅଭିଯାନରେ ମଲାଲା ସାମିଲ ହୋଇଥିବାରୁ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ ।  (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନାଅଧିକାରୀ ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ଏକ ଟିମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛନ୍ତି। ପାଟପୁର ନିକଟବର୍ତ୍ତୀ ସୁମନ୍ତପୁର ମୁଖ୍ୟରାସ୍ତାରେ ଏକ ସ୍କୁଟି(ନଂ-ଓଡି-୦୭ ଡବ୍ଲୁ୭୯୭୭) ଗାଡ଼ିରେ ଯାଉଥିବା ବେଳେ ଅଟକାଇ ଯାଞ୍ଚ କରିବା ସମୟରେ ଏକ ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଦିଗପହଣ୍ଡି ଅତିରିକ୍ତ ତହସିଲଦାର ପ୍ରଭାତୀ ମହାରଣାଙ୍କ ଉପସ୍ଥିତିରେ ୨୪କେଜି ଗଞ୍ଜେଇ ଜବତ କରାଯାଇଥିଲା। ଧରାପଡିଥିବା ଦୁଇ ଅଭିଯୁକ୍ତ ହେଲେ ସିଙ୍ଗିପୁର କାଳୁପାତ୍ର ସାହିର ମଙ୍ଗଳା ଚରଣ ସାହୁ ଓ ଡେଙ୍ଗାଓସ୍ତା ଖଜୁରୀପଦା ସାହିର ଶିବରାମ ସାହୁ। ଏନେଇ ପୋଲିସ ଦ୍ବାରା ୨୪/୨୦ ମକଦ୍ଦମା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Read More

କେଦାର ମିଶ୍ର  ନରେନ୍ଦ୍ରଭାଇ ଦାମୋଦର ଦାସ ମୋଦୀ ଓରଫ ନରେନ୍ଦ୍ର ମୋଦୀ ଆମ ଦେଶର ପ୍ରଧାନମନ୍ତ୍ରୀ ପଦରେ ବସିଲା ପରେ ଅନେକ ନୂଆ କଥା ଆମର ରାଜନୀତିରେ ଘଟିଛି। ସତୁରୀ ବର୍ଷର ଗାଣତାନ୍ତ୍ରିକ ରାଜନୀତିରେ ଆମେ ଯାହା ଯାହା ସବୁ କଳ୍ପନା ମଧ୍ୟ କରିନଥିଲୁ, ସେସବୁ ଏବେ ସତକୁ ସତ ଘଟି ଚାଲିଛି! ଭାରତୀୟ ରାଜନୀତିରେ ଘଟୁଥିବା ବହୁ ବିଚିତ୍ର ଓ ଅଭୂତପୂର୍ବ ଘଟନା ଭିତରୁ ଗୋଟିଏ ହେଉଛି, ପ୍ରଧାନମନ୍ତ୍ରୀଙ୍କ ନିଜସ୍ଵ ଭାଷଣ। ଏ ଦେଶର କୌଣସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଭାଷଣ ଦେଉନଥିଲେ। ଏହାର ଅର୍ଥ ଏୟା ନୁହଁ ଯେ ଆମର ବାଗ୍ମୀ ପ୍ରଧାନମନ୍ତ୍ରୀ ନଥିଲେ। ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଥିଲେ ତାଙ୍କ ସମୟର ଅନ୍ୟତମ ଶ୍ରେଷ୍ଠ ବକ୍ତା। ପଣ୍ଡିତଜୀଙ୍କର ବକ୍ତବ୍ୟ ରେ ବୌଦ୍ଧିକତା ଯେତିକି ଥିଲା, ଭାରତର ସାଧାରଣ ଜନତାର ଅନୁଭବ ପ୍ରତି ସମ୍ମାନବୋଧ ମଧ୍ୟ ସେତିକି ଥିଲା। ନେହେରୁଙ୍କ ପରେ…

Read More

ମୁମ୍ବାଇ : ଭାଲେଣ୍ଟାଇନ୍‌ ଓ୍ବିକ୍‌ର ପ୍ରାରମ୍ଭରେ ଆଜି ଭିନ୍ନ ଭିନ୍ନ ଜୋନ୍‌ର ଫିଲ୍ମଗୁଡ଼ିକ ପରଦାକୁ ଆସିଛି । ଆଦିତ୍ୟ ରାୟ କପୁର୍‌, ଦିଶା ପଟ୍ଟାନୀ, କୁନାଲ୍‌ ଖେମୁଙ୍କ ଅଭିନୀତ ଫିଲ୍ମ ‘ମଲଙ୍ଗ୍‌’ ଆଜି ରିଲିଜ୍‌ ହୋଇଥିବାବେଳେ ଏହି ଫିଲ୍ମ ସହ ଅଛି ବିକ୍ରମ୍‌ ଭଟ୍ଟଙ୍କ ନିର୍ଦ୍ଦେଶିତ ’ହ୍ୟାକଡ୍‌’ । ପୂର୍ବରୁ ‘ମଲଙ୍ଗ୍‌’ର ଟ୍ରେଲର୍‌ ଓ ଗୀତ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିସାରିଥିବାବେଳେ ଦିଶା-ଆଦିତ୍ୟଙ୍କ କେମେଷ୍ଟ୍ରିକୁ ଦର୍ଶକେ ବେଶ୍‌ ପସନ୍ଦ କରିବେ ବୋଲି ଆଶା କରାଯାଉଛି।  ସେହିପରି ବିକ୍ରମ୍‌ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହ୍ୟାକଡ୍‌’ର ମୁଖ୍ୟ ଭୂମିକାରେ ଅଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ହିନା ଖାନ୍‌ । ହୀନା ଏହି ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରୁଛନ୍ତି । ଏହି ଫିଲ୍ମଟି ସାଇକେଲାଜିକାଲ୍‌ ଡ୍ରାମା ଅଟେ । ସେହିପରି ଆଜି ରିଲିଜ୍‌ ହୋଇଥିବା ଅନ୍ୟ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ଶିକାରା’ । କାଶ୍ମୀର ପଣ୍ଡିତ୍‌ଙ୍କ ଉପରେ ଆଧାରିତ ଏହି ଫିଲ୍ମଟିକୁ ନିର୍ମାଣ କରିଛନ୍ତି…

Read More

ନୂଆଦିଲ୍ଲୀ : ଦିଲ୍ଲୀରେ ମତଦାନ ପୂର୍ବରୁ ମନୀଷ୍‌ ସିସୋଦିଆଙ୍କ ଓଏସ୍‌ଡିଙ୍କୁ ଲାଞ୍ଚ ଅଭିଯୋଗରେ ଗିରଫ କରାଯାଇଛି  ସିବିଆଇ ଲାଞ୍ଚ ନେବା ଅଭିଯୋଗରେ ଗୋପାଲକୃଷ୍ଣ ମାଧବଙ୍କୁ ଗିରଫ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଗିରଫ ହୋଇଥିବା ବ୍ୟକ୍ତିଜଣକ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଓଏସ୍‌ଡି ବୋଲି ଜଣାପଡିଛନ୍ତି । ସିବିଆଇ ଗୋପାଳଙ୍କୁ ଏକ ଟ୍ୟାକ୍ସ ମାମଲାର ସମାଧାନ ପାଇଁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ  ଗିରଫ କରିଛନ୍ତି । ଗୁରୁବାର ରାତ୍ରିରେ ହୋଇଥିବା ଏକ ଅପରେସନ୍‌ ଜରିଆରେ ଗୋପାଳ କୃଷ୍ଣ ମାଧବଙ୍କୁ ଗିରଫ କରାଯାଇଛି । ସେହିପରି ଏହି ଘଟଣାରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାମିଲ୍‌ ଅଛନ୍ତି କି ନାହିଁ, ତାହା ଜଣାପଡିନାହିଁ । ତେବେ ଏହା ସମ୍ପର୍କରେ ଯାଞ୍ଚ ଜାରି ରହିଛି । ମାଧବ 2015ରେ ସିସୋଦିଆଙ୍କ ଅଫିସ୍‌ରେ କାର୍ଯ୍ୟ କରୁଥିଲେ । ଦିଲ୍ଲୀ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ରହିଥିବାବେଳେ ଏହି…

Read More

ଚୀନ୍‌ : ଭୟଙ୍କର ରୂପ ନେଉଛି ଘାତକ କରୋନା ଭାଇରସ୍‌ । ଏଥିରେ ମୃତ୍ୟୁସଂଖ୍ୟା 630ରେ ପହଞ୍ଚିଲାଣି । ଗୋଟିଏ ଦିନରେ କରୋନା ସତୁରୀ ଜଣଙ୍କ ଜୀବନ ନେଇଥିବାର ସୂଚନା ମିଳିଛି । ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାରରୁ ଅଧିକ ନେଇ ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟ କମିଶନ । କରୋନାକୁ ବିଶ୍ବ ସଂକଟ ଭାବେ ଘୋଷଣା କରିଛି ଡବ୍ଲୁ ଏଚ୍‌ଓ। କରୋନା ଭାଇରସ୍‌କୁ ସର୍ବପ୍ରଥମେ ଦୁନିଆକୁ ଚିହ୍ନାଇଥିବା ଡାକ୍ତର ଲି ବେନେଲିଆନ୍ସଙ୍କ ଗୁରୁବାର ଦିନ ମୃତ୍ୟୁ ହୋଇଯାଇଛି । ଡାକ୍ତର କରୋନା କବଳରେ ଆସି ମୃତ୍ୟୁବରଣ କରିଛନ୍ତି ।ତେବେ ଚୀନରୁ ଭାରତ ଫେରିଥିବା ସମସ୍ତ 645 ଜଣଙ୍କ ନମୁନା ନେଗେଟିଭ୍‌ ସୂଚନା ରହିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ୬ ଫେବୃଆରୀ ସୁଦ୍ଧା ୧୨୬୫ଟି ବିମାନରେ ଆସିଥିବା ୧,୩୮,୭୫୦ ଜଣ ଯାତ୍ରୀଙ୍କର ନୋଭେଲ କରୋନା ଭୂତାଣୁ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ କେହି ନୋଭେଲ କରୋନା ଭୂତାଣୁ ସଂକ୍ରମିତ ହେବାର ସୂଚନା ନାହିଁ । ଚୀନର ଉହାନରୁ ଉଦ୍ଧାର ହୋଇଥିବା ସମସ୍ତ ୬୪୫ ଜଣ ଭାରତୀୟଙ୍କ ରକ୍ତନମୁନା ନେଗେଟିଭ ବାହାରିଛି । ସେମାନେ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ ଥିବା ସ୍ପଷ୍ଟ ହୋଇଛି। ଏହାବାଦ ୫୧୦ଟି ନମୁନା ଆଇସିଏମଆରର ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିବା ବେଳେ କେବଳ ତିନୋଟି ପଜିଟିଭକୁ ବାଦ ଦେଲେ ଅନ୍ୟସବୁ ନେଗେଟିଭ ଆସିଛି । ତିନି ସଂକ୍ରମିତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସପି) ଜରିଆରେ ୬୫୫୮ ଲୋକଙ୍କର ଗୋଷ୍ଠୀ ନିରୀକ୍ଷଣ ଓ ଯାଂଚ କରାଯାଇଛି । ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୬ ଫେବୃଆରୀ, ୨୦୨୦ରେ ଯୁଗ୍ମ…

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ 2020 ପାଇଁ ନିର୍ବାଚନ ପ୍ରଚାର ଶେଷ ହୋଇସାରିଛି। ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନୋଟିସ୍‌ ଜାରି କରିଛନ୍ତି । ନିର୍ବାଚନ ଆୟୋଗ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫେବୃଆରୀ 1 ତାରିଖରେ କରାଓ୍ବଲ୍‌ ନଗରରେ ଦେଇଥିବା ବିବାଦୀୟ ଭାଷଣ ପାଇଁ ନୋଟିସ୍‌ ପଠାଇଛନ୍ତି । ନିର୍ବାଚନ ଆୟୋଗ ଏନେଇ ଆସନ୍ତା ଫେବୃଆରୀ ସାତ ତାରିଖ ସନ୍ଧ୍ୟା 5ଟା ସୁଦ୍ଧା ଜବାବ ମାଗିଛନ୍ତି । ସୂଚନାଯାେଗ୍ୟ, ଯୋଗୀ ଆଦିତ୍ୟନାଥ କରାଓ୍ବଲ ନଗରରେ ଭାଷଣ ଦେଇ କହିଥିଲେ, ଯେ ଅରବିନ୍ଦ କେଜରୀଓ୍ବାଲା ଶାହିନ୍‌ବାଗ୍‌ ପ୍ରତିବାଦକାରୀଙ୍କୁ ବିରିଆନୀ ଖୁଆଉଛନ୍ତି ।

Read More

ମୁମ୍ବାଇ : ବଲିଉଡ୍‌ରେ ଗ୍ୟାଙ୍ଗଷ୍ଟର ଫିଲ୍ମକୁ ଷ୍ଟାଇଲିଶ୍‌ ଅନ୍ଦାଜ୍‌ରେ ପ୍ରସ୍ତୁତ କରୁଥିବା ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ଅପକିମଙ୍ଗ୍‌ ଫିଲ୍ମ ’ମୁମ୍ବାଇ ସାଗା’କୁ  ଏବେ ବେଶ୍‌ ଚର୍ଚ୍ଚାରେ ରହିଛି । କିଛି ଦିନ ପୂର୍ବେ ଏହି ଫିଲ୍ମର ଜନ୍‌ ଆବ୍ରାହମ୍‌ଙ୍କ ଲୁକ୍‌କୁ ସେୟାର କରିଥିଲେ । ଏଥିରେ ଜନ୍‌ ଗ୍ରେ କୁର୍ତ୍ତା ସହିତ ହ୍ବାଇଟ୍‌ ପାଇଜାମାରେ ନଜର ଆସିଥିଲେ । ବେକରେ ସୁନାର ମୋଟା ଚେନ୍‌ ସହିତ ମଥାରେ ତିଲକ୍‌ରେ ବେଶ୍‌ ଆକର୍ଷଣୀୟ ଲାଗୁଥିଲେ । ଏହି ଫିଲ୍ମରେ ଜନ୍‌ ଗ୍ୟାଙ୍ଗଷ୍ଟର୍‌ ଭୂମିକାରେ ଅଭିନୟ କରୁଛନ୍ତି । ଏବେ ସଞ୍ଜୟ ଏହି ଫିଲ୍ମର ଆଉ ଜଣେ ମୁଖ୍ୟ କଳାକାରଙ୍କ ଫାଷ୍ଟ ଲୁକ୍‌କୁ ସେୟାର କରିଛନ୍ତି । ସଞ୍ଜୟ ଏହି ଫିଲ୍ମରେ ଇମ୍ରାନ୍‌ ହାସମୀଙ୍କ ଲୁକ୍‌କୁ ସେୟାର କରିଛନ୍ତି । ଇମ୍ରାନ୍‌ ଏହି ଫିଲ୍ମରେ ଜଣେ ପୋଲିସ୍‌ ଭୂମିକାରେ ନଜର ଆସିବେ । ସଞ୍ଜୟ ଟୁଇଟର୍‌ରେ ଇମ୍ରାନ୍‌ଙ୍କ ଏହି ଲୁକ୍‌କୁ ସେୟାର କରି କରିଛନ୍ତି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ପୋଷ୍ଟ କାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବ ବିଜେପି କାର୍ଯ୍ୟକର୍ତ୍ତାମାନେ । ରାଜ୍ୟର 1004 ମଣ୍ଡଳର 37000 ବୁଥ୍‌ରୁ ସର୍ବନିମ୍ନ 50 ଜଣ କାର୍ଯ୍ୟକର୍ତ୍ତା ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ପୋଷ୍ଟ କାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବେ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ଏହି ଅବସରରେ ସମୀର ମହାନ୍ତି କହିଛନ୍ତି ଯେ, ପ୍ରତ୍ୟେକ ଜିଲ୍ଲାରେ ନାଗରିକତା ସଂଶୋଧନ ଆଇନ୍‌ ସମ୍ପର୍କରେ ସଚେତନତା ରାଲି ଏବଂ ବିଶାଳ ଜନ ସମାବେଶ କରାଯାଉଛି । ଏହି ଆଇନକୁ ସମର୍ଥନ କରି ପ୍ରତ୍ୟେକ ସ୍ଥାନରେ ଜନ ଜାଗରଣ କାର୍ଯ୍ୟକ୍ରମ, ଜନସଭା, ସଚେତନତା ସମାବେଶ ଆଦି କରାଯାଉଛି । ଏହା ସହ ବିଜେପି କାର୍ଯ୍ୟକର୍ତ୍ତାମାନେ ପ୍ରତ୍ୟେକ ସାଙ୍ଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ, ପଦଯାତ୍ରା ଘରକୁ ଘର ଯାଇ ସିଏଏ ସମ୍ପର୍କିତ ତଥ୍ୟ ପ୍ରଦାନ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦଶ ଦିନ ପାଇଁ ବିଦ୍ୟୁତ ଦେୟ ଖିଲାପକାରୀଙ୍କୁ ମହଲତ ଦେଲା ସେସୁ । ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଖିଲାପକାରୀଙ୍କ ବିଦ୍ୟୁତ୍‌ କାଟ ହେବନି । ଏହି ସମୟ ମଧ୍ୟରେ ଦେୟ ପୈଠ ନ କଲେ ପୁଣି ବିଦ୍ୟୁତ କାଟ ହେବ। ବର୍ତ୍ତମାନ ସୁଦ୍ଧା 72 କୋଟି 76 ଲକ୍ଷ ବକେୟା ଆଦାୟ ହୋଇଛି । 21 ହଜାର 339 ଜଣ ଦେୟ ଖିଲାପକାରୀଙ୍କ ବିଦ୍ୟୁତ କଟାଯାଇଛି । ମୋଟ 7 ଲକ୍ଷ ଲୋକଙ୍କ ଉପରେ ବକେୟା ରହିଛି ବୋଲି କହିଛନ୍ତି ଅରୁଣ ବୋଥ୍ରା । ପୂର୍ବରୁ ସେସୁ ତରଫରୁ ଏନେଇ ଘୋଷଣା କରାଯାଇଥିଲା । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନକଲେ ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସେବାରୁ ବଞ୍ଚିତ କରାଯିବ ବୋଲି ସେସୁ ତରଫରୁ ଘୋଷଣା କରାଯାଇଥିଲା । ଏନେଇ ଜାନୁଆରୀ 15 ତାରିଖ ପରଠାରୁ ବିଦ୍ୟୁତ୍‌ କାଟ୍‌ ମଧ୍ୟ କରାଯାଇଥିଲା । ଏହା…

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ବିବୃତ୍ତି ରଖିଛନ୍ତି ।ନାଗରିକତା ସଂଶୋଧନ ଆଇନ ସଂକ୍ରାନ୍ତରେ ବିସ୍ତୃତ ବିବୃତ୍ତି ରଖି ପ୍ରଧାନମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଥିଲେ ଯେ ଏହି ଆଇନ ଦ୍ୱାରା କେହି ଜଣେ ହେଲେ ଭାରତୀୟ ନାଗରିକ ପ୍ରଭାବିତ ହେବେ ନାହିଁ । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ପୂର୍ବ ସରକାରଗୁଡ଼ିକର କାର୍ଯ୍ୟ ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁମାନେ ଏହି ସମାନ ମାର୍ଗରେ ହିଁ ଚାଲିଥିଲେ । ମୋଦୀ କହିଥିଲେ ଯେ, ପଡ଼ୋଶୀ ଦେଶରେ ଉତ୍ପୀଡ଼ନର ଶିକାର ହେଉଥିବା ଶରଣାର୍ଥୀମାନଙ୍କୁ ଭାରତରେ ଆଶ୍ରୟ ଦେବା ପାଇଁ ଆବଶ୍ୟକ ହେଲେ ଆଇନରେ ସଂଶୋଧନ ଆଣିବା ଲାଗି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ମଧ୍ୟ ଚାହୁଁଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ କେତେକ ରାଜନୈତିକ ଦଳ ଭାରତକୁ ଭାଗ ଭାଗ କରିବା ଲାଗି ପାକିସ୍ତାନର ଏଜେଣ୍ଡାକୁ ଆଗେଇ ନେବାର କାର୍ଯ୍ୟ କରୁଛନ୍ତି ।…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ରାଜ୍ୟରେ ସବୁଠାରୁ କମ୍‍ ରେଳଲାଇନ୍‍ ଥିବାବେଳେ ଭାରତୀୟ ରେଳବାଇକୁ ସର୍ବାଧିକ ରାଜସ୍ୱ ଦେଉଥିବା ଓଡିଶାକୁ ଚଳିତ ରେଳ ବଜେଟ୍‍ରେ ଅନୁଦାନ ପରିମାଣ ଗତବର୍ଷ ଅପେକ୍ଷା ହ୍ରାସ ପାଇଛି । ଏହା ଏବେ ଚିନ୍ତାର କାରଣ ବୋଲି ରେଳ ବଜେଟ୍‍ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ଅର୍ଥନୈତିକ କ୍ଷେତ୍ରରେ ଲାଭଜନକ ହେବାକୁ ଥିବା ଗୋପାଳପୁର-ସମ୍ବଲପୁର ପ୍ରସ୍ତାବିତ ରେଳଲାଇନ୍‍କୁ ଓଡିଶା ପକ୍ଷରୁ ସ୍ୱାଗତ କରିଥିବାବେଳେ ଏହା ଧାର୍ଯ୍ୟ ସମୟ ମଧ୍ୟରେ ଏହି ପ୍ରକଳ୍ପ ସରିବା ଆବଶ୍ୟକ ବୋଲି କହିଛନ୍ତି ସସ୍ମିତ ପାତ୍ର । ରାଜ୍ୟ ସରକାର ଅଂଶଧନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ସ୍ଥାନରେ ନୂତନ ପ୍ରକଳ୍ପ ଘୋଷଣା ହୋଇନାହିଁ ବୋଲି କହିଛନ୍ତି ଡ. ପାତ୍ର । ପୁରୀ-କୋଣାର୍କ, ବରଗଡ-ନୂଆପଡା, ଯାଜପୁର-ଆରଡି-ଧାମରା, ଚକୁଳିଆ-ବୁରାମରା, ଗୁଣୁପୁର-ଥେରୁବାଲି (ନୂଆ ଲାଇନ୍‍) ଆଦି ପାଇଁ ରାଜ୍ୟ…

Read More

ନୂଆଦିଲ୍ଲୀ : ଦିଲ୍ଲୀର 70 ବିଧାନସଭା ଆସନ ପାଇଁ ଆଜି ସନ୍ଧ୍ୟା 5ଟାରେ ପ୍ରଚାର ଶେଷ ହୋଇଛି ।  ଦିଲ୍ଲୀ ନିର୍ବାଚନ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି ଓ ବିଜେପି ବହୁତ ପରିଶ୍ରମ କରିଛନ୍ତି। କଂଗ୍ରେସ ପ୍ରଚାରର ଅନ୍ତିମ ସମୟରେ ଜୋର୍‌ସୋର୍‌ରେ ପ୍ରଚାର ଅଭିଯାନ ଚଳାଇଥିଲା । ଏବେ ଅପେକ୍ଷା ଫେବୃଆରୀ 11କୁ ଅପେକ୍ଷା । ଦିଲ୍ଲୀବାସୀଙ୍କ ଦିଲ୍‌ରେ କିଏ ରହିବେ, ସେ ନେଇ ଆସିବ ଫଳାଫଳ । ଦିଲ୍ଲୀରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେଉଥିବାବେଳେ ବିଶେଷ କରି ଆପ୍‌ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର ହେବ । ଆମ୍‌ଆଦ୍‌ମୀ ତରଫରୁ ପ୍ରଚାରର କମାଣ ରାଜ୍ୟ ମୁଖିଆ ତଥା ଦଳର ସଂଯୋଜକ ଅରବିନ୍ଦ କେଜରୀଓ୍ବାଲ ସମ୍ଭାଳିଥିବାବେଳେ ଅାପ୍‌ ତରଫରୁ ମନୀଷ୍‌ ସିସୋଦିଆ, ସଂଜୟ ସିଂହ, ସୌରଭ ଭରଦ୍ବାଜ, ସତ୍ୟେନ୍ଦ୍ର ଜୈନ୍‌ଙ୍କ ପରି ଆପ୍‌ର ବହୁ ଲୋକପ୍ରିୟ ନେତା ପ୍ରଚାର କରି ଭୋଟ୍‌ ମାଗିଛନ୍ତି । ଆପ୍‌ ନିର୍ବାଚନୀ ପ୍ରଚାର ସର୍ବପ୍ରଥମେ…

Read More

ଚୀନ/ନୂଆଦିଲ୍ଲୀ :ଚୀନ୍‌ରେ କରୋନା ଭାଇରସ୍‌ କାରଣରୁ ହାହାକାର ମଚିଥିବାବେଳେ ଏଥିରେ 500ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇସାରିଥିବାବେଳେ ସତେଇଶିହଜାରରୁ ଉର୍ଦ୍ଧ୍ବ ଏଥିରେ ସଂକ୍ରମିତ ହୋଇଛନ୍ତି । ଏପରି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁ ଭିଡିଓରେ ଚୀନ୍‌ରେ ରହିଥିବା ପାକିସ୍ତାନୀ ଛାତ୍ର ଭାରତକୁ ସାହାଯ୍ୟ ଭିକ୍ଷା କରୁଛନ୍ତି । ସୋସିଆଲ ମିଡିଆ ଜରିଆରେ ଏହି ଭିଡିଓଟି ଆସିଛି । ତେବେ ଏହି ଭିଡିଓକୁ ନେଇ ଭାରତ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବୀଶ୍‌ କୁମାର କହିଛନ୍ତି ଯେ, ଆମକୁ ପାକିସ୍ତାନ ସରକାରଙ୍କଠାରୁ ଏନେଇ କିଛି ଅନୁରୋଧ ମିଳିନାହିଁ । କିନ୍ତୁ ଯଦି ଏପରି କିଛି ପରିସ୍ଥିତି ଉତ୍ପନ୍ନ ହେଉଛି, ତେବେ ଆମ ପାଖରେ ଏହା ସଂସାଧନ ରହିଛି, ଆମେ ଏହା ଉପରେ ବିଚାର କରିବୁ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଚୀନ୍‌ରେ ରହିଥିବା ଭାରତୀୟଙ୍କୁ ଭାରତ ସରକାର ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ଡବଲ ଡେକର ବିମାନରେ ସ୍ବଦେଶ ଫେରାଇ ଅଣାଯାଇଥିବାବେଳେ…

Read More

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ବେଶ୍‌ ଚର୍ଚ୍ଚାରେ। ଯେତିକି ଫିଲ୍ମ ପାଇଁ ନୁହଁନ୍ତି, ତା’ଠୁ ଅଧିକ ଚର୍ଚ୍ଚାରେ ରୁହନ୍ତି ନିଜର ଅନ୍ଦାଜ୍‌ ପାଇଁ। ନିକଟରେ ଏହି ସୁନ୍ଦରୀ ଅଭିନେତ୍ରୀ ଜଣକ ଇନ୍‌ଷ୍ଟା୍ଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ତେବେ ତାଙ୍କର ଏହି ଫଟୋକୁ ଦେଖି ଡରି ଯାଇଛନ୍ତି ଲୋକପ୍ରିୟ ଗାୟକ ହନି ସିଂ ।  ଉର୍ବଶୀ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ କରିଥିବା ତାଙ୍କର କିଛି ଫଟୋକୁ ଦେଖି ହନି ସିଂ ବେଶ୍‌ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି। ଏହା ପରେ ସୋସିଆଲ୍‌ ମିଡିଆରେ ତାଙ୍କର ଏହି ଫଟୋଗୁଡ଼ିକ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଉର୍ବଶୀ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ  ସେୟାର କରିଥିବା ତିନୋଟି ଫଟୋ ମଧ୍ୟରୁ ଗୋଟିଏରେ ସେ ଅକ୍ଷୟ କୁମାରଙ୍କ ସୁପରହିଟ୍‌ ଫିଲ୍ମ ‘ଭୁଲ୍‌ଭୁଲୈୟା’ର ଚରିତ୍ର ‘ମଞ୍ଜୁଲିକା’ ସହ ମିଶିଯାଉଛି।  ଏହି ଫଟୋରେ ଉର୍ବଶୀ ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଥିବାବେଳେ ଏଥିରେ ତାଙ୍କର ମେକ୍‌ଅପ୍‌ ଖରାପ ହୋଇଯିବା…

Read More

ଲକ୍ଷ୍ନୌ :ପରିଶେଷରେ ପୋଲିସ୍‌ ବିଶ୍ବ ହିନ୍ଦୁ ମହାସଭାର ଅଧ୍ୟକ୍ଷ ରଞ୍ଜିତ୍‌ ବଚ୍ଚନଙ୍କ ହତ୍ୟାର ଖୁଲାସା କରିଛି । ଏହି ହତ୍ୟା ଘଟଣାର ଷଡଯନ୍ତ୍ର ପଛରେ କେହି ନୁହେଁ ବରଂ ରଞ୍ଜିତ୍‌ଙ୍କ ଦ୍ବିତୀୟ ପତ୍ନୀ ଓ ତାଙ୍କ ବୟଫ୍ରେଣ୍ଡଙ୍କ ହାଥ ରହିଛି । ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ସ୍ମୃତି ରଞ୍ଜିତଙ୍କ ଦ୍ବିତୀୟ ପତ୍ନୀ ଅଟନ୍ତି । ରଞ୍ଜିତ୍‌ ଓ ସ୍ମୃତିଙ୍କ ମଧ୍ୟରେ ଛାଡପତ୍ରର ମାମଲା ଅମୀମାଂସିତ ହୋଇ ରହିଥିଲା । ସ୍ମୃତି ଏହାକୁ ନେଇ ବେଶ୍‌ ବିବ୍ରତ ରହୁଥିଲେ । ଏହି ସମୟରେ ସେ ତାଙ୍କ ଏକ ବନ୍ଧୁଙ୍କ ସହ ଏଭଳି ଏକ ଷଡଯନ୍ତ୍ର ରଚନା କରିଥିଲେ । ଲକ୍ଷ୍ନୌ ପୋଲିସ୍‌ରେ ଏହି ମାମଲାର ଖୁଲାସା କରି କହିଛନ୍ତି ଯେ, ରଞ୍ଜିତ୍‌ ବଚ୍ଚନଙ୍କ ଦ୍ବିତୀୟ ପତ୍ନୀ ସ୍ମୃତି ବେଶ୍‌ ବ୍ୟସ୍ତ ରହୁଥିଲେ । ଦୁହେଁ ଅଲଗା ରହୁଥିଲେ । ଦୁହିଁଙ୍କ ଛାଡପତ୍ରର ମାମଲା କୋର୍ଟରେ ଚାଲିଥିବାବେଳେ ଏହାର ସମାଧାନ ହୋଇପାରୁନଥିଲା…

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାରେ ଭାଷଣ ଦେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ, ଏବେ ରାହୁଲ୍‌ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜବାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଉଛନ୍ତି ବୋଲି କହିଛନ୍ତି ରାହୁଲ୍‌ । କଂଗ୍ରେସ କଥା କହୁଛନ୍ତି, ଜବାହରଲାଲ ନେହେରୁଙ୍କ କଥା କହୁଛନ୍ତି, ପାକିସ୍ତାନର କଥା କହୁଛନ୍ତି କିନ୍ତୁ  ପ୍ରଧାନମନ୍ତ୍ରୀ ଦେଶର ମୁଖ୍ୟ ପ୍ରସଙ୍ଗ ବିଷୟରେ କିଛି କହୁନାହାନ୍ତି ବୋଲି ଯୁକ୍ତି ବାଢିଛନ୍ତି ରାହୁଲ୍‌ । ରାହୁଲ୍‌ କହିଛନ୍ତି ଯେ, ଏବେ ଦେଶର ମୁଖ୍ୟ ସମସ୍ୟା ହେଉଛି ରୋଜଗାର । ଦେଢ ଘଣ୍ଟାର ଲମ୍ବା ଚଉଡା ଭାଷଣରେ ରୋଜଗାର ସମ୍ପର୍କରେ ଗୋଟିଏ ବି ଶବ୍ଦ ବି ପ୍ରଧାନମନ୍ତ୍ରୀ କହିନାହାନ୍ତି । ରାଷ୍ଟ୍ରପତି ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚାର ଜବାବ ଦେଇ ମୋଦି ଲୋକସଭାରେ କଂଗ୍ରେସକୁ କଟାକ୍ଷ କରିଥିଲେ ।

Read More

ପ୍ରୟାଗରାଜ : ଗୋମୂତ୍ରକୁ ଏକ ମହୌଷଧୀ ଭାବରେ ବ୍ୟବହାର କରାଯାଉଛି। ଗୋମୂତ୍ରରୁ ନାଇଟ୍ରୋଜେନ୍‌, କପର, ଫସ୍‌ଫେଟ୍‌, ୟୁରିକ୍‌ ଏସିଡ୍‌, ପଟାସିୟମ, କ୍ଲୋରାଇଡ୍‌ ଓ ସୋଡିୟମ ମିଳିଥାଏ। ନିୟମିତ ଗୋ ମୂତ୍ର ସେବନ କରିବା ଦ୍ୱାରା ରକ୍ତହୀନତା ଓ ଏନିମିଆ ସମସ୍ୟା ଦୂର ହୋଇଥାଏ। ଏହା ସହ ରକ୍ତ ପରିଷ୍କାର ମଧ୍ୟ ହୋଇଥାଏ। ଏହାଦ୍ବାରା ଆମ ହାର୍ଟ ଓ ମସ୍ତିଷ୍କକୁ ଶକ୍ତି ମିଳିବା ସହିତ ଏହା ଆମକୁ ଚାପମୁକ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଗୋମୂତ୍ର ବା ଗୋବରରୁ ପ୍ରସ୍ତୁତ ଉତ୍ପାଦଗୁଡ଼ିକ ଏବେ ବେଶ୍‌ ଲୋକପ୍ରିୟ ହେଲାଣି। ଏଥିରୁ ସାବୁନ୍‌ଠାରୁ ଆରମ୍ଭ  କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହେଲାଣି। ନିକଟରେ ପ୍ରୟାଗରାଜଠାରେ ଚାଲିଥିବା ମାଘ ମେଳାରେ ଗୋମୂତ୍ର ବା ଗୋବରରୁ ପ୍ରସ୍ତୁତ ଭିନ୍ନ ଭିନ୍ନ ଉତ୍ପାଦ ବିକ୍ରି ହେଉଛି। ପ୍ରୟାଗରାଜଠାରେ ଚାଲିଥିବା ମାଘ ମେଳାରେ ଏବେ ଗୋମୂତ୍ର ତଥା ଗୋବରରେ ପ୍ରସ୍ତୁତ ସାବୁନ୍‌, ଟୁଥ୍‌ପେଷ୍ଟ୍‌, ରୁମ୍‌ ଫ୍ରେସ୍‌ନେଶର୍‌,…

Read More