ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ମତଦାନ ପାଇଁ ସମସ୍ତ ୭୦ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅବସ୍ଥାପିତ ମତଦାନ କେନ୍ଦ୍ରଗୁଡ଼ିକରେ ଭିଡ଼ ପରିଲକ୍ଷିତ ହୋଇଛି। ମତଦାନ ଦିନ ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନର ଦିବସ। ସମସ୍ତ ମତଦାତାଙ୍କୁ ଭୋଟ୍ଗ୍ରହଣ କାର୍ଯ୍ୟକ୍ରମରେ ଭାଗ ନେବାକୁ ଅପିଲ୍ କରିଛନ୍ତି ମୋଦି , ସେମାନେ ଅଧିକରୁ ଅଧିକ ସଂଖ୍ୟାରେ ଭାଗ ନିଅନ୍ତୁ। ଗଣତନ୍ତ୍ରର ଏହି ମହୋତ୍ସବରେ ଭାଗ ନେଇ ନୂତନ ରେକର୍ଡ କରନ୍ତୁ। ପ୍ରଧାନମନ୍ତ୍ରୀ ଯୁବ ଭୋଟରଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ୧ କୋଟି ୪୭ ଲକ୍ଷ ୮୬ ହଜାର ୩୮୨ ଲୋକଙ୍କୁ ମତଦାନ ଅଧିକାର ମିଳିଛି। ଏଥିରେ ୨ ଲକ୍ଷ ୩୨ ହଜାର ୮୧୫ ଜଣ ମତଦାତା ୧୮ ରୁ ୧୯ ବର୍ଷ ବୟସର ଯୁବପିଢ଼ି ସାମିଲି…
Author: Samikhsya Bureau
କେଦାର ମିଶ୍ର ଏଥର ରେଳ ବଜେଟର ଚୂଡାନ୍ତ ସ୍ୱରୂପ ଜଣା ପଡିଲା ପରେ ସବୁଠୁ ବିଚିତ୍ର ପ୍ରତିକ୍ରିୟା ଥିଲା ଶାସକ ବିଜୁ ଜନତା ଦଳର। ଆଖିକୁ ଯାହା ସ୍ପଷ୍ଟ ଦେଖା ଯାଉଥିଲା ତାକୁ ଅଣଦେଖା କରିବାର ପ୍ରୟାସ ବିଜେଡି କରୁଥିଲା। ଅତି ସ୍ପଷ୍ଟ ଭାବରେ ଆମେ କହିପାରିବା ଯେ, ବର୍ଷେ ଭିତରେ ଓଡ଼ିଶାକୁ ପୂର୍ବ ବର୍ଷ ତୁଳନାରେ ୧୬୨୦ କୋଟି ଟଙ୍କା କମ ମିଳିଛି। ସେଥିରେ ବି ବିଜେଡି “ଖୁସି” ଥିବା ପରି ମାନେ ହେଉଛି। କାରଣ ରେଳ ବଜେଟ ସମ୍ପର୍କରେ ବିଜେଡ଼ିର ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ଓ ବିଜେପିର ପ୍ରତିକ୍ରିୟା ଭିତରେ ବିଶେଷ କିଛି ଫରକ ନଥିଲା। ରେଳ ବଜେଟରେ ରାଜ୍ୟ ପାଇଁ ୧୬୨୦ କୋଟି ଟଙ୍କା କମିଯିବାକୁ ନେଇ ବିଜେଡ଼ିର ଶିଥିଳ ପ୍ରତିକ୍ରିୟା ପଛରେ କି କାରଣ ରହିଛି? ଏବେ ବିଜେଡ଼ି ବିଜେପିର ସବୁକଥାରେ ହଁ ଭରୁଥିବାରୁ, ରାଜ୍ୟ ପ୍ରତି ହୋଇଥିବା ଏହି ଅନ୍ୟାୟରେ ମଧ୍ୟ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ନିଖିଳ ଓଡିଶା ଆଇନଜୀବୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ସହିତ ଧନ୍ୟବାଦ ଅର୍ପଣ କରାଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିର ଅନୁଦାନ ରାଶି ବୃଦ୍ଧି କରିଥିବାରୁ ସଂଘ ଧନ୍ୟବାଦ ଅର୍ପଣ କରିଛି। ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ୩କୋଟି ଟଙ୍କାରୁ ୫କୋଟି ଟଙ୍କା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଓଡିଶାରେ ଅବସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡିଆ ଛାତ୍ରଛାତ୍ରୀମାନଙ୍କ ପାଇଁ ୨୫ପ୍ରତିଶତ ସ୍ଥାନ ସଂରକ୍ଷଣ ସ୍ଵୀକୃତି ପ୍ରଦାନ କରିଥିବାରୁ ସଂଘ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଆଜି ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି ଜ୍ଞାନ ରଞ୍ଜନ ମହାନ୍ତି ଓ ବିଜୁ ଜନତା ଦଳର ଲିଗାଲ ଫ୍ରଣ୍ଟର ରାଜ୍ୟ ଆବାହକ ମିଲନ କାନୁନଗୋଙ୍କ ନେତୃତ୍ଵରେ ଶତାଧିକ ଆଇନଜୀବୀ ମୁଖ୍ୟମନ୍ତ୍ରୀ ବାସଭବନକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ସମ୍ବଲପୁର, ବରଗଡ଼, ଯାଜପୁର, ଅନୁଗୁଳ, ନୟାଗଡ, ଫୁଲବାଣୀ, ଖୋର୍ଦ୍ଧା…
କନ୍ଦର୍ପ ବେହେରା ରେଢାଖୋଲ: ସରକାର ଶିକ୍ଷାକୁ ବିଶେଷ ଭାବରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲାମାନଙ୍କର ବିକାଶ ପାଇଁ ଶିକ୍ଷକମାନଙ୍କୁ ବର୍ଷ ତମାମ୍ ତାଲିମ୍ ଦିଆଯାଉଛି। ହେଲେ ଶିକ୍ଷାର ମାନ ରହୁନାହିଁ। ଏଥିପାଇଁ ଶିକ୍ଷକମାନଙ୍କୁ ବହୁ ଗୁରୁଦାୟିତ୍ୱ ସରକାର ଲଦି ଦେଉଛନ୍ତି। ଯାହା ଫଳରେ ଶିକ୍ଷାଦାନରେ ମଧ୍ୟ ବାଧା ସୃଷ୍ଟି ହେଉଛି। ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ପନିପରିବା କିଣିବା ଆଦି କାମ ଜୋର ଜବରଦସ୍ତ ଲଦି ଦିଆଯାଇଛି ଶିକ୍ଷକମାନଙ୍କ ଉପରେ। ଯାହା ଫଳରେ ଶିକ୍ଷାର ବିକାଶ ନ ହୋଇ ଅଧୋପତନ ଆଡକୁ ଯାଇଛି। କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଶେଣୀଗୃହର ଅଭାବଯୋଗୁଁ ଶିକ୍ଷାଦାନରେ ବ୍ୟାଘାତ ହେଉଛି ସେମିତି ଏକ ବିଦ୍ୟାଳୟ ହେଲା ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକ୍ କିସିଣ୍ଡା ପଞ୍ଚାୟତରେ ଥିବା ଖଣ୍ଡିଆମୁଣ୍ଡା ସେବାଶ୍ରମ ବିଦ୍ୟାଳୟ। ଏହି ବିଦ୍ୟାଳୟଟି ତା-୨୦/୦୭/୧୯୫୬ ମସିହାରେ ସ୍ଥାପିତ ହୋଇଛି। ପ୍ରଥମରୁ…
ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ନିମେନ୍ତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଚଳିତ ମାସ ଫେବୃଆରୀ ୧୦ ତାରିଖରେ ଜାତୀୟ କୃମିନାଶକ ଦିବସରେ ଜିଲ୍ଲାର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର, ସମସ୍ତ ସରକାରୀ ଏବଂ ବେସରକାରୀ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ କୃମିନାଶକ ଆଲ୍ବେଣ୍ଡାଜୋଲ୍ ବଟିକା ଓ ସିରପ୍ ୧ ବର୍ଷରୁ ୧୯ ବର୍ଷର ପିଲାଙ୍କୁ ପ୍ରଦାନ କରାଯିବ। ଜିଲ୍ଲାରେ ମୋଟ୍ ୨,୨୯,୩୬୬ ଜଣ ପିଲାଙ୍କୁ କୃମିନାଶକ ବଟିକା ପ୍ରଦାନ କରାଯିବାର ଧାର୍ଯ୍ୟ ଲକ୍ଷ୍ୟ ରହିଛି। ୧ ବର୍ଷରୁ ୩ ବର୍ଷର ଶିଶୁଙ୍କି ଅଙ୍ଗନଓ୍ବାଡି କେନ୍ଦ୍ରରେ ଆଲ୍ବେଣ୍ଡାଜୋଲ୍ ସିରଫ୍ ଦିଆଯିବ। ବିଦ୍ୟାଳୟ ଯାଉଥିବା ସମସ୍ତ ୬ ବର୍ଷରୁ ୧୯ ବର୍ଷ ଗାଟି ଲେଖାଏ ଆଲ୍ବେଣ୍ଡାଜୋଲ୍ ବଟିକା ଖାଇବେ। ସେହିପରି…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ତଥା ଜେଏସ୍ଡବ୍ଲୁ ଉତ୍କଳ ଷ୍ଟିଲ୍ ତରଫରୁ ଗଡକୁଜଙ୍ଗ ଅପଗ୍ରେଡ୍ ବିଦ୍ୟାଳୟରେ ଅନୁଷ୍ଠିତ ବାର୍ଷିକ କ୍ରୀଡ଼ା ଉତ୍ସବ ପାଇଁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଛି। ଏରସମା ବ୍ଲକ୍ ଅନ୍ତର୍ଗତ ଗଡକୁଜଙ୍ଗ ପଞ୍ଚାୟତରେ ଥିବା ଗଡକୁଜଙ୍ଗ ଉଚ୍ଚ ବିଦ୍ୟାଳୟରେ ଗତ ୩ ତାରିଖରୁ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବିଦ୍ୟାଳୟର ଅନୁରୋଧକୁ ରକ୍ଷା କରି କମ୍ପାନୀ ତରଫରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଟୋପି, ଖେଳ ଛତା ଓ ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଟ୍ରଫି ସହ ଖେଳର ସମସ୍ତ ଆନୁସଙ୍ଗିକ ଜିନିଷ ପ୍ରଦାନ କରିଥିଲେ। ଏହି ଅବସରରେ କୁଜଙ୍ଗ ବ୍ଲକ୍ର ଜନପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ଏରସମା ବ୍ଲକର ନୂଆଗାଁଠାରେ ଜେଏସ୍ଡବ୍ଲୁ ଏକ ଅତ୍ୟାଧୁନିକ ଗ୍ରୀନ୍ ଫିଲ୍ଡ ଇସ୍ପାତ ପ୍ରକଳ୍ପ କରିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସଞ୍ଜୀବ ପାଣିଗ୍ରାହୀ ହେବେ ହାଇକୋର୍ଟ ବିଚାରପତି । ସଞ୍ଜୀବଙ୍କୁ ନିଯୁକ୍ତି ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସଞ୍ଜୀବଙ୍କ ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସଞ୍ଜୀବ ପାଣିଗ୍ରାହୀ ଏବେ ସୁପ୍ରିମ୍କୋର୍ଟରେ ଆଇନଜୀବୀ ଅଛନ୍ତି। ସଞ୍ଜୀବଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟ ଜଜ୍ ସଂଖ୍ୟା 15କୁ ବୃଦ୍ଧି ହେବ । ସଞ୍ଜୀବ ପାଣିଗ୍ରାହୀ ଙ୍କ ଜନ୍ମ ବଲାଙ୍ଗୀର ରେ ଓ ସେ ଦୀର୍ଘ ବର୍ଷ ଧରି ହାଇକୋର୍ଟ ଓ ସୁପ୍ରିମକୋର୍ଟ ରେ ଓକିଲାତି କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ଏବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ସମେତ 14 ଜଣ ବିଚାରପତି ରହିଛନ୍ତି। ଗତ ମାସରେ ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତି ଭାବେ ନିଯୁକ୍ତ ପାଇଛନ୍ତି ଆଇନଜୀବୀ ସାବିତ୍ରୀ ରଥ।
ନୂଆଦିଲ୍ଲୀ : ଆଜି ରାଜ୍ୟସଭାର ଶୂନ୍ୟକାଳରେ ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ସସ୍ମିତ ପାତ୍ର ଓଡ଼ିଆରେ ବିବୃତ୍ତି ରଖିଛନ୍ତି ଡ. ପାତ୍ର । ମାତୃଭାଷାରେ ଡ. ପାତ୍ର ବିବୃତ୍ତି ରଖିଥିବାରୁ ଭେଙ୍କେୟା ନାଇଡୁ ଖୁସି ପ୍ରକାଶ କରିବା ସହିତ ଉତ୍ତମ କହୁଛି ବୋଲି କହିବା ସହିତ ଧନ୍ୟବାଦ ଆପ୍କୋ ବୋଲି କହିଛନ୍ତି ଉପସଭାପତି ଭେଙ୍କେୟା ନାଇଡୁ । ସସ୍ମିତ ପାତ୍ର ରାଜ୍ୟରେ ମହାନଦୀ ପ୍ରସଙ୍ଗ ଉଠାଇ ଛତିଶଗଡ ପକ୍ଷରୁ ବେଆଇନ ବ୍ୟାରେଜ୍ ପ୍ରସଙ୍ଗକୁ ମଧ୍ୟ ଆଲୋଚନା କରିଛନ୍ତି । ଓଡ଼ିଶା ଜଳ ପାଇଁ ସଂଘର୍ଷ କରୁଥିବାବେଳେ ବେଆଇନ ବ୍ୟାରେଜ ପାଇଁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି ବୋଲି କହିଛନ୍ତି ଡ. ପାତ୍ର । ସେହିପରି ପୋଲାଭରମ୍ ସମ୍ପର୍କରେ ମତ ରଖି ଏଥି ଯୋଗୁଁ 6 ହଜାର ଆଦିବାସୀ ପ୍ରଭାବିତ ହେବେ ବୋଲି କହିଛନ୍ତି ଡ. ପାତ୍ର । କେନ୍ଦ୍ର ସରକାର ତୁରନ୍ତ ଏହା ସମ୍ପର୍କରେ ପଦକ୍ଷେପ ନିଅନ୍ତୁ ବୋଲି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବଜେଟ୍ ଅନୁମୋଦନ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡିଶା ସିଭିଲ ସର୍ଭିସ ରୂଲ ସଂଶୋଧନ ହେବା ସହ ଓଡିଶା ସିଭିଲ ରିହାବିଲିଟେସନ ବଲ ଆସିବା ନେଇ ବୈଠକରେ ଅନୁମୋଦନ ହୋଇଛି । ଏଣିକି ବିଭିନ୍ନ ଗ୍ରୁପର କର୍ମଚାରୀ ଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ଗ୍ରୁପ ଡି ପଦବୀରେ ମିଳିବ ଚାକିରୀ। ଆଗରୁ 10 ପ୍ରତିଶତ କ୍ୟାଡର ନିଯୁକ୍ତି ପାଉଥିଲେ । ଯେକୌଣସି ଅଫିସରଙ୍କ ମୃତ୍ୟୁ ହେଲେବି ତାଙ୍କ ପରିବାର ସଦସ୍ୟଙ୍କ ଗ୍ରୁପ ଡି ଅନୁସାରେ ନିଯୁକ୍ତି ମିଳିବ। ସେହିପରି ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି । ସୁନ୍ଦରଗଡ ଜିଲ୍ଲାର ଦୁଇଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ନେଇ ଜଣାପଡ଼ିଛି । ସେହିପରି ଓଡ଼ିଶା ଖଣି ନିଗମର ଦୀର୍ଘ ମିଆଦି ଲିଙ୍କେଜ୍କୁ ଅନୁମୋଦନ ଦିଆଯାଇଛି । ପଞ୍ଚଦଶ…
ସୀତାରାମ ଅଗ୍ରୱାଲ ବାଣପୁର: ଦୀର୍ଘ ମାସ ଧରି ଚାଲିଥିବା ନାଟକର ପରିଶେଷରେ ଯବନିକା ପଡିଛି। ପଦ ହରାଇଛନ୍ତି ଗମ୍ଭାରୀମୁଣ୍ଡା ପଞ୍ଚାୟତର ସରପଞ୍ଚ। ଗମ୍ଭାରୀମୁଣ୍ଡା ପଞ୍ଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଗୃହୀତ ହୋଇଛି। ଗମ୍ଭାରୀମୁଣ୍ଡା ପଞ୍ଚାୟତ ସରପଞ୍ଚ ବିମଳ ପଟ୍ଟନାୟକଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ୮-୦ରେ ଏହି ଅନାସ୍ଥା ପ୍ରସ୍ତାବ ଗୃହୀତ ହୋଇଛି। ୧୧ ଜଣ ୱାର୍ଡମେମ୍ବର ମଧ୍ୟରୁ ୮ଜଣ ସରପଞ୍ଚଙ୍କ ବିରୋଧରେ ଭୋଟ୍ ଦେଇଥିଲେ। ତେବେ ଅନ୍ୟ ତିନି ଜଣ ଓ୍ବାର୍ଡମେମ୍ବର ଏହି ଅନାସ୍ଥା ପ୍ରସ୍ତାବ ଭୋଟରେ ଅନୁପସ୍ଥିତ ରହିଥିଲେ। ଫଳରେ ସରପଞ୍ଚଙ୍କୁ ତାଙ୍କ ପଦ ହରାଇବାକୁ ପଡ଼ିଛି। ସେଠାରେ ଅପ୍ରୀତିକର ପରିସ୍ଥିତିକୁ ତଥା ଉତ୍ତେଜନାକୁ ଏଡ଼ାଇବାକୁ ପାଇଁ ଜଣେ ଏସଡିପିଓ, ଦୁଇ ଜଣ ଡିଏସପି, ୫ଜଣ ଆଇଆଇସିଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥନରେ ବିଜୟୀ ହୋଇ ସରପଞ୍ଚ ହୋଇଥିଲେ ବିମଳ ପଟ୍ଟନାୟକ। ତତ୍କାଳୀନ ବିଜେପି…
ମହାରାଷ୍ଟ୍ର : ମହାରାଷ୍ଟ୍ରର ଜଲ୍ଗାଓ୍ବଁଠାରେ ମାନବତାର ଏକ ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି । ଭାରତୀୟ ରେଳ ବିଭାଗର ଲୋକୋ ପାଇଲଟ୍ ଓ ଗାର୍ଡଙ୍କ ମାନବିକତା ଏକ ଉଦାହରଣ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ପ୍ୟାସେଞ୍ଜର୍ ଟ୍ରେନ୍ରୁ ଖସି ପଡି ଆହତ ହୋଇଥିବା ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଟ୍ରେନ୍ ଚାଳକ ଓ ଗାର୍ଡ ପଦକ୍ଷେପ ନେବା ସହିତ ଟ୍ରେନ୍କୁ ରୋକି ଦୁଇ କିଲୋମିଟର ପଛକୁ ଯାତ୍ରା କରି ଆହତଙ୍କୁ ହସ୍ପିଟାଲ୍ରେ ପହଞ୍ଚାଇଛନ୍ତି। ଘଟଣାଟି ଜଲ୍ଗାଓଁ ଜିଲ୍ଲାର ପାଚରା ଓ ମହେଜି ରେଲ୍ଓ୍ବ ଷ୍ଟେସନ୍ ମଧ୍ୟରେ ହୋଇଥିବାର ସୂଚନା ରହିଛି । ଦେବଲାଲୀ-ଭୁସାବଲ୍ ପାସେଞ୍ଜର୍ ଟ୍ରେନ୍ ଷ୍ଟେସନ୍ ତରଫରୁ ଆସୁଥିବାବେଳେ ଟ୍ରେନ୍ର ଗାର୍ଡ ଜଣକ ଯାତ୍ରୀଙ୍କ ଖସି ପଡ଼ିବା ନେଇ ଟ୍ରେନ୍ ଚାଳକଙ୍କୁ ସୂଚନା ଦେଇଥିଲେ । ସୂଚନା ମିଳିବା କ୍ଷଣି ଟ୍ରେନ୍ ଚାଳକ ଟ୍ରେନ୍କୁ ରୋକିବା ସହିତ ଦୁଇ କିଲୋମିଟର ପର୍ଯ୍ୟନ୍ତ ଟ୍ରେନ୍କୁ ପଛକୁ ନେଇଥିଲେ । ପରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ଭାଇରସ ଭୟଙ୍କର ଭାବେ ନିଜ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଆକ୍ରାନ୍ତ ହୋଇଥିବା ରୋଗୀ ମୃତ୍ୟୁ ସଂଖ୍ୟା ଏବେ ୬୩୦ରେ ପହଞ୍ଚିଛି । ଓଡ଼ିଶାରେ କରୋନା ମୁକାବିଲା ପାଇଁ ସ୍କୁଲଗୁଡ଼ିକୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । ଓଡ଼ିଶାରେ କରୋନା ମୁକାବିଲା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ପିଲାମାନେ ସାନିଟାଇଜରରେ ହାତ ଧୋଇବେ, ରୁମାଲ ଦେଇ ଛିଙ୍କିବେ, କାଶିବେ, ସକାଳ ପ୍ରାର୍ଥନା କ୍ଲାସରେ ପିଲାଙ୍କୁ ଏସବୁ ନେଇ ସଚେତନ କରିବାକୁ ସ୍କୁଲଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଗାଇଡ଼ଲାଇନ ପିଲାମାନଙ୍କୁ ସଠିକ ଅବଗତ କରାଯିବାକୁ ବିଇଓ, ଡିଇଓ ଅନୁଧ୍ୟାନ କରିବେ । ଓଡ଼ିଶାରେ କରୋନା ଆକ୍ରାନ୍ତ ନାହାଁନ୍ତି ଓ ସ୍ଥିତି ନିୟନ୍ତ୍ରଣରେ ରହିଛି ।…
ଦୁବାଇ : ଯୁବକ ଜଣକ ସେକ୍ସ କରିବାକୁ ମନା କରିବାରୁ ତାଙ୍କୁ ଚାରି ଜଣ ମାଡ ମାରି ଘାଇଲା କରିଛନ୍ତି । ଏପରିକି ତାଙ୍କର ହାଡ଼ ଭାଙ୍ଗିଯାଇଛି । ଏହି ଘଟଣାରେ ପୋଲିସ୍ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁବାଇର ଏକ ମସାଜ୍ ପାର୍ଲରରେ ମସାଜ୍ ନାମରେ ଦେହ ବ୍ୟବସାୟ ଚାଲୁଥିବାବେଳେ ଜଣେ ବ୍ୟକ୍ତି ସେକ୍ସ କରିବାକୁ ମନା କରିବା ତାଙ୍କୁ ବେଶ୍ ମହଙ୍ଗା ପଡିଛି । ସୂଚନାଯୋଗ୍ୟ, ଦୁଇବାର ଏକ ଫ୍ଲାଟ୍ରେ ମସାଜ୍ ପାଲର୍ର ଚଳାଇବା ନାମରେ ଅଭିଯୁକ୍ତମାନେ ସେଠାରେ ଦେହ ବ୍ୟବସାୟ ଚାଲୁ ରଖିଥିଲେ । ଜଣେ ବ୍ୟକ୍ତି ସେହି ପାର୍ଲରକୁ ମସାଜ କରିବା ପାଇ ଯାଇଥିଲେ । ମସାଜ ପାଇଁ ମଧ୍ୟ ଟଙ୍କା ଜମା କରିଦେଇଥିଲେ । ବ୍ୟକ୍ତି ଜଣକ ଯେତେବେଳେ ମସାଜ୍ କରିବାକୁ ଭିତରକୁ ଗଲେ, ତାଙ୍କୁ କପଡା ବଦଳାଇବା ପାଇଁ ଟାଓ୍ବେଲ୍ ମଧ୍ୟ ଦିଆଗଲା ନାହିଁ । ଏହା ପରେ ଜଣେ ମହିଳା…
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ମାମଲାର ଶୁଣାଣୀ ଆସନ୍ତା 11 ତାରିଖରେ ହେବ । ଚାରି ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ନେଇ କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ । ଶୁଣାଣି ଘୁଞ୍ଚାଇବା ସହ ଚାରି ଦୋଷୀଙ୍କୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି କୋର୍ଟ । ପୂର୍ବରୁ କେନ୍ଦ୍ରର ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିସାରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ୍ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଫେବ୍ରୁଆରି 5ରେ ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଦୋଷୀଙ୍କୁ 7 ଦିନ ସମୟ ଦେଇଥିଲେ। ସପ୍ତାହକ ଭିତରେ ଯାହାବି ଆଇନଗତ ପ୍ରକ୍ରିୟା ବାକି ରହିଛି ତାହା ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଚାରି ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ କୋର୍ଟ ମନା କରିଦେଇଥିଲେ। କୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ୍ କରିଛନ୍ତି କେନ୍ଦ୍ର ସରକାର।
ୟୁଏଇ : ୟୁଏଇ ନିଜ ଅଧିବାସୀଙ୍କୁ ପାରମ୍ପରିକ ଅଭିବାଦନ ତଥା ଏସ୍କିମୋ କିସ୍ ଉପରେ ନିଷେଧାଜ୍ଞା ଜାରି କରିଛି । ୟୁଏଇର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ନାକରେ ନାକକୁ ଘଷି କିସ୍ କରିବା ଉପରେ ନିଷେଧାଜ୍ଞା ଲଗାଇଛି । ୟୁଏଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ କରୋନା ଭାଇରସ୍ରୁ ବର୍ତ୍ତିବା ପାଇଁ ଏପରି କରିବା ନିମେନ୍ତ ନିର୍ଦ୍ଦେଶ ଜାରି କରିଛି । କରୋନା ଭାଇରସ୍ ଏବେ ଭୟଙ୍କର ହୋଇଥିବାବେଳେ ଏଥିରେ 600ରୁ ଉର୍ଦ୍ଧ୍ବ ଲୋକେ ମୃତ୍ୟୁବରଣ କଲେଣି । ଚୀନ୍ର ବୁହାନ ସହର ଛଡା ଅନ୍ୟ ଦେଶକୁ ମଧ୍ୟ ଏହି ରୋଗ ସଂକ୍ରମିତ ହେବାରେ ଲାଗିଛି । ଏହି ଭାଇରସ ଦ୍ବାରା ସଂକ୍ରମିତ ହେବା ପରେ 2ରୁ 14 ଦିନ ମଧ୍ୟରେ ଏହାର ପ୍ରାଥମିକ ଲକ୍ଷଣ ମଧ୍ୟ ସ୍ପଷ୍ଟ ହୋଇପାରିନାହୁଁ । ୟୁଏଇରେ ସାଧାରଣରେ ଜଣେ ଅନ୍ୟଜଣଙ୍କୁ ସାକ୍ଷାତ କରିବା ସମୟରେ ନାକକୁ ନାକ ଘଷିକୁ ପାରମ୍ପରିକ ଅଭିବାଦନ ଜଣାଇଥା’ନ୍ତି ।…
ସମୀକ୍ଷା ବ୍ୟୁରୋ କୃଷ୍ଣପ୍ରସାଦ : ରାଜନୈତିକ ବିବାଦରୁ ୩୦ଟି ପରିବାରର ନିଆଁ ପାଣି ବନ୍ଦ କରାଯାଇଛି । ଘଟଣାଟି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଗ୍ରାମର । ଗାଁରୁ ବାସନ୍ଦ ଯୋଗୁଁ ଆଜି କୃଷ୍ଣପ୍ରସାଦ ତହସିଲ ଅଫିସ୍ ଆଗରେ ୩୦ଟି ପରିବାର ଧାରଣା ଦେଇଛନ୍ତି। ପ୍ରାୟ ୧୮୦ରୁ ଅଧିକ ଲୋକ ଧାରଣା ଦେଇ ପ୍ରତିବାଦ କରିଛନ୍ତି। ତେବେ ରାଜନୈତିକ ସ୍ଵାର୍ଥ ପାଇଁ ୩୦ଟି ପରିବାରକୁ ବାସନ୍ଦ କରାଯାଇଥିବା କାରଣରୁ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖୁବ୍ ଶୀଘ୍ର ପ୍ରଶାସନ କୌଣସି ପଦକ୍ଷେପ ନନେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। 28 ବର୍ଷ ଧରି ତାଙ୍କୁ ଏକ ବିଶେଷ ରାଜନୈତିକ ଦଳକୁ ଭୋଟ୍ କରିବାକୁ ବାଧ୍ୟ କରାଯାଉଥିଲା । ଯେବେ ସେମାନେ ଭୋଟ କରିବାକୁ ବିରୋଧ କଲେ, ସେବେଠାରୁ ତାଙ୍କୁ ନିର୍ଯାତନା ଦିଆଯାଇଛି । ସେମାନେ ଏହି ମାମଲାର ସମାଧାନ ନ ହେଲେ ଆନ୍ଦୋଳନର ପଛକୁ…
ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର: ଜଣେ କର୍ତ୍ତବ୍ୟନିଷ୍ଠ ହୋମଗାର୍ଡ଼କୁ ପ୍ରତିକୂଳ ପାଗରେ ନିଜର କର୍ତ୍ତବ୍ୟ ସଂପାଦନ କରିଥିବାରୁ ବ୍ରହ୍ମପୁର ପୋଲିସ୍ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସୂଚନାଯୋଗ୍ୟ ଗତଦିନ ବ୍ରହ୍ମପୁରରେ ପ୍ରବଳ ବର୍ଷା ସତ୍ତ୍ୱେ ହୋମ୍ଗାର୍ଡ଼ ଏସ୍ ଚନ୍ଦ୍ରଶେଖର କମାପଲ୍ଲୀ ଛକରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ଭିଡ଼ିଓଟି ଭାଇରାଲ୍ ହୋଇଥିଲା । ପ୍ରତିକୂଳ ପାଗ ସତ୍ତ୍ୱେ ସେ ନିଜର କର୍ତ୍ତବ୍ୟ ସୂଚାରୁ ରୂପେ କରଥିବାରୁ ତାଙ୍କୁ ସବୁ ମହଲରୁ ପ୍ରଶଂସା କରାଯାଇଥିଲା । ଆଜି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ବ୍ରହ୍ମପୁର ପୋଲିସ୍ ଜିଲ୍ଲା ମୁଖ୍ୟାଳୟରେ ଚନ୍ଦ୍ରଶେଖରଙ୍କୁ ତାଙ୍କର କର୍ତ୍ତବ୍ୟନିଷ୍ଠ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଚନ୍ଦ୍ରଶେଖରଙ୍କୁ ମୁଖ୍ୟମନ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଟ୍ରାଫିକ୍ ଡ଼ିଏସ୍ପି ସାର୍ଥକ ରାଏ ତାଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ଏଭଳି କର୍ତ୍ତବ୍ୟ ନିଷ୍ଠ କର୍ମଚାରୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ ।
ସମୀକ୍ଷା ବ୍ୟୁରୋ ଶରଣକୁଳ: ନୟାଗଡ଼ ଜିଲ୍ଲାର ଏକ ପ୍ରମୁଖ ତୀର୍ଥକ୍ଷେତ୍ର ହେଉଛି ଶରଣକୁଳ। ଏଠାରେ ମହାଦେବ ଲଡୁବାବା ଅବସ୍ଥିତ ଥିବାବେଳେ ଏହି ଅଞ୍ଚଳଟି ବେଶ୍ ଲୋକପ୍ରିୟ। ଏହା ଜିଲ୍ଲା ସଦର ମହକୁମା ନୟାଗଡ଼ ଠାରୁ ୦୯ କି.ମି. ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ୮୨.୬ କି.ମି. ଦୂରରେ ଅବସ୍ଥିତ। ଏହି ଅଞ୍ଚଳରେ ୪ଟି ହାଇସ୍କୁଲ, ଗୋଟିଏ ମହାବିଦ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ରହିଛି। ତେବେ ଏଠାରେ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି ବ୍ୟାଙ୍କ ସମସ୍ୟା। ଏଠାରେ ଷ୍ଟେଟ୍ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍, କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ଶିଖରପୁରଠାରେ ସିଣ୍ଡିକେଟ୍ ବ୍ୟାଙ୍କକୁ ମିଶାଇ ଚାରୋଟି ବ୍ୟାଙ୍କ ରହିଛି। ଏଠାରେ ବ୍ୟାଙ୍କ ରହିଥିବା ସତ୍ତ୍ବେ ଉପଯୁକ୍ତ ବ୍ୟାଙ୍କ ସେବା ନ ପାଇ ନାନା ହଇରାଣ ହେଉଛନ୍ତି ଲୋକେ। ଏହି ସମସ୍ତ ବ୍ୟାଙ୍କରେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଛି। ବ୍ୟାଙ୍କର…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଓଡ଼ିଶାର ଅନେକ ସ୍ଥାନରେ ଝିପିଝିପି ବର୍ଷା ହେବା ସହ ପାଗ କୋହଲା ରହିଛି। ଆସନ୍ତା 9ତାରିଖ ଯାଏଁ ବର୍ଷା ଲାଗି ରହିବ । ଆସନ୍ତା ଦୁଇରୁ ତିନ ଦିନ ପର୍ଯ୍ୟନ୍ତ କୋହଲା ପାଗରୁ ନିସ୍ତାର ମିଳିବ ନାହିଁ। ଆସନ୍ତା 10 ତାରିଖ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଛାଡ଼ି ପାଗ ଶୁଖିଲା ରହିବା ସମ୍ଭାବନା ରହିଛି। ଏହାପରେ ଶୀତ ବଢିବ ବୋଲି ସମ୍ଭାବନା ରହିଛି । ଆଜି ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ ବର୍ଷା ହେବା ସମ୍ଭାବନା ରହିଛି । 30ରୁ 40 କିମି ବେଗରେ ପବନ ବହିବ । ବର୍ଷା ସହ କୁଆପଥର ପଡ଼ିବା ସମ୍ଭାବନା ରହିଛି । ଜଗତସିଂହପୁର, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆସନ୍ତା 24ଘଣ୍ଟାରେ ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ବୋଲି ଭୁବନେଶ୍ଵର…

