ଚେନ୍ନାଇ : ତାମିଲ ସୁପରଷ୍ଟାର ଧନୁଷଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି ନିତ୍ୟା ମେନନ । ଧନୁଷଙ୍କ 44ତମ ଫିଲ୍ମକୁ ମିତ୍ରନ୍ ଜଓ୍ବାହାର ନିର୍ଦ୍ଦେଶନା ଦେଉଥିବା ବେଳେ ସନ୍ ପିକ୍ଚର ଏହାର ପ୍ରଯୋଜନା କରୁଛି । ପୂର୍ବରୁ ଧନୁଷ ନିତ୍ୟାଙ୍କ ସହିତ ୟାରାଡି ନି ମୋହିନୀ, ଉଥାମା ପୁଥିରାନ୍ ଏବଂ କୁଟ୍ଟୀରେ ଏକତ୍ର ନଜର ଆସିଛନ୍ତି । ଧନୁଷ ଉକ୍ତ ଫିଲ୍ମର କାହାଣୀ ଏବଂ ଚିତ୍ରନାଟ୍ୟ ଲେଖିଥିବା ବେଳେ ଏହା ଏକ ରୋମାଣ୍ଟିକ୍ କମେଡି ରହିବ ବୋଲି ଜଣାପଡିଛି । ମାରି ସେଲ୍ଭାରାଜଙ୍କ ସହିତ କର୍ଣ୍ଣନର ସୁଟିଂରେ ବ୍ୟସ୍ତ ରହିଛନ୍ତି ଧନୁଷ ।ଏହି ଫିଲ୍ମ ପରେ ଧନୁଷ କାର୍ତ୍ତିକ ନରେନ୍ଙ୍କ ଫିଲ୍ମ ଏବଂ ନିତ୍ୟାଙ୍କ ସହିତ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ । ନିତ୍ୟା ଶେଷଥର ପାଇଁ ବଲିଉଡ୍ ଫିଲ୍ମ ମିଶନ ମଙ୍ଗଲରେ ନଜର ଆସିଥିବା ବେଳେ ଧନୁଷ ଅତରଙ୍ଗୀରେ ନଜର ଆସିବାକୁ ଯାଉଛନ୍ତି ।
Author: Samikhsya Bureau
କନ୍ଦର୍ପ ବେହେରା ରେଢାଖୋଲ: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବୀରେ ବହୁ ବର୍ଷ ହେଲା ଆନ୍ଦୋଳନ ଜାରି ରହିଛି। ହେଲେ ସରକାର ଏଥିପ୍ରତି ଆଦ୍ମୌ କର୍ଣ୍ଣପାତ କରୁନାହାନ୍ତି। ଏନେଇ ଆଜି ପଶ୍ଚିମ ଓଡିଶାରେ ବନ୍ଦ ପାଳନ କରାଯାଇଥିବା ବେଳେ ରେଢାଖୋଲରେ ମଧ୍ୟ ଆଜି ୧୨ଘଂଟିଆ ବନ୍ଦ କରାଯାଇଛି। ରେଢାଖୋଲ ସହରର ସବୁ ଦୋକାନ ବଜାର ସହ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଏହି ବନ୍ଦକୁ ସଫଳ କରିବା ପାଇଁ ରେଢାଖୋଲ ଓକିଲ ସଂଘ ସମେତ ବିଭନ୍ନ୍ ରାଜନୈତିକ ଦଳର ନେତା, ସାମ୍ବାଦିକ ତଥା ବରିଷ୍ଠ ନାଗରିକ ଆଦି ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ।
ନୂଆଦିଲ୍ଲୀ : ଦକ୍ଷିଣ କୋରିଆର କାର ନିର୍ମାଣକାରୀ କମ୍ପାନୀ ଭାରତୀୟ ବଜାର ପାଇଁ ଏହାର ନୂତନ କାର ଲଞ୍ଚ କରିଛି । ଏହି କାରଟିର ନାମ କାର୍ଣ୍ଣିଭାଲ ଏମ୍ପିଭି ରହିଥିବା ବେଳେ 2020ର ଅଟୋ ଏକ୍ସପୋରେ ଏହାର ଲଞ୍ଚ କରାଯାଇଛି । ତିନୋଟି ବର୍ଗରେ ଏହି କାର ଭାରତୀୟ ବଜାରରେ ଉପଲବ୍ଧ ହେବ : ପ୍ରିମିୟମ୍, ପ୍ରେଷ୍ଟିଜ୍ ଏବଂ ଲିମୋସାଇନ୍ । କାରଟି 7,8 ଏବଂ 9 ଆସନ ବିଶିଷ୍ଟ ରହିବ ବୋଲି ଜଣାପଡିଛି । କାର୍ରେ ସମସ୍ତ ପ୍ରକାରର ନୂତନ ବୈଶିଷ୍ଟ୍ୟ ରହିଥିବା ବେଳେ ଏଥିରେ ଏଲ୍ଇଡି ପ୍ରୋଜେକ୍ଟର ହେଡ୍ ଲ୍ୟାମ୍ପ ସହିତ ଚଉଡା ଏଲ୍ଇଡି ଟେଲ୍ର ବ୍ୟବହାର କରାଯାଇଛି । (ଏଜେନ୍ସି)
ସାନଫ୍ରାନ୍ସିସ୍କୋ : ବିଶ୍ବର ଶ୍ରେଷ୍ଠ ଇଣ୍ଟରନେଟ୍ ସରବରାହ ସଂସ୍ଥା ଗୁଗୁଲ୍ ପକ୍ଷରୁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଭିଡିଓ ଲିକ୍ କରାଯାଇଛି । ଏହି ତ୍ରୁଟିକୁ ଏକ ବୈଷୟିକ ତ୍ରୁଟି ବୋଲି ଅଭିହିତ କରାଯିବା ସହିତ ଏହି ସମସ୍ୟାର ସମାଧାନ ହୋଇଛି ବୋଲି ଗୁଗୁଲ୍ ପକ୍ଷରୁ କୁହାଯାଇଛି । 9ଟୁ5 ଗୁଗୁଲ୍ ପକ୍ଷରୁ ଏହି ସୂଚନା ପ୍ରକାଶ କରାଯାଇଛି । ସମସ୍ତ ଭିଡିଓର ମାତ୍ର 0.01 ପ୍ରତିଶତ ଭିଡିଓ ଲିକ ହୋଇଥିବା ନେଇ ସୂଚନା ମିଳିଛି । ତେବେ କେତେ ସଂଖ୍ୟକ ଗ୍ରାହକ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି ସେ ନେଇ ଗୁଗୁଲ୍ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଗୁଗୁଲ୍ ଫଟୋକୁ ପ୍ରାୟ 1 ବିଲିୟନ୍ ଗ୍ରାହକ ବ୍ୟବହାର କରୁଥିବା ବେଳେ ଏହାର 0.01 ପ୍ରତିଶତ ବହୁତ ବଡ ସଂଖ୍ୟା ବୋଲି ଜଣାପଡିଛି । ଗୁଗୁଲ୍ ଫଟୋକୁ ଏକ ଲିଙ୍କ ଆସିଥାଏ ଯେଉଁଥିରୁ ଅନ୍ୟର ବ୍ୟକ୍ତିଗତ ତଥ୍ୟ ହାସଲ ହୋଇପାରିବ ।
ନୂଆଦିଲ୍ଲୀ : ଶାହିନ୍ବାଗ୍ ଜାଲିଓ୍ବାନାଓ୍ବାଲାବାଗରେ ପରିଣତ ହେବ ବୋଲିଚ ମତ ଦେଇଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦ୍ଦୁଦ୍ଦିନ ଓଓ୍ବେସୀ । ନାଗରିକତା ସଂଶୋଧନ ଆଇନ ବିରୋଧରେ ବିଗତ 50 ଦିନ ଧରି ଆନ୍ଦୋଳନ ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ଏହାକୁ ହଟାଇବା ପାଇଁ ବଳପ୍ରୟୋଗ କରାଯାଇଛି । ସରକାରଙ୍କ ପକ୍ଷରୁ ବଳ ପ୍ରୟୋଗ କରାଗଲେ ଶାହିନବାଗ ଜାଲିଓ୍ବାନାଓ୍ବାଲାବାଗରେ ପରିଣତ ହେବ ବୋଲି ଓଓ୍ବେସୀ ମତ ଦେଇଛନ୍ତି । ଜନୈକ ବିଜେପି ନେତା ଗୁଳି ମାରିବା ସ୍ଲୋଗାନ୍ ଦେଇଥିବା ବେଳେ ଫେବୃୟାରୀ 8 ପରେ ସେମାନେ ଗୁଳି ମଧ୍ୟ ଚଳାଇ ପାରନ୍ତି ବୋଲି ଓଓ୍ବେସୀ ପ୍ରକାଶ କରିଛନ୍ତି । ସେହିପରି ଏନ୍ପିଆରରେ ସରକାର କାହିଁକି 3900 କୋଟି ଅପଚୟ କରୁଛନ୍ତି ବୋଲି ଓଓ୍ବେସୀ କହିଥିଲେ । ଇତିହାସ ସାକ୍ଷୀ ଅଛି ହିଟ୍ଲର ମଧ୍ୟ ଦୁଇଥର ଜନଗଣନା ପରେ ଇହୁଦୀଙ୍କୁ ଗ୍ୟାସ ଚାମ୍ବରରେ ଛାଡିଥିଲେ । ଭାରତରେ ଏପରେ ନହେବା ଉଚିତ୍ ବୋଲି ଓଓ୍ବେସୀ ମତ…
ସୁଟିଂ ପାଇଁ ମୁମ୍ବାଇ ମେହୁବୁବ୍ ଷ୍ଟୁଡିଓକୁ ଯାଉଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଅଙ୍ଗଦାନ କରିଥିବା ପି ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରକୁ ସୁରଜ ସମ୍ମାନରେ ସମ୍ମାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରିୟଙ୍କାଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଙ୍ଗ ପ୍ରତିରୋପଣକୁ ସଫଳତାର ସହିତ ସମ୍ପାଦନ କରିଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଡାକ୍ତରଙ୍କୁ ନବୀନ ଧନ୍ୟବାଦ ଜଣାଇଥିଲେ ।
ଶ୍ରୀନଗର : ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଏକ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହି ଏନ୍କାଉଣ୍ଟରରେ ଜଣେ ସିଆରପିଏଫ୍ ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ବୁଧବାର ଶ୍ରୀନଗରରେ ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଥିଲା । ସିଆରପିଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଇଥିବା ବେଳେ ଆତଙ୍କୀ ମାନେ ଆକ୍ରମଣ କରିଥିଲେ । ସିଆରପିଏଫ୍ ପକ୍ଷରୁ ପ୍ରତି ଆକ୍ରମଣରେ ଦୁଇ ଆତଙ୍କୀ ପ୍ରାଣ ହରାଇଥିଲେ । ଦୁଇ ଆତଙ୍କୀଙ୍କ ପରିଚୟ ଗୋପନ ରଖାଯାଇଛି ।
ଜୟପୁର : ରାଜସ୍ଥାନର କରୌଲୀରେ ଏକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । କରୌଲୀର ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜନୈକ ଶିକ୍ଷକ ଜଣେ ମହିଳା ସହକର୍ମୀଙ୍କୁ ଚୁମ୍ବନ ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଶତାଧିକ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଏହି ଘଟଣା ଘଟିଥିଲା । ଏକ ସଭା ମଝିରେ ମଞ୍ଚ ଉପରେ ବସିଥିବା ଶିକ୍ଷକ ଜଣକ ଶିକ୍ଷୟିତ୍ରୀଙ୍କୁ ଚୁମ୍ବନ ଦେଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସ୍କୁଲ ପକ୍ଷରୁ ଏକ ଅନ୍ତରୀଣ କମିଟି ଗଠନ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ଏହି ଘଟଣା ଘଟିଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି । ରାଜସ୍ଥାନ ଶିକ୍ଷାମନ୍ତ୍ରୀ ଏହି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଶାହିନବାଗ ଗୁଳିକାଣ୍ଡକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗୁଳିକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ଆପ୍ର କୌଣସି ସମ୍ପର୍କ ନାହିଁ ବୋଲି କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି । ଦିଲ୍ଲୀ ପୋଲିସ୍ ବିଜେପିର ଏଜେଣ୍ଟ ଭାବରେ କାର୍ଯ୍ୟ କରୁଛି ଏବଂ ବିଜେପିକୁ ରାଜନୈତିକ ଫାଇଦା ପାଇଁ ଏପରି ଘୋଷଣା କରିଛି ବୋଲି କେଜ୍ରିଓ୍ବାଲ ପ୍ରକାଶ କରିଛନ୍ତି । ଯଦି କପିଲ୍ଙ୍କ ସହିତ ଆପ୍ର କୌଣସି ସମ୍ପର୍କ ଥାଏ ତେବେ ନିଶ୍ଚିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଆପ୍ ସହିତ ଯୁବକଙ୍କ ସମ୍ପର୍କକୁ ଯୁବକଙ୍କ ପରିବାର ପକ୍ଷରୁ ମଧ୍ୟ ଅସ୍ବୀକାର କରାଯାଇଛି । 2012 ପର୍ଯ୍ୟନ୍ତ ସେ ବିଏସ୍ପି ସହିତ ଥିଲେ ଏବଂ 2012 ପରଠାରୁ ରାଜନୀତି ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କପିଲଙ୍କ ପିତା କହିଛନ୍ତି । କ୍ରାଇମବ୍ରାଞ୍ଚ ଡିସିପି ରାଜେଶ ଦେଓ…
ନୂଆଦିଲ୍ଲୀ : ରାମ ମନ୍ଦିର ନିର୍ମାଣକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ମଞ୍ଜୁରୀ ମିଳିଥିବା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି । ବୁଧବାର ସଂସଦରେ ରାମମନ୍ଦିର ଟ୍ରଷ୍ଟ ପାଇଁ ମୋଦି ଘୋଷଣା କରିଛନ୍ତି । କ୍ୟାବିନେଟ୍ ସହିତ ଆଲୋଚନା କରିବା ପରେ ମୋଦି ଏହି ଟ୍ରଷ୍ଟ ନେଇ ଘୋଷଣା କରିଛନ୍ତି । ଏହି ଟ୍ରଷ୍ଟର ନାମ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ରଖାଯାଇଛି । ଟ୍ରଷ୍ଟର ସଦସ୍ୟ ମାନଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ମୋଦି କହିଛନ୍ତି । ଏହ ସହିତ ସୁନ୍ନି ଓ୍ବାକଫ୍ ବୋର୍ଡକୁ 5 ଏକର ଜମି ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଲାଞ୍ଚ ମାଗି ଚାକିରିରୁ ନିଲମ୍ବିତ ହୋଇଛନ୍ତି ଦୁଇ ଶିକ୍ଷକ । ଘଟଣାଟି ଘଟିଛି ସୁନ୍ଦରଗଡର ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ । ଚାକିରି ପାଇଁ ଲାଞ୍ଚ ଦାବି କରି ସ୍କୁଲ ଅଧ୍ୟକ୍ଷ ବିଜୟ ବଡାଇକ ଏବଂ କ୍ରୀଡା ଶିକ୍ଷକ ଅମର ଅନନ୍ତ ପଟ୍ଟନାୟକ ନିଲମ୍ବିତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବିଦ୍ୟାଳୟରେ ପାଚିକା ଭାବରେ କାମ କରୁଥିବା ମହିଳାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଉକ୍ତ ଚାକିରି ଦାବି କରିଥିଲେ ତାଙ୍କ ଝିଅ । ଏହାର ସୁଯୋଗ ନେଇ ଅଧ୍ୟକ୍ଷ ଏବଂ କ୍ରୀଡା ଶିକ୍ଷକ ଯୁବତୀଙ୍କୁ ଲାଞ୍ଚ ମାଗିଥିଲେ । ଏହାର ଭିଡିଓ ଏବଂ ଅଡିଓ ମିଳିବା ପରେ ଉଭୟ ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି । ଓଡିଶା ଆଦର୍ଶ ଜନଜାତି ଶିକ୍ଷା ସମିତି ପକ୍ଷରୁ ଉଭୟଙ୍କୁ ବୁଧବାର ବହିଷ୍କାର କରାଯାଇଛି ।
ହାମିଲଟନ୍ : ଟି 20 ସିରିଜ୍ରେ ଚମତ୍କାର ପ୍ରଦର୍ଶନ ପରେ ଆଜି ଭାରତ ଦିନିକିଆ ସିରିଜ୍ରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି । ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ଙ୍କ ସଫଳତା କାରଣରୁ ଭାରତ ନିର୍ଦ୍ଧାରିତ ଓଭରରେ 4 ଓ୍ବିକେଟ୍ ହରାଇ347ରନ୍ ସଂଗ୍ରହ କରିଛି । ଭାରତ ପକ୍ଷରୁ ଶ୍ରେୟସ୍ ଆୟାର ଶତକ ଚମତ୍କାର ଶତକ ହାସଲ କରିଥିଲେ । ଆୟାର 107ଟି ବଲ୍ର ସମ୍ମୁଖୀନ ହୋଇ 103 ରନ୍ ସଂଗ୍ରହ କରିଥିଲେ । ଆୟାରଙ୍କ ଇନିଂସରେ 11ଟି ଚୌକା ଏବଂ ଗୋଟିଏ ଛକ୍କା ସାମିଲ ଥିଲା । ଦିନିକିଆରେ ଏହା ଆୟାରଙ୍କ ପ୍ରଥମ ଶତକ । ଅନ୍ୟମାନଙ୍କ କେ ଏଲ୍ ରାହୁଲ୍(88) ଏବଂ ବିରାଟ କୋହଲି(51) ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ଦୁଇ ଓପନର ପୃଥ୍ବୀ ଶ ଏବଂ ମୟଙ୍କ ଅଗ୍ରଓ୍ବାଲ ପଦାର୍ପଣ କରିଥିଲେ । ଉଭୟ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ…
ବେଜିଂ : ଚୀନ୍ରେ କୋରୋନା ଭାଇରସ୍ ଏହାର ଆତଙ୍କ ମଚାଇଛି । ଏହି ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା 490କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 24324ରେ ପହଞ୍ଚିଛି । ମଙ୍ଗଳବାର ଏହି ଭାଇରସ୍ ପ୍ରଭାବରେ ନୂତନ ଭାବରେ 65 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ସମସ୍ତ ମୃତ୍ୟୁ ଚୀନ୍ର ଉହାନ୍ ଏବଂ ହୁବେଇ ପ୍ରଦେଶରେ ଘଟିଥିବା ଜଣାପଡିଛି । ସଂକ୍ରମିତଙ୍କ ମଧ୍ୟରୁ 262 ଜଣଙ୍କ ଅବସ୍ଥା ଗୁରୁତର ରହିଛି । 1.85 ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ନେଇ ସୂଚନା ଦେଇଛି । ଚଳିତ ବର୍ଷର ମୃତ୍ୟୁ ସଂଖ୍ୟକା 2003-04 ବର୍ଷର ମୃତ୍ୟୁ ସଂଖ୍ୟାଠାରୁ ଅଧିକ ରହିଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଭାଇରସ୍ ବର୍ତ୍ତମାନ 20ଟି ରାଷ୍ଟ୍ରକୁ ବ୍ୟାପିବାରେ ଲାଗିଛି । ଏହା ମଧ୍ୟରେ ମଙ୍ଗଳବାର ହଂକଂରେ ପ୍ରଥମ କୋରୋନା ଭାଇରସ୍ ମୃତ୍ୟୁ ଘଟିଛି ।…
ଆଜମଗଡ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ କାଣ୍ଡ ଘଟିଯାଇଛି । ଆଜମଗଡର ଏକ ବିବାହ ମଣ୍ଡପରେ ବରକୁ ହତ୍ୟା କରାଯାଇଛି । ବିବାହ ମଣ୍ଡପରେ ପହଞ୍ଚିବା ପୂର୍ବରୁ ବରକୁ ଦୁଇଜଣ ଆତତାୟୀ ଗୁଳି କରି ହତ୍ୟା କରିଥିଲେ । ମଙ୍ଗଳବାର ରାତିରେ ମସିରପୁରର ଦେବଗାଓଁ ପୋଲିସ୍ ଥାନା ଅଧୀନରେ ଏହି ଅଘଟଣ ଘଟିଛି । ସିଂପୁରରୁ ବରଯାତ୍ରୀ ପହଞ୍ଚିବା ପରେ ବର ମଣ୍ଡପକୁ ଯାଉଥିବା ସମୟରେ ଦୁଇ ବନ୍ଧୁକ ଧାରୀ ଆତତାୟୀ ଏକ ବାଇକରେ ଆସି ଆଖିବୁଜା ଗୁଳିଚାଳନା କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।(ଏଜେନ୍ସି)
ଭୁବନେଶ୍ବର, ଆସନ୍ତା 21 ତାରିଖରେ ପଡୁଥିବା ଶିବରାତ୍ରୀ ଉପଲକ୍ଷେ ଦେବଦେବ ମହାଦେବ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ଲିଙ୍ଗରାଜଙ୍କ ମହାଦ୍ବୀପ ରାତ୍ର 10 ଟାରେ ଉଠିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି। ଗତକାଲି ରାତିରେ ବସିଥିବା ସେବାୟତ କମିଟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି କମିଟ ମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେବା ପରେ ଏ ନେଇ ଚୁଡାନ୍ତ ନିଷ୍ପତି ଗ୍ରହଣ କରାଯିବ। ଚଳିତ ବର୍ଷ ପ୍ରଭୃ ଲିଙ୍ଗରାଜଙ୍କ ଶିବରାତ୍ରୀ ବେଶ୍ ଆଡମ୍ବର ପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। କାରଣ ଏଥର ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦ କରାଯାଇ ସୌନ୍ଦର୍ଯ୍ୟକରଣ କରାଯାଇଛି। ଫଳରେ ଭକ୍ତମାନେ ଆରାମରେ ମନ୍ଦିର ଦର୍ଶନ କରିବା ସହିତ ଚାରିପଟେ ବୁଲିପାରିବେ। ସେଥିପାଇଁ ଚଳିତ ବର୍ଷ ମନ୍ଦିର ପ୍ରଶାସନ ଏହି ଉତ୍ସବକୁ ବେଶ ଯାକଜକମରେ ପାଳନ କରିବାକୁ ତତ୍ପର ହୋଇଉଠିଛି।
ଆଲିଗଡ : ଆଲିଗଡ ମୁସଲିମ ୟୁନିଭର୍ସିଟିର କୁଳାଧିପତିଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ମଙ୍ଗଳବାର କୁଳାଧିପତି ଅଫିଫୁଲ୍ଲା ଖାନ୍ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଇସ୍ତଫା ପ୍ରଦାନ ପାଇଁ କୁଳାଧିପତିଙ୍କ ପକ୍ଷରୁ କୌଣସି କାରଣ ଦର୍ଶାଯାଇନାହିଁ । ଆଇନ ବିଭାଗର ପ୍ରଫେସର ମହମ୍ମଦ ଓ୍ବାସିମ୍ ଅଲୀଙ୍କୁ ନୂତନ କୁଳାଧିପତି ଭାବରେ ଘୋଷଣା କରାଯାଇଛି । ଡିସେମ୍ବର 15 ତାରିଖରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ହିଂସା କାରଣରୁ ଉପ କୁଳପତିଙ୍କ ଇସ୍ତଫା ଦାବି କରିଥିଲେ । ଏହା ସହିତ ହିଂସା ପାଇଁ 21 ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଉକ୍ତ ଛାତ୍ର ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଏବଂ ଯୋଗୀ ଆଦିତ୍ୟନାଥଙ୍କ ପୋଷ୍ଟର ଜଳାଇଥିବା କାରଣରୁ ଏହି ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜଣେ ଛଳନାକାର ବୋଲି କହିଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ମଙ୍ଗଳବାର ଦିନ ଗମ୍ଭୀର ଏହି ମନ୍ତବ୍ୟ ଦେଇଛନ୍ତି । ଶାହିନ୍ବାଗ ଗୁଳିକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଆପ୍ର ସଦସ୍ୟ ବୋଲି ଦିଲ୍ଲୀ ପୋଲିସ୍ ପକ୍ଷରୁ ସୂଚନା ମିଳିବା ପରେ ଗମ୍ଭୀର ଏହି ମନ୍ତବ୍ୟ ଦେଇଛନ୍ତି । ଗମ୍ଭୀର ଟ୍ବିଟ୍ କରି ଏହି ମତ ଦେଇଛନ୍ତି । କେଜ୍ରିଓ୍ବାଲ ଜଣେ ଚମତ୍କାର ମୁଖ୍ୟମନ୍ତ୍ରୀ । ପ୍ରଥମେ ଆନ୍ନା ହଜାରେଙ୍କୁ ମିଛ କହିଲେ, ପରେ ନିଜର ବନ୍ଧୁ ମାନଙ୍କୁ ମିଛ କହିଲେ, ସମସ୍ତ ସରକାରଙ୍କୁ ମିଛ ଏବଂ ଶେଷରେ ଦିଲ୍ଲୀ ବାସୀଙ୍କୁ ମିଛ କହିଲେ । ତେଣୁ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଛଳନାକାରୀ ତାହା ଦିଲ୍ଲୀ ବାସୀ ନିର୍ଦ୍ଧାରଣ କରିବେ ।(ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ କରାଯାଇଛି । ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦର ପ୍ରଭାବ ସମ୍ବଲପୁର ସମେତ ବୌଦ୍ଧ ଓ ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି । ସମ୍ବଲପୁରର କ୍ଷେତରାଜପୁର ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ପହଞ୍ଚି ବିକ୍ଷୋଭ କରିବା ସହ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସକୁ ଅଟକାଇଥିଲେ । ସେହିପରି ବୌଦ୍ଧରେ, ଦୋକାନ ବଜାର ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି । ଝାରସୁଗୁଡ଼ାରେ ମଧ୍ୟ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।
କେଦାର ମିଶ୍ର ଦିଲ୍ଲୀ ନିର୍ବାଚନକୁ ଆଉ ମାତ୍ର ଚାରି ଦିନ ବାକି। ଦୁଇ ଦିନ ପରେ ନିର୍ବାଚନ ପ୍ରଚାର ସରିବ। ସେମିତି ଏକ ସମୟରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା “ଟାଇମ୍ସ ଅଫ ଇଣ୍ଡିଆ” ଏକ ଜନମତ ସର୍ବେକ୍ଷଣ ପ୍ରକାଶ କରିଛି। ଏହି ସର୍ବେକ୍ଷଣ ଅନୁଯାୟୀ ଦିଲ୍ଲୀରେ ସର୍ବ ମୋଟ ୭୦ ବିଧାନସଭା ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ୫୪ ରୁ ୬୦ ଆସନ ପାଇବ ବୋଲି ଭବିଷ୍ୟବାଣୀ କରାଯାଇଛି। ମୋଟାମୋଟି ପ୍ରାୟ ସବୁ ଗଣମାଧ୍ୟମର ନିର୍ବାଚନ ପ୍ରାକ ଆକଳନ ଅନୁଯାୟୀ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ପ୍ରଦର୍ଶନ ବହୁତ ଭଲ ରହିବ। ଦିଲ୍ଲୀ ରାଜନୀତି ବିଷୟରେ ଜାଣିବା ଶୁଣିବା ଲୋକଙ୍କର କହିବା କଥା ହେଉଛି, ଦିଲ୍ଲୀରେ କେଜ୍ରିୱାଲ ହାୱା ପ୍ରବଳ ବେଗରେ ପ୍ରବାହିତ ହେଉଛି, ତେଣୁ ଆମ ଆଦମୀ ପାର୍ଟିର ବିଜୟ ସେଠାରେ ସ୍ଵାଭାବିକ। ଆମେ ଦିଲ୍ଲୀ ନିର୍ବାଚନର ଫଳାଫଳ ବିଷୟରେ କିଛି କହିବାକୁ ଚାହୁଁନୁ। କାରଣ…
ନୂଆଦିଲ୍ଲୀ : ନୂଆଦିଲ୍ଲୀର ଶାହିନ୍ବାଗରେ କରାଯାଇଥିବା ଗୁଳିଚାଳନାରେ ସମ୍ପୃକ୍ତ ବ୍ୟକ୍ତି ଆପ୍ର ସଦସ୍ୟ ବୋଲି ଜଣାପଡିଛି । 2019ରେ କପିଲ ଗୁଜ୍ଜର ନାମକ ଉକ୍ତ ବ୍ୟକ୍ତି ଜଣକ ଆପ୍ରେ ଯୋଗ ଦେଇଥିଲେ । ନିଜ ପିତାଙ୍କ ସହିତ ଦଲ୍ଲୁପୁରା ନିବାସୀ କପିଲ୍ ଆପ୍ରେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମର ଏକ ଫଟୋ କପିଲଙ୍କ ଫୋନ୍ରୁ ଉଦ୍ଧାର କରାଯାଇଛି । ହିନ୍ଦୁ ରାଷ୍ଟ୍ର ଜିନ୍ଦାବାଦ ବୋଲି ସ୍ଲୋଗାନ୍ ଦେଇ ଜାନୁୟାରୀ 1 ତାରିଖରେ କପିଲ୍ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଆପ୍ର ବରିଷ୍ଠ ନେତା ଆତିଶି ମାର୍ଲେନା ଏବଂ ସଞ୍ଜୟ ସିଂଙ୍କ ଉପସ୍ଥିତିରେ କପିଲ୍ ଏବଂ ତାଙ୍କ ପିତା ଆପ୍ରେ ଯୋଗ ଦେଇଥିଲେ । କପିଲଙ୍କ ଫୋନ୍ରୁ ମିଳିଥିବା ଫଟୋରୁ ଏହା ଜଣାପଡିଛି । (ଏଜେନ୍ସି)

