Mumbai: Actress Shilpa Shetty during the promotions of her upcoming film “Nikamma” on the sets of reality television show Bigg Boss 13, in Mumbai on Feb 7, 2020. (Photo: IANS)
Author: Samikhsya Bureau
ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର : ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଛି । ବସ୍ରେ 40 ଜଣ ଯାତ୍ରୀ ରହିଥିବାବେଳେ ସମେସ୍ତ ଗୁରୁତର ରହିଛନ୍ତି । ବସ୍ ଭିତରେ ଥିବା କିଛି ଯାତ୍ରୀ ପୋଡ଼ି ହୋଇ ଗୁରୁତର ହୋଇଥିବାର ସୂଚନା ମିଳିଥିଲେ, ଏଥରେ କେହି ମୃତ ହୋଇଥିବାର ଖବର ମିଳିପାରିନାହିଁ । ଗୁରୁତର ଯାତ୍ରୀମାନଙ୍କୁ ମେଡ଼ିକାଲ୍ ପଠାଯାଉଛି । ଘଟଣାସ୍ଥଳରେ 5ଟି ଆମ୍ବୁଲାନ୍ସ ପହଞ୍ଚିଥିବାର ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ୍ ନିୟୋଜିତ ରହିଛନ୍ତି ।
ମୁମ୍ବାଇ : ଅଭିନେତ୍ରୀ କୃତି ସାନୋନ୍ ଅପକମିଙ୍ଗ୍ ଫିଲ୍ମ ‘ମିମି’ର ଶୁଟିଂରେ ବ୍ୟସ୍ତ ରହିଛନ୍ତି । ଏହି ଫିଲଲ୍ମ ପାଇଁ କୃତି 15 କିଲୋ ଓଜନ ବଢାଇଛନ୍ତି । ଏହି ଫିଲ୍ମରେ କୃତି ଜଣେ ସରୋଗେଟ୍ ମଦର୍ ଭୂମିକାରେ ନଜର ଆସିବେ । ନିକଟରେ କୃତି ନିଜର ଏକ ପୁରୁଣା ଫଟୋକୁ ସେୟାର କରି ଲେଖିଛନ୍ତି ଯେ, ନିଜ ଚରିତ୍ରକୁ ସଠିକ୍ ରୂପେ ଉପସ୍ଥାପନ କରିବା ପାଇଁ ଆମକୁ ନିଜ ଓଜନ ବଢାଇବାକୁ ପଡିଥାଏ । କିନ୍ତୁ ମୋତେ ମୋ’ ପୁରୁଣା ସେକ୍ସି ଚେହେରା ହିଁ ପସନ୍ଦ, ବହୁତ ଶୀଘ୍ର ମୁଁ ମୋ’ର ପୁରୁଣା ଲୁକ୍ରେ ନଜର ଆସିବି ।’ ଫିଲ୍ମଟିର ଶୁଟିଂର ପୂରା ହୋଇନଥିବାରୁ ଏବେ କୃତି ଏକ୍ସରସାଇଜ୍ କରିବେ ନାହିଁ ବୋଲି କହିଛନ୍ତି । ‘ମିମି’ ମରାଠୀ ଫିଲ୍ମ ‘ମଲା ଆଇ ଭାୟଚାଲ୍’ ଉପରେ ଆଧାରିତ । 2011ରେ ନିର୍ମିତ ଏହି ଫିଲ୍ଟି ସର୍ବଶ୍ରେଷ୍ଠ ଫିଲ୍ମ ଭାବେ ରାଷ୍ଟ୍ରୀୟ…
ଜଳେଶ୍ବର : ବସ୍ରେ କରେଣ୍ଟ ଲାଗିଯାଇଥିବାବେଳେ ଦୁର୍ଘଟଣାର ଅଳ୍ପକେ ବର୍ତ୍ତିଯାଇଛନ୍ତି ବସ୍ ଯାତ୍ରୀମାନେ । ମିଳିଥିବା ସୂଚନା ଅନୁସାରେ ବାରିପଦାରୁ ବାଲିଆପାଳ ଡଗରା ସମୁଦ୍ରକୂଳ ଯାଉଥିଲା ତୀର୍ଥଯାତ୍ରୀ ବସ୍ । ସମୁଦ୍ରକୂଳର 1 କିମି ପୂର୍ବରୁ 11 କେଭି ତା’ର ସଂସ୍ପର୍ଶରେ ଆସିଥିଲା ବସ୍ । କରେଣ୍ଟ ଝଟ୍କା ଖାଇ ବସ୍କୁ ପଛକୁ ଆଣି ଯାତ୍ରୀଙ୍କ୍ ବଞ୍ଚାଇଲେ ଡ୍ରାଇଭର । ବସ୍ରେ 11 କେଭି କରେଣ୍ଟ ଲାଗିଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି 70 ଯାତ୍ରୀ। ମାତ୍ର ବସ୍ରେ ଥିବା ଜଣେ ଯାତ୍ରୀ ଗୁରୁତର ହୋଇପଡିଥିବାବେଳେ ତାଙ୍କୁ ବାଲିଆପାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଡ୍ରାଇଭର୍ ଜଣକ ବ୍ୟାକ୍ କଲାବେଳେ ପଛରେ ଥିବା ବାଇକ୍ ଚାଳକ ଚାପି ହୋଇଯାଇଛନ୍ତି । ତେବେ ବସ୍ ଚକା ତଳୁ ବାଇକ ଚାଳକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ବାଇକ୍ ଭାଙ୍ଗିଯାଇଛି ।
Mumbai: Actress Shriya Saran seen at Bandra, in Mumbai on Feb 7, 2020. (Photo: IANS)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବେଧଡକ ନିଶା କାରବାର ନେଇ ଚଢାଉ ଜୋର୍ଦାର୍ କରାଯାଇ କଟକ ମଙ୍ଗୁଳି ଛକରୁ 7 ଲକ୍ଷ ଟଙ୍କାର ଗଞ୍ଜେଇ ଓ ଭାଙ୍ଗ ଜବତ କରାଯାଇଛି । ନିଶା ସାମଗ୍ରୀ ସହିତ 4 ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ସ୍କ୍ବାର୍ଡ । ନିଶା ସାମଗ୍ରୀ ଚାଲାଣରେ ବ୍ୟବହୃତ ହେଉଥିବା 2ଟି ଦାମୀ ଗାଡି ଜବତ କରାଯାଇଛି ।
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ 19 ବର୍ଷରୁ କମ୍ ବିଶ୍ବକପ୍ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ବାଂଲାଦେଶ ଅଧିନାୟକ ଆକବର ଅଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଗତକାଲି ରାତିରେ ବର୍ଷା ହୋଇଥିବାରୁ ବୋଲରଙ୍କୁ ସହାୟତା ମିଳିବ ବୋଲି ଆକବର ଅଲୀ ପ୍ରକାଶ କରିଛନ୍ତି । ଏହି ମ୍ୟାଚ୍ ପାଇଁ ଭାରତ ହଟ୍ ଫେବ୍ରିଟ୍ ରହିଥିବା ବେଳେ ବାଂଲାଦେଶକୁ ମଧ୍ୟ ହେୟ ମନେ କରିବା ଅନୁଚିତ । ଭାରତୀୟ ଦଳ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନଥିବା ବେଳେ ବାଂଲାଦେଶ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଦ୍ରୁତ ବୋଲର ହସନ ମୁରାଦଙ୍କ ସ୍ଥାନରେ ଅଭିଷେକ ଦାସଙ୍କୁ ଦଳରେ ସାମିଲ କରାଯାଇଛି । (ଏଜେନ୍ସି)
ଶ୍ରୀନଗର : ଜମ୍ମୁ କାଶ୍ମୀର ଉପତ୍ୟାକାରେ ପୁଣି ଥରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଗତମାସରେ କାଶ୍ମୀର ଉପତ୍ୟାକାରେ 2ଜି ଇଣ୍ଟରନେଟ୍ ସେବା ଚାଲୁ କରାଯାଇଥିବା ବେଳେ ରବିବାର ପୁଣି ଥରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ସଂସଦ ଉପରେ ଆକ୍ରମଣକାରୀ ଅଫଜଲ୍ ଗୁରୁର ମୃତ୍ୟୁ ବାର୍ଷିକୀ ଅବସରରେ 2ଜି ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ସେହିପରି ଶ୍ରୀନଗରର କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଲଗାଯାଇଛି । ରବିବାରକୁ ଅଲ ପାର୍ଟି ହୁରିୟାତ୍ କନଫରେନ୍ସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ‘ପ୍ରେରଣା ଗ୍ରୀନ୍ ଆର୍ମି’ ଓ ‘ବୀର ମହାସଂଘ’ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଜଲିଉଡ୍ ଚନ୍ଦନ ଆୱାର୍ଡ଼ ସମ୍ମାନ ପ୍ରଦାନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଅବସରରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ମନୋରଞ୍ଜନର ପୁରାତନ କଳା ଅପେରା ଜଗତର ଅଭିନେତା, ଅଭିନେତ୍ରୀ, ଲେଖକ, ମାଲିକ, ନିର୍ଦ୍ଦେଶକମାନଙ୍କର ଏକ ପରିଚିତ ପୁସ୍ତକ ‘ଅପେରା ଦର୍ପଣ’ ବହୁ ଶୀଘ୍ର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରେରଣା ଗ୍ରୀନ୍ ଆର୍ମି’ ପକ୍ଷରୁ ପ୍ରକାଶ ପାଇବ ବୋଲି ପ୍ରକାଶ କରିଛନ୍ତି। ଏହି ସଭାରେ ଅତିଥି ରୂପେ ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ , ଆମେରିକୀୟ ନାଟ୍ୟକାର ଜନ୍ ହିମ୍ସ, ବିଶିଷ୍ଟ ପରିବେଶ ବିଜ୍ଞାନୀ ହୁପେନ୍ ନାଗରିକା, ଓଡ଼ିଶା ବୀର ମହାସଂଘରର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ଜାତୀୟ ସମରକଳା ମହାସଂଘର…
ନୂଆଦିଲ୍ଲୀ : 19 ବର୍ଷରୁ କମ୍ ବିଶ୍ବକପ୍ର ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର । କେବଳ ତେନ୍ଦୁଲକର ନୁହନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ଟର ଜରିଆରେ ସଚିନ୍ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଦଳ ନିଜର ଚମତ୍କାର ଫର୍ମ ବଜାୟ ରଖି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରୁ ବୋଲି ମୁଁ କାମନା କରୁଛି ବୋଲି ସଚିନ୍ ଟ୍ବିଟ୍ କରିଛନ୍ତି । ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ କୋଚ୍ ରବି ଶାସ୍ତ୍ରୀ ଏକ ଭିଡିଓ ମେସେଜ୍ ଜରିଆରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)
ବଣାଇ : ରାସ୍ତା ଖରାପ ଯୋଗୁଁ ଚଳାଚଳ ଏକପ୍ରକାର ଠପ୍ ହୋଇଯାଇଛି । ଟେନ୍ସା କେଲଇପୋଷ ରୋଡ୍ ବରସୁଆଁ କୁରାଡି ନାଳ ପାଖରେ ରାସ୍ତା ଜାମ ରହିଛି । 20 କି.ମି ଯାଏ ଗାଡି ଲମ୍ବି ରହିଛି । ନୂଆ ବ୍ରିଜ୍ ଦାବି ପୂରଣ ନ ହେବାରୁ ଅନେକ ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ । ତିନି ଦିନ ଧରି ଉକ୍ତ ରାସ୍ତା ଜାମ୍ ଯୋଗୁଁ ଲୋକଙ୍କୁ ନାହିଁ ନଥିବାର ଅସୁବିଧା ହେଉଛି ।
ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ଜଙ୍ଗଲ ନିଆଁରେ ପୀଡିତଙ୍କ ସହାୟତା ପାଇଁ ଏକ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଛି । ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ମାନଙ୍କୁ ନେଇ ଏହି ମ୍ୟାଚ୍ ଆୟୋଜିତ ହୋଇଛି । 10 ଓଭର ବିଶିଷ୍ଟ ଏହି ମ୍ୟାଚ୍ରେ ଉଭୟ ଦଳରେ ଜଣେ ଲେଖାଏଁ ମହିଳା ଖେଳାଳି ରହିଥିଲେ । ଏହି ମ୍ୟାଚ୍ରେ ପଣ୍ଟିଂ ଏକାଦଶ 1 ରନ୍ରେ ବିଜୟୀ ହୋଇଛି । ପଣ୍ଟିଂ ଏକାଦଶ ପକ୍ଷରୁ ଜଷ୍ଟିନ୍ ଲାଙ୍ଗର, ମାଥ୍ୟୁ ହେଡେନ୍ ଏବଂ ବ୍ରାଏନ୍ ଲାରା ଖେଳୁଥିବା ବେଳେ ଗ୍ରୀଲକ୍ରିଷ୍ଟ ଏକାଦଶ ପକ୍ଷରୁ ସେନ୍ ଓ୍ବାଟସନ୍, ଯୁବରାଜ ସିଂ ଏବଂ ଆଣ୍ଡ୍ର୍ୟୁ ସାଇମଣ୍ଡସ୍ ଖେଳିଥିଲେ । ପଣ୍ଟିଂ ଏକାଦଶ ପକ୍ଷରୁ ବ୍ରାଏନ୍ ଲାରା ସର୍ବାଧିକ 30 ରନ୍ ସଂଗ୍ରହ କରିଥିବା ବେଳେ ରିକି ପଣ୍ଟିଂ 26 ରନ୍ ସଂଗ୍ରହ କରିଥିଲେ । ଜବାବରେ ସେନ୍ ଓ୍ବାଟସନ୍ 30 ଏବଂ ସାଇମଣ୍ଡସ୍ 29 ରନ୍ ସଂଗ୍ରହ କରିଥିବା ବେଳେ ଦଳ…
ସମୀକ୍ଷା ବ୍ୟୁରୋ ରାୟଗଡା : ଗୋଷ୍ଠୀ ସଂଘର୍ଷ ପରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା, ଏବେ ଛକାପଞ୍ଝା ଲାଗି ରହିଥିବାବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଯୁବକଙ୍କୁ ଅପହରଣ ପରେ ଏକ ଆପାର୍ଟେମଣ୍ଟରେ ରଖି ନିସ୍ତୁକ ଛେଚିଲେ । ଯୁବକଙ୍କ ବାଇକ୍ ଭାଙ୍ଗିବା ସହ ତିନିଜଣ ନିର୍ଧୂମ୍ ପିଟିଛନ୍ତି । ଟାଉନ୍ ଥାନା ରୟତକଲୋନୀ ପାଖରେ ଏକ ଘରେ ରଖି ନିସ୍ତୁକ ମାଡ ମାରିଛନ୍ତି। ଗୁରୁତର ଯୁବକ ଜଣକ ଏବେ ରାୟଗଡ଼ା ମେଡ଼ିକାଲରେ ଚିକିତ୍ସାଧୀନ ରହିଛନ୍ତି ।
ବେଜିଂ : ଭାରତରେ ବୈଦ୍ୟୁତିକ ଯାନ ନିର୍ମାଣ ପାଇଁ ସରକାର ଯୋଜନା କରୁଥିବା ବେଳେ ଭାରତରେ ଗୋଟିଏ ମଧ୍ୟ ବ୍ୟାଟେରୀ ନିର୍ମାଣ କାରୀ କମ୍ପାନୀ ନାହିଁ । ଚୀନ୍ର ଲିଥିୟମ୍ ବ୍ୟାଟେରୀ ନିର୍ମାଣକାରୀ କମ୍ପାନୀ ଗ୍ରେଟ୍ ଓ୍ବାଲ ମୋଟର୍ସ ଭାରତୀୟ ବଜାର ପାଇଁ ଲିଥିୟମ୍ ବ୍ୟାଟେରୀ ନିର୍ମାଣ କରିବ । ଚୀନ୍ର ଏକ ନମ୍ବର କାର୍ ନିର୍ମାଣକାରୀ କମ୍ପାନୀ ଭାରତୀୟ ବଜାର ପାଇଁ ବ୍ୟାଟେରୀ ନିର୍ମାଣ କରିବା ସହିତ ଭବିଷ୍ୟତରେ ବୈଦ୍ୟୁତିକ ଯାନ ନିର୍ମାଣ କରିବ ବୋଲି ଜଣାପଡିଛି । ଭାରତର ତାଲେଗାଓଁରେ କମ୍ପାନୀ ଏକ କାରଖାନା ପ୍ରତିଷ୍ଠା କରିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଗ୍ରେଟ୍ ଓ୍ବାଲ ମୋଟର୍ସ ବିଶ୍ବର 7ଟି ଦେଶରେ ବ୍ୟାଟେରୀ ନିର୍ମାଣ କରୁଛି । 10ଟି ଗବେଷଣା କେନ୍ଦ୍ର ସହିତ ପ୍ରାୟ 70ଟି କାରଖାନାରେ ବ୍ୟାଟେରୀ ନିର୍ମାଣ କରୁଛି ଗ୍ରେଟ ଓ୍ବାଲ ମୋଟର୍ସ । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଦିନ ମତଦାନ ଅନୁଷ୍ଠିତ ହୋଇଟାଇଛି । ଏବେ ନିର୍ବାଚନୀ ଫଳାଫଳକୁ ଅପେକ୍ଷା । ତେବେ ବୁଥ୍ ବାହୁଡା ମତ ଅନୁସାରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟିକୁ ପ୍ରଚଣ୍ଡ ବହୁମତ ମିଳୁଛି । ଇଣ୍ଡିଆ ଟୁଡେ ଓ ଏକ୍ସିସ୍ ମାୟ ଇଣ୍ଡିଆର ଏକ୍ଜିଟ୍ ରିପୋର୍ଟ ମୁତାବକ ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି (ଆପ୍)କୁ 59ରୁ 68ଟି ଆସନ ଓ ଭାରତୀୟ ଜନତା ଦଳ ( ବିଜେପି)କୁ ମାତ୍ର 2ରୁ 11ଟି ଆସନ ମିଳିବାର ସମ୍ଭାବନା ରହିଛି । ଦିଲ୍ଲୀ ବିଧାନସଭା ନିର୍ବାଚନୀ ପ୍ରଚାରର ପୂରା ଶକ୍ତି ଲଗାଇଥିବାବେଳେ ବାଜି କିନ୍ତୁ ପଲଟିବାର ଚାନ୍ସ ନାହିଁ ବୋଲି ଜଣାପଡୁଛି । ଏତଦ୍ବ୍ୟତୀତ ଏକ୍ଜିଟ୍ ପୋଲ୍ରେ କଂଗ୍ରେସକୁ ମଧ୍ୟ ଗତ ଥର ଚଳିତ ଥର ମଧ୍ୟ କୌଣସି ଆସନ ମିଳିବା ନ ନେଇ ମଧ୍ୟ ସମ୍ଭାବନା ରହିଛି । ତେବେ ଭାରତୀୟ ଜନତା…
Mumbai: Actress Aahana Kumra spotted at Filmcity, in Mumbai on Feb 7, 2020. (Photo: IANS)
ଶ୍ରୀନଗର : ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ବେଳେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଜମ୍ମୁ କାଶ୍ମୀରର ପୁଞ୍ଚ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ ଏହି କାଣ୍ଡ ଘଟିଛି । ଶନିବାର ଅପରାହ୍ନ 3.45 ମିନିଟ୍ରେ ଏହି ଘଟଣା ଘଟିଥିବା ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ଘଟଣାକୁ ନଇ ଉଭୟ ପକ୍ଷରୁ ଗୁଳିଚାଳନା ଜାରି ରହିଛି । (ଏଜେନ୍ସି)
ବେଜିଂ : ଚୀନ୍ରେ କୋରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା 800କୁ ବୃଦ୍ଧି ପାଇଛି । ଏହା ସହିତ 2002-03 ମସିହାରେ ଘଟିଥିବା ସାର୍ସ ଏପିଡେମିକ୍ ମୃତ୍ୟୁ ସଂଖ୍ୟାକୁ ଅତିକ୍ରମ କରିଛି । ଶନିବାର ଏହି ଭାଇରସ୍ ପ୍ରଭାବରେ ନୂତନ ଭାବରେ 89 ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 37200ରେ ପହଞ୍ଚିଛି । 2002-03ରେ ସାର୍ସ ଭାଇରସ୍ ପ୍ରଭାବରେ ବିଶ୍ବବ୍ୟାପୀ 774 ଲୋକଙ୍କର ପ୍ରାଣହାନି ଘଟିଥିବା ବେଳେ ଚଳିତ ବର୍ଷର ନୋଭେଲ୍ କୋରୋନା ଭାଇରସ୍ ପ୍ରଭାବରେ କେବଳ ଚୀନ୍ରେ ମୃତ୍ୟୁ ସଂଖ୍ୟା 800ରେ ପହଞ୍ଚିଛି । 37200ଙ୍କ ମଧ୍ୟରୁ 1470 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହା ସହିତ ଶନିବାର ଜାପାନରେ ପ୍ରଥମ କୋରୋନା ଭାଇରସ୍ ମୃତ୍ୟୁ ଘଟିଛି । କୋରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ଜଣେ 60 ବର୍ଷୀୟ ଆମେରିକୀୟ ନାଗରିକ ଶନିବାର ପ୍ରାଣ ହରାଇଛନ୍ତି ।
ସମୀକ୍ଷା ବ୍ୟୁରୋ ରାଉରକେଲା : ରାଉରକେଲାର ନାବାଳିକା ଝିଅ ଦିଲ୍ଲୀ ଗୁରୁଗ୍ରାମରୁ ଉଦ୍ଧାର । ନାବାଳିକାକୁ ଦିଲ୍ଲୀ ଗୁରୁଗ୍ରାମରୁ ଉଦ୍ଧାର କଲା ପ୍ଲାଣ୍ଟ ସାଇଟ୍ ପୋଲିସ୍ । ଜାନୁଆରୀରେ ବିଭିନ୍ନ ଲୋଭ ଦେଖାଇ ଦିଲ୍ଲୀ ନେଇଯାଇଥିଲା ଦଲାଲ୍ । ଦିଲ୍ଲୀରେ ବିକ୍ରି କରି ଦେଇଥିବା ଅଭିଯୋଗ କରିଥିଲେ ପରିବାର । ନାବାଳିକା ପରିବାରର ଅଭିଯୋଗ ପରେ ଜେଣ ମହିଳା ଦଲାଲ୍ ଗିରଫ । ବିକ୍ରି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ନେଇ ସ୍ବତନ୍ତ୍ର ଟିମ୍ ଚଢାଉ କରିଛନ୍ତି ।
ବଲାଙ୍ଗିର : ବଲାଙ୍ଗିର-ସୋନପୁର ମୁଖ୍ୟରାସ୍ତା ବୈରାସର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ ପଛରେ ବୋଲେରୋ ପିଟି ହେବା ଫଳରେ ଦୁର୍ଘଟଣାରେ ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସାତରୁ ଅଧିକ ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ମୃତକ ଦ୍ୱୟ ହେଲେ ଶକୁନ୍ତଳା ସାହୁ ଓ ତେଜ୍ ବାଗ୍। ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ମୃତକ ଓ ଆହାତ ମାନଙ୍କ ଘର ପାଟଣାଗଡ ଥାନା ଘୂମେର ଅଞ୍ଚଳର ବୋଲି ଜଣାପଡିଛି । ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିବା ସମସ୍ତ ଆହାତଙ୍କୁ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
କେଦାର ମିଶ୍ର ଭଗବାନଙ୍କୁ ଧନ୍ୟବାଦ, ଦିଲ୍ଲୀ ନିର୍ବାଚନ ସରିଯାଇଛି। ଯେବେ ବି ନିର୍ବାଚନ ଆସୁଛି, ଏ ଦେଶର ପବନରେ ବିଷ ଚାରି ଯାଉଛି। ବିଷାକ୍ତ ନିର୍ବାଚନୀ ଭାଷା ଓ ଯେ କୌଣସି ପ୍ରକାରେ ଜିତିବା ଲାଗି ଯେ କୌଣସି ସ୍ତରକୁ ଖସିପାରିବାର ଉନ୍ମାଦ ରାଜନୀତି ଆମର ସାମାଜିକ ଜୀବନକୁ ବିପର୍ୟସ୍ତ କରିଚାଲିଛି। ଦିଲ୍ଲୀ ନିର୍ବାଚନରେ ବିଜେପିର ସ୍ଲୋଗାନ ଥିଲା “ଗୋଳି ମାରୋ” ଓ ଏହାର ପ୍ରତ୍ୟତ୍ତରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଲେ ପ୍ରଧାନମନ୍ତ୍ରୀଙ୍କ ପିଠିରେ ଏ ଦେଶର ବେକାର ଯୁବକ ଯୁବତୀ ଲାଠି ମାଡ କରିବେ। ଲାଠି ମାଡ ଓ ଗୁଳି ମାଡ କେବଠୁ ଏ ଦେଶର ରାଜନୈତିକ ସ୍ଲୋଗାନ ହୋଇଗଲା, ସେକଥା କେହି ଜାଣି ପାରିଲେ ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶେଷରେ ହନୁମାନ ଚାଳିଶା ପଢିବାକୁ ଗଣମାଧ୍ୟମରେ ବାଧ୍ୟ ହେଲେ। ଗୁଳି, ଲାଠି, ବିରିଆନୀ ଓ ହନୁମାନ ଚାଳିଶାର ଏହି ଉଦ୍ଭଟ ରାଜନୀତି ଅନ୍ତତଃ ଆଜିଠୁ…

