Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତରେ କ୍ଷମତା ଦଖଲ ଓ ଭୋଟବ୍ୟାଙ୍କ ପାଇଁ ଧର୍ମର ଧୃବୀକରଣ ସମ୍ଭବ କି?
ବିଶେଷ ଖବର

ଭାରତରେ କ୍ଷମତା ଦଖଲ ଓ ଭୋଟବ୍ୟାଙ୍କ ପାଇଁ ଧର୍ମର ଧୃବୀକରଣ ସମ୍ଭବ କି?

February 13, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପୋଲାରାଇଜେସନ ବା ଧୃବୀକରଣ ଭାରତୀୟ ରାଜନୀତିରେ କିଛି ନୂଆ କଥା ନୁହେଁ। ସଂସଦୀୟ ରାଜନୀତିରେ ଯେହେତୁ ବହୁମତର ଅର୍ଥ ହେଉଛି ସାଧାରଣ ସଂଖ୍ୟା ଗରିଷ୍ଠତା, ସେହି କାରଣରୁ ସାମାଜିକ ବିଭାଜନ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବର୍ଗର ସମର୍ଥନରେ ସରକାର ଗଢିବା ସହଜ। ଗୋଟେ ସମୟରେ ଜାତି ଆଧାରିତ ଧୃବୀକରଣ ଆମ ରାଜନୀତିର ଏକ ଗ୍ରହଣୀୟ ବାସ୍ତବତା ଥିଲା। ଜାତି ଆଧାରରେ ଉଚ୍ଚ ବର୍ଣ୍ଣ ପାଖରୁ କ୍ଷମତା ଛଡାଇ ଆଣିବା ସାମାଜିକ ନ୍ୟାୟ ପାଇଁ ଏକ ଆବଶ୍ୟକତା ଥିଲା। ତେବେ ସେ ପ୍ରକାର ଆବଶ୍ୟକତା ପରବର୍ତ୍ତୀ ସମୟରେ ଲୋଭ ପାଲଟି ଯାଇଛି ଓ କ୍ଷମତା ଦଖଲ ଲାଗି ଆଜି ଜାତି, ଏକମାତ୍ର ଲକ୍ଷ୍ୟ ହୋଇ ରହିନାଇଁ। ନବେ ଦଶକରେ ଭି.ପି.ସିଂ ସରକାର ଅମଳରେ ଯେଉଁ “ମଣ୍ଡଳ ବନାମ କମଣ୍ଡଳ” ରାଜନୀତି ଆରମ୍ଭ ହୋଇଥିଲା, ତାର ଦୁଇ ପ୍ରକାର ଫଳ ଆମେ ଦେଖିଛୁ। ୧୯୯୦ ରୁ ୨୦୨୦- ଏଇ ତିରିଶ ବର୍ଷରେ ଦଳିତ ଓ ପଛୁଆ ବର୍ଗ ରାଜନୀତିରୁ ମାୟାବତୀ, ମୁଲାୟମ ସିଂ ଯାଦବ, ଲାଲୁ ଯାଦବ ପ୍ରମୁଖଙ୍କର ଅଭ୍ୟୁଦୟ ହୋଇଥିବା ବେଳେ ଏହାର ବିପକ୍ଷରେ ଧର୍ମ ଆଧାରିତ ଧୃବୀକରଣ ଆରମ୍ଭ ହୋଇଛି।

ଜାତି ଭିତ୍ତିକ ଧୃବୀକରଣ ପଛରେ ଏକ ଅର୍ଥନୈତିକ ଆବଶ୍ୟକତା ରହିଥିଲା। ହେଲେ ଧାର୍ମିକ ଧୃବୀକରଣର ଏକମାତ୍ର ଲକ୍ଷ୍ୟ ହେଉଛି, ସମାଜକୁ ସଂଖ୍ୟାଲଘୁ ଓ ସଂଖ୍ୟା ଗରିଷ୍ଠ କ୍ରମରେ ବିଭାଜିତ କରି ନିଜର ଏକ ପ୍ରଭାବଶାଳୀ ଭୋଟ ବ୍ୟାଙ୍କ ତିଆରି କରିବା। ଏହି ଭୋଟ ବ୍ୟାଙ୍କ ତିଆରି କରିବାରେ ଭାରତୀୟ ଜନତା ପାର୍ଟି ଅନେକାଂଶରେ ସଫଳ ହୋଇଛି। ଦେଶରେ ରହିଥିବା ସଂଖ୍ୟାଗରିଷ୍ଠ ଧର୍ମର ଲୋକଙ୍କ ଭିତରେ ସଙ୍ଖ୍ୟାଲଘୁଙ୍କ ପ୍ରତି ବିଦ୍ଵେଷ ତିଆରି କରିବା ଏହି ରାଜନୀତିର ସବୁଠୁ ବଡ ରଣନୀତି। “ହିନ୍ଦୁ ଖତରେ ମେ ହୈ” ର ଭାବନା ସୃଷ୍ଟି କରି ମୁସଲମାନମାନଙ୍କୁ ଐତିହାସିକ ଭାବରେ ଆକ୍ରମଣକାରୀ ବୋଲି ଚିତ୍ରଣ କରିବାର ଏକ ବିଚିତ୍ର ପ୍ରୟାସ ଏହି ତିରିଶ ବର୍ଷରେ ହୋଇଛି।

ଗତ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ଧର୍ମଭିତ୍ତିକ ଧୃବୀକରଣ ପାଇଁ ବିଜେପି ପ୍ରାଣାନ୍ତକ ଉଦ୍ୟମ କରିଥିଲା। ମୁସଲମାନଙ୍କ ବିରୋଧରେ ଅହେତୁକ ବିଦ୍ଵେଷ ସୃଷ୍ଟି କରିବା ଲାଗି ବିଜେପି ସରକାର ଯୋଜନାବଦ୍ଧ ଉଦ୍ୟମ କରି ଆସୁଛନ୍ତି। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ସବୁ ଲୋକଙ୍କୁ ମୁସଲମାନ ବୋଲି କହିବାର ଚତୁର ପ୍ରଚାର ବିଜେପି ଆରମ୍ଭ କରିଛି। ପ୍ରତି କଥାରେ ମୁସଲମାନଙ୍କୁ ଅପମାନିତ କରିବା, ସେମାନଙ୍କୁ ଉତ୍ତେଜିତ କରାଇବା ଭଳି ପରିସ୍ଥିତି ସୃଷ୍ଟି କରିବା ଏବଂ ସନ୍ତ୍ରାସବାଦ ସହିତ ଅକାରଣରେ ସେମାନଙ୍କୁ ଯୋଡିବାର ନିରନ୍ତର ପ୍ରୟାସ ଚାଲିଛି। ଦିଲ୍ଲୀର ଶାହିନ ବାଗରେ ଚାଲିଥିବା ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନକୁ ହିନ୍ଦୁ ବନାମ ମୁସଲମାନ ସଂଘର୍ଷ ଭାବେ ଦେଖାଇବାକୁ ବିଜେପିର ବଡ ନେତାମାନେ ପ୍ରବଳ ଉଦ୍ୟମ କରିଥିଲେ। ତେବେ ନେତାଙ୍କ ତୁଳନାରେ ଜନତା ଅଧିକ ବୁଦ୍ଧିମାନ, ଏକଥା ଦିଲ୍ଲୀର ଜନତା ପ୍ରମାଣିତ କରି ଦେଇଛନ୍ତି। ଧର୍ମ ଆଧାରରେ ବିଭାଜନ କରି ଭୋଟ ହାତେଇବାର ରଣନୀତି ଭୟଙ୍କର ଭାବେ ବିଫଳ ହୋଇଛି।

ତେବେ ଏହି ବିଫଳତାରୁ ବିଜେପି ଓ ସଂଘ ପରିବାର କିଛି ଶିକ୍ଷା ଲାଭ କରିଛନ୍ତି କି? ଏହାର ସ୍ପଷ୍ଟ ଉତ୍ତର ହେବ-ନା। ବିଜେପି ବିଲକୁଲ ନିଜର ସଂଖ୍ୟାଲଘୁ ବିରୋଧୀ ରାଜନୀତି ବନ୍ଦ କରିବାର ସମ୍ଭାବନା ନାହିଁ। ଦିଲ୍ଲୀ ବା ଝାଡଖଣ୍ଡରେ ହାରିବା ବିଜେପି ଲାଗି ସେତେ ବଡ ଚିନ୍ତାର ବିଷୟ ନୁହେଁ। ଧର୍ମୀୟ ବିଦ୍ଵେଷ ମାଧ୍ୟମରେ ଆସନ୍ତା ୨୦୨୧ ନିର୍ବାଚନରେ ପଶ୍ଚିମ ବଙ୍ଗ ଓ ୨୦୨୨ ରେ ଉତ୍ତର ପ୍ରଦେଶ ନିର୍ବାଚନରେ ବିଜେପି ନିଜକୁ ପ୍ରତିଷ୍ଠା ଦେବାକୁ ଉଦ୍ୟମ କରୁଛି। ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଖୋଲାଖୋଲି ସାମ୍ପ୍ରଦାୟିକ ରାଜନୀତି ଚଳାଇଛନ୍ତି। ଘୃଣା ଓ ବିଭାଜନ ବ୍ୟତୀତ ଆଦିତ୍ୟନାଥଙ୍କର ଏକ ଭିନ୍ନ ଏଜେଣ୍ଡା ରହିଛି। ମୋଦୀଙ୍କ ପରେ ବିଜେପି ନେତୃତ୍ଵ କାହା ପାଖକୁ ଯିବ? ଆଗାମୀ ଦିନରେ ବିଜେପିର ଶୀର୍ଷ କ୍ଷମତା ଲାଗି ହେବାକୁ ଥିବା ଲଢେଇରେ ଆଦିତ୍ୟନାଥ ପରବର୍ତ୍ତୀ ପିଢୀର ସବୁଠୁ ଉଗ୍ର ଚେହେରା ହେବାକୁ ଚାହୁଁଛନ୍ତି। ଆଦିତ୍ୟନାଥଙ୍କର ରାଜନୈତିକ ମୁଖ୍ୟ ଅସ୍ତ୍ର ହେଲା ସଙ୍ଖ୍ୟାଲଘୁଙ୍କ ପ୍ରତି ଭାରତୀୟଙ୍କ ମନରେ ଘୃଣା ଓ ବିଭାଜନର ଭାବନା ସୃଷ୍ଟି କରିବା,

ତେବେ ଭାରତୀୟ ଭୋଟର ଧର୍ମ ବା ସାମ୍ପ୍ରଦାୟିକ ପରିଚୟର ଆଧାରରେ ନାଗରିକତାକୁ ବିବେଚନା କରେନା। ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟିର ଯେଉଁ ପାଞ୍ଚଜଣ ମୁସଲମାନ ଭୋଟର ଜିତିଛନ୍ତି, ସେମାନଙ୍କର ବିଜୟ ବ୍ୟବଧାନ ୪୫୦୦୦ ରୁ ଅଧିକ। ଏଠି କେବଳ ଧର୍ମ ଭିତ୍ତିରେ ରାଜନୀତି ହରାଛି ବୋଲି କହି ହେବନାହିଁ। ଏହାର ବିପରୀତରେ ବିଜେପି ନିଜ ଧୃବୀକରଣ ଜାଲରେ ନିଜେ ଫସି ଯାଇଛି। ଦିଲ୍ଲୀ ର ଜନତା ବିଜେପିକୁ କ୍ଷୀରରେ ପଡିଥିବା ମାଛି ପରି ଘଉଡାଇ ଦେଇଛନ୍ତି।

ତେବେ ଧୃବୀକରଣ ରାଜନୀତି ଆଦୌ  ସଫଳ ହେଉ ନ ଥିବାରୁ ଏବେ ବିଜେପି ପଛଘୁଞ୍ଚା  ଦେବା ଆରମ୍ଭ କଲାଣି ବୋଲି ଭାବିବା ଆଦୌ ଠିକ ହେବନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

କାଜାଖସ୍ତାନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.