ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଗଞ୍ଜାମ ବସ୍ ଟ୍ରାଜେଡିରେ 10ଜଣଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗ ଚେତିଛି । ବ୍ରହ୍ମପୁର ବଡ଼ ମେଡିକାଲରେ ବର୍ଣ୍ଣ ୟୁନିଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ଣ୍ଣ ୟୁନିଟ ଖୋଲିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଏନେଇ ବ୍ୟବସ୍ଥା କରାଯିବ କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ବ୍ରହ୍ମପୁରରେ ବର୍ଣ୍ଣ ୟୁନିଟ୍ ନଥିବାରୁ କାଲି ଗୁରୁତରଙ୍କୁ କଟକ ପଠାଯାଇଥିଲା । ବସ୍ ଟ୍ରାଜେଡିରେ ଗୁରୁତର 7 ଜଣ କଟକରେ ଚିକିତ୍ସାଧୀନ ରହିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ : ଅଟୋ ଏକ୍ସପୋ 2020ରେ ପ୍ରଦର୍ଶିତ ହୋଇଛି ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ । ସୁଜୁକି ଏବଂ ପ୍ୟାଜିଓ ପରେ ତୃତୀୟ କମ୍ପାନୀ ଭାବରେ ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ କରିଛି ଇଭୋଲ୍ଟ । ଇଭୋଲ୍ଟ ହକ୍ ନାମରେ ନାମିତ ଏହି ବାଇକ୍ଟିର ସର୍ବାଧିକ ବେଗ 120 କିମି ରହିଛି । ଆସନ୍ତା ଜୁନ୍ ମାସ ଶେଷ ସୁଦ୍ଧା ଏହି ବାଇକ୍ ଭାରତୀୟ ବଜାରରେ ପ୍ରବେଶ କରିବ । ଗୋଟିଏ ଥର ଚାର୍ଜ ହେଲେ ଏହି ବାଇକ୍ଟି 150 କିମି ଯାତ୍ରା କରିବ । ଏହି ବାଇକ୍ଟିରେ 3 କିଲୋ ଓ୍ବାଟର ଚାର୍ଜର ରହିଥିବା ବେଳେ 5 ଘଣ୍ଟାରେ ବ୍ୟାଟେରୀଟି ଏହା ଫୁଲ ଚାର୍ଜ ହୋଇଥାଏ । ବାଇକ୍ଟି ବ୍ଲ୍ୟୁ ଏବଂ ସିଲ୍ଭର ରଙ୍ଗରେ ଉପଲବ୍ଧ ହେବ । (ଏଜେନ୍ସି)
ନୂଆଦିଲ୍ଲୀ : ଶାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି । ଏହା ଉପରେ କୌଣସି ରାୟ ଦେଇନଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ସମାଲୋଚନା କରିଛନ୍ତି । ଆନ୍ଦୋଳନ ନାମରେ କୌଣସି ରାସ୍ତାକୁ ଆପଣ ସର୍ବଦା ବନ୍ଦ କରିବେ ନାହିଁ । ଶାହିନ୍ବାଗ ଆନ୍ଦୋଳନକୁ ନେଇ ଦାଖଲ କରାଯାଇଥିବା ବିଭିନ୍ନ ସର୍ବସାଧାରଣ ଯାଚିକା ଉପରେ ବିଚାର କରି ଦୁଇ ଜଣିଆ ଖଣ୍ଡପୀଠ ଏହା କହିଛନ୍ତି । ଅପର ପକ୍ଷର ଉତ୍ତର ଶୁଣିବା ପରେ ଆସନ୍ତା 17 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଜଣାପଡିଛି । ଏହା ସହିତ ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୋଲିସ୍କୁ ନୋଟିସ୍ ଜାରି କରିଛନ୍ତି । ଜଷ୍ଟିସ୍ ସଞ୍ଜୟ କିଶାନ କୌଲ୍ ଏବଂ ଜଷ୍ଟିସ୍ କେ ଏମ୍ ଯୋଶେଫ୍ ଏହି ମାମଲାର ଶୁଣାଣି କରିଥିଲେ । ଆନ୍ଦୋଳନ ପାଇଁ ଏକ ଜାଗା ସ୍ଥିରୀକୃତ ରହିବା ଆବଶ୍ୟକ ।…
ସମୀକ୍ଷା ବ୍ୟୁରୋ କଟକ : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ସଂଜୀବ ପାଣିଗ୍ରାହୀ । ଶପଥ ପାଠ କରାଇଲେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଂଜୁ ପଣ୍ଡା । ସଂଜୀବଙ୍କ ଶପଥ ଗ୍ରହଣ ପରେ ହାଇକୋର୍ଟ ବିଚାରପତି ସଂଖ୍ୟା 14କୁ ବୃଦ୍ଧି ପାଇଲା । ସଂଜୀବ ପାଣିଗ୍ରାହୀଙ୍କ ଜନ୍ମ ବଲାଙ୍ଗୀରରେ ଓ ସେ ଦୀର୍ଘ ବର୍ଷ ଧରି ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲାତି କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ଏବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ସମେତ 13 ଜଣ ବିଚାରପତି ରହିଛନ୍ତି।
ପାଟନା : ବିହାରର ଗାନ୍ଧୀ ମୈଦାନରେ ଏକ ବିସ୍ଫୋରଣ ଘଟି 6 ଜଣ ଆହତ ହୋଇଛନ୍ତି । ଏହି ବିସ୍ଫୋରଣରେ ଆହତଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଦୁଇ ଜଣ ଶିଶୁ ରହିଥିବା ଜଣାପଡିଛି । ବିହାରର ରାଜଧାନୀ ପାଟନାସ୍ଥିତ ଗାନ୍ଧୀ ମୈଦାନରେ ସୋମବାର ଏହି ବିସ୍ଫୋରଣ ଘଟିଥିଲା । ସମସ୍ତ ଆହତଙ୍କୁ ପାଟନା ସ୍ଥିତ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ରେ ସମସ୍ତ 6 ଜଣ ଆହତଙ୍କୁ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣର ପ୍ରଭାବ ଏତେ ଭୟଙ୍କର ରହିଥିଲା ଯେ ମୈଦାନ ନିକଟସ୍ଥ ଦୁଇଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଜାରି ରହିଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଗତକାଲି ଗଞ୍ଜାମଠାରେ ବସ୍ରେ 11 କେଭି ତାର ଲାଗି ନିଆଁ ଲାଗି 10 ମୃତ ଘଟଣାକୁ ନେଇ ଲୋକସେବା ଭବନରେ ସମୀକ୍ଷା ବୈଠକ ଚାଲିଥିବାବେଳେ ଦୋଷକୁ ନେଇ ଠେଲାପେଲା ହେଉଥିବାର ଖବର ମିଳିଛି । ପ୍ରାଥମିକ ତଦନ୍ତ ରିପୋର୍ଟର ତର୍ଜମା ବେଳେ ବସ୍ ଟ୍ରାଜେଡି ପାଇଁ ବିଭିନ୍ନ ବିଭାଗ ମଧ୍ୟରେ କାଦୁଆ ଫିଙ୍ଗା ଜାରି ରହିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ସାଉଥ୍କୋ ଦୋଷ ଲଦିଥିବାବେଳେ ଦାୟିତ୍ବରେ ଅବେହଳା ପାଇଁ 4 ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି । ଗଞ୍ଜାମ ଇଲେକ୍ଟ୍ରିକାଲ୍ ଡିଭିଜନ୍ ଜେଇ, ସହକାରୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ, ଓ ସହକାରୀ ଯନ୍ତ୍ରୀଙ୍କୁ ସସ୍ପେଣ୍ଡ କରାଯାଇଛି ।
ଆସ୍ଥା-ପରମ୍ପରା ବନାମ ମୌଳିକ ଅଧିକାର ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ୍କୋର୍ଟ । ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଉଠୁଥିବା ଆଇନଗତ ପ୍ରଶ୍ନଗୁଡ଼ିକ ବୃହତ୍ତର ଖଣ୍ଡପୀଠକୁ ପଠାଯାଇ ଏହାର ବିଚାର କରାଯିବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି । ଭାରତର ପ୍ରଧାନ ବିଚାରପତି ଏସ୍. ଏ. ବୋବଡ଼େଙ୍କ ନେତୃତ୍ୱାଧୀନ ୯ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠଙ୍କ ଆଗରେ ଆସନ୍ତା 17 ତାରିଖଠାରୁ ପ୍ରତ୍ୟେହ ଶୁଣାଣି ଆରମ୍ଭ ହେବ। ବହୁ ଚର୍ଚ୍ଚିତ ଶାବରୀମାଳା ମାମଲାର ଶୁଣାଣି ପାଇଁ ସାତଟି ପ୍ରଶ୍ନ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହି ଆଧାରରେ ଏହି ମାମଲାରେ ଶୁଣାଣି ଆରମ୍ଭ କରାଯିବ । ସୁପ୍ରିମ୍କୋର୍ଟଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ସତୋଟି ପ୍ରଶ୍ନଗୁଡ଼ିକ ମଧ୍ୟରେ ରହିଛି – ଧାର୍ମିକ ସ୍ବତନ୍ତ୍ରତାର ଆଧାର କ’ଣ ? ପରମ୍ପରା ବିରୋଧୀ ଧାର୍ମିକ ସ୍ବତନ୍ତ୍ରତା ଓ ଧାର୍ମିକ ସମ୍ପ୍ରଦାୟଙ୍କ ମାନ୍ୟତା ଅନୁସାରେ ସ୍ବତନ୍ତ୍ରତା କ’ଣ ଅଟେ ମୌଳିକ ଅଧିକାରରେ କ’ଣ ଧାର୍ମିକ ସମ୍ପ୍ରଦାୟ ଅନ୍ତର୍ଗତ କି ନୁହେଁ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଗତକାଲି ବ୍ରହ୍ମପୁରରେ 11 କେଭି ବିଦ୍ୟୁତ ତାର ଲାଗି ବସ୍ ଯାତ୍ରୀ ମୃତାହତ ଘଟଣାକୁ ନେଇ ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଏହି ବସ୍ ଟ୍ରାଜେଡିା ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି, କମିଟି ଏନେଇ ରିପୋର୍ଟ ଦେବ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ । ଶକ୍ତି ବିଭାଗର ସୁପରିଟେଣ୍ଡେଣ୍ଟ, ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ନେଇ କମିଟି ଗଠିତ ହୋଇଛି । ଆଜି ଏନେଇ ଲୋକସଭା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପରିବହନ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । କିପରି ଓ କାହିଁକି ଦୁର୍ଘଟଣା ହେଲା ସେ ନେଇ ଆଲୋଚନା ହେବା ସହିତ ସେହିପରି ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ତାର ଉପରେ ବି ଆଲୋଚନା କରାଯାଉଛି ।
ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଯୁଜୁରାଙ୍ଗ ମା ବୀଣାପାଣି ସାସ୍କୃତିକ ଅନୁଷ୍ଠାନର ସପ୍ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି କୁଳମଣି ସିଂହ ଓ ଉମାଶଙ୍କର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ସନ୍ତୋଷ ଶତପଥୀ ଓ ପ୍ରଫେସର ପ୍ରବୀଣ କୁମାର ମହାନ୍ତି, ପୂର୍ବ ଅଧ୍ୟକ୍ଷ ମୋହନଲାଲ୍ ଅଗ୍ରଓ୍ବାଲ ଓ ଅନିରୁଦ୍ଧ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଉତ୍ସବରେ ଚନ୍ଦ୍ରକାନ୍ତି ଓ ସୁନନ୍ଦ ସଂଗୀତ ଗାନ କରିଥିଲେ । ଏହି ଅବସରରେ ଉମାଶଙ୍କର ଗଳ୍ପରତନ ସମ୍ମାନ ଓ ନରୋତ୍ତମ ପାତ୍ରଙ୍କୁ ସମାପିତ ସାହିତ୍ୟ ସୃଷ୍ଟି ଓ ଗୀତାଞ୍ଜଳି ମହାନ୍ତି କବି ସମ୍ମାନ, ବ୍ୟଙ୍ଗ କଳାକାର ଓମ୍ ପ୍ରକାଶ ମାଝୀଙ୍କୁ ବ୍ୟଙ୍ଗ ସମ୍ମାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଯୁଜୁରାଙ୍ଗ ମା’ ବୀଣାପାଣି ସାଂସ୍କୃତି ଅନୁଷ୍ଠାନ ଓ ଗ୍ରାମବାସୀ ସହଯୋଗ କରିଥିଲେ ।
ରମେଶ ମହାନ୍ତି ଜଗତସିଂହପୁର: ଛତୁ ଫୁଟିଲା ପରି ମଦ ଦୋକାନ ଖୋଲିବାରେ ଲାଗିଛି। ଦୋକାନୀଙ୍କ ଟାର୍ଗେଟ୍ ପୂରଣ କରିବା ପାଇଁ ଅବକାରୀ ବିଭାଗର କେତେକ କର୍ମଚାରୀ ଦୋକାନୀଙ୍କ ପ୍ରତିନିଧି ସାଜି କାର୍ଯ୍ୟ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଜଗତସିଂହପୁର ଅବକାରୀ ବିଭାଗ ସମୟେ ସମୟେ ଚୋରା ମଦ ବ୍ୟବସାୟୀଙ୍କ ଉପରେ ଚଢାଉ କରି ବାହା ବାହା ନେଉଥିଲା ବେଳେ ତିର୍ତ୍ତୋଲ, ରାହାମା ଅଂଚଳରେ ଏକ ଚୋରା ମାଦକଦ୍ରବ୍ୟ କାରବାର ଚିନ୍ତାଜନକ ପରିସ୍ଥିତି ସୃଷ୍ଟିକରିଛି। କଟକ-ପାରାଦ୍ୱୀପ ମୁଖ୍ୟ ରାସ୍ତା କଡରେ ଥିବା ତିର୍ତ୍ତୋଲ ବଜାର ଓ ରାହାମା ବଜାର ବ୍ୟବସାୟର ମୁଖ୍ୟ ପେଣ୍ଠସ୍ଥଳି ହୋଇଥିବାରୁ ଏହି ବଜାର ମଧ୍ୟରେ ଚୋରା ମାଦକଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏମିତିକି ତିର୍ତ୍ତୋଲରେ ଅବକାରୀ ଅଫିସ୍ ଥିବା ସତ୍ତ୍ୱେ ନିକଟସ୍ଥ ତିର୍ତ୍ତୋଲ ବଜାରରେ ଏବେ ଦିନରାତି ବେଧଡକ ଭାବେ ଚାଲିଛି ଖୁଲମଖୁଲ୍ଲା ଚୋରା ମଦବ୍ୟବସାୟ। ସନ୍ଧ୍ୟା ହେବା କ୍ଷଣି ବଜାରରେ ଆରମ୍ଭ ହେଉଛି ମଦୁଆଙ୍କ ତାଣ୍ଡବ।…
ନୂଆଦିଲ୍ଲୀ : ଅନୁସୂଚିତ ଜାତି ଏବଂ ଜନଜାତି ସଂଶୋଧନ ଆଇନ୍ -2018କୁ ନେଇ ସୁପ୍ରିମ୍କୋର୍ଟଙ୍କ ତରଫରୁ କେନ୍ଦ୍ର ସରକାରକୁ ବଡ ଆଶ୍ବସ୍ତି ମିଳିଛି । ସଂଶୋଧିତ ଏସ୍ସି/ଏସ୍ଟି ଆଇନର ସାମ୍ବିଧାନିକ ବୈଧତାକୁ କାଏମ ରଖିଛନ୍ତି ସୁପ୍ରିମ୍କୋର୍ଟ । ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ୍ ବିନୀତ ଶରଣ ଓ ଜଷ୍ଟିସ୍ ରବୀନ୍ଦ୍ର ଭଟ୍ଟଙ୍କ ଦ୍ବାରା ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଏସ୍ସି-ଏସ୍ଟି ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ ଦେଉଥିବା ଯାଚିକାକୁ ଖାରଜ କରିଛନ୍ତି । ଏବେ ଏସ୍ସି-ଏସ୍ଟି ସଂଶୋଧନ ଆଇନ୍ ଅନୁସାରେ ମାମଲା ରୁଜୁ ହେଲେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ । ମାମଲା ରୁଜୁ ହେବା ପୂର୍ବରୁ ପ୍ରାଥମିକ ଯାଞ୍ଚ ହେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ସୂଚନାଯୋଗ୍ୟ ଯେ, 2018 ମସିହାରେ ସୁପ୍ରିମକୋର୍ଟ ଅନୁସୂଚିତ ଜାତି/ଜନଜାତି ଆଇନ ଆଧାରରେ ତୁରନ୍ତ ଗିରଫଦାରୀ ଉପରେ ରୋକ୍ ଲଗାଇଥିଲେ । (ଏଜେନ୍ସି)
ଲଣ୍ଡନ୍: ଓସ୍କାର ୨୦୨୦ରେ ଚଳିତ ବର୍ଷ ସାଉଥ କୋରିଆ ବାଜି ମାରିନେଇଛି। ପ୍ରଥମଥର ପାଇଁ ସାଉଥ୍ କୋରିଆନ୍ ଫିଲ୍ମ ଓସ୍କାର ପୁରସ୍କାର ହାତେଇଛି। ଫିଲ୍ମ ‘ପାରାସାଇଟ୍’କୁ ସର୍ବଶ୍ରେଷ୍ଠ ଫିଲ୍ମର ପୁରସ୍କାର ମିଳିଛି। ଏହି ଫିଲ୍ମଟି ଶ୍ରେଷ୍ଠ ଫିଲ୍ମ ସହ ଶ୍ରେଷ୍ଠ ଅରିଜିନାଲ୍ ସ୍କ୍ରିନ୍ ପ୍ଲେ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଇଣ୍ଟରନ୍ୟାସନାଲ୍ରେ ମଧ୍ୟ ଶ୍ରେଷ୍ଠତା ବଜାୟ ରଖିଛି। ସର୍ବମୋଟ ଫିଲ୍ମଟି ୪ଟି ପୁରସ୍କାର ହାତେଇଛି। ଫିଲ୍ମଟିରେ ଗରିବ ଓ ଧନୀ ମଧ୍ୟରେ ରହିଥିବା ପ୍ରଭେଦକୁ ଅତି ସୁନ୍ଦର ଭାବରେ ପ୍ରଦର୍ଶିତ କରାଯାଇଛି। ଫିଲ୍ମଟିରେ ରହିଥିବା ଟ୍ରାଜିକ୍ କମେଡିର ତଡ୍କା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ତେବେ ଚର୍ଚ୍ଚାରେ ବିଷୟ ହେଉଛି ଯେ, ପ୍ରଥମଥର ପାଇଁ ବିଦେଶୀ ମୂଳ ଭାଷାର ଫିଲ୍ମ ଓସ୍କାରରେ ସମ୍ମାନିତ ହୋଇଛି। ତେବେ ପାରାସାଇଟ୍ ପ୍ରଥମ ଏସିଆନ୍ ଫିଲ୍ମ, ଯାହା ଓସ୍କାର ସମ୍ମାନରେ ସମ୍ମାନିତ ହୋଇଛି। ସେହିପରି ଓସ୍କାର ଆଓ୍ବାର୍ଡରେ ଶ୍ରେଷ୍ଠ ଅଭିନେତା ଭାବେ ‘ଜୋକର୍’ର ଅଭିନେତା ଓ୍ବାକିନ୍ ଫିନିକ୍ସଙ୍କୁ…
ସମୀକ୍ଷା ବ୍ୟୁରୋ ଚାନ୍ଦବାଲି : ଚାନ୍ଦବାଲି ନିକଟରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ଜଳି ଗଲା ବାଇକ୍ । ଅଳ୍ପକେ ବର୍ତ୍ତିଯାଇଛନ୍ତି ଦାଦା-ପୁତୁରା, ସାମାନ୍ୟ ଆହତ ହୋଇଛନ୍ତି । ଧାମରା ଥାନା ଗୁଆଁଳ ନିକଟରେ ଏହି ଦୁର୍ଘଟଣା ଘଟିଛି । ନିକଟସ୍ଥ ବଜାରକୁ ଯାଉଥିବାବେଳେ ବିଦ୍ୟୁତ ଖୁଣ୍ଟରୁ ଛିଣ୍ଡି ପଡିଥିଲା ତାର । ଗତକାଲି ବ୍ରହ୍ମପୁରରେ ବସରେ ୧୧କେଭି ତାର ଲାଗି ବସ୍ଟି ଜଳିଯାଇଥିବାବେଳେ 10 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ 35ରୁ ଉର୍ଦ୍ଧ୍ଵ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସାତଜଣ କଟକ ଏସ୍ସିବିରେ ଚିକିତ୍ସିତ ହେଉଥିବାବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ଭୁବନେଶ୍ୱର, ସାଧରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ୧୫ଦିନିଆ ରାଜ୍ୟସ୍ତରୀୟ ଆଦିବାସୀମେଳା ଗତକାଲି ଶେଷ ହୋଇଛି । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ ବିାଭଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ସୁରୁଖୁରୁରେ ମେଳା ଆୟୋଜନ ଲାଗି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ପ୍ରଥମଥର ପାଇଁ ମେଳା ପରିସରରେ ଆୟୋଜିତ ହେଇଥିବା ଜାତୀୟ ଜନଜାତି ଖାଦ୍ୟ ମେଳା ଓ ଜନଜାତି କଳା ପ୍ରଦର୍ଶନକୁ ନେଇ ଶ୍ରୀମତୀ ଚୋପ୍ରା ଖୁସି ବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ମେଳାର କଳେବର ଯେଭଳି ଆହୁରି ବୃଦ୍ଧି ପାଇବ ସେ ଦିଗରେ ପଦକ୍ଷେପ ନେବାକୁ କହିଥିଲେ । ମେଳାର ଆୟୋଜକ ତଥା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଡକ୍ଟର ଅଖିଳ ବିହାରୀ ଓତା ଚଳିତବର୍ଷ ମେଳାର ସଫଳ ଆୟୋଜନ ଲାଗି ସମସ୍ତଙ୍କ ସହଯୋଗ…
ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ନିଜ ଦୁଇ ଛୁଆଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ରବିବାର ଜଣେ 44 ବର୍ଷୀୟ ବ୍ୟକ୍ତି ନିଜ ପୁଅ ଝିଅଙ୍କୁ ହତ୍ୟଶ କରିବା ପରେ ନିଜେ ମେଟ୍ରୋ ଟେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଘରେ ସ୍ତ୍ରୀ ନଥିବାରୁ ସେ ବଞ୍ଚିଯାଇଛନ୍ତି । ତେବେ ବ୍ୟକ୍ତି ଜଣକ ବ୍ୟବସାୟ ଯୋଗୁଁ ମାନସିକ ଚାପରେ ରହୁଥିଲେ । ଶେଷରେ ଏ ଏପରି କଠୋର ନିଷ୍ପତ୍ତି ନେଇଛନ୍ତି । ଦୁଇ ନିରୀହଙ୍କ ଜୀବନ ନେବା ସହିତ ନିଜ ଜୀବନକୁ ଶେଷ କରିଛନ୍ତି । ଆତ୍ମହତ୍ୟା କରିଥିବା ବ୍ୟକ୍ତିଜଣକ ନାମ ହେଉଛି ମଧୁର ମଲାନି। ଦିଲ୍ଲୀ ଶାଲିମାର୍ ବାଗ ଅଞ୍ଚଳରେ ରହୁଥିଲେ । ମୃତ୍ୟୁବରଣ କରିଥିବା ଦୁଇ ଛୁଆଙ୍କ ମଧ୍ୟରେ 14 ବର୍ଷର ଝିଅ ସମୀକ୍ଷା ଓ 6 ବର୍ଷର ପୁଅ ଶ୍ରେୟାଂଶ ରହିଛନ୍ତି । ଦୁହିଁଙ୍କ ବେକ ଚିପି ହତ୍ୟା କରିଥିବାର ଜଣାପଡିଛି…
ସମୀକ୍ଷା ବ୍ୟୁରୋ ଉଦଳା : ଜଣେ ନବ ବିବାହିତାଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ହୋଇଛି । କପ୍ତିପଦା ଥାନା ଉପରଖୁଣ୍ଟା ଗାଁରେ ପିଟିପିଟି ହତ୍ୟା କରାଯାଇଥିବାର ସୂଚନା ମିଳିଛି । ସ୍ତ୍ରୀଙ୍କୁ ପିଟି ମାରିବା ଅଭିଯୋଗରେ ଅଭିଯୁକ୍ତକୁ ସ୍ବାମୀକୁ ଅଟକ ରଖାଯାଇଛି। ମାସେ ତଳେ ଅଭିଯୁକ୍ତ ଜଣକ ଭଦ୍ରକ ରାଣିତାଲର ଜଣଙ୍କୁ ପ୍ରେମ ବିବାହ କରିଥିଲେ । ବାହାଘରେ ପରେ ଲକ୍ଷେ ଟଙ୍କା ମାଗିଥିବାର ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ । କପ୍ତିପଦା ଥାନାରେ ଏତଲା ପରେ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରାଯାଇଛି । ମୃତ୍ୟୁବରଣ କରିଥିବା ବିବାହିତା ଜଣକ ନାବାଳିକା ଥିବାର ସୂଚନା ମିଳିଛି ।
ବେଜିଂ/ନୂଆଦିଲ୍ଲୀ : ଚୀନରେ ସୃଷ୍ଟି ହୋଇଥିବା କରୋନା ଭାଇରସ୍ କାୟା ବିସ୍ତାର କରି ଚାଲିଛି । ଏଯାଏଁ 902 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଗଣମାଧ୍ୟମକୁ ମିଳିଥିବା ତଥ୍ୟ ଅନୁସାରେ 2002 ଓ 2003ରେ ସାର୍ସ ସଂକ୍ରମଣ ଯୋଗୁଁ 774 ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ 8096ଲୋକ ସଂକ୍ରମଣର ଶିକାର ହୋଇଥିଲେ । ସେହିଭଳି ସମଗ୍ର ଚୀନରେ କରୋନା ଭାଇରସ୍ରେ 40 ହଜାରରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । କରୋନା ଭାଇରସ ଏବେ 24 ଟି ଦେଶକୁ ବ୍ୟାପିଛି । ଏପରିକି କରୋନା ଭାଇରସ୍ ସଂପର୍କରେ ଯେଉଁ ଡାକ୍ତର ପ୍ରଥମେ ଲୋକମାନଙ୍କୁ ସତର୍କ କରାଇଥିଲେ, ଶେଷରେ ଏହି ମାରାତ୍ମକ କରୋନା ହିଁ ତାଙ୍କର ଜୀବନ ନେଇଛି। କରୋନା ସଂକ୍ରମଣରେ ଆସିବା ଫଳରେ ଡାକ୍ତର ଲି ୱେନ୍ଲିଆଙ୍ଗ୍ଙ୍କ ମୃତ୍ୟୁ ଘଟିଛି।
Kolkata: School students participate in “Save Environment, Save Earth” awareness rally, in Kolkata on Feb 9, 2020. (Photo: Kuntal Chakrabarty/IANS)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବା ଘଟଣାରେ 9 ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ 9 ଜଣ ମୃତକଙ୍କ ପରିଚୟ ମିଳିଛି । ମୃତକ ମାନେ ହେଉଛନ୍ତି ବି ଏରେମା ରେଡ୍ଡୀ, ବି ଆଚିଆମ୍ମା ରେଡ୍ଡୀ, କେ ସଂଧ୍ୟା, କାମରାଜୁ ରେଡ୍ଡୀ, ବି ମୋହିନି, ବି ରାମେୟା, ସି,ଏଚ ତୁଳସୀ ଆମ୍ମା, ସନ୍ତୋଷୀନି ସାହୁ ଏବଂ ତନୟା ରେଡ୍ଡୀ । ସମସ୍ତ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ଆହତ ମାନଙ୍କୁ ମାଗଣା ଚିକିତ୍ସା ନେଇ ଘୋଷଣା କରାଯାଇଛି । (ଏଜେନ୍ସି)
ମୁମ୍ବାଇ : ଅବୈଧ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବା ପାଇଁ ରାଜ୍ ଠାକ୍ରେ ଏକ ମେଗା ରାଲି କରିଛନ୍ତି । ଏହା ସହିତ ସିଏଏ, ଏନ୍ଆର୍ସି ଏବଂ ଏନ୍ପିଆରକୁ ନେଇ ନିଜର ସମର୍ଥନ ଜାହିର କରିଛନ୍ତି ରାଜ୍ ଠାକ୍ରେ । ଏହା ସହିତ ସିଏଏ, ଏନ୍ଆର୍ସି ଏବଂ ଏନ୍ପିଆରକୁ ନେଇ ବିରୋଧାଭାସ ପ୍ରଦର୍ଶନ କରୁଥିବା ସମ୍ପ୍ରଦାୟଙ୍କ ବିରୋଧରେ ଏଣିକି ରାଲି କରାଯିବ ବୋଲି ରାଜ୍ ଠାକ୍ରେ କହିଛନ୍ତି । ଦେଶରେ ଦୁଇ କୋଟିରୁ ଅଧିକ ପାକିସ୍ତାନୀ ଏବଂ ବାଂଲାଦେଶୀ ନାଗରିକ ରହିଛନ୍ତି । ଏମାନଙ୍କୁ ଦେଶରୁ ବାହାର କରିବା ପାଇଁ ଏକ ମିଶନର ଆବଶ୍ୟକତା ରହିଛି ବୋଲି ରାଜ୍ ଠାକ୍ରେ କହିଛନ୍ତି । ଖଣ୍ଡାର ଜବାବ ଖଣ୍ଡା ଏବଂ ପଥରର ଜବାବ ପଥରେ ଦିଆଯିବ । ତେଣୁ ଅବୈଧ ଅନୁପ୍ରବେଶକାରୀଙ୍କ ସପକ୍ଷରେ ଦେଶର ମୁସଲମାନ ଯଦି ଶୋଭାଯାତ୍ରା ବାହାର କରିବେ ତେବେ ତା ବିରୋଧରେ ମଧ୍ୟ ଶୋଭାଯାତ୍ରା କରାଯିବ ବୋଲି ଏମ୍ଏନ୍ଏସ୍…
ନୂଆଦିଲ୍ଲୀ : ଶନିବାର ଦିଲ୍ଲୀରେ ସମାପ୍ତ ହୋଇଥିବା ମତଦାନରେ 62 ପ୍ରତିଶତ ମତଦାନ ହୋଇଛି । ରବିବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ନିର୍ବାଚନକୁ 22 ଘଣ୍ଟା ବିତିଯାଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡାନ୍ତ ମତଦାନ ପ୍ରତିଶତ ଘୋଷଣା କରାଯାଇନଥିଲା । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଶ୍ନ ଉଠାଇବାରୁ ଶେଷରେ ନିର୍ବାଚନ କମିଶନଙ୍କ ପକ୍ଷରୁ ମତଦାନ ପ୍ରତିଶତ ଘୋଷଣା କରାଯାଇଛି । ରବିବାର ସନ୍ଧ୍ୟାରେ ନିର୍ବାଚନ କମିଶନଙ୍କ ପକ୍ଷରୁ 62.59 ପ୍ରତିଶତ ମତଦାନ ହୋଇଥିବା ନେଇ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, 2015 ବିଧାନସଭା ନିର୍ବାଚନରେ 67.12 ପ୍ରତିଶତ ମତଦାନ ହୋଇଥିଲା । (ଏଜେନ୍ସି)

