ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିଓ୍ବାଲଙ୍କ ରାଜନୈତିକ ଦଳ ଆମ୍ ଆଦ୍ମୀ ପାର୍ଟି ବହୁମତ ହାସଲ କରି ବିଜୟୀ ହେବାକୁ ଯାଉଥିବା ବେଳେ ଅରବିନ୍ଦ କେଜ୍ରିଓ୍ବାଲ ନିଜ ପତ୍ନୀଙ୍କୁ ଏକ ଉପହାର ଦେଇଛନ୍ତି । ପତ୍ନୀ ସୁନୀତା କେଜ୍ରିଓ୍ବାଲଙ୍କ ଜନ୍ମଦିନରେ ଆପ୍ ବିଜୟୀ ହେବା ସହିତ ନିଜେ କେଜ୍ରିଓ୍ବାଲ ମଧ୍ୟ ବିଜୟୀ ହୋଇ ଉପହାର ଦେଇଛନ୍ତି । ବିଜୟ ଖବର ସ୍ପଷ୍ଟ ହେବା ପରେ କେଜ୍ରିଓ୍ବାଲ ଦମ୍ପତ୍ତି ପରସ୍ପରକୁ କେକ୍ ଖୁଆଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମଙ୍ଗଳବାର ସୁନୀତା କେଜ୍ରିଓ୍ବାଲ 54 ବର୍ଷରେ ପଦାର୍ପଣ କରିଛନ୍ତି । ବିଭିନ୍ନ ଆପ୍ କର୍ମୀ ଏବଂ ଟ୍ବିଟ୍ଟର ବ୍ୟବହାରକାରୀ ଟ୍ବିଟ୍ କରି କେଜ୍ରିଓ୍ବାଲ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)
Author: Samikhsya Bureau
କଟକ-କଟକ ଏସସିବି ମେଡିକାଲ କଲେଜର ଡାକ୍ତରମାନେ ଏକ କିଡନକୁ ଭୁବନେଶ୍ବରରୁ ନେଇ କଟକରେ ରୋପଣ କରିପାରିଥିଲେ। ଏପରି କାମ ସଫଳତାର ସହ କରିଥିବାରୁ ମେଡିକାଲର ଡାକ୍ତରମାନଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତର ହଂସିଣା ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଯିବା ସହିତ ଦେଢ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ସୂଚନାଯୋଗ୍ୟ ଯେ, ହଂସିଣାର ଗୌରାଙ୍ଗ ସୂତାରଙ୍କ ଘରେ ଗତକାଲି ରାତିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ସବୁ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଥିଲା। କୁଜଙ୍ଗ ତହସିଲଦାର ପ୍ରଭାସ ଚନ୍ଦ୍ର ବେଉରାଙ୍କ ନିର୍ଦ୍ଦେଶ କ୍ରମେ ଆରଆଇ ତଦନ୍ତ କରିବା ସହିତ ଏକ ପାଲ ପ୍ରଦାନ କରିଛନ୍ତି। ପୀଡିତଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ସ୍ଥାନୀୟ ଜନ ସାଧାରଣ ଦାବି କରିଛନ୍ତି।
ନୂଆଦିଲ୍ଲୀ : ପ୍ରଚଣ୍ଡ ବହୁମତ ସହିତ ପୁନର୍ବାର କ୍ଷମତାକୁ ଫେରିବା ସ୍ପଷ୍ଟ ହୋଇଥିବା ବେଳେ ଦିଲ୍ଲୀର ଜନତାଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଅପରାହ୍ନ 3.30 ସୁଦ୍ଧା ଆପ୍ର ପ୍ରାର୍ଥୀ 25ଟି ଆସନରେ ବିଜୟୀ ହୋଇଥିବା ବେଳେ କେଜ୍ରିଓ୍ବାଲ ପ୍ରେସ୍ ମିଟ୍ କରି ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଜେପି 7ଟି ଆସନରେ ଆଗୁଆ ରହିଥିବା ବେଳେ ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଦିଲ୍ଲୀର ପୁଅକୁ ଦିଲ୍ଲୀବାସୀ ଜିତାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ବୋଲି କେଜ୍ରିଓ୍ବାଲ କହିଥିଲେ । ଏହି ପ୍ରେସ୍ମିଟ୍ରେ ଦିଲ୍ଲୀ ବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ସନ୍ଧ୍ୟାରେ ଆପ୍ କାର୍ଯ୍ୟାଳୟରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ଶୋ ସମ୍ପର୍କରେ ଘୋଷଣା କରିଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ମୁଜାଫରପୁର ଆଶ୍ରୟସ୍ଥଳୀ ଯୌନ ନିର୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରିଜେଶ ଠାକୁରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ବ୍ରିଜେଶଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବ୍ରିଜେଶ ମହିଳା ଆଶ୍ରୟସ୍ଥଳୀର ଏକାଧିକ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ପ୍ରଦାନ କରିବା ସହିତ ଆକ୍ରମଣ କରିଥିଲେ । ଜାନୁୟାରୀ 20 ତାରିଖରେ ବ୍ରିଜେଶଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ମଙ୍ଗଳବାର ଦିନ କୋର୍ଟ ଦଣ୍ଡ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସେଲ୍ଟର ହୋମ୍ରେ ଅନ୍ତେବାସୀଙ୍କୁ ନିର୍ଯାତନା ଏବଂ 11 ଜଣ ଛାତ୍ରୀଙ୍କ ହତ୍ୟା ମାମଲାରେ ବ୍ରିଜେଶ ବିରୋଧରେ ମାମଲା ରୁଜୁ କରାଯାଇଥିଲା । (ଏଜେନ୍ସି)
କେଦାର ମିଶ୍ର ଦିଲ୍ଲୀରେ ଆମ ଆଦମି ପାର୍ଟିର ବିଜୟ ହେବ, ଏକଥା ଜଣା ପଡୁଥିଲା। ହେଲେ ଏହି ବିଜୟ ଯେ ୨୦୧୫ ବିଜୟ ସହିତ ସମାନ ହେବ, ଏକଥା କେହି ଚିନ୍ତା କରିନଥିଲେ। ଏହି ରିପୋର୍ଟ ଲେଖା ହେଲାବେଳକୁ ଆପ ୬୩ ଆସନରେ ଆଗୁଆ ରହିଛି। ଗତ ନିର୍ବାଚନରେ ଆପ ୭୦ରୁ ୬୭ ଆସନ ଜିତିଥିବା ବେଳେ ପାଞ୍ଚ ବର୍ଷର ଶାସନ ପରେ ମଧ୍ୟ ୬୦ ରୁ ଅଧିକ ଆସନ ବଜାୟ ରଖିବା, ଏକ ଐତିହାସିକ ଘଟଣା ବୋଲି କୁହାଯାଇପାରିବା। ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିୱାଲଙ୍କ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବରେ ଖୋଦ ବିଜେପିର ଦ୍ଵିତୀୟ ବଡ ନେତା ଅମିତ ଶାହ ଲଢେଇ କରୁଥିଲେ। (ଅମିତ ଶାହ ଯଦିଓ ନିର୍ବାଚନ ଲାଢୁ ନଥିଲେ, ହେଲେ ଅରବିନ୍ଦଙ୍କ ବିରୋଧରେ ତାଙ୍କ ନେତୃତ୍ବରେ ହିଁ ନିର୍ବାଚନ ପ୍ରଚାର ଚାଲିଥିଲା)ବିଜେପିର ସବୁ ପ୍ରକାର ରାଣା କୌଶଳ ଓ ବିଭାଜନକାରୀ ରାଜନୀତି ସତ୍ତ୍ୱେ ଅରବିନ୍ଦ କେଜ୍ରିୱାଲଙ୍କର ଏ ବିପୁଳ…
ମାଉଣ୍ଟ ମନ୍ଗାଉନି : ମାଉଣ୍ଟ ମନ୍ଗାଉନିର ବେ ଓଭାଲରେ ସିରିଜ୍ କ୍ଲିନ୍ ସୁଇପ୍ କରିଛି ନ୍ୟୁଜିଲ୍ୟାଣ୍ଡ । ଏହା ସହିତ ଟି 20 ଶୃଙ୍ଖଳାର ପ୍ରତିଶୋଧ ଘରୋଇ ଦଳ ଦିନିକିଆ ସିରିଜ୍ରେ ନେଇଛି । ପ୍ରଥମେ ବ୍ୟାଟିଂ କରି କେ ଏଲ୍ ରାହୁଲ୍ (112)ଙ୍କ ଶତକ ଏବଂ ଶ୍ରେୟସ୍ ଆୟାର(62)ଙ୍କ ବ୍ୟାଟିଂ ବଳରେ ଭାରତ 296 ରନ୍ ସଂଗ୍ରହ କରିଥିଲା । ଜବାବରେ ହେନ୍ରୀ ନିକୋଲ୍ସ(80) ଏବଂ ଡି ଗ୍ରାଣ୍ଡହୋମ୍(58) ରନ୍ ସହାୟତାରେ ନ୍ୟୁଜିଲ୍ୟାଣ୍ଡ 5 ଓ୍ବିକେଟ୍ରେ ବିଜୟୀ ହୋଇଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ହାମିଶ ବେନେଟ୍ ସର୍ବାଧିକ 4ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ 47 ରନ୍ରେ 3ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଅନ୍ୟ ବୋଲରଙ୍କ ବିଫଳତା କାରଣରୁ ନ୍ୟୁଜିଲ୍ୟାଣ୍ଡ ବିଜୟୀ ହୋଇଥିଲା । ହେନ୍ରୀ ନିକୋଲ୍ସଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଏବଂ ରସ୍ ଟେଲରଙ୍କୁ ପ୍ଲେୟର ଅଫ୍ ଦ ସିରିଜ୍…
ରଞ୍ଜିତ୍ ପଣ୍ଡା/କୁଜଙ୍ଗ: ଛୁଟିଦିନରେ ମହାନଦୀରୁ ବାଲି ଉଠାଯାଉଛି। ସରପଂଚଙ୍କ ଜେସିବି ଏବଂ ଟ୍ରାକ୍ଟର ଜରିଆରେ ଏହା କରାଯାଉଛି ବୋଲି ଅଭିଯୋଗ ରହିଛି। ତେବେ ବାଲି ଉଠାଣ ନେଇ ପଚାରିବାରୁ ସରକାରୀଭାବେ ଆଇନ ଅନୁଯାୟୀ ଲିଜ୍ କଟାଯାଇ ବାଲି ଉଠାଯାଉଥିବା କୁହାଯାଉଛି। ମାତ୍ର ତହସିଲଦାରଙ୍କୁ ଏନେଇ ପଚାରିବାରୁ କୌଣସି ଲିଜ କଟାଯାଇନଥିବାର କହିଛନ୍ତି। ଗତ କିଛିଦିନ ହେବ ସରକାରୀ ଛୁଟିଦିନ ଏବଂ ରବିବାର ଦିନଗୁଡ଼ିକରେ ବାଲି ଉଠାଣ ହେଉଥିବାର ସୂଚନା ମିଳିଛି। ଏହା ବେଆଇନ କିମ୍ବା ଆଇନ ଅନୁମୋଦିତ ତାହା ତଦନ୍ତ ସାକ୍ଷେପ ହୋଇଥିବାବେଳେ ତହସିଲଦାର କିମ୍ବା ଜନପ୍ରତିନିଧିମାନେ ଏହାକୁ ନେଇ ଭିନ୍ନ ଭିନ୍ନ ଉତ୍ତର ରଖୁଥିବାବେଳେ, କିଏ ଠିକ ତାହା ଏବେ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ନ ସମୟରେ କୁଜଙ୍ଗ ତହସିଲ ଅନ୍ତର୍ଗତ ଜିଲ୍ଲାନାସୀ ପଂଚାୟତ ସଂଲଗ୍ନ ମହାନଦୀର ତେନ୍ତୁଲିଆ ଚନ୍ଦାମୁଣ୍ଡ ଠାରୁ ବାଲି ଉଠୁଥିଲା। ସୂଚନା ମିଳିବାପରେ ତହସିଲଦାର ପ୍ରଭାସ କୁମାର ବେହୁରିଆଙ୍କ ସହିତ…
ବେଜିଂ : କୋରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦୈନିକ ବୃଦ୍ଧି ପାଇବାରେ ଲାଗିଛି । ସୋମବାର 108 ଜଣଙ୍କ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 1016 ରେ ପହଞ୍ଚିଛି । ଏହି ଭାଇରସ୍ ଦ୍ବାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 42638ରେ ପହଞ୍ଚିଛି । ଚୀନ୍ର ଜାତୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 7333 ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ସୋମବାର ଦିନ 3996 ଜଣ ଲୋକ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏହି ଭାଇରସ୍ ସଂସ୍ପର୍ଶରେ ଆସିଥିବା 428438 ଜଣଙ୍କ ମଧ୍ୟରୁ 187728 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ଚୀନ୍ ସ୍ବାସ୍ଥ୍ୟ ବିଭାଗ । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ଗୋଟିଏ ଦିନରେ ଏହ ସର୍ବାଧିକ ମୃତ୍ୟୁ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାସ୍ତା ଜାମ୍ ପାଇଁ ଶିଶୁ ପୁତ୍ରକୁ ଜୀବନ ହରାଇବାକୁ ପଡିଛି । ଆମ୍ବୁଲାନ୍ସ ଭିଡରେ ଫସିବାରୁ ପ୍ରାଣ ହରାଇଲା ଶିଶୁ ପୁତ୍ର । ପାଞ୍ଚ ବର୍ଷର ବାଳକର ପ୍ରବଳ ବାନ୍ତି ହେବାରୁ ମେଡ଼ିକାଲ ଆସିଥିଲା । କ୍ୟାପିଟାଲ୍ ହସ୍ପିଟାଲରୁ କଟକ ଏସ୍ସିବିକୁ ରେଫର କରିଥିଲେ ଡାକ୍ତର । ପରିବାର ଲୋକେ ଏସସିବି ନନେଇ ଘରୋଇ ହସ୍ପିଟାଲକୁ ଆଣୁଥିଲେ । ପଟିଆ ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲ ଆଣୁଥିଲେ ସମ୍ପର୍କୀୟ । ତେବେ ରାସ୍ତା ଜାମ୍ ଯୋଗୁଁ ସହଜରେ ଆସିପାରିନଥିଲା ଆମ୍ବୁଲାନ୍ସ । ରାସ୍ତାର ବିଭିନ୍ନ ଜାଗାରେ ଜାମ୍ ଥିବାରୁ ଆମ୍ବୁଲାନ୍ସ ଫସି ଯାଇଥିଲା । ପଟିଆ ଘରୋଇ ହସ୍ପିଟାଲ୍ରେ ପହଞ୍ଚିବାକୁ ପ୍ରାୟ 1 ଘଣ୍ଟା ଲାଗିଥିଲା । ବିଳମ୍ବ ଯୋଗୁଁ ରାସ୍ତାରେ ଶିଶୁଟିର ମୃତ୍ୟୁ ଘଟିଥିବା କହିଛନ୍ତି ସମ୍ପର୍କୀୟ । ଆମ୍ବୁଲାନ୍ସ ପାଇଁ ଟ୍ରାଫିକ୍ ନିୟମରେ ଅନେକ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ଭିଡରେ ଆମ୍ବୁଲାନ୍ସ ଫଶି…
ନୂଆଦିଲ୍ଲୀ : ସମସ୍ତ ରାଜ୍ୟସଭା ସାଂସଦଙ୍କ ପାଇଁ ବିଜେପି ପକ୍ଷରୁ ହ୍ବିପ୍ ଜାରି କରାଯାଇଛି । ବଜେଟ୍ ଅଧିବେଶନ ପୂର୍ବରୁ ଆଜି ଅନ୍ତିମ କାର୍ଯ୍ୟଦିବସ ହୋଇଥିବାରୁ ସମସ୍ତ ସଦସ୍ୟଙ୍କ ଉପସ୍ଥିତି ପାଇଁ ହ୍ବିପ୍ ଜାରି କରାଯାଇଛି । ବିଜେପି ପକ୍ଷରୁ ଏହି ହ୍ବିପ୍ ଜାରି କରାଯିବା ପରେ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରାଯିବାର ସମ୍ଭାବନା ଦେଖାଦେଇଛି । ଏହି ବିଲ୍ ନେଇ ଆଲୋଚନା ହେଉଥିଲେ ମଧ୍ୟ ରାଜ୍ୟସଭାର ବରିଷ୍ଠ ସଦସ୍ୟଙ୍କ ପକ୍ଷରୁ କୌଣସି ନୂତନ ବିଲ୍ ନେଇ ଆଲୋଚନା ହୋଇନଥିବା ସ୍ପଷ୍ଟ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରାଗଲେ ସମଗ୍ର ଦେଶରେ ଏକ ପ୍ରକାର ଆଇନ୍ ଲାଗୁ ହେବ । ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଏକ ପ୍ରକାରର ନିୟମ ଲାଗୁ କରାଯିବ । ବର୍ତ୍ତମାନ ଦେଶରେ ବିଭିନ୍ନ ଧର୍ମାବଲମ୍ବୀଙ୍କ ପାଇଁ ପର୍ସନାଲ ଓ୍ବାକଫ୍ ବୋର୍ଡ ରହିଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଥିବାବେଳେ ଆମ୍ ଆଦ୍ମୀ ପାର୍ଟି ପୁଣିଥରେ ବହୁମତ ନେଇ ବାଜିମାତ୍ ହାସଲ କରୁଥିବାର ସୂଚନା ମିଳୁଛି । ଦିଲ୍ଲୀରେ କ୍ଷମତାଧାରୀ ଦଳ ଆପ୍ 55ରୁ ଅଧିକ ଆସନରେ ଆଗେଇ ଥିବାବେଳେ ସେହିପରି ବିଜେପି 12ଟି ଆସନରେ ରହିଛି । ସେହିପରି କଂଗ୍ରେସ ଏପର୍ଯ୍ୟନ୍ତ ଖାତା ଖୋଲିପାରିନାହିଁ । ତେବେ ନିର୍ବାଚନୀ ପରିଣାମର ଫଳାଫଳକୁ ଦେଖି ଆପ୍ର ରଣନୀତିକାର ପ୍ରଶାନ୍ତ କିଶୋର୍ ଟୁଇଟ୍ କରି ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି ପ୍ରଶାନ୍ତ କିଶୋର ଲେଖିଛନ୍ତି ଯେ, ଭାରତର ଆତ୍ମାକୁ ରକ୍ଷା କରିବା ପାଇଁ ସାଥ୍ ଦେଇଥିବାର ଦିଲ୍ଲୀବାସୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେହିପରି ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର କହିଛନ୍ତି ଯେ, ପରାଜୟର ସମୀକ୍ଷା କରାଯିବ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଜଳେଶ୍ବର: ଜଳେଶ୍ବରଠାରେ ରାଇବଣିଆ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଯୁବକଙ୍କୁ କୁରାଢିରେ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛନ୍ତି ଅଭିଯୁକ୍ତ ସ୍ବାମୀ । ମିଳିଥିବା ସୂଚନା ଅନୁସାରେ ସ୍ତ୍ରୀର ପ୍ରେମିକକୁ କୁରାଢିରେ ହାଣିଛନ୍ତି ସ୍ବାମୀ । ଘରେ ଯୁବକ ଜଣକ ଶୋଇଥିବା ଅବସ୍ଥାରେ ହାଣିଦେଇଛନ୍ତି ସ୍ବାମୀ ।
ମୁମ୍ବାଇ : ଦବଙ୍ଗ ଥ୍ରୀ ପରେ ପୁଣି ଥରେ ସଲମାନ ଖାନ୍ ଆଗାମୀ ଇଦ୍ ଫିଲ୍ମକୁ ନେଇ ପ୍ରସ୍ତୁତ ହେଉଛନ୍ତି । ତେବେ ଚଳିତ ଥର ସଲମାନ୍ଙ୍କ ସହ ଇଦ୍ ଅବସରରେ ପୂଜା ହେଗେଡଙ୍କୁ ଦେଖିବାକୁ ମିଳିବ । ସାଜିଦ୍ ନାଦଆଦ୍ଓ୍ବାଲାଙ୍କ ପ୍ରଯୋଜିତ ଅପ୍କମିଙ୍ଗ ଫିଲ୍ମ ‘କଭି ଇଦ୍ କଭି ଦିଓ୍ବାଲୀ’ ଜରିଆରେ ସଲମାନଙ୍କ ହିରୋଇନ୍ ସାଜିବେ ପୂଜା ହେଗେଡ୍ । ଏହି ଫିଲ୍ମରେ ପୂଜା ଗୋଟେ ଛୋଟ ସହରର ଯୁବତୀ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ ଫରହାଦ୍ ସମ୍ଜୀ । ଇଦ୍ ଅବସରରେ ଭାଇଜାନ୍ଙ୍କ ଫିଲ୍ମକୁ ଦର୍ଶକଙ୍କ କ୍ରେଜ୍ ରହିଥିବାବେଳେ ଚଳିତ ଥର ସଲମାନ୍ଙ୍କ ସହ ପ୍ରଥମ ଥର ପାଇଁ ପୂଜା ନଜର ଆସିବେ । ପୂଜା ଏହା ପୂର୍ବରୁ ‘ମହେଞ୍ଜେଦାରୋ’, ‘ହାଉସ୍ଫୁଲ୍-4’ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି ।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ନିର୍ବାଚନମଣ୍ଡଳୀର ନାଉଗାଁ ବ୍ଲକ୍ ଅନ୍ତର୍ଗତ ରୋହିଆ ପଂଚାୟତରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନାଉଗାଁ ବ୍ଲକ୍ ସଭାପତି ସୁଜିତ୍ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ଯୋଗଦେଇଥିବା ଶତାଧିକ ଲୋକ ମୁଖ୍ୟଅତିଥି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଏକ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ନେଇଥିଲେ। ବିଧାୟକ ସଭାସ୍ଥଳରେ ପହଂଚିବା ପରେ ତାଙ୍କୁ ନାରୀନେତ୍ରୀ ମଞ୍ଜୁଲତା ମହାନ୍ତି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଉକ୍ତ ସମ୍ମିଳନୀରେ ପଂଚାୟତର ନାଏବ ସରପଂଚ ପୁଷ୍ପଲତା ଦେଈଙ୍କ ସମେତ ଅନେକ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ପ୍ରଶାନ୍ତ ନାୟକ,ଜଟାଧାରୀ ସ୍ୱାଇଁ,ଦେବେନ୍ଦ୍ର ମଲିକ,ବାବୁଲି ରାଉତ,ପ୍ରମୂଖ ବିଜେଡି ଦଳରେ ସାମିଲ ହୋଇଥିଲେ। ଏଥିସହିତ ରୋହିଆ ପଂଚାୟତରେ ୨କୋଟିର ଅନୁଦାନ ରାଶି ପଡିରହିଥିବା ସମସ୍ୟାକୁ ସମାଧାନ କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ବିଧାୟକ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏହି ସମ୍ମିଳନୀରେ ବ୍ଲକ୍ ଅଧ୍ୟକ୍ଷ…
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରୁ ଆପ୍ ଲଗାତାର ଭାବରେ 50ଟି ଆସନରେ ଆଗୁଆ ରହିଛି । ସେହିପରି ବିଜେପି 20ଟି ଆସନରେ ଆଗୁଆ ଅଛି । ଏହି ରେଜଲ୍ଟ ଆଧାରରେ ତୃତୀୟ ଥର ପାଇଁ ଦିଲ୍ଲୀରେ ପୁଣି ଥରେ କେଜରୀଓ୍ବାଲ ସରକାର ସରକାର ଗଢିବ । ଆପ୍ କାର୍ଯ୍ୟାଳୟରେ ଉତ୍ସାହର ମାହୋଲ୍ ରହିଛି । ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଜାରି ରହିଥିବାବେଳେ ଆପ୍ ତରଫରୁ ଏକ କ୍ୟାମ୍ପେନ୍ର ଆରମ୍ଭ କରାଯାଇଛି । ‘ରାଷ୍ଟ୍ର ନିର୍ମାଣ’ର ଏକ କ୍ୟାମ୍ପେନ୍ ଆରମ୍ଭ କରିଛି ଆପ୍ । ଆମ୍ ଆଦ୍ମୀ ପାର୍ଟି ତରଫରୁ ମଙ୍ଗଳବାର ଦିନ ଏକ ନୂତନ ପୋଷ୍ଟର ଲାଗିଛି । ଏହି ପୋଷ୍ଟରରେ ’ରାଷ୍ଟ୍ର ନିର୍ମାଣ ପାଇଁ ଆପ୍ ସେ ଯୋଡି ହୁଅନ୍ତି ବୋଲି ଲେଖାଯିବା ସହିତ ଏଥିରେ ଯୋଡ଼ି ହେବା ପାଇଁ 9871010101 ନମ୍ବରରେ…
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଚତୁର୍ଥ ରାଉଣ୍ଡ ଗଣନା ସୁଦ୍ଧା ବି ଆପ୍ ଆଗୁଆ ରହିଛି । ଦିଲ୍ଲୀରେ ପୁଣିଥରେ ଆପ୍ ବହୁମତ ହାସଲ କରି ଶାସନ କରିବ । ମିଳିଥିବା ସୂଚନା ଅନୁସାରେ ଆପ୍ 50ଟି ଆସନରେ ଆଗୁଆ ରହିଥିବାବେଳେ ବିଜେପି 18ଟି ଆସନରେ ଆଗୁଆ ରହିଛି । ତେବେ ନିର୍ବାଚନ ପରେ ବିଜେପି ବିଜୟୀକୁ ନେଇ ବେଶ୍ ଦୃଢୋକ୍ତି ରହିଥିବାବେଳେ ଏହାର ରେଜଲ୍ଟ କିଛି ଅଲଗା ଦେଖାଯାଉଛି । ତେବେ ଦିଲ୍ଲୀ ନିର୍ବାଚନୀ ଫଳାଫଳକୁ ନେଇ ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ କହିଛନ୍ତି ଯେ, ଦିଲ୍ଲୀରେ ଯାହା ବି ଫଳାଫଳ ହେବ, ତା’ର ଉତ୍ତରଦାୟୀ କେବଳ ସେ ହିଁ ରହିବେ । ତଥାପି ବି ବିଜେପି ଜିତିବା ନେଇ ଆଶାବାଦୀ ରହିଛନ୍ତି ମନୋଜ ତିଓ୍ବାରୀ । ସୂଚନାଯୋଗ୍ୟ ଯେ, ଦିଲ୍ଲୀ ନିର୍ବାଚନ ପରେ ଏକଜିଟ୍ ପୋଲ୍ ରେଜଲ୍ଟରେ ମଧ୍ୟ ଆପ୍କୁ ବହୁମତ ମିଳିଥିଲା । ଏହାକୁ…
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଚଳିତ ମାସ ୨୪ ଓ ୨୫ ତାରିଖରେ ଭାରତ ଆସିବେ। ଏନେଇ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେବ । ଟ୍ରମ୍ପ୍ଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଓ ସହଭାଗିତା ବୃଦ୍ଧିରେ ସହାୟକ ହେବ ବୋଲି ଜଣାପଡିଛି । ଗତ ସେପ୍ଟେମ୍ବରରେ ଟେକ୍ସାସରେ ହାଓଡ଼ି ମୋଦି ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପ୍ଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଆସିବା ଚର୍ଚ୍ଚା ସହିତ ଗୁଜୁରାଟ ମଧ୍ୟ ଯିବେ ବୋଲି ଚର୍ଚ୍ଚା ରହିଛି । ଟ୍ରମ୍ପ୍ ଏହି ଗସ୍ତ କାଳରେ ଅହମ୍ମଦାବାଦ ସ୍ଥିତ ମୋଟେରା ଇଲାକାରେ ପ୍ରସ୍ତୁତ ହେଉଥିବା ସର୍ଦ୍ଦାର…
ସୀତାରାମ ଅଗ୍ରଓ୍ବାଲ ଗମ୍ଭାରୀମୁଣ୍ଡା: ଗମ୍ଭାରୀମୁଣ୍ଡା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ସାମ୍ନାରେ ରହିଥିବା ଏକ ଭେରାଇଟ୍ ଷ୍ଟୋର୍ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଛି। ଗତକାଲି ମଧ୍ୟ ରାତ୍ରରେ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏହି ଭେରାଇଟ୍ ଷ୍ଟୋରର ମାଲିକ ହେଉଛନ୍ତି ସମୀର ବାରିକ୍। ସମୀର ଗମ୍ଭାରୀମୁଣ୍ଡାର ଖଜୁରିଆ ଗ୍ରାମରେ ରହୁଥିବାବେଳେ ତାଙ୍କ ଦୋକାନ ପୋଡ଼ି ଯାଇଥିବା ନେଇ ଗମ୍ଭାରୀମୁଣ୍ଡା ଫାଣ୍ଠିରେ ଅଭିଯୋଗ କରିଛନ୍ତି। କେହି ଦୁର୍ବୃତ୍ତ ଉଦ୍ଦେଶ୍ୟମୂଳକ ଭାବରେ ଏପରି କାମ କରିଥିବାର ସେ ଅଭିଯୋଗ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ଗୋଟେ ଫ୍ରିଜ୍ ସମେତ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ଓ ଦୋକାନରେ ରଖିଥିବା ସାତ ହଜାର ଟଙ୍କା ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ଦୋକାନର ମାଲିକଙ୍କ କହିବାନୁସାରେ ଗତକାଲି ରାତ୍ରି ୧୦ଟା ସମୟରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିବାବେଳେ ରାତ୍ରି ୧ଟାରେ ତାଙ୍କ ଦୋକାନରେ ନିଆଁ ଲାଗିଥିଲା। ନିଆଁ ଲଗାଇଥିବା ଦୁର୍ବୃ୍ତ୍ତଜଣଙ୍କୁ ଗିରଫ କରିବା ସହିତ…
ବବୁଲ ସାହୁ କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକୋମୁଣ୍ଡଠାରେ ବାଇକ୍ ସହ କାର୍ର ସାମ୍ନାସାମ୍ନି ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଜଣକ ହେଉଛନ୍ତି କର୍ଲାମୁଣ୍ଡା ବ୍ଲକର ଜଣେ ଫଟୋ ଷ୍ଟୁଡିଓର ମାଲିକ ମାର୍କଣ୍ଡ ବାଗ୍। ୪୩ ବର୍ଷୀୟ ମାର୍କଣ୍ଡ ତାଙ୍କ ଝିଅ ସହ ଗତକାଲି ସନ୍ଧ୍ୟାରେ ବାଇକ୍ରେ ଭବାନୀପାଟଣାସ୍ଥିତ ଶୁଶୁର ଘରକୁ ଯାଉଥିବାବେଳେ କୋକୋମୁଣ୍ଡଠାରେ ସଡକ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ। ବିପରୀତ ଦିଗରୁ ଆସୁଥିବା ଏକ କାର୍ ସହିତ ତାଙ୍କ ବାଇକ୍ ଧକ୍କା ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ଝିଅ ଜଣକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଝିଅ ଜଣକ ଡାକ୍ତରଖାନାରେ ଏବେବି ଚିକିତ୍ସାଧୀନ ରହିଛନ୍ତି। ମୃତ ମାର୍କଣ୍ଡ ଜଣେ ମିଷ୍ଟଭାଷୀ କୀର୍ତ୍ତନ ଗାୟକ ଭାବେ ସମଗ୍ର ଅଞ୍ଚଳରେ ବେଶ୍ ଲୋକପ୍ରିୟ ଥିବାବେଳେ ତାଙ୍କର ଅକାଳ ମୃତ୍ୟୁ ଯୋଗୁଁ କର୍ଲାମୁଣ୍ଡ ପ୍ରେସ୍ କ୍ଲବ ତରଫରୁ ଶୋକ ପାଳନ କରାଯାଇଛି।

