Author: Samikhsya Bureau

ବେଜିଂ : ଚୀନ୍‌ରେ କୋରୋନା ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 1100କୁ ବୃଦ୍ଧି ପାଇଛି । ମଙ୍ଗଳବାର 108 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବୁଧବାର ଏହି ଭାଇରସ୍‌ ପ୍ରଭାବରେ ନୂତନ ଭାବରେ 74 ଜଣ ପ୍ରାଣ ହରାଇଛନ୍ତି । ଏହା ସହିତ ଆକ୍ରାନ୍ତଙ୍କ ସଂଖ୍ୟା 45000 ଅତିକ୍ରମ କରିଛି । 45 ହଜାର ଆକ୍ରାନ୍ତଙ୍କ ମଧ୍ୟରୁ 2300ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ଜାପାନ ତଟରେ ଏକ ଜାହାଜ ରହିଛି ଯେଉଁଥିରେ 2000 ଲୋକ ଫସି ରହିଛନ୍ତି । ଫସି ରହିଥିବା 2 ହଜାର ଲୋକଙ୍କ ମଧ୍ୟରୁ 175 ଜଣ କରୋନା ଆକ୍ରାନ୍ତ ରହିଥିବା ଜଣାପଡିଛି । ଉହାନ୍‌ ଏବଂ ହୁବେଇ ପ୍ରଦେଶରେ ଏହି ଭାଇରସ୍‌ ପ୍ରଭାବରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି ।

Read More

କେଦାର ମିଶ୍ର ଦିଲ୍ଲୀ ନିର୍ବାଚନର ଫଳ ପ୍ରକାଶ ପାଇଲା ପରେ ଯେଉଁ ଗୀତର ଧାଡିଟି ଆମର ମନେ ପଡୁଥିଲା ସେଇଟା ହେଉଛି- ସମଝନେ ୱାଲେ ସମଝ ଗୟେ ହୈ ଜୋ ନା ସମଝେ ୱୋ ଅନାଡି ହୈ”। ଏ ଗୀତଟି ଆଉ କିଏ ଶୁଣୁ ବା ନ ଶୁଣୁ, ବିଜେପିର ଦୁଇ ସର୍ବୋଚ୍ଚ ନେତା ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ଶୁଣିବା ଜରୁରୀ। ଦିଲ୍ଲୀ ବିଧାନସଭା  ନିର୍ବାଚନରେ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଯେଉଁ ପ୍ରକାର ନେତୃତ୍ବର ଉଦାହରଣ ପ୍ରସ୍ତୁତ କରିଥିଲେ, ତାହା ଏ ଦେଶର ଗଣତନ୍ତ୍ର ଲାଗି ଏକପ୍ରକାର ମରଣାନ୍ତକ ଆକ୍ରମଣ ଥିଲା। ବିଜେପି ହାରିବା ଏ ନିର୍ବାଚନରେ ଦେଶ ପାଇଁ ଜରୁରୀ ଥିଲା। ହେଲେ ବିଜେପିର ଏ ପ୍ରକାର ଲଜ୍ଜାଜନକ ପରାଜୟ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଲାଗି ଅପରିହାର୍ୟ ଥିଲା। ପ୍ରଥମଥର ଲାଗି ନିର୍ବାଚନ ଜିତିବା ଲାଗି ଖୋଲାଖୋଲି ହିଂସା ଓ ଗୁଣ୍ଡାମିର ପ୍ରୟୋଗ କରିଥିଲା।…

Read More

ଭୁବନେଶ୍ୱର, ‘ଆମେ ଭାରତବାସୀ’-ଓଡ଼ିଶା ତରଫରୁ ଜମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପରେ ଦିଲ୍ଲୀ ପୋଲିିସ୍‌ର ବର୍ବର ଆକ୍ରମଣ ବିରୋଧରେ ପ୍ରତିବାଦ ବିକ୍ଷୋଭ ସଂଗଠିତ କରାଯାଇଛି । ଜାମିଆ ମିଲିଆର ଛାତ୍ରଛାତ୍ରୀମାନେ ନାଗରିକତା ସଂଶୋଧନ ଆଇନ୍‌, ଜାତୀୟ ଜନସଂଖ୍ୟା ପଞ୍ଜିକା ଏବଂ ଜାତୀୟ ନାଗରିକ ପଞ୍ଜିକା ବିରୋଧରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କଲାବେଳେ ପୋଲିସ୍ ଯେଉଁଭଳି ଭାବରେ ଅତି ଲଜ୍ଜାଜନକ ମରଣାନ୍ତକ ଆକ୍ରମଣ ଏବଂ ଅସଦାଚରଣ କରିଛି, ତାହା ଘୋର ନିନ୍ଦନୀୟ କାର୍ଯ୍ୟ। ସରକାରୀ କଳ, ପୋଲିସ୍ ବଳ ଏବଂ ଗୁଣ୍ଡା ବାହିନୀର ଦମନ ଦ୍ୱାରା କୌଣସି ଗଣତାନ୍ତ୍ରିକ ଆନ୍ଦୋଳନ ଦବି ଯିବ ନାହିଁ ବୋଲି କୁହାଯାଇଛି। ଆଜି ମାଷ୍ଟର କ୍ୟାଣ୍ଟିନ ଛକଠାରେ ‘ଆମେ ଭାରତବାସୀ’ ତରଫରୁ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ବିଭିନ୍ନ ନେତୃବୃନ୍ଦ କହିଥିଲେ ଯେ, ‘ବେଟୀ ବଢାଓ-ବେଟୀ ପଢାଓ’ ସ୍ଲୋଗାନ ଦେଉଥିବା ଶାସକ ଦଳର ଗୁଣ୍ଡାମାନେ ଦିଲ୍ଲୀର ଗାର୍ଗୀ ମହିଳା କଲେଜରେ ଜୟ ଶ୍ରୀରାମ ଧ୍ୱନି ପକାଇ ଛାତ୍ରୀମାନଙ୍କୁ…

Read More

ନୂଆଦିଲ୍ଲୀ, ସମସ୍ତ ପିଏମ-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ କିଷାନ କ୍ରେଡିଟ କାର୍ଡ (କେସିସି) ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରାଯାଇଛି । ଫଳରେ ଏ ସମସ୍ତ ଚାଷୀଙ୍କୁ ଧାର୍ଯ୍ୟ ସମୟରେ ପୁନଃପରିଶୋଧ କରିବା ଉପରେ ସର୍ବାଧିକ ୪ ପ୍ରତିଶତ ସୁଧ ହାରରେ କୃଷି, ପଶୁ ଓ ମତ୍ସ୍ୟପାଳନ ଲାଗି ସ୍ୱଳ୍ପକାଳୀନ ଋଣ ମିଳିପାରିବ। ଏହି ଅଭିଯାନ ୧୦ ଫେବୃଆରୀ, ୨୦୨୦ରୁ ଆରମ୍ଭ ହୋଇଥିବା ବେଳେ ୧୫ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ଏ ସଂକ୍ରାନ୍ତରେ ବିସ୍ତୃତ ନିର୍ଦ୍ଦେଶନାମା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ, ସବୁ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ନାବାର୍ଡ ଅଧ୍ୟକ୍ଷଙ୍କୁ ଜାରି କରାଯାଇଛି । କେସିସି ଅଧୀନରେ ପିଏମ-କିଷାନ ହିତାଧିକାରୀମାନଙ୍କୁ ସାମିଲ କରିବା ନିମନ୍ତେ ଅବଲମ୍ବନ ହେବାକୁ ଥିବା ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ବିବରଣୀ ଏଥିରେ ଦିଆଯାଇଛି । କେସିସି ନଥିବା ପିଏମ-କିଷାନ ହିତାଧିକାରୀମାନଙ୍କର…

Read More

ନୂଆଦିଲ୍ଲୀ,୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ତିନି ବର୍ଷ ଧରି ଦେଶରେ କ୍ରମାଗତ ଭାବେ ନକ୍ସଲ ହିଂସା ଘଟଣା ହ୍ରାସ ପାଇଛି । ଆଜି ଲୋକସଭାରେ ନକ୍ସଲ ହିଂସା ସକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତର ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ । କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ଯେ ବ୍ୟାପକ ଭାବେ ବାମପନ୍ଥୀ ଉଗ୍ରବାଦର ମୁକାବିଲା ଲାଗି ଭାରତ ସରକାର ଜାତୀୟ ନୀତି ଓ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଏଥିରେ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରାଯାଇଛି ଯେପରିକି ସୁରକ୍ଷା କଡ଼ାକଡ଼ି କରିବା, ସ୍ଥାନୀୟ ସମୁଦାୟଙ୍କ ବିକାଶ ଓ ସେମାନଙ୍କ ଅଧିକାର ଓ ସୁବିଧା ସୁଯୋଗକୁ ସୁରକ୍ଷିତ ରଖିବା ଆଦି ରହିଛି । ଏପରି ନୀତି ଗ୍ରହଣ କରାଯିବା ଫଳରେ ବାମପନ୍ଥୀ ଉଗ୍ରବାଦ ଘଟଣା ଏବଂ ନକ୍ସଲ ହିଂସା ପ୍ରବଣ କ୍ଷେତ୍ର ମଧ୍ୟ ନିୟମିତ ଭାବେ କମିବାରେ ଲାଗିଛି । ମନ୍ତ୍ରୀଙ୍କ ସୂଚନା…

Read More

ଭୁବନେଶ୍ୱର, ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ହତ୍ୟା ପ୍ରସଙ୍ଗ ନେଇ ପୋଲିସି ଡିଜି ଙ୍କ ଉଦ୍ୟସରେ ଅତିରିକ୍ତ ଡିଜି ଶ୍ରୀଯୁକ୍ତ ବିନୟତୋଷ ମିଶ୍ରଙ୍କୁ ବରିଷ୍ଠ କଂଗ୍ରେସ ନେତା ଧରଣୀଧର ନାୟକଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରଦେଶ କଂଗ୍ରେସ ପ୍ରତିନିଧି ମଣ୍ଡଳୀ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗତ ତା ୧.୨.୨୦୨୦ ରିଖ ଦିନ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକର ସୂଚନା ଅଧିକାର କର୍ମୀ ଶ୍ରୀ ରଞ୍ଜନ ଦାସଙ୍କ ମୃତ ଦେହ ରାସ୍ତାକଡରୁ ଉଦ୍ଧାର କରାଯାଇଥିଲା । ପରବର୍ତୀ ସମୟରେ ତାଙ୍କ ପରିବାରଙ୍କ ଅଭିଯୋଗକୁ ଭିତି କରି ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ ହୋଇଅଛି । ଏହି ଘଟଣାକୁ କଂଗ୍ରେସ ଦଳ ଅତ୍ୟନ୍ତ ଗୁରୁତର ସହ ନେଇ ଏକ ୭ ଜଣିଆ ତଥ୍ୟ ଅନୁଧ୍ୟାନକାରୀ ଦଳ ଗତ ତା ୮.୨.୨୦୨୦ ରିଖ ଦିନ ମୃତ ରଞ୍ଜନଙ୍କ ପରିବାରକୁ ଭେଟିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ପାରିପାଶ୍ୱିକ…

Read More

ଭୁବନେଶ୍ୱର, ଜଲିଉଡ଼ ଆୱାର୍ଡ଼ ଉତ୍ସବର ଆଜି ଥିଲା ତୃତୀୟ ସନ୍ଧ୍ୟା। ନୃତ୍ୟ, ଗୀତ, ଅଭିନେତା, ଅଭିନେତ୍ରୀମାନଙ୍କର ମନଛୁଆଁ ସଙ୍ଗୀତର ତାଳେ ତାଳେ ଗୀତଗୋବିନ୍ଦ ସଦନରେ ଚାଲିଥିବା ଚନ୍ଦନ ଆୱାର୍ଡ଼ ଉତ୍ସବରେ ଝୁମିଲେ ଦର୍ଶକ ମଣ୍ଡଳୀ। ଏକକ ଓ ଦଳଗତ ନୃତ୍ୟ, ଏକକ ଓ ଡ଼ୁଏଟ୍ ଭୀତ, ଏକକ ଓ ଡୁଏଟ୍ ସଂଳାପ ଉତ୍ସବକୁ ବହୁ ସମୟ ପାଇଁ ବାନ୍ଧି ରଖିଥିଲା। ପ୍ରେରଣା ଗ୍ରୀନ୍ ଆର୍ମି ଓ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆୟୋଜିତ ଏହି ତୃତୀୟ ଦିବସ ସନ୍ଧ୍ୟାର ଉଦ୍‌ଘାଟନ ଉତ୍ସବରେ ସଭାପତିତ୍ୱ କରି ପ୍ରେରଣା ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡ଼କ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଆଜି ଅପେରା ମନୋରଞ୍ଜନର ବଳିଷ୍ଠ ମାଧ୍ୟମରେ ପରିଣତ ହୋଇଛି। ବିଶେଷକରି ରାତି ଅନିଦ୍ରା ନହୋଇ ଘରେ ବସି ବିଭିନ୍ନ ଟିଭି ଚ୍ୟାନେଲରେ ଅପେରା ଦେଖିବାକୁ ଲୋକଙ୍କର ଆଗ୍ରହ ଦିନକୁ ଦିନ ବଢିଚାଲିଛି। ଏଥିରେ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦେବେନ୍ଦ୍ର ନାଥ ମାନସିିଂହ,…

Read More

ସୁବ୍ରତ ନାୟକ ଅନ୍ତାର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରୋନାଭାରସକୁ ନେଇ କରିଥିବା ବାଲୁକା କଳା ବର୍ତ୍ତମାନ ବିଶ୍ବ ସ୍ତରରେ ପ୍ରସଂଶିତ ହେବାରେ ଲାଗିଛି। ପୁରୀ ବେଳାଭୂମିରେ ସୁଦର୍ଶନ ଏକ ରଂଗୀନ ବାଲୁକା କଳା କରିଛନ୍ତି। ଏଥିରେ ସେ ଚୀନକୁ ଏହି ଭାଇରସରୁ ମୁକ୍ତ କରିବା ପ୍ରସାୟକୁ ସମର୍ଥନ କରୁଛି ବୋଲି ସୁଦର୍ଶନ ଏକ ବାର୍ତ୍ତା ଦେଇଛନ୍ତି। ସେ ବାଲୁକା କଳା ମାଧ୍ୟମରେ କହିଛନ୍ତି ଯେ, ‘ଚୀନ ଆମେ ତୁମ ପଛରେ ଅଛୁ’। ଏହି ବାଲୁକା କଳାକୁ ସୁଦର୍ଶନ ତାଙ୍କ ଟୁଇଟରେ ଦେବା ପରେ ଭାରତ କାହିଁକି ସାରା ବିଶ୍ବରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଚୀନ ରାଷ୍ଟ୍ରଦୂତ ସନ ୱଇଡଙ୍ଗ ଏହି ଟୁଇଟ ରିପ୍ଲାଇରେ ସୁଦର୍ଶନଙ୍କ ଏପରି କାର୍ଯ୍ୟକୁ ପ୍ରସଂଶା କରିଛନ୍ତି। ସେହିପରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ  ଟେଡ୍ରୋସ ଆଧାନୋମ ଗିବ୍ରେୟିସସ୍ ମଧ୍ୟ ରିପ୍ଲାଇରେ ଲେଖିଛନ୍ତି ଯେ, ସୁଦର୍ଶନ ବାଲୁକା କଳା ମଧ୍ୟମରେ ସଚେତନତା କରାଇବା ଏକ ଭିନ୍ନ…

Read More

New Delhi: A young Aam Aadmi Party (AAP) supporter dressed up as Delhi Chief Minister Arvind Kejriwal with Aam Aadmi Party (AAP) workers and supporters outside a counting center during the counting of votes for the recently concluded Delhi Assembly elections 2020, in New Delhi on Feb 11, 2020. Early trends showed the AAP ahead of its rival BJP as counting of votes began in all the assembly constituencies in Delhi on Tuesday. (Photo: IANS)

Read More

ସମୀକ୍ଷା ବ୍ୟୁରୋ ଦିଲ୍ଲୀରେ ପୁଣି ବହୁମତ ପାଇ ତୃତୀୟ ଥର ପାଇଁ ଆପ୍‌ ଶାସନ କ୍ଷମତା ଦଖଲ କରିବା ସ୍ପଷ୍ଟ ହୋଇଛି। ବିଜେପିର ଶାହିନ୍‌ବାଗ୍‌ ପ୍ରସଙ୍ଗକୁ ପଛରେ ପକାଇଛି ଆପ୍‌ର ବିକାଶ ପ୍ରସଙ୍ଗ। ଆପ୍‌ ୬୨ ଟି ଆସନରେ ଆଗୁଆ ରହିଥିବା ବେଳେ ବର୍ତ୍ତମାନ ସରକାର ଗଠନ କରିବା କେବଳ ଔପଚାରିକତା ରହିଛି। ଦିଲ୍ଲୀ ନିର୍ବାଚନୀ ଉପରେ ସମସ୍ତଙ୍କ ଆଖି ରହିଥିବାବେଳେ ପୁଣି ଥରେ କେଜ୍ରିଓ୍ବାଲ ଶାସନ କ୍ଷମତାକୁ ଆସିଛନ୍ତି। ୭୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ଦିଲ୍ଲୀବାସୀ ଆପ୍‌କୁ ବିଜେତା କରି  ସମଗ୍ର ଦେଶବାସୀଙ୍କୁ  ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ଏକତରଫା ପ୍ରଦର୍ଶନ ସହିତ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆପ୍‌ ୬୨ଟି ଆସନରେ ଅଗ୍ରଣୀ ରହିଛି। ଚଳିତ ଦିଲ୍ଲୀ ବିଧାନସଭାରେ ବିଜେପିର ଶାହିନ୍‌ବାଗ୍‌ ରାଜନୀତିକୁ  କେଜ୍ରିଓ୍ବାଲଙ୍କ ବିକାଶ ରାଜନୀତି ମାତ୍‌ ଦେଇଛି। ନିର୍ବାଚନୀ ପ୍ରଚାରରେ ବେଶ୍‌ ଆକ୍ରମକ ପ୍ରଚାର କରିଥିବାବେଳେ ଜନତା ଏହାର ଦୃଢ ଜବାବ ଦେଇଛନ୍ତି। ଦିଲ୍ଲୀ ନିର୍ବାଚନ ପରିଣାମ…

Read More

ସମୀକ୍ଷା ବ୍ୟୁରୋ ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବିଭିନ୍ନ ବିଷୟକୁ ନେଇ ସର୍ବଦା ଚର୍ଚ୍ଚା ରହିଥିବା ସମୟରେ ଉକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟ ସର୍ବଦା ଉଦାହରଣ ସ୍ରୁଷ୍ଟି କରିଥାଏ। ଠିକ୍ ସେଭଳି ଗଞ୍ଜାମର ଛତ୍ରପୁର ସହରରେ ଖୋଦ୍ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାଇକେଲରେ ପରିଭ୍ରମଣ କରି ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନ କରିଛନ୍ତି । ଯେଉଁ ବ୍ୟବସାୟୀମାନେ ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି କିମ୍ବା ପରିବେଶକୁ ଦୂଷିତ କରୁଛନ୍ତି,ସେମାନଙ୍କୁ ତାଗିଦ୍‌ କରିବା ଦେଖିବାକୁ ମିଳିଛି। ଏହାସହ ସେମାନଙ୍କଠାରୁ ଫାଇନ ଆଦାୟ କରୁଛନ୍ତି। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ପରିବେଶବିତ୍ ସମେତ ସାଧାରଣ ଜନସାଧାରଣ ପ୍ରଂଶସା କରିବା ମତପ୍ରକାଶ ପାଉଛି।

Read More

ରମେଶ ମହାନ୍ତି ଜଗତସିଂହପୁର: ମଙ୍ଗଳବାର ପୂର୍ବାହ୍ନରେ ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବଳରାମପୁରର କାଠିଆପଡା ପ୍ରାଇମେରୀ ସ୍କୁଲରେ ଜିଲ୍ଲାସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ବିଜୟା ପଣ୍ଡା ଶିଶୁ ମାନଙ୍କୁ ଟୀକା ପ୍ରଦାନ କରି ସ୍ୱତନ୍ତ୍ର ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ। ଜିଲ୍ଲାର ବାଲିକୁଦା, ବିରିଡି, ଜଗତସିଂହପୁର(ମଣ୍ଡାସାହି) ଓ ନାଉଗାଁ ବ୍ଲକରେ ଟୀକାକରଣରେ ୮୦ ପ୍ରତିଶତରୁ ଉର୍ଦ୍ଧ ଟୀକାକରଣ ହୋଇ ପାରି ନଥିବାରୁ ଏହି ସ୍ୱତନ୍ତ୍ର ଟୀକାକରଣ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାରେ ୨ ବର୍ଷରୁ କମ୍‌ ଶିଶୁଙ୍କ ସଂଖ୍ୟା ବାଲିକୁଦା ବ୍ଲକରେ ୧୦୧ ଜଣ, ବିରିଡି ବ୍ଲକରେ ୧୦୦ ଜଣ, ମଣ୍ଡାସାହିରେ ୯୫ ଜଣ ଓ ନାଉଗାଁ ବ୍ଲକରେ ୩୭ଜଣଙ୍କୁ ମିଶାଇ ଜିଲ୍ଲାରେ ୩୩୩ ଜଣଙ୍କୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନରେ ସାମିଲ କରାଯିବାର ଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ ୧୧, ୧୩, ୧୪, ୧୫,…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜସ୍ଥାନର ଆଜମେରରେ ଅନୁଷ୍ଠିତ ହେବାକୁ ଥିବା ଖ୍ବାଜା ଉର୍ସ ମେଳା ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍‌ର ଘୋଷଣା କରାଯାଇଛି । ମଙ୍ଗଳବାର ପୂର୍ବତଟ ରେଳବାଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ଖ୍ବାଜା ଉର୍ସ ମେଳା-2020 ପାଇଁ ଏହି ସ୍ବତନ୍ତ୍ର ଟ୍ରେନର ଘୋଷଣା କରାଯାଇଛି । ଯାତ୍ରୀ ମାନଙ୍କ ସୁବିଧା ପାଇଁ ଏହି ଟ୍ରେନ୍‌ର ଘୋଷଣା କରାଯାଇଛି । ଫେବୃୟାରୀ 26 ତାରିଖ ସକାଳ 9ଟାରୁ ଏହି ଟ୍ରେନ୍‌ଟି ଛାଡିବା ସହିତ ଫେବୃୟାରୀ 28 ଅପରାହ୍ନ 4ଟାରେ ଆଜମେରରେ ପହଞ୍ଚିବ । ମାର୍ଚ୍ଚ 2 ତାରିଖ ସନ୍ଧ୍ୟା 8.05ରେ ଟ୍ରେନ୍‌ଟି ଛାଡି ମାର୍ଚ୍ଚ 4 ଅପରାହ୍ନ 4.14ରେ ପୁରୀରେ ପହଞ୍ଚିବ । ଉଲ୍ଲେଖଯୋଗ୍ୟ ଯେ, ଖ୍ବାଜା ମଇଉଦ୍ଦିନ୍‌ ଚିସ୍ତିଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଉର୍ସ ମେଳା ଆୟୋଜିତ ହୋଇଥାଏ ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବୃହତ ବିଜୟ ପାଇଁ କେଜ୍ରିଓ୍ବାଲଙ୍କୁ ଏବଂ ଆମ୍‌ ଆଦମୀ ପାର୍ଟି (ଆପ୍‌)କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ କେଜ୍ରିଓ୍ବାଲଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି। ହ୍ୟାଟ୍ରିକ୍‌ ବିଜୟ ପାଇଁ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ବୋଲି ନବୀନ ଟ୍ବିଟ୍‌ କରିଛନ୍ତି।

Read More

କନ୍ଦର୍ପ ବେହେରା ସମ୍ବଲପୁର/ରେଢାଖୋଲ: ନାକ୍ଟିଦେଉଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ୍ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଛାତ୍ରୀମାନଙ୍କ ନିମନ୍ତେ ଆତ୍ମରକ୍ଷା ତାଲିମ୍ ଶିବିରକୁ କଲେଜର ଅଧ୍ୟକ୍ଷ କନ୍ଦର୍ପ ରାଉଳ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଆତ୍ମରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଛି। ଅଧ୍ୟାପିକା ବିନୀତା ମୁର୍ମୁ ଓ ଅଧ୍ୟାପକ ସରୋଜ କୁମାର ଭୁଏ ଆତ୍ମରକ୍ଷା ତାଲିମର ଆବଶ୍ୟକତା ଓ ଏହାର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ। ପ୍ରଶିକ୍ଷିକା ଦୀପାଞ୍ଜଳୀ ବାର୍ଲା ଆତ୍ମସୁରକ୍ଷା ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲ। ଉକ୍ତ ତାଲିମ୍ ଶିବିରରେ ୧୪୭ ଜଣ ଛାତ୍ରୀ ପଞୀକୃତ କରିଛନ୍ତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଜାରି ରହିବ।

Read More

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । କେଜ୍ରିଓ୍ବାଲଙ୍କୁ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି । ମନ୍‌ କୀ ବାତ୍‌କୁ ଜନ୍‌ କୀ ବାତ୍‌ ପଛରେ ପକାଇ ଦେଇଛି ବୋଲି ଉଦ୍ଧବ ପ୍ରକାଶ ଦେଇଛନ୍ତି । ମନ୍‌ କୀ ବାତ୍‌ ଦେଶରେ ଏହାର ଲୋକପ୍ରିୟତା ହରାଇ ସାରିଛି ଏବଂ କେଜ୍ରିଓ୍ବାଲଙ୍କ ଜନ୍‌ କୀ ବାତକୁ ଲୋକ ଗ୍ରହଣ କରିଛନ୍ତି ବୋଲି ଉଦ୍ଧବ ପ୍ରକାଶ କରିଛନ୍ତି । ବିଜେପି ଦେଶରେ ବିଭାଜନର ରାଜନୀତି କରୁଥିବା ବେଳେ ଜନତା ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେପିର ପୂର୍ବତନ ସହଯୋଗୀ ରହିଥିବା ଶିବସେନା ଆପ୍‌ ଏବଂ କେଜ୍ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)

Read More

କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲ ବ୍ଲକ୍ କାର୍ଯ୍ୟାଳୟର ରାଜୀବ ଭବନ ଠାରେ ରେଢାଖୋଲ ବିଧାନ ସଭା କ୍ଷେତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ରେଢାଖୋଲ ବିଧାୟକ ରୋହିତ କୁମାର ପୂଜାରୀଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଜିଲ୍ଲାପାଳ ଡୋଳାମଣୀ ପଟେଲ, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ବିଡିଓ ପରୀକ୍ଷିତ ସାହୁ, ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ପ୍ରଧାନ, ବ୍ଲକ୍ ଅଧ୍ୟକ୍ଷା କବିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ମାନେଶ୍ୱର, ଜୁଜୁମୁରା, ରେଢାଖୋଲ, ନାକ୍ଟିଦେଉଳ ଆଦି ବ୍ଲକ୍‌ର ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଜଙ୍ଗଲ, ଜଳ ବିଭାଜିକା, ଗ୍ରାମ୍ୟଉନ୍ନୟନ, କୃଷି, ବିଦ୍ୟୁତ୍, ଉଦ୍ୟାନ, ଏମ୍ ଆଇ ଆଦି ବିଭାଗର ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରାଯାଇଥିଲା । ରେଢାଖୋଲ ବିଧାୟକ ଚାଷକୁ ଗରୁତ୍ୱ ତଥା ଅଧିକ ଅମଳ…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ପୋଲିସ୍ ଦୁଇ କିଗ୍ରା ଗଞ୍ଜେଇ ସହିତ ତିନି ଜଣଙ୍କୁ ଗିରଫ କରିଛି। ଶୁଣ୍ଢିମୁଣ୍ଡାଠାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଇକରୁ ୨ କେଜି ଗଞ୍ଜେଇ ଜବତ କରିବା ସହ ବାଉଁଶୁଣୀ ଅଂଚଳର ୩ ଜଣ ଚୋରାବେପାରିଙ୍କୁ ଗିରଫ୍ କରିଛି। ଚାଲାଣକାରୀମାନେ ଏକ ମୋଟର ସାଇକେଲ ସାହାଯ୍ୟରେ ବୌଦ୍ଧରୁ ରେଢାଖୋଲ ଅଭିମୁଖେ ଆସୁଥିବା ବେଳେ ପୋଲିସ୍‌ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଗିରଫ ବେପାରିମାନେ ହେଲେ ବାଉଁଶୁଣୀ ଥାନା ଚମଡାବାହାଲ ଗ୍ରାମର ନରୋତମ୍ ଲୁହା, ସୁଶିଲ ଲୁହା ଏବଂ ପଙ୍କୁଆଲ ପଡାର ସୁଦର୍ଶନ ଭୋଇ। ଅଭିଯୁକ୍ତମାନଙ୍କୁ ପୋଲିସ୍ ଆଜି କୋର୍ଟ ଚାଲାଣ କରିଥିଲା। ଜାମିନ୍ ନାମଂଜୁର ହେବାରୁ ସେମାନଙ୍କୁ ହାଜକୁ ପଠାଯାଇଛି।

Read More