ନୂଆଦିଲ୍ଲୀ : 2019ରେ ସମୁଦାୟ 1.22 କୋଟିଟି ପାସପୋର୍ଟ ଜାରି କରାଯାଇଛି । ବୁଧବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସଚିବ ସଞ୍ଜୟ ଭଟ୍ଟାଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି । ଏମ୍ଇଏ ପକ୍ଷରୁ ଆୟୋଜିତ ଇ ଅଫିସ୍ ଓ୍ବାର୍କସପ୍ ସମୟରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଇ ଗର୍ଭନାନ୍ସ ବ୍ୟବସ୍ଥାକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି ଏବଂ ଆଗାମୀ ଦିନରେ ପାସପୋର୍ଟ ପ୍ରଦାନର ବ୍ୟବସ୍ଥାକୁ ସରଳ କରାଯିବ ବୋଲି ଭଟ୍ଟାଚାର୍ଯ୍ୟ କହିଛନ୍ତି । (ଏଜେନ୍ସି)
Author: Samikhsya Bureau
ଭୁବନେଶ୍ବର, କେନ୍ଦ୍ର ସରକାର ଅଣସବସିଡ୍ ଗ୍ୟାସ ସିଲିଣ୍ଡର ପିଛା 149 ଟଙ୍କା ବୃଦ୍ଧି କରିଛନ୍ତି। ଏପରି ବୃଦ୍ଧି ଦେଶର ଜନସଧାରଣଙ୍କ ରୋଷେଇ ଘରେ ମାଡ ସଦୃଶ୍ୟ। ଏହି ଦର ବୃଦ୍ଧିକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ଦାବୀ କରି ଓଡିଶା ସମାଦବାଦୀ ପାର୍ଟି ତରଫରୁ ବିକ୍ଷୋଭ କରାଯାଇଥିଲା। ରାଜଧାନୀରେ କର୍ମିମାନେ କାନ୍ଧରେ ଗ୍ୟାସ ସିଲିଣ୍ଡର ଧରି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ଆଚ୍ଛା ଦିନ ଆୟେଗା ନାରା ଦେଇ ଭୋଟ ପାଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଦେଶର ଜନସାଧାରଣ ଆଚ୍ଛା ଦିନ ଦେଖିପାରିଲେ ନାହିଁ ବୋଲି ପାର୍ଟି ଅଭିଯୋଗ କରିଛି। ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୟରେ କର୍ମିମାନେ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଭୁବନେଶ୍ବର, ଖୁବ ଶିଘ୍ର ରାଉରକେଲାରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଟୁଲରୁମ ଏବଂ ପ୍ରଶିକ୍ଷଣ କେନ୍ଦ୍ର। ଏଥିପାଇଁ ପ୍ରାୟ 200 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଜ୍ୟ ସରକାର ଜମି ଯୋଗାଇଦେଲେ ଏହାର କାମ ଆରମ୍ଭ ହେବ। ଆଜି କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛନ୍ତି। ରାଉରକେଲାରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାର ସହଯୋଗରେ ହେବ। ରାଜ୍ୟ ସରକାର କେବଳ ଜମି ଯୋଗାଇଦେବେ। ଏଥିସହିତ ଓଡିଶାରେ 4ଟି ଟୁଲରୁମର ସଂପ୍ରସାରିତ ଶାଖା ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି 4ଟି ଶାଖା ବ୍ରହ୍ମପୁର, କେଉଁଝର, କଳାହାଣ୍ଡି ଏବଂ ବାଲେଶ୍ବରରେ ପ୍ରତିଷ୍ଠା କରାଯିବ। ଏଥିପାଇଁ 20 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଓଡିଶାକୁ 45ଟି ଏମଏସଏମଇ କ୍ଲଷ୍ଟର ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ…
ନୂଆଦିଲ୍ଲୀ : ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଥିଲେ ମଧ୍ୟ ଏହା ସୁଧାରିବାର ନାମ ନେଉନାହିଁ । ଡିସେମ୍ବରରେ ପ୍ରକାଶିତ ଅର୍ଥନୈତିକ ରିପୋର୍ଟ ଅନୁଯାୟୀ ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଜାରି ରହିଛି । ଡିସେମ୍ବରରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି 0.3 ପ୍ରତିଶତ ହ୍ରାସ ପାଇଛି । 2018ରେ ଶିଳ୍ପ ଅଭିବୃଦ୍ଧି 2.5 ପ୍ରତିଶତ ରହିଥିବା ବେଳେ 2019ରେ ଏହି 1.2 ପ୍ରତିଶତ ରହିଥିଲା । ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ 0.1 ପ୍ରତିଶତ ହ୍ରାସ ପାଇ 4.4ରେ ପହଞ୍ଚିଛି । 2019ରେ ଏହି ହାର 4.5 ପହଞ୍ଚିଥିଲା । ସେହିପରି ମାନ୍ଦାବସ୍ଥା ବୃଦ୍ଧି ପାଇ 7.5 ପ୍ରତିଶତରେ ପହଞ୍ଚିଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ ରହିଥିବା ବିଭିନ୍ନ ସଂଖ୍ୟାଲଘୁ ଧର୍ମାନୁଷ୍ଠାନର ବିକାଶ ପାଇଁ 16 କୋଟି ଟଙ୍କା ମଞ୍ଜୁର କରାଯାଇଛି । ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଏଥିରେ ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ବିକାଶ କରାଯିବା ସହିତ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ । ଏହି ନିଷ୍ପତ୍ତି ଅନୁଯାୟୀ ସତ୍ୟନଗର ଯୀଶୁ ଖ୍ରୀଷ୍ଟ ଏବଂ ମଦର ମେରୀ ଭୁବନେଶ୍ବର କ୍ୟାଥ୍ଲିକ୍ ଚର୍ଚ୍ଚକୁ ଦୁଇ କୋଟି ଟଙ୍କା ଓ ଭୁବନେଶ୍ବର ୟୁନିଟ୍-4 କ୍ୟାପିଟାଲ୍ ମସ୍ଜିଦ୍କୁ ଦୁଇ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମିଶନ ରୋଡସ୍ଥିତ କଟକ ଓଡିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ଦରଘାବଜାର କଦମ୍ ଇ ରସୁଲ୍ ମସ୍ଜିଦ୍କୁ ଦୁଇ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି କେନ୍ଦ୍ରାପଡାର ଫକୀରବାଦ ମରକାଡି ମସ୍ଜିଦ୍, ଭଦ୍ରକ ପୁରୁଣା ବଜାର ଜାମା ମସ୍ଜିଦ୍, ସମ୍ବଲପୁର ଜିଲ୍ଲା ସ୍କୁଲ ଛକ ପଲଟନ୍…
ଲାହୋର : ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହଫିଜ୍ ସଇଦ୍କୁ ପାକିସ୍ତାନରର ଏକ କୋର୍ଟ 5 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କୀଙ୍କୁ ଅର୍ଥ ଯୋଗାଣ ମାମଲାରେ ପାକିସ୍ତାନୀ କୋର୍ଟ ହାଫିଜ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ 5 ବର୍ଷ ପାଇଁ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଲସ୍କର ଏ ତୋଏବା ଏବଂ ଜମାତ ଉଦ୍ ଦାଓ୍ବାକୁ ଅର୍ଥଯୋଗାଣ ଅଭିଯୋଗରେ ଦାୟର କରାଯାଇଥିବା ଦୁଇଟି ମାମଲାରେ ବିଚାର କରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ କୋର୍ଟ ହଫିଜ୍ଙ୍କୁ ଦଣ୍ଡାଦେଶ ଶୁଣାଇଛି । ଏହା ସହିତ ଉଭୟ ମାମଲାରେ ହଫିଜ୍ଙ୍କୁ 15 ହଜାର ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି ।(ଏଜେନ୍ସି)
ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ଦିବଙ୍ଗତ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ସମାଲୋଚନା କରିଛନ୍ତି ପିସି ଚାକୋ । ଏହା ସହିତ ପିସି ଚାକୋ ଦିଲ୍ଲୀ କଂଗ୍ରେସ ଦାୟିତ୍ବରୁ ଇସ୍ତଫା ପ୍ରଦାନ କରିଛନ୍ତି । ଦଳର ବରିଷ୍ଠ ନେତ୍ରୀ ତଥା ତିନି ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିବା ଶୀଲା ଦୀକ୍ଷିତଙ୍କୁ ପରାଜୟ ପାଇଁ ଦାୟୀ କରିବା ସହିତ ନିଜ ଦାୟିତ୍ବରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏହା ସହିତ ଦିଲ୍ଲୀ କଂଗ୍ରେସ ମୁଖ୍ୟ ସୁଭାଷ ଚୋପ୍ରା ମଧ୍ୟ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଚାକୋ କହିଥିଲେ, 2013ରେ ଶୀଲା ଦୀକ୍ଷିତ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଆପ୍ର ଜନ୍ମ ନେଇଥିଲା । ଏହାପରେ କଂଗ୍ରେସର ଭୋଟ ଆପ୍ ଖାତାକୁ ଯିବା ସହିତ କଂଗ୍ରେସର ଅଧୋପତନ ଆରମ୍ଭ ହୋଇଥିଲା ବୋଲି ଚାକୋ କହିଛନ୍ତି । (ଏଜେନ୍ସି)
ରମେଶ ମହାନ୍ତି ଜଗତସିହପୁର : ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟି-6ର ବିଭାଗର ସବ୍କମିଟି-4ର ଅଧ୍ୟକ୍ଷ ଅରବିନ୍ଦ ଢାଲି ଜଗତସିଂହପୁର ଗସ୍ତ କରିଛନ୍ତି । ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଥିଲା । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଭୃତି ବିଭାଗକୁ ନେଇ ଆଲୋଚନା କରାଯାଇଥିଲା । ସେହିପରି ଚାଷୀଙ୍କୁ ଟୋକନ ମିଳିବାରେ ସମସ୍ୟା ଏବଂ ମିଲର ମାନେ ଧାନ କାଟିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପାରାଦୀପ ପୋର୍ଟ ଏବଂ ଓର୍ମାସ ପକ୍ଷରୁ ମିଳିଥିବା 49 ଲକ୍ଷ ଟଙ୍କାର ସହାୟତା ରାଶି ସମ୍ପର୍କରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବିଧାୟକଙ୍କୁ ଅବଗତ କରାଇଥିଲେ । ବ୍ୟାଙ୍କ ଗୁଡିକରେ ଋଣ ମିଳିବାକୁ ନେଇ ରହିଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହାପରେ ସଂସଦୀୟ କମିଟି ପାରାଦୀପ…
କନ୍ଦର୍ପ ବେହେରା ରେଢାଖୋଲ : ରେଢ଼ାଖୋଲ ଉପଖଣ୍ଡ ଚାରମାଳରେ ଏକ ଅଣଓସାରିଆ ପୋଲ ନିକଟରେ ଏକ ଧାନ ବୋଝେଇ ଟ୍ରକ୍ଟି ଅଟକି ରହିଥିଲା । ଟ୍ରକ୍ଟି ବ୍ରେକ୍ଡାଉନ୍ ହେବା କାରଣରୁ ରାସ୍ତା ଦାଢକୁ ଖସି ପଡିଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ବରେ ହଜାର ହଜାର ଗାଡ଼ି ଅଟକି ରହିଥିଲା । କ୍ରେନ୍ ସାହାଯ୍ୟରେ ପୋଲ ପାଖରୁ ଟ୍ରକଟିକୁ ହଟାଯିବା ପରେ ସ୍ବାଭାବିକ ଗାଡ଼ି ଚଳାଚଳ ହୋଇଥିଲା । ଗଣ୍ଡଗୋଳ ଆଶଙ୍କା ଥିବାରୁ ଚାରମାଳ ଥାନାଧିକାରି ଘଟଣା ସ୍ଥଳକୁ ଯାଇଥିଲେ । କଟକରୁ ସମ୍ବଲପୁର ଯିବାଆସିବା କରୁଥିବା ଗାଡ଼ି ଅଟକି ରହିଥିଲା ।
ମୁମ୍ବାଇ : ମୁମ୍ବାଇରେ ଅବୈଧ ଭାବରେ ଅବସ୍ଥାନ କରୁଥିବା 23 ଜଣ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି । ମହାରାଷ୍ଟ୍ରର ପାଲଗଡ ଜିଲ୍ଲାରେ ଏହି 23 ଜଣ ନାଗରିକ ଅବୈଧ ଭାବରେ ଅବସ୍ଥାନ କରୁଥିଲେ । ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧାଭାସ ଦେଖାଦେଇଥିବା ବେଳେ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ ଏବଂ ମାନବଚାଲାଣକାରୀ ବିରୋଧୀ ସ୍କ୍ବାଡ୍ ପକ୍ଷରୁ ଚଢାଉ କରାଯାଇ ଏହି 23 ଜଣଙ୍କୁ ଗିରଫ କରାଯାଇଛି । ବୁଧବାର ଅର୍ଣ୍ଣାଲା ପୋଲିସ୍ ପକ୍ଷରୁ ଚଢାଉ କରାଯାଇ ଗିରଫ କରାଯାଇଛି । ଘଟଣା ସମ୍ପର୍କରେ ଅଧିକ ସୂଚନା ପାଇଁ ଅର୍ଣ୍ଣାଲା ପୋଲିସ୍ ତଦନ୍ତ ଜାରି ରଖିଛି । ଉଲ୍ଲେଖଯୋଗ୍ୟ ଯେ, ବିଏସ୍ଏଫ୍ ଏବଂ ତ୍ରିପୁରା ପୋଲିସ୍ ପକ୍ଷରୁ ଚଳିତ ସପ୍ତାହରେ 12 ଜଣ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଥିଲା ।
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶରେ ଚିତୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । କୋରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ଆଶଙ୍କା କରି 50 ବର୍ଷୀୟ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ଚିତୁର୍ର ଶ୍ରୀକାଲହସ୍ତିରେ ଏହି ଅଘଟଣ ଘଟିଛି । ଚିତୁରର 50 ବର୍ଷୀୟ ବାଲାକ୍ରିଷ୍ଣାୟା ନିଜ ପରିବାରର ସମସ୍ତଙ୍କୁ ବନ୍ଦ କରି ଆତ୍ମହତ୍ୟା କରିଛନ୍ତି । ବାଲାକ୍ରିଷ୍ଣାୟାଙ୍କୁ ଥଣ୍ଡା ଏବଂ ଛାତିରେ ଯନ୍ତ୍ରଣା ହେଉଥିବା ନେଇ ତିରୁପତିର ରୁଇଆ ହସ୍ପିଟାଲ୍ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମାସ୍କ ପିନ୍ଧିବା ପାଇଁ କହିଥିଲେ । ଏହାକୁ ନେଇ ବାଲାକ୍ରିଷ୍ଣାୟା ନିଜକୁ କୋରୋନା ସଙ୍କ୍ରମିତ ବୋଲି ମନେ କରିବା ସହିତ ଆତ୍ମହତ୍ୟା କରିଥିଲେ । ଏହାପରେ ପରିବାରର କାହାକୁ ନିଜ ନିକଟକୁ ଆସିବାକୁ ନ ଦେବା ସହିତ ମଙ୍ଗଳବାର ରାତିରେ ସମସ୍ତଙ୍କୁ ଘରେ ବନ୍ଦ କରି ଆତ୍ମହତ୍ୟା କରିଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ଅଣ ସବ୍ସିଡି ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘଟିଛି । ବୁଧବାର ଦିନ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିଗତ 6 ମାସ ମଧ୍ୟରେ ଷଷ୍ଠ ଥର ପାଇଁ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି । ଏହି ସମୟରେ ସବ୍ସିଡି ଯୁକ୍ତ ସିଲିଣ୍ଡରର ମୂଲ୍ୟ 556 ଟଙ୍କା ରହିଛି । ଇଣ୍ଡିଆନ୍ ଅଏଲ୍ ଓ୍ବେବ୍ସାଇଟ୍ରେ ବିଭିନ୍ନ ରାଜ୍ୟରେ ଗ୍ୟାସ୍ ଉପରେ ବର୍ଦ୍ଧିତ ମୂଲ୍ୟ ସମ୍ପର୍କରେ ତଥ୍ୟ ଜାରି କରାଯାଇଛି । ଦିଲ୍ଲୀରେ ଗ୍ୟାସ୍ର ମୂଲ୍ୟ ସିଲିଣ୍ଡର ପିଛା 144.50 ଟଙ୍କା ବୃଦ୍ଧି ପାଇ 858.50 ପଇସାରେ ପହଞ୍ଚିଛି । କୋଲକାତାରେ ଗ୍ୟାସ୍ ସିଲିଣ୍ଡର ଉପରେ 149 ଟଙ୍କା ବୃଦ୍ଧି ପାଇଥିବା ବେଳେ ମୁମ୍ବାଇ ଏବଂ ଚେନ୍ନାଇରେ ଯଥାକ୍ରମେ 145 ଏବଂ 147 ଟଙ୍କା ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି କାରଣରୁ ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ଗ୍ୟାସ୍ ମୂଲ୍ୟ ବୃଦ୍ଧି କରାଯାଇଥିବା…
ନୂଆଦିଲ୍ଲୀ : ଦିଲ୍ଲୀର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆସନ୍ତା ଫେବୃୟାରୀ 16 ତାରିଖରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ପୂର୍ବ ଦୁଇଥର ଭଳି କେଜ୍ରିଓ୍ବାଲ ରମଲୀଲା ମୈଦାନରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଏକପାଖିଆ ଭାବରେ 62 ଆସନରେ ବିଜୟୀ ହୋଇଥିଲା । ଉପ ରାଜ୍ୟପାଳ ଅନୀଲ ବୈଜଲଙ୍କୁ ଭେଟିବା ସହିତ ଆଜି ବିଧାୟକ ଦଳର ସଦସ୍ୟଙ୍କୁ ଭେଟିବାକୁ ଯାଉଛନ୍ତି । (ଏଜେନ୍ସି)
ଲକ୍ଷ୍ନୌ : 2 କୋଟି ଟଙ୍କାର ବିରଳ ସାପ ଜବତ କରାଯିବା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରରେ ଏହି ବିରଳ ସାପ ଜବତ କରାଯାଇଛି । ରେଡ୍ ସାଣ୍ଡ ବୋଆ ପ୍ରଜାତିର ଏହି ବିରଳ ସାପ ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ଏହି ଦଳର ଅନ୍ୟ ଜଣେ ସଦସ୍ୟ ଫେରାର ହୋଇଛନ୍ତି । ଗିରଫ ତିନି ଜଣ ହେଉଛନ୍ତି କିରଣ ଦେବୀ, ମିହିଲାଲ ପାଶୀ ଏବଂ ଜଗତପାଲ । ମଙ୍ଗଳବାର ଦିନ ନହ୍ନୁପୂର୍ବାରେ ଲକ୍ଷ୍ମୀପୁର ପୋଲିସ୍ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ସାପକୁ ବିଭିନ୍ନ ଔଷଧ ନିର୍ମାଣରେ ବ୍ୟବହାର କରାଯାଇଥାଏ । ଏହା ସହିତ ଭାଗ୍ୟୋଦୟ ପାଇଁ ଏହି ବିରଳ ସାପକୁ ଲୋକ କିଣୁଥିବାରୁ ଏହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଅଧିକ ରହିଥାଏ । (ଏଜେନ୍ସି)
କୃଷ୍ଣଚନ୍ଦ୍ର ସୁଆଁସିଆ ଗଞ୍ଜାମ : ଜାତୀୟ ରକ୍ତଦାତା ମହା ସମାବେଶରେ ଗଞ୍ଜାମର ବ୍ଲଡ୍ ଆର୍ମି ‘ରକ୍ତବୀର’ ସମ୍ମାନରେ ସମ୍ମାନିତ ହୋଇଛି । ସମାଜରେ ରକ୍ତହୀନତା ଓ ଅସଚେତନତା ଅଭାବରୁ ନୀରିହ ଜୀବନ ହାନି ହେବା ପରିଲକ୍ଷିତ ହେଉଛି। ତେଣୁ ଏଭଳି ପରିସ୍ଥିତିକୁ ରୋକିବା ସକାଶେ ସମାଜରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ କାର୍ଯ୍ୟ କରୁଛନ୍ତି। ଏପରି ମହତ କାର୍ଯ୍ୟରେ ଲିପ୍ତ ସଙ୍ଗଠନକୁ ସମ୍ମାନିତ କରିବା ପାଇଁ ପୁରୀରେ ସମର୍ପଣ ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଜାତୀୟ ରକ୍ତଦାତା ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଉପସ୍ଥିତିରେ ଦେଶର ବିଭିନ୍ନ ରାଜ୍ୟର ପ୍ରମୁଖ ୨୯ଟି ରକ୍ତଦାତା ସଂଗଠନ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବ୍ଲଡ୍ ଆର୍ମିକୁ ରକ୍ତବୀର ସମ୍ମାନରେ ସମ୍ମାନିତ କରାଯାଇଛି। ଏଭଳି ସଫଳତା ପରେ ସାଧାରଣରେ ସଂଗଠନର ସଦସ୍ୟଙ୍କୁ ପ୍ରଂଶସା କରାଯାଇଛି ।
ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପୁଣି ଥରେ ହିଂସାକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମେହରୌଲୀର ଆପ୍ ବିଧାୟକ ନରେଶ ଯାଦବଙ୍କ ଜନୈକ ସହଯୋଗୀଙ୍କୁ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ କରାଯାଇଛି । ନିର୍ବାଚନୀ ବିଜୟ ପରେ ନରେଶ ଯାଦବ ଏକ ଶୋଭାଯାତ୍ରାରେ ଫେରୁଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା । ନରେଶ ଯାଦବଙ୍କ ଜଣେ ସହଯୋଗୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ନିହତ ଆପ୍ କର୍ମୀ ଜଣଙ୍କ ହେଉଛନ୍ତି ଅଶୋକ ମାନ୍ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭଦ୍ରକରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚ ବଖରା ଘର ଜଳିଯାଇଥିବା ବେଳେ ଜଳେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭଦ୍ରକର ସେରପୁରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ସରୋଜିନୀ ପରିଡା ନାମ୍ନୀ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ପହଞ୍ଚି ନିଆଁକୁ ଆୟତ କରାଯାଇଥିଲେ ମଧ୍ୟ 5 ବଖରା ଘର ସମ୍ପୂର୍ଣ୍ଣ ପାଉଁଶ ହୋଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ବିଦ୍ୟୁତ୍ ସର୍ଟସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଇଛି । ମୃତ ମହିଳାଙ୍କ ସ୍ବାମୀ ଗୁରୁତର ରହିଛନ୍ତି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭଦ୍ରକରେ ଦୁଇ ଆମ୍ବୁଲାନ୍ସ ମଧ୍ୟରେ ଦୁର୍ଘଟଣା ଘଟି 4 ଜଣ ଆହତ ହୋଇଛନ୍ତି । ଭଦ୍ରକ ଟାଉନ ଥାନା ଡାହାଣିଗଡ଼ିଆ ନିକଟରେ ଏକ ଆମ୍ବୁଲାନ୍ସ ଅନ୍ୟ ଏକ ଆମ୍ବୁଲାନ୍ସକୁ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା 4 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ଘନ କୁହୁଡି କାରଣରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।
ନୂଆଦିଲ୍ଲୀ- ଆସନ୍ତା 24 ତାରିଖରେ ଦୁଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏ ନେଇ ହ୍ବାଇଟ ହାଉସ ତରଫରୁ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ଗତ ବର୍ଷ ଆମେରିକାରେ ଯେପରି ହାୱାଡି ମୋଦୀ କାର୍ଯ୍ୟକ୍ରମ କରାଯାଇଥିଲା, ଠିକ ସେହିପରି ଗୁଜୁରାଟରେ ଆୟୋଜିତ ହେବ ‘କେମ୍ ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମ। ସେଥପାଇଁ ଅହମଦାବାଦରେ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଛି। ଏହି ଦୁଇ ଦିନିଆ ଗସ୍ତରେ ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ କେତେକ ଦୁଇ ପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଏହା ହେବ ତାଙ୍କର ପ୍ରଥମ ଭାରତ ଗସ୍ତ। ଏହି ଗସ୍ତରେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ମଧ୍ୟ ଆସୁଛନ୍ତି ବୋଲି ଜଣାପଡିଛି। ଟ୍ରମ୍ପଙ୍କ ଗସ୍ତ ସଂପର୍କରେ ହ୍ବାଇଟ ହାଉସ ତରଫରୁ ସୂଚନା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କ ସହିତ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି। ଏହି ଗସ୍ତ…

