65ତମ ଫିଲ୍ମ ଫେୟାର ପୁରସ୍କାର : ଶ୍ରେଷ୍ଠ ଫିଲ୍ମ ସମେତ 10ଟି ପୁରସ୍କାର ହାତେଇଲା ‘ଗଲି ବୟ’

Published: Feb 16, 2020, 10:52 am IST

ମୁମ୍ବାଇ : ୬୫ତମ ଫିଲ୍ମଫେୟାର ପୁରସ୍କାର ଶନିବାର ରାତି ଘୋଷଣା ହୋଇଯାଇଛି । ଜୋୟା ଅଖତାରଙ୍କ ଫିଲ୍ମ ‘ଗଲି ବୟ’କୁ ଶ୍ରେଷ୍ଠ ବିବେଚନା କରାଯାଇଛି । ଶ୍ରେଷ୍ଠ ଫିଲ୍ମ ସମେତ 10ଟି ପୁରସ୍କାର ହାତେଇବାରେ ସଫଳ ହୋଇଛି ‘ଗଲି ବୟ’ । ଏହି ଫିଲ୍ମର ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀର ପୁରସ୍କାର ମଧ୍ୟ ମିଳିଛି ।  ଆସାମର ଗୌହାଟୀସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ସମାରୋହରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ଫିଲ୍ମଫେୟାରର ପୁରସ୍କାର ବିଜେତା ସୂଚୀ :

ଶ୍ରେଷ୍ଠ ଫିଲ୍ମ : ଗଲି ବୟ

କ୍ରିଟିକ୍ସ ଆଓ୍ବାର୍ଡ (ଶ୍ରେଷ୍ଠ ଫିଲ୍ମ) : ଆର୍ଟିକିଲ୍‌ 15 ଓ ସୋନ୍‌ଚିଡିଆ

ଶ୍ରେଷ୍ଠ ନିର୍ଦ୍ଦେଶକ, ଜୋୟା ଅଖତର୍‌ (ଗଲି ବୟ)

ଶ୍ରେଷ୍ଠ ଅଭିନେତା – ରଣବୀର ସିଂ (ଗଲିବୟ)

କ୍ରିଟିକ୍ସ ଆଓ୍ବାର୍ଡ (ଶ୍ରେଷ୍ଠ ଅଭିନେତା) – ଆୟୁଷ୍ମାନ ଖୁରାନା (ଆର୍ଟିକିଲ୍‌ 15)

ଶ୍ରେଷ୍ଠ ଅଭିନେତ୍ରୀ – ଆଲିଆ ଭଟ୍ଟ (ଗଲିବୟ)

ଶ୍ରେଷ୍ଠ ସହାଭିନେତା – ସିଦ୍ଧାର୍ଥ ଚତୁର୍ବେଦୀ (ଗଲିବୟ)

ଶ୍ରେଷ୍ଠ ମ୍ୟୁଜିକ୍‌ ଆଲବମ୍‌ – ଗଲିବୟ ଓ କବୀର ସିଂ

ଶ୍ରେଷ୍ଠ ଗୀତିକାର – ଡିଭାଇନ୍‌ ଓ ଅଙ୍କୁର ତିଓ୍ବାରୀ (ଅପ୍‌ନା ଟାଇମ୍‌ ଆୟେଗା…) (ଗଲିବୟ)

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ – ଅରଜିତ୍‌ ସିଂ ‘କଲଙ୍କ୍ ନହୀ…’ (କଲଙ୍କ୍‌)

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା – ଶିଳ୍ପା ରାଓ , ଘୁଙ୍ଗୁରୋ…’ (ଓ୍ବାର୍‌)

ଶ୍ରେଷ୍ଠ ସଂଳାପ – ବିଜୟ ମୌର୍ଯ୍ୟ (ଗଲି ବୟ୍‌)

ଶ୍ରେଷ୍ଠ ଚିତ୍ରନାଟ୍ୟ – ରୀମା କାଗ୍‌ତି ଓ ଜୋୟା ଅଖତର୍‌ (ଗଲି ବୟ)

ଶ୍ରେଷ୍ଠ ମୂଳ କାହାଣୀ –  ଅନୁଭବ ସିହ୍ନା ଓ ଗୌରବ ସାଲୋଙ୍କି (ଆର୍ଟିକିଲ୍‌ 15)

ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ – ଆଦିତ୍ୟ ଧୀର୍‌ (ଉରି : ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌)

ଶ୍ରେଷ୍ଠ ନବାଗତ – ଅଭିମନ୍ୟୁ ଦାସାନୀ (ମର୍ଦ୍ଦ କୋ ଦର୍ଦ୍ଦ ନହି ହୋତା)

ଶ୍ରେଷ୍ଠ ନବାଗତା – ଅନନ୍ୟା ପାଣ୍ଡେ (ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-2)

ଶ୍ରେଷ୍ଠ ଆକ୍ସନ ଫିଲ୍ମ – ଓ୍ବାର୍‌

ଶ୍ରେଷ୍ଠ ବ୍ୟାକ୍‌ଗ୍ରାଉଣ୍ଡ ସ୍କୋର୍‌- ଗଲି ବୟ

ଶ୍ରେଷ୍ଠ କୋରିଓଗ୍ରାଫି – ରେମୋ ଡି’ ସୁଜା, ’ଘର ମୋରେ ପରଦେଶିୟା…’ (କଲଙ୍କ୍‌)

ଶ୍ରେଷ୍ଠ ସିନୋଟାଗ୍ରାଫି – ଗଲି ବୟ

ଶ୍ରେଷ୍ଠ କଷ୍ଟ୍ୟୁମ୍‌ – ସୋନଚିଡିଆ

ଶ୍ରେଷ୍ଠ ସମ୍ପାଦନା – ଉରି : ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌

ଶ୍ରେଷ୍ଠ ପ୍ରଡକ୍ସନ୍‌ ଡିଜାଇନ୍‌ – ଗଲି ବୟ

ଶ୍ରେଷ୍ଠ ସାଉଣ୍ଡ୍‌ ଡିଜାଇନ୍‌ – ଉରି : ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌

ଶ୍ରେଷ୍ଠ ଭିଏଫ୍‌ଏକ୍ସ – ଓଙ୍ବାର୍‌

ପିପୁଲ୍ସ ଚୟସ ଆଓ୍ବାର୍ଡ ଫର୍‌ ଶ୍ରେଷ୍ଠ କ୍ଷୁଦ୍ର ସିନେମା – ଦେଶୀ

ଶ୍ରେଷ୍ଠ ସର୍ଟ ଫିଲ୍ମ (ଫିକ୍ସନ୍‌) – ବେବାକ୍‌

ଶ୍ରେଷ୍ଠ ସର୍ଟ ଫିଲ୍ମ (ନନ୍‌ ଫିକ୍ସନ) – ଭିଲେଜ ଅଫ୍‌ ଏ ଲେଜର୍‌ ଗଡ୍‌

ଶ୍ରେଷ୍ଠ ଅଭିନେତ୍ରୀ (ସର୍ଟ ଫିଲ୍ମ) – ସାରା ହାସ୍‌ମୀ, ବେବାକ୍‌

ଶ୍ରେଷ୍ଠ ଅଭିନେତା (ସର୍ଟ ଫିଲ୍ମ) – ରାଜେଶ ଶର୍ମା, ତିଣ୍ଡେ

ଶ୍ରେଷ୍ଠ ସହଭିନେତ୍ରୀ – ଅମୃତା ସୁବାସ (ଗଲିବୟ)

Related posts