ଏପ୍ରିଲ ମାସରେ ଅବସର ନେବେ 51 ଜଣ ରାଜ୍ୟ ସଭା ସଦସ୍ୟ, ମହାରାଷ୍ଟ୍ରର ସର୍ବାଧିକ 7 ଜଣ

Published: Feb 16, 2020, 9:29 am IST

ନୂଆଦିଲ୍ଲୀ, ଆସନ୍ତା ଏପ୍ରିଲ ମାସରେ 51 ଜଣ ରାଜ୍ୟସଭା ସଦସ୍ୟ ଅବସର ନେବେ। ସର୍ବାଧିକ ସଦସ୍ୟ ମହାରାଷ୍ଟ୍ରରୁ 7 ଜଣ ଅବସର ନେଉଛନ୍ତି। ଏହି ଆସନ ପାଇଁ ଗୋଟିଏ ଥର ନିର୍ବାଚନ କରାଯିବ। ଏଥିରେ ବିଜେପି ଆଉ ଅଧିକ ଆସନ ହାସଲ କରିବ ବୋଲି ଆଶା ରଖିଛି। ବର୍ତ୍ତମାନ ରାଜ୍ୟ ସଭାର 245 ସଦସ୍ୟ ମଧ୍ୟରୁ ବିଜେପି ହାତରେ 82 ଟି ଥିବା ବେଳେ କଂଗ୍ରେସ ହାତରେ ଅଛି 46ଟି ଆସନ। ଏଥର କଂଗ୍ରେସରୁ 11 ଜଣ ଅବସର ଗ୍ରହଣ କରୁଛନ୍ତି। ତେବେ ଏହି 11 ଜଣ ମଧ୍ୟରୁ କଂଗ୍ରେସ 10ଟି ଆସନ ହାସଲ କରିବ ବୋଲି ଆଶା ରଖିଛି। ସେହିପରି ବିଜେପି ମଧ୍ୟ 13 ଟି ଆସନ ପାଇବ ବୋଲି ଆଶା ରଖିଛି। ବର୍ତ୍ତମାନ ବିଭିନ୍ନ ରାଜ୍ୟର ଖାଲିପଡିବାକୁ ଯାଉଥିବା ରାଜ୍ୟ ସଭା ସଦସ୍ୟ ସଂଖ୍ୟା ହେଲା

ମହାରାଷ୍ଟ୍ର-7

ତାମିଲନାଡୁ-6

ବିହାର-5

ପଶ୍ଚିମବଂଗ-5

ଆନ୍ଧ୍ରପ୍ରଦେଶ-5

ଗୁଜୁରାଟ-4

ମଧ୍ୟପ୍ରଦେଶ-3

ରାଜସ୍ଥାନ-3

ତାମିଲନାଡୁ-3

ଓଡିଶା-3

ଝାଡଖଣ୍ଡ-2

ଛତିଶଗଡ, ଆସାମ,ମଣିପୁର,ହରିୟାନା,ହିମାଞ୍ଚଳପ୍ରଦେଶ- 1 ଲେଖାଏଁ

Related posts