New Delhi: A young Aam Aadmi Party (AAP) supporter dressed up as Delhi Chief Minister Arvind Kejriwal with Aam Aadmi Party (AAP) workers and supporters outside a counting center during the counting of votes for the recently concluded Delhi Assembly elections 2020, in New Delhi on Feb 11, 2020. Early trends showed the AAP ahead of its rival BJP as counting of votes began in all the assembly constituencies in Delhi on Tuesday. (Photo: IANS)
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଦିଲ୍ଲୀରେ ପୁଣି ବହୁମତ ପାଇ ତୃତୀୟ ଥର ପାଇଁ ଆପ୍ ଶାସନ କ୍ଷମତା ଦଖଲ କରିବା ସ୍ପଷ୍ଟ ହୋଇଛି। ବିଜେପିର ଶାହିନ୍ବାଗ୍ ପ୍ରସଙ୍ଗକୁ ପଛରେ ପକାଇଛି ଆପ୍ର ବିକାଶ ପ୍ରସଙ୍ଗ। ଆପ୍ ୬୨ ଟି ଆସନରେ ଆଗୁଆ ରହିଥିବା ବେଳେ ବର୍ତ୍ତମାନ ସରକାର ଗଠନ କରିବା କେବଳ ଔପଚାରିକତା ରହିଛି। ଦିଲ୍ଲୀ ନିର୍ବାଚନୀ ଉପରେ ସମସ୍ତଙ୍କ ଆଖି ରହିଥିବାବେଳେ ପୁଣି ଥରେ କେଜ୍ରିଓ୍ବାଲ ଶାସନ କ୍ଷମତାକୁ ଆସିଛନ୍ତି। ୭୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ଦିଲ୍ଲୀବାସୀ ଆପ୍କୁ ବିଜେତା କରି ସମଗ୍ର ଦେଶବାସୀଙ୍କୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ଏକତରଫା ପ୍ରଦର୍ଶନ ସହିତ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆପ୍ ୬୨ଟି ଆସନରେ ଅଗ୍ରଣୀ ରହିଛି। ଚଳିତ ଦିଲ୍ଲୀ ବିଧାନସଭାରେ ବିଜେପିର ଶାହିନ୍ବାଗ୍ ରାଜନୀତିକୁ କେଜ୍ରିଓ୍ବାଲଙ୍କ ବିକାଶ ରାଜନୀତି ମାତ୍ ଦେଇଛି। ନିର୍ବାଚନୀ ପ୍ରଚାରରେ ବେଶ୍ ଆକ୍ରମକ ପ୍ରଚାର କରିଥିବାବେଳେ ଜନତା ଏହାର ଦୃଢ ଜବାବ ଦେଇଛନ୍ତି। ଦିଲ୍ଲୀ ନିର୍ବାଚନ ପରିଣାମ…
ସମୀକ୍ଷା ବ୍ୟୁରୋ ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବିଭିନ୍ନ ବିଷୟକୁ ନେଇ ସର୍ବଦା ଚର୍ଚ୍ଚା ରହିଥିବା ସମୟରେ ଉକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟ ସର୍ବଦା ଉଦାହରଣ ସ୍ରୁଷ୍ଟି କରିଥାଏ। ଠିକ୍ ସେଭଳି ଗଞ୍ଜାମର ଛତ୍ରପୁର ସହରରେ ଖୋଦ୍ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାଇକେଲରେ ପରିଭ୍ରମଣ କରି ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନ କରିଛନ୍ତି । ଯେଉଁ ବ୍ୟବସାୟୀମାନେ ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି କିମ୍ବା ପରିବେଶକୁ ଦୂଷିତ କରୁଛନ୍ତି,ସେମାନଙ୍କୁ ତାଗିଦ୍ କରିବା ଦେଖିବାକୁ ମିଳିଛି। ଏହାସହ ସେମାନଙ୍କଠାରୁ ଫାଇନ ଆଦାୟ କରୁଛନ୍ତି। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ପରିବେଶବିତ୍ ସମେତ ସାଧାରଣ ଜନସାଧାରଣ ପ୍ରଂଶସା କରିବା ମତପ୍ରକାଶ ପାଉଛି।
ରମେଶ ମହାନ୍ତି ଜଗତସିଂହପୁର: ମଙ୍ଗଳବାର ପୂର୍ବାହ୍ନରେ ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବଳରାମପୁରର କାଠିଆପଡା ପ୍ରାଇମେରୀ ସ୍କୁଲରେ ଜିଲ୍ଲାସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ବିଜୟା ପଣ୍ଡା ଶିଶୁ ମାନଙ୍କୁ ଟୀକା ପ୍ରଦାନ କରି ସ୍ୱତନ୍ତ୍ର ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ। ଜିଲ୍ଲାର ବାଲିକୁଦା, ବିରିଡି, ଜଗତସିଂହପୁର(ମଣ୍ଡାସାହି) ଓ ନାଉଗାଁ ବ୍ଲକରେ ଟୀକାକରଣରେ ୮୦ ପ୍ରତିଶତରୁ ଉର୍ଦ୍ଧ ଟୀକାକରଣ ହୋଇ ପାରି ନଥିବାରୁ ଏହି ସ୍ୱତନ୍ତ୍ର ଟୀକାକରଣ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାରେ ୨ ବର୍ଷରୁ କମ୍ ଶିଶୁଙ୍କ ସଂଖ୍ୟା ବାଲିକୁଦା ବ୍ଲକରେ ୧୦୧ ଜଣ, ବିରିଡି ବ୍ଲକରେ ୧୦୦ ଜଣ, ମଣ୍ଡାସାହିରେ ୯୫ ଜଣ ଓ ନାଉଗାଁ ବ୍ଲକରେ ୩୭ଜଣଙ୍କୁ ମିଶାଇ ଜିଲ୍ଲାରେ ୩୩୩ ଜଣଙ୍କୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନରେ ସାମିଲ କରାଯିବାର ଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ ୧୧, ୧୩, ୧୪, ୧୫,…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜସ୍ଥାନର ଆଜମେରରେ ଅନୁଷ୍ଠିତ ହେବାକୁ ଥିବା ଖ୍ବାଜା ଉର୍ସ ମେଳା ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍ର ଘୋଷଣା କରାଯାଇଛି । ମଙ୍ଗଳବାର ପୂର୍ବତଟ ରେଳବାଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ଖ୍ବାଜା ଉର୍ସ ମେଳା-2020 ପାଇଁ ଏହି ସ୍ବତନ୍ତ୍ର ଟ୍ରେନର ଘୋଷଣା କରାଯାଇଛି । ଯାତ୍ରୀ ମାନଙ୍କ ସୁବିଧା ପାଇଁ ଏହି ଟ୍ରେନ୍ର ଘୋଷଣା କରାଯାଇଛି । ଫେବୃୟାରୀ 26 ତାରିଖ ସକାଳ 9ଟାରୁ ଏହି ଟ୍ରେନ୍ଟି ଛାଡିବା ସହିତ ଫେବୃୟାରୀ 28 ଅପରାହ୍ନ 4ଟାରେ ଆଜମେରରେ ପହଞ୍ଚିବ । ମାର୍ଚ୍ଚ 2 ତାରିଖ ସନ୍ଧ୍ୟା 8.05ରେ ଟ୍ରେନ୍ଟି ଛାଡି ମାର୍ଚ୍ଚ 4 ଅପରାହ୍ନ 4.14ରେ ପୁରୀରେ ପହଞ୍ଚିବ । ଉଲ୍ଲେଖଯୋଗ୍ୟ ଯେ, ଖ୍ବାଜା ମଇଉଦ୍ଦିନ୍ ଚିସ୍ତିଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଉର୍ସ ମେଳା ଆୟୋଜିତ ହୋଇଥାଏ ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବୃହତ ବିଜୟ ପାଇଁ କେଜ୍ରିଓ୍ବାଲଙ୍କୁ ଏବଂ ଆମ୍ ଆଦମୀ ପାର୍ଟି (ଆପ୍)କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ କେଜ୍ରିଓ୍ବାଲଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି। ହ୍ୟାଟ୍ରିକ୍ ବିଜୟ ପାଇଁ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ବୋଲି ନବୀନ ଟ୍ବିଟ୍ କରିଛନ୍ତି।
କନ୍ଦର୍ପ ବେହେରା ସମ୍ବଲପୁର/ରେଢାଖୋଲ: ନାକ୍ଟିଦେଉଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି। ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଛାତ୍ରୀମାନଙ୍କ ନିମନ୍ତେ ଆତ୍ମରକ୍ଷା ତାଲିମ୍ ଶିବିରକୁ କଲେଜର ଅଧ୍ୟକ୍ଷ କନ୍ଦର୍ପ ରାଉଳ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଆତ୍ମରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଛି। ଅଧ୍ୟାପିକା ବିନୀତା ମୁର୍ମୁ ଓ ଅଧ୍ୟାପକ ସରୋଜ କୁମାର ଭୁଏ ଆତ୍ମରକ୍ଷା ତାଲିମର ଆବଶ୍ୟକତା ଓ ଏହାର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ। ପ୍ରଶିକ୍ଷିକା ଦୀପାଞ୍ଜଳୀ ବାର୍ଲା ଆତ୍ମସୁରକ୍ଷା ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲ। ଉକ୍ତ ତାଲିମ୍ ଶିବିରରେ ୧୪୭ ଜଣ ଛାତ୍ରୀ ପଞୀକୃତ କରିଛନ୍ତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଜାରି ରହିବ।
ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ । କେଜ୍ରିଓ୍ବାଲଙ୍କୁ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି । ମନ୍ କୀ ବାତ୍କୁ ଜନ୍ କୀ ବାତ୍ ପଛରେ ପକାଇ ଦେଇଛି ବୋଲି ଉଦ୍ଧବ ପ୍ରକାଶ ଦେଇଛନ୍ତି । ମନ୍ କୀ ବାତ୍ ଦେଶରେ ଏହାର ଲୋକପ୍ରିୟତା ହରାଇ ସାରିଛି ଏବଂ କେଜ୍ରିଓ୍ବାଲଙ୍କ ଜନ୍ କୀ ବାତକୁ ଲୋକ ଗ୍ରହଣ କରିଛନ୍ତି ବୋଲି ଉଦ୍ଧବ ପ୍ରକାଶ କରିଛନ୍ତି । ବିଜେପି ଦେଶରେ ବିଭାଜନର ରାଜନୀତି କରୁଥିବା ବେଳେ ଜନତା ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେପିର ପୂର୍ବତନ ସହଯୋଗୀ ରହିଥିବା ଶିବସେନା ଆପ୍ ଏବଂ କେଜ୍ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)
କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲ ବ୍ଲକ୍ କାର୍ଯ୍ୟାଳୟର ରାଜୀବ ଭବନ ଠାରେ ରେଢାଖୋଲ ବିଧାନ ସଭା କ୍ଷେତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ରେଢାଖୋଲ ବିଧାୟକ ରୋହିତ କୁମାର ପୂଜାରୀଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଜିଲ୍ଲାପାଳ ଡୋଳାମଣୀ ପଟେଲ, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା, ବିଡିଓ ପରୀକ୍ଷିତ ସାହୁ, ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ପ୍ରଧାନ, ବ୍ଲକ୍ ଅଧ୍ୟକ୍ଷା କବିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ମାନେଶ୍ୱର, ଜୁଜୁମୁରା, ରେଢାଖୋଲ, ନାକ୍ଟିଦେଉଳ ଆଦି ବ୍ଲକ୍ର ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଜଙ୍ଗଲ, ଜଳ ବିଭାଜିକା, ଗ୍ରାମ୍ୟଉନ୍ନୟନ, କୃଷି, ବିଦ୍ୟୁତ୍, ଉଦ୍ୟାନ, ଏମ୍ ଆଇ ଆଦି ବିଭାଗର ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରାଯାଇଥିଲା । ରେଢାଖୋଲ ବିଧାୟକ ଚାଷକୁ ଗରୁତ୍ୱ ତଥା ଅଧିକ ଅମଳ…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ପୋଲିସ୍ ଦୁଇ କିଗ୍ରା ଗଞ୍ଜେଇ ସହିତ ତିନି ଜଣଙ୍କୁ ଗିରଫ କରିଛି। ଶୁଣ୍ଢିମୁଣ୍ଡାଠାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଇକରୁ ୨ କେଜି ଗଞ୍ଜେଇ ଜବତ କରିବା ସହ ବାଉଁଶୁଣୀ ଅଂଚଳର ୩ ଜଣ ଚୋରାବେପାରିଙ୍କୁ ଗିରଫ୍ କରିଛି। ଚାଲାଣକାରୀମାନେ ଏକ ମୋଟର ସାଇକେଲ ସାହାଯ୍ୟରେ ବୌଦ୍ଧରୁ ରେଢାଖୋଲ ଅଭିମୁଖେ ଆସୁଥିବା ବେଳେ ପୋଲିସ୍ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଗିରଫ ବେପାରିମାନେ ହେଲେ ବାଉଁଶୁଣୀ ଥାନା ଚମଡାବାହାଲ ଗ୍ରାମର ନରୋତମ୍ ଲୁହା, ସୁଶିଲ ଲୁହା ଏବଂ ପଙ୍କୁଆଲ ପଡାର ସୁଦର୍ଶନ ଭୋଇ। ଅଭିଯୁକ୍ତମାନଙ୍କୁ ପୋଲିସ୍ ଆଜି କୋର୍ଟ ଚାଲାଣ କରିଥିଲା। ଜାମିନ୍ ନାମଂଜୁର ହେବାରୁ ସେମାନଙ୍କୁ ହାଜକୁ ପଠାଯାଇଛି।
ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିଓ୍ବାଲଙ୍କ ରାଜନୈତିକ ଦଳ ଆମ୍ ଆଦ୍ମୀ ପାର୍ଟି ବହୁମତ ହାସଲ କରି ବିଜୟୀ ହେବାକୁ ଯାଉଥିବା ବେଳେ ଅରବିନ୍ଦ କେଜ୍ରିଓ୍ବାଲ ନିଜ ପତ୍ନୀଙ୍କୁ ଏକ ଉପହାର ଦେଇଛନ୍ତି । ପତ୍ନୀ ସୁନୀତା କେଜ୍ରିଓ୍ବାଲଙ୍କ ଜନ୍ମଦିନରେ ଆପ୍ ବିଜୟୀ ହେବା ସହିତ ନିଜେ କେଜ୍ରିଓ୍ବାଲ ମଧ୍ୟ ବିଜୟୀ ହୋଇ ଉପହାର ଦେଇଛନ୍ତି । ବିଜୟ ଖବର ସ୍ପଷ୍ଟ ହେବା ପରେ କେଜ୍ରିଓ୍ବାଲ ଦମ୍ପତ୍ତି ପରସ୍ପରକୁ କେକ୍ ଖୁଆଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମଙ୍ଗଳବାର ସୁନୀତା କେଜ୍ରିଓ୍ବାଲ 54 ବର୍ଷରେ ପଦାର୍ପଣ କରିଛନ୍ତି । ବିଭିନ୍ନ ଆପ୍ କର୍ମୀ ଏବଂ ଟ୍ବିଟ୍ଟର ବ୍ୟବହାରକାରୀ ଟ୍ବିଟ୍ କରି କେଜ୍ରିଓ୍ବାଲ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)
କଟକ-କଟକ ଏସସିବି ମେଡିକାଲ କଲେଜର ଡାକ୍ତରମାନେ ଏକ କିଡନକୁ ଭୁବନେଶ୍ବରରୁ ନେଇ କଟକରେ ରୋପଣ କରିପାରିଥିଲେ। ଏପରି କାମ ସଫଳତାର ସହ କରିଥିବାରୁ ମେଡିକାଲର ଡାକ୍ତରମାନଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତର ହଂସିଣା ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଯିବା ସହିତ ଦେଢ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ସୂଚନାଯୋଗ୍ୟ ଯେ, ହଂସିଣାର ଗୌରାଙ୍ଗ ସୂତାରଙ୍କ ଘରେ ଗତକାଲି ରାତିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ସବୁ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଥିଲା। କୁଜଙ୍ଗ ତହସିଲଦାର ପ୍ରଭାସ ଚନ୍ଦ୍ର ବେଉରାଙ୍କ ନିର୍ଦ୍ଦେଶ କ୍ରମେ ଆରଆଇ ତଦନ୍ତ କରିବା ସହିତ ଏକ ପାଲ ପ୍ରଦାନ କରିଛନ୍ତି। ପୀଡିତଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ସ୍ଥାନୀୟ ଜନ ସାଧାରଣ ଦାବି କରିଛନ୍ତି।
ନୂଆଦିଲ୍ଲୀ : ପ୍ରଚଣ୍ଡ ବହୁମତ ସହିତ ପୁନର୍ବାର କ୍ଷମତାକୁ ଫେରିବା ସ୍ପଷ୍ଟ ହୋଇଥିବା ବେଳେ ଦିଲ୍ଲୀର ଜନତାଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଅପରାହ୍ନ 3.30 ସୁଦ୍ଧା ଆପ୍ର ପ୍ରାର୍ଥୀ 25ଟି ଆସନରେ ବିଜୟୀ ହୋଇଥିବା ବେଳେ କେଜ୍ରିଓ୍ବାଲ ପ୍ରେସ୍ ମିଟ୍ କରି ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଜେପି 7ଟି ଆସନରେ ଆଗୁଆ ରହିଥିବା ବେଳେ ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଦିଲ୍ଲୀର ପୁଅକୁ ଦିଲ୍ଲୀବାସୀ ଜିତାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ବୋଲି କେଜ୍ରିଓ୍ବାଲ କହିଥିଲେ । ଏହି ପ୍ରେସ୍ମିଟ୍ରେ ଦିଲ୍ଲୀ ବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ସନ୍ଧ୍ୟାରେ ଆପ୍ କାର୍ଯ୍ୟାଳୟରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ଶୋ ସମ୍ପର୍କରେ ଘୋଷଣା କରିଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ମୁଜାଫରପୁର ଆଶ୍ରୟସ୍ଥଳୀ ଯୌନ ନିର୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରିଜେଶ ଠାକୁରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ବ୍ରିଜେଶଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବ୍ରିଜେଶ ମହିଳା ଆଶ୍ରୟସ୍ଥଳୀର ଏକାଧିକ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ପ୍ରଦାନ କରିବା ସହିତ ଆକ୍ରମଣ କରିଥିଲେ । ଜାନୁୟାରୀ 20 ତାରିଖରେ ବ୍ରିଜେଶଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ମଙ୍ଗଳବାର ଦିନ କୋର୍ଟ ଦଣ୍ଡ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସେଲ୍ଟର ହୋମ୍ରେ ଅନ୍ତେବାସୀଙ୍କୁ ନିର୍ଯାତନା ଏବଂ 11 ଜଣ ଛାତ୍ରୀଙ୍କ ହତ୍ୟା ମାମଲାରେ ବ୍ରିଜେଶ ବିରୋଧରେ ମାମଲା ରୁଜୁ କରାଯାଇଥିଲା । (ଏଜେନ୍ସି)
କେଦାର ମିଶ୍ର ଦିଲ୍ଲୀରେ ଆମ ଆଦମି ପାର୍ଟିର ବିଜୟ ହେବ, ଏକଥା ଜଣା ପଡୁଥିଲା। ହେଲେ ଏହି ବିଜୟ ଯେ ୨୦୧୫ ବିଜୟ ସହିତ ସମାନ ହେବ, ଏକଥା କେହି ଚିନ୍ତା କରିନଥିଲେ। ଏହି ରିପୋର୍ଟ ଲେଖା ହେଲାବେଳକୁ ଆପ ୬୩ ଆସନରେ ଆଗୁଆ ରହିଛି। ଗତ ନିର୍ବାଚନରେ ଆପ ୭୦ରୁ ୬୭ ଆସନ ଜିତିଥିବା ବେଳେ ପାଞ୍ଚ ବର୍ଷର ଶାସନ ପରେ ମଧ୍ୟ ୬୦ ରୁ ଅଧିକ ଆସନ ବଜାୟ ରଖିବା, ଏକ ଐତିହାସିକ ଘଟଣା ବୋଲି କୁହାଯାଇପାରିବା। ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିୱାଲଙ୍କ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବରେ ଖୋଦ ବିଜେପିର ଦ୍ଵିତୀୟ ବଡ ନେତା ଅମିତ ଶାହ ଲଢେଇ କରୁଥିଲେ। (ଅମିତ ଶାହ ଯଦିଓ ନିର୍ବାଚନ ଲାଢୁ ନଥିଲେ, ହେଲେ ଅରବିନ୍ଦଙ୍କ ବିରୋଧରେ ତାଙ୍କ ନେତୃତ୍ବରେ ହିଁ ନିର୍ବାଚନ ପ୍ରଚାର ଚାଲିଥିଲା)ବିଜେପିର ସବୁ ପ୍ରକାର ରାଣା କୌଶଳ ଓ ବିଭାଜନକାରୀ ରାଜନୀତି ସତ୍ତ୍ୱେ ଅରବିନ୍ଦ କେଜ୍ରିୱାଲଙ୍କର ଏ ବିପୁଳ…
ମାଉଣ୍ଟ ମନ୍ଗାଉନି : ମାଉଣ୍ଟ ମନ୍ଗାଉନିର ବେ ଓଭାଲରେ ସିରିଜ୍ କ୍ଲିନ୍ ସୁଇପ୍ କରିଛି ନ୍ୟୁଜିଲ୍ୟାଣ୍ଡ । ଏହା ସହିତ ଟି 20 ଶୃଙ୍ଖଳାର ପ୍ରତିଶୋଧ ଘରୋଇ ଦଳ ଦିନିକିଆ ସିରିଜ୍ରେ ନେଇଛି । ପ୍ରଥମେ ବ୍ୟାଟିଂ କରି କେ ଏଲ୍ ରାହୁଲ୍ (112)ଙ୍କ ଶତକ ଏବଂ ଶ୍ରେୟସ୍ ଆୟାର(62)ଙ୍କ ବ୍ୟାଟିଂ ବଳରେ ଭାରତ 296 ରନ୍ ସଂଗ୍ରହ କରିଥିଲା । ଜବାବରେ ହେନ୍ରୀ ନିକୋଲ୍ସ(80) ଏବଂ ଡି ଗ୍ରାଣ୍ଡହୋମ୍(58) ରନ୍ ସହାୟତାରେ ନ୍ୟୁଜିଲ୍ୟାଣ୍ଡ 5 ଓ୍ବିକେଟ୍ରେ ବିଜୟୀ ହୋଇଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ହାମିଶ ବେନେଟ୍ ସର୍ବାଧିକ 4ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ 47 ରନ୍ରେ 3ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଅନ୍ୟ ବୋଲରଙ୍କ ବିଫଳତା କାରଣରୁ ନ୍ୟୁଜିଲ୍ୟାଣ୍ଡ ବିଜୟୀ ହୋଇଥିଲା । ହେନ୍ରୀ ନିକୋଲ୍ସଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଏବଂ ରସ୍ ଟେଲରଙ୍କୁ ପ୍ଲେୟର ଅଫ୍ ଦ ସିରିଜ୍…
ରଞ୍ଜିତ୍ ପଣ୍ଡା/କୁଜଙ୍ଗ: ଛୁଟିଦିନରେ ମହାନଦୀରୁ ବାଲି ଉଠାଯାଉଛି। ସରପଂଚଙ୍କ ଜେସିବି ଏବଂ ଟ୍ରାକ୍ଟର ଜରିଆରେ ଏହା କରାଯାଉଛି ବୋଲି ଅଭିଯୋଗ ରହିଛି। ତେବେ ବାଲି ଉଠାଣ ନେଇ ପଚାରିବାରୁ ସରକାରୀଭାବେ ଆଇନ ଅନୁଯାୟୀ ଲିଜ୍ କଟାଯାଇ ବାଲି ଉଠାଯାଉଥିବା କୁହାଯାଉଛି। ମାତ୍ର ତହସିଲଦାରଙ୍କୁ ଏନେଇ ପଚାରିବାରୁ କୌଣସି ଲିଜ କଟାଯାଇନଥିବାର କହିଛନ୍ତି। ଗତ କିଛିଦିନ ହେବ ସରକାରୀ ଛୁଟିଦିନ ଏବଂ ରବିବାର ଦିନଗୁଡ଼ିକରେ ବାଲି ଉଠାଣ ହେଉଥିବାର ସୂଚନା ମିଳିଛି। ଏହା ବେଆଇନ କିମ୍ବା ଆଇନ ଅନୁମୋଦିତ ତାହା ତଦନ୍ତ ସାକ୍ଷେପ ହୋଇଥିବାବେଳେ ତହସିଲଦାର କିମ୍ବା ଜନପ୍ରତିନିଧିମାନେ ଏହାକୁ ନେଇ ଭିନ୍ନ ଭିନ୍ନ ଉତ୍ତର ରଖୁଥିବାବେଳେ, କିଏ ଠିକ ତାହା ଏବେ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ନ ସମୟରେ କୁଜଙ୍ଗ ତହସିଲ ଅନ୍ତର୍ଗତ ଜିଲ୍ଲାନାସୀ ପଂଚାୟତ ସଂଲଗ୍ନ ମହାନଦୀର ତେନ୍ତୁଲିଆ ଚନ୍ଦାମୁଣ୍ଡ ଠାରୁ ବାଲି ଉଠୁଥିଲା। ସୂଚନା ମିଳିବାପରେ ତହସିଲଦାର ପ୍ରଭାସ କୁମାର ବେହୁରିଆଙ୍କ ସହିତ…
ବେଜିଂ : କୋରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦୈନିକ ବୃଦ୍ଧି ପାଇବାରେ ଲାଗିଛି । ସୋମବାର 108 ଜଣଙ୍କ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 1016 ରେ ପହଞ୍ଚିଛି । ଏହି ଭାଇରସ୍ ଦ୍ବାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 42638ରେ ପହଞ୍ଚିଛି । ଚୀନ୍ର ଜାତୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 7333 ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ସୋମବାର ଦିନ 3996 ଜଣ ଲୋକ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏହି ଭାଇରସ୍ ସଂସ୍ପର୍ଶରେ ଆସିଥିବା 428438 ଜଣଙ୍କ ମଧ୍ୟରୁ 187728 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ଚୀନ୍ ସ୍ବାସ୍ଥ୍ୟ ବିଭାଗ । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ଗୋଟିଏ ଦିନରେ ଏହ ସର୍ବାଧିକ ମୃତ୍ୟୁ । (ଏଜେନ୍ସି)

