କଭି ଇଦ୍‌ କଭି ଦିଓ୍ବାଲୀ’ରେ ସଲ୍ଲୁଙ୍କ ସହ ନଜର ଆସିବେ ପୂଜା

Published: Feb 11, 2020, 12:29 pm IST

ମୁମ୍ବାଇ : ଦବଙ୍ଗ ଥ୍ରୀ ପରେ ପୁଣି ଥରେ ସଲମାନ ଖାନ୍‌ ଆଗାମୀ ଇଦ୍‌ ଫିଲ୍ମକୁ ନେଇ ପ୍ରସ୍ତୁତ ହେଉଛନ୍ତି । ତେବେ ଚଳିତ ଥର ସଲମାନ୍‌ଙ୍କ ସହ ଇଦ୍‌ ଅବସରରେ ପୂଜା ହେଗେଡଙ୍କୁ ଦେଖିବାକୁ ମିଳିବ । ସାଜିଦ୍‌ ନାଦଆଦ୍‌ଓ୍ବାଲାଙ୍କ ପ୍ରଯୋଜିତ ଅପ୍‌କମିଙ୍ଗ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ବାଲୀ’ ଜରିଆରେ ସଲମାନଙ୍କ ହିରୋଇନ୍‌ ସାଜିବେ ପୂଜା ହେଗେଡ୍‌ । ଏହି ଫିଲ୍ମରେ ପୂଜା ଗୋଟେ ଛୋଟ ସହରର ଯୁବତୀ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ ଫରହାଦ୍‌ ସମ୍‌ଜୀ । ଇଦ୍‌ ଅବସରରେ ଭାଇଜାନ୍‌ଙ୍କ ଫିଲ୍ମକୁ ଦର୍ଶକଙ୍କ କ୍ରେଜ୍‌ ରହିଥିବାବେଳେ ଚଳିତ ଥର ସଲମାନ୍‌ଙ୍କ ସହ ପ୍ରଥମ ଥର ପାଇଁ ପୂଜା ନଜର ଆସିବେ । ପୂଜା ଏହା ପୂର୍ବରୁ ‘ମହେଞ୍ଜେଦାରୋ’, ‘ହାଉସ୍‌ଫୁଲ୍‌-4’ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି ।

Related posts