Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଚଳିତ ମାସ 19 ତାରିଖରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏନେଇ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ତେବେ ଗତ ଥର ପ୍ରଶ୍ନପତ୍ର ଭାଇରାଲ୍‌ ବେଶ୍‌ ମୁଣ୍ଡ ବ୍ୟାଥାର କାରଣ ପାଲଟିଥିଲା । ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇଚାଲ୍ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଭାଇରାଲ୍‌ ହୋଇଥିବା ସମ୍ପୃକ୍ତ ସେଣ୍ଟର ଦାୟିତ୍ବରେ ଥିବା ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ସହିତ ଭଇରାଲ୍‌ ନ ହେବା ପାଇଁ କୋଡିଂ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ। ଚଳିତ ଥର ପ୍ରଶ୍ନପତ୍ର ଭାଇରାଲ୍‌ ହେବନି ବୋଲି ଗଣିକ୍ଷା ମନ୍ତ୍ରୀ ଆଶା କରିଥିବାର କହିଛନ୍ତି ।

Read More

ବେଙ୍ଗାଲୁରୁ : ବର୍ତ୍ତମାନ ଦେଶରେ ଟିକ୍‌ଟକ୍‌ ଯୁବପିଢିଙ୍କ ପାଇଁ ମନୋରଞ୍ଜନର ଜରିଆ ହୋଇଥିବା ବେଳେ ଏହାକୁ ନେଇ ବେଙ୍ଗାଲୁରୁର ଏକ ଦମ୍ପତ୍ତି ଅଲଗା ହୋଇଛନ୍ତି । 2008ରେ ବିବାହ କରିଥିବା ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ଅସିମ୍‌ ଏବଂ ଆୟେଶା (ଉଭୟ ଛଦ୍ମନାମ)ଙ୍କ ବିବାହ ହୋଇଥିବା ବେଳେ ଆୟେଶା ଅସିମ୍‌ଙ୍କୁ ଛାଡପତ୍ର ଦେଇଛନ୍ତି । ଅସିମଙ୍କୁ ନିଜ ପତ୍ନୀଙ୍କ ଭିଡିଓ ପୋଷ୍ଟ ପସନ୍ଦ ନଥିଲା । ପ୍ରଥମରୁ ଅସିମ ଅସନ୍ତୁଷ୍ଟ ହୋଇଥିବା ବେଳେ ଆୟେଶା ଲୁଚାଇ ଟିକ୍‌ଟକ୍‌ରେ ଭିଡିଓ ବନାଉଥିଲେ । ଅସିମ ସାଉଦି ଆରବରେ ନିଜର ଚାକିରି ଛାଡି ବେଙ୍ଗାଲୁରୁ ମଧ୍ୟ ପଳାଇ ଆସିଥିଲେ । ମାତ୍ର ପରେ ନିଜ ଘରେ ତିଆରି କରିଥିବା ଭିଡିଓରୁ ଆୟେଶା ଧରା ପଡିଯାଇଥିଲେ । ଏହାପରେ ଟିକଟକ୍‌ ଛାଡିବା ପାଇଁ ଆୟେଶାଙ୍କ ଉପରେ ଅସିମ୍‌ ଚାପ ପକାଇଥିଲେ । ମାତ୍ର ନିଜ ଲକ୍ଷାଧିକ ଟିକ୍‌ଟକ୍‌ ଫଲୋଅରଙ୍କୁ ଛାଡିବା ବଦଳରେ…

Read More

ଉତ୍ତରପ୍ରଦେଶ : ପ୍ରେମକୁ ପ୍ରତ୍ୟାଖ୍ୟାନ କରିବା ବେଶ୍‌ ମହଙ୍ଗା ପଡିଲା ଛାତ୍ରଙ୍କୁ । ସମସ୍ତଙ୍କ ସାମ୍ନାରେ ଛାତ୍ରୀ ଜଣକ ଛାତ୍ରଙ୍କୁ ବ୍ଲେଡ୍‌ରେ ଆକ୍ରମଣ କରିଛନ୍ତି । ବ୍ଲେଡ୍‌ ଆକ୍ରମଣ କରିବା ପରେ ଯୁବକ ଜଣକ ଲହୁଲୁହାଣ ହୋଇଛନ୍ତି । ଏପରି ଏକ ଘଟଣା ଉତ୍ତରପ୍ରଦେଶର ବରେଲି ଅଞ୍ଚଳରେ ଘଟିଛି । ବରେଲୀର ହାଫିଜ୍‌ଗଞ୍ଜ ଥାନା କ୍ଷେତ୍ରର ଏକ ଇଣ୍ଟରକଲଜେର ଉଭୟ ପଢୁଥିବାବେଳେ ଛାତ୍ରୀ ଜଣକ ଛାତ୍ରଜଣଙ୍କୁ ଏକତରଫା ପ୍ରେମ କରୁଥିଲେ । କିନ୍ତୁ ଛାତ୍ର ଜଣଙ୍କୁ ସେହି ଝିଅ  ପ୍ରତି କିଛି ପ୍ରକାରର ଭାବନା ନଥିବାବେଳେ ସେ ନିଜ ପାଠପଢାରେ ବ୍ୟସ୍ତ ରହୁଥିଲେ । କିନ୍ତୁ ଝିଅଟି ସବୁବେଳେ ବିବାହ ପାଇଁ ଛାତ୍ରଙ୍କ ଉପରେ ଏକପ୍ରକାର ଚାପ ପ୍ରୟୋଗ ମଧ୍ୟ କରୁଥିଲେ । ଯେତେବେଳେ ଛାତ୍ର ଜଣକ ସମ୍ପୃକ୍ତ ଛାତ୍ରୀ ଜଣଙ୍କୁ  ପାଠ ପଢା ସମୟରେ ପ୍ରେମ କରିବାକୁ ମନା କରିଦେଲେ, ସେତେବେଳେ ଛାତ୍ରୀ ଜଣକ ରାଗରେ ଏପରି ଏକ କାଣ୍ଡ…

Read More

କେରଳ : ପାଠ ପଢିବା ପାଇଁ କୌଣସି ବୟସର ସୀମା ନଥାଏ । କେବଳ ପଢିବା ପାଇଁ ଆଗ୍ରହ ରହିଥିବା ଆବଶ୍ୟକ । ଏହାକଥାକୁ ସତ କରି ଦେଖାଇଛନ୍ତି କୋଲମ୍‌ର ଜଣେ 105 ବର୍ଷୀୟା ବୃଦ୍ଧା । ବୟସର ସାୟାହ୍ନରେ ବି ବୃଦ୍ଧାଙ୍କର ପାଠ ପଢିବାର ଆଗ୍ରହ ଓ ଉତ୍ସାହ ଏବେ ସେଠାକାର ବିଦ୍ୟାର୍ଥୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି । ଶିକ୍ଷା ଆଗରେ ବୟସ ହାର ମାନିଥାଏ, ଏକଥା ଭାଗିରଥୀଙ୍କ ପାଖରେ ପ୍ରମାଣିତ ହୋଇଛି । 105 ବର୍ଷୀୟା ଭାଗିରଥୀ ଅମ୍ମା କେରଳ ରାଜ୍ୟର ସବୁଠାରୁ ବୟସ୍କ ଛାତ୍ରୀ । ସେ ଚତୁର୍ଥ ଶ୍ରେଣୀ ପରୀକ୍ଷାରେ 74.5 ପ୍ରତିଶତ ନମ୍ବର ରଖି ପାସ୍‌ ହୋଇଛନ୍ତି । ପରୀକ୍ଷାରେ ପାସ୍‌ ହେବା ପରେ ବହୁତ ଖୁସି ହୋଇ ଆମ୍ମା କହିଛନ୍ତି ଯେ, ଯଦି ମୋ’ ଶରୀର ମୋତେ ସାଥ୍‌ ଦେବ, ତେବେ ସେ ଅଉ ଅଧିକ ପାଠ ପଢିବେ ।…

Read More

ନୂଆଦିଲ୍ଲୀ : ଅଟୋ ଏକ୍ସପୋ 2020ରେ ଏପ୍ରିଲିଆ ଏସ୍‌ଏକ୍ସଆର୍‌ 160 ପ୍ରଦର୍ଶିତ ହୋଇଛି । ଏହି ଇଟାଲିଆନ୍‌ କମ୍ପାନୀ ପକ୍ଷରୁ ଚଳିତ ଏକ୍ସପୋରେ ଏହି ବାଇକ୍‌ ପ୍ରଦର୍ଶିତ କରାଯାଇଛି । ପ୍ୟାଜିଓ ଏବଂ ସୁଜୁକି ପରେ ତୃତୀୟ ଦୁଇ ଚକିଆ କମ୍ପାନୀ ଭାବରେ ଏହି ଏକ୍ସ ପୋରେ ଭାଗ ନେଉଛି ଏପ୍ରିଲିଆ । ପ୍ରିମିୟମ୍‌ ବର୍ଗର ଏହି ସ୍କୁଟରଟି 160 ସିସିର ରହିବ । ପ୍ରଥମ ସ୍କୁଟର ଭାବରେ ଏପ୍ରିଲିଆ ଏହି ବୈଶିଷ୍ଟ୍ୟ ଲଞ୍ଚ କରିବାକୁ ଯାଉଛି । ଏହି ସ୍କୁଟରଟି ଲାଲ,କଳା, ଧଳା ଏବଂ ସବୁଜ ରଙ୍ଗରେ ଉପଲବ୍ଧ ହେବ ।

Read More

ସମୀକ୍ଷା ବ୍ୟୁରୋ ଶେରଗଡ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ମା କରଞ୍ଜେଇ ପୀଠରେ ବ୍ଲକ ପ୍ରଶାସନ ଓ ବିଜୁ ଯୁବ ବାହିନୀର ମିଳିତ ଉଦ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ପରିବେଶର ଗନ୍ତାଘର ଓ ଜାତୀୟ ପକ୍ଷୀ ମୟୂର ମାନଙ୍କ ବିହାର ପାଇଁ ଜନମାନସକୁ ଆକ୍ରୁଷ୍ଟ ପାଇଁ ଉକ୍ତ ପୀଠ ବେଶ୍ ପରିଚିତ । ତେଣୁ ଉକ୍ତ ପୀଠର ମୌଳିକ ଅସୁବିଧାକୁ ସମାଧାନ କରିବା ସହିତ ଏକ ତୀର୍ଥସ୍ଥଳୀ ଭାବେ ଏହାକୁ ପ୍ରାଥମିକ ଦେବାକୁ ବହୁବାର ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ବ୍ଲକ ପ୍ରଶାସନ ଓ ବିଜୁ ଯୁବ ବାହିନୀ ତରଫରୁ ସଫେଇ କରାଯାଇଥିଲା । ଏହା ସହିତ ଅଧିକାରୀ ମାନଙ୍କ ଉପସ୍ଥିତରେ କରଞ୍ଜେଇ ପୀଠର ସମସ୍ୟା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଶେରଗଡ଼ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁଙ୍କ ଆବାହକତ୍ଵରେ ଓ ବ୍ଲକ…

Read More

ମୁମ୍ବାଇ : ଟାଇଗର ଶ୍ରଫ୍‌ଙ୍କ ଅଭିନୀତ ଅପ୍‌କମିଙ୍ଗ ଫିଲ୍ମ ବାଗୀ-3ର ଟ୍ରେଲର ଆଜି ରିଲିଜ୍‌ ହୋଇଛି । ଏହି ଫିଲ୍ମ ଜରିଆରେ ଶ୍ରଦ୍ଧା ବାଗୀ ଫାଞ୍ଚାଇଜିକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଉଭୟ ଟାଇଗର ଏବଂ ଶ୍ରଦ୍ଧା ହାଇ ଅକ୍ଟେନ୍‌ ସିନ୍‌ରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ରୀତେଶ ଦେଶମୁଖ ଏବଂ ଅଙ୍କିତା ଲୋଖାଣ୍ଡେ ନଜର ଆସୁଛନ୍ତି । ରୀତେଶ ଜଣେ ପୋଲିସ ଏବଂ ଟାଇଗରଙ୍କ ଭାଇ ଭୂମିକାରେ ନଜର ଆସିଥିବା ବେଳେ ସିରିଆ ଯାଇଥିବା ବେଳେ ତାଙ୍କୁ କିଛି ଆତଙ୍କୀ ଅପହରଣ କରି ନେଇଥାନ୍ତି । ରୀତେଶଙ୍କୁ ଉଦ୍ଧାର କରିବା ପାଇଁ ଟାଇଗର ଯାଇଥିବା ବେଳେ ଆତଙ୍କୀଙ୍କ ସହିତ ତାଙ୍କର ମୁକାବିଲା ଫିଲ୍ମରେ ଦେଖିବାକୁ ମିଳିଛି । ଅହମ୍ମଦ ଖାନ୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ସାଜିଦ୍‌ ନାଦିଓ୍ବାଦଓ୍ବାଲା ଏହାର ପ୍ରଯୋଜନା କରିଛନ୍ତି । (ଏଜେନ୍ସି)

Read More

ବେଙ୍ଗାଲୁରୁ : କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦ୍ୟୁରପ୍ପା । ଏହି ସମ୍ପ୍ରସାରଣରେ 10 ଜଣ ବିଧାୟକଙ୍କୁ ସାମିଲ କରାଯାଇଛି । ରାଜ୍ୟପାଳ ଭାଜୁଭାଇ ଭାଲାଙ୍କୁ ୟେଦ୍ୟୁରପ୍ପା ଚିଠି ଲେଖି କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଘୋଷଣା କରିଛନ୍ତି । ସମ୍ପ୍ରସାରିତ କ୍ୟାବିନେଟ୍‌ରେ ଏସ୍‌ଟି ସୋମଶେଖର, ରମେଶ ଲକ୍ଷ୍ମଣରାଓ, ଆନନ୍ଦ ସିଂ, ଡ. କେ ସୁଧାକର, ବିଏ ବାସଭରାଜା, ବିସି ପାଟଇଲ, କେ ଗୋପାଳ୍ୟା, ନାରାୟଣ ଗୌଡା ଏବଂ ଶ୍ରୀମନ୍ତ ବାଲାସାହେବ ପାଟିଲଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି । ଏହି ସମସ୍ତ ବିଧାୟକ ଆଜି ସଚିବାଳୟରେ ଶପଥ ଗ୍ରହଣ କରିବେ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ରେଟ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଗୁରୁବାର ଆରବିଆଇ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଥିବା ବେଳେ ରେପୋ ରେଟ ପୂର୍ବବତ 5.15 ପ୍ରତିଶତ ରହିଛି । ଗୁରୁବାର ଅନୁଷ୍ଠିତ ଅର୍ଥନୈତିକ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ 2020-21 ଆର୍ଥିକ ବର୍ଷ ନିମନ୍ତେ ସଂଶୋଧିତ ଅଭିବୃଦ୍ଧି ହାର 5.5 ପ୍ରତିଶତ ରଖାଯାଇଛି । ପୂର୍ବରୁ ଜିଡିପି 6 ପ୍ରତିଶତ ରହିବା ନେଇ ଆରବିଆଇ ପକ୍ଷରୁ ଆକଳନ କରାଯାଇଥିଲା । ମାନ୍ଦାବସ୍ଥା ଏହି ସମୟରେ 7.35 ପ୍ରତିଶତ ରହିଥିବା ବେଳେ ଏହାର ମୁକାବିଲା ପାଇଁ ରେପୋରେଟ୍ ଅପରିବର୍ତ୍ତିତ ରଖାଯାଇଛି ।

Read More

ରମେଶ ମହାନ୍ତି ଜଗତସିଂହପୁର : ବୁଧବାର ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ବାଲିକୁଦା – ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଳସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ନ୍ୟାର୍ଯ୍ୟ ଦାବିରୁ ସାଧାରଣ ଲୋକ ବଞ୍ଚିତ ନହେବା ଉଚିତ୍‌ ବୋଲି ମନ୍ତ୍ରୀ ମତ ଦେଇଥିଲେ । ସରକାରୀ ଯୋଜନାରେ କୌଣସି ଲୋକ ଯେପରି ନିଜର ଅଧିକାର ନ ହରାନ୍ତି ତାକୁ ନେଇ ସରକାର ତତ୍ପର ଅଛନ୍ତି ବୋଲି ଶ୍ରୀ ଦାସ ମତ ଦେଇଥିଲେ । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ବୈଠକରେ ଯୋଗଦେଇ 55 ନମ୍ବର ଜାତୀୟ ରାଜପଥର ଅଗ୍ରଗତି ସମ୍ପର୍କରେ ପ୍ରକାଶ କରିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି,ଏରସମାରେ ଜଙ୍ଗଲ କିସମ ଜମିରେ ରହୁଥିବା ଲୋକମାନଙ୍କର ସମସ୍ୟା, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଫନୀ କ୍ଷୟକ୍ଷତି କ୍ଷତିପୁରଣ, ଅଙ୍ଗନବାଡୀ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସମଗ୍ର ବିଶ୍ବରେ କରୋନା ଭାଇରସ୍‌ ଏହାର ତାଣ୍ଡବ ମଚାଇଥିବା ବେଳେ ଓଡିଶାରେ ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ କରାଯାଇଛି । କଟକର ଏସ୍‌ସିବି ମେଡିକାଲ କଲେଜରେ ରାଜ୍ୟର ପ୍ରଥମ ସ୍ବାଇନ ଫ୍ଲୁ ରୋଗୀ ବୁଧବାର ଦିନ ଚିହ୍ନଟ କରାଯାଇଛି । ଏସ୍‌ସିବି କର୍ତ୍ତୃପକ୍ଷ ଉକ୍ତ ରୋଗୀଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ରଖି ଚିକିତ୍ସା କରାଯାଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି । ଏହା ସହିତ ଚୀନ୍‌ରୁ ଫେରିଥିବା ଛାତ୍ରଙ୍କ କୋରୋନା ସଙ୍କ୍ରମଣ ଆଶଙ୍କାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖାରଜ କରିଛନ୍ତି ।

Read More

ନୂଆଦିଲ୍ଲୀ : ନିର୍ବାଚନ ଆଚରଣ ବିଧି ଉଲ୍ଳଂଘନ କାରଣରୁ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ନିଜ ଭାଷଣରେ ଲୋକଙ୍କୁ ଉତ୍ତେଜିତ କରିବା ପାଇଁ ଭାଷଣ ଦେଉଥିବା ନେଇ ଅଭିଯୋଗ କରାଯିବା ପରେ ବୁଧବାର ଏହି ନୋଟିସ୍‌ ଜାରି କରାଯାଇଛି । ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯିବା ପରେ ବୁଧବାର ରାତିରେ ସମ୍ବିତ ପାତ୍ରଙ୍କୁ ନୋଟିସ୍‌ ଜାରି କରାଯାଇଛି ।(ଏଜେନ୍ସି)

Read More

ଅଙ୍କାରା : ଇସ୍ତାନବୁଲରେ ଏକ ଭୟାବହ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶତାଧିକ ଯାତ୍ରୀ । ବୁଧବାର ରାତିରେ ରନ୍‌ଓ୍ବେରେ ବିମାନଟି ଖସିଯିବାରୁ ବିମାନଟି 3 ଖଣ୍ଡ ହୋଇଯାଇଥିଲା । ବିମାନଟି 3 ଖଣ୍ଡ ହୋଇଯାଇଥିବା ବେଳେ 179 ଜଣ ପ୍ରାର୍ଥୀ ଆହତ ହୋଇଛନ୍ତି । ପେଗାସସ୍‌ ଏୟାର ଲାଇନ୍ସର ଏହି ବିମାନଟିରେ 183 ଜଣ ଯାତ୍ରୀ ବସିଥିଲେ । ଖରାପ ପାଗ କାରଣରୁ ଲ୍ୟାଣ୍ଡ କରୁଥିବା ସମୟରେ ବିମାନଟି ଖସିଯାଇ ଦୁର୍ଘଟଣା ଘଟିଥିଲା । ବିମାନଟି ପ୍ରାୟ 50ରୁ 60 ମିଟର ପର୍ଯ୍ୟନ୍ତ ଖସି ଯାଇଥିଲା । ବିମାନଟି ଇଜମିର ଅଦନାନ ମେଣ୍ଡରିସ୍‌ ବିମାନ ବନ୍ଦରରୁ ଇସ୍ତାନବୁଲ ଆସୁଥିଲା । (ଏଜେନ୍ସି)

Read More

ଲଣ୍ଡନ : ଚାରି ଥର ଅଲମ୍ପିକ ଚାମ୍ପିୟନ୍‌ ମୋ ଫାରା ଲଣ୍ଡନ ହାଫ୍‌ ମାରାଥନ୍‌ରୁ ଓହରି ଯାଇଛନ୍ତି । ଆହତ ସମସ୍ୟା କାରଣରୁ ମୋ ଫାରା ଓହରିଥିବା ଜଣାପଡିଛି । ଅଭ୍ୟାସ ସମୟରେ ଫାରାଙ୍କ ଜଙ୍ଘରେ ଆଘାତ ଲାଗିବା କାରଣରୁ ସେ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଆଘାତ ସମସ୍ୟା ଅଧିକ ଗୁରୁତର ନଥିବା ବେଳେ ଆସନ୍ତା ସିଜିନ୍‌ ପାଇଁ ଫିଟ୍‌ ରହିବା ପାଇଁ ଫାରା ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବାର ନିଷ୍ପତ୍ତି ନେଇଛନ୍ତି । 36 ବର୍ଷୀୟ ଫାରା ବିଗତ 4 ସିଜିନ୍‌ ଧରି ଲଣ୍ଡନ ହାଫ୍‌ ମାରାଥନ୍‌ରେ ବିଜୟୀ ହୋଇଥିଲେ । ଲଣ୍ଡନରେ ଦୌଡିବାକୁ ମୁଁ ସର୍ବଦା ପସନ୍ଦ କରିଥାଏ ମାତ୍ର ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବା ନିଷ୍ପତ୍ତି ସବୁଠୁ କଷ୍ଟକର ଥିଲା ବୋଲି ଫାରା କହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବା ସହିତ 2020 ଟୋକିଓ ଅଲମ୍ପିକ୍ସର 10 ହଜାର ମିଟର ବର୍ଗରେ ନିଜ ଟାଇଟଲ…

Read More

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଥିବା ବେଳେ ଦିଲ୍ଲୀରେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ଆମେରିକୀୟ ଦୂତାବାସରେ ଗତ ଶନିବାର ଦିନ ଏହି କାଣ୍ଡ ଘଟିଥିବା ବେଳେ ବୁଧବାର ଦିନ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଘଟଣାରେ ପୋଲିସ୍‌ ଜଣେ ଡ୍ରାଇଭରକୁ ଗିରଫ କରିଛି । ଶନିବାର ସକାଳ 9ଟା ସମୟରେ ଏହି ଦୁଷ୍କର୍ମ ଘଟିଥିବା ନେଇ ଏସିପି ପ୍ରଜ୍ଞା ସୂଚନା ଦେଇଛନ୍ତି । ପୀଡିତାଙ୍କ ମା ଉକ୍ତ ଦୂତାବାସରେ ଜଣେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟରତ । ନାବାଳିକା ଜଣକ ନିଜ ମାଙ୍କୁ ଭେଟିବାକୁ ଆସିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା । ଚାଣକ୍ୟପୁରୀ ପୋଲିସ୍‌ ଷ୍ଟେସନ୍‌ରେ ରବିବାର ଦିନ ପୀଡିତାଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । (ଏଜେନ୍ସି)

Read More

ବେଜିଂ : ଚୀନ୍‌ର କୋରୋନା ଭାଇରସ୍‌ର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 563କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 28018ରେ ପହଞ୍ଚିଛି । ବୁଧବାର ଏହି ଭାଇରସ୍‌ ପ୍ରଭାବରେ ନୂତନ ଭାବରେ 73 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ସମସ୍ତ ମୃତ୍ୟୁ ଉହାନ୍‌ ଏବଂ ହୁବେଇ ପ୍ରଦେଶରେ ଘଟିଥିବା ଜଣାପଡିଛି । ହୁବେଇ ପ୍ରଦେଶରେ ମୃତ୍ୟୁ ସଂଖ୍ୟା 269ରେ ପହଞ୍ଚିଥିବା ବେଳେ ବାକି ସମସ୍ତ ମୃତକ ଉହାନ୍‌ ପ୍ରଦେଶର ବୋଲି ଜଣାପଡିଛି । 3859 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । 1153 ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଏସ୍‌ପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଇଛି । ବଦରପୁର ଆସନରୁ ଲଢୁଥିବା ବିଏସ୍‌ପି ପ୍ରାର୍ଥୀ ନାରାୟଣ ଦତ୍ତ ଶର୍ମାଙ୍କୁ ଗୁରୁବାର ସକାଳୁ ଆକ୍ରମଣ କରାଯାଇଛି । ନିଜ କାର୍‌ରେ ଯାଉଥିବା ସମୟରେ ଶର୍ମାଙ୍କ ଉପରକୁ କିଛି ଅଜଣା ଆତତାୟୀ ଆକ୍ରମଣ କରିଥିଲେ । ଆକ୍ରମଣରେ 8ରୁ 10 ଜଣ ବ୍ୟକ୍ତି ସମ୍ପୃକ୍ତ ରହିଥିବା ନେଇ ଶର୍ମା ଅଭିଯୋଗ କରିଛନ୍ତି । ଏକ ମିଟିଂରୁ ଫେରୁଥିବା ବେଳେ ଶର୍ମାଙ୍କ କାର୍‌ ଉପରକୁ ଆକ୍ରମଣ କରାଯାଇଥିଲା । କାର୍‌ର କାଚ ଭାଙ୍ଗି ଯାଇ ଶର୍ମା ଗୁରୁତର ଭାବରେ ଆହତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ନରାୟଣ ଦତ୍ତ ଶର୍ମା ପୂର୍ବରୁ ଆପ୍‌ର ବିଧାୟକ ରହିଥିବା ବେଳେ ଚଳିତ ବର୍ଷ ତାଙ୍କୁ ଟିକେଟ ମିଳିନଥିଲା ।

Read More

କେଦାର ମିଶ୍ର ଗଣତନ୍ତ୍ରରେ ସରକାର ଯେତିକି ଗୁରୁତ୍ବପୂର୍ଣ୍ଣ, ବିରୋଧୀ ତାଠୁ ଗୁରୁତ୍ୱପୂର୍ଣ୍ଣ। ବ୍ରିଟିଶ ଢାଞ୍ଚାରେ ବିରୋଧୀ ଦଳକୁ ଛାୟା ସରକାର ବୋଲି କୁହାଯାଏ। ଗଣତନ୍ତ୍ରରେ ଗୋଟେ ସାଧାରଣ ନିୟମ ହେଉଛି, ଯେଉଁ ଦଳ ସରକାର ରେ ଅଛି ସେ କେବଳ ବହୁମତର ପ୍ରତିନିଧି । ସେ ସର୍ବସମ୍ମତ ବା ସାର୍ବଭୌମ ନୁହେଁ। ତାକୁ ସବୁ ସମୟରେ ବିରୋଧର ସାମ୍ନା କରିବାକୁ ପଡିବ। ବିନା ବିରୋଧିର ଶାସନ କେବଳ ଏକଛତ୍ରବାଦରେ ସମ୍ଭବ। ତେଣୁ ଗଣତନ୍ତ୍ରରେ ବିରୋଧୀଙ୍କର ଭୂମିକା ଶାସକ ସହିତ ସମାନ୍ତରାକରେ ରହି ସରକାରକୁ ତାଗିଦ କରିବା। ବର୍ତ୍ତମାନ ସମୟରେ ସାରା ପୃଥିବୀ ଗଣତନ୍ତ୍ର ଭିତରେ ଏକଛତ୍ରବାଦର ନୂଆ ଚେହେରା ଦେଖୁଛି। ଭାରତ ବା ଓଡିଶା ତାର ବ୍ୟତିକ୍ରମ ନୁହେଁ। ଓଡିଶାରେ ଗତ ପାଞ୍ଚଟି ଯାକ ନିର୍ବାଚନରେ ବିଜୁ ଜନତା ଦଳ ଲୋକଙ୍କର ପ୍ରବଳ ସମର୍ଥନ ପାଇ ସରକାର ଗାଢୁଛି। ଦଳର ନେତା ନବୀନ ପଟ୍ଟନାୟକ ଓଡିଶାର ଅପ୍ରତିଦ୍ବନ୍ଦ୍ବୀ ଜନନେତା ଭାବେ ଲୋକଙ୍କର…

Read More