ସଂଶୋଧିତ ଏସସି/ଏସଟି ଆଇନ ବିରୋଧରେ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

Published: Feb 10, 2020, 11:32 am IST

ନୂଆଦିଲ୍ଲୀ :  ଅନୁସୂଚିତ ଜାତି ଏବଂ ଜନଜାତି ସଂଶୋଧନ ଆଇନ୍ -2018କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ତରଫରୁ କେନ୍ଦ୍ର ସରକାରକୁ ବଡ ଆଶ୍ବସ୍ତି ମିଳିଛି ।  ସଂଶୋଧିତ ଏସ୍‌ସି/ଏସ୍‌ଟି ଆଇନର ସାମ୍ବିଧାନିକ ବୈଧତାକୁ କାଏମ ରଖିଛନ୍ତି ସୁପ୍ରିମ୍‌କୋର୍ଟ । ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ବିନୀତ ଶରଣ ଓ ଜଷ୍ଟିସ୍‌ ରବୀନ୍ଦ୍ର ଭଟ୍ଟଙ୍କ ଦ୍ବାରା ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଏସ୍‌ସି-ଏସ୍‌ଟି ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ ଦେଉଥିବା ଯାଚିକାକୁ ଖାରଜ କରିଛନ୍ତି । ଏବେ ଏସ୍‌ସି-ଏସ୍‌ଟି ସଂଶୋଧନ ଆଇନ୍‌ ଅନୁସାରେ ମାମଲା ରୁଜୁ ହେଲେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ । ମାମଲା ରୁଜୁ ହେବା ପୂର୍ବରୁ ପ୍ରାଥମିକ ଯାଞ୍ଚ ହେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ସୂଚନାଯୋଗ୍ୟ ଯେ, 2018 ମସିହାରେ ସୁପ୍ରିମକୋର୍ଟ ଅନୁସୂଚିତ ଜାତି/ଜନଜାତି ଆଇନ  ଆଧାରରେ ତୁରନ୍ତ ଗିରଫଦାରୀ ଉପରେ ରୋକ୍‌ ଲଗାଇଥିଲେ । (ଏଜେନ୍ସି)

Related posts