କେଦାର ମିଶ୍ର ସ୍ଵାଧୀନତା ପାଇବା ସହିତ ଦେଶକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଗଢିବାର ଉଦ୍ୟମ ଆରମ୍ଭ ହେଉଥିବା ସମୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଆମର ସମ୍ବିଧାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିବାକୁ ଯାଇ ଏକ ଚମତ୍କାର ବାକ୍ୟ କହିଥିଲେ- “ ସରକାର କୌଣସି ରାଷ୍ଟ୍ର ସମ୍ପର୍କିତ କାଗଜପତ୍ରର ନିର୍ମାଣ ନୁହେଁ, ଏହା ହେଉଛି ଲୋକଙ୍କ ଇଚ୍ଛାର ଅଭିବ୍ୟକ୍ତି’’। ଅତି ସରଳ ଭାବରେ କହିଲେ ସରକାର ଲୋକଙ୍କ ଇଚ୍ଛାରେ ତିଆରି ହୋଇଥାଏ ଓ ଏହା ଲୋକଙ୍କ ପାଇଁ କାମ କରିଥାଏ। ତେବେ ସତୁରୀ ବର୍ଷ ପରେ ଆଜି ହଠାତ ସରକାରର ସଜ୍ଞା ବଦଳିଗଲା ପରି ମନେ ହେଉଛି। ସରକାରର ଇଚ୍ଛା ଏବେ ସର୍ବୋପରି। ଲୋକଙ୍କ ଇଚ୍ଛାରେ ସରକାର ଚାଲିବା ବଦଳରେ, ସରକାରର ଇଚ୍ଛାରେ ଲୋକ ଚାଲିବା ଦରକାର ବୋଲି ଏକ ଧାରଣା ଏବେ ସାରା ଦେଶରେ ତିଆରି କରା ହୋଇଛି। ଲୋକଙ୍କ ତୁଳନାରେ କ୍ଷମତାରେ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : 71ତମ ସାଧାରଣତନ୍ତ୍ର ଦିବସ ଅବସରରେ ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସମାରୋହ ଆରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡରେ ଅଂଶ ଗ୍ରହଣ କରିଥିବା ଦଳ ମାନଙ୍କଠାରୁ ଅଭିବାଦନ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି । ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ପରେଡ୍ ଉତ୍ସବରେ 48ଟି ଟିମ୍ ଅଂଶଗ୍ରହଣ କରିଥିବାବେଳେ 12ଟି ପ୍ରଜ୍ଞାପନ ମେଢ ମଧ୍ୟ ଭାଗ ନେଇଥିଲେ । ସେହିପରି ସଦର ମହକୁମାରେ ମନ୍ତ୍ରୀ ଓ ଜିଲ୍ଲାପାଳମାନେ ପତାକ ଉତ୍ତୋଳନ କରିଛନ୍ତି।
ଗଣତନ୍ତ୍ର ଦିବସ ଅବସରରେ ଦିଆଯାଉଥିବା ପଦ୍ମପୁରସ୍କାରର ଘୋଷଣା କରାଯାଇଛି। ଚଳିତଥର ୭ଟି ପଦ୍ମ ବିଭୂଷଣ, ୧୬ଟି ପଦ୍ମଭୂଷଣ ଓ ୧୧୮ଟି ପଦ୍ମଶ୍ରୀ ଆଓ୍ବାର୍ଡ ଦିଆଯିବ। ପଦ୍ମବିଭୂଷଣରେ ଜର୍ଜ ଫର୍ଣ୍ଣାଣ୍ଡେଜ୍, ଅରୁଣ ଜେଟ୍ଲୀ, ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ବ ବିଭୂଷଣ ଦିଆଯିବ। ସେହିପରି ପଦ୍ମ ଭୂଷଣରେ ଏସ୍.ସି. ଜମୀର୍, ଆନନ୍ଦ ମହିଦ୍ରା, ପିଭି ସିନ୍ଧୁ, ବେଣୁ ଶ୍ରୀନିବାସନ୍, ମନୋହର ପାରିକରଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ଲଙ୍ଗର ବାବା ଜଗଦୀଶ୍ ଲାଲ ଆହୁଜା, ସାମାଜିକ କାର୍ଯ୍ୟକର୍ତ୍ତା ଜାଭେଦ ଅହମ୍ମଦ ଟାକ୍, ଅବଦୁଲ୍ ଜଜବାର୍ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯିବ। ନିମ୍ନରେ ସମସ୍ତ ପଦ୍ମ ପୁରସ୍କାରର ତାଲିକା ପ୍ରଦାନ କରାଗଲା
ଭୁବନେଶ୍ବର- ଗଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ବରରେ ଥିବା ପୂର୍ବତଟ ରେଳବାଇ ତରଫରୁ ସ୍ବତନ୍ତ୍ର ସାଜସଜା କରାଯାଇଛି। ଭଳିକି ଭଳି ରଂଗୀନ ଆଲୋକମାଳାରେ ସାରା ଅଫିସକୁ ସଜାଇ ଦିଆଯାଇଛି। ରାଜ୍ୟବାହାରର ଏକ ଆଲୋକ ସଜା କଂପାନୀକୁ ଏହି ଦାୟିତ୍ବ ଦିଆଯାଇଛି। ରେଳ ବିଭାଗ ତରଫରୁ ପ୍ରତି ବର୍ଷ ଅଗଷ୍ଟ ପନ୍ଦର ଏବଂ ଜାନୁୟାରୀ 26ରେ ଅଫିସକୁ ବେଶ ସାଜସଜା କରାଯାଇଥାଏ। ଚଳିତ ବର୍ଷ ଅଫିସ ବିଲିଡିଂକୁ ଏକ ସ୍ବତନ୍ତ ଆଲୋକରେ ସଜା ଯାଇଛି। ସେହିପରି ଅଫିସ ବଗିଚାକୁ ମଧ୍ୟ ରଂଗୀନ ଆଲୋକରେ ସଜାଯାଇଛି। ଏଥିରେ ଲାଇଟିଂ ଫାଉଣ୍ଟେନ ସହିତ ରୋଲିଂ ଲାଇଟ ବେଶ୍ ଆକର୍ଷଣୀୟ ଦେଖାଯାଉଛି।
ସମୀକ୍ଷା ବ୍ୟୁରୋ : ଦେଶର ସର୍ବଶ୍ରେଷ୍ଠ ବେସାମରିକ ପୁରସ୍କାର ଭିତରେ ରହିଛି ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ। ୧୯୫୪ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇଥାଏ। କଳା, ଶିକ୍ଷା, କ୍ରୀଡା, ଔଷଧ, ସମାଜ ସେବା, ବିଜ୍ଞାନ, ଇଞ୍ଜିନିୟରିଂ, ସାର୍ବଜନୀନ କ୍ଷେତ୍ର, ପ୍ରଶାସନିକ ସେବା, ବାଣିଜ୍ୟ ଓ ଶିଳ୍ପ ଆଦି କ୍ଷେତ୍ରରେ ଅସାଧାରଣ ସଫଳତା ଓ ସେବାର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ଥର ପଦ୍ମ ପୁରସ୍କାରରେ 10 ଓଡ଼ିଆ ସ୍ଥାନ ପାଇଛନ୍ତି । କଳାର କ୍ଷେତ୍ର ଓଡିଆ । କଳା, ସାହିତ୍ୟ, କୃଷି ସବୁ କ୍ଷେତ୍ରରେ ଓଡ଼ିଆ ଯେ ଆଗରେ ତାହା ପୁଣିଥରେ ପ୍ରମାଣିତ କରିଛି । କଳା, ଶିକ୍ଷା, କୃଷି, ଚିକିତ୍ସା ଆଦି ବିଭାଗରେ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ । ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ପଦ୍ମବିଭୂଷଣ ସମ୍ମାନ ମିଳିଥିବାବେଳେ ଚଳିତଥର ଜଣେ ଜୈବିକ କୃଷି ପାଇଁ…
Mumbai: Actress Malaika Arora seen at filmistan in Mumbai, on Jan 23, 2020. (Photo: IANS)
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବସରରେ ଦିଆଯାଉଥିବା ପଦ୍ମପୁରସ୍କାରର ଘୋଷଣା କରାଯାଇଛି। ଚଳିତଥର ୭ଟି ପଦ୍ମ ବିଭୂଷଣ, ୧୬ଟି ପଦ୍ମଭୂଷଣ ଓ ୧୧୮ଟି ପଦ୍ମଶ୍ରୀ ଆଓ୍ବାର୍ଡ ଦିଆଯିବ। ପଦ୍ମବିଭୂଷଣରେ ଜର୍ଜ ଫର୍ଣ୍ଣାଣ୍ଡେଜ୍, ଅରୁଣ ଜେଟ୍ଲୀ, ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ବ ବିଭୂଷଣ ଦିଆଯିବ। ସେହିପରି ପଦ୍ମ ଭୂଷଣରେ ଏସ୍.ସି. ଜମୀର୍, ଆନନ୍ଦ ମହିଦ୍ରା, ପିଭି ସିନ୍ଧୁ, ବେଣୁ ଶ୍ରୀନିବାସନ୍, ମନୋହର ପାରିକରଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ଲଙ୍ଗର ବାବା ଜଗଦୀଶ୍ ଲାଲ ଆହୁଜା, ସାମାଜିକ କାର୍ଯ୍ୟକର୍ତ୍ତା ଜାଭେଦ ଅହମ୍ମଦ ଟାକ୍, ଅବଦୁଲ୍ ଜଜବାର୍ଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯିବ। ସେହିପରି ଓଡ଼ିଶାରୁ 10 ଜଣ ପଦ୍ମ ସମ୍ମାନ ପାଇଁ ସମ୍ମାନିତ ହେବେ। ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଭୂଷଣ ସମ୍ମାନ ମିିଳିବ । ସାହିତ୍ୟ ଓ ଶିକ୍ଷା ପାଇଁ ଡ. ଦମୟନ୍ତୀ ବିସ୍ରା, କଳା ପାଇଁ ଉତ୍ସବ ଚରଣ ଦାସ, ସେହିପରି…
ଅରୁଣ କୁମାର ପ୍ରଧାନ ନାକ୍ଟିଦେଉଳ: ନାକ୍ଟିଦେଉଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସୁରେନ୍ଦ୍ର ମୋହନ ପଟ୍ଟନାୟକ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଅଭୟ ଚୈତନ୍ୟଜୀ ମହାରାଜ। ସେହିପରି ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବରେ ରହିଥିଲେ ନାକ୍ଟିଦେଉଳର ଅତିରିକ୍ତ ବିଡିଓ ରବି ରଣା, ଜିଲ୍ଲା ପରିଷଦ ସଭ୍ୟ ଜୋନ୍ ଦୁଇର ପୂଣ୍ଣ ଗଡତ୍ୟା, ନାକ୍ଟିଦେଉଳ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ, ରାମଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ସମ୍ପାଦକ ଋତୁପୂର୍ଣ୍ଣା ପ୍ରଧାନ ସମ୍ପାଦକୀୟ ପାଠ କରିଥିଲେ।
Mumbai: Actors Amitabh Bachchan, Katrina Kaif and Jaya Bachchan during Kalyan Jewellers ad shoot in Mumbai on Jan 24, 2020. (Photo: IANS)
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଗଠନ ଉତ୍କଳ ସାମ୍ବାଦିକ ସଂଘର ୭୫ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ରଞ୍ଜନ ମହାନ୍ତି ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉଭୟ ବିରୋଧୀ ଦଳର ମୁଖ୍ୟ ମାନେ ସାମ୍ବାଦିକ ସୁରକ୍ଷା ପ୍ରତି ସରକାରଙ୍କ ଅବହେଳାକୁ ସମାଲୋଚନା କରିଥିବାବେଳେ ଅନନ୍ତ ନାରାୟଣ ଜେନା ସରକାର ଏ ଦିଗରେ ଯତ୍ନଶୀଳ ଅଛନ୍ତି ବୋଲି କହିଥିଲେ । ଏହି ଅବସରରେ ବିଭୂତି ଭୂଷଣ କର ସୁରକ୍ଷା ଆଇନ୍ ଓ ଅବସରକାଳୀନ ଭତ୍ତା…
ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ, ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ମିଳିତ ସହଯୋଗରେ ଏକ ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡା ଉଦ୍ଘାଟନ କରିଛନ୍ତି। ଏକ ବୃକ୍ଷକୁ ଜଳଦାନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ଦେବାଶିଷ ନାୟକ, ରାଜ୍ୟ ଆଇନ ସେବା ପ୍ରାଧିକରଣ ଉପସଚିବ ଦୀପକ ରଞ୍ଜନ ମହାପାତ୍ର, ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଆର ପ୍ରକାଶ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଅନନ୍ଦ ଚରଣ ବେହେରା, ଜିଲ୍ଲାର ସମସ୍ତ ବିଚାରପତି…
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ସମ୍ବୋଧନ କରିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶରେ ନ୍ୟାୟ, ସ୍ବତନ୍ତ୍ରତା, ସମାନତା ତଥା ଭାଇଚାର ପାଇଁ ଗଣତାନ୍ତ୍ରିକ ଆଦର୍ଶ ପ୍ରତି ସର୍ବଦା ପ୍ରତିବଦ୍ଧ ରହିବା ପାଇଁ କହିଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ସରକାରଙ୍କର ଜଳଜୀବନ ମିଶନ, ଜିଏସ୍ଟି, ଉଜ୍ଜ୍ବଳା, ଆୟୁଷ୍ମାନ ଯୋଜନାର ପ୍ରଶଂସା କରିଛନ୍ତି । ଦେଶର ବିକାଶ ପାଇଁ ନିରନ୍ତର ପ୍ରୟାସ କରାଯାଉଛି ବୋଲି କହିବା ସହିତ ଦେଶର ବିକାଶ ପାଇଁ ଏକ ସୁଦୃଢ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ରହିବା ନିତାନ୍ତ ଜରୁରୀ ବୋଲି କହିଛନ୍ତି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ମଜବୁତ କରିବା ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି । ସେହିପରି ଶିକ୍ଷାକୁ ବିଶ୍ବସ୍ତରୀୟ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି କରିବାକୁ କହିଛନ୍ତି ରାଷ୍ଟ୍ରପତି। 2020 ଅଲମ୍ପିକ୍ ପାଇଁ ଖେଳାଳୀମାନଙ୍କ ପ୍ରତି ଦେଶବାସୀଙ୍କ ଶୁଭେଚ୍ଛା ରହିଛି । ଏହି ଅବସରରେ ଦେଶର ସୁରକ୍ଷା…
ନୂଆଦିଲ୍ଲୀ : ଶନିବାର ଦିନ ଦିଲ୍ଲୀର ଭଜନାପୁରା ଅଞ୍ଚଳରେ ଏକ କୋଚିଂ ସେଣ୍ଟରର ଛାତ ଭୁଶୁଡି ପଡିବାରୁ 5ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । କୋଚିଂ ସେଣ୍ଟର ଚାଲୁଥିବା ସମୟରେ ଅଚାନକ ଛାତ ଭୁଶୁଡି ପଡ଼ି ଏକ ଅଘଟଣ ଘଟିଯାଇଛି। ଏଥିରେ ବହୁ ଛାତ୍ର ଛାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ନିକଟସ୍ଥ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇଛି । ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଘଟଣାସ୍ଥଳ ଗସ୍ତ କରୁଥିବାର ସୂଚନା ମିଳିଛି । ଘଟଣା ଘଟିବା ସମୟରେ ବହୁ ସଂଖ୍ୟକ ଛାତ୍ର ଉପସ୍ଥିତ ରହିଥିଲେ। ଏହି ଘଟଣାରେ ଅନେକ ଛାତ୍ର ଆହତ ହୋଇଥିବାବେଳେ ତିନି ଛାତ୍ରଙ୍କ ପତ୍ତା ମିଳୁନଥିବାର ସୂଚନା ମିଳିଛି ।
Mumbai: Actors Disha Patani and Aditya Roy Kapur seen at the office of Luv Films during the promotions of their upcoming film “Malang”, at Andheri in Mumbai on Jan 23, 2020. (Photo: IANS)
ମୁମ୍ବାଇ :ଜାତୀୟ ଫିଲ୍ମ ପୁରସ୍କାରପ୍ରାପ୍ତ ବଲିଉଡ୍ ଫିଲ୍ମ ‘ପିଙ୍କ୍’ର ତେଲୁଗୁ ରିମେକ୍ ହେବାକୁ ଯାଉଛି । ଏହି ଫିଲ୍ମରେ ଫିମେଲ୍ ଲିଡ୍ ଭାବରେ ନିଭେଥା ଥୋମାସ୍, ଅଞ୍ଜଳି ଓ ଅନନ୍ୟ ନାଗଲା ଅଭିନୟ କରିବାକୁ ରହିଥିବାବେଳେ ଏଥରେ ଓକିଲ ଚରିତ୍ରରେ ନଜର ଆସିବେ ପଓ୍ବନ କଲ୍ୟାଣ । ବଲିଉଡ୍ର ଏହି ଫିଲ୍ମରେ ବିଗ୍ବି ଅମିତାଭଙ୍କୁ ଏହି ଚରିତ୍ରରେ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ଏହି ଫିଲ୍ମର ତାମିଲ୍ ରିମେକ୍ ମଧ୍ୟ ରିଲିଜ୍ ହୋଇସାରିଛି । ଏଥିରେ ଅଜିଥ୍ କୁମାରଙ୍କୁ ଓକିଲ ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ତେଲୁଗୁର ପିଙ୍କ୍ ରିମେକ୍ର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଶ୍ରୀରାମ ଭେଣୁ । ପଓ୍ବନଙ୍କୁ ଶେଷଥର ପାଇଁ 2018ରେ ‘ଅଜ୍ଞତାବାସୀ’ରେ ଦେଖିବାକୁ ମିଳିଥିଲା । ପଓ୍ବନ ନିଜର ରାଜନୈତିକ ଦଳକୁ ନେଇ ଏବେ ବେଶ୍ ସକ୍ରିୟ ରହିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀରେ ଏକ କୋଚିଂ ସେଣ୍ଟରର ଛାତ ଭୁଶୁଡି ପଡିବାରୁ 11ଜଣ ଛାତ୍ର ଆହତ ହୋଇଛନ୍ତି । ଅଚାନକ କୋଚିଂ ସେଣ୍ଟରର ଛାତ ଭୁଶୁଡି ପଡ଼ିବାରୁ ସେଠାରେ ଏକ ଆତଙ୍କ ସୃଷ୍ଟି ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଗୋକଲପୁରର ଭଜନାପୁର ଇଲାକାରେ ଥିବା ଏକ କୋଚିଂ ସେଣ୍ଟରରେ ଏପରି ଏକ ଅଘଟଣ ଘଟିଛି । ଆହତ ଛାତ୍ରଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। (ଏଜେନ୍ସି)
ସମୀକ୍ଷା ବ୍ୟୁରୋ କଟକ : ପୁଅ ପାଇଁ ବଟି ମାଗି ଗିରଫ ହୋଇଛନ୍ତି ମା’-ବାପା । କଟକଠାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । କଟକର ଜଣେ ବ୍ୟବସାୟୀଙ୍କଠାରୁ 50ଲକ୍ଷ ଦାଦା ବଟି ମାଗିବା ନେଇ ଗିରଫ ହୋଇଛନ୍ତି । ଚୌଦ୍ବାର ଜେଲ୍ରେ ଥିବା ଡି-ବ୍ରଦର୍ସ ସହଯୋଗୀ ଲିଟୁଆ ଫୋନ୍ରେ ଦାଦା ବଟି ମାଗିଥିଲା । ପୁଅ ଜେଲ୍ ଭିତରେ ଦାଦାଗିରି ଆଉ ବାହାରେ ବାପା -ମାଆଙ୍କ ଦାଦାଗିରି ଦେଖିବାକୁ ମିଳିଛି । ନକଲି ତେଲ ପାଇଁ ସମ୍ପୃକ୍ତ ବ୍ୟବସାୟୀ ଗିରଫ ହେବା ପରେ ଏହି ଗୁମର ଫିଟିଥିଲା । ବଟି ଟଙ୍କା ଆଣିବା ପାଇଁ ଯାଇଥିବା ଦୁଇ ଯୁବକଙ୍କୁ ପୋଲିସ ଉଠାଇନେବା ପରେ ଲିଟୁଆର ବାପା, ମା’ ବଟି ପାଇଁ ପଠାଇଥିବାର କହିଥିଲେ ସମ୍ପୃକ୍ତ ଦୁଇ ଯୁବକ । ସୂଚନା ମିଳିବା ପରେ ପୋଲିସ୍ ଲୁଟିଆର ବାପା, ମା’ଙ୍କ ସମେତ ଚାରିଜଣଙ୍କୁ ଗିରଫ କରିଛି ।
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ସବଡିଭିଜନ ଚାରମାଳଥାନା ଚାଟୁଣ ପ୍ରାଥମିକ ବିଦ୍ୟାଳୟରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା କଣ୍ଢଳ ଗ୍ରାମର ରାଜୁ ଜାନି। ୩୫ ବର୍ଷୀୟ ରାଜୁ ଗାଁ ଗାଁ ବୁଲି ଚଟୁ ପାତିଆ ଆଦି ଲୁହା, ଟିଣ ସାମଗ୍ରୀ ବିକ୍ରି କରୁଥିବାର ସୂଚନା ରହିଛି। ପୋଲିସ୍ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଏହି ଘଟଣାର ତଦନ୍ତ ଭାର ଗ୍ରହଣ କରିଛନ୍ତି ଚାରମାଳ ଥାନାଧିକାରୀ ବସନ୍ତ ଦଳେଇ। ତେବେ ବିଦ୍ୟାଳୟ ଭିତରେ ତାଙ୍କର ମୃତଦେହକୁ କିପରି ଆସିଲା, ସେନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଛି।
ମୁମ୍ବାଇ : କ୍ରିକେଟ ଦୁନିଆରେ ଟେଷ୍ଟ ମ୍ୟାଚ୍ରେ 5 ଲକ୍ଷ ରନ୍ କରି ଦୁନିଆର ପ୍ରଥମ ଦଳ ଭାବେ ରେକର୍ଡ ସୃଷ୍ଟି କରିଛି ଇଂଲଣ୍ଡ ଦଳ । ଜୋହାନସ୍ବର୍ଗ ଓ୍ବାଣ୍ଡର୍ସ ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ରେ ଇଂଲଣ୍ଡ ଏହି କୀର୍ତ୍ତିମାନ ସ୍ଥାପନ କରିଛି । ଇଂଲଣ୍ଡ ନିଜର 1022ତମ ଟେଷ୍ଟ୍ ମ୍ୟାଚ୍ରେ ଏହି ସଫଳତା ଲାଭ କରିଛି । ତେବେ ଟେଷ୍ଟ୍ କ୍ରିକେଟ୍ରେ ଅଷ୍ଟ୍ରେଲିଆ 830ଟି ଟେଷ୍ଟ ମ୍ୟାଚ୍ ଖେଳି 432,706 ରନ୍ କରି ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଭାରତ 540ଟି ଟେଷ୍ଟ୍ ମ୍ୟାଚ୍ ଖେଳି 273.518 ରନ୍ କରି ତୃତୀୟ ସ୍ଥାନରେ ରହିଛି । ସେହିପରି ଓ୍ବେଷ୍ଟଇଣ୍ଡିଜ୍ 545ଟେଷ୍ଟ ମ୍ୟାଚ୍ରେ 270,441ରନ୍ କରି ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଭାରତ ବିଦେଶୀ ମାଟିରେ ଏପର୍ଯ୍ୟନ୍ତ 268ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବାବେଳେ ସେଥିରୁ 51ଟିରେ ବିଜୟ ପାଇଥିବାବେଳେ 113ଟି ପରାଜୟ ଓ 104ଟି ଡ୍ର…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆସନ୍ତା କାଲି 71ତମ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ମୋଟ 29ଜଣ ପୋଲିସ୍ କର୍ମଚାରୀଙ୍କୁ ମେଡାଲ୍ ପ୍ରଦାନ କରାଯିବ । ସାହସିକତା ପାଇଁ 16ଜଣ ପୋଲିସ୍ କର୍ମଚାରୀଙ୍କୁ ମେଡାଲ୍ ମିଳିବ । ବିଶିଷ୍ଟ ସେବା ପାଇଁ ଦୁଇଜଣ ଓ ଉଲ୍ଲେଖନୀୟ ସେବା ପାଇଁ ଓ 11ଜଣଙ୍କୁ ମେଡାଲ ପ୍ରଦାନ କରାଯିବ । ବିଶିଷ୍ଟ ସେବା ପାଇଁ ଏଡିଚି ଆରପି କୋଚେ ଏବଂ ଭିଜିଲାନ୍ସ ଏଏସ୍ଆଇ ମନୋରଞ୍ଜନ ସାମଲ୍ଙ୍କୁ ପଦକ ମିଳିବାକୁ ଥିବାବେଳେ ସେହିପରି ଏସଏସ୍ପି ବିଶ୍ୱନାଥ ମିଶ୍ର, କମାଣ୍ଡାଣ୍ଟ ବାଳକୃଷ୍ଣ ମିଶ୍ର, ଏଏସ୍ପି ସୁଶାନ୍ତ ବିଶ୍ୱାଳ, ଇନ୍ସପେକ୍ଟର ଆଶିଷ ମିଶ୍ର ପ୍ରମୁଖ ଉଲ୍ଲେଖନୀୟ ସେବା ପଦକ ପାଇବେ। ଅନ୍ୟପକ୍ଷରେ ଏସ୍ ଗଗନ ନାୟକଙ୍କ ସହ ୧୬ ଜଣ ପୁଲିସ୍ ସାହସିକତା ପଦକ ଗ୍ରହଣ କରିବେ। (ଏଜେନ୍ସି)
ମୁମ୍ବାଇ: ଅଭିନେତା ରଣବୀର୍ ସିଂ ସବୁବେଳେ ନିଜ ଆଉଟ୍ଫିଟ୍କୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି । ବଲିଉଡ୍ ଅଭିନେତା ରଣବୀର ସିଂଙ୍କୁ ଏକ ନୂଆ ଢଙ୍ଗରେ ବିମାନବନ୍ଦରରେ ନୋଟିସ୍ କରାଯାଇଛି । ରଣବୀର ସିଂହ ବ୍ଲାକ୍ ଏଣ୍ଡ୍ ହ୍ବାଇଟ୍ର ଫୋଲ୍କା ଡଟ୍ ସାର୍ଟ ସହିତ ମ୍ୟାଚିଂ କ୍ୟାପ୍ ଓ ଫକୀର ପିଙ୍କ୍ ଏଣ୍ଡ୍ ଗୋଲେଡ୍ନ ହାଇବେଷ୍ଟ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ରଣବୀରଙ୍କ ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି। ରଣବୀର୍ଙ୍କ ଏହି ଫଙ୍କି ଲୁକ୍କୁ ସୋସିଆଲ୍ ମିଡିଆରେ ବହୁତ୍ ମଜାକ୍ କରାଯାଇଛି । ଲୋକମାନେ ତାଙ୍କ ଆଉଟଫିଟ୍କୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । କେହି କେହି ଦୀପିକାଙ୍କ ଡ୍ରେସ୍ ପିନ୍ଧିଛନ୍ତି ବୋଲି କହିବା ସହିତ ଆଉ କେହି କେହି ଦୀପିକାଙ୍କ ସବୁ ଡ୍ରେସ୍କୁ କ’ଣ ଆପଣ ପ୍ରଥମେ ଟ୍ରାଏଲ୍ କରୁଛନ୍ତି ବୋଲି କହିଛନ୍ତି । ଦୀପିକାଙ୍କୁ ଫୋଲ୍କା ଡଟ୍ ପ୍ରିଣ୍ଟ୍ ବହୁତ ପସନ୍ଦ…

