Author: Samikhsya Bureau

କେଦାର ମିଶ୍ର ଆଗରୁ ଆମେ ଶୁଣୁଥିଲୁ ଦ୍ଵିତୀୟ କୋଣାର୍କ ଗଢାହେବ। ଯିଏ ଏ କଥା କହୁଥିଲେ, ସେ ଏବେ ରାଜନୀତିରେ ବଢିଆ ସଫଳତା ପାଇ ରାଜ୍ୟସଭାରେ ବସିଛନ୍ତି। ବିଶିଷ୍ଟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ଆଗରୁ ଯେଉଁ ସଭାକୁ ଗଲେ ଏ ଦ୍ଵିତୀୟ କୋଣାର୍କ କଥାଟିକୁ ବଡ ଗୁରୁତ୍ଵ ଦେଇ କହୁଥିଲେ। ଇତି ମଧ୍ୟରେ ରଘୁ ବାବୁ ରାଜ୍ୟସଭାରେ ଢେର ସମୟ ବିତାଇ ସାରିଲେଣି। ରାଜ୍ୟସଭାରେ ସେ କଣ କରୁଛନ୍ତି ବା କହୁଛନ୍ତି, ତାର କିଛି ଖୋଜ ଖବର ମିଳୁନାହିଁ। ତେବେ ସେ ଯେ କୋଣାର୍କ ଆଉଥରେ ଗଢିବେ, ସେ କଥା ଆମେ ବିଶ୍ଵାସ କରୁନୁ। ହେଲେ ଏକ କଳାକୃତିର କଳ୍ପନା ଯେ ରାଜନୈତିକ ସଫଳତାର ସିଡି ହୋଇପାରେ, ସେଇଟା ଆମେ ଜାଣ ରଖିବା ଉଚିତ।        କୋଣାର୍କ ଏକ ଏବଂ ଅଦ୍ଵିତୀୟ। କୋଣାର୍କର ବିକଳ୍ପ ନାଇଁ କି ଦ୍ଵିତୀୟ କୋଣାର୍କ ନିର୍ମାଣର ଆବଶ୍ୟକତା ମଧ୍ୟ ନାହିଁ। ୧୨୫୫ ଖ୍ରୀଷ୍ଟାବ୍ଦରେ ଏହାର…

Read More

ସମୀକ୍ଷା ବ୍ୟୁରୋ ସମ୍ବଲପୁର: ଆଜି ଭୋରରୁ ଶାସନ ଥାନା ପରମାଣପୁର ଧନୁଯାତ୍ରା ମୀନାବଜାରରେ ଏକ ଅଘଟଣ ଘଟିଛି। ରାସ୍ତା କଡ଼ରେ ଥିବା କିଛି  ଅସ୍ଥାୟୀ ଦୋକାନ ଉପରେ ଏକ ଟ୍ରକ୍‌ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ 7ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଖବର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକ୍‌ଟି ଅଟକ ରହିଛି ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ସର୍ବପୁରାତନ କଲେଜ ଗୋଦାବରୀଶ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏକ ମିନି ଷ୍ଟାଡିୟମ ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ। ଗୋଦାବରୀଶ ମହାବିଦ୍ୟାଳୟର ୫୭ତମ ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇଲେକ୍ଟ୍ରୋନିକ, ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀଙ୍କ ବ୍ୟତିତ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗ୍‌ଦ୍ଦେବ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଏବଂ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଛାତ୍ର ସଂସଦ ଉପଦେଷ୍ଟା…

Read More

କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲର ଜନୈକ ସାମ୍ବାଦିକଙ୍କ ଚୋରି ବାଇକ୍‌ ଉଦ୍ଧାର କରାଯିବା ସହିତ ଜଣଙ୍କୁ ଗିରଫ କରାଯାଇଛି । ସାମ୍ବାଦିକ ପ୍ରସନ୍ନ କୁମାର ପ୍ରଧାନଙ୍କ ଚୋରି ବାଇକ ବୌଦ୍ଧରୁ ଉଦ୍ଧାର କରାଯିବା ସହିତ ଚୋରକୁ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର 2 ତାରିଖରେ ରେଢାଖୋଲ ଡାକ୍ତରଖାନା ପରିସରରୁ ସାମ୍ବାଦିକଙ୍କ ବାଇକ ଚୋରି ହୋଇଯାଇଥିଲା । ଏ ନେଇ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ କେସ୍‌ ନମ୍ବର 257/219 ଅନୁସାରେ ମାମଲା ରୁଜୁ କରାଯିବା ସହିତ ଦୀର୍ଘ ଅଢେଇ ମାସ ପରେ ବାଇକ୍‌ ଉଦ୍ଧାର କରାଯାଇଛି । ବୌଦ୍ଧ ଜିଲ୍ଲା କିଆକଟା ଥାନା ଶଙ୍ଖାମାଳ ଗ୍ରାମର ଭୁବନ ବେହେରାଙ୍କୁ ପୋଲିସ୍ ଗିରଫ କରିଛି । ରେଢାଖୋଲ ପୋଲିସ୍ ଖବର ପାଇ ସଦଳବଳ ଅଭିଯୁକ୍ତକୁ ତାର ଗାଁରୁ ଗିରଫ କରିଥିଲା । ଏହି ଚଢଉରେ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ, ରେଢାଖୋଲ ଥାନାଧିକାରୀ ପ୍ରଶାନ୍ତ…

Read More

ସୁରତକୁ ବିମାନ ଚଳାଚଳ କରିଥିବାରୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସୁରତ ପ୍ରବାସୀ ଓଡିଆ ସମାଜ ତରଫରୁ ଦିଆଯାଇଛି ସମ୍ବର୍ଦ୍ଧନା। ଅପରାଜିତାଙ୍କ ଉଦ୍ୟମରେ ଭୁବନେଶ୍ବରରୁ ସୁରତକୁ ବିମାନ ସେବା ଆରମ୍ଭ ହୋଇପାରିଛି।

Read More

କନ୍ଦର୍ପ ବେହେରା ରେଢାଖୋଲ : ରେଢାଖୋଲର ରାଜୀବ ଗାନ୍ଧି ସେବା କେନ୍ଦ୍ର ଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜନ ଅଭିଯୋଗ ଶୁଣାଣିରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନାଙ୍କ ସହିତ ଏସ୍‌.ପି କନ୍‌ଓ୍ବର୍ ବିଶାଲ୍ ସିଂହ, ରେଢାଖୋଲ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ରେଢାଖୋଲ ଉପଜିଲ୍ଲାପାଳ ଡୋଳାମଣୀ ପଟେଲ, ରେଢାଖୋଲ ବି.ଡିଓ ପରୀକ୍ଷିତ ସାହୁ ତହସିଲ୍‌ଦାର ରୁବି ବେହେରା, ସିଡିଏମ୍‌ଓ ଡା.ଶଶି ଭୁଷଣ ପଟେଲ୍ ଏବଂ ଜିଲ୍ଲାସ୍ତରୀୟ ତଥା ଉପଖଣ୍ଡସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଜନ ଅଭିଯୋଗ ଶୁଣାଣୀରେ 25ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା । ସେଥିମଧ୍ୟରୁ 7ଟି ଦଳଗତ ଅଭିଯୋଗ ଓ 18ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ବିଶେଷ କରି ଜଙ୍ଗଲ ଜମି ରେଢାଖୋଲରେ ଆଦର୍ଶ ବିଦ୍ୟାଳୟ, ଇନ୍ଦିରା ଆବାସ, ସ୍ୱାସ୍ଥ୍ୟସେବା, ରେଢାଖୋଲ ଏସବିଆଇର ଏଟିଏମ୍ ଅଚଳ ସଂପର୍କିତ ଅଭିଯୋଗ ଥିଲା । 14ଟି ପଞ୍ଚାୟତ ନିମନ୍ତେ ଏହି…

Read More

ଭୁବନେଶ୍ବରର ଜନତା ମଇଦାନରେ ଆରମ୍ଭ ହୋଇଛି କୃଷି ନିତି 2020 ଏବଂ ଓଡିଶା କୃଷି ପ୍ରଦର୍ଶନୀ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କୃଷକଙ୍କ ସମୃଦ୍ଧି ଉପରେ ଆଲୋକପାତ କରିଥିଲେ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି । ଗାଙ୍ଗୁଲି ନବରଙ୍ଗପୁର,ଜୟପୁର ଏବଂ ମାଲକାନଗିରିରେ ନାଗରିକତା ସଂଶୋଧନ ଆଇନ ଜନଜାଗରଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ଗାଙ୍ଗୁଲି ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ହେଲିକପ୍ଟର ଯୋଗେ ନବରଙ୍ଗପୁର ଜିଲ୍ଲା ରାଇଘର ଗସ୍ତ କରିବେ । ଗାଙ୍ଗୁଲି ରାଇଘର ମିନି ଷ୍ଟାଡିୟମରରେ ଅପରାହ୍ନ 1 ଟାରେ ପହଞ୍ଚି ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ସାଧାରଣ ସଭାରେ ସମ୍ଭୋଧିତ କରିବେ । 22 ତାରିଖରେ ଗାଙ୍ଗୁଲି ମାଲକାନଗିରି ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନ କରାଇବେ ଏବଂ ଅପରାହ୍ନ ଗୋଟାଏରେ ଜୟପୁରରେ ପହଞ୍ଚି ନାଗରିକତା ସଂଶୋଧନ ଆଇନର ବିଭିନ୍ନ ଦିଗ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ ବୋଲି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି ।

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୟୋର୍‌ସ ହୋପ୍‌ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ରୀନାରାଣୀ ନାୟକଙ୍କ ପକ୍ଷରୁ ଏହି ସଫେଇ ଅଭିଯାନ କରାଯାଇଛି। ଏହି ସଫେଇ ଅଭିଯାନ କାର୍ଯ୍ୟକ୍ରମରେ ବାଲୁଗାଁ ହସ୍ପିଟାଲର ଡାକ୍ତର ଯୋଗେନ୍ଦ୍ର ବେହେରା ଉପସ୍ଥିତ ରହି ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ୟୋର୍‌ସ ହୋପ୍‌ ଫାଉଣ୍ଡେସନ୍‌ର ଖୋର୍ଦ୍ଧା ଜିଲ୍ଲା ସଞ୍ଜୋଯକ ସୀମାଞ୍ଚଳ ସ୍ବାଇଁଙ୍କ ସମେତ ମୁକେଶ ଜେନା, ବିଜୟ ମହାରଣା, ସଂଗ୍ରାମ ରଣା, ପ୍ରିୟବ୍ରତ ସାମନ୍ତରାୟ, ସନ୍ତୋଷ ସ୍ବାଇଁ, ଅଂଶୁମାନ ସ୍ବାଇଁ, ସୌଭାଗ୍ୟ ସ୍ବାଇଁ, ମୁନା ବେହେରା ଏବଂ ଏବିଭିପି ଖୋର୍ଦ୍ଧା ଜିଲ୍ଲା ଛାତ୍ରୀ ପ୍ରମୁଖ ସଂଗୀତା ସ୍ୱାଇଁଙ୍କ ସମେତ ଅନେକ ସ୍ବେଚ୍ଛାସେବୀ ଏହି ସଫେଇ ଅଭିଯାନକୁ ସଫଳ କରିଥିଲେ। ଏତଦ୍‌ ବ୍ୟତିତ ୟୋର୍‌ସ ହୋପ୍‌ ପକ୍ଷରୁ ବାଣପୁରରେ ଅବସ୍ଥାପିତ ବୃଦ୍ଧାଶ୍ରମରେ ମଧ୍ୟ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି। ପରିଶେଷରେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ସଙ୍ଗଠନ ପକ୍ଷରୁ ଫଳ ବଣ୍ଟନ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆୟକର ଆଦାୟରେ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଲୋକସେବା ଭବନର କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ଟିକସ୍‌ ପୈଠ ବ୍ୟବସ୍ଥାକୁ ଅନ୍‌ଲାଇନ୍‌ରେ ରଖାଯାଇଛି । ଭୁବନେଶ୍ବର ଅଧିବାସୀ http://bhubaneswar.me ଜରିଆରେ ଟିକସ ପୈଠ କରୁଥିବା ବେଳେ ପୌରାଞ୍ଚଳ ଅଧିବାସୀ http://ulbodisha.gov.inରେ ଟିକସ ଭରିବେ । ପ୍ରତିଯୋଗିତା ମୂଳକ ଉପାୟରେ କର ସଂଗ୍ରହ ପାଇଁ ମ୍ୟୁନିସିପାଲ ପ୍ରିମିଅର ଲିଗ୍‌ ପ୍ରଣୟନ କରାଯାଇଛି । 9ଟି ସହର ମଧ୍ୟରେ ପ୍ରତିଯୋଗିତା ହେବ ବୋଲି ଜଣାପଡିଛି । କ୍ରେଡିଟ କାର୍ଡ, ଡେବିଟ କାର୍ଡ, ନେଟ ବ୍ୟାଙ୍କିଙ୍ଗ ଏବଂ ଇ ଓ୍ବାଲେଟ୍‌ ଜରିଆରେ ଜନ ସାଧାରଣ ଟିକସ ଦାଖଲ କରିପାରିବେ ବୋଲି ଜଣାପଡିଛି ।

Read More

ମୁମ୍ବାଇ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଶୁଭ ମଙ୍ଗଲ ଜ୍ୟାଦା ସାବଧାନର ଟ୍ରେଲର ରିଲିଜ୍‌ ହୋଇଛି । ପ୍ରଥମ ଥର ପାଇଁ ବଲିଉଡରେ ବଡ ପରଦାରେ ସମଲିଙ୍ଗୀ ସମ୍ପର୍କକୁ ଦେଖିଆ ଯାଇଛି । ଫିଲ୍ମରେ ଆୟୁଷ୍ମାନ ଖୁରାନା ଏବଂ ଜିତେନ୍ଦ୍ର କୁମାରଙ୍କୁ ପ୍ରେମୀ ଯୁଗଳ ଭାବରେ ଦେଖିବାକୁ ମିଳିଛି । ଆୟୁଷ୍ମାନ ଏବଂ ଜିତେନ୍ଦ୍ର କୁମାରଙ୍କ ବ୍ୟତିତ ଗଜରାଜ ରାଓ ଏବଂ ନୀନା ଗୁପ୍ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଛି । ନିଜର ପଡୋଶୀ ଯୁବକଙ୍କ ସହିତ ସମଲୈଙ୍ଗିକ ସମ୍ପର୍କ ଏବଂ ଏହାକୁ ନେଇ ରହିଥିବା ସାମାଜିକ ସମସ୍ୟାକୁ ଫିଲ୍ମରେ କମେଡି ମାଧ୍ୟମରେ ଦେଖାଇଛନ୍ତି ଡେବ୍ୟୁଟାଣ୍ଟ ଡିରେକ୍ଟର ହିତେଶ କୈବଲ୍ୟ । ଆନନ୍ଦ ଏଲ୍‌ ରାଇ ଏବଂ ଟି ସିରିଜ୍‌ର ଭୂଷଣ କୁମାର ମିଳିତ ଭାବରେ ଫିଲ୍ମର ପ୍ରଯୋଜନା କରିଛନ୍ତି । ଫିଲ୍ମଟି 21 ଫେବୃୟାରୀ 2020 ରିଲିଜ୍‌ ହେବାକୁ ଯାଉଛି । ଫିଲ୍ମରେ ଆୟୁଷ୍ମାନ ଏବଂ ଜିତେନ୍ଦ୍ରଙ୍କ ମଧ୍ୟରେ ଏକ…

Read More

ମାଙ୍ଗାଲୁରୁ : ମାଙ୍ଗାଲୁରୁ ବିମାନ ବନ୍ଦରରୁ ଆଇଡି ବିସ୍ଫୋରକ ଜବତ କରାଯାଇଛି । ବିମାନ ବନ୍ଦରର ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ବିସ୍ଫୋରକ ଜବତ କରାଯିବା ସହିତ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଛି । ବିମାନ ବନ୍ଦରର ଟିକଟ କାଉଣ୍ଟର ନିକଟରେ ପଡି ରହିଥିବା ଏକ ବ୍ୟାଗରୁ ଏହି ବିସ୍ଫୋରକ ଜବତ କରାଯାଇଛି । ସିଆଇଏସ୍‌ଏଫ୍‌ ପକ୍ଷରୁ ବିମାନ ବନ୍ଦରକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଛି । ସିଆଇଏସ୍‌ଏଫ୍‌ ଡିଜିପି ଅନୀଲ ପାଣ୍ଡେଙ୍କ ନେତୃତ୍ବରେ ସର୍ଚ୍ଚ ଅପରେସନ୍‌ କରାଯିବା ସହିତ ସିସିଟିଭି ଯାଞ୍ଚ କରାଯାଉଛି । ଏହି ଘଟଣା ପରେ ମାଙ୍ଗାଲୁରୁ ବିମାନ ବନ୍ଦରରେ ବିମାନ ସେବା ବନ୍ଦ ରଖାଯାଇଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ସନ୍ତୁର ବାଦନରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଛି । ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଯାହାକୁ ପରିବେଷଣ କରିଥିଲେ ନାଜିଆ ଆଲାମ । ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗାଙ୍ଗ ବେଣୁଧରଙ୍କ ରଚନାରେ ପ୍ରାଣ ସଙ୍ଗିନୀରେ କହ କେଉଁ ବୁଦ୍ଧି କରିବି ଶ୍ୟାମ ବନ୍ଧୁ ଲାଗି ସଖିରେ ଝୁରି ଝୁରି ମରିବି, ପରେ ପରେ ଭାବାଙ୍ଗ ଗଦାଧର ସିଂ ସାମନ୍ତଙ୍କ ରଚନାରୁ ଚାହାଁ ଚାହାଁରେ ବନ୍ଧୁ ଚାହାଁ, ତା ପରେ ଛାନ୍ଦ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ ଚେତି ଚାତୁରୀ ଚାହିଁଲା ନିଶି ନାଶେ, ଜୟଦେବଙ୍କ ରଚନାରୁ ଗୀତ ଗୋବିନ୍ଦ ସଖୀ ହେ କେଶି ମଥନ ମୁଦାରଂ ଏବଂ ଶେଷରେ ନାଟ୍ୟାଙ୍ଗ ରଘୁନାଥଙ୍କ…

Read More

ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ପଓ୍ବନ୍‌ କୁମାର ଗୁପ୍ତାଙ୍କ ଯାଚିକାକୁ ଖାରଜ କରିଛନ୍ତି ସର୍ବୋଚ୍ଚ କୋର୍ଟ । 2012ରେ ଘଟଣା ଘଟିବା ସମୟରେ ସେ ନାବାଳକ ଥିବା ନେଇ ପଓ୍ବନ୍‌ଙ୍କ ପକ୍ଷରୁ ଜାନୁୟାରୀ 17 ତାରିଖରେ ଏକ ଯାଚିକା ଦାଖଲ କରାଯାଇଥିଲା । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ମାମଲାକୁ ଖାରଜ କରିଥିବା ବେଳେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଅଭିଯୁକ୍ତଙ୍କ ଓକିଲଙ୍କୁ ସମାଲୋଚନା କରାଯାଇଛି । ପୂର୍ବରୁ ମାମଲାର ବିଚାର ପ୍ରକ୍ରିୟା ସରିଥିବା ବେଳେ ବାରମ୍ବାର ବିଭିନ୍ନ ବାହାନାରେ ମାମଲା ଦାୟର କରି ନ୍ୟାୟିକ ପ୍ରକ୍ରିୟାକୁ ବିଳମ୍ବିତ କରୁଥିବାରୁ ଅଭିଯୁକ୍ତଙ୍କ ଓକିଲ ଏପି ସିଂଙ୍କୁ ଜଷ୍ଟିସ୍‌ ଅଶୋକ ଭୂଷଣ ସମାଲୋଚନା କରିଥିଲେ । ଜୁଲାଇ 8, 2018ରେ ସର୍ବୋଚ୍ଚ କୋର୍ଟରେ ଆପଣଙ୍କର ସମାନ ଯାଚିକାକୁ ସର୍ବୋଚ୍ଚ କୋର୍ଟ ଖାରଜ କରିଥିବା ବେଳେ ଆପଣ ଦୈନିକ ନୂତନ ତଥ୍ୟ ସହିତ ଆସିବା ଗ୍ରହଣଯୋଗ୍ୟ ନାହିଁ । ଜଷ୍ଟିସ୍‌ ଅଶୋକ…

Read More

ରଞ୍ଜିତ ପଣ୍ଡା ପାରାଦୀପ : ପାରାଦୀପ ନାବାଳିକା ଦୁଷ୍କର୍ମ ପ୍ରତିବାଦରେ ଉତ୍କଳ ମହିଳା ସମିତିର ଜଗତସିଂହପୁର ଜିଲ୍ଲା କମିଟି ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ନାରୀନେତ୍ରୀ ତଥା କୁଜଙ୍ଗ ଉତ୍କଳ ମହିଳା ସମିତିର ସମ୍ପାଦିକା ଚିନ୍ମୟୀ ସାହାଣୀଙ୍କ ନେତୃତ୍ବ୍ରରେ ସଙ୍ଗଠିତ ଶୋଭାଯାତ୍ରା ମହିଳା ସମିତିର ସଦସ୍ୟମାନେ ସହର ପରିକ୍ରମା କରିବା ସହିତ ଦୁଷ୍କର୍ମକାରୀଙ୍କ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଶୋଭାଯାତ୍ରା ପରେ ତହସିଲଦାର ପ୍ରଭାସ ରଞ୍ଜନ ବେଉରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୁକ୍ତ ସିଆରପିଏଫ୍‌ ଯବାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହିତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ରାଜ୍ୟରେ ସରକାର ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା ବେଳେ ଗତକାଲି ପାରାଦୀପରେ ଘଟିଯାଇଥିଲା ଏକ ବର୍ବର କାଣ୍ଡ। ଉଲ୍ଲେଖଯୋଗ୍ୟ ଯେ, ସିଆରପିଏଫ୍‌ ଯବାନ ଜଣକ ଜନୈକ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲେ।

Read More

ମୁମ୍ବାଇ : ଲୋକପ୍ରିୟ ଟେଲିଭିଜନ୍‌ ଅଭିନେତ୍ରୀ ହିନାଖାନ୍‌ଙ୍କ ପଦାର୍ପଣ ଫିଲ୍ମ ହ୍ୟାକ୍‌ଡର ଟ୍ରେଲର ରିଲିଜ୍‌ ହୋଇଛି । ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲରରେ ହିନାଙ୍କୁ ସମ୍ପୂର୍ଣ୍ଣ ବୋଲ୍ଡ ଅନ୍ଦାଜରେ ଦେଖିବାକୁ ମିଳିଛି । ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ଏହି ଚଳଚିତ୍ରରେ ହିନା ଜଣେ କର୍ପୋରେଟ୍‌ ମ୍ୟାନେଜର ଭୂମିକାରେ ନଜର ଆସିଛନ୍ତି । ନକରାତ୍ମକ ଭୂମିକା ତଥା ଜଣେ 19 ବର୍ଷୀୟ ହ୍ୟାକର ଭୂମିକାରେ ନଜର ଆସୁଛନ୍ତି ରୋହନ ଶାହ । ସୋହମ ହିନାଙ୍କୁ ପ୍ରେମ ନିବେଦନରେ ବିଫଳ ହେବା ପରେ ହିନାଙ୍କ ବ୍ୟକ୍ତିଗତ ତଥ୍ୟକୁ ଇଣ୍ଟକରନେଟ୍‌ରେ ଲିକ୍‌ କରି ଦେଇଛନ୍ତି । ସମାଜରେ ଚାଲିଥିବା ବିଭିନ୍ନ ସାଇବର୍‌ କ୍ରାଇମ୍‌କୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି । ଟିଭି ଜଗତର ହାଇଏଷ୍ଟ ପେଡ୍‌ ଅଭିନେତ୍ରୀ ହିନା ଏହି ଫିଲ୍ମରେ ଏକାଧିକ ବୋଲ୍ଡ ସିନ୍‌ ଦେଇଛନ୍ତି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଓଡଗାଁ : ଓଡଗାଁ ବ୍ଲକ୍‌ ଅନ୍ତର୍ଗତ ବାଉଁଶିଆ ରଘୁନାଥପୁର ବ୍ରାହ୍ମଣ ଶାସନରେ ଏକ ନୂତନ ଶିବ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଅନାଦି କାଳରୁ ବ୍ରାହ୍ମଣ ଶାସନରେ ପୂଜା ପାଉଥିବା ସ୍ବପ୍ନେଶ୍ବର ମହାଦେବଙ୍କୁ ନୂତନ ମନ୍ଦିରରେ ସ୍ଥାପନ କରାଯାଇଛି । ତିନିଦିନ ଧରି ଅନୁଷ୍ଠିତ ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ଚାଲିଥିଲା । ଶୁକ୍ରବାର ଗ୍ରାମର ମହିଳା ମାନେ କୁସୁମୀ ନଦୀରୁ କଳଶ ଶୋଭାଯାତ୍ରାରେ ବାହାରି ଯଜ୍ଞପୀଠରେ ପହଞ୍ଚିଥିଲେ । କଳସ ସ୍ଥାପନା ପରେ ଯଜ୍ଞକୁଣ୍ଡରେ ତିନିଦିନ ବ୍ୟାପୀ ଘୃତଯଜ୍ଞ ଜାରି ରହିଥିଲା । ପୂର୍ବରୁ ମନ୍ଦିର ଛାତ ବେଙ୍ଗଲ ଟାଇଲ ରହିଥିବା ବେଳେ ବିଭିନ୍ନ ବଦାନ୍ୟ ବ୍ୟକ୍ତି ଏବଂ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ନୂତନ ମନ୍ଦିର ନିର୍ମିତ ହୋଇଛି । ମୁଖ୍ୟ କର୍ମଣିଆ ଭାବେ ଦଧୀନାଥ ଦାଶ ଦେବଶର୍ମା ଆହୁତି ପ୍ରଦାନ କରିଥିବା ବେଳେ ପଦ୍ମନାଭ ଦାଶ କର୍ତ୍ତା ରହିଥିଲେ । ଗ୍ରାମ ସଭାପତି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ୱର ଜନତା ମଇଦାନରେ ଆଜିଠୁ ଆରମ୍ଭ ହୋଇଛି ‘କୃଷି ଓଡ଼ିଶା ୨୦୨୦’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା କୃଷି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି। ଫିକିର ସହଯୋଗରେ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଫିକିର ସାଧାରଣ ସମ୍ପାଦକ ଦିଲୀପ କୁମାର ଚିନୋୟ ପ୍ରମୁଖ ଯୋଗ ଦେଇଥିଲେ। ଚାଷୀ ଦେଶର ଶକ୍ତି, ଅର୍ଥନୀତିର ଶକ୍ତି। ଦେଶର ଗୌରବ ବୃଦ୍ଧି କରିଥାଏ ଚାଷୀ। କୃଷି ବିକାଶ ପାଇଁ ସରକାର ନିଷ୍ଠାର ସହ କାମ କରିବା ସହ କାଳିଆ ଯୋଜନା ଚାଷୀମାନଙ୍କ ସମ୍ମାନ ବୃଦ୍ଧି କରିଛି। ନୂଆ କୃଷି ନୀତି ଜରିଆରେ ଚାଷୀମାନଙ୍କର ରୋଜଗାର ବୃଦ୍ଧି କରିବା ଆମର ଲକ୍ଷ୍ୟ। ଓଡିଶାର ଚାଷୀ ନୂଆ ନୂଆ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ରାଜ୍ୟର ଚାଷୀ…

Read More