Author: Samikhsya Bureau

ପୁନେ : ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । ବୁଧବାର ଏକ ସାକ୍ଷାତକାର ଅବସରରେ ରାଉତ କହିଛନ୍ତି ଇନ୍ଦିରା ଗାନ୍ଧୀ ଗ୍ୟାଙ୍ଗଷ୍ଟର କରିମ୍‌ ଲାଲାଙ୍କୁ ଭେଟୁଥିଲେ । ମୁମ୍ବାଇର ମଦ ମାଫିଆ ତଥା ଗ୍ୟାଙ୍ଗଷ୍ଟର କରିମ୍‌ ଲାଲାଙ୍କୁ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକାଧିକ ଥର ଭେଟିଛନ୍ତି । ଦକ୍ଷିଣ ମୁମ୍ବାଇର ପ୍ୟୋଧିନୀରେ ଲାଲାଙ୍କୁ ଇନ୍ଦିରା ଭେଟୁଥିଲେ । ଲାଲା 1960ରୁ 1980 ପର୍ଯ୍ୟନ୍ତ ବେଆଇନ ମଦ କାରବାରରେ ସମ୍ପୃକ୍ତ ରହିଥିବା ବେଳେ 2002ରେ ତାର ଦେହାନ୍ତ ହୋଇଥିଲା । ଏହା ସହିତ ମୁମ୍ବାଇରେ ଗ୍ୟାଙ୍ଗଷ୍ଟାରଙ୍କ ପ୍ରାଦୁର୍ଭାବ ସମ୍ପର୍କରେ ବର୍ଣ୍ଣନା କରିଥିଲେ ରାଉତ । ପୂର୍ବରୁ ସାମ୍ବାଦିକ ରହିଥିବା ରାଉତ ଦାଉଦ୍‌ ଇବ୍ରାହିମ୍‌, ଛୋଟା ସକିଲ୍‌, ଶରଦ ସେଟ୍ଟୀ ଏବଂ ହାଜି ମସ୍ତାନ ସମ୍ପର୍କରେ କହିଥିଲେ । ହାଜି ମସ୍ତାନ ମହାରାଷ୍ଟ୍ର ସଚିବାଳୟକୁ ଆସୁଥିବା ସମୟରେ ସମ୍ପୂର୍ଣ୍ଣ ମନ୍ତ୍ରାଳୟ ତଳକୁ ଆସି ଦେଖୁଥିବା ସମ୍ପର୍କରେ…

Read More

ସମୀକ୍ଷା ବ୍ୟୁରୋ ସାନଖେମୁଣ୍ଡି : ବିଦ୍ୟୁତ୍‌ ଆଘାତରେ ସାନଖେମୁଣ୍ଡିର ଜଣେ ଚାଷୀ ପ୍ରାଣ ହରାଇଛନ୍ତି । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ପଞ୍ଚାୟତର ସନ୍ତୋଷ କୁମାର ପାଢ଼ୀ(55) ନିଜ ଜମିରେ ପାଣି ମଡାଇବାକୁ ଯାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ବିଦ୍ୟୁତ୍‌ ଆଘାତରେ ଗୁରୁତର ସନ୍ତୋଷଙ୍କୁ ତୁରନ୍ତ ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍‌ ପକ୍ଷରୁ ତଦନ୍ତ ପରେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁରକୁ ପଠାଇ ଦିଆଯାଇଛି ।

Read More

ମୁମ୍ବାଇ,ଆଜି ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ 35ତମ ଜନ୍ମଦିବସଟି ବେଶ୍‌ ଖାସ୍‌ ରହିଛି। ତାଙ୍କ ଜନ୍ମଦିବସ ଅବସରରେ ଅପ୍‌କମିଙ୍ଗ୍‌ ଫିଲ୍ମ ‘ଶେରଶାହା’ର ଫାଷ୍ଟ ଲୁକ୍‌ ରିଲିଜ୍‌ କରାଯାଇଛି। ସିଦ୍ଧାର୍ଥ ଏହି ଫିଲ୍ମରେ ଜଣେ ଆର୍ମି କ୍ୟାପଟେନ୍‌ ବିକ୍ରମ ବାତ୍ରାଙ୍କ ଚରିତ୍ରରେ ନଜରରେ ଆସିଛନ୍ତି। କରନ୍‌ ଜୋହର୍‌ ଓ ସିଦ୍ଧାର୍ଥ ମାଲହୋତ୍ରା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ‘ଶେରଶାହା’ର ଫାଷ୍ଟ ଲୁକ୍‌କୁ ସେୟାର କରିଛନ୍ତି। ସିଦ୍ଧାର୍ଥ ଏହି ପୋଷ୍ଟର ସହିତ କ୍ୟାପଟେନ୍‌ ବିକ୍ରମ ବାତ୍ରାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବାହାଦୁରୀ ଓ ପ୍ରାଣହୂତିର ଦୁଇ ଭିନ୍ନ ରଙ୍ଗକୁ ବଡ ପରଦାରେ ଦେଖାଇବା ତାଙ୍କ ପକ୍ଷେ ବଡ ସମ୍ମାନର କଥା ବୋଲି କହିଛନ୍ତି ସିଦ୍ଧାର୍ଥ। କ୍ୟାପଟେନ୍‌ ବିକ୍ରମ ବାତ୍ରାଙ୍କ ଜୀବନଯାତ୍ରାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବକ ତାଙ୍କ ବିଷୟରେ ଥିବା ଅଜଣା କାହାଣୀକୁ ଏହି କାହାଣୀ ଜରିଆରେ ବଡ ପରଦାରେ ଦର୍ଶାଯିବ । ସେହିପରି କରନ୍‌ ଜୋହର୍‌ ଏହି ଲୁକ୍‌ର ସେୟାର କରି କହିଛନ୍ତି ଯେ, କାର୍‌ଗିଲ୍‌…

Read More

Kolkata: Actress Anushka Sharma with Indian women’s team cricketer Jhulan Goswami during the shooting of a teaser for her upcoming biopic on the former captain of the Indian women’s cricket team, at the Eden Garden’s in Kolkata on Jan 11, 2020. (Photo: IANS)

Read More

ସମୀକ୍ଷା ବ୍ୟୁରୋ କଟକ : ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ଲୋକମାନ୍ୟ ତିଲକ ଟର୍ମିନସ୍‌(ଏଲ୍‌ଟିଟି)ର 7ଟି ବଗି ଲାଇନଚ୍ୟୁତ ହୋଇଛି । ଗୁରୁବାର ସକାଳୁ କଟକ ନିକଟସ୍ଥ ନେରଗୁଣ୍ଡି ରେଳ ଷ୍ଟେସନ୍‌ରେ ଟ୍ରେନ୍‌ର 7ଟି ବଗି ଲାଇନଚ୍ୟୁତ ହେବା ଫଳରେ ଯାତ୍ରୀମାନଙ୍କୁ ବସ୍‌ ଯୋଗେ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଟ୍ରେନ୍‌ଟି ଅଟକି ରହିଥିବାରୁ ପୂର୍ବତଟ ରେଳବାଇ ପକ୍ଷରୁ 5ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ଦୁର୍ଘଟଣାରେ ଆହତଙ୍କୁ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଆହତ ମାନଙ୍କୁ କଟକ ଏବଂ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ସମୁଦାୟ 11 ଜଣ ଆମହତ ହୋଇଥିବା ବେଳେ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି । 8 ଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ରେଳବାଇ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ…

Read More

ସିଡ୍‌ନୀ : ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁର ମୁକାବିଲା ପାଇଁ ଏକ ପ୍ରଦର୍ଶନୀ ଟେନିସ୍‌ ମ୍ୟାଚ୍‌ ଖେଳାଯାଇଛି । ଏହି ପ୍ରଦର୍ଶନୀ ମ୍ୟାଚ୍‌ ଗୁଡିକରୁ 5 ମିଲିୟନ୍‌ ଅଷ୍ଟ୍ରେଲିଆନ୍‌ ଡଲାର (3.4 ମିଲିୟନ୍‌ ଡଲାର) ଅର୍ଥରାଶି ସଂଗ୍ରହ କରାଯାଇଛି । ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ବିଭିନ୍ନ ବଡ ବଡ ଷ୍ଟାର ଖେଳିଥିଲେ । ରୋଜର ଫେଡେରରଳ ସେରେନା ଓ୍ବିଲିୟମ୍ସ, ନୋଭାକ୍‌ ଜୋକୋଭିକ୍‌, ରାଫେଲ୍‌ ନାଦାଲ୍‌, ନାଓମି ଓସାକା, କାରୋଲିନ୍‌ ଓଜ୍‌ନିଆକି, ଷ୍ଟିଫାନୋସ୍‌ ଟ୍ରିଷ୍ଟାପାସ୍‌ ଏବଂ ଆଲେକଜାଣ୍ଡାର ଜେଭ୍‌ରେଭ୍‌ ପ୍ରମୁଖ ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ଅଂଶଗ୍ରହଣ କରିଥିଲେ । ସମସ୍ତ ଖେଳାଳି ସିଙ୍ଗିଲ୍ସ ଏବଂ ଡବଲ୍ସ ମ୍ୟାଚ୍‌ ଖେଳିଥିଲେ । ଫେଡେରେର୍‌ ଏବଂ ନାଡାଲ୍‌ ଡବଲ୍ସ ମ୍ୟାଚ୍‌ ଖେଳିଥିବା ବେଳେ ସେରେନା ଏବଂ ଜୋକୋଭିକ୍‌ ପରସ୍ପର ବିପକ୍ଷରେ ମ୍ୟାଚ୍‌ ଖେଳିଥିଲେ । ମ୍ୟାଚ୍‌ ପରେ ନାଦାଲ୍‌ ଏବଂ ଫେଡେରର୍‌ ବ୍ୟକ୍ତିଗତ ଭାବରେ 2 ଲକ୍ଷ 50 ହଜାର ଅଷ୍ଟ୍ରେଲିଆ ଡଲାର ଦାନ…

Read More

ସମୀକ୍ଷା ବ୍ୟୁରୋ କଟକ : ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ଲୋକମାନ୍ୟ ତିଲକ ଟର୍ମିନସ୍‌(ଏଲ୍‌ଟିଟି)ର 7ଟି ବଗି ଲାଇନଚ୍ୟୁତ ହୋଇଛି । ଗୁରୁବାର ସକାଳୁ କଟକ ନିକଟସ୍ଥ ନେରଗୁଣ୍ଡି ରେଳ ଷ୍ଟେସନ୍‌ରେ ଟ୍ରେନ୍‌ର 7ଟି ବଗି ଲାଇନଚ୍ୟୁତ ହୋଇଛି । ବି-1 ପରଠାରୁ 7ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଘନ କୁହୁଡି କାରଣରୁ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିବା ବେଳେ 40ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 6 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ଏକ ମେଡିକାଲ୍‌ ଟ୍ରେନ୍‌ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ପହଞ୍ଚିଛନ୍ତି । ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ଏକ ହେଲ୍ପଲାଇନ୍‌ ନମ୍ବର ମଧ୍ୟ ଲଞ୍ଚ କରାଯାଇଛି । ଦୁର୍ଘଟଣା ସମ୍ବନ୍ଧରେ ସୂଚନା ପାଇଁ 1072 ଡାଏଲ୍‌ କରିବା ପାଇଁ ରେଳବାଇ ପକ୍ଷରୁ ଟ୍ବିଟ୍‌ କରାଯାଇଛି ।

Read More

ନୂଆଦିଲ୍ଲୀ : ଭୋଟ ପାଇଁ ରାହୁଲ ଗାନ୍ଧୀ ଦେଶକୁ ମଧ୍ୟ ବିକ୍ରି କରିବାକୁ ପଛାଇବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ସିଏଏକୁ ନେଇ ଗିରିରାଜ ରାହୁଲଙ୍କୁ ସମାଲୋଚନା କରିବା ସହିତ ଏହି ମତ ଦେଇଛନ୍ତି । ବୁଧବାର ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ଗିରିରାଜ ପୂର୍ବତନ କଂଗ୍ରେସ ସଭାପତି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି । ଭୋଟ ପାଇଁ ରାହୁଲ ଏବଂ ବିପକ୍ଷ ନେତା ଦେଶକୁ ବିକ୍ରି କରିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି ଗିରିରାଜ ମତ ଦେଇଛନ୍ତି । ସିଏଏକୁ ନେଇ ବିପକ୍ଷ ଦଳ ଦେଶବାସୀଙ୍କୁ ଭ୍ରମିତ କରି ଭୋଟ ବ୍ୟାଙ୍କ ବଞ୍ଚାଇବାର ଚେଷ୍ଟା ଚଳାଇଛନ୍ତି ବୋଲି ଗିରିରାଜ ମତ ଦେଇଛନ୍ତି । ସିଏଏ କେବଳ ତିନି ଦେଶର ନିର୍ଯାତିତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନାଗରିକତ୍ବ ପ୍ରଦାନ ପାଇଁ ଉଦ୍ଦିଷ୍ଟ ମାତ୍ର ଏହି ଆଇନକୁ ନେଇ…

Read More

କେଦାର ମିଶ୍ର କାନ ଉଠିଲା ଦିନ ଠୁ ଆମେ ଶୁଣି ଆସୁଛୁ, ଆମ ସହର ବାଟ ଦେଇ ରେଳଗାଡି ଚାଲିବ। ଆମ ବାପା ଓ ଜେଜେବାପା ବି ସେ ସ୍ଵପ୍ନ ଦେଖିଥିଲେ। ପୁରୁଷ ପୁରୁଷ ଧରି ଗୋଟେ ରେଳପଥକୁ ଅପେକ୍ଷା କରି ରହିଥିବା ସୋନପୁର, ବୌଦ୍ଧ, ଫୁଲବାଣୀ, ପୁରୁଣା କଟକ, ଦଶପଲ୍ଲା ଓ ନୟାଗଡର ଜନ ସାଧାରଣ ବାରମ୍ବାର ପ୍ରତାରିତ ହୋଇ ଆସିଛନ୍ତି। ୧୯୪୫ ମସିହାରୁ ଖୁର୍ଦ୍ଧା ବଲାଙ୍ଗୀର ରେଳପଥର ସର୍ଭେ କାମ ସାରିଥିଲା। ୧୯୪୫ ରୁ ୧୯୯୪, ପୂରା ୪୯ ବର୍ଷର ଅପେକ୍ଷା ପରେ ଏହି ରେଳପଥ କାମ ଆରମ୍ଭ କରିବାକୁ ନରସିଂହ ରାଓ ସରକାର ଅମଳରେ ଅନୁମୋଦନ ମିଳିଥିଲା। ତାହାର କାରଣ ଥିଲା, ପ୍ରଥମଥର ଲାଗି କେନ୍ଦ୍ରରେ ଅଳ୍ପ ସମୟ ଲାଗି କଳାହାଣ୍ଡି ସାଂସଦ ଭକ୍ତ ଚରଣ ଦାସ ରେଳ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ଵ ପାଇଥିଲେ ଓ ତାର ଅଳ୍ପ ଦିନ ପରେ ଆଉ ଜଣେ ଓଡିଆ କାହ୍ନୁ ଚରଣ…

Read More

ପୁରୀ ତଥା ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ସୌନ୍ଦର୍ଯ୍ୟକରଣକୁ ନେଇ ଅତ୍ୟନ୍ତ ଚିନ୍ତିତ  ଥିବା ନେଇ ଦାବି କରୁଥିବା ରାଜ୍ୟ ସରକାର ଓ ଖୋଦ୍ ମୁଖ୍ୟମନ୍ତ୍ରୀ  କେତେ ଗମ୍ଭୀର ଓ ବିଚଳିତ ଏ କଥା ଶ୍ରୀମନ୍ଦିର ପରିଚାଳନାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ପାଳନ କରିବାକୁ ନେଇ ଟାଳଟୁଳ ନୀତି ହିଁ ପ୍ରମାଣିତ କରୁଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ପରିଚାଳନାକୁ ନେଇ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଦାୟର ହୋଇଥିବା – ‘ମୃଣାଳିନୀ ପାଢୀ ବନାମ ୟୁନିଅନ୍ ଅଫ ଇଣ୍ଡିଆ’ ମୋକଦ୍ଦମାରେ ସର୍ବୋଚ୍ଚ ଅଦାଲତ ୪ ନଭେମ୍ବର ୨୦୧୯ ରେ ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଯେ – ରାଜ୍ୟ ସରକାର ଜଣେ ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ପ୍ରଶାସକଙ୍କୁ ତତ୍‌କ୍ଷଣାତ୍ ନିଯୁକ୍ତି ପ୍ରଦାନ କରିବେ, ଯିଏକି ଅନ୍ୟ କୌଣସି ବିଭାଗର ଦାୟିତ୍ୱରେ ରହିପାରିବେ ନାହିଁ…

Read More

ଆଜି ଜାତିସଂଘ ସୁରକ୍ଷା ପରିଷଦର ଏକ ରୁଦ୍ଧଦ୍ଵାର ବୈଠକରେ କାଶ୍ମୀର ସମେତ ଭାରତ-ପାକିସ୍ତାନ ସମ୍ପର୍କ କଥା ଉଠାଇବ ବୋଲି ଚୀନ ସୂଚନା ଦେଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଲେଖିଥିବା ଏକ ଚିଠିକୁ ଆଲା କରି ଛେନା ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିବ। ଭାରତ ପାକିସ୍ତାନ ସୀମାନ୍ତରେ ଭାରତ ଅସ୍ତ୍ର ଶସ୍ତ୍ର ସଜ୍ଜିତ କରୁଛି ବୋଲି ପାକିସ୍ତାନ ଅଭିଯୋଗ କରିଛି। ଏହି ପ୍ରସଙ୍ଗକୁ ନ ଉଠାଇବାକୁ ଫ୍ରାନ୍ସ ପରି ଦେଶ ଚାହୁଁଥିଲେ ମଧ୍ୟ ଚୀନ ନିଶ୍ଚୟ ଏହି ପ୍ରସଙ୍ଗ ଆଲୋଚନା ହେଉ ବୋଲି ଚାହୁଁଛି। (ଏଜେନ୍ସି)

Read More

ଭୁବନେଶ୍ବର, ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଓଁ ନମଃ ଶିବାୟରୁ ଯାହାକୁ ପରିବେଶଣ କରିଥିଲେ ବିକାଶ ଶୁକଲା ଓ ସାଥୀ । ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ଆମେରିକାରୁ ଆସିଥିବା ପଲ୍ଲବୀ ଦାସ ପ୍ରଥମେ ମଙ୍ଗଳା ଚରଣରେ ଶିବ ବନ୍ଦନା – ଶିବମ ଧୀମହି ପରିବେଷଣ କରିଥିଲେ। ଏହାର ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଅରୁଣା ମହାନ୍ତି ଓ ମଧୁଲିତା ମହାପାତ୍ର।   ପରେ ପରେ ବେଣୁଧର ଦାସଙ୍କ ରଚନାରେ ଅଭିନୟ କୃଷ୍ଣାନୁରାଗୀ ଯାହା ରାଗ ଝିନଝୋଟି ଓ ତାଳ ଖେମଟା ଉପରେ ପରିବେଶିତ ହୋଇଥିଲା । ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଓ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ।…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପ୍ରବାସୀ ଶ୍ରମିକଙ୍କ ଉନ୍ନତି ତଥା ଶ୍ରମିକଙ୍କ କଲ୍ୟାଣ ପାଇଁ ନବୀନ ପଟ୍ଟନାୟକ ଆଜି ଏକ ସ୍ବତନ୍ତ୍ର ପ୍ୟାକେଜର ଘୋଷଣା କରିଛନ୍ତି । ଶ୍ରମକୁ ସବୁଦିନ ସର୍ବାଧିକ ମହତ୍ତ୍ବ ଦେଇ ଆସୁଥିବା ଏବଂ ଶ୍ରମିକଙ୍କ କଲ୍ୟାଣ ପାଇଁ ଏକାଧିକ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଶ୍ରମିକ କଲ୍ୟାଣ ପ୍ରତି ରହିଥିବା ଦୂରଦୃଷ୍ଟିକୁ ସାକାର କରିବା ଦିଗରେ ଆଉ ପାଦେ ଆଗକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଛି ପ୍ରବାସୀ ସୁରକ୍ଷା ଓ କଲ୍ୟାଣ ନିମେନ୍ତ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବିନା ଦେୟରେ ଶ୍ରମିକ ସହାୟତା ହେଲ୍ପଲାଇନ୍‌ ନମ୍ବର । ରାଜ୍ୟ ଭିତରେ ସହାୟତା ନମ୍ବର ରହିଛି 155368 ଏବଂ ରାଜ୍ୟ ବାହାର ପାଇଁ 18002456703 । ଶ୍ରମିକମାନଙ୍କ ଉଧ୍ଧାର ଏବଂ ସେମାନଙ୍କ ଅଭିଯୋଗ ଗ୍ରହଣ ବ୍ୟବସ୍ଥା ‘ଇ-ଶ୍ରମିକ ସମାଧାନ’ ଏବଂ ଶ୍ରମିକଙ୍କ ଆର୍ଥିକ ସଶକ୍ତିକରଣ ନିମେନ୍ତ ତୁରନ୍ତ ସହାୟତା ଏବଂ ସୁରକ୍ଷା ଯୋଗାଇ…

Read More

ଆମ ଆଦମୀ ପାର୍ଟିର ସରକାରଠାରୁ ପାଞ୍ଚଗୁଣ ଭଲ ସେବା ଦିଲ୍ଲୀବାସୀଙ୍କୁ  ଯୋଗାଇ ନ ପାରିଲେ ମୁଁ ସବୁଦିନ ଲାଗି ରାଜନୀତି ଛାଡିଦେବି ବୋଲି ଦିଲ୍ଲୀ ବିଜେପି ସଭାପତି ତଥା ସାଂସଦ ମନୋଜ ତିୱାରୀ କହିଛନ୍ତି। ଦିଲ୍ଲୀର ଗରୀବ ଲୋକଙ୍କୁ ଗ୍ୟାସ, ପାଣି ଓ ବିଜୁଳି ସୁବିଧା ଥାଇ ଦୁଇ ବଖୁରିଆ ଘର ମାଗଣାରେ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଲୋକଙ୍କ ସେବା କରିବାକୁ ହେଲେ ପ୍ରଥମେ ନିର୍ବାଚନ ଜିତିବାକୁ ପଡିବ ଓ ବିଜେପି ଜିତିବା ସ୍ଥିତିରେ ନାହିଁ ବୋଲି ଆମ ଆଦମୀ ପାର୍ଟି କଟାକ୍ଷ କରିଛି। ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ଚାଲିଛି। (ଏଜେନ୍ସି)

Read More

ଆମାଜନର ବହୁଚର୍ଚ୍ଚିତ ଧାରାବାହିକ “ସିଟାଡେଲ”ରେ ଭାରତୀୟ ଅଭିନେତ୍ରୀ ପ୍ରିୟାଙ୍କା ଚୋପ୍ରା ଓ ବିଶିଷ୍ଟ ଅଭିନେତା ରିଚାର୍ଡ ମାଦେନ ଅଭିନୟ କରିବେ ବୋଲି କମ୍ପାନୀ ତରଫରୁ ଘୋଷଣା କରାଯାଇଛି। ପ୍ରିୟାଙ୍କା ଇତିମଧ୍ୟରେ ବହୁ ଆନ୍ତର୍ଜାତିକ ସିନେମା ଓ ଧାରାବାହିକରେ ଅଭିନୟ କରି ନିଜର ପତିଆରା ସୃଷ୍ଟି କରିସାରିଛନ୍ତି। ପ୍ରିୟାଙ୍କା ଓ ତାଙ୍କ ସ୍ଵାମୀ ନିକ ଜୋନାସ ମିଳିତ ଭାବରେ ଏକ “ସଙ୍ଗୀତ” ଆଲବମ କରିବେ ବୋଲି ମଧ୍ୟ ସୂଚନା ମିଳୁଛି। (ଏଜେନ୍ସି)

Read More

ପୃଥିବୀର ସବୁଠୁ ବଡ ଅନଲାଇନ ଖୁଚୁରା ବ୍ୟବସାୟ କମ୍ପାନୀ ଆମାଜନ ର ମୁଖ୍ୟ କାର୍ୟନିର୍ବାହୀ ଜେଫ ବେଜୋସ୍‌ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଭାରତରେ ପହଞ୍ଚିଲା ପରେ ସେ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବେଜୋସ୍‌ଙ୍କ ଗସ୍ତକୁ ବିରୋଧ କରି ଦେଶର ୩୦୦ ସହରରେ ବ୍ୟବସାୟୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆମାଜନ ସାଧାରଣ ବ୍ୟବସାୟୀଙ୍କ ସ୍ଵାର୍ଥ ବିରୋଧରେ ଯାଇ ଅଧିକ ରିହାତି ଦେବା ତଥା ଅନୈତିକ ବ୍ୟାବସାୟିକ ନୀତି ଆପଣାଉଥିବା ପ୍ରସଙ୍ଗରେ ସାରା ଦେଶର ବ୍ୟବସାୟୀମାନେ ତାଙ୍କୁ ବିରୋଧ କରୁଛନ୍ତି।   (ଏଜେନ୍ସି)

Read More

ଗତକାଲି ନିଜର ୬୨ତମ ଜନ୍ମଦିନ ପାଳନ ଅବସରରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ସୁଶ୍ରୀ ମାୟାବତୀ ଦେଶର ସାଧାରଣ ଜନତାର କଷ୍ଟ ଲାଗି ଉଭୟ କଂଗ୍ରେସ ଓ ବିଜେପି ଦାୟୀ ବୋଲି କହିଛନ୍ତି। ବିଜେପି ସରକାରର ଭୁଲ ନୀତି ଯୋଗୁଁ ଦେଶର ସବୁ ବର୍ଗ କଷ୍ଟରେ ଥିବା ବେଳେ ଅର୍ଥନୀତିରେ ଭୟଙ୍କର ମାନ୍ଦାବସ୍ଥା ଆସିଛି। ଏଥିରୁ ନଜର ହଟାଇବାକୁ  ବିଜେପି ବିଭାଜନର ରାଜନୀତି କରୁଛି ବୋଲି ସେ କହିଛନ୍ତି। ଏହି ଅବସରରେ ନାଗରିକତା ସଂଶୋଧନ ଆଇନକୁ ମଧ୍ୟ ସେ ବିରୋଧ କରିଥିଲେ। କଂଗ୍ରେସ ନିଜର ଦୁର୍ନୀତିଗ୍ରସ୍ତ ଶାସନ ଯୋଗୁଁ ନିନ୍ଦିତ ହୋଇଥିବାରୁ ଏହା ବିଜେପିର ଦୁର୍ନୀତି ବିରୋଧରେ କହିବାର ନୈତିକ ଅଧିକାର ହରାଇଛି ବୋଲି ସେ କହିଥିଲେ। ମାୟବତୀଙ୍କ ଜନ୍ମଦିନ ଅବସରରେ ତାଙ୍କ ଆତ୍ମଜୀବନୀ ମଧ୍ୟ ପ୍ରକାଶ ପାଇଛି।  (ଏଜେନ୍ସି)

Read More

ନେତାଜୀ ସୁବାସ ବୋଷଙ୍କ ନାତି ତଥା ପଶ୍ଚିମ ବଙ୍ଗ ବିଜେପିର ଉପ ସଭାପତି ଚନ୍ଦ୍ର କୁମାର ବୋଷ ଦଳୀୟ ନେତୃତ୍ଵ ବିରୋଧରେ ପ୍ରବଳ ବର୍ଷିଛନ୍ତି। ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ଗତ କିଛିଦିନ ହେଲା ଦେଇ ଆସୁଥିବା ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଶ୍ରୀ ବୋଷ କହିଛନ୍ତି ଯେ ନିର୍ବାଚିତ ଅପାରଗ ନେତାମାନେ ଏ ପ୍ରକାର ଭାଷା ବ୍ୟବହାର କରିଥାନ୍ତି। ଟୁଇଟରରେ ସ୍ଵଚ୍ଛ ରାଜନୀତି ହାସଟାଗ ମାଧ୍ୟମରେ ଶ୍ରୀ ବୋଷ ସିଧା ସିଧା ରାଜ୍ୟର ବିଜେପି ନେତୃତ୍ବକୁ କଡା ସମାଲୋଚନା କରିଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଏହି କନ୍ଦଳ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। (ଏଜେନ୍ସି)

Read More

କେଦାର ମିଶ୍ର ଗତ ପାଞ୍ଚ ବର୍ଷ ହେଲା ନିୟମିତ ଭାବରେ ଜାନୁଆରୀ ଦ୍ଵିତୀୟ ଶନିବାର ଓ ରବିବାର ଦିନ ମୁଁ କୋଣାର୍କରେ ରହେ। କେବଳ ମୁଁ ନୁହେଁ, ଓଡିଶାର ତଥା ଦେଶର କିଛି ଜଣାଶୁଣା ଲେଖକ ଏହି ସମୟରେ କୋଣାର୍କକୁ ଆସନ୍ତି। ଚନ୍ଦ୍ରଭାଗା କବିତା ଉତ୍ସବ ନାଁରେ ଆମେ କୋଣାର୍କର କଳାକୃତି, ଓଡିଆ କବିତା ଓ ଜନଜୀବନକୁ ନେଇ ଏହି ଉତ୍ସବରେ ଆଲୋଚନା କରିଥାଉ। ଓଡିଶାର ସର୍ବ ବରିଷ୍ଠ ଲେଖକ ଜୟନ୍ତ ମହାପାତ୍ରଙ୍କ ନେତୃତ୍ଵରେ ଆୟୋଜିତ ହେଉଥିବା ଏହି ଉତ୍ସବର ସ୍ଵାଭାବିକ ସ୍ଥାନ ହେଉଛି କୋଣାର୍କ ଯାତ୍ରୀ ନିବାସ। କୋଣାର୍କ ମନ୍ଦିର ସାମ୍ନାରେ ରହିଥିବା ଓ ଓଡିଶା ସରକାରଙ୍କ ପର୍ୟଟନ ବିକାଶ ନିଗମ ଦ୍ଵାରା ପରିଚାଳିତ ଏହି ଯାତ୍ରୀ ନିବାସ ଓ ପାନ୍ଥ ନିବାସ ଆମର ନିୟମିତ ଆକର୍ଷଣ ହୋଇ ରହିଆସିଛି। ତେବେ ଏ ଯାତ୍ରୀ ନିବାସରେ କୋଣାର୍କ ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ କିଛି ସୁଖଦ ଅନୁଭୂତି ଅଛି କି?…

Read More

ସମୀକ୍ଷାବ୍ୟୁରୋ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରା ଗ୍ରାମ ପଞ୍ଚାୟତ ସ୍ଥିତ ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୭ତମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ପୂର୍ବତନ ତଥା ବର୍ତ୍ତମାନର ପରିଚାଳନା କମିଟିର ସଭାପତି ଧନେଶ୍ୱର ମାଝୀ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅଧକ୍ଷ ଶ୍ରୀଯୁକ୍ତ ସୁବୋଧ କୁମାର ଶତପଥି, ଗଗନ ବିହାରୀ ମହାପାତ୍ର, ପିତାମ୍ବର ସାହୁ, ଲମ୍ବୋଦର ସାହୁକାର, ଧ୍ରୁବ ଚରଣ ସାହୁକାର, ବିରେନ୍ଦ୍ର କୁମାର ସାହୁ, ରାଜ କିଶୋର ରଣା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ପ୍ରତିଯୋଗିତାରେ ପୁରସ୍କାର ବିତରଣ କରିଥିଲେ। ଜାତୀୟ ସେବା ଯୋଜନାର ତତ୍ୱବଧାରିକା ସୁଶ୍ରୀ ଜ୍ୟୋତିମାଳା ରାଉତ ମହିଳା ସ୍ବେଚ୍ଛାସେବୀଙ୍କ ଦ୍ଵାରା ଶୃଙ୍ଖଳା ରକ୍ଷା କରିବା ସହ ଶିବାଜୀ ବାରିକ,  କାହ୍ନୁ  ଭୋଇ, ଯାଦବ ଭାସ୍କର ଯାନୀ, ଲୋଚନ ସାହୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟରେ ସହଯୋଗ କରି ବାର୍ଷିକ ଉତ୍ସବକୁ ସାଫଲ୍ୟ କରିଥିଲେ।।

Read More