Author: Samikhsya Bureau

ବିଶ୍ଵ ଐତିହ୍ୟ ଭାବେ ପରିଚିତ ଓଡିଶାର କୋଣାର୍କ ମନ୍ଦିରକୁ ଯଥାଶୀଘ୍ର ଦେଶର ସର୍ବଶ୍ରେଷ୍ଠ ପର୍ୟଟନ ସ୍ଥଳୀର ମାନ୍ୟତା ମିଳିବ ଓ ଏହାକୁ ଏକ ସ୍ଵତନ୍ତ୍ର ଉତ୍ସବରେ ନିକଟ ଭବିଷ୍ୟତରେ ଘୋଷଣା କରାଯିବ ବୋଲି କେନ୍ଦ୍ର ପର୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ କହିଛନ୍ତି। ଚନ୍ଦ୍ରଭାଗା ବେଳାଭୂମିରେ ରାଜ୍ୟ ପର୍ୟଟନ ବିଭାଗ ଦ୍ଵାରା ଆୟୋଜିତ ଜାତୀୟ ପର୍ୟଟନ ସମ୍ମିଳନୀକୁ ଉଦଯାପନ କରି ଶ୍ରୀ ପଟେଲ ଏହା କହିଛନ୍ତି। ପୂର୍ବରୁ ଦେଶର ସର୍ବଶ୍ରେଷ୍ଠ  ପର୍ୟଟନ ସ୍ଥଳୀ ଘୋଷଣା ବେଳେ କୋଣାର୍କ ବାଦ ପଡିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଥିଲେ। (ଏଜେନ୍ସି)

Read More

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ପ୍ରାୟ ସାଢେ ପାଞ୍ଚ ମାସ ପରେ ସେଠାରେ ଇଣ୍ଟର୍ନେଟ ସେବା ଉପଲବ୍ଧ କରାଇବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ୨୦ଟି ଯାକ ଜିଲ୍ଲାରେ ୨ଜି ସେବା ମିଳିବ ଓ ସେଥିରେ ମଧ୍ୟ ଯଥେଷ୍ଟ କଟକଣା ରହିବ। ବର୍ତ୍ତମାନ ଦେଶରେ ୪ଜି ଇଣ୍ଟର୍ନେଟ ସେବା ଉପଲବ୍ଧ ହେଉଛି। ସୁପ୍ରିମ କୋର୍ଟ ଇଣ୍ଟର୍ନେଟ ସେବାକୁ ଲୋକଙ୍କ ମୌଳିକ ଅଧିକାରର ଅଂଶ ବିଶେଷ ବୋଲି କହିଲା ପରେ ସରକାର ଏହି ସେବା ଯୋଗାଇ ଦେବାକୁ ବାଧ୍ୟ ହୋଇଛନ୍ତି। ତେବେ ୨ ଜି ସେବା ଅତ୍ୟନ୍ତ ଧୀମା ଓ ଏହାର କୌଣସି ଉପଯୋଗିତା ଆଜିର ସମୟରେ ନାହିଁ। (ଏଜେନ୍ସି)

Read More

ଆଜି ରାତି ପ୍ରାୟ ସାଢେ ଦଶଟା ବେଳେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ନିର୍ମାଣାଧୀନ ୨ ନମ୍ବର ଟର୍ମିନାଲର ଫଲ୍ସ ଛାତ ଭୁଷୁଡି ପଡିଛି। ଏହି ଦୁର୍ଘଟଣା ଘଟିବା ବେଳେ ସେଠାରେ ଅନେକ ଶ୍ରମିକ କାମ କରୁଥିବାର ସୂଚନା ରହିଛି। ଦୁର୍ଘଟଣାରେ କିଛି ଶ୍ରମିକ ଆହତ ହୋଇଥିବାର ଖବର ମିଳୁଛି। ତେବେ ଘଟନା ଘଟିବାର ପ୍ରାୟ ଦୁଇ ଘଣ୍ଟା ପରେ ମଧ୍ୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

Read More

ବ୍ଲଏମ୍‌ଫୋଣ୍ଟେନ୍‌ : 19 ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତୀୟ ଦଳ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବର୍ଷା ବାଧାପ୍ରାପ୍ତ ମୁକାବିଲାକୁ ଭାରତ 44 ରନ୍‌ରେ ଜିତି ନେଇଛି । ଏହି ବିଜୟ ସହିତ ଭାରତ ଗ୍ରୁପ୍‌ ଏର ପଏଣ୍ଟ ଟେବୁଲ୍‌ ଶୀର୍ଷରେ ରହିଛି । ବର୍ଷା କାରଣରୁ ମ୍ୟାଚ୍‌କୁ 23 ଓଭରକୁ ହ୍ରାସ କରାଯାଇଥିଲା । ଟସ୍‌ହାରି ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ପାଇଥିବା ଭାରତ 23 ଓଭରରେ କୌଣସି ଓ୍ବିକେଟ୍‌ ନ ହରାଇ 115 ରନ୍‌ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଦୁଇ ଓପ୍‌ନର ଯଶସ୍ବୀ ଜୟସ୍ବାଲ ଏବଂ ଦିବ୍ୟାଂଶ ସକ୍ସେନା ଅର୍ଦ୍ଧଶତକ ହାସଲ କରିଥିଲେ । ଜୟସ୍ବାଲ 77 ବଲ୍‌ର ସମ୍ମୁଖୀନ ହୋଇ 4 ଚୌକା ଏବଂ ଦୁଇ ଛକ୍କା ସହାୟତାରେ 57 ରନ୍‌ ସଂଗ୍ରହ କରିଥିବା ବେଳେ ଦିବ୍ୟାଂଶ 62 ବଲ୍‌ରୁ 6ଟି ଚୌକା ସହିତ 52 ରନ୍‌ ସଂଗ୍ରହ କରିଥିଲେ…

Read More

ମୟୁରଭଞ୍ଜ ଜିଲ୍ଲାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ଜିଲ୍ଲାବାସୀ

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିଧାନସଭା ପରିଦର୍ଶନ କରିଛନ୍ତି ଡେ ଷ୍ଟାର ହୋମ୍‌ର ଅନ୍ତେବାସୀ । ଡେ ଷ୍ଟାର ହୋମ୍‌ର ଜରାଉ, ମୋହନା ଏବଂ ଗଜପତିର ଅନ୍ତେବାସୀ ବିଧାନସଭା ପରିଦର୍ଶନ କରିବା ସହିତ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଭେଟିଛନ୍ତି । ବାଚସ୍ପତି ଛାତ୍ର ମାନଙ୍କ ସହିତ ବାର୍ତ୍ତାଳାପ କରିବା ସହିତ ଚକୋଲେଟ୍‌ ଦେଇ ଆପ୍ୟାୟିତ କରିଥିଲେ । ଛାତ୍ରଛାତ୍ରୀଙ୍କ ପରିଦର୍ଶନ ସମୟରେ ବିଧାନସଭାର ଗ୍ରନ୍ଥାଗାର, ବିଧାନସଭା ଗୃହ ଏବଂ ବିଧାନସଭା ମଧ୍ୟର ଉଦ୍ୟାନ ବୁଲି ଦେଖିଥିଲେ ଅନ୍ତେବାସୀ । ଅନ୍ତେବାସୀଙ୍କ ମଧ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ 43 ଜଣ ଛାତ୍ରଛାତ୍ରୀ ରହିଥିଲେ । ଅନାଥ ଆଶ୍ରମର କର୍ମଚାରୀ ଇସ୍‌ମାଇଲ ମାଝୀ, ସିଆନ୍‌ ମାଝୀ, ଜୁଏଲ୍‌ ଶବରଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ ବିଧାନସଭା ପରିଦର୍ଶନ କରିଥିଲେ । ଛାତ୍ରଛାତ୍ରୀଙ୍କ ଏହି ପରିଦର୍ଶନ ସମୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳାଇ ଏବଂ ମାର୍ଶାଲ ଦେବାଶିଷ ପ୍ରଧାନ ଉପସ୍ଥିତ…

Read More

ଭୁବନେଶ୍ବର- ଶେଷରେ କଲେଜର ପରିଚାଳନା କମିଟକୁ ଆଜି ଉଚ୍ଚଶିକ୍ଷା ବିଭାଗ ଭାଙ୍ଗି ଦେଇଛନ୍ତି। ଏ ନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ନୂଆ ନିୟମ ଅନୁସାରେ ଏଣିକି ପରିଚାଳନା କମିଟର ସଭାପତି ଭାବେ ରହିବେ ସେହି ଜିଲ୍ଲାର ଉପଜିଲ୍ଲାପାଳ। ଯେଉଁ ଜିଲ୍ଲାରେ ଦୁଇ ଜଣ ଉପଜିଲ୍ଲାପାଳ ଥିବେ, ସେଠାରେ ସେହି ଜିଲ୍ଲା କଲେଜରେ କିଏ ସଭାପତି ହେବେ ତାହା ଜିଲ୍ଲାପାଳ ନିଷ୍ପତି ନେବେ। ପରବର୍ତ୍ତି ବିଜ୍ଞପ୍ତି ପର୍ଯ୍ୟନ୍ତ ଏହାକୁ ଲାଗୁ କରିବା ପାଇଁ ବିଭାଗ ତରଫରୁ କଡା ନିର୍ଦ୍ଦେଶ ଦିଆଯାଇଛି। ଗତ ଗୁରୁବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କଲେଜ ପରିଚାଳନା କମିଟରେ ବିଧାୟକ ରହିବେ ନାହିଁ ବୋଲି ଘୋଷଣା କରିଥିଲେ। କଲେଜ ପରିଚାଳନା କମିଟରେ ସେହି ଜିଲ୍ଲାର ଶିକ୍ଷାବିତ ଏବଂ ଅଭିଭାବକଙ୍କୁ ନେଇ କରାଯିବ ବୋଲି କହିଥିଲେ। ସେହି ଅନୁସାରେ ଆଜି ବିଭାଗ ଆଜି ଏହି ବିଜ୍ଞପ୍ତି ପ୍ରକାଶ କରି ପୁରୁଣା କମିଟକୁ ଭାଙ୍ଗି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଫନି ଝଡବାତ୍ୟାକୁ 6 ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମିଳିନାହିଁ ସହାୟତା ରାଶି । ରାଜଧାନୀରେ ରହିଥିବା ବିଭିନ୍ନ ଦୋକାନୀଙ୍କୁ ଫନି ସହାୟତା ମିଳିନଥିବା ନେଇ ଉଠାଦୋକାନୀଙ୍କ ପକ୍ଷରୁ ବିଏମ୍‌ସି ଘେରାଉ କରାଯାଇଛି । ରାଜଧାନୀରେ ସର୍ବେକ୍ଷଣ କରାଯାଇଥିବା ସମୁଦାୟ 21,883ଦୋକାନୀଙ୍କୁ 10 ହଜାର ଟଙ୍କାର ଫନି ସହାୟତା ସହିତ ଅଶୋକନଗରରେ ପ୍ରସ୍ତାବିତ ଶିଶୁ ଉଦ୍ୟାନ ସ୍ଥାନରେ ଡମ୍ପିଂୟାର୍ଡ ଯୋଜନା ବନ୍ଦ କରିବା ଦାବିରେ କାର୍ଯ୍ୟାଳୟ ଘେରାଉ ସହିତ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ଶହ ଶହ ଉଠା ଦୋକାନୀ ଓ ଅଶୋକ ନଗର ବାସିନ୍ଦା ଉଠାଦୋକାନୀ ବ୍ୟବସାୟୀ ସଂଘର ସଭାପତି ସୁର ଜେନାଙ୍କ ନେତୃତ୍ୱରେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଓ କଳ୍ପନା ଛକ ଅତିକ୍ରମ ପୂର୍ବକ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସିପିଆଇ ରାଜ୍ୟ…

Read More

ସମୀକ୍ଷା ବ୍ୟୁରୋ ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ମହାକାଶ ନବୋନ୍ମେଷ କେନ୍ଦ୍ରର ଛାତ୍ରଛାତ୍ରୀ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂଙ୍କୁ ସାକ୍ଷାତ କରି ସେମାନଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ଉପଗ୍ରହ ଉତ୍‌କ୍ଷେପଣ ଯାନ ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ର ଏବଂ ଛାତ୍ର ମାନଙ୍କ ଅବଦାନରେ ଏହା ଆହୁରି ଆଗକୁ ବଢିବ ବୋଲି ଜିତେନ୍ଦ୍ର ସିଂ ପ୍ରକାଶ କରିଥିଲେ । ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ଦ୍ବାରା ମହାକାଶ ଉତ୍‌କ୍ଷେପଣ ଯାନ (ଏସ୍‌ଏଲ୍‌ଭି) ନିର୍ମାଣ କରାଯାଇଥିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଥିଲେ । ଛାତ୍ର ମାନଙ୍କୁ ଇସ୍ରୋ ସହିତ ନିୟମିତ ସମ୍ପର୍କରେ ରହିବା ପାଇଁ କେନ୍ଦ୍ରମନ୍ତ୍ରୀ କହିବା ସହିତ ସେମାନଙ୍କର ଏହି ପ୍ରୟାସ ପାଇଁ 50 ଲକ୍ଷ ଟଙ୍କା ଏବଂ ଆର୍ଥିକ ସହାୟତା ପ୍ରଦାନ…

Read More

ବର୍ଲିନ୍‌ : ଜର୍ମାନୀରେ ଏକ ଗୁଳିମାଡ ଘଟଣାରେ 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଦକ୍ଷଣ ପଶ୍ଚିମ ଜର୍ମାନୀର ଆଲାଏନ୍‌ ସହରରେ ଏହି ମର୍ମନ୍ତୁଦ ଘଟଣା ଘଟିଛି । ଶୁକ୍ରବାର ଅପରାହ୍ନରେ ଆଲାଏନ୍‌ରେ କିଛି ମୁଖାପିନ୍ଧା ଆତତାୟୀ ଗୁଳିମାଡ କରିବାରୁ ଏହି ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣା ପରେ ଆଲାଏନ୍‌ ପୋଲି ଜଣେ ସନ୍ଦିଗ୍ଧ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅପରାଧୀଙ୍କ ସନ୍ଧାନ ଜାରି ରହିଛି । ଘଟଣାରେ ମୃତ୍ୟୁ ସଂଖ୍ୟା ସରକାରୀ ଭାବରେ ପ୍ରକାଶ ପାଇନଥିବା ବେଳେ ଆହତ ମାନଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିଧାୟକ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବିଭାଗୀୟ ସ୍ଥାୟୀ କମିଟି-7ଙ୍କ ଏକାଦଶ ବୈଠକ । ବିଧାନସଭାର 55 ନମ୍ବର ପ୍ରକୋଷ୍ଠରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ପ୍ରାଥମିକ ଆଲୋଚନା ପରେ ଯୋଜନା ଓ ସଂଯୋଜନ ବିଭାଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ବୈଠକରେ ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସହିତ ବିଧାନସଭା ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ ।

Read More

ଲାହୋର : ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି20 ମୁକାବିଲାରେ ପାକିସ୍ତାନ ବିଜୟୀ ହୋଇଛି । ପ୍ରଥମ ମୁକାବିଲାରେ ବିଜୟୀ ହେବା ସହିତ ତିନିଟିକିଆ ସିରିଜ୍‌ରେ 1-0ର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ 141 ରନ୍‌ ସଂଗ୍ରହ କରିଥିବା ବେଳେ ତିନୋଟି ବଲ୍‌ ପୂର୍ବରୁ ପାକିସ୍ତାନ 5 ଓ୍ବିକେଟ୍‌ ହରାଇ ବିଜୟ ହାସଲ କରିଥିଲା । ପାକିସ୍ତାନ ପକ୍ଷରୁ ସୋଏବ୍‌ ମଲିକ୍‌ ଅପରାଜିତ 58 ରନ୍‌ ସଂଗ୍ରହ କରିଥିବା ବେଳେ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ବାଂଲାଦେଶ ପକ୍ଷରୁ ଦୁଇ ଓପ୍‌ନର ମହମ୍ମଦ ନଇମ୍‌ (43) ଏବଂ ତାମିମ୍‌ ଇକ୍‌ବାଲ (39) ରନ୍‌ ସଂଗ୍ରହ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ବିଫଳତା କାରଣରୁ ଦଳ ବଡ ସ୍କୋର କରିପାରିନଥିଲା । ପାକିସ୍ତାନ ପକ୍ଷରୁ ଭେଟେରାନ୍‌ ସୋଏବ୍‌ ମଲିକ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ 45 ବଲ୍‌ 58 ଦଳକୁ 3ଟି ବଲ୍‌ ପୂର୍ବରୁ…

Read More

ନୂଆଦିଲ୍ଲୀ : ଭାରତରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ଆନ୍ଦୋଳନକୁ ନେଇ 154 ଜଣ ବ୍ୟକ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି । ଚିଠି ଲେଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ସେନା ଓ ନୌସେନା ଅଧିକାରୀଙ୍କ ସମେତ ପୂର୍ବତନ ବିଚାରପତି ମଧ୍ୟ ସାମିଲ ଅଛନ୍ତି । ପୂର୍ବତନ ବିଚାରପତି ନ୍ୟାୟିକ ପ୍ରାଧିକରଣ ଚେୟାରମ୍ୟାନ୍‌ ପ୍ରମୋଦ କୋହଲି ରାଷ୍ଟ୍ରପତିଙ୍କୁ ଭେଟି ଏହି ଚିଠି ପ୍ରଦାନ କରିଛନ୍ତି । ଏହା ସହିତ ବିକ୍ଷୋଭ ନାମରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହା ସହିତ ଏହି ଆନ୍ଦୋଳନ ପଛରେ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ଭୂମିକା ରହିଥିବା ନେଇ କୁହାଯାଇଛି । (ଏଜେନ୍ସୀ)

Read More

ଡାଭୋସ୍‌ : ଭାରତରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମ୍‌ଏଫ୍‌ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭିଆ । ଡାଭୋସ୍‌ରେ ଅନୁଷ୍ଠିତ ଅର୍ଥନୈତିକ ସମ୍ମିଳନୀରେ କ୍ରିଷ୍ଟାଲିନା କହିଛନ୍ତି, ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ସଙ୍କଟ ସାମୟିକ । ଖୁବ୍‌ ଶୀଘ୍ର ଏହି ପରସ୍ଥିତିରେ ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ ସମଗ୍ର ବିଶ୍ବରେ ଅର୍ଥନୈତିକ ସଙ୍କଟ ଦେଖାଦେଇଛି, ମାତ୍ର ଭାରତ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରତିଷେଧକ ମୂଳକ ପଦକ୍ଷେପ କାରଣରୁ ଖୁବ୍‌ ଶୀଘ୍ର ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ଶୀଥିଳତା ଦୂର ହେବ ବୋଲି କ୍ରିଷ୍ଟାଲିନା ପ୍ରକାଶ କରିଛନ୍ତି ।

Read More

ମୁମ୍ବାଇ : ଆଇସିସି ପକ୍ଷରୁ ନୂତନ ଟେଷ୍ଟ ରାଙ୍କିଙ୍ଗ ଶୁକ୍ରବାର ପ୍ରକାଶ ପାଇଛି । ସଦ୍ୟ ପ୍ରକାଶିତ ରାଙ୍କିଙ୍ଗରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ମାର୍ନସ ଲାବୁଶ୍ଚାଞ୍ଜେ ତୃତୀୟ ସ୍ଥାନରେ ରହିଛନ୍ତି । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରିଥିବା ବେନ୍‌ ଷ୍ଟୋକ୍‌ସ ଅଲରାଉଣ୍ଡରଙ୍କ ତାଲିକାରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । କୋହଲିଙ୍କ ବ୍ୟତିତ ଚେତେଶ୍ବର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେ ଟପ୍‌ଟେନ୍‌ରେ ରହିଛନ୍ତି । ଚେତେଶ୍ବର ପୂଜାରା ପୂଜାରା ପୂର୍ବବତ୍‌ ଷଷ୍ଠ ସ୍ଥାନରେ ରହିଥିବା ବେଳେ ଆଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନରେ ରହିଛନ୍ତି । (ଏଜେନ୍ସୀ)

Read More

ନ୍ୟୁୟର୍କ : ଆମେରିକା ସରକାରଙ୍କ ପକ୍ଷରୁ ଏକ ନୂତନ ନିୟମ ଲାଗୁ କରାଯାଇଛି । ଏହି ନିୟମ ଅନୁଯାୟୀ ଏଣିକି ଅଣ ଆମେରିକୀୟ ଗର୍ଭବତୀ ମହିଳା ମାନେ ଆମେରିକାରେ ପ୍ରବେଶ କରିପାରିବେ ନାହିଁ । ଆମେରିକା ମାଟିରେ ଜନ୍ମିତ ଶିଶୁଙ୍କୁ ଆମେରିକାର ନାଗରିକତ୍ବ ପ୍ରଦାନ କରାଯାଇଥାଏ । ଏହି କାରଣରୁ ଏକାଧିକ ରାଷ୍ଟ୍ରର ମହିଳା ମାନେ ଗର୍ଭଧାରଣ ସମୟରେ ଆମେରିକା ଯାଇ ପ୍ରସବ କରାଉଛନ୍ତି । ଗୁରୁବାର ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ, ସାମୟିକ ଭାବରେ ଜାରି କରାଯାଉଥିବା ବି-1 ଏବଂ ବି-2 ଭିସାରୁ ଗର୍ଭବତୀ ମହିଳାଙ୍କୁ ବାଦ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Read More

ସମୀକ୍ଷା ବ୍ୟୁରୋ କୋଣାର୍କ : କୋଣାର୍କଠାରେ ଚାଲିଥିବା ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀରେ ଯୋଗ ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ୍‌ । ଓଡ଼ିଶାରେ ବିମାନ ବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀ ଖୁବଶୀଘ୍ର ପର୍ଯଟନ ନୀତି ଆସିବା ନେଇ ମତ ବ୍ୟକ୍ତ କରିଥିଲେ । ସେହିପରି ସେ କୋଣାର୍କ ମନ୍ଦିର ପରିଦର୍ଶନ କରି କୋଣାର୍କ ମନ୍ଦିର ସୁରକ୍ଷିତ ଅଛି ବୋଲି କହିଛନ୍ତି । ଦେଶର ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନଙ୍କୁ ନେଇ ଅନୁଷ୍ଠିତ ଏହି  ସମ୍ମିଳନୀ ରାଜ୍ୟପାଳ ଗଣେଶୀଲାଲଙ୍କ କରକମଳରେ ଉଦ୍‌ଘାଟିତ ହୋଇଥିଲା ।  ଗୁରୁବାରଠାରୁ ମେରାଇନ୍ ଡ୍ରାଇଭ୍‌ର ଇକୋ ରିଟ୍ରିଟ୍‌ ପରିସରରେ ଆରମ୍ଭ ହେଉଛି। ଏଥିରେ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ମାନଙ୍କ ସହିତ  କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବି ଯୋଗ ଦେଇଛନ୍ତି । ଏହି ସମ୍ମିଳନୀ ଜରିଆରେ ଓଡ଼ିଶାର ପର୍ଯ୍ୟଟନକୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ମିଳିବା ନେଇ…

Read More

ଅକଲ୍ୟାଣ୍ଡ: ବିଜୟରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ ଆରମ୍ଭ କରିଛି ଭାରତ। ବିରାଟ କୋହଲିଙ୍କ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୬ ଓ୍ବିକେଟରେ ପରାସ୍ତ କରିବାରେ ସକ୍ଷମ ହୋଇଛି। ଏହି ବିଜୟ ସହିତ ଭାରତ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ୨୦୪ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ ୧୯ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଶ୍ରେୟସ୍‌ ଆୟାର ସର୍ବାଧିକ ୫୮ ରନ୍‌ ସଂଗ୍ରହ କରିଥିବା ବେଳେ ରାହୁଲ ୫୬ରନ୍‌ର ଇନିଂସ ଖେଳିଥିଲେ। ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ କୋହଲି। ଭାରତୀୟ ବୋଲିଂକୁ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍‌ ଅନାୟାସରେ ଆକ୍ରମଣ କରିଥିଲେ। ଦୁଇ ଓପନର ମାର୍ଟିନ୍‌ ଗପ୍ତିଲ(୩୦) ଏବଂ କଲିନ୍‌ ମୁନ୍ରୋ (୫୯) ପ୍ରଥମ ଓ୍ବିକେଟ୍‌ରେ ୫୯ ରନ୍‌ ସଂଗ୍ରହ କରିଥିଲେ। ମୁନ୍ରୋଙ୍କ ୪୨ ବଲ୍‌ ଇନିଂସରେ ୬ ଚୌକା ଏବଂ ଦୁଇ ଛକ୍କା ସାମିଲ ଥିଲା। ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ଙ୍କ ୫୧ ଏବଂ ରସ୍‌ ଟେଲରଙ୍କ…

Read More

ମୁମ୍ବାଇ :ଭାରତରେ ପହଞ୍ଚିଲା କୋରାନା ଭାଇରସ୍‌ । ମୁମ୍ବାଇଠାରେ ଦୁଇ ସନ୍ଦିଗ୍ଧ । ମୁମ୍ବାଇ ଏୟାରପୋର୍ଟ କୋରୋନା ଭୂତାଣୁଗ୍ରସ୍ତ ଦୁଇଜଣଙ୍କ ମାମଲା ସାମ୍ନାକୁ ଆସିଛି । ଏହି ଦୁଇଜଣଙ୍କୁ କସ୍ତୁରବା ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ଏବେ ଏହି ଦୁଇଜଣଙ୍କର ପରୀକ୍ଷା କରାଯାଉଛି । କୋରାନା ଭାଇରସ୍‌ରେ ଚୀନ୍‌ରେ ଏପର୍ଯ୍ୟନ୍ତ 25ଜଣଙ୍କର ମୃତ୍ୟୁ ହୋଇଛି । ଏହି ଭୂତାଣୁ ଯୋଗୁଁ 830ଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଚୀନ୍‌ର ବୁହାନ ସମେତ 9ଟି ସହରକୁ ବନ୍ଦ କରାଯାଇଛି । ବୁହାନରେ 700ରୁ ଅଧିକ ଭାରତୀୟ ଛାତ୍ର ରହୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଚୀନରୁ ଭାରତକୁ ଆସିଥିବା ଦୁଇଜଣ କୋରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବାର ଆଶଙ୍କା ରହିଛି । ଏହି ଦୁଇ ରୋଗୀଙ୍କୁ କସ୍ତୁରବା ହସ୍ପିଟାଲରେ ଅଲଗା ଓ୍ବାର୍ଡରେ ରଖାଯାଇଛି । (ଏଜେନ୍ସି)

Read More

ବେଙ୍ଗାଲୁରୁ : ସୁରକ୍ଷିତ ଯୌନ ସମ୍ପର୍କ ଦାବି କରିବାରୁ ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ମହିଳାଙ୍କୁ ହତ୍ୟା ଅଭିଯୋଗରେ ପୋଲିସ୍‌ 48 ବର୍ଷୀୟ ମୁକୁନ୍ଦ ଏଚ୍‌ ଏଚ୍‌ଙ୍କୁ ଗିରଫ କରାଯାଇଛି । ମହିଳାଙ୍କୁ ହତ୍ୟା କରିଥିବା ନେଇ ପଚରା ଉଚୁରା ସମୟରେ ମୁକୁନ୍ଦ ସ୍ବୀକାର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମହିଳା ଜଣକ ବେଶ୍ୟାବୃତ୍ତି କରନ୍ତି । ମାଜେଷ୍ଟିକ୍‌ ବସ୍‌ଷ୍ଟାଣ୍ଡରେ ଉଭୟଙ୍କ ମଧ୍ୟରେ ପରିଚୟ ହେବା ପରେ ମହିଳାଙ୍କ ଗାୟତ୍ରୀ ନଗର ସ୍ଥିତ ବାସଭବନରେ ପହଞ୍ଚିଥିଲେ । ସେଠାରେ ମହିଳା ଜଣକ ନିରୋଧ (କଣ୍ଡୋମ) ପିନ୍ଧିବା ପାଇଁ ଦାବି କରିଥିବା ବେଳେ ମୁକୁନ୍ଦ ମନା କରିବା ସହିତ ନିଜର ପଇସା ଫେରସ୍ତ ମାଗିଥିଲେ । ପଇସା ନଫେରାଇବାରୁ ଉତ୍‌କ୍ଷିପ୍ତ ମୁକୁନ୍ଦ ଛୁରୀ ଭୁସିବା ସହିତ ଗଳାକାଟି ମହିଳାଙ୍କୁ ହତ୍ୟା କରିଥିଲେ । ପରେ ପୋଲିସ୍‌ ମହିଳାଙ୍କ ଫୋନ୍‌ ମାଜେଷ୍ଟିକ୍‌ ବସଷ୍ଟାଣ୍ଡର ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

Read More

ପ୍ରୟାଗରାଜ : ସାରା ଦେଶରେ ନାଗରିକତା ଆଇନକୁ ନେଇ ବିରେଧ ପ୍ରଦର୍ଶନ ଲାଗି ରହିଛି । ଦିଲ୍ଲୀର ଶାହିନ୍‌ ବାଗ୍‌ଠାରେ ଗତ ଏକମାସ ଧରି ମୁସଲିମ୍‌ ମହିଳାମାନେ ଧାରଣାରେ ବସିଛନ୍ତି। କେବଳ ଦିଲ୍ଲୀ ନୁହେଁ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ପ୍ରବଳ ବିରୋଧ ଜାରି ରହିଛି । ବିରୋଧୀ ଦଳ ଏହାକୁ ଫେରାଇବାକୁ ଦାବି କରିଥିବାବେଳେ ନିକଟରେ ଅମିତ୍ ଶାହା ଏକ ରାଲିରେ ସିଏଏକୁ କୌଣସି କାରଣରୁ ବି ଫେରାଇ ନିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସିଏଏକୁ ନେଇ ସାରା ଦେଶବାସୀ ଚିନ୍ତିତ ରହିଥିବାବେଳେ ଏହାକୁ ନେଇ ବିରୋଧୀ ଅଭିନବ ପ୍ରଦର୍ଶନ ବେଶ୍‌ ଚର୍ଚ୍ଚାରେ ରହିଛି ।  ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଜଣେ କଂଗ୍ରେସ ନେତା ସିଏଏକୁ ନେଇ ନିଆରା ଢଙ୍ଗରେ ବିରୋଧ କରିଛନ୍ତି । ସେ ତାଙ୍କ ପୂର୍ବଜଙ୍କ କବର ନିକଟରେ କାନ୍ଦି କାନ୍ଦି ଭାରତୀୟ ନାଗରିକ ହେବାର ପ୍ରମାଣ ମାଗିଛନ୍ତି । ମିଳିଥିବା…

Read More