Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୁଳି ମାରିବା ପାଇଁ ରାସ୍ତାରେ ଚିତ୍କାର କରୁଥିବା ବିଜେପିର ଏ ରାଜନୀତି, ଭୀଷଣ, ଭୟଙ୍କର ଓ ଦେଶଦ୍ରୋହର ସବୁଠୁ ବଡ ନିଦର୍ଶନ
ବିଶେଷ ଖବର

ଗୁଳି ମାରିବା ପାଇଁ ରାସ୍ତାରେ ଚିତ୍କାର କରୁଥିବା ବିଜେପିର ଏ ରାଜନୀତି, ଭୀଷଣ, ଭୟଙ୍କର ଓ ଦେଶଦ୍ରୋହର ସବୁଠୁ ବଡ ନିଦର୍ଶନ

January 29, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଶାସକ ଭାରତୀୟ ଜନତା ପାର୍ଟି ଆଜିକାଲି ଏକ ନୂଆ ସ୍ଲୋଗାନର ଆବିଷ୍କାର କରିଛି। ଏ ସ୍ଲୋଗାନ କୌଣସି ଭଦ୍ରଲୋକ ବା ସାମାନ୍ୟ ମାନବିକତା ଥିବା ଲୋକ ଶୁଣି ପାରିବ ନାହିଁ। “ଦେଶ କେ ଗଦ୍ଦାରୋଂ କୋ, ଗୋଲି ମାରୋ ….କୋ”- ଏହା କୌଣସି ପକେଟମାର ବା ବଟି ଆଦାଯ କରୁଥିବା ଚାରଣିଆ ଗୁଣ୍ଡାର ସ୍ଲୋଗାନ ନୁହେଁ, ଦିଲ୍ଲୀ ବିଧାନସଭା ନିର୍ବାଚନ ମଇଦାନରେ ଏହି ସ୍ଲୋଗାନ ଦେଉଥିବା ଲୋକେ ବିଜେପିର ପ୍ରାର୍ଥୀ ଓ କେହି କେହି କେନ୍ଦ୍ରମନ୍ତ୍ରୀ। ସମ୍ବିଧାନର ଶପଥ ନେଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁରଙ୍କ ଶ୍ରୀମୁଖକୁ ଅନୁସରଣ କରି ବିଜେପି କର୍ମୀମାନେ ଏହି ସ୍ଲୋଗାନ ଘୋଷି ଚାଲୁଥିବାର ଦୃଶ୍ୟ ଭାରତୀୟ ରାଜନୀତିର ସବୁଠୁ ଅଶ୍ଳୀଳ ଓ ହିଂସ୍ର ବୋଲି କୁହା ଯାଇପାରେ।

ଏହା ପୂର୍ବରୁ ବିଜେପିର ଜନୈକ ବିଧାୟକ ପ୍ରାର୍ଥୀ କପିଲ ମିଶ୍ର ବଡ ଗର୍ବର ସହିତ ଏହି ସ୍ଲୋଗାନ ଦେଇ ଦେଇ ଶୋଭାଯାତ୍ରା କରୁଥିଲେ। (ଅବଶ୍ୟ କପିଲ ମିଶ୍ର ଜଣେ ଆଗଧାଡିର ଯୋକର, ଯିଏ ଆମ ଆଦମୀ ପାର୍ଟିରେ ଥିବାବେଳେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଠିକ ଏମିତି ସ୍ଲୋଗାନ ସବୁ ଦେଉଥିଲେ। ଏ ପ୍ରକାର ନେତାଙ୍କର ଚରିତ୍ର ହେଉଛି ସେମାନେ କାହାକୁ ବି କିଛି ବି କହି ଦେଇ ଖସି ଯାଇପାରିବେ।) ଏ ପ୍ରକାର ସ୍ଲୋଗାନ କପିଲ ମିଶ୍ର କି ଡିଏସ ବାଗ୍ଗା ଭଳି ନେତା ଦେଲେ, ସେମାନଙ୍କୁ ଘୃଣାର ବେପାରୀ କହି ଆଡେଇ ଦିଆ ଯାଇପାରିବ। ହେଲେ ଏ ସ୍ଲୋଗାନ ଯଦି ଜଣେ କେନ୍ଦ୍ରମନ୍ତ୍ରୀ ଦିଅନ୍ତି, ତାହେଲେ ତାର ସିଧାସଳଖ ଅର୍ଥ ହେବ, ସରକାର ଖୋଲାଖୋଲି ଏ ଦେଶର ହତ୍ୟା ଓ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ଭାବରେ ଅନୁରାଗ ଠାକୁର ସମ୍ବିଧାନର ଶପଥ ନେଇଛନ୍ତି। ତେଣୁ ସେ କହୁଥିବା ପ୍ରତ୍ୟେକ ବାକ୍ୟର ସାମ୍ବିଧାନିକ ଉତ୍ତରଦାୟିତ୍ଵ ରହିଛି। ଏ ପ୍ରକାର ଦାୟିତ୍ଵହୀନ ମନ୍ତବ୍ୟ ପାଇଁ ଯଦି ତାଙ୍କ ବିରୋଧରେ କାର୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତା ହେଲେ ଆମକୁ ଭାବିନେବାକୁ ପଡିବ ଯେ ବିଜେପି ଦିଲ୍ଲୀରେ ହିଂସାକୁ ଆଧାର କରି ନିର୍ବାଚନ ଜିତିବା ପାଇଁ ଚାହୁଁଛି।

ଏହି ସ୍ଲୋଗାନକୁ ନେଇ ବିଜେପି ଭକ୍ତ ଓ ଟ୍ରୋଲ ମାନଙ୍କର ଚିରାଚରିତ ଯୁକ୍ତି ହେଉଛି, ଆମେ ଦେଶ ପାଇଁ ବିଶ୍ଵାସଘାତକତା କରୁଥିବା ଲୋକଙ୍କୁ ଗୁଳି ମାରିବାକୁ କହୁଛୁ। ତେବେ ଏହାର ଉତ୍ତର ହେଉଛି, ଦେଶର ବିଶ୍ଵାସଘାତକ କିଏ? ଯିଏ ବିଜେପିର ସମର୍ଥକ ନୁହେଁ ସେ ହିଁ ଦେଶଦ୍ରୋହୀ ବୋଲି କହିବାର ଅଧିକାର ବିଜେପିକୁ ଦେଇଛି କିଏ? ୨୦୧୪ ପୂର୍ବରୁ କଂଗ୍ରେସ ଯଦି ନିଜର ବିରୋଧୀଙ୍କୁ ଦେଶଦ୍ରୋହୀ ବୋଲି କହି ଗୁଳି ମାରିବାର ଅଭିଯାନ ଚଳାଇଥାନ୍ତା, ତାହେଲେ ବିଜେପି ଆଜି ରହିଥାନ୍ତା କି? ଗୋଟେ ସାମ୍ବିଧାନିକ ଶାସନ ବ୍ୟବସ୍ଥାରେ ଶାସକ ଦଳ ବିରୋଧୀ ମତ ପ୍ରତି ଏତେ ଅସହିଷ୍ଣୁ ହେବା କେବଳ ଗଣତନ୍ତ୍ର ବିରୋଧୀ ନୁହେଁ, ଏହା ମାନବିକତା ବିରୋଧୀ ମଧ୍ୟ। ଦେଶରେ ବାମପନ୍ଥୀ, ଦକ୍ଷିଣ ପନ୍ଥୀ ଓ ମାଧ୍ୟମ ପନ୍ଥୀ ଅଛନ୍ତି ଏବଂ ରହିବେ। ଗଣତନ୍ତ୍ରରେ ଏହି ବୈଚାରିକ ବିରୋଧ ହିଁ ଏହାର ଜୀବନିକା। ତାକୁ ଅସ୍ଵୀକାର କରିବା, ବିରୋଧୀ ମତକୁ ବିଶ୍ଵାସଘାତକତା ବୋଲି କହିବା ଭୀଷଣ ଚିନ୍ତାଜନକ।

ତେବେ ଏ ପ୍ରକାର ଭାଷାର ପ୍ରୟୋଗ କରୁଥିବା ରାଜନୈତିକ ଲୋକଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବା କିଏ? ନିର୍ବାଚନ ସମୟରେ ଏ ପ୍ରକାର ଭାଷା ବିରୋଧରେ କଡା କାର୍ୟାନୁଷ୍ଠାନ ନେବାର ଅଧିକାର ନିର୍ବାଚନ କମିଶନଙ୍କର ରହିଛି। ହେଲେ ନିର୍ବାଚନ କମିଶନ ଆମ ସମୟର ସବୁଠୁ ବଡ ଧୃତରାଷ୍ଟ୍ର। ଗତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଓ ବିଜେପି ସଭାପତିଙ୍କ ଉତ୍ତେଜକ ଭାଷଣ ବିରୋଧରେ ପଡେ କହିବାର ସାହସ ନିର୍ବାଚନ କମିଶନ ଦେଖାଇ ନାହାନ୍ତି। ତେଣୁ ଆଜି ଯେ କମିଶନ କିଛି କହିବେ ବା କରିବେ, ସେ ଭରସା ଲୋକଙ୍କର ନାହିଁ।

ନବେ ଦଶକରେ ଦେଶର ସୁପ୍ରିମ କୋର୍ଟ ଅନେକ ମାମଲାକୁ ନିଜ ତରଫରୁ ବିଛାର ଲାଗି ଗ୍ରହଣ କରୁଥିଲେ। ସୁଓ ମଟୋ ବା ଆପଣା ଛାଏଁ ବିଭିନ୍ନ ସାଧାରଣ ସୂତ୍ରକୁ ବିଶ୍ଵାସ କରି ମାନ୍ୟବର ସୁପ୍ରିମ କୋର୍ଟ ଏହି ସବୁ ମାମଲାର ବିଚାର କରୁଥିଲେ। ଗତ ୬ ବର୍ଷ ଭିତରେ ସୁପ୍ରିମ କୋର୍ଟ ସେ ପ୍ରକାର ଆଭିମୁଖ୍ୟକୁ ପ୍ରତ୍ୟାହାର କରି ନେଇଥିବା ଭଳି ମନେ ହେଉଛି। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସ୍ତରର ରାଜନେତାମାନେ ଯେତେବେଳେ ହିଂସା ଓ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଉଛନ୍ତି, ଏହି ପ୍ରସଙ୍ଗରେ ଅଦାଲତ ନିଜ ତରଫରୁ କାର୍ୟାନୁଷ୍ଠାନ ଗ୍ରହଣ କରିପାରିବେ କିମ୍ବା ଏ ସମ୍ପର୍କରେ କଠୋର ହେବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇ ପାରିବେ। ଗତ ଦୁଇମାସ ଭିତରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏମିତି କିଛି ବକ୍ତବ୍ୟ ରଖିଛନ୍ତି ଯାହାକି ସିଧାସଳଖ ସମ୍ବିଧାନର ବିରୋଧ କରୁଛି। “ପ୍ରତିଶୋଧ” ନେବା ଭଳି ଶବ୍ଦ ଜଣେ ସାମ୍ବିଧାନିକ ପଦାଧିକାରୀ ବ୍ୟବହାର କରି ପାରିବେ ନାହିଁ, ଏକଥା ଅଦାଲତ ହିଁ ମୁଖ୍ୟମନ୍ତ୍ରୀଙ୍କୁ କହି ପାରିବେ। ହେଲେ ଅଦାଲତ ସେ କଥା କହିବାକୁ ଚାହୁଁ ଥିବାର ଆମେ ଦେଖୁନାହୁଁ।

ଆଜି ରାଜନୀତି ଓ ଭୋଟ ପ୍ରଚାରରେ ଖୋଲାଖୋଲି ଏ ଯେଉଁ ହିଂସ୍ର ଭାଷାର ପ୍ରୟୋଗ ହେଉଛି, ଏଥିଲାଗି କେଉଁଠି ନା କେଉଁଠି ନିର୍ବାଚନ କମିଶନ ଓ ଦେଶର ସର୍ବୋଚ୍ଚ ଅଦାଲତ ଉତ୍ତରଦାୟୀ ରହିବାକୁ ବାଧ୍ୟ ହେବେ!!

anuragthakur BJP kapilmishra
Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

“କଂଗ୍ରେସ ସମ୍ପର୍କରେ ଅନେକ ବିଜେପି ନେତା”: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଦାବି

September 13, 2026
Latest News

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.