Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କଟକ ଏସ୍‌ସିବି ପୁନର୍ବିନ୍ୟାସ, ଥଇଥାନ ଓ ସହାୟତା ପ୍ୟାକେଜ୍‌କୁ ମଂଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାୟୀ ଘର, ଦୋକାନ, ଅନଧିକୃତ ଘର, ଦୋକାନ ପାଇଁ ପ୍ୟାକେଜ୍‌ର ଘୋଷଣା କରିଛନ୍ତି । ସରକାରୀ ଅନୁମୋଦିତ ପ୍ରକ୍ରିୟାରେ ଜମି ମାଲିକଙ୍କଠାରୁ ଜମି ଅଧିଗ୍ରହଣ ହେବା ସହିତ ରାଜ୍ୟ ସରକାରଙ୍କ କ୍ଷତିପୂରଣ ଆଇନ ଅନୁସାରେ କ୍ଷତିପୂରଣ ରାଶି ମିଳିବ ବୋଲି ସୂଚନା ଦିଆଯାଇଛି । ଏହି କ୍ରମରେ ଜମି, ବାସହରା ପରିବାରକୁ ଜରୁରୀ ବ୍ୟବସ୍ଥା ପାଇଁ 1 ଲକ୍ଷ ସହାୟତା ରାଶି ଦିଆଯିବ । ସେହିପରି ଅନଧିକୃତ ବାସଗୃହ କ୍ଷତିଗ୍ରସ୍ତଙ୍କ ପାଇଁ ଏକକାଳୀନ 50ହଜାର ଟଙ୍କା ମିଳିବ ବୋଲି ସୂଚନା ରହିଛି ।  ପ୍ରତି ପରିବାର ପାଇଁ 15 x15 ପ୍ଲଟରେ ଅସ୍ଥାୟୀ ଗୃହ ନିର୍ମାଣ ପାଇଁ ଲାଇସେନ୍ସ । ଅସ୍ଥାୟୀ ଆବାସସ୍ଥଳୀରେ ଆଶ୍ରିତ ଲୋକଙ୍କୁ 8 ଦିନ ପର୍ଯ୍ୟନ୍ତ ଖାଦ୍ୟ ଦିଆଯିବ ଓ ଲୋକଙ୍କ ସ୍ଥାନାନ୍ତର…

Read More

ପାଟନା :  କଲେଜରେ ବୁର୍ଖା ପିନ୍ଧିବା ନେଇ କଟକଣା ଜାରିକୁ ଛାତ୍ରୀଙ୍କ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଛାତ୍ରୀଙ୍କ ଆନ୍ଦୋଳନ ପରେ ବୁର୍ଖା ଉପରେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଶୁକ୍ରବାର ଦିନ ପାଟନାର ଜେଡି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଅଜବ ନିୟମ ପ୍ରଣୟନ କରାଯାଇଥିଲା । ଏହି ନିୟମ ଅନୁଯାୟୀ ଶନିବାର ବ୍ୟତିତ ଅନ୍ୟ କୌଣସି ଦିନ ଛାତ୍ରୀ ମାନେ ବୁର୍ଖା ପିନ୍ଧି ଶ୍ରେଣୀଗୃହରେ ପ୍ରବେଶ କରିପାରିବେ ନାହିଁ । ଏହି ନିୟମକୁ ଛାତ୍ରୀଙ୍କ ପକ୍ଷରୁ ବିରୋଧ କରାଯିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିୟମ ହଟାଯାଇଛି । ଜବରଦସ୍ତି ଭାବରେ ଛାତ୍ରୀଙ୍କ ଉପରେ ଏହାକୁ ଲଦି ଦିଆଯାଉଥିବାର ଅଭିଯୋଗ କରି ବିରୋଧ ପ୍ରଦର୍ଶନ କରାଯାଇଥିଲା ।  ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନତା ଆଣିବା ପାଇଁ ଏହି ନିୟମ ପ୍ରଣୟନ କରାଯାଇଥିଲା ବୋଲି କଲେଜ କର୍ତ୍ତୃପକ୍ଷ ମତ ଦେଇଛନ୍ତି ।

Read More

ଜୟପୁର : ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ତୃତୀୟ ରାଜ୍ୟ ଭାବରେ ଏହା ବିରୋଧରେ ବିଲ୍‌ ପାଶ୍‌ କରାଇଛି ରାଜସ୍ଥାନ । କେରଳ ଏବଂ ପଞ୍ଜାବ ପରେ ତୃତୀୟ ରାଜ୍ୟ ଭାବରେ ଏହି ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିଛି । କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନରେ ସିଏଏ ବିରୋଧୀ ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଥିବାରୁ ବିଜେପି କର୍ମୀଙ୍କ ପକ୍ଷରୁ ରାଜ୍ୟରେ ଏହାର ବିରୋଧାଭାସ ପ୍ରଦର୍ଶନ କରାଯାଇଛି । ଶନିବାର ବିଧାନସଭାରେ ଏହି ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ସିଏଏ ଭାରତୀୟ ସମ୍ବିଧାନ ବିରୋଧୀ ତେଣୁ ରାଜସ୍ଥାନ ସରକାର ଏହା ବିରୋଧରେ ବିଲ୍‌ ପାଶ୍‌ କରାଇଛନ୍ତି ବୋଲି ରାଜସ୍ଥାନ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେପିର ଜାତି ଓ ଧର୍ମର ରାଜନୀତି ବିଫଳ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତ ଦେଇଛନ୍ତି । ବିଜେପି ପକ୍ଷରୁ ସର୍ବଦା ଜାତିବାଦ ରାଜନୀତି କରାଯାଇଥାଏ ମାତ୍ର ଦିଲ୍ଲୀରେ ଜାତି ଓ ଧର୍ମ ଆଧାରରେ ଭୋଟ ହାସଲ ଅସମ୍ଭବ ବୋଲି କେଜ୍ରିଓ୍ବାଲ ମତ ଦେଇଛନ୍ତି । ମହାରାଷ୍ଟ୍ରରେ ମରାଠା-ଅଣ ମରାଠା ରାଜନୀତି କରି ବିଜେପି ଭୋଟ ହାସଲ ସମ୍ଭବ ମାତ୍ର ଦିଲ୍ଲୀରେ ଜାଟ-ଅଣଜାଟ ରାଜନୀତିରେ ଭୋଟ ହାସଲ ଅସମ୍ଭବ । ଦିଲ୍ଲୀରେ ଜନସାଧାରଣ ବିକାଶକୁ ପ୍ରାଧାନ୍ୟ ଦେଇଥାନ୍ତି । ଆପ୍‌ ସରକାର ବିକାଶ ଆଧାରରେ ନିର୍ବାଚନ ଲଢୁଥିବା କାରଣରୁ ନିଶ୍ଚିତ ଭାବରେ ସଫଳ ହେବ ବୋଲି ଜନକପୁରୀରେ ରୋଡ ଶୋ ସମୟରେ କେଜ୍ରିଓ୍ବାଲ ମତ ଦେଇଛନ୍ତି । (ଏଜେନ୍ସୀ)

Read More

ଧୃତିରଞ୍ଜନ ବାରିକ କେନ୍ଦ୍ରାପଡା : ଜାତୀୟ ମତଦାତା ଦିବସ ପାଳନ ଅବସରରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତରଫରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । 10ମ ମତଦାତା ଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଶତାଧିକ ଛାତ୍ରଛାତ୍ରୀ ସାଇକେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଚେତନତା ବାର୍ତା ପ୍ରଚାର କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ପ୍ରସାରଣ ବିଭାଗର ଉପ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ ଓ ଭିନ୍ନକ୍ଷମ ଅଧିକାରୀ ପ୍ରଭାସ ଦାସ , ଜିଲ୍ଲା ନିର୍ବାଚନ ଅଫିସର ସମ୍ବିତ ଶତପଥି ପ୍ରମୁଖ ଯୋଗ ଦେଇଥିଲେ ।

Read More

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଓକିଲଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାକୁ ଖାରଜ କରି ଦେଇଛନ୍ତି ପଟିଆଲା ହାଉସ୍‌ କୋର୍ଟ । ରାଜକ୍ଷମା ଆବେଦନ ପାଇଁ ନିର୍ଭୟା ଅଭିଯୁକ୍ତଙ୍କ ଓକିଲ ଏ ପି ସିଂଙ୍କ ପକ୍ଷରୁ ତିନି ଅଭିଯୁକ୍ତଙ୍କ ସମସ୍ତ ତଥ୍ୟ (ସ୍ବାସ୍ଥ୍ୟ ପରୀକ୍ଷା, ବ୍ୟବହାର ସମ୍ପର୍କିତ ରିପୋର୍ଟ) ଦାବି କରିଥିଲେ । ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରୁ ଏହି ସମସ୍ତ ତଥ୍ୟ ହାସଲ କରିବା ପାଇଁ ଏପି ସିଂଙ୍କ ପକ୍ଷରୁ ପଟିଆଲା ହାଉସ କୋର୍ଟରେ ଆବେଦନ କରାଯାଇଥିଲା । ମାମଲାକୁ ବିଳମ୍ବିତ କରିବା ପାଇଁ ପ୍ରୟାସ କରାଯାଉଥିବା ନେଇ ଓକିଲଙ୍କୁ ସମାଲୋଚନା କରିବା ସହିତ ମାମଲା ସମ୍ପର୍କିତ କୌଣସି ତଥ୍ୟ ପ୍ରଦାନ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାମଲାକୁ ନେଇ ଅନ୍ୟ କୌଣସି ବିଚାର କରିବାକୁ ବିଚାରପତି ମନା କରିବା ପରେ ପୂର୍ବ ନିର୍ଦ୍ଧାରିତ ତାରିଖ ଫେବୃୟାରୀ 1ରେ ଫାଶୀ ଦଣ୍ଡାଦେଶ ଆପାତତଃ ସ୍ପଷ୍ଟ ହୋଇଛି…

Read More

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛ । ଜମ୍ମୁ କାଶ୍ମୀରର ବନ୍ଦିପୋରାରେ ଶନିବାର 4 ଆତଙ୍କୀଙ୍କୁ ଗିରଫ କରାଯାଇଛି । 4 ଲସ୍କର ଏ ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯିବା ସହିତ ବିପୁଳ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଉତ୍ତର କାଶ୍ମୀରର ବନ୍ଦିପୋରାରେ ଚାରି ଆତଙ୍କବାଦଙ୍କୁ ଗିରଫ କରାଯାଇଥିବା ବେଳେ 2ଟି ପିସ୍ତଲ, 2ଟି ଗ୍ରେନେଡ୍‌ ଲଞ୍ଚର, 6ଟି ଗ୍ରେନେଡ୍, 10ଟି ଏକେ 47 ମାଗ୍‌ଜିନ୍‌ ଏବଂ 512 ରାଉଣ୍ଡ ଏକେ -47 ଗୁଳି ଜବତ କରାଯାଇଛି । ଆତଙ୍କୀଙ୍କ ସମ୍ପର୍କକୁ ନେଇ ତଦନ୍ତ ଜାରି ରହିଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ଦୁର୍ଘଟଣା ନେଇ ବିଜେଡି ପକ୍ଷରୁ ସମବେଦନା ପ୍ରକାଶ ପାଇଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି । ବିଜେପି ଏହି ଘଟଣା ପାଇଁ ସରକାରଙ୍କୁ ଦାୟୀ କରୁଥିବାରୁ ସରକାରଙ୍କ ପକ୍ଷରୁ ବିଜେପିକୁ ସମାଲୋଚନା କରାଯାଇଛି । ଏଭଳି ଦୁଃଖଦ ଘଟଣାକୁ ନେଇ ବିଜେପି ଭଳି ବିଜେଡି ରାଜନୀତି କରେ ନାହିଁ ବୋଲି ସସ୍ମିତ କହିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କୁ ମାଗଣା ଚିକିତ୍ସା ଦାବି କରିଛି ବିଜେଡି । ଉଲ୍ଲେଖଯୋଗ୍ୟ ଯେ, ଘଟଣା ପରେ ପୋଲିସ୍‌ ପକ୍ଷରୁ ଠିକାଦାରଙ୍କୁ ଗିରଫ କରାଯାଇଛି ।

Read More

ବେଜିଂ : ଚୀନ୍‌ରେ କୋରୋନା ଭାଇରସ୍‌ର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଚୀନ୍‌ରେ ଦେଖାଦେଇଥିବା ନୋଭେଲ୍‌ କୋରୋନା ଭାଇରସ୍‌ ପ୍ରଭାବରେ ବର୍ତ୍ତମାନ ସୁଦ୍ଧା 41 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1287 ଜଣ ସଙ୍କ୍ରମିତ ହୋଇଛନ୍ତି । ଶନିବାର ଚୀନ୍‌ର ଜାତୀୟ ସ୍ବାସ୍ଥ୍ୟ କମିଶନ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ଶୁକ୍ରବାର 444 ଜଣ ନୂତନ ସଂକ୍ରମିତ ବ୍ୟକ୍ତି ଭର୍ତ୍ତି ହୋଇଥିବା ଜଣାପଡିଛି । ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ 237 ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ 38 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା 15197 ଜଣ ଲୋକଙ୍କ ଉପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡା ନଜର ରଖାଯାଇଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ: କୋରୋନା ଭାଇରସ୍‌ ବର୍ତ୍ତମାନ ସମଗ୍ର ବିଶ୍ବକୁ କବଳିତ କରିବାକୁ ଯାଉଛି। ଚୀନ୍‌ର ଉହାନ୍‌ ପ୍ରଦେଶରେ ଏହି ଭାଇରସ୍‌ର ପ୍ରଭାବ ଦେଖିବାକୁ ମିଳିଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଏହି ଭାଇରସ୍‌ ପ୍ରଭାବରେ ଅଦ୍ୟାବଧି ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୦୦ରୁ ଅଧିକ ସଙ୍କ୍ରମିତ ହୋଇଛନ୍ତି। ଏହି ଭାଇରସ୍‌ କାରଣରୁ ଚୀନ୍‌ର ୧୪ ଟି ସହରକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। କୋରୋନା ଭାଇରସ୍‌ର ନାମଟି ଦୁଇଟି ଶବ୍ଦରୁ ଆସିଅଛି। ଲାଟିନ୍‌ ଶବ୍ଦ କୋରୋନା ଏବଂ ଗ୍ରୀକ୍‌ ଶବ୍ଦ କୋରୋନେ (ଫୁଲହାର)ରୁ କୋରୋନା ଭାଇରସ୍‌ ନାମଟି ସୃଷ୍ଟି। ଏହି ଶବ୍ଦର ଅନ୍ୟାନ୍ୟ ଅର୍ଥ ହେଉଛି ସୌରମଣ୍ଡଳ ଏବଂ ମୁକୁଟ। ଅର୍ଥୋକୋରୋନାଭାଇରିନ୍‌ ପ୍ରଜାତିରୁ ସୃଷ୍ଟ ଏହି ଭାଇରସ୍‌ ଦ୍ବାରା ଉଭୟ ପଶୁ ପକ୍ଷୀ ଏବଂ ମନୁଷ୍ୟ ପ୍ରଭାବିତ ହୋଇଥାନ୍ତି। ଗାଇ, ଘୁଷୁରୀ ଏବଂ ଅନ୍ୟାନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଏହି ଭାଇରସ୍‌ ପ୍ରଭାବରେ ଡାଇରିଆ ହେଉଥିବା ବେଳେ ପକ୍ଷୀ ଏବଂ…

Read More

ମୁମ୍ବାଇ: ପୁଣି ହିନ୍ଦୁତ୍ବକୁ ପ୍ରସଙ୍ଗ କଲା ଶିବସେନା। ଗୋଟିଏ ପଟରେ ଦଳ ପକ୍ଷରୁ ସିଏଏ ଏବଂ ଏନ୍‌ଆରସିକୁ ନେଇ ବିରୋଧାଭାସ ଦେଖାଉଥିବା ବେଳେ ଅନ୍ୟ ପକ୍ଷରେ ବାଂଲାଦେଶୀ ଏବଂ ପାକିସ୍ତାନୀ ମୁସଲିମ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବା ପାଇଁ ଦଳର ମୁଖପତ୍ର ସାମ୍‌ନାରେ ଉଲ୍ଲେଖ କରାଯାଇଛି। ରାଜ୍‌ ଠାକ୍‌ରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ହିନ୍ଦୁତ୍ବକୁ ପ୍ରସଙ୍ଗ କରାଯାଉଥିବାରୁ ଶିବସେନା ପୁନର୍ବାର ହିନ୍ଦୁତ୍ବକୁ ପ୍ରସଙ୍ଗ କରିଛି। ଏହା ସହିତ ସାମ୍‌ନାରେ ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେଙ୍କୁ ମଧ୍ୟ ସାମ୍‌ନାରେ ସମାଲୋଚନା କରାଯାଇଛି। ରାଜ୍‌ ଠାକ୍‌ରେଙ୍କ ଏମଏନ୍‌ଏସ୍‌ ମରାଠୀଙ୍କ ସମସ୍ୟାକୁ ନେଇ ଗଠନ କରାଯାଇଥିଲା ମାତ୍ର ଦଳ ବର୍ତ୍ତମାନ ହିନ୍ଦୁତ୍ବବାଦ ରାଜନୀତି କରିବା ହାସ୍ୟାସ୍ପଦ ବୋଲି ସାମ୍‌ନାରେ ଉଲ୍ଲେଖ କରାଯାଇଛି। ଏମଏନ୍‌ଏସ୍‌ ହିନ୍ଦୁତ୍ବକୁ ପ୍ରସଙ୍ଗ କରିବା ପରେ ସିଏଏ ବିରୋଧକୁ ସମର୍ଥନ କରୁଥିବା ଶିବସେନା ବର୍ତ୍ତମାନ ୟୁ ଟର୍ଣ୍ଣ ନେଇଛି। ବାଂଲାଦେଶୀ ଏବଂ ପାକିସ୍ତାନୀ ମୁସ୍‌ଲିମ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରାଯିବା…

Read More

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସେନା ଏବଂ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ପୁଲଓ୍ବାମାର ତ୍ରାଲ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ଜାରି ରହିଛି । ସେନା ପକ୍ଷରୁ ଆତଙ୍କୀଙ୍କୁ ଘେରି ରଖାଯାଇଛି । ଉଭୟ ପକ୍ଷଙ୍କ ତରଫରୁ ଗୁଳିଚାଳନା ଜାରି ରହିଛି । ସାଧାରଣତନ୍ତ୍ର ଦିବସ ପାଇଁ ସୁରକ୍ଷା ଘେରା କରାଯାଇଥିବାରୁ ଏହି ଆତଙ୍କୀ ମାନେ ଫସିଥିବା ଜଣାପଡିଛି । ଏନକାଉଣ୍ଟରର ନିକଟବର୍ତ୍ତୀ ଅଞ୍ଚଳକୁ ଚାରିପଟୁ ଘେରାବନ୍ଦୀ କରାଯାଇ ଗୁଳିଚାଳନା ଜାରି ରହିଛି । ତିନି ଆତଙ୍କୀଙ୍କ ମଧ୍ୟରେ ଜୈସ୍‌ କମାଣ୍ଡର କାରୀ ୟାସିର୍‌ ରହିଛି । ଦ୍ବିତୀୟ ଆତଙ୍କବାଦୀର ନାମ ବୁରହାନ ଶେଖ ବୋଲି ପ୍ରକାଶ କରାଯାଇଛି । ତୃତୀୟ ଆତଙ୍କବାଦୀର ନାମ ଜଣାପଡିନାହିଁ । (ଏଜେନ୍ସୀ)

Read More

ଅଙ୍କାରା : ତୁର୍କୀରେ ଏକ ଭୟାବହ ଭୂକମ୍ପ ପ୍ରଭାବରେ 18 ଜଣଙ୍କର ପ୍ରାଣହାନି ଘଟିଛି । ଶୁକ୍ରବାର ରାତିରେ ତୁର୍କୀରେ ହୋଇଥିବା ଏହି ଭୂମିକମ୍ପରେ 18 ଜଣଙ୍କର ପ୍ରାଣ ହାନି ଘଟିଥିବା ବେଳେ 30ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ତୁର୍କୀର ପୂର୍ବ ଭାବରେ ରହିଥିବା ସହର ଏଲାଜିଗ୍‌ର ସିଭ୍ରାଇସ୍‌ ଅଞ୍ଚଳରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.8 ରହିଥିଲା । ଏଲାଜିଗ୍‌ର ସିଭ୍ରାଇସ୍‌ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ପ୍ରାୟ 70 କିମି ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଶୁକ୍ରବାର ସ୍ଥାନୀୟ ସମୟ ରାତି ପ୍ରାୟ 8.55 ମିନିଟରେ ଏହି ଭୂକମ୍ପ ଅନୁଷ୍ଠିତ ହୋଇଥିଲା । ତୁର୍କୀର ଜରୁକାଳୀନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 30ରୁ ଅଧିକ ଲୋକ ବିଭିନ୍ନ ଭଗ୍ନ କୋଠା ତଳେ ଚାପି ହୋଇ ରହିଛନ୍ତି । ତୁର୍କୀ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ…

Read More

ଡାଭୋସ୍‌ : ସ୍ବିଜରଲ୍ୟାଣ୍ଡର ଡାଭୋସ୍‌ରେ ଅନୁଷ୍ଠିତ ବିଶ୍ବ ଅର୍ଥନୈତିକ ସମ୍ମିଳନୀରେ ଆମେରିକୀୟ ଶିଳ୍ପପତି ଜର୍ଜ ସୋରୋସ୍‌ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି । ମୋଦିଙ୍କ ଉଗ୍ର ହିନ୍ଦୁତ୍ବବାଦୀ ଚିନ୍ତାଧାରାକୁ ସୋରୋସ୍‌ ସମାଲୋଚନା କରିଛନ୍ତି । ସେହିପରି ସମଗ୍ର ବିଶ୍ବରେ ଦକ୍ଷିଣପନ୍ଥୀ ରାଜନୈତିକ ଦଳ ମାନଙ୍କର ବର୍ଦ୍ଧିତ ପ୍ରଭାବ ନେଇ ମଧ୍ୟ ସୋରୋସ୍‌ ଚିନ୍ତା ବ୍ୟକ୍ତ କରିଥିଲେ । ସେହିପରି ବିଭିନ୍ନ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମର ଅପବ୍ୟବହାର ନେଇ ସୋରୋସ୍‌ ମତ ରଖିଥିଲେ । ଭାରତରେ ରାଜନୈତିକ ଫାଇଦା ପାଇଁ ଫେସ୍‌ବୁକ୍‌ର ବ୍ୟବହାର କରାଯାଉଛି ବୋଲି ସୋରସ୍‌ କହିଥିଲେ । କାଶ୍ମୀରରୁ ଧାରା 370 ଉଚ୍ଛେଦ ଏବଂ ବର୍ତ୍ତମାନ ସିଏଏ ଲାଗୁ କରାଯାଇ ମୁସଲିମ ମାନଙ୍କର ନାଗରିକତ୍ବ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି ବୋଲି ସୋରୋସ୍‌ କହିଛନ୍ତି ।

Read More