Author: Samikhsya Bureau

(200112) — TORONTO, Jan. 12, 2020 (Xinhua) — A model (Front) presents a wedding dress during the 2020 Canada’s Bridal Show in Toronto, Canada, Jan. 11, 2020. The three-day bridal show was held here from Friday to Sunday. (Photo by Zou Zheng/Xinhua)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ କେତେ ସଂଖ୍ୟାରେ ଡଲଫିନ ରହିଛନ୍ତି ସେ ନେଇ ଆରମ୍ଭ କରାଯାଇଛି ଡଲଫିନ ଗଣନା ପ୍ରକ୍ରିୟା । ରାଜନଗର – ଭିତରକନିକା ବା ରାଜନଗର ବନଖଣ୍ଡରେ ସକାଳ 6ରୁ ଡଲଫିନ୍‌ ଗଣନା ଆରମ୍ଭ ହୋଇଥିବାବେଳେ ଏହା ଦିନ 12ଟା ପର୍ଯ୍ୟନ୍ତ କରାଯିବ । 5ଟି ରେଞ୍ଜରେ 9ଟି ଟିମ୍ ଡଲଫିନ୍ ଗଣନା କାର୍ଯ୍ୟରେ ସାମିଲ୍ ହୋଇଥିବାର ସୂଚନା ମିଳିଛି । ସେହିପରି ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଆଜି ସକାଳ 6ଟାରୁ ଡଲଫିନ୍‌ ଗଣନା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଦିନ 1ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ମୋଟ୍‌ 18ଟି ଟିମ୍‌ରେ 133ଜଣ ସଦସ୍ୟଙ୍କ ଦ୍ବାରା ଚିଲିକାର ବିଭିନ୍ନ ପ୍ରାନ୍ତରୁ ଡଲଫିନ୍‌ ଗଣନା କରାଯାଉଛି ବୋଲି ସୂଚନା ରହିଛି । ସେହିପରି କୋଣାର୍କରେ ଡଲଫିନ୍‌ ଗଣନା କାର୍ଯ୍ୟ ପାଇଁ 3ଟି ଟିମ୍‌ ନିୟୋଜିତ ହୋଇଛନ୍ତି । ପାରାଦ୍ବୀପ କୁଜଙ୍ଗ ରେଞ୍ଜରେ ମଧ୍ୟରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଜଣାଶୁଣା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି ।  ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଝିଅ ହେଉଛି ସୁନନ୍ଦା । ଅସୁସ୍ଥତା ଯୋଗୁଁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ । ମୃତ୍ୟୁବେଳକୁ ତାଙ୍କୁ 85 ବର୍ଷ ବୟସ ହୋଇଥିଲା। କଲିକତାର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି ।  ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଙ୍ଗୀତ ନାଟକ ଏକାଡେମୀ (ଟାଗୋର ଏକାଡେମୀ), ଇଣ୍ଡିଆନ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟର ପୁରସ୍କାର, ଉତ୍କଳ ରତ୍ନ ସମ୍ମାନ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ସଙ୍ଗୀତ ଡକ୍ଟରେଟ ପରି ବହୁ ଉପାଧିରେ ଭୂଷିତ ହୋଇଥିଲେ । ତାଙ୍କର କାଳଜୟୀ ସଙ୍ଗୀତ ମଧ୍ୟରେ ରହିଛି ‘ଜୀବନ ପାତ୍ର ମୋ ଭରିଛ କେତେ ମତେ… ।’

Read More

ରାଜସ୍ଥାନ : ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଜସ୍ଥାନ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ଆଦିବାସୀ ଛାତ୍ରୀମାନଙ୍କୁ ସ୍କୁଟି ଦେବାର ଯୋଜନା ପ୍ରସ୍ତୁତ କରିଛନ୍ତି।  ଏହି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରି ଚଳିତ ଆର୍ଥିକ ବର୍ଷ 2019-20ରେ ଆଦିବାସୀ ବିଭାଗକୁ ଆଦିବାସୀ ଛାତ୍ରଙ୍କୁ 6ହଜାର ସ୍କୁଟି ବଣ୍ଟାଯିବ । ଏହାଦ୍ବାରା ଆଦିବାସୀ ଛାତ୍ରୀଙ୍କ ମଧ୍ୟରେ ଉଚ୍ଚ ଶିକ୍ଷା ନେଇ ବିଦ୍ୟାର୍ଥୀଙ୍କ ରୁଚି ବଢିବ । ଅଶୋକ ଗେହଲଟଙ୍କ ଏହି ପଦକ୍ଷେପକୁ ସମସ୍ତେ ସ୍ବାଗତ କରିଛନ୍ତି । ପୂର୍ବରୁ ଆଦିବାସୀ ଛାତ୍ରଙ୍କୁ  4ହଜାର ସ୍କୁଟି ବଣ୍ଟାଯଉଥିଲା ଯାହାକୁ ଏବେ ଛଅ ହଜାରକୁ ବୃଦ୍ଧି କରାଯାଇଛି । ସରକାରଙ୍କ ତରଫରୁ ଜାରି ହୋଇଥିବା ଏକ ବୟାନରେ ମୁଖ୍ୟମନ୍ତ୍ରୀ ଗେହଲେଟ୍‌ ଦେବନାରାୟଣ ସ୍କୁଲ ସ୍କୁଟି ଯୋଜନା ଅନ୍ତର୍ଗତ ଏହି ସ୍କୁଟି ପ୍ରଦାନ କରିବେ । ଏତଦ୍‌ବ୍ୟବତୀତ ଗେହଲଟ୍‌ ‘କାଲୀବାଇ ଭିଲ୍‌ ମେଧାବୀ ଛାତ୍ର ସ୍କୁଟି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଗତକାଲିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମତ୍କାର କଳାକୃତି ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି । ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା ପାରମ୍ପରିକ ସଙ୍ଗୀତକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରାଇ ଆଗାମୀ ପିଢିର କଳାକାରମାନଙ୍କୁ ଆମର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢାଇବା ସହିତ ଏହି କଳାର ପ୍ରଚାର ପ୍ରସାର କରାଇବା। ଏହା ବ୍ୟତୀତ ମନ୍ଦିରମାଳିନୀ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ପରି ଏକ ରମଣୀୟ ତଥା କମନୀୟ ସ୍ଥାପତ୍ୟ କଳାପୂର୍ଣ୍ଣ ମନ୍ଦିରକୁ ରାଜ୍ୟବାହାରୁ ତଥା ବିଦେଶରୁ ସଙ୍ଗୀତ ପ୍ରେମୀ ବିଧଗ୍ଧ ଶ୍ରୋତା ଓ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରାଇବା। ଗତ ସନ୍ଧ୍ୟାର ପ୍ରଥମ ଶିଳ୍ପୀଥିଲେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ଗାୟିକା ଡ଼. ଏସ. ସ୍ୱୋମ୍ୟାଙ୍କ ଦ୍ୱାରା କର୍ଣ୍ଣାଟକୀ…

Read More

କେଦାର ମିଶ୍ର ପୁଣିଥରେ ଚର୍ଚ୍ଚାରେ ପ୍ରତାପ ଷଡଙ୍ଗୀ। ପ୍ରଥମେ ତାଙ୍କର କୃତ୍ରିମ ଦାରିଦ୍ର୍ୟ, ତାପରେ ଦୁର୍ବୋଧ୍ୟ ସଂସ୍କୃତ ଭାଷଣ ଓ ଏବେ ଦେଶପ୍ରେମର ମାଳ ଗୋଦାମ। ସୁରତରେ ଭାଷଣ ଦେଇ ସେ କୁଆଡେ କହିଛନ୍ତି ଯେ, ଯିଏ ଏ ଦେଶରେ ବନ୍ଦେ ମାତରମ କହି ପାରିବ ନାହିଁ, ଏ ଦେଶରେ ତାର ରହିବାର ଅଧିକାର ନାହିଁ। ବୋଧହୁଏ ମନ୍ତ୍ରୀମଣ୍ଡଳରେ ତାଙ୍କର ଅନ୍ୟ କିଛି କାମ ନାହିଁ। ଗୋରୁ,ଷଣ୍ଢ,କୁକୁଡା ଓ ଛେଳି ପାଳନ କରିବାର ଗୁରୁ ଦାୟିତ୍ଵ ଛାଡି ସେ ଏବେ ଦେଶପ୍ରେମର ମାଲଗୋଦାମ ରେ ବସିଛନ୍ତି। ତାଙ୍କ ଭାଷଣ ଶୁଣିଲା ପରେ ଆମର ଜଣେ ବନ୍ଧୁ କହିଲେ- ପ୍ରତାପ ନନାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟେ ନୂଆ ଦାୟିତ୍ଵ ଦେଇଛନ୍ତି। ଆସନ୍ତା କାଳିଠାରୁ ସେ ୧୩୦ ଭାରତୀୟଙ୍କୁ ଗୋଟି ଗୋଟି କରି ଡାକିବେ ଓ ସେମାନେ ବନ୍ଦେ ମାତରମ ବୋଲି ପାରୁଛନ୍ତି କି ନାହିଁ, ତାର ପରୀକ୍ଷା କରିବେ। ଯିଏ ପଢିପାରିବ,…

Read More

ଭୁବନେଶ୍ବର: ଏୟାର ଇଣ୍ଡିଆ ଆସନ୍ତା  ୨୦ ତାରିଖରୁ ଭୁବନେଶ୍ବରରୁ ସୁରାଟ ସିଧା ବିମାନ ଚଳାଚଳ ଆରମ୍ଭ କରିବ। ସେଥିପାଇଁ ସୁରାଟରେ ଥିବା ଓଡିଆ ସମାଜ ପକ୍ଷରୁ କରାଯାଇଛି ଏକ ବିରାଟ ଆୟୋଜନ। ଏଥିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସ୍ବାଗତ କରିବା ପାଇଁ ଏହି ଆୟୋଜନର ମୂଳ ଲକ୍ଷ୍ୟ। ତେବେ ଖାଲି ଆୟୋଜନ ନୁହେଁ ଅପରାଜିତାଙ୍କୁ ସ୍ବାଗତ କରିବା ପାଇଁ ସୁରଟ ବିମାନ ବନ୍ଦର ବାହାରେ ଲଗାଯାଇଛି ଏକ ବିରାଟ ହୋଡିଂ। ଯେଉଁଥିରେ ଖୋଦ ଅପରାଜିତାଙ୍କ ଫଟୋ ସହିତ ଗୁଜୁରାଟ ମନ୍ତ୍ରୀମାନଙ୍କ ଫଟୋ ମଧ୍ୟ ରହିଛି।ସୁରଟରେ ଓଡିଆ ସମାଜ ତରଫରୁ ଏକ ସଭାର ମଧ୍ୟ ଆୟୋଜନ କରାଯାଇଛି। ଏଥିରେ ଅନ୍ୟତମ ଅତିଥି ଭାବେ ଅପରାଜିତା ଯୋଗଦେବା ସହିତ ଓଡିଆ ଲୋକଙ୍କ ସହିତ ଆଲୋଚନା କରିବେ। ପୂର୍ବରୁ କେନ୍ଦ୍ର ସରକାରଙ୍କ ସମସ୍ତ ଓଡିଶା ଯୋଜନାର ଶ୍ରେୟ କେବଳ ଜଣଙ୍କ ପାଖକୁ ଯାଉଥିଲା। ସେ ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ବିନା…

Read More

ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ରାଳବ ଗ୍ରାମରେ ଭାରତ ସରକାରଙ୍କ ଯୁବ ମନ୍ତ୍ରାଳୟ ଅଧିନ ନେହୁରୁ ଯୁବ କେନ୍ଦ୍ର ତରଫରୁ ସାହାର୍ଯ୍ୟପ୍ରାପ୍ତ ପାଠାଗାର ସହଯୋଗରେ ଫିଟ୍ ଇଣ୍ଡିଆ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଦୀପକ କୁମାର ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୃନ୍ଦାବନ ବିଦ୍ୟାପୀଠର ଖେଳ ଶିକ୍ଷକ ରାମଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ରାଳବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରସନ୍ନ କୁମାର ସେଠୀ । ଶହେରୁ ଉର୍ଦ୍ଧ୍ବ ଯୁବବର୍ଗ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଯୁବବର୍ଗଙ୍କୁ ସ୍ବାସ୍ଥ୍ୟର ଯତ୍ନ ନେଇ ଶାରିରୀକ ଓ ମାନସିକ ସ୍ତରରେ ବିକଶିତ କରିବା ପ୍ରତି ଆଲୋକପାତ କରିବା ସହିତ ଦ୍ରୁତଗତିରେ ଯାନବାହନ ଚଳାଇବା ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଶରୀରର ସୁସ୍ଥତା ଓ ବ୍ୟାୟାମପାଇଁ ସାଇକେଲ ଚାଳନା ବେଶ୍‌ ଉପକାରିତ ବୋଲି ଅତିଥିଗଣ ମତବ୍ୟକ୍ତ…

Read More

ମୁମ୍ବାଇ : ଅଭିନେତ୍ରୀ ଶାବ୍‌ନା ଆଜ୍‌ମୀ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଖାଲାପୁର ଟୋଲ୍‌-ପ୍ଲାଜ୍‌ ନିକଟସ୍ଥ ପୁଣେ-ମୁମ୍ବାଇ ଏକ୍ସପ୍ରେସ୍‌ ହାଇଓ୍ବଠାରେ ତାଙ୍କ କାର୍‌ ଏକ ଟ୍ରକ୍‌କୁ ଧକ୍କା ଦେଇ ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ଶାବ୍‌ନା ଆଜ୍‌ମୀ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। ଶାବ୍‌ନାଙ୍କୁ ଏମ୍‌ଜିଏମ୍‌ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମୟରେ ଶାବନାଙ୍କ ସହ ତାଙ୍କ ସ୍ବାମୀ ଜାଭେଦ ଅଖତର୍‌ ରହିଥିଲେ। ଜାଭେଦ ସୁରକ୍ଷିତ ରହିଥିବାବେଳେ ଗାଡିର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। (ଏଜେନ୍ସି)

Read More

BRUSSELS, Jan. 9, 2020 (Xinhua) — Photo taken on Jan. 8, 2020 shows a Mercedes-Benz AMG GT R car at the “Dream Cars” salon of the 98th Brussels Motor Show in Brussels, Belgium. The 98th Brussels Motor Show will open to the public from Jan. 10 to 19. About 40 luxury cars are displayed at the “Dream Cars” salon during the motor show. (Xinhua/Zhang Cheng/IANS)

Read More

(200118) — TEL AVIV, Jan. 18, 2020 (Xinhua) — Members of the Chinese Wudang Kung Fu Troupe perform in the Israeli city of Tel Aviv on Jan. 17, 2020. The performance is part of the celebrations of the Chinese New Year 2020 in Israel. (Photo by Gil Cohen Magen/Xinhua) =

Read More