କନ୍ଦର୍ପ ବେହେରା ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ସରକାରୀ ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟମୁହାଁ କରିବା ପାଇଁ ମାଗଣା ପୋଷାକ, ସାଇକେଲ୍, ଜୋତା, ମଧ୍ୟାହ୍ନ ଭୋଜନ ଆଦି ବଣ୍ଟନ କରୁଥିଲେ ମଧ୍ୟ ସରକାରୀ ବିଦ୍ୟାଳୟରେ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି। ବର୍ଷର ସବୁ ସମୟରେ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ ସହ କୋଟି କୋଟି ଟଙ୍କା ତାଲିମ୍ ବାବଦରେ ଖର୍ଚ୍ଚ କରୁଛନ୍ତି। ହେଲେ ଓଡିଶାର ବହୁ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡିଛି। ବିଦ୍ୟାଳୟଗୁଡିକରେ ଶିକ୍ଷକ ମରୁଡି ଯୋଗୁଁ ପିଲାମାନେ ପାଠ ପଢିପାରୁନାହାନ୍ତି। ଶିକ୍ଷକ ନିଯୁକ୍ତି ନ ଦେଇ ପିଲାମାନଙ୍କର ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର। ଶିକ୍ଷକ ନଥିବା ବିଦ୍ୟାଳୟଗୁଡ଼ିକରେ ବାଧ୍ୟ ହୋଇ ଗ୍ରାମଶିକ୍ଷା କମିଟି ତଥା ଗାଁ ଲୋକ ମାନେ ବିଦ୍ୟାଳୟରେ ତାଲା ପକାଉଛନ୍ତି। ଏପରି ଏକ ଚିତ୍ର ସାମ୍ନାକୁ…
Author: Samikhsya Bureau
ମୁମ୍ବାଇ : 4 ହଜାର କୋଟିର ଠକେଇ ମାମଲାରେ ଉତ୍ତର ପ୍ରଦେଶ ଏବଂ ମୁମ୍ବାଇର 13ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଫ୍ରଷ୍ଟ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ନାମରେ 4 ହଜାର କୋଟିର ଠକେଇ ମାମଲାକୁ ନେଇ 13ଟି ସ୍ଥାନରେ ଚଢାଉ କରାଯାଇଛି । ଦିଲ୍ଲୀ,ମୁମ୍ବାଇ ଏବଂ ୟୁପିର ମୁଖ୍ୟାଳୟ ସମେତ 13ଟି ସ୍ଥାନରେ ଏହି ଚଢାଉ କରାଯାଇଛି । ମୁମ୍ବାଇର ତିନିସ୍ଥାନରେ ଏବଂ ଦିଲ୍ଲୀର 4 ସ୍ଥାନ ବ୍ୟତିରେକ କାନପୁରର 6ଟି କାର୍ଯ୍ୟାଳୟ ଉପରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ 14ଟି ରାଷ୍ଟ୍ରାୟତ ବ୍ୟାଙ୍କରୁ 4061.17 କୋଟି ଟଙ୍କାର ଠକେଇ ଅଭିଯୋଗ ଆସିବା ପରେ 19 ତାରିଖ ଦିନ ଅଭିଯୋଗ କରାଯାଇଥିଲା । (ଏଜେନ୍ସୀ)
ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆନ୍ ଓପନ୍ର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଦ୍ବିଜ୍ ସରନ୍ । ବୁଧବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଯୁଗଳ ବର୍ଗର ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ଦ୍ବିଜ୍ ସରନ ବିଜୟୀ ହୋଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ଆର୍ଟେମ ସିଟାକ୍ଙ୍କ ସହିତ ଯୋଡି ହୋଇ ଖେଳୁଥିବା ଦ୍ବିଜ୍ 6-4 , 7-5 ସେଟ୍ରେ ପାବ୍ଲୋ କାରେନୋ ବୁଷ୍ଟା ଏବଂ ଜୋଆଓ ସୋଉସାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍କୁ ଜିତିବା ପାଇଁ ଦ୍ବିଜ୍-ସିଟାକ୍ ଯୋଡି ମାତ୍ର 1 ଘଣ୍ଟା 28 ମିନିଟ୍ ସମୟ ନେଇଥିଲେ । ଅପରପକ୍ଷରେ ଭେଟେରାନ୍ ଟେନିସ୍ ଷ୍ଟାର ସାନିଆ ମିର୍ଜା ଗୁରୁବାର ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ୟୁକ୍ରେନ୍ର ନାଦିଆ କିଚେନୋକ୍ଙ୍କ ସହିତ ଯୋଡି ହୋଇ ସାନିଆ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ନିକଟରେ ହୋବାର୍ଟ ଇଣ୍ଟରନ୍ୟାସ୍ନାଲ୍ ବିଜୟୀ ହୋଇଥିବା ସାନିଆ ଭଲ ପ୍ରଦର୍ଶନ କରିବା ନେଇ ଫ୍ୟାନ୍ ମାନେ ଆଶାବାଦୀ ଅଛନ୍ତି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରରେ ଏୟାରଲାଇନ୍ସ ସିଇଓଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନସ୍ଥାନକୁ 13ଟି ନୂଆ ବିମାନ ଚଳାଚଳ ପାଇଁ ମିଟିଂରେ ଆଲୋଚନା ହୋଇଛି। ଭୁବନେଶ୍ବରରୁ ବେଙ୍ଗଲୁରୁ ଓ ସୁରତକୁ 20ରୁ ଆରମ୍ଭ ହୋଇଛି ବିମାନ ସେବା। 24ରୁ ଝାରସୁଗୁଡାରୁ କୋଲକାତା ବିମାନ ଉଡାଣ ଓ 31 ତାରିଖରୁ ଭୁବନେଶ୍ବର-ବାରଣାସୀ ମଧ୍ୟରେ ବିମାନ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡା-ମୁମ୍ବାଇ, ପ୍ରୟାଗରାଜ-ଭୁବନେଶ୍ବର ବିମାନ ନେଇ ଆଲୋଚନା ମଧ୍ୟ ହୋଇଛି। ଭୁବନେଶ୍ବରରୁସିଙ୍ଗାପୁର, ବ୍ୟାଙ୍କକ୍, ଆବୁଧାବି କିମ୍ବା ଦୁବାଇକୁ ବିମାନ ଚଳାଚଳ ପାଇଁ ପ୍ରସ୍ତାବ। ପ୍ରୟାଗରାଜ, କଲାଇକୁଣ୍ଡାକୁ ବିମାନ ଉଡାଣ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି। ଉତ୍ତର ପୂର୍ବାଞ୍ଚଳ ଓ ବିମାନ ଯୋଗାଯୋଗ ନଥିବା ଅଞ୍ଚଳ ଉପରେ ମଧ୍ୟ ଗୁରୁତ୍ବ ଦେବା ପାଇଁ ଏହି ବୈଠକରେ ଆଲେଚନା କରାଯାଇଛି। ଏସବୁ ଅଞ୍ଚଳକୁ ଘରୋଇ ବିମାନ ଉଡାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ଘରୋଇ ଉଡାଣ ପାଇଁ 1 ପ୍ରତିଶତ ଭାଟ୍ରେ…
ସମୀକ୍ଷା ବ୍ୟୁରୋ ସୁନ୍ଦରଗଡ଼ : ସୁନ୍ଦରଗଡ ରାଜଗାଙ୍ଗପୁର ରମାବାହାଲ ଛକ ବିଜୁ ଏକ୍ସପ୍ରେସ୍ ୱେ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ କାର୍ ଡିଭାଇଡ଼ରକୁ ଟପି ସ୍କର୍ପିଓ ସହ ମହାଁମୁହିଁ ଧକ୍କା ହେବା ପରେ କାମ କରୁଥିବା ଶ୍ରମିକଙ୍କ ଉପରେ ମାଡ଼ିଯାଇଛି। ଦୁର୍ଘଟଣା ଘଟି ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ଜଣ ଗୁରୁତର ଥିବା ଜଣାପଡ଼ିଛି। ରାସ୍ତାର ଏକ ପାଶ୍ୱର୍ରୁ କାର ଆସୁଥିବା ବେଳେ ବିପରୀତ ଦିଗରେ ସ୍କର୍ପିଓ ଆସୁଥିଲା। ତେବେ କାର୍ଟି ଡିଭାଇଡରକୁ ଟପି ଭାରସାମ୍ୟ ହରାଇ ସ୍କର୍ପିଓକୁ ମୁହାଁମୁହିଁ ଧକ୍କା ଦେଇ ନିକଟରେ କାମ କରୁଥିବା ଶ୍ରମିକଙ୍କ ଉପରେ ଚଢିଯାଇଥିଲା। ଫଳରେ କାର ଚଢି ଘଟଣାସ୍ଥଳରେ ୫ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ରାସ୍ତା କାମ କରୁଥିବା ଅନ୍ୟ ଜଣେ ମହିଳା ଶମ୍ରିକ ଗୁରୁତର ଥିବା ଜଣାପଡ଼ିଛି। ଏହା ସହ କାରରେ ଥିବା ୩ଜଣ ଓ ସ୍କର୍ପିଓରେ ଥିବା ୩ଜଣ ମଧ୍ୟ ଗୁରୁତର ହୋଇପଡ଼ିଛନ୍ତି। ସମସ୍ତ…
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ସରକାରଙ୍କୁ ଝଟ୍କା ଲାଗିଛି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ତିନ ରାଜଧାନୀ ଫର୍ମୁଲା’ ପ୍ରସ୍ତାବକୁ ବିରୋଧୀ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ବିଧାନପରିଷଦରେ ରୋକ୍ ଲଗାଇଛି। ରାଜ୍ୟ ବିଧାନପରିଷଦରେ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ପାଖରେ ବହୁମତ ରହିଛି। 58 ସଦ୍ୟସୀୟ ବିଧାନ ପରିଷଦରେ ଓ୍ବାଇଏସ୍ଆର୍ କଂଗ୍ରେସ ପାଖରେ ମାତ୍ର 9ଜଣ ରହିଛନ୍ତି। ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ତିନି ରାଜଧାନୀ ଫର୍ମୁଲାକୁ ଏବେ ସିଲେକ୍ଟ କମିଟି ପାଖକୁ ପଠାଇବା ନେଇ ଦାବି କରିଛି। ଏହାସହିତ ସମ୍ପୂର୍ଣ୍ଣ ମାମଲାକୁ କୋର୍ଟରେ ଚ୍ୟାଲେଞ୍ଜ କରିବା ନେଇ ପ୍ରସ୍ତୁତି ଚଳାଇଛି ଟିଡିପି। ସୂଚନାଯୋଗ୍ୟ, ସୋମବାର ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ଆନ୍ଧ୍ର ପ୍ରଦେଶର ତିନି ରାଜଧାନୀ ରହିବ। ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବରେ କର୍ଣ୍ଣୁଲ, ବିଶାଖାପାଟଣା ଓ ଅମରାବତୀକୁ ସାମିଲ କରାଯାଇଛି। (ଏଜେନ୍ସି)
Mumbai: Actress Janhvi Kapoor seen at Khar in Mumbai on Jan 20, 2020. (Photo: IANS)
Mumbai: Actress Kiara Advani seen at Santacruz in Mumbai on Jan 20, 2020. (Photo: IANS)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଅର୍ଥତତ୍ତ୍ବ ଚିଟ୍ଫଣ୍ଡ୍ ମୁଖ୍ୟ ପ୍ରଦୀପ୍ତ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ। ଝାରପଡା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରଦୀପ ସେଠୀ। ଟଏଲେଟ୍ ଭିତରେ ଇନଭର୍ଟର ତାରକୁ ବେକରେ ତାର ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାପଡିଛି। ଟଏଲେଟ୍ କବାଟ ଭାଙ୍ଗି ପ୍ରଦୀପ ସେଠୀଙ୍କୁ ଉଦ୍ଧାର କରାଗଲା। ଉଦ୍ଧାର ପରେ ପ୍ରଦୀପଙ୍କୁ ଚିକିତ୍ସା ପାଇଁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କୁ ଏସ୍ସିବି ମାନସିକ ରୋଗ ବିଭାଗକୁ ପଠାଯାଉଥିବା ସୂଚନା ରହିଛି । ପୂର୍ବରୁ ଦୁଇଥର ଆତ୍ମହତ୍ୟା ଉଦ୍ୟମ କରି ସାରିଛନ୍ତି ପ୍ରଦୀପ୍ତ ।
ନୂଆଦିଲ୍ଲୀ : ସିଏଏକୁକୁ ନେଇ ଦାଖଲ ହୋଇଥିବା 144ଟି ଯାଚିକା ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି। ସିଏଏ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ସୁପ୍ରିମ୍କୋର୍ଟ ମନା କରିଛନ୍ତି। ସିଏଏ ଉପରେ ଏକପାଖିଆ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି। ପାଞ୍ଚଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍କୋର୍ଟର ସାମ୍ବିଧାନିକ ପୀଠ ଏହି ଯାଚିକାଗୁଡ଼ିକ ଉପରେ ଶୁଣାଣି କରିବେ। ଚାରି ସପ୍ତାହ ଭିତରେ କେନ୍ଦ୍ର ସରକାରଙ୍କୁ ଏହି ଯାଚିକାଗୁଡ଼ିକ ଉପରେ ଜାବବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଆସାମ ସମ୍ପର୍କିତ ଯାଚିକା ଉପରେ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହର ସମୟ ଦିଆଯାଇଛି। ସୁପ୍ରିମ୍କୋର୍ଟରେ ଦାଖଲ ହୋଇଥିବା ନାଗରିକତା ସଂଶୋଧନ ଆଇନ ବିରୋଧରେ ଯାଚିକାଗୁଡ଼ିକୁ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ବଣ୍ଟା ଯାଇଛି। ଏତଦ୍ବ୍ୟତୀତ ଆସମ, ତ୍ରିପୁରା ମାମଲାକୁ ଅଲଗା ଶୁଣାଣି କରାଯିବ ବୋଲି ନିର୍ଦ୍ଦେଶ…
ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ)ର ବୈଧତାକୁ ନେଇ ଆଜି ସୁପ୍ରିମ୍କୋର୍ଟରେ 144ଟି ଯାଚିକାର ଶୁଣାଣି ହେବ। ଅଧିକାଂଶ ଯାଚିକାରେ ସିଏଏକୁ ବିରୋଧ କରାଯାଇଛି। ଡିସେମ୍ବର 17ରେ ହୋଇଥିବା ଶୁଣାଣିରେ ଆଇନରେ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମନା କରିଥିଲେ। ତେବେ ଅଦାଲତ ସରକାରଙ୍କୁ ଯାଚିକା ଉପରେ ଉତ୍ତର ମାଗିବା ସହିତ ଏହି ମାମଲାର ବିସ୍ତାର ଶୁଣାଣି ପାଇଁ ଆଦେଶ ଦେଇଥିଲେ। ଆଜି ଏହି ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବେଡ୍, ଏସ୍ ଅବଦୁଲ୍ ନଜୀର ଓ ସଂଜୀବ ଖାନ୍ନାଙ୍କ ଅଧନୀରେ ତିନିଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ। ସିଏଏ ବିରୋଧରେ ଦାଖଲ ହୋଇଥିବା ଯାଚିକାଗୁଡ଼ିକ ମଧ୍ୟରେ ଆସାମ ପ୍ରଦେଶ କଂଗ୍ରେସ, ସିପିଏମ୍, କଂଗ୍ରେସ ନେତା ଜୟରାମ ରେମଶ, ଏଆଇଏମ୍ଆଇଏମ୍ ସାଂସଦ ଓଓ୍ବେସି, ଟିଏମ୍ସି ନେତା ମହୁଆ ମୋଇତ୍ରା, ଆରଜେଡି ନେତା ମନୋଜ ଝା, ଇଣ୍ଡିଆନ ୟୁନିଅନ ମୁସଲିମ୍ ଲିଗ୍, ଜମିଅତ୍ ଉଲେମା ଏ ହିନ୍ଦଙ୍କ ଯାଚିକା ସାମିଲ୍…
ମାଲକାନଗିରି : ମୋଷ୍ଟ ଓ୍ବାଣ୍ଟେଡ୍ ମାଓନେତା ପାପାରାଓ ମୃତ। କିଡ୍ନୀ ରୋଗରେ ପାପରାଓର ମୃତ୍ୟୁ ହୋଇଥିବା ସୂଚନା ରହିଛି । ପାପାରାଓ ନାଁରେ 25 ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ଛତିଶଗଡ଼ ସରକାର । ପାପାରାଓ ବଡ ବଡ ହିଂସା ଘଟଣାରେ ସମ୍ପୃକ୍ତି ରହିଥିଲା । ତାଡମେଟାଲ୍ ଜଙ୍ଗଲରେ 76 ଯବାନଙ୍କ ହତ୍ୟା ଘଟଣାରେ ପାପାରାଓ ସମ୍ପୃକ୍ତି ରହିଥିଲା । ଏହି ଦୁର୍ଦ୍ଦାନ୍ତ ମାଓନେତା ଛତିଶଗଡ-ମାଲକାନଗିରି ସୀମାରେ ସକ୍ରିୟ ଥିଲା ଓ ନକ୍ସଲଙ୍କ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟ ମଧ୍ୟ ରହିଥିଲା । ଏହା ସହ ନକ୍ସଲ ନେତା ରମନ୍ନାଙ୍କ ସହଯୋଗୀ ଥିଲା ।
ଆଜି କଟକ ଗସ୍ତ କରିଛନ୍ତି ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍। ଫାଇଭ୍ ଟି ସଚିବଙ୍କ ସମେତ ଜଳ ସମ୍ପଦ ବିଭାଗ ଉଚ୍ଚ ଅଧିକାରୀ, କଟକ ଜିଲ୍ଲାପାଳ, ପୋଲିସ କମିଶନର ଓ ଡିସିପି ମଧ୍ୟ ଉପସ୍ଥିତ ରହିଥିଲେ । ସିସୋର ପଠା, ହାଡ଼ିଆ ପଠା ଓ ନୌ ବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଲେ ସମସ୍ତ ଅଧିକାରୀ। ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ଫାଇଭ୍ ଟି ସଚିବ । ତେବେ ଫାଇଭ୍ଟି ସଚିବଙ୍କ କଟକ ଗସ୍ତ କରିବା ପରେ ଜଳ ସମ୍ପଦ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଏସସିବି ମେଡିକାଲର ଦ୍ଵିତୀୟ କ୍ୟାମ୍ପସ ରୂପରେଖ ନେଇ ୫ଟି ସଚିବ ଗସ୍ତ କରିଛନ୍ତି । ଉନ୍ନତ ମାନର ରୋଗୀ ସେବା ଯୋଗାଇଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ସିସୋର ପଠାରେ ଏସସିବିର କିଛି ବିଭାଗକୁ ନେଇ ଦ୍ଵିତୀୟ କ୍ୟାମ୍ପସ ଗଠନ କରାଯିବ। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ…
ଉତ୍ତରପ୍ରଦେଶ : କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନାକୁ ୟୁପି କ୍ୟାବିନେଟ୍ ମୋହର ଲଗାଇଛି । ଏହି ଯୋଜନା ମୁତାବକ କ୍ଷେତରେ କାମ କରୁଥିବା ସମୟରେ କୃଷକ କିମ୍ବା ତାର ପରିବାରର କୌଣସି ସଦସ୍ୟଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟେ ତେବେ ସରକାରଙ୍କ ପକ୍ଷରୁ ପାଞ୍ଚ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବ। ଏହା ବ୍ୟତୀତ ଦୁର୍ଘଟଣାରେ ଯଦି କୃଷକଙ୍କ ପରିବାର ଲୋକଙ୍କ ୬୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ହୋଇଯାଏ ତେବେ ଦୁଇ ଲକ୍ଷ ଟଙ୍କାର ସହାୟତା ରାଶି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ। ଏଥିରେ ୧୮ ବର୍ଷରୁ ୭୦ ବର୍ଷ ବୟସର କୃଷକ ଓ ତାର ପରିବାର ଲୋକଙ୍କୁ ସାମିଲ ହେବେ। ଏହି ଯୋଜନା ୨୦୧୪ ସେପ୍ଟେମ୍ବର ୨୦୧୯ରୁ ପିଛିଲା ଭାବେ ଲାଗୁ ହେବ। ମୁଖ୍ୟମନ୍ତ୍ରୀ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନା ଆଧାରରେ ରାଜ୍ୟର ସୀମାନ୍ତ କୃଷକ, ଲଘୁ, ମଧ୍ୟମ, ବଡ଼ କୃଷକଙ୍କୁ ସାମିଲ କରାଯିବ। ଏହି ଯୋଜନାରେ ଉତ୍ତର ପ୍ରଦେଶର ଦୁଇକୋଟି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜାରାଣୀ ସଙ୍ଗୀତ ଉତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା ମନୋମୁଗ୍ଧକର ପରିବେଶ ଏ ବର୍ଷ ରାଜାରାଣୀ ଉତ୍ସବକୁ ଅନନ୍ୟ କରିଥିଲା । ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ପ୍ରଶଂସନୀୟ ପ୍ରୟାସ ବାସ୍ତବିକ ଶାସ୍ତ୍ରୀୟ ସଙ୍ଗୀତ ପ୍ରେମୀମାନଙ୍କୁ ଖୁବ୍ ଆନନ୍ଦ ଦେଇପାରିଥିଲା । ଅନ୍ତିମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମରେ ବିଶିଷ୍ଟ ବଂଶୀ ବାଦକ ରାଜେନ୍ଦ୍ର ପ୍ରସନ୍ନଙ୍କ ଦ୍ୱାରା ବଂଶୀ ବାଦନ ଦେଖିବାକୁ ମିଳିଥିଲା । ପ୍ରଥମେ ରାଗ ମାରୱା ଏବଂ ପରେ ପରେ ପାହାଡ଼ି ଧୁନ ସହିତ ବିଭିନ୍ନ ରାଗ ଓ ତାଳକୁ ନେଇ ତାଙ୍କର ବଂଶୀ ବାଦନ ବେଶ ହୃଦୟସ୍ପର୍ଶୀ ଥିଲା । ତାଙ୍କୁ ବଂଶୀବାଦନରେ ସହଯୋଗ କରିଥିଲେ ରିଶଭ ପ୍ରସନ୍ନ…
କେଦାର ମିଶ୍ର ଭାରତର ୧୩୦ କୋଟି ଲୋକଙ୍କ ପାଇଁ ଭାରତ ସରକାର ଯେଉଁ ବଜେଟ ପ୍ରସ୍ତୁତ କରନ୍ତି ଗତ ବର୍ଷ ତାହାର ଆର୍ଥିକ ପରିମାଣ ଥିଲା ୨୪ ଲକ୍ଷ ୪୨ ହଜାର ୨ ଶହ କୋଟି ଟଙ୍କା। ଏଥିରୁ ଅଧିକ ଟଙ୍କାର ସମ୍ପତ୍ତି ଆଜିର ତାରିଖରେ ଦେଶର ୬୩ ଜଣ ବ୍ୟବସାୟୀଙ୍କ ହାତରେ ରହିଛି। ପୂରା ଦେଶର ବାର୍ଷିକ ବଜେଟ ଯଦି ୬୩ ଲୋକଙ୍କର ବ୍ୟକ୍ତିଗତ ମାଲିକାନାରେ ରହେ, ତାହେଲେ କୌଣସି ବି ଦେଶ ଆର୍ଥିକ ସମାନତା ହାସଲ କରି ପାରବ କି? ଭାରତର ସମ୍ବିଧାନ ଆମକୁ “ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ, ବିଚାର,ଅଭିବ୍ୟକ୍ତି, ଆସ୍ଥା ଓ ଧାର୍ମିକ ଉପଚାରର ସ୍ଵାଧୀନତା, ମର୍ୟାଦା ଓ ସୁଯୋଗର ସମାନତା ତଥା ସାମାଜିକ ସଦଭାବନା”ର ପ୍ରତିଶ୍ରୁତି ଦେଇଥିଲା। ଆଜିର ତାରିଖରେ ଆର୍ଥିକ ଅସମାନତାର ଏହି ବିକଳ ଚିତ୍ର ଦେଖିଲା ପରେ, ଆମେ ଆମର ସାମ୍ବିଧାନିକ ପ୍ରତିଶ୍ରୁତି ରଖିବାରେ ସଫଳ ହୋଇଛୁ ବୋଲି ଭାବୁଛୁ…
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ବାଲୁଗାଁ ଚିଲିକା କୂଳରେ ଜେଟିରେ ନିଖୋଜ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ମୃତକ ଜଣକ ବାଣପୁର ବ୍ଲକ୍ର ବିଷ୍ଣୁଡିହ ଗ୍ରାମର ସୁକେଶ ସାହୁ ବୋଲି ଜଣାପଡିଛି। ତାଙ୍କ ପିତାଙ୍କ ନାମ ନକୁଳସାହୁ ହୋଇଥିବାବେଳେ ଯୁବକଙ୍କର ବୟସ ୨୨ବର୍ଷ ବୋଲି ସୂଚନା ମିଳିଛି। ଚିଲିକା କୂଳରେ ଯୁବକର ଶବ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ବାଲୁଗାଁ ପୋଲିସ୍କୁ ଖବର ଦେଇଥିଲେ। ତେବେ ଯୁବକଙ୍କର ମୃତ୍ୟୁର କାରଣ ଜଣାପଡିନାହିଁ। ବାଲୁଗାଁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ଶବଟି ଚିଲିକାରେ ଭାସୁଥିବାରୁ ଏହା ତାଙ୍କର ତଦନ୍ତ ପରିସର ଭୁକ୍ତ ନୁହେଁ ବୋଲି କହିବା ସହିତ ଏହି ଘଟଣାର ତଦନ୍ତ ପାରିକୁଦ ପୋଲିସ ଅଧୀନରେ ଆସୁଛି ବୋଲି କହିଥିଲେ। ତେବେ ବାଲୁଗାଁ ପୋଲିସ୍ର ପ୍ରାଥମିକ ତଦନ୍ତରୁ ଯୁବକଙ୍କର ପରିଚୟ ମିଳିପାରିଛି। ଗତ ୨୦ ତାରିଖରୁ ଯୁବକ ଜଣକ ନିଖୋଜ ରହିଥିବାବେଳେ ପରିବାର ତରଫରୁ ଗତକାଲି ପୋଲିସ୍ରେ ଏକ ଲିଖିତ ଅଭିଯୋଗ ଦିଆଯାଇଥିବାର…
ରାଞ୍ଚି- ଝାଡଖଣ୍ଡର ନୂଆ ସରକାର ନେତାଜୀ ସୁବାସ ବୋଷଙ୍କ ଜନ୍ମଦିନକୁ ସାଧାରଣ ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜାନୁୟାରୀ 23 ତାରିଖ ନେତାଜୀଙ୍କ ଜନ୍ମ ଦିନ ହୋଇଥିବାରୁ ସେଦିନ ସାଧାରଣ ଛୁଟି କରାଯାଇଛି ବୋଲି ଟୁଇଟ କରି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଅଫିସ ତରଫରୁ ମଧ୍ୟ ଏହି ଛୁଟି ସଂପର୍କରେ ଅବଗତ କରାଯାଇଛି। ଆସନ୍ତା ଜାନୁୟାରୀ 23 ତାରିଖରେ ନେତାଜୀ ସୁବାଷ ବୋଷଙ୍କ 123 ତମ ଜନ୍ମ ଜୟନ୍ତି ଥିବାରୁ ଏହି ଛୁଟି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଛୁଟି ଘୋଷଣା ସହିତ ସୁବାଷ ବୋଷଙ୍କ ସଂପର୍କରେ ମଧ୍ୟ ଅବଗତ କରାଇଛନ୍ତି। ଝାଡଖଣ୍ଡ ନେତାଜୀ ସୁବାଷ ବୋଷଙ୍କ ମଧ୍ୟ ଅନ୍ୟତମ କର୍ମ ଭୂମି ଥିଲା। ଭାରତ ସ୍ବାଧୀନତା ସଂଗ୍ରାମରେ ତାଙ୍କର ଯେଉଁ ଅବଦାନ, ତାହା କେହି ବି ଭୁଲିପାରିବେ ନାହିଁ ବୋଲି ସୋରେନ କହିଛନ୍ତି। ତାଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଛୁଟି ଘୋଷଣା କରାଯାଇଛି ବୋଲି ସୋରେନ ତାଙ୍କ…
ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲାସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୁକୁଲ୍ୟରେ ଏକ ଜିଲ୍ଲାସ୍ତରୀୟ ହୃଦରୋଗ ପରୀକ୍ଷଣ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଡି.ଇ.ଆଇ.ସି ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରକୁ ହୃଦରୋଗ ବିଶେଷଜ୍ଞ ଡଃ. ପଙ୍କଜ ଗୁପ୍ତା ଇକୋ ମେସିନ ଜରିଆରେ ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରୁ ଏକ ଶହରୁ ଉର୍ଦ୍ଧ୍ଵ ଜନ୍ମରୁ ୧୮ ବର୍ଷ ବୟଷ୍କ ଶିଶୁଙ୍କୁ ପରୀକ୍ଷଣ କରି ଆବଶ୍ୟକ ମୁତାବକ ଔଷଧ ବଣ୍ଟନ କରାଯାଇଥିଲା। ଡଃ. ଗୁପ୍ତାଙ୍କ ସହିତ ନାରାୟଣ ହୃଦୟାଳୟର ତିନି ଜଣ ଟେକ୍ନିସିଆନ, ବି.ଏନ.ଏମ.ଏଚ ଜାମସେଦପୁର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏଥିରେ ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଓଡିଶା ଶାଖା ତରଫରୁ ପ୍ରଶାନ୍ତ କୁମାର ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ବିଜୟା ପଣ୍ଡା, ଏ.ଡି.ପି.ଏଚ.ଓ, ଡଃ. ପ୍ରମୋଦ କୁମାର ବାରିକ, ଡଃ.ଲାଲମୋହନ ରାଉତ, ଡଃ. ବସନ୍ତ କୁମାର ବାରିକ,…
ସମୀକ୍ଷା ବ୍ୟୁରୋ ଫେବୃଆରୀ ୧୪ ତାରିଖରୁ ରାଜ୍ୟ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ଅଧିବେଶନ ଆରମ୍ଭ କରାଯିବା ନେଇ ବିଧାନସଭା ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମ ଅନୁସାରେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଥମେ ଗୃହରେ ତାଙ୍କର ଅଭିଭାଷଣ ରଖିବେ। ଫେବୃଆରୀ ୧୮ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ 2020- 2021 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୪ ତାରିଖ ଠାରୁ ଆରମ୍ଭ ହୋଇ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୧ ତାରିଖଠାରୁ ଆରମ୍ଭ କରାଯାଇ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।ସମୁଦାୟ ୩୨ଟି କାର୍ଯ୍ୟ ଦିବସ ଉକ୍ତ ଅଧିବେଶନ ପାଇଁ ନିର୍ଦ୍ଧାରଣ କରାଯାଇଛି। ଫେବୃୟାରୀ 1 ତାରିଖରେ କେନ୍ଦ୍ର ବଜେଟ…
ଚେନ୍ନାଇ : ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶୀ ନିଜର ଦ୍ବିତୀୟ ତାମିଲ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ତାମିଲ ସୁପରଷ୍ଟାର ଅଜିତ୍ କୁମାରଙ୍କ ଅପକମିଙ୍ଗ ଫିଲ୍ମ ବାଲିମଇରେ ଅଜିତଙ୍କ ବିପକ୍ଷରେ ହୁମା ନଜର ଆସିବାକୁ ଯାଉଛନ୍ତି । ଅଜିତ୍ଙ୍କ ସହିତ ଫିଲ୍ମ ନେଇ ହୁମା କିମ୍ବା ପ୍ରଯୋଜକଙ୍କ ପକ୍ଷରୁ କୌଣସି ସୂଚନା ମିଳିନଥିଲେ ମଧ୍ୟ ହୁମାଙ୍କ ଟ୍ବିଟ୍ରୁ ଦ୍ବିତୀୟ ଫିଲ୍ମ ନେଇ ସ୍ପଷ୍ଟ ହୋଇଛି । ମୁମ୍ବାଇରେ ଉମଙ୍ଗ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ନେଇ ହୁମା ଏକ ଟ୍ବିଟ୍ କରିଥିଲେ । ଚେନ୍ନାଇରେ ଏକ ଫିଲ୍ମ ସୁଟିଂରେ ବ୍ୟସ୍ତ ରହିଥିବା କାରଣରୁ ଉମଙ୍ଗରେ ଯୋଗ ଦେଇ ପାରିବେ ନାହିଁ ବୋଲି ଟ୍ବିଟ୍ କରିବା ପରେ ଏହି ଖବର ପ୍ରକାଶ ପାଇଛି । (ଏଜେନ୍ସୀ)

