କଳାହାଣ୍ଡି : ୨୯/୧୧: (ସମୀକ୍ଷା ବ୍ୟୁରୋ) : ସରକାରୀ ଟଙ୍କାର ଅପଚୟ କରାଯାଉଥିବାର ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗତ ୬ ମାସରୁ ଉର୍ଦ୍ଧ୍ବ ହେବ ଏକ ପାଚେରୀ ନିର୍ମାଣ ହୋଇଥିଲା। ତେବେ ସେହି ପାଚେରୀକୁ ଭାଙ୍ଗି ନୂତନ ପାଚେରୀ ନିର୍ମାଣ କରିବା ପାଇଁ ପଞ୍ଚାୟତ ଅଧିକାରୀ ଯୋଜନା କରୁଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ଏହି ପାଚେରୀ ନିର୍ମାଣ କାର୍ଯ୍ୟଟିର ଓ୍ବାର୍କ ଅର୍ଡର ବୋରପଦର ପଞ୍ଚାୟତ ଅଧିକାରୀଙ୍କ ନାମରେ ରହିଥିବାବେଳେ ଏହି ପାଚେରୀ ନିର୍ମାଣର ବ୍ୟୟ ଅଟକଳ ମୂଲ୍ୟ ରହିଛି ୧ ଲକ୍ଷଟଙ୍କା। ତେବେ ବିଦ୍ୟାଳୟର ପାଚେରୀଟି ପୁରୁଣା କିମ୍ବା ଭଗ୍ନ ନ ହୋଇଥିବାସ୍ଥଳେ ନୂତନ ପାଚେରୀ ନିର୍ମାଣ କ’ଣ ପାଇଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ପଚାରିବାରୁ ପ୍ରଧାନ ଶିକ୍ଷକ ସ୍କୁଲ କମିଟି ଓ ଗ୍ରାମବାସୀଙ୍କୁ ଜଣାଇ ପାଚେରୀ ଭଙ୍ଗା ଯାଇଛି…
Author: Samikhsya Bureau
କଣ୍ଟାମାଳ, ୨୯/୧୧: ଆଜି ବୌଦ୍ଧ ଜିଲ୍ଲା କୋଶଳ ସମନ୍ୱୟ ସମିତି ପକ୍ଷରୁ ୩ ଦଫା ଦାବୀରେ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ପାଳନ କରାଯାଉଛି । ୩ଦଫା ଦାବୀ ଗୁଡ଼ିକ ହେଲା କଣ୍ଟାମାଳକୁ ଉପଖଣ୍ଡ ମାନ୍ୟତା ପ୍ରଦାନ, ତରଭା ତେଲନଦୀ ସେତୁ ତୁରନ୍ତ କାର୍ଯ୍ୟକ୍ଷମ ଦାବୀ ଓ ସହରର ଖଳିଆପାଳଠାରେ ବେଆଇନ ଜବରଦଖଲ ଉଚ୍ଛେଦ ଦାବୀରେ ଏହି ବନ୍ଦ ଡାକରା ଦେଇଛି କୋଶଳ ସମନ୍ୱୟ ସମିତି । ଏହି ୧୨ଘଣ୍ଟିଆ ବନ୍ଦ ପାଳନ ପ୍ରଭାବରେ ସହରର ସମସ୍ତ ଦୋକାନବଜାର ଓ କାର୍ଯ୍ୟାଳୟ ବନ୍ଦ ରହିଛି । ସହରରେ ଗାଡ଼ି ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି । କୋଶଳ ସମନ୍ୱୟ ସମିତି ପକ୍ଷରୁ ବୌଦ୍ଧ- କଣ୍ଟାମାଳ-ମନମୁଣ୍ଡା ଏନଏଚ-୫୭ରେ ପିକେଟିଂ କରି ସଦସ୍ୟମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ କଣ୍ଟାମାଳରୁ ବୈାଦ୍ଧ , ସୋନପୁର ଓ ବାଲିଗୁଡ଼ାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । (ଏଜେନ୍ସି)
ନୂଆଦିଲ୍ଳୀ, ୨୯/୧୧: ପିଆଜ ଦର ଏବେ ଆକାଶଛୁଆଁ ହୋଇଥିବବେଳେ ଦେଶରେ କେତେକ ସ୍ଥାନରେ ପିଆଜ ଚୋରି ହେବାର ଘଟଣା ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶର ଶିବପୁରୀର ଏକ ଟ୍ରକ୍ରୁ ୨୫ ଲକ୍ଷ ପିଆଜ ଚୋରି ହୋଇଛି । ସେହିପରି ପଶ୍ଚିମବଙ୍ଗର ମିଦାନପୁରରୁ ୧୦୦ କିଲୋ ପିଆଜ ଓ ଗୁଜୁରାଟ ସୁରତ ମଣ୍ଡିରୁ ପାଖାପାଖି ୨୫୦ କିଲୋ ପିଆଜ ଚୋରି ହୋଇଥିବାର ଖବର ମିଳିଛି । ଦେଶରେ ଟମୋଟ ପରେ ଏବେ ପିଆଜ ଦର ବୃଦ୍ଧି ହୋଇଛି । ପିଆଜ କିଲୋ ପିଛା ୧୦୦ ଟଙ୍କା ହୋଇଥିବାବେଳେ ରାଜଧାନୀ ଦିଲ୍ଲୀରେ ଏବେ ୮୦ ଟଙ୍କାରେ ମିଳୁଛି । ପିଆଜ ଦର ବୃଦ୍ଧିକୁ ନେଇ ସରକାର ନାଚାର ରହିଛନ୍ତି । (ଏଜେନ୍ସି)
କେଦାର ମିଶ୍ର କେୟାର ହସପିଟାଲର ପାକିସ୍ତାନ ଲିଙ୍କ, ଏକଥା ଶୁଣିବାକୁ ବଡ ଚାଞ୍ଚଲ୍ୟକର ମନେ ହେଉଛି। ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଲେ, ଏ ହସପିଟାଲ କୁଆଡେ ଜଣେ ପାକିସ୍ତାନୀ ନାଗରିକ କିଣିବାକୁ ଯାଉଛନ୍ତି। ଏହାର ସୂତ୍ର କଣ, କେଉଁଠୁ ଏ ତଥ୍ୟ ଆସିଲା, ସେକଥା ଆମକୁ ଜଣାନାହିଁ। ତେବେ ଭୁବନେଶ୍ୱର କେୟାର ହସପିଟାଲ ଗୋଟେ ଅଲଗା ଅନୁଷ୍ଠାନ ନୁହଁ। ଏହା ହାଇଦରାବାଦ ସ୍ଥିତ କ୍ଵାଲିଟି କେୟାର ଇଣ୍ଡିଆ ଲିମିଟେଡ ନାମକ ଏକ କମ୍ପାନୀ ଦ୍ଵାରା ପରିଚାଳିତ ଅନୁଷ୍ଠାନ। ତେଣୁ ଏହି ସଂସ୍ଥାରେ କିଏ କିଏ ନିର୍ଦ୍ଦେଶକ ଅଛନ୍ତି, ଏଥିରେ କେଉଁ ସଂସ୍ଥାର ଆନ୍ତର୍ଜାତିକ ପୁଞ୍ଜି ଲାଗିଛି ଓ ଏହାର ସେୟାର ବିଶ୍ଵ ବଜାରରେ କେଉଁ କେଉଁ କମ୍ପାନୀ ହାତକୁ ଯାଇଛି, ତାର ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ। ଓଡିଶା ସରକାର ଚାହିଁଲେ ମଧ୍ୟ କେୟାରର ପୁଞ୍ଜିଲଗାଣ ସମ୍ପର୍କିତ ସଠିକ…
A view of cultural programme, during the Celebration of 71st National Cadet Corps
Mumbai: Actress Bhumi Pednekar during the promotions of her upcoming film “Pati Patni Aur Woh” in Mumbai on Nov 28, 2019. (Photo: IANS)
Mumbai: Uddhav Thackeray takes oath as the 17th Chief Minister of Maharashtra during his swearing-in ceremony in Mumbai on Nov 28, 2019. (Photo: IANS)
BEIJING, Nov. 28, 2019 (Xinhua) — This photo shows the artistic rendering of the black hole LB-1. A Chinese-led research team has discovered a surprisingly huge stellar black hole about 14,000 light-years from Earth — our “backyard” of the universe — forcing scientists to re-examine how such black holes form. The team, headed by Liu Jifeng, of the National Astronomical Observatory of the Chinese Academy of Sciences (NAOC), spotted the black hole, which has a mass 70 times greater than the Sun. Researchers named the monster black hole LB-1. Xinhua/UNI PHOTO-10F
ସମୀକ୍ଷା ବ୍ୟୁରୋ ପଶ୍ଚିମବଙ୍ଗ, ୨୮/୧୧: ମହାରାଷ୍ଟ୍ରରେ ନୂତନ ସରକାର ଶପଥ ଗ୍ରହଣ ନେବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ସିଧା ଟାର୍ଗେଟ୍ କରିଛନ୍ତି। ମମତା କହିଛନ୍ତି ଯେ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଏବେ ବିଜେପି ମୁକ୍ତ ହୋଇଗଲା। ଏବେ ଝାରଖଣ୍ଡର ପାଳି। ଝାରଖଣ୍ଡରେ ବିଜେପି ହାରିବ ବୋଲି କହିଛନ୍ତି ମମତା। ମମତା ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏନ୍ସିପି ପ୍ରମୁଖ ଶରଦ ପାଓ୍ବାର ଓ ମହାରାଷ୍ଟ୍ର କଂଗ୍ରେସର ପ୍ରମୁଖ ବାଲାସାହେବ ଥୋରେଟ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂତନ ନେତୃତ୍ବରେ ମହାରାଷ୍ଟ୍ରରେ ଜନହିତୈଷୀ ଓ ସ୍ଥିର ସରକାର ମିଳିବ ଓ ବିକାଶ ହେବ ବୋଲି ମମତା କହିଛନ୍ତି। ଆଜି ଏନ୍ସିପି-କଂଗ୍ରେସ-ଶିବସେନା ମେଣ୍ଟ ‘ମହାରାଷ୍ଟ୍ର ବିକାଶ ଅଘାଡ଼ି’ ମେଣ୍ଟର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତ।
ମୁମ୍ବାଇ, ୨୮/୧୧: ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ। ଶିବାଜୀ ପାର୍କରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଉଦ୍ଧବ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ବହୁ ଜାତୀୟସ୍ତରୀୟ ନେତା ଉପସ୍ଥିତ ଅଛନ୍ତି। ଏନ୍ସିପି, କଂଗ୍ରେସର ବହୁ ନେତା ସମେତ ଦେବେନ୍ଦ୍ର ଫଡ୍ନଭୀସ୍, ରାଜ ଠାକ୍ରେ, ଶିଳ୍ପପତି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ପ୍ରମୁଖ ଉପସ୍ଥିତ ରହିଛନ୍ତି ଉଦ୍ଧବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିୟାରୀ। ଉଦ୍ଧବଙ୍କ ସମେତ ଏକନାଥ ସିନ୍ଧେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।(ଏଜନ୍ସି)
ଭୁବନେଶ୍ବର, ୨୮/୧୧ : (ସମୀକ୍ଷା ବ୍ୟୁରୋ) : ଭୁବନେଶ୍ବର ନନ୍ଦନକାନନଠାରେ ଆନାକୋଣ୍ଡା ସାପର ମୃତ୍ୟୁ ଘଟିଛି । ଅକ୍ଟୋବର ୨୨ରେ ଚେନ୍ନାଇରୁ ୮ଟି ଆନାକୋଣ୍ଡା ଭୁବନେଶ୍ବର ନନ୍ଦନକାନନକୁ ଆସିଥିଲେ । ମୃତ ଆନାକୋଣ୍ଡାର ବୟସ ୨ ବର୍ଷ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି ।
ମୁମ୍ବାଇ,୨୮/୧୧: ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଶିବସେନା-ଏନ୍ସିପି-କଂଗ୍ରେସର ମେଣ୍ଟ ସରକାର ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ମହାରାଷ୍ଟ୍ର ବିକାଶ ଅଘାଡ଼ି ମେଣ୍ଟ ସିଏମ୍ପିରେ କୃଷକ, ଶିକ୍ଷା, ସ୍ବାସ୍ଥ୍ୟ, ବେରାଜଗାର ଓ ଧର୍ମନିରପେକ୍ଷତାକୁ ସ୍ଥାନ ଦେଇଛନ୍ତି। ଏହି ସିଏମ୍ପିରେ ପ୍ରଥମେ ସେକ୍ୟୁଲାରଜିମ୍ ବା ଧର୍ମନିରପେକ୍ଷତା ସ୍ଥାନ ପାଇଛି। ଏଥିରେ ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସାମାନ୍ୟ ସୂଚନା ରହିଛି। ଏହା ସହିତ ଏହି ମେଣ୍ଟ ସରକାର କୃଷକ, ସ୍ବାସ୍ଥ୍ୟ, ଉଦ୍ୟୋଗ, ସାମାଜିକ ନ୍ୟାୟ, ମହିଳା ସୁରକ୍ଷା, ଶିକ୍ଷା, ଗ୍ରାମୀଣବିକାଶ ଆଦି ବିଷୟକୁ ପ୍ରାଥମିକତା ମଧ୍ୟ ଦେଇଛନ୍ତି। ସେହିପରି ସରକାରୀ ବିଭାଗରେ ଥିବା ଖାଲି ପଦବୀକୁ ପୂରଣ କରାଯିବା ଓ ରାଜ୍ୟର ନାଗରିକଙ୍କୁ ଏକ ଟଙ୍କାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ଏଜେଣ୍ଡା ମଧ୍ୟ ଏଥିରେ ସାମିଲ୍ ହୋଇଛି। ସେହିପରି ମରୁଡି ତଥା ଋଣଗ୍ରସ୍ତ ଚାଷୀଙ୍କୁ ଋଣ ଛାଡ଼ କରାଯିବା ନେଇ ସୂଚନା ରହିଛି। ଉଦ୍ଧବ ଠାକ୍ରେଙ୍କ ନେତୃତ୍ବାଧୀନ ସରକାରରେ…
ଭୁବନେଶ୍ବର,୨୮/୧୧: (ସମୀକ୍ଷା ବ୍ୟୁରୋ) : ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବୁଝିବେ । ସ୍ୱଚ୍ଛତା ପାଇଁ ମିଶନ ଶକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରାଥମିକ ଭାବେ ଶହେରୁ ଅଧିକ ପିଲା ଥିବା ସ୍କୁଲ ଖାଦ୍ୟ ଦାୟିତ୍ୱ ଏସଏଚଜି ଗ୍ରୁପ ନେବେ। ମଧ୍ୟାହ୍ନ ଭୋଜନ ବିତରଣ ବେଳେ ଏସଏଚଜି ସଦସ୍ୟ ଓ ପ୍ରଧାନଶିକ୍ଷକ ଉପସ୍ଥିତ ରହିବେ। ପୂର୍ବରୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ସେଣ୍ଟ୍ରାଲ କିଚେନ ଓ ସ୍କୁଲ ଶିକ୍ଷକ ବୁଝୁଥିଲେ। ନିମ୍ନମାନର ମଧ୍ୟାହ୍ନ ଭୋଜନ ସହ ଛାତ୍ରଛାତ୍ରୀଙ୍କୁ କାମ କରାଯାଉଥିବା ମଧ୍ୟ ଅଭିଯୋଗ ଆସୁଥିଲା।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ହାଇଦ୍ରାବାଦରେ ହୋଇଥିବା ପର୍ଯ୍ୟଟନ ରୋଡ ସୋ ରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଦୁଇ ମହିଳାଙ୍କୁ ସାଥିରେ ନେଇ ବିବାଦ ବଢିବାରେ ଲାଗିଛି। ଗତକାଲି କଂଗ୍ରେସ ତରଫରୁ ଏହାକୁ ନେଇ ଅଭିଯୋଗ କରାଯାଇଥିବା ବେଳେ, ଆଜି ବିଧାନସଭାରେ ବିରୋଧୀ ଏ ପ୍ରସଙ୍ଗରେ ପ୍ରବଳ ହଙ୍ଗାମା କରିଥିଲେ। ତାରିଖରେ ହାଇଦ୍ରାବାଦରେ ଏକ ପାଇଁ ମନ୍ତ୍ରୀଙ୍କ ସହିତ ଦୁଇ ମହିଳା ଯାଇଥିଲେ। ତେବେ ସରକାରୀ ଖର୍ଚ୍ଚାରେ ଏହି ମହିଳା ଦ୍ବାୟ କିପରି ଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଏହି ଦୁଇ ଜଣ ପର୍ଯ୍ୟଟନ ବିଭାଗ ସହିତ ସଂପର୍କ ନ ଥିବା ବେଳେ ମନ୍ତ୍ରୀ କିପରି ତାଙ୍କୁ ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ନେଲେ ତାହା ବିବାଦ ସୃଷ୍ଟି କରିଛି। ସେତେକି ନୁହେଁ ମନ୍ତ୍ରୀ ହାଇଦ୍ରାବାବ ବିମାନ ବନ୍ଦରରେ ଯେପରି ସେହି ମହିଳାଙ୍କ ସହିତ ସେଲଫି ଉଠାଇଲେ ତାହା ସନ୍ଦେହକୁ ଘନିଭୂତ କରିଦେଇଛି। ସେହିପରି ଜଣେ ମହିଳା ବିମାନରେ…
ନୂଆଦିଲ୍ଲ,28/11 : ସାଂସଦ ତଥା ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀଙ୍କୁ ସମନ । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପକ୍ଷରୁ ଦାୟର କରାଯାଇଥିବା ମାନହାନି ମୋକଦ୍ଦମା ମାମଲାରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀ ଏବଂ ଅନ୍ୟ 5 ଜଣଙ୍କୁ କୋର୍ଟଙ୍କ ପକ୍ଷରୁ ସମନ କରାଯାଇଛି । ସିସୋଦିଆଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି ସହକାରୀ ମେଟ୍ରପଲିଟାନ୍ ମାଜିଷ୍ଟ୍ରେଟ୍ ବିଶାଲ ପାହୁଜା କରିଥିଲେ । ତିଓ୍ବାରୀଙ୍କ ସମେତ ସାଂସଦ ହଂସ ରାଜ ହଂସ, ପ୍ରବେଶ ବର୍ମା, ହରିଶ ଖୁରାନା ଏବଂ ଦୁଇ ବିଧାୟକ ଶୀର୍ଷା ସିଂ ଏବଂ ବିଜେନ୍ଦର ଗୁପ୍ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ୍ ଜାରି କରାଯାଇଛି । ଡିସେମ୍ବର 18ରେ କୋର୍ଟରେ ହାଜର ହେବାପାଇଁ କୋର୍ଟଙ୍କ ପକ୍ଷରୁ ସମନ ଜାରି କରାଯାଇଛି ।
ଭୁବନେଶ୍ବର, ୨୮/୧୧: (ସମୀକ୍ଷା ବ୍ୟୁରୋ) ଡ଼ିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତ୍ୟହ ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟୋତ୍ସବର ଆୟୋଜନ ହେବାକୁ ଯାଉଛି । ଓଡ଼ିଶାର ଅନ୍ତର୍ନିହିତ ଐତିହ୍ୟକୁ ବାଦ ଦେଲେ ଏହି ଉତ୍ସବ ଉତ୍କୃଷ୍ଟ ମାନର ପାରମ୍ପରିକ ତଥା ଶାସ୍ତ୍ରୀୟ ନୃତ୍ୟର ଆୟୋଜନ କରୁଅଛି । କୋଣାର୍କ ଉତ୍ସବ ଯେଉଁଥିରେ ବହୁ ପ୍ରତିଭାବାନ୍ ନୃତ୍ୟ ବିଶାରଦ ପ୍ରାୟ ଶାସ୍ତ୍ରୀୟ ନୃତ୍ୟର କଳାକାରବୃନ୍ଦ ଓଡ଼ିଶୀ, ଭାରତନାଟ୍ୟମ, କଥକ, କୁଚିପୁଡ଼ି, ମୋହିନିଆଟ୍ଟମ ଏବଂ ଏବର୍ଷର ବିଶେଷ ଆକର୍ଷଣ ଇଣ୍ଡୋନେସିଆର ବାଲିନିଜ୍ ଦଳଗତ ନୃତ୍ୟ ପ୍ରଦର୍ଶନ କରିବେ । ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ୨୦୧୯ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୩ କି.ମି. ଦୂରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚନ୍ଦ୍ରଭାଗାର…
ପଞ୍ଜାବ,28/11 ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପାଇଁ 6 ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ମୁଖ୍ୟ ବିଚାରପତି ରବି ଶଙ୍କର ଝା ଏହି 6 ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି । ଅଶୋକ କୁମାର ବର୍ମା, ସନ୍ତ ପ୍ରକାଶ, ମୀନାକ୍ଷୀ ଆଇ ମେହଟା, କର୍ମଜିତ ସିଂ, ବିବେକ ପୁରୀ ଏବଂ ଅର୍ଚ୍ଚନା ପୁରୀ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ବିବେକ ଏବଂ ଅର୍ଚ୍ଚନା ପୁରୀ ପତିପତ୍ନୀ । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ପତି-ପତ୍ନୀ ଏକାସାଙ୍ଗରେ ଶପଥ ଗ୍ରହଣ କରିବାର ଏହା ଏକ ବିରଳ ମୁହୂର୍ତ୍ତ ଥିଲା । 6 ଜଣ ନୂତନ ବିଚାରପତିଙ୍କ ସହିତ ବିଚାରପତିଙ୍କ ସଂଖ୍ୟା 56କୁ ବୃଦ୍ଧି ପାଇଛି ।
ସମୀକ୍ଷା ବ୍ୟୁରୋ, ଭୁବନେଶ୍ବର: ଆରଟିଓ ଯାଞ୍ଚକୁ ପୁଣି ତିନି ମାସ ପାଇଁ କୋହଳ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଆରଟିଓରେ ଅସମ୍ଭାଳ ଭିଡ କାରଣରୁ ସରକାର ନିୟମକୁ ପୁଣି ତିନି ମାସ କୋହଳ କରିଛନ୍ତି । ଗୁରୁବାର ଦିନ ବିଧାନସଭାରେ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଏହି ଘୋଷଣା କରିଛନ୍ତି । ସେପ୍ଟେମ୍ବରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ମୋଟର ଯାନ ଆଇନ ଲାଗୁ କରାଯାଇଥିବା ବେଳେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବାରୁ ସରକାର ତିନି ମାସର ମହଲତ ପ୍ରଦାନ କରିଥିଲେ । ଆସନ୍ତା ନଭେମ୍ବର 30ରେ ଏହି ମହଲତର ଶେଷ ତାରିଖ ରହିଥିଲା । ମାତ୍ର ବର୍ତ୍ତମାନ ସୁଦ୍ଧା ମଧ୍ୟ ଅନେକ ଲୋକଙ୍କର ଲାଇସେନ୍ସ ହୋଇନଥିବାରୁ ଓଡିଶା ସରକାରଙ୍କ ପକ୍ଷରୁ ପୁନର୍ବାର ତିନି ମାସର ମହଲତ ପ୍ରଦାନ କରାଯାଇଛି ।