Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭାରତୀୟ ଜନତା ପାର୍ଟିର ସଭାପତି  ସମୀର ମହାନ୍ତି ହେବା ନେଇ ସୂଚନା ରହିଛି। ସମୀରଙ୍କ ନାଁରେ ସହମତିର ସୂଚନା ମିଳିଛି । ୨୦୧୬ ମସିହାରୁ ରାଜ୍ୟ-ଉପସଭାପତି ଥିବା ସମୀର ମହାନ୍ତି  ସଭାପତି ରେସ୍‌ରେ ଆଗୁଆ ରହିଥିଲେ।  ତେବେ ଆସନ୍ତାକାଲି ବିଧିବଦ୍ଧ ଭାବେ ରାଜ୍ୟ ସଭାପତିଙ୍କ ନାମ ଘୋଷଣା କରାଯିବ। ସଭାପତି ପଦ ପାଇଁ ଭୋଟ୍‌ ଦେବାକୁ ଆସିଥିବା ସଦସ୍ୟଙ୍କ ସହମତି ସୂଚନା ମିଳିଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ସଭାପତି ପ୍ରାର୍ଥୀ ଭାବେ  ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସମୀର। ଅପରାହ୍ନ 5ଟାରେ ଏହା ଯାଞ୍ଚ ହେବ। ନାମାଙ୍କନ ବେଳେ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ରହିଥିଲେ।

Read More

Mumbai: Actors Varun Dhawan and Shraddha Kapoor during the promotions of their upcoming film “Street Dancer 3D”, on the sets of reality television singing competition show Indian Idol Season 11 in Mumbai on Jan 14, 2020. (Photo: IANS)

Read More

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ରିସିଡିଠାରେ ପାଳିତ ହୋଇଯାଇଛି କଳାହାଣ୍ଡି ଉତ୍ସବ ‘ଘୁମୁରା-2020’। ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ସନ୍ଧ୍ୟା ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଅମିତ୍ର ସାହୁ ଯୋଗଦେଇଥିବାବେଳେ ସମ୍ମାନିତି ଅତିଥି ଭାବେ ସୁଶ୍ରୀ ପ୍ରିୟଦର୍ଶନ ମିର୍ଦ୍ଧା ଓ ସରପଞ୍ଚ ସରସ୍ବତୀ ମାଝୀ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ଉତ୍ସବ ଅବସରରେ କଳାହାଣ୍ଡି କଳା, ସଂସ୍କୃତି ପରମ୍ପରାକୁ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିବାକୁ ଆହ୍ବାନ କରିଥିଲେ। ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୃଷି ଓ କୃଷକ ସଶକ୍ତି ବିଭାଗ ପକ୍ଷରୁ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା ।

Read More

ମୁମ୍ବାଇ : ଧୋନୀ ଫ୍ୟାନ୍‌ ମାନଙ୍କ ପାଇଁ ଦୁଃସମ୍ବାଦ । କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ବିଶ୍ବକପ୍‌ ପରଠାରୁ ଭାରତୀୟ ଜର୍ସିରେ ନଜର ଆସିନଥିବା ବେଳେ ବର୍ତ୍ତମାନ ବିସିସିଆଇର ବାର୍ଷିକ ଚୁକ୍ତିରୁ ବାଦ ପଡିଛନ୍ତି । 2019-20 ବର୍ଷ ପାଇଁ ବିସିସିଆଇ ପକ୍ଷରୁ ଘୋଷିତ ଚୁକ୍ତିନାମାରେ ସମୁଦାୟ 27 ଜଣ ଖେଳାଳିଙ୍କୁ 4ଟି ବର୍ଗରେ ସାମିଲ ରଖାଯାଇଛି । ଏ ପ୍ଲସ୍‌ ବର୍ଗରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍‌ରା ସ୍ଥାନ ପାଇଛନ୍ତି । ସେହିପରି ପ୍ରଥମ ଥର ପାଇଁ ନବଦୀପ ସାଇନି, ମୟଙ୍ଗ ଅଗ୍ରଓ୍ବାଲ, ଶ୍ରେୟସ୍‌ ଆୟାର, ଓ୍ବାଶିଂଟନ୍‌ ସୁନ୍ଦର ଏବଂ ଦୀପକ ଚହର ପ୍ରଥମ ଥର ପାଇଁ ବିସିସିଆଇର ବାର୍ଷିକ ଚୁକ୍ତିରେ ସାମିଲ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ. ଏ+ ବର୍ଗରେ ବାର୍ଷିକ 7 କୋଟି ବେତନ  ମିଳୁଥିବା ବେଳେ ଏ, ବି ଏବଂ ସି ବର୍ଗରେ ଖେଳାଳିଙ୍କୁ ଯଥାକ୍ରମେ 5, 3 ଏବଂ…

Read More

ଭୁବନେଶ୍ବର : ଭୁବନେଶ୍ବର ଓ ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ କରିଛି ସେସୁ। ବକେୟା ଥିବା ବିଦ୍ୟୁତ୍‌ ଗ୍ରାହକମାନଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ୩୯ଟି ଟିମ୍‌ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନଜର ରଖାଯାଇଛି।  ଭୁବନେଶ୍ବରର 70ଟି ସ୍ଥାନରେ ବିଦ୍ୟୁତ୍‌ କାଟ କରାଯାଇଛି। ଖୋର୍ଦ୍ଧା ସବ୍‌ଡିଭିଜନରେ ୯ଟି ସ୍କ୍ବାଡ୍‌ ସାମିଲ ହୋଇଛନ୍ତି। ୫୧୦୦୦ ଗ୍ରାହକଙ୍କ ଉପରେ ୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ରହିଛି। ଚଳିତ ଜାନୁଆରୀ 15 ତାରିଖ ସୁଦ୍ଧା ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନକଲେ ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବାରୁ ବଞ୍ଚିତ କରାଯିବ ବୋଲି ସେସୁ ତରଫରୁ ନିର୍ଦ୍ଦେଶ ରହିଥିଲା।

Read More

ସମୀକ୍ଷା ବ୍ୟୁରୋ କୁଜଙ୍ଗ: ଜିଲ୍ଲାପାଳଙ୍କ ଗସ୍ତପରେ ମଧ୍ୟ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ପରିବର୍ତ୍ତନ ନଜର ଆସୁନାହିଁ। ଡାକ୍ତରଙ୍କ ଅବହେଳା କାରଣରୁ ପୁନର୍ବାର ଜଣେ ମହିଳା ପ୍ରାଣ ହରାଇଛନ୍ତି । ନିୟମିତ ଭାବେ ଏଲୋପାଥି ଚିକିତ୍ସକଙ୍କ ଅନୁପସ୍ଥିତି ଯୋଗୁ ଆୟୁର୍ବେଦିକ୍‌ ଚିକିତ୍ସକଙ୍କ ହାତରେ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ବ ନ୍ୟସ୍ତ ଅଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳା ପାଇଁ ଚର୍ଚ୍ଚାରେ ରହିଛି କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଏଠାରେ ନିୟମିତ ଭାବେ ଏଲୋପାଥୀ ଚିକିତ୍ସକଙ୍କ ଅନୁପସ୍ଥିତି ଯୋଗୁ ଆୟୁର୍ବେଦିକ ଚିକିତ୍ସକ ମାନେ ନିୟମିତ ଭାବେ ଆଉଟ୍‌ଡ଼ୋର ଏବଂ ଇନ୍‌ଡ଼ୋର ଚିକିତ୍ସା କରୁଛନ୍ତି। ତେବେ ଅଳ୍ପ ବିଦ୍ୟା ଭୟଙ୍କରୀ ନ୍ୟାୟରେ ଏଲୋପ୍ୟାଥି ଚିକିତ୍ସାରେରେ ଅନଭିଜ୍ଞ ଆୟୁର୍ବେଦିକ ଚିକିତ୍ସକଙ୍କ ଭୁଲ ଚିକିତ୍ସା ଯୋଗୁ ଜନୈକା ମହିଳାଙ୍କର ଅକାଳ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଆୟୁର୍ବେଦିକ ଚିକିତ୍ସିକମାନେ ଏହି ଘଟଣାକୁ ଚାପିଦେବାକୁ ଉଦ୍ୟମ କରିଥିବାବେଳେ ଉକ୍ତ ମହିଳାଙ୍କ ସ୍ବାମୀ ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମ ଆଗରେ ବର୍ଣ୍ଣନା କରିଥିଲେ। କେବଳ ଅନିଭିଜ୍ଞ…

Read More

ସମୀକ୍ଷା ବ୍ୟୁରୋ: ଆସନ୍ତା କାଲି ହେବାକୁ ଯାଉଛି ରାଜ୍ୟ ବିଜେପି ସଭାପତି ନିର୍ବାଚନ। ସଭାପତି ପଦବୀ ପାଇଁ ଏକାଧିକ ପ୍ରାର୍ଥୀ ଆଶାୟୀ ଥିବା ବେଳେ ଏହି ଦୌଡରେ ଆଗୁଆ ରହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ଏବଂ ସମୀର ମହାନ୍ତି। ତେବେ ରାଜ୍ୟ ସଭାପତି ଚୟନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଧର୍ମେନ୍ଦ୍ରଙ୍କ ପ୍ରଭାବ। ରାଜ୍ୟର ଏକ ମାତ୍ର ନେତା ଭାବରେ ବିଗତ ୬ ବର୍ଷ ଧରି କ୍ଷମତା ଉପଭୋଗ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ମୋଦି ୨.୦ରେ ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍‌ ପାହ୍ୟା ପ୍ରଦାନ କରାଯାଇଛି। ରାଜ୍ୟରେ ବିଜୁ ଜନତା ଦଳର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା ସତ୍ତ୍ବେ ମଧ୍ୟ ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ବିଜେପି ନିଜର ସମ୍ମାନ ବଞ୍ଚାଇବାରେ ସକ୍ଷମ ହୋଇଛି। ତେଣୁ ସଭାପତି ଚୟନରେ ଧର୍ମେନ୍ଦ୍ରଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ଏହି ନିର୍ବାଚନ ସହିତ ବିଜେପିର ଗୋଷ୍ଠୀକନ୍ଦଳ ମଧ୍ୟ ସମ୍ମୁଖକୁ ଆସୁଛି। ଅପରପକ୍ଷରେ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟ ପଦ୍ମ ଶିବିରର ଦାୟିତ୍ବ ପଶ୍ଚିମ ଓଡ଼ିଶା ନେତାଙ୍କ ହାତରେ…

Read More

ମୁମ୍ବାଇ : କାର୍ତ୍ତିକ ଆର୍ଯ୍ୟନ୍‌ ଏବଂ ସାରା ଅଲୀ ଖାନ୍‌ଙ୍କ ଅଭିନୀତ ଲଭ୍‌ ଆଜ୍‌ କଲ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ଏହା ସହିତ ଆସନ୍ତା କାଲି ଫିଲ୍ମର ଟ୍ରେଲର ରିଲିଜ୍‌ ହେବାକୁ ଯାଉଛି । ଉଭୟ କାର୍ତ୍ତିକ ଏବଂ ସାରା ପ୍ରଥମ ଥର ପାଇଁ ଏକତ୍ର ନଜର ଆସିବାକୁ ଯାଉଥିବା ବେଳେ ଇମତିଆଜ ଅଲୀ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ପୋଷ୍ଟରରେ ଉଭୟ କାର୍ତ୍ତିକ ଏବଂ ସାରାଙ୍କ ଚରିତ୍ରର ନାମ ମଧ୍ୟ ଘୋଷଣା କରାଯାଇଛି । କାର୍ତ୍ତିକଙ୍କ ଚରିତ୍ରର ନାମ ବୀର ରହିଥିବା ବେଳେ ସାରାଙ୍କ ଚରିତ୍ରର ନାମ ଜୋଏ ରହିଛି । ପୋଷ୍ଟରରେ କାର୍ତ୍ତିକ ଶୋଇଥିବା ବେଳେ ସାରା ତାଙ୍କ ପିଠି ଉପରେ ମୁହଁ ରଖିଥିବା ଦେଖିବାକୁ ମିଳିଛି । 2009ରେ ଇମତିଆଜଙ୍କ ନିର୍ଦ୍ଦେଶିତ ଲଭ୍‌ ଆଜ୍‌କଲ୍‌ରେ ସୈଫ୍‌ ଅଲୀ ଖାନ୍‌, ଦୀପିକା ପାଦୁକୋନ୍‌ ଏବଂ ଋଷି କପୁର୍‌ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।…

Read More

ନୂଆଦିଲ୍ଲୀ : ଦେଶରେ ଅର୍ଥବ୍ୟବସ୍ଥା ଠିକ୍‌ ନାହିଁ, ରୋଜଗାରକୁ ନେଇ ଏକ ବଡ ପ୍ରଶ୍ନ ଉଠିଛି । ବିରୋଧୀ ଲଗାତାର ଭାବରେ ସରକାରକୁ ଏହି ପ୍ରସଙ୍ଗରେ ଘେରୁଛି । ଠିକ୍‌ ଏହି ସମୟରେ ବିଜେପିର ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ କହିଛନ୍ତି ଯେ, ଯଦି ନୋଟ୍‌ ଉପରେ ମାତା ଲକ୍ଷ୍ମୀଙ୍କ ଫଟୋ ଲଗାଯିବା, ତେବେ ଅର୍ଥବ୍ୟବସ୍ଥାରେ କିଛିଟା ସୁଧାର ଆସିବ । ତେବେ ସ୍ବାମୀଙ୍କ ଏହି ବୟାନକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଚାଲିଥିବାବେଳେ ଏହାକୁ ନେଇ ବିରୋଧୀ ଦଳ ଏବେ ସରକାରକୁ ଟାର୍ଗେଟ୍‌ କରିଛନ୍ତି । କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ ମନୁ ସିଂଘଭୀ ଟୁଇଟ୍‌ କରି କହିଛନ୍ତି ଯେ, ସୁବ୍ରମଣ୍ୟମ୍‌ ସ୍ବାମୀ କଟାକ୍ଷ କରି କହିଛନ୍ତି ଯେ,  ଦେଶରେ ଅର୍ଥନୀତି ଓ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ସ୍ବାମୀ କିଛି ଆଇଡିଆ ଦେବେ ବୋଲି ଭାବିଥିଲୁ କିନ୍ତୁ ସେ ନୋଟ୍‌ ବଦଳାଇବାକୁ କହୁଛନ୍ତି । ମାତା ଲକ୍ଷ୍ମୀ ଯଦି ଏପରି…

Read More

ସମୀକ୍ଷା ବ୍ୟୁରୋ କୁଜଙ୍ଗ: ଭାରତର ଅଗ୍ରଣୀ ଷ୍ଟିଲ୍‌ ନିର୍ମାତା କମ୍ପାନୀ ଜେଏସ୍‌ଡବ୍ଲୁ ଏରସମା ବ୍ଲକର ଗଡକୁଜଙ୍ଗ, ଢିଙ୍କିଆ ଓ ନୂଆଗାଁ ଆଞ୍ଚଳିକ ପାନଚାଷୀଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ପାନଚାଷ କରିବା ପାଇଁ କାର୍ଯ୍ୟାରମ୍ଭ କରିଛନ୍ତି।ପ୍ରକାଶ ଯେ, ପ୍ରସ୍ତାବିକ କାରଖାନା ଅଞ୍ଚଳରେ ବହୁ ଛୋଟବଡ ପାନଚାଷୀ ପାନଚାଷ କରି ନିଜର ଜୀବନ ଜୀବିକା ପ୍ରତିପୋଷଣ କରୁଛନ୍ତି। କିନ୍ତୁ ସମସ୍ତ ଚାଷୀ ହଜାର ବର୍ଷର ପୁରୁଣା ପାରମ୍ପରିକ ପ୍ରଣାଳୀରେ ଚାଷ କରୁଛନ୍ତି। ଯାହାଫଳରେ ସେମାନେ ଠିକ୍‌ ଢଙ୍ଗରେ ଉତ୍ପାଦନ ନ କରିପାରିବା ଯୋଗୁଁ ସେମାନଙ୍କର ଆର୍ଥିକ ଉନ୍ନତି ହୋଇପାରୁନାହିଁ। ଉକ୍ତ ଘଟଣାର ଗୁରୁ୍ତ୍ବ ଉପଲବ୍ଧି କରି ଜେଏସଡବ୍ଲୁ ତରଫରୁ ଆଇଆଇଟି ଖଡଗପୁରର ପାନଚାଷ ଉପରେ ଗବେଷଣା କରୁଥିବା ଦୁଇଜଣ ପ୍ରଧ୍ୟାପକ ମିଷ୍ଟର ଦିଲ୍ଲୀପ ସ୍ବାଇଁ ଓ ମିଷ୍ଟର ପାର୍ଥ ଏରସମା ବ୍ଲକର ଉକ୍ତ3ଟି ପଞ୍ଚାୟତର ପାନଚାଷ ବରଜ ବୁଲି ଦେଖିବା ସହ ପାନଚାଷୀମାନଙ୍କ ସହ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଶେଷରେ…

Read More

ପୁନେ : ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । ବୁଧବାର ଏକ ସାକ୍ଷାତକାର ଅବସରରେ ରାଉତ କହିଛନ୍ତି ଇନ୍ଦିରା ଗାନ୍ଧୀ ଗ୍ୟାଙ୍ଗଷ୍ଟର କରିମ୍‌ ଲାଲାଙ୍କୁ ଭେଟୁଥିଲେ । ମୁମ୍ବାଇର ମଦ ମାଫିଆ ତଥା ଗ୍ୟାଙ୍ଗଷ୍ଟର କରିମ୍‌ ଲାଲାଙ୍କୁ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକାଧିକ ଥର ଭେଟିଛନ୍ତି । ଦକ୍ଷିଣ ମୁମ୍ବାଇର ପ୍ୟୋଧିନୀରେ ଲାଲାଙ୍କୁ ଇନ୍ଦିରା ଭେଟୁଥିଲେ । ଲାଲା 1960ରୁ 1980 ପର୍ଯ୍ୟନ୍ତ ବେଆଇନ ମଦ କାରବାରରେ ସମ୍ପୃକ୍ତ ରହିଥିବା ବେଳେ 2002ରେ ତାର ଦେହାନ୍ତ ହୋଇଥିଲା । ଏହା ସହିତ ମୁମ୍ବାଇରେ ଗ୍ୟାଙ୍ଗଷ୍ଟାରଙ୍କ ପ୍ରାଦୁର୍ଭାବ ସମ୍ପର୍କରେ ବର୍ଣ୍ଣନା କରିଥିଲେ ରାଉତ । ପୂର୍ବରୁ ସାମ୍ବାଦିକ ରହିଥିବା ରାଉତ ଦାଉଦ୍‌ ଇବ୍ରାହିମ୍‌, ଛୋଟା ସକିଲ୍‌, ଶରଦ ସେଟ୍ଟୀ ଏବଂ ହାଜି ମସ୍ତାନ ସମ୍ପର୍କରେ କହିଥିଲେ । ହାଜି ମସ୍ତାନ ମହାରାଷ୍ଟ୍ର ସଚିବାଳୟକୁ ଆସୁଥିବା ସମୟରେ ସମ୍ପୂର୍ଣ୍ଣ ମନ୍ତ୍ରାଳୟ ତଳକୁ ଆସି ଦେଖୁଥିବା ସମ୍ପର୍କରେ…

Read More

ସମୀକ୍ଷା ବ୍ୟୁରୋ ସାନଖେମୁଣ୍ଡି : ବିଦ୍ୟୁତ୍‌ ଆଘାତରେ ସାନଖେମୁଣ୍ଡିର ଜଣେ ଚାଷୀ ପ୍ରାଣ ହରାଇଛନ୍ତି । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ପଞ୍ଚାୟତର ସନ୍ତୋଷ କୁମାର ପାଢ଼ୀ(55) ନିଜ ଜମିରେ ପାଣି ମଡାଇବାକୁ ଯାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ବିଦ୍ୟୁତ୍‌ ଆଘାତରେ ଗୁରୁତର ସନ୍ତୋଷଙ୍କୁ ତୁରନ୍ତ ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍‌ ପକ୍ଷରୁ ତଦନ୍ତ ପରେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁରକୁ ପଠାଇ ଦିଆଯାଇଛି ।

Read More

ମୁମ୍ବାଇ,ଆଜି ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ 35ତମ ଜନ୍ମଦିବସଟି ବେଶ୍‌ ଖାସ୍‌ ରହିଛି। ତାଙ୍କ ଜନ୍ମଦିବସ ଅବସରରେ ଅପ୍‌କମିଙ୍ଗ୍‌ ଫିଲ୍ମ ‘ଶେରଶାହା’ର ଫାଷ୍ଟ ଲୁକ୍‌ ରିଲିଜ୍‌ କରାଯାଇଛି। ସିଦ୍ଧାର୍ଥ ଏହି ଫିଲ୍ମରେ ଜଣେ ଆର୍ମି କ୍ୟାପଟେନ୍‌ ବିକ୍ରମ ବାତ୍ରାଙ୍କ ଚରିତ୍ରରେ ନଜରରେ ଆସିଛନ୍ତି। କରନ୍‌ ଜୋହର୍‌ ଓ ସିଦ୍ଧାର୍ଥ ମାଲହୋତ୍ରା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ‘ଶେରଶାହା’ର ଫାଷ୍ଟ ଲୁକ୍‌କୁ ସେୟାର କରିଛନ୍ତି। ସିଦ୍ଧାର୍ଥ ଏହି ପୋଷ୍ଟର ସହିତ କ୍ୟାପଟେନ୍‌ ବିକ୍ରମ ବାତ୍ରାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବାହାଦୁରୀ ଓ ପ୍ରାଣହୂତିର ଦୁଇ ଭିନ୍ନ ରଙ୍ଗକୁ ବଡ ପରଦାରେ ଦେଖାଇବା ତାଙ୍କ ପକ୍ଷେ ବଡ ସମ୍ମାନର କଥା ବୋଲି କହିଛନ୍ତି ସିଦ୍ଧାର୍ଥ। କ୍ୟାପଟେନ୍‌ ବିକ୍ରମ ବାତ୍ରାଙ୍କ ଜୀବନଯାତ୍ରାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବକ ତାଙ୍କ ବିଷୟରେ ଥିବା ଅଜଣା କାହାଣୀକୁ ଏହି କାହାଣୀ ଜରିଆରେ ବଡ ପରଦାରେ ଦର୍ଶାଯିବ । ସେହିପରି କରନ୍‌ ଜୋହର୍‌ ଏହି ଲୁକ୍‌ର ସେୟାର କରି କହିଛନ୍ତି ଯେ, କାର୍‌ଗିଲ୍‌…

Read More

Kolkata: Actress Anushka Sharma with Indian women’s team cricketer Jhulan Goswami during the shooting of a teaser for her upcoming biopic on the former captain of the Indian women’s cricket team, at the Eden Garden’s in Kolkata on Jan 11, 2020. (Photo: IANS)

Read More

ସମୀକ୍ଷା ବ୍ୟୁରୋ କଟକ : ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ଲୋକମାନ୍ୟ ତିଲକ ଟର୍ମିନସ୍‌(ଏଲ୍‌ଟିଟି)ର 7ଟି ବଗି ଲାଇନଚ୍ୟୁତ ହୋଇଛି । ଗୁରୁବାର ସକାଳୁ କଟକ ନିକଟସ୍ଥ ନେରଗୁଣ୍ଡି ରେଳ ଷ୍ଟେସନ୍‌ରେ ଟ୍ରେନ୍‌ର 7ଟି ବଗି ଲାଇନଚ୍ୟୁତ ହେବା ଫଳରେ ଯାତ୍ରୀମାନଙ୍କୁ ବସ୍‌ ଯୋଗେ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଟ୍ରେନ୍‌ଟି ଅଟକି ରହିଥିବାରୁ ପୂର୍ବତଟ ରେଳବାଇ ପକ୍ଷରୁ 5ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ଦୁର୍ଘଟଣାରେ ଆହତଙ୍କୁ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଆହତ ମାନଙ୍କୁ କଟକ ଏବଂ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ସମୁଦାୟ 11 ଜଣ ଆମହତ ହୋଇଥିବା ବେଳେ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି । 8 ଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ରେଳବାଇ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ…

Read More

ସିଡ୍‌ନୀ : ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁର ମୁକାବିଲା ପାଇଁ ଏକ ପ୍ରଦର୍ଶନୀ ଟେନିସ୍‌ ମ୍ୟାଚ୍‌ ଖେଳାଯାଇଛି । ଏହି ପ୍ରଦର୍ଶନୀ ମ୍ୟାଚ୍‌ ଗୁଡିକରୁ 5 ମିଲିୟନ୍‌ ଅଷ୍ଟ୍ରେଲିଆନ୍‌ ଡଲାର (3.4 ମିଲିୟନ୍‌ ଡଲାର) ଅର୍ଥରାଶି ସଂଗ୍ରହ କରାଯାଇଛି । ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ବିଭିନ୍ନ ବଡ ବଡ ଷ୍ଟାର ଖେଳିଥିଲେ । ରୋଜର ଫେଡେରରଳ ସେରେନା ଓ୍ବିଲିୟମ୍ସ, ନୋଭାକ୍‌ ଜୋକୋଭିକ୍‌, ରାଫେଲ୍‌ ନାଦାଲ୍‌, ନାଓମି ଓସାକା, କାରୋଲିନ୍‌ ଓଜ୍‌ନିଆକି, ଷ୍ଟିଫାନୋସ୍‌ ଟ୍ରିଷ୍ଟାପାସ୍‌ ଏବଂ ଆଲେକଜାଣ୍ଡାର ଜେଭ୍‌ରେଭ୍‌ ପ୍ରମୁଖ ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ଅଂଶଗ୍ରହଣ କରିଥିଲେ । ସମସ୍ତ ଖେଳାଳି ସିଙ୍ଗିଲ୍ସ ଏବଂ ଡବଲ୍ସ ମ୍ୟାଚ୍‌ ଖେଳିଥିଲେ । ଫେଡେରେର୍‌ ଏବଂ ନାଡାଲ୍‌ ଡବଲ୍ସ ମ୍ୟାଚ୍‌ ଖେଳିଥିବା ବେଳେ ସେରେନା ଏବଂ ଜୋକୋଭିକ୍‌ ପରସ୍ପର ବିପକ୍ଷରେ ମ୍ୟାଚ୍‌ ଖେଳିଥିଲେ । ମ୍ୟାଚ୍‌ ପରେ ନାଦାଲ୍‌ ଏବଂ ଫେଡେରର୍‌ ବ୍ୟକ୍ତିଗତ ଭାବରେ 2 ଲକ୍ଷ 50 ହଜାର ଅଷ୍ଟ୍ରେଲିଆ ଡଲାର ଦାନ…

Read More