Author: Samikhsya Bureau

ସମୀକ୍ଷା ବ୍ୟୁରୋ କଟକ : ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ଲୋକମାନ୍ୟ ତିଲକ ଟର୍ମିନସ୍‌(ଏଲ୍‌ଟିଟି)ର 7ଟି ବଗି ଲାଇନଚ୍ୟୁତ ହୋଇଛି । ଗୁରୁବାର ସକାଳୁ କଟକ ନିକଟସ୍ଥ ନେରଗୁଣ୍ଡି ରେଳ ଷ୍ଟେସନ୍‌ରେ ଟ୍ରେନ୍‌ର 7ଟି ବଗି ଲାଇନଚ୍ୟୁତ ହୋଇଛି । ବି-1 ପରଠାରୁ 7ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଘନ କୁହୁଡି କାରଣରୁ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିବା ବେଳେ 40ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 6 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ଏକ ମେଡିକାଲ୍‌ ଟ୍ରେନ୍‌ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ପହଞ୍ଚିଛନ୍ତି । ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ଏକ ହେଲ୍ପଲାଇନ୍‌ ନମ୍ବର ମଧ୍ୟ ଲଞ୍ଚ କରାଯାଇଛି । ଦୁର୍ଘଟଣା ସମ୍ବନ୍ଧରେ ସୂଚନା ପାଇଁ 1072 ଡାଏଲ୍‌ କରିବା ପାଇଁ ରେଳବାଇ ପକ୍ଷରୁ ଟ୍ବିଟ୍‌ କରାଯାଇଛି ।

Read More

ନୂଆଦିଲ୍ଲୀ : ଭୋଟ ପାଇଁ ରାହୁଲ ଗାନ୍ଧୀ ଦେଶକୁ ମଧ୍ୟ ବିକ୍ରି କରିବାକୁ ପଛାଇବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ସିଏଏକୁ ନେଇ ଗିରିରାଜ ରାହୁଲଙ୍କୁ ସମାଲୋଚନା କରିବା ସହିତ ଏହି ମତ ଦେଇଛନ୍ତି । ବୁଧବାର ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ଗିରିରାଜ ପୂର୍ବତନ କଂଗ୍ରେସ ସଭାପତି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି । ଭୋଟ ପାଇଁ ରାହୁଲ ଏବଂ ବିପକ୍ଷ ନେତା ଦେଶକୁ ବିକ୍ରି କରିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି ଗିରିରାଜ ମତ ଦେଇଛନ୍ତି । ସିଏଏକୁ ନେଇ ବିପକ୍ଷ ଦଳ ଦେଶବାସୀଙ୍କୁ ଭ୍ରମିତ କରି ଭୋଟ ବ୍ୟାଙ୍କ ବଞ୍ଚାଇବାର ଚେଷ୍ଟା ଚଳାଇଛନ୍ତି ବୋଲି ଗିରିରାଜ ମତ ଦେଇଛନ୍ତି । ସିଏଏ କେବଳ ତିନି ଦେଶର ନିର୍ଯାତିତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନାଗରିକତ୍ବ ପ୍ରଦାନ ପାଇଁ ଉଦ୍ଦିଷ୍ଟ ମାତ୍ର ଏହି ଆଇନକୁ ନେଇ…

Read More

କେଦାର ମିଶ୍ର କାନ ଉଠିଲା ଦିନ ଠୁ ଆମେ ଶୁଣି ଆସୁଛୁ, ଆମ ସହର ବାଟ ଦେଇ ରେଳଗାଡି ଚାଲିବ। ଆମ ବାପା ଓ ଜେଜେବାପା ବି ସେ ସ୍ଵପ୍ନ ଦେଖିଥିଲେ। ପୁରୁଷ ପୁରୁଷ ଧରି ଗୋଟେ ରେଳପଥକୁ ଅପେକ୍ଷା କରି ରହିଥିବା ସୋନପୁର, ବୌଦ୍ଧ, ଫୁଲବାଣୀ, ପୁରୁଣା କଟକ, ଦଶପଲ୍ଲା ଓ ନୟାଗଡର ଜନ ସାଧାରଣ ବାରମ୍ବାର ପ୍ରତାରିତ ହୋଇ ଆସିଛନ୍ତି। ୧୯୪୫ ମସିହାରୁ ଖୁର୍ଦ୍ଧା ବଲାଙ୍ଗୀର ରେଳପଥର ସର୍ଭେ କାମ ସାରିଥିଲା। ୧୯୪୫ ରୁ ୧୯୯୪, ପୂରା ୪୯ ବର୍ଷର ଅପେକ୍ଷା ପରେ ଏହି ରେଳପଥ କାମ ଆରମ୍ଭ କରିବାକୁ ନରସିଂହ ରାଓ ସରକାର ଅମଳରେ ଅନୁମୋଦନ ମିଳିଥିଲା। ତାହାର କାରଣ ଥିଲା, ପ୍ରଥମଥର ଲାଗି କେନ୍ଦ୍ରରେ ଅଳ୍ପ ସମୟ ଲାଗି କଳାହାଣ୍ଡି ସାଂସଦ ଭକ୍ତ ଚରଣ ଦାସ ରେଳ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ଵ ପାଇଥିଲେ ଓ ତାର ଅଳ୍ପ ଦିନ ପରେ ଆଉ ଜଣେ ଓଡିଆ କାହ୍ନୁ ଚରଣ…

Read More

ପୁରୀ ତଥା ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ସୌନ୍ଦର୍ଯ୍ୟକରଣକୁ ନେଇ ଅତ୍ୟନ୍ତ ଚିନ୍ତିତ  ଥିବା ନେଇ ଦାବି କରୁଥିବା ରାଜ୍ୟ ସରକାର ଓ ଖୋଦ୍ ମୁଖ୍ୟମନ୍ତ୍ରୀ  କେତେ ଗମ୍ଭୀର ଓ ବିଚଳିତ ଏ କଥା ଶ୍ରୀମନ୍ଦିର ପରିଚାଳନାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ପାଳନ କରିବାକୁ ନେଇ ଟାଳଟୁଳ ନୀତି ହିଁ ପ୍ରମାଣିତ କରୁଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ପରିଚାଳନାକୁ ନେଇ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଦାୟର ହୋଇଥିବା – ‘ମୃଣାଳିନୀ ପାଢୀ ବନାମ ୟୁନିଅନ୍ ଅଫ ଇଣ୍ଡିଆ’ ମୋକଦ୍ଦମାରେ ସର୍ବୋଚ୍ଚ ଅଦାଲତ ୪ ନଭେମ୍ବର ୨୦୧୯ ରେ ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଯେ – ରାଜ୍ୟ ସରକାର ଜଣେ ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ପ୍ରଶାସକଙ୍କୁ ତତ୍‌କ୍ଷଣାତ୍ ନିଯୁକ୍ତି ପ୍ରଦାନ କରିବେ, ଯିଏକି ଅନ୍ୟ କୌଣସି ବିଭାଗର ଦାୟିତ୍ୱରେ ରହିପାରିବେ ନାହିଁ…

Read More

ଆଜି ଜାତିସଂଘ ସୁରକ୍ଷା ପରିଷଦର ଏକ ରୁଦ୍ଧଦ୍ଵାର ବୈଠକରେ କାଶ୍ମୀର ସମେତ ଭାରତ-ପାକିସ୍ତାନ ସମ୍ପର୍କ କଥା ଉଠାଇବ ବୋଲି ଚୀନ ସୂଚନା ଦେଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଲେଖିଥିବା ଏକ ଚିଠିକୁ ଆଲା କରି ଛେନା ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିବ। ଭାରତ ପାକିସ୍ତାନ ସୀମାନ୍ତରେ ଭାରତ ଅସ୍ତ୍ର ଶସ୍ତ୍ର ସଜ୍ଜିତ କରୁଛି ବୋଲି ପାକିସ୍ତାନ ଅଭିଯୋଗ କରିଛି। ଏହି ପ୍ରସଙ୍ଗକୁ ନ ଉଠାଇବାକୁ ଫ୍ରାନ୍ସ ପରି ଦେଶ ଚାହୁଁଥିଲେ ମଧ୍ୟ ଚୀନ ନିଶ୍ଚୟ ଏହି ପ୍ରସଙ୍ଗ ଆଲୋଚନା ହେଉ ବୋଲି ଚାହୁଁଛି। (ଏଜେନ୍ସି)

Read More

ଭୁବନେଶ୍ବର, ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଓଁ ନମଃ ଶିବାୟରୁ ଯାହାକୁ ପରିବେଶଣ କରିଥିଲେ ବିକାଶ ଶୁକଲା ଓ ସାଥୀ । ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ଆମେରିକାରୁ ଆସିଥିବା ପଲ୍ଲବୀ ଦାସ ପ୍ରଥମେ ମଙ୍ଗଳା ଚରଣରେ ଶିବ ବନ୍ଦନା – ଶିବମ ଧୀମହି ପରିବେଷଣ କରିଥିଲେ। ଏହାର ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଅରୁଣା ମହାନ୍ତି ଓ ମଧୁଲିତା ମହାପାତ୍ର।   ପରେ ପରେ ବେଣୁଧର ଦାସଙ୍କ ରଚନାରେ ଅଭିନୟ କୃଷ୍ଣାନୁରାଗୀ ଯାହା ରାଗ ଝିନଝୋଟି ଓ ତାଳ ଖେମଟା ଉପରେ ପରିବେଶିତ ହୋଇଥିଲା । ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଓ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ।…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପ୍ରବାସୀ ଶ୍ରମିକଙ୍କ ଉନ୍ନତି ତଥା ଶ୍ରମିକଙ୍କ କଲ୍ୟାଣ ପାଇଁ ନବୀନ ପଟ୍ଟନାୟକ ଆଜି ଏକ ସ୍ବତନ୍ତ୍ର ପ୍ୟାକେଜର ଘୋଷଣା କରିଛନ୍ତି । ଶ୍ରମକୁ ସବୁଦିନ ସର୍ବାଧିକ ମହତ୍ତ୍ବ ଦେଇ ଆସୁଥିବା ଏବଂ ଶ୍ରମିକଙ୍କ କଲ୍ୟାଣ ପାଇଁ ଏକାଧିକ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଶ୍ରମିକ କଲ୍ୟାଣ ପ୍ରତି ରହିଥିବା ଦୂରଦୃଷ୍ଟିକୁ ସାକାର କରିବା ଦିଗରେ ଆଉ ପାଦେ ଆଗକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଛି ପ୍ରବାସୀ ସୁରକ୍ଷା ଓ କଲ୍ୟାଣ ନିମେନ୍ତ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବିନା ଦେୟରେ ଶ୍ରମିକ ସହାୟତା ହେଲ୍ପଲାଇନ୍‌ ନମ୍ବର । ରାଜ୍ୟ ଭିତରେ ସହାୟତା ନମ୍ବର ରହିଛି 155368 ଏବଂ ରାଜ୍ୟ ବାହାର ପାଇଁ 18002456703 । ଶ୍ରମିକମାନଙ୍କ ଉଧ୍ଧାର ଏବଂ ସେମାନଙ୍କ ଅଭିଯୋଗ ଗ୍ରହଣ ବ୍ୟବସ୍ଥା ‘ଇ-ଶ୍ରମିକ ସମାଧାନ’ ଏବଂ ଶ୍ରମିକଙ୍କ ଆର୍ଥିକ ସଶକ୍ତିକରଣ ନିମେନ୍ତ ତୁରନ୍ତ ସହାୟତା ଏବଂ ସୁରକ୍ଷା ଯୋଗାଇ…

Read More

ଆମ ଆଦମୀ ପାର୍ଟିର ସରକାରଠାରୁ ପାଞ୍ଚଗୁଣ ଭଲ ସେବା ଦିଲ୍ଲୀବାସୀଙ୍କୁ  ଯୋଗାଇ ନ ପାରିଲେ ମୁଁ ସବୁଦିନ ଲାଗି ରାଜନୀତି ଛାଡିଦେବି ବୋଲି ଦିଲ୍ଲୀ ବିଜେପି ସଭାପତି ତଥା ସାଂସଦ ମନୋଜ ତିୱାରୀ କହିଛନ୍ତି। ଦିଲ୍ଲୀର ଗରୀବ ଲୋକଙ୍କୁ ଗ୍ୟାସ, ପାଣି ଓ ବିଜୁଳି ସୁବିଧା ଥାଇ ଦୁଇ ବଖୁରିଆ ଘର ମାଗଣାରେ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଲୋକଙ୍କ ସେବା କରିବାକୁ ହେଲେ ପ୍ରଥମେ ନିର୍ବାଚନ ଜିତିବାକୁ ପଡିବ ଓ ବିଜେପି ଜିତିବା ସ୍ଥିତିରେ ନାହିଁ ବୋଲି ଆମ ଆଦମୀ ପାର୍ଟି କଟାକ୍ଷ କରିଛି। ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ଚାଲିଛି। (ଏଜେନ୍ସି)

Read More

ଆମାଜନର ବହୁଚର୍ଚ୍ଚିତ ଧାରାବାହିକ “ସିଟାଡେଲ”ରେ ଭାରତୀୟ ଅଭିନେତ୍ରୀ ପ୍ରିୟାଙ୍କା ଚୋପ୍ରା ଓ ବିଶିଷ୍ଟ ଅଭିନେତା ରିଚାର୍ଡ ମାଦେନ ଅଭିନୟ କରିବେ ବୋଲି କମ୍ପାନୀ ତରଫରୁ ଘୋଷଣା କରାଯାଇଛି। ପ୍ରିୟାଙ୍କା ଇତିମଧ୍ୟରେ ବହୁ ଆନ୍ତର୍ଜାତିକ ସିନେମା ଓ ଧାରାବାହିକରେ ଅଭିନୟ କରି ନିଜର ପତିଆରା ସୃଷ୍ଟି କରିସାରିଛନ୍ତି। ପ୍ରିୟାଙ୍କା ଓ ତାଙ୍କ ସ୍ଵାମୀ ନିକ ଜୋନାସ ମିଳିତ ଭାବରେ ଏକ “ସଙ୍ଗୀତ” ଆଲବମ କରିବେ ବୋଲି ମଧ୍ୟ ସୂଚନା ମିଳୁଛି। (ଏଜେନ୍ସି)

Read More

ପୃଥିବୀର ସବୁଠୁ ବଡ ଅନଲାଇନ ଖୁଚୁରା ବ୍ୟବସାୟ କମ୍ପାନୀ ଆମାଜନ ର ମୁଖ୍ୟ କାର୍ୟନିର୍ବାହୀ ଜେଫ ବେଜୋସ୍‌ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଭାରତରେ ପହଞ୍ଚିଲା ପରେ ସେ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବେଜୋସ୍‌ଙ୍କ ଗସ୍ତକୁ ବିରୋଧ କରି ଦେଶର ୩୦୦ ସହରରେ ବ୍ୟବସାୟୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆମାଜନ ସାଧାରଣ ବ୍ୟବସାୟୀଙ୍କ ସ୍ଵାର୍ଥ ବିରୋଧରେ ଯାଇ ଅଧିକ ରିହାତି ଦେବା ତଥା ଅନୈତିକ ବ୍ୟାବସାୟିକ ନୀତି ଆପଣାଉଥିବା ପ୍ରସଙ୍ଗରେ ସାରା ଦେଶର ବ୍ୟବସାୟୀମାନେ ତାଙ୍କୁ ବିରୋଧ କରୁଛନ୍ତି।   (ଏଜେନ୍ସି)

Read More

ଗତକାଲି ନିଜର ୬୨ତମ ଜନ୍ମଦିନ ପାଳନ ଅବସରରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ସୁଶ୍ରୀ ମାୟାବତୀ ଦେଶର ସାଧାରଣ ଜନତାର କଷ୍ଟ ଲାଗି ଉଭୟ କଂଗ୍ରେସ ଓ ବିଜେପି ଦାୟୀ ବୋଲି କହିଛନ୍ତି। ବିଜେପି ସରକାରର ଭୁଲ ନୀତି ଯୋଗୁଁ ଦେଶର ସବୁ ବର୍ଗ କଷ୍ଟରେ ଥିବା ବେଳେ ଅର୍ଥନୀତିରେ ଭୟଙ୍କର ମାନ୍ଦାବସ୍ଥା ଆସିଛି। ଏଥିରୁ ନଜର ହଟାଇବାକୁ  ବିଜେପି ବିଭାଜନର ରାଜନୀତି କରୁଛି ବୋଲି ସେ କହିଛନ୍ତି। ଏହି ଅବସରରେ ନାଗରିକତା ସଂଶୋଧନ ଆଇନକୁ ମଧ୍ୟ ସେ ବିରୋଧ କରିଥିଲେ। କଂଗ୍ରେସ ନିଜର ଦୁର୍ନୀତିଗ୍ରସ୍ତ ଶାସନ ଯୋଗୁଁ ନିନ୍ଦିତ ହୋଇଥିବାରୁ ଏହା ବିଜେପିର ଦୁର୍ନୀତି ବିରୋଧରେ କହିବାର ନୈତିକ ଅଧିକାର ହରାଇଛି ବୋଲି ସେ କହିଥିଲେ। ମାୟବତୀଙ୍କ ଜନ୍ମଦିନ ଅବସରରେ ତାଙ୍କ ଆତ୍ମଜୀବନୀ ମଧ୍ୟ ପ୍ରକାଶ ପାଇଛି।  (ଏଜେନ୍ସି)

Read More

ନେତାଜୀ ସୁବାସ ବୋଷଙ୍କ ନାତି ତଥା ପଶ୍ଚିମ ବଙ୍ଗ ବିଜେପିର ଉପ ସଭାପତି ଚନ୍ଦ୍ର କୁମାର ବୋଷ ଦଳୀୟ ନେତୃତ୍ଵ ବିରୋଧରେ ପ୍ରବଳ ବର୍ଷିଛନ୍ତି। ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ଗତ କିଛିଦିନ ହେଲା ଦେଇ ଆସୁଥିବା ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଶ୍ରୀ ବୋଷ କହିଛନ୍ତି ଯେ ନିର୍ବାଚିତ ଅପାରଗ ନେତାମାନେ ଏ ପ୍ରକାର ଭାଷା ବ୍ୟବହାର କରିଥାନ୍ତି। ଟୁଇଟରରେ ସ୍ଵଚ୍ଛ ରାଜନୀତି ହାସଟାଗ ମାଧ୍ୟମରେ ଶ୍ରୀ ବୋଷ ସିଧା ସିଧା ରାଜ୍ୟର ବିଜେପି ନେତୃତ୍ବକୁ କଡା ସମାଲୋଚନା କରିଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଏହି କନ୍ଦଳ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। (ଏଜେନ୍ସି)

Read More

କେଦାର ମିଶ୍ର ଗତ ପାଞ୍ଚ ବର୍ଷ ହେଲା ନିୟମିତ ଭାବରେ ଜାନୁଆରୀ ଦ୍ଵିତୀୟ ଶନିବାର ଓ ରବିବାର ଦିନ ମୁଁ କୋଣାର୍କରେ ରହେ। କେବଳ ମୁଁ ନୁହେଁ, ଓଡିଶାର ତଥା ଦେଶର କିଛି ଜଣାଶୁଣା ଲେଖକ ଏହି ସମୟରେ କୋଣାର୍କକୁ ଆସନ୍ତି। ଚନ୍ଦ୍ରଭାଗା କବିତା ଉତ୍ସବ ନାଁରେ ଆମେ କୋଣାର୍କର କଳାକୃତି, ଓଡିଆ କବିତା ଓ ଜନଜୀବନକୁ ନେଇ ଏହି ଉତ୍ସବରେ ଆଲୋଚନା କରିଥାଉ। ଓଡିଶାର ସର୍ବ ବରିଷ୍ଠ ଲେଖକ ଜୟନ୍ତ ମହାପାତ୍ରଙ୍କ ନେତୃତ୍ଵରେ ଆୟୋଜିତ ହେଉଥିବା ଏହି ଉତ୍ସବର ସ୍ଵାଭାବିକ ସ୍ଥାନ ହେଉଛି କୋଣାର୍କ ଯାତ୍ରୀ ନିବାସ। କୋଣାର୍କ ମନ୍ଦିର ସାମ୍ନାରେ ରହିଥିବା ଓ ଓଡିଶା ସରକାରଙ୍କ ପର୍ୟଟନ ବିକାଶ ନିଗମ ଦ୍ଵାରା ପରିଚାଳିତ ଏହି ଯାତ୍ରୀ ନିବାସ ଓ ପାନ୍ଥ ନିବାସ ଆମର ନିୟମିତ ଆକର୍ଷଣ ହୋଇ ରହିଆସିଛି। ତେବେ ଏ ଯାତ୍ରୀ ନିବାସରେ କୋଣାର୍କ ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ କିଛି ସୁଖଦ ଅନୁଭୂତି ଅଛି କି?…

Read More

ସମୀକ୍ଷାବ୍ୟୁରୋ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରା ଗ୍ରାମ ପଞ୍ଚାୟତ ସ୍ଥିତ ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୭ତମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ପୂର୍ବତନ ତଥା ବର୍ତ୍ତମାନର ପରିଚାଳନା କମିଟିର ସଭାପତି ଧନେଶ୍ୱର ମାଝୀ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅଧକ୍ଷ ଶ୍ରୀଯୁକ୍ତ ସୁବୋଧ କୁମାର ଶତପଥି, ଗଗନ ବିହାରୀ ମହାପାତ୍ର, ପିତାମ୍ବର ସାହୁ, ଲମ୍ବୋଦର ସାହୁକାର, ଧ୍ରୁବ ଚରଣ ସାହୁକାର, ବିରେନ୍ଦ୍ର କୁମାର ସାହୁ, ରାଜ କିଶୋର ରଣା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ପ୍ରତିଯୋଗିତାରେ ପୁରସ୍କାର ବିତରଣ କରିଥିଲେ। ଜାତୀୟ ସେବା ଯୋଜନାର ତତ୍ୱବଧାରିକା ସୁଶ୍ରୀ ଜ୍ୟୋତିମାଳା ରାଉତ ମହିଳା ସ୍ବେଚ୍ଛାସେବୀଙ୍କ ଦ୍ଵାରା ଶୃଙ୍ଖଳା ରକ୍ଷା କରିବା ସହ ଶିବାଜୀ ବାରିକ,  କାହ୍ନୁ  ଭୋଇ, ଯାଦବ ଭାସ୍କର ଯାନୀ, ଲୋଚନ ସାହୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟରେ ସହଯୋଗ କରି ବାର୍ଷିକ ଉତ୍ସବକୁ ସାଫଲ୍ୟ କରିଥିଲେ।।

Read More

ମୁମ୍ବାଇ : ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ପକ୍ଷରୁ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟରେ ମିଳୁଥିବା ଶସ୍ତା ଫୋନ୍‌ର ତଦନ୍ତ ଆରମ୍ଭ କରିଛି । ଅନ୍‌ଲାଇନ୍‌ରେ ଉଭୟ କମ୍ପାନୀ ଶସ୍ତା ଫୋନ୍‌ ପ୍ରଦାନ କରୁଥିବାରୁ ଏହି ତଦନ୍ତ ନିର୍ଦ୍ଦଶ ଦିଆଯାଇଛି । ଉଭୟ ଇ କମର୍ସ  କମ୍ପାନୀ ଅଧୀନରେ ସମୁଦାୟ 89 ପ୍ରତିଶତ ଫୋନ୍‌ ବିକ୍ରି ହେଉଥିବାରୁ ଏହା ବଜାରଦରକୁ ପ୍ରଭାବିତ କରୁଛି । ସୋମବାର ସିସିଆଇ ପକ୍ଷରୁ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସିସିଆଇର ପ୍ରତିଯୋଗିତା ଅଧିନିୟମର ଧାରା 26(କ) ଅନୁଯାୟୀ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସିସିଆଇର ମୁଖ୍ୟ ଅଶୋକ କୁମାର ଗୁପ୍ତା ଏବଂ ଦୁଇ ସଦସ୍ୟ ସଙ୍ଗୀତା ବର୍ମା ଏବଂ ଭଗଓ୍ବନ୍ତ ସିଂ ବିଷ୍ଣୋଇ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୋବାଇଲ୍‌ ସ୍ମାର୍ଟ ଫୋନ୍‌ କମ୍ପାନୀ ଏବଂ ଇ କମର୍ସ କମ୍ପାନୀ ମଧ୍ୟରେ ବ୍ୟବସାୟିକ ସମ୍ପର୍କର ତଦନ୍ତ କରିବା ପାଇଁ ଏକ 11 ପୃଷ୍ଠାର ନିର୍ଦ୍ଦେଶନାମା…

Read More

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆବେଦନ କରାଯାଇଥିବା କ୍ୟୁରେଟିଭ୍‌ ପିଟିସିନକୁ ଖାରଜ କରିଛନ୍ତି ସୁପ୍ରିମ୍‌କୋର୍ଟ । ଫଳରେ ଏହି ଦୋଷୀଙ୍କ ଫାଶୀ ପାଇବା ରାସ୍ତ ସଫା ହୋଇଛି । ନିର୍ଭୟା ମାମଲାର ଦୁଇ ଦୋଷୀ ବିନୟ ଓ ମୁକେଶଙ୍କ କ୍ୟୁରେଟିଭ୍‌  ଆବେଦନକୁ ଜଷ୍ଟିସ୍‌ ଏନ୍‌ଭି ରମ୍‌ନା, ଜଷ୍ଟିସ୍‌ ଅରୁଣ ମିଶ୍ରା, ଆର୍‌ ଏଫ୍‌ ନରିମାନ୍‌, ଆର୍‌ ଭାନୁମତୀ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ମଙ୍ଗଳବାର ଆବେଦନକୁ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାମାମଲାରେ ଦୋଷୀ ୪ ଜଣଙ୍କୁ ଆସନ୍ତା ୨୨ ତାରିଖ ସକାଳ ‌୭ଟାରେ ତିହାର ଜେଲରେ ଫାଶୀ ଦିଆଯିବ। (ଏଜେନ୍ସି)

Read More

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ମାଇକେଲ ଦେବବ୍ରତ ପାତ୍ର। ମଙ୍ଗଳବାର ମଧ୍ୟାହ୍ଣରେ କେନ୍ଦ୍ର ସରକାର ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।  ବିର୍‌ଲା ଆଚାର୍ଯ୍ୟଙ୍କ ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେବାର ପ୍ରାୟ 6 ମାସ ପରେ ଏହି ପଦବୀ ପାଇଁ ନିଯୁକ୍ତି କରାଯାଇଛି। ପୂର୍ବରୁ ଶ୍ରୀ ପାତ୍ର ମନିଟାରୀ ପଲିସି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ପାତ୍ର ଜଣେ ଏମପିସି ଭାବେ ପରିଚିତ। ସେ ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ସୁଧହାର କମାଇବା ପାଇଁ ନିଆ ଯାଉଥିବା ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶ୍ରୀ ପାତ୍ର ଏହି ପଦବୀରେ ତିନି ବର୍ଷ ପାଇଁ ନିଯୁକ୍ତି ପାଇଛନ୍ତ । ଭାରତୀୟ ରିଜର୍ଭ ବ୍ୟାଙ୍କରେ ଚତୁର୍ଥ ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବେ ଦେବବ୍ରତ ପାତ୍ର । (ଏଜେନ୍ସି)

Read More

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ଜାନୁଆରୀ 21 ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବ। ଜାନୁଆରୀ 22ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଜାନୁଆରୀ 24 ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ନିର୍ବାଚନ ଆୟୋଗ ତରଫରୁ 36ଟି ନିର୍ବାଚନ ଅଫିସ୍‌ କରାଯାଇଛି । ଦିଲ୍ଲୀର 11ଟି ଜିଲ୍ଲାରେ ନିର୍ବାଚନ ଅଧିକାରୀ ନାମାଙ୍କନ ପତ୍ର ଦାଖଲ ପାଇଁ କାର୍ଯ୍ୟ କରିବେ। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ଫେବୃଆରୀ 8 ତାରିଖରେ ମତଦାନ ଅନୁଷ୍ଠିତ ହେବ । ଏବଂ ଫେବୃଆରୀ 11 ତାରିଖରେ ଫଳାଫଳ ଘୋଷଣା ହେବ । ଚଳିତ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଫେବୃଆରୀ 22 ତାରିଖରେ ଶେଷ ହେବ । 2015 ବର୍ଷରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ 924ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ…

Read More

ସମୀକ୍ଷା ବ୍ୟୁରୋ ବାଣପୁର: ବାଣପୁର ବିଜେପି ତରଫରୁ ବକୈୟା ବିଲ୍‌ ଆଦାୟକୁ ନେଇ ସେସୁକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଗତ କିଛିଦିନତଳେ ସେସୁ ତରଫରୁ ବକୈୟା ବିଲକୁ ନେଇ ଏକ ବିଜ୍ଞାପନ ଉଭୟ ପ୍ରିଣ୍ଟ ଓ ଇଲୋକୋଟ୍ରୋନିକ୍ସ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ବିଜ୍ଞାପନ ଅନୁସାରେ ଆସନ୍ତା ୧୫ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନକଲେ ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବାରୁ ବଞ୍ଚିତ କରାଯିବ ବୋଲି ନିର୍ଦ୍ଦେଶ ରହିଥିଲା। ସେସୁର ଏପରି ନିଷ୍ପତ୍ତିକୁ ବାଣପୁର ଭାରତୀୟ ଜନତା ପାର୍ଟି ତୀବ୍ର ନିନ୍ଦା କରିଛି। ବାଣପୁର ନଗର ମଣ୍ଡଳ ସଭାପତି ଭଗବାନ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏଭଳି ଏକ ଜନବିରୋଧୀ ଘୋଷଣାକୁ ବିରୋଧ କରିବା ସହିତ ସେସୁର କନିଷ୍ଠ ଯନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକ ପତ୍ର ପଠାଇଛି। ଆଗାମୀ ସମୟରେ ଛାତ୍ର ଛାତ୍ରୀମାନଙ୍କର ପରୀକ୍ଷା ଆସୁଥିବାରୁ ସେସୁ ତରଫରୁଏପରି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ଅନସ୍ବୀକାର୍ଯ୍ୟ।…

Read More

କାଶ୍ମର: ଜମ୍ମୁକାଶ୍ମୀରରେ ଲଗାତାର ଜାରି ରହିଥିବା ବରଫପାତରେ ସାଧାରଣ ଜୀବନ ଯାତ୍ରା ଠପ୍‌ ହୋଇ ଯାଇଛି। ତୁଷାର ଝଡ଼ ଯୋଗୁ ହୋଇଥିବା ହିମ ସ୍ଖଳନରେ ୩ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ଏଥିରେ ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ହିମସ୍ଖଳନରେ ତଳେ ଚାପି ହୋଇ ରହିଥିବା କେତେକ ଯବାନଙ୍କୁ ଉଦ୍ଧାର କରାଯାଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ଯବାନ ନିଖୋଜ ଥିବା କୁହାଯାଉଛି। ରାମପୁର ଏବଂ ଗୁରେଜ ସେକ୍ଟରରେ ଏକାଧିକ ସ୍ଥାନରେ ହିମସ୍ଖଳନ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେନା ତରଫରୁ ଏହି ଅଞ୍ଚଳଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Read More

ସମୀକ୍ଷା ବ୍ୟୁରୋ ଆଭ୍ୟନ୍ତରରୁ ଉପକୂଳ ଓଡିଶା , ସବୁଆଡେ ଅସମ୍ଭାଳ ଜାଡ। ଥରୁଛି ସାରା ଓଡିଶା। କିନ୍ତୁ ଓଡିଶା ବିଜେପିରେ ଉଷ୍ମତାର ଲହରୀ। ଓଡିଶା ବିଜେପିରେ ସୃଷ୍ଟି ହୋଇଛି ଫାଟ। ଯେଉଁମାନେ ଦିନେ ଦଳରେ ନିଜକୁ ସଭାପତି ର ଦାବିଦାର ଭାବୁଥିଲେ ଏ ଖବର ତାଙ୍କୁ ବ୍ୟଥିତ କରିବା ସହିତ ବିସ୍ମିତ କରିଛି। ବିଜେପିର ଭୁବନେଶ୍ବର ସାଂସଦ ଥିବା ଅପରାଜିତା ଷଡଙ୍ଗୀ ଅଜିତା ନାମକ ଏକ ମହିଳା ସଶକ୍ତିକରଣ  ଯୋଜନାର ଶୁଭାରମ୍ଭ କରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। ଅତୀତରେ ବିଜୁ ଜନତା ଦଳ ଆରମ୍ଭ କରିଥିବା ମିସନ ଶକ୍ତି କୁ ମାତ ଦେବା ଲାଗି ଅଜିତା ଯୋଜନାର ଶୁଭାରମ୍ଭ କରାଯାଇଛି। ଏହା ଦ୍ଵାରା ବିଜେପି ମହିଳାମାନଙ୍କ ଭୋଟକୁ ହାତେଇବାକୁ ଲକ୍ଷ୍ୟ ରଖିଛି। ଅଜିତାର ଅର୍ଥ ନିଜର ପ୍ରତିବିମ୍ବ ହୋଇଥିବା ବେଳେ ଏହା ଦ୍ଵାରା ସେପରି କିଛି ଉନ୍ନତି ସାଧନ ହେବା ନେଇ ବିଶେଷଜ୍ଞ ମାନେ ଭାବି ପାରୁ ନାହାନ୍ତି।…

Read More