Author: Samikhsya Bureau
ସମୀକ୍ଷା ବ୍ୟୁରୋ ଆପଣଙ୍କ ଦାନ୍ତ ପୋକ ଖାଉଛି କି !! ଯଦି ହଁ ତେବେ ଚୁଇଁଗମ ଖାଇଲେ ଦାନ୍ତ ପୋକ ଖାଇବାରୁ ରକ୍ଷା ମିଳିଥାଏ। ଏହିପରି କିଛି ତଥ୍ୟ ଆବିଷ୍କାର କରିଛନ୍ତି ବୈଜ୍ଞାନିକମାନେ। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ମଧ୍ୟ ରହିଛନ୍ତି। ସେମାନେ ପରୀକ୍ଷା ନିରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ମିଠାମୁକ୍ତ ବା ସୁଗାର ଫ୍ରି ଚୁଇଁଗମ ଖାଇଲେ ବଡ ଲୋକ ଏବଂ ଛୁଆମାନଙ୍କଠାରେ ଦାନ୍ତ ମୂଳରେ ମାଂସ ବଢିବା ତଥା ଅନ୍ୟାନ୍ୟ ଦନ୍ତ କ୍ଷୟ ଭଳି ରୋଗ ଦେଖାଯାଏ ନାହିଁ। କିଙ୍ଗସ୍ କଲେଜ ଲଣ୍ଡନରୁ ପ୍ରକାଶିତ ହେଉଥିବା ଜର୍ନାଲ ଅଫ ଡେନ୍ଟାଲ ରିସର୍ଚ୍ଚରେ କୁହାଯାଇଛି ଯେ ଚୁଇଁଗମ ଚୋବାଇଲେ ଦାନ୍ତ ମୂଳରେ ମାଂସ ବୃଦ୍ଧି ହୁଏ ନାହିଁ ଏବଂ ତା’ସହିତ ଅନ୍ୟାନ୍ୟ ମୁଖରୋଗରୁ ମଧ୍ୟ ରକ୍ଷା କରିଥାଏ। ବେଳେବେଳେ ନିୟମିତ ବ୍ରସ କରିବାଠାରୁ ମଧ୍ୟ ଉପକାରୀ ହୋଇଥାଏ ଚୁଇଁଗମ। ଲଣ୍ଡନ କିଙ୍ଗସ୍ କଲେଜର ପ୍ରାଧ୍ୟାପକ ତଥା…
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପେଟା ପକ୍ଷରୁ 2019 ପାଇଁ ଶ୍ରେଷ୍ଠ ବ୍ୟକ୍ତିତ୍ବ ଭାବରେ ଚୟନ କରାଯାଇଛି । ଭାରତରେ ପଶୁପକ୍ଷୀଙ୍କ ବିକାଶ ପାଇଁ କୋହଲିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । କୋହଲି ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ପେଟାକୁ ଏକ ପତ୍ର ଲେଖିବା ସହିତ ଆମେର ଦୁର୍ଗରେ ବନ୍ଦ ରହିଥିବା ହାତୀ ମାଲତୀର ମୁକ୍ତି ପାଇଁ ଅନୁରୋଧ କରିଥିଲେ । ମାଲତୀକୁ 8 ଜଣ ବ୍ୟକ୍ତି ଅମାନୁଷିକ ନିର୍ଯାତନା ପ୍ରଦାନ କରୁଥିଲେ । କୋହଲିଙ୍କ ଚିଠି ପରେ ଜୀବଜନ୍ତୁଙ୍କ ପାଇଁ ରହିଥିବା ଜୀବଜନ୍ତୁ ଅଧିନିୟମ 1960ରେ ମଧ୍ୟ ପରିବର୍ତ୍ତନ ଅଣାଯାଇଥିଲା । ଏହି ପରିବର୍ତ୍ତନ ଅନୁଯାୟୀ ପଶୁପକ୍ଷୀଙ୍କୁ ନିର୍ଯାତନା ପ୍ରଦାନ କଲେ ଦଣ୍ଡ ସହିତ ଜରିମାନାର ବ୍ୟବସ୍ଥା ରହିଛି । ଏତଦ୍ବ୍ୟତିତ କୋହଲି ବେଙ୍ଗାଲୁରୁରେ ପଶୁପକ୍ଷୀଙ୍କ ପାଇଁ ଏକ ଆଶ୍ରୟ ସ୍ଥଳ ମଧ୍ୟ ନିର୍ମାଣ କରିଛନ୍ତି । କୋହଲିଙ୍କ ପୂର୍ବରୁ ପଶୁସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ…
ସମୀକ୍ଷା ବ୍ୟୁରୋ ବାଣପୁର ବ୍ଲକ୍ର ଗମ୍ଭାରୀମୁଣ୍ଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ଏକ ହେୟାରକ୍ଲିପ୍ ପାଇଁ ଆଜି ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି। ଭଉଣୀ ସହିତ ସାମାନ୍ୟ ଏକ କ୍ଲିପ୍ ପାଇ ଝଗଡ଼ା ହେବାରୁ ରାଗରେ ନାବାଳିକାଜଣକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ନାବାଳିକାର ବୟସ ମାତ୍ର ୧୪ ବର୍ଷ ବୋଲି ଜଣାପଡିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହ ନାବାଳିକାର ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି। ଏହି ଘଟଣାର ତଦନ୍ତ କରୁଛନ୍ତି ଥାନାଧିକାରୀ ଏଏସ୍ଆଇ ମୂରଲୀଧର ବଳିୟାରସିଂହ।
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ଆଜି ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଯଦିଓ ପାଓ୍ବାର ଆଜି କୃଷକଙ୍କ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା କହିଛନ୍ତି, ହେଲେ ରାଜନୈତିକ ମହଲରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ଦେଖାଦେଇଛି । ଦୁହେଁ ପାଖାପାଖି ଅଧଘଣ୍ଟାଏ ପାଖାପାଖି ସାକ୍ଷାତ କରିଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ରହିଥିଲେ। ବୈଠକ ପରେ ଶରଦ ପାଓ୍ବାର କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀଙ୍କୁ କୃଷକଙ୍କ ସମସ୍ୟା ବିଷୟରେ ଅବଗତ କରାଇଛନ୍ତି। ଏବଂ ଆସନ୍ତା ବର୍ଷ ଅର୍ଥାତ୍ ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ଦୁଇ ତାରିଖ ମଧ୍ୟରେ ହେବାକୁ ଥିବା ବସନ୍ତ ଦାଦା ସୁଗାର୍ ଇନ୍ଷ୍ଟିଚ୍ୟୁଟ୍ ପ୍ରୋଗ୍ରାମ୍ ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ମୋଦିଙ୍କୁ ସାକ୍ଷାତ କରିବା ପୂର୍ବରୁ କୃଷକଙ୍କ ସମସ୍ୟା ସମ୍ବଳିତ ଏକ ପତ୍ର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ ଏନ୍ସିପି ମୁଖ୍ୟ । ଏହି…
ଭାରତର ବଡ଼ କୂଟନୀତିକ ବିଜୟ ହୋଇଛି । ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାରତକୁ ହିଁ କରିବେ । ରବିବାର ସେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବା ପରେ ଭାରତର ଚିନ୍ତା ବଢ଼ିଥିଲା । ରାଜପକ୍ଷା ଭାରତ ଅପେକ୍ଷା ଚୀନକୁବେଶୀ ସମର୍ଥନ କରିବେ ବୋଲି ଚର୍ଚ୍ଚା ହେଉଥିଲା । ରାଜପକ୍ଷା ଶପଥ ନେବା କ୍ଷଣି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କୁ ସାକ୍ଷାତ କରିବା ପାଇଁ ଶ୍ରୀଲଙ୍କା ଗସ୍ତ କରିଥିଲେ । ଆସନ୍ତା 29ତାରିଖରେ ସେ ଭାରତ ଆସିବା ନେଇ ରାଜପକ୍ଷା ସମ୍ମତି ପ୍ରଦାନ କରିଥିବା ନେଇ ଜୟଶଙ୍କର ଟ୍ବିଟ୍ କରିଛନ୍ତି ।
ସମଗ୍ର ଦେଶରେ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍ଆରସି) ନିୟମ ଲାଗୁ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରକାଶ କରିଛନ୍ତି । ମଙ୍ଗଳବାର ରାଜ୍ୟସଭାରେ ଶାହା ଏହି ମନ୍ତବ୍ୟ ଦେଇଛନ୍ତି । ଦେଶର ପ୍ରତ୍ୟୋକ ନାଗରିକ ଏବଂ ସମସ୍ତ ଧର୍ମର ଲୋକଙ୍କୁ ଏହି ଆଇନ ପରିସରରେ ସାମିଲ କରାଯିବ ବୋଲି ଶାହା କହିଛନ୍ତି । ଏହି ବିଲ୍ଟି ନାଗରିକ ସଂଶୋଧନ ବିଲ୍ର ପରିବର୍ତ୍ତିତ ରୂପ ବୋଲି ଶାହା କହିଛନ୍ତି । ଦେଶର କୌଣସି ସମ୍ପ୍ରଦାୟର ବ୍ୟକ୍ତି ଏହି ଆଇନ ପାଇଁ ଚିନ୍ତିତ ହେବା ଉଚିତ ନୁହେଁ । ଏହି ବିଲ ପାଇଁ ଦେଶରେ ଅବସ୍ଥାନ କରୁଥିବା ବିଦେଶୀ ନାଗରିକ ଚିନ୍ତିତ ହେବା ଉଚିତ୍ ବୋଲି ଶାହା ପ୍ରକାଶ କରିଛନ୍ତି ।
ବାଲ୍ୟ ବିବାହ ଉପରେ ଲଗାମ ଲଗାଇବା ପାଇଁ ଆସାମ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ବାଲ୍ୟ ବିବାହ ରୋକିବା ପାଇଁ ଆସାମ ସରକାର ଅରୁନ୍ଧତୀ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ବୁଧବାର ସର୍ବାନନ୍ଦ ସୋନାବାଲ୍ଙ୍କ କ୍ୟାବିନେଟ୍ ଏହି ଯୋଜନା ଉପରେ ମୋହର ଲଗାଇଛି । ମନ୍ତ୍ରୀ ହମେନ୍ତ ବିଶ୍ବ ସରମା ଏହି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ବୋହୂମାନଙ୍କୁ ଏକ ତୋଲା ସୁନା ପ୍ରଦାନ କରାଯିବ । ଏହି ଯୋଜନା ୧ ଜାନୁଆରୀ ୨୦୨୦ରୁ କାର୍ଯ୍ୟକାରୀ ହେବ । ଏହି ଯୋଜନାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କୁ ସର୍ତ୍ତ ମୁତାବକ ବିବାହର ବିଶେଷ ଅଧିନିୟମ, ୧୯୫୪ ଅନ୍ତର୍ଗତ ପଞ୍ଜିକୃତ ହେବା ଅନିବାର୍ଯ୍ୟ କରାଯାଇଛି ।
ଜମ୍ମୁ କାଶ୍ମୀରରେ ପଥର ଫିଙ୍ଗା ଅବିଶ୍ବସନୀୟ ଭାବରେ ହ୍ରାସ ପାଇଛି ବୋଲି ଲୋକସଭାରେ ଗୃହମନ୍ତ୍ରାଳୟର କେନ୍ଦ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ ପ୍ରକାଶ କରିଛନ୍ତି । ମଙ୍ଗଳବାର ଲୋକସଭାରେ ରେଡ୍ଡୀ ଏହି ସୂଚନା ଦେଇଛନ୍ତି । 2019 ମସିହାରେ ଧାରା 370 ଉଚ୍ଛେଦ ପରଠାରୁ 190ଟି ପଥର ଫିଙ୍ଗା ଘଟଣା ଘଟିଥିବା ବେଳେ 765 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଅଗଷ୍ଟ 4 ପୂର୍ବରୁ 361ଟି ପଥର ଫିଙ୍ଗା ଘଟଣା ଘଟିଥିବା ଜଣାପଡିଛି । 2016 ମସିହାରେ 2653ଟି ପଥରଫିଙ୍ଗା ମାମଲା ଆସିଥିବା ବେଳେ 10571 ଜଣଙ୍କୁ ଗିରଫ କରାଯାଇଥିଲା । 2017ରେ 1412ଟି ଘଟଣା ଘଟିଥିବା ବେଳେ 2838 ଜଣଙ୍କୁ ଗିରଫ କରାଯାଇଥିଲା । 2018ରେ 1458ଟି ପଥରଫିଙ୍ଗା ଘଟଣା ଘଟିଥିବା ବେଳେ 3797 ଜଣଙ୍କୁ ଗିରଫ କରାଯାଇଥିଲା । ବିଗତ ତିନି ବର୍ଷ ତୁଳନାରେ ଚଳିତ ବର୍ଷ 551ଟି ପଥର ଫିଙ୍ଗା ମାମଲା ଆସିଛି । କାଶ୍ମୀର ଉପତ୍ୟାକାକୁ…
ମାଲକାନଗିରି ଜିଲ୍ଲାର କରୁକୋଣ୍ଡା ବ୍ଲକର ନାକମାମୁଡ଼ି ପଞ୍ଚାୟତରେ ଚଢ଼ଉ କରାଯାଇ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ମାଲକାନଗିରି ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ଥାନା ମିଳିତ ଉଦ୍ୟମରେ ଗତକାଲି ଏହି ଚଢ଼ଉ କରାଯାଇଥିଲା । ଚିତ୍ରକୋଣ୍ଡା ଥାନା ଅଧୀନ ନାକାମାମୁଡ଼ି ପଞ୍ଚାୟତର ଖଡିକାଝାଡୁ,ସିନ୍ଧିଗୁଡା,ଡାଇକ ଗ୍ରାମରେ ପାଖାପାଖି 50 ଏକର ଜମିରେ ହୋଇଥିବା 84 ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।
ଭାରତୀୟ ସେୟାର ବଜାରରେ ଅଦ୍ଭୂତପୂର୍ବ ସଫଳତା ଦେଖିବାକୁ ମିଳିଛି । ସେନ୍ସେକ୍ସ 300 ପଏଣ୍ଟ ଉପରକୁ ଉଠିବା ସହିତ ଏକ ନୂତନ ମାଇଲଖୁଣ୍ଟ ଛୁଇଁଛି । 346 ପଏଣ୍ଟ ଉପରକୁ ଉଠିବା ସହିତ ସେନସେକ୍ସ 40816 ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫ୍ଟି 50 ମଧ୍ୟ 12 ହଜାର ପଏଣ୍ଟ ଅତିକ୍ରମ କରିଛି । ଏହି ସମୟରେ ରିଲାଏନ୍ସ ସବୁଠାରୁ ଅଧିକ ଲାଭ ହାସଲକାରୀ କମ୍ପାନୀ ରହିଥିଲା । ରିଲାଏନ୍ସର ଅଂଶଧନ ମୂଲ୍ୟରେ 4.05 ପ୍ରତିଶତ ଅଭିବୃଦ୍ଧି ଘଟିଛି । ରିଲାଏନ୍ସ ବ୍ୟତିତ ଇଣ୍ଡସଇଣ୍ଡ ବ୍ୟାଙ୍କ, ସନ୍ ଫାର୍ମା, ଡ.ରେଡ୍ଡୀ, ଏଲ୍ ଆଣ୍ଡଟି ଏବଂ କୋଲ ଇଣ୍ଡିଆର ଅଂଶଧନରେ ନିବେଶକଙ୍କୁ ଫାଇଦା ମିଳିଥିଲା ।