ସମୀକ୍ଷା ବ୍ୟୁରୋ ବାରିପଦା: ବୁଧବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ବାରିପଦା ଗସ୍ତରେ ଯାଉଛନ୍ତି। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଲା ସେ ମୟୁରଭଂଜ ଜିଲ୍ଲାର ଆଦିବାସୀ ମହା ସମ୍ମିଳନୀରେ ଯୋଗଦେବେ। ବିଜେଡି ତରଫରୁ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ବହୁ ସଂଖ୍ୟାରେ ଆଦିବାସୀ ଯୋଗଦେବା ପାଇଁ ଦଳ ତରଫରୁ ଦୀର୍ଘଦିନରୁ ପ୍ରସ୍ତୁତି କରାଯାଇଛି। ଏଥିସହିତ ସେଠାରେ ଆଦିନୀ ଗ୍ରୁପ ଓ ଭୁବନେଶ୍ବର କିସର ମିଳିତ ସହଯୋଗରେ ଏକ ଆଦିବାସୀ ସ୍କୁଲକୁ ନବୀନ ମଧ୍ୟ ଶୁଭାରମ୍ଭ କରିବେ। ଏହି ଗସ୍ତ ଅବସରରେ ନବୀନ ଆଦିବାସୀଙ୍କ କଲ୍ୟାଣ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିବେ। ତେବେ ବିଜେଡି ପ୍ରତି ଆଦିବାସୀଙ୍କ କିପରି ସମର୍ଥନ ରହିଛି ଏହା ହେଉଛି ତାହାର ଏକ ଶକ୍ତି ପରୀକ୍ଷା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ମୟୁରଭଂଜ ଜିଲ୍ଲାରେ ବିଜେଡିର ସ୍ଥିତି ଭଲ ନାହିଁ। ଏଥର ନିର୍ବାଚନରେ ମଧ୍ୟ ବିଜେଡି ମୟୁରଭଂଜରୁ ଯେପରି ଆଶା କରିଥିଲା…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ: ସନ୍ଧ୍ୟାରେ ବଲିଉଡ ସୁପରଷ୍ଟାର ଦୀପିକା ପାଦୁକୋନ ଜଓ୍ଵାହରଲାଲ ନେହେରୁ ବିଶ୍ବ ବିଦ୍ୟାଳୟ ରେ ପହଞ୍ଚି ଛାତ୍ର ଛାତ୍ରଛାତ୍ରୀ ଙ୍କ ପ୍ରତି ନିଜର ନୀରବ ସମର୍ଥନ ଦେଇଛନ୍ତି। ଗତ ରବିବାର ରାତିରେ ଜେଏନୟୁ ରେ ହୋଇଥିବା ଆକ୍ରମଣ ବିରୋଧରେ ଦେଶସାରା ପ୍ରତିବାଦ ଚାଲିଥିବା ସମୟରେ ଦୀପିକା ଙ୍କର ସମର୍ଥନ ବିଜେପି ଶିବିର କୁ ଅଡ଼ୁଆରେ ପକାଇଛି। ଦୀପିକା ଏ ସମ୍ପର୍କରେ କୌଣସି ବକ୍ତବ୍ୟ ରଖି ନ ଥିବା ବେଳେ ବିଜେପି ତରଫରୁ ତାଙ୍କ ସିନେମା ବର୍ଜନ କରାଯାଉ ବୋଲି ସୋସିଆଲ ମିଡ଼ିଆ ପ୍ରଚାର ଆରମ୍ଭ ହେଲାଣି। ବିଜେପି ର ବଡ଼କୁହା ନେତା ତେଜିନ୍ଦର ବାଗ୍ଗା ଦୀପିକା ଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ନାଗରିକ ଆଇନ ଓ ଜେଏନୟୁ ପ୍ରସଙ୍ଗ ରେ ବିଜେପି ତୀବ୍ର ବିରୋଧର ସମ୍ମୁଖୀନ ହେଊଥିବା ବେଳେ ଦୀପିକା ପାଦୁକୋନ ଙ୍କ ସ୍ତରର ସିନେ ତାରକା ଜେଏନୟୁ କୁ ସମର୍ଥନ ଦେବା, ରାଜନୀତି ରେ ଝଡ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଟାଟା ଷ୍ଟିଲ୍ ଭୁବନେଶ୍ୱର ହାଫ୍ ମାରାଥନ୍ (ଟିଏସ୍ବିଏଚ୍ଏମ୍)ର ପଂଚମ ସଂସ୍କରଣ ଯାହା କଳିଙ୍ଗ ଷ୍ଟାଡିୟମ୍ରେ ୨୦୨୦ ଜାନୁଆରି ୧୨ରେ ଅନୁଷ୍ଠିତ ହେବାର ଥିଲା ତାହା ସ୍ଥଗିତ କରାଯାଇଛି ଏବଂ ତାହା ଆସନ୍ତା ୨୦୨୦ ଜାନୁଆରି ୧୯, ରବିବାର ଦିନ ଅନୁଷ୍ଠିତ ହେବ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗିତାରେ ଆୟୋଜନ କରାଯାଉଥିବା ଟିଏସବିଏଚଏମ ୨୦୨୦ ଜବରଦସ୍ତ ସମର୍ଥନ ହାସଲ କରିଛି ଏବଂ ଏଥିରେ ସାରା ଦେଶର ଦୌଡ଼ାଳୀ ଅଂଶଗଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି ଯେଉଁମାନେ ଏକ ନିର୍ଦିଷ୍ଠ ମଂଚରେ ଏକଜୁଟ ହୋଇ ସ୍ୱାସ୍ଥ୍ୟ ଏବଂ ଚଳଚଂଚଳ ଜୀବନଶୈଳୀର ପ୍ରସାର କରିବେ। କାର୍ଯ୍ୟକ୍ରମ ସଂପର୍କିତ ଅନ୍ୟ ସମସ୍ତ ବିଷୟ ଯଥା ଆୟୋଜନ ସ୍ଥାନ, ଦୌଡ଼ର ବର୍ଗ, ଦୌଡ଼ ଆରମ୍ଭ ସମୟ, ପୁରସ୍କାର ରାଶି, ରୁଟ (ମାର୍ଗ) ଇତ୍ୟାଦି ଅପରିବର୍ତିତ ରହିଛି । ଏ ସଂପର୍କିତ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଜେ.ଏନ୍.ୟୁ.ରେ ଛାତ୍ର ଓ ଅଧ୍ୟାପକମାନଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣକୁ ତୀବ୍ର ନିନ୍ଦା କରି ଭୁବନେଶ୍ୱରରେ ବିଭିନ୍ନ ଗବେଷଣା କେନ୍ଦ୍ର ଓ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ସ୍କଲାରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଏବଂ ଆଇ.ଏମ୍.ଏମ୍.ଟି ରେ ଶାନ୍ତିିପୂର୍ଣ୍ଣ ଶୋଭଯାତ୍ରା କରାଯାଇଛି । ଗତ କିଛିଦିନ ହେବ ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା ଜେ.ଏନ୍.ୟୁ, ଯାଦବପୁର ବିଶ୍ୱବିଦ୍ୟାଳୟ, ଆଲିଗଡ଼ ମୁସ୍ଲିମ୍ ବିଶ୍ୱବିଦ୍ୟାଳୟ, ଜାମିଆ ମିଲିଆ ଇସ୍ଲାମିଆ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ଉପରେ ହିଂସା ଓ ଅତ୍ୟାଚାର ବଢି ଚାଲିଛି । ବହୁ ହିଂସାକାରୀ ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ନିଷ୍ଠୁରଭାବେ ଆକ୍ରମଣ କରୁଛନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ, ଆଜି ଗବେଷଣାରତ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରିସରରେ ନିଜକୁ ସୁରକ୍ଷିତ ମନେ କରୁନାହାଁନ୍ତି । ଏହି ପରିସ୍ଥିତିତରେ ଜେ.ଏନ୍.ୟୁରେ ଯେଉଁମାନେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଆକ୍ରମଣ କରିଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର…
Mumbai: Actress Kangana Ranaut seen at Bandra, in Mumbai on Jan 6, 2020. (Photo: IANS)
ଝାଡଖଣ୍ଡ : ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ବିଧାୟକ ରବୀନ୍ଦ୍ର ନାଥ ମହତୋଙ୍କୁ ମଙ୍ଗଳବାର ଦିନ ସର୍ବସମ୍ମତିକ୍ରମେ ଝାଡଖଣ୍ଡ ବିଧାନସଭାର ନୂତନ ଅଧ୍ୟକ୍ଷ ରୂପେ ନିର୍ବାଚିତ କରାଯାଇଛି । ମହତୋ ସୋମବାର ଦିନ ନାମାଙ୍କନ ଦାଖଲ କରିଥିଲେ । ମହତୋ ନାଲା ବିଧାନସଭା ଆସନରୁ ତିନିଥର ବିଧାୟକ ରୂପେ ନିର୍ବାଚିତ ହୋଇଛନ୍ତି । ପ୍ରଥମଥର 2005ରେ ନିର୍ବାଚିତ ହୋଇଥିବାବେଳେ ପୁନର୍ବାର 2014ରେ ଓ ପୁନଃ 2019ରେ ବିଧାନସଭା ନିର୍ବାଚନ ଜିତିଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ: ନିର୍ଭୟା ରାୟ ଆସିବା ପରେ କୋର୍ଟ ପରିସରରେ ନିର୍ଭୟାଙ୍କ ମା ଗଣମାଧ୍ୟମକୁ ଏକ ଚାଞ୍ଚଲ୍ୟକର ଖବର ଦେଇଛନ୍ତି। ତାହା ହେଲା ଦୋଷୀମାନଙ୍କୁ ଏ ପର୍ଯ୍ୟନ୍ତ ସଜା ଦିଆଯାଇ ନ ଥିବାରୁ ନିର୍ଭୟା ଫଟୋରେ ଫୁଲ ଚଢାଯାଇ ନ ଥିଲା। ଆମେ ଶପଥ କରିଥିଲୁ ଯେ, ଯେ ପର୍ଯ୍ୟନ୍ତ ନିର୍ଭୟା ହତ୍ୟାକାରୀଙ୍କୁ ଦଣ୍ଡ ନ ମିଳିଛି ସେ ପର୍ଯ୍ୟନ୍ତ ତା ଫଟୋରେ ଫୁଲ ଦିଆଯିବ ନାହିଁ। ଏବେ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି କୋର୍ଟ ରାୟ ଦେବା ପରେ ତା ଫଟୋରେ ଫୁଲ ଦିଆଯିବ । କୋର୍ଟ ନିକଟରେ ଗଣମାଧ୍ୟମକୁ ଏ କଥା କହିଛନ୍ତି ନିର୍ଭୟା ମା। ଆଜି ନିର୍ଭୟା ଦୁସ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା 4 ଜଣଙ୍କୁ ଫାଶି ଦିଆଯିବ ବୋଲି କୋର୍ଟ ରାୟ ଦେଇଛନ୍ତି। ଏହି ରାୟକୁ ନେଇ ସାରା ଦେଶର ଲୋକେ ସମର୍ଥନ କରିଛନ୍ତି। ଡିସେମ୍ବର ୨୦୧୨ରେ ନୂଆଦିଲ୍ଲୀର ଏକ ଚଳନ୍ତା ବସରେ…
ମୁମ୍ବାଇ : ଆଜି ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶିକାରା – ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ କାଶ୍ମୀର ପଣ୍ଡିତ୍’ର ଟ୍ରେଲର୍ର ରିଲିଜ୍ ହୋଇଛି । ଫିଲ୍ମରେ ଆଦିଲ୍ ଖାନ୍ ଓ ସାଦିଆ ଲିଡ୍ରୋଲ୍ରେ ନଜର ଆସିଛନ୍ତି । ଏହି ଦୁଇ କଳାକାରଙ୍କ ଏହା ହେଉଛି ପ୍ରଥମ ଫିଲ୍ମ । ଫିଲ୍ମରେ 4 ଲକ୍ଷ କାଶ୍ମୀର ପଣ୍ଡିତଙ୍କ ଦୁଃଖକୁ ଦର୍ଶାଯାଇଛି । ନିଜ ମାଟିରେ ଶରଣାର୍ଥୀ ହୋଇଥିବା କାଶ୍ମୀର ପଣ୍ଡିତଙ୍କ ଉପରେ ଫିଲ୍ମଟି ପର୍ଯ୍ୟବସିତ । ନିଜ ଜନ୍ମମାଟିରେ ନିଜର ଅସ୍ତିତ୍ବ ଖୋଜୁଥିବା କାଶ୍ମୀର ପଣ୍ଡିତଙ୍କ ଦୁଃଖ ଦୁର୍ଦ୍ଦଶାକୁ ଏହି ଟ୍ରେଲ୍ରରେ ଦେଖାଯାଇଛି । ଭାବନାର ଉତ୍ଥାନ ଓ ପତନ ସହିତ ଏହି ଫିଲ୍ମରେ ଏକ ଗୁଜୁରାଟୀ ପ୍ରେମକାହାଣୀକୁ ମଧ୍ୟ ସମାନ୍ତରାଳ ଭାବେ ଦର୍ଶାଯାଇଛି । ଏହି ପ୍ରେମ କାହାଣୀ ସହିତ ନିର୍ଦ୍ଦେଶକ କାଶ୍ମୀର ପଣ୍ଡିତ୍ମାନଙ୍କର ପୀଡାକୁ ମଧ୍ୟ ଦେଖାଇବାର ପ୍ରଚେଷ୍ଟା କରିଛନ୍ତି । ଫିଲ୍ମଟି ଫେବୃଆରୀ 7 ତାରିଖରେ…
ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତା ଜାନୁଆରୀ ୨୨ ତାରିଖ ସକାଳ ୭ ଟାରେ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରି ଅପରାଧୀଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରାଯିବ। ଏଥିପାଇଁ ଦିଲ୍ଲୀର ଏକ ଅଦାଲତ ଅନ୍ତିମ ତାରିଖ ଓ ସମୟ ନିର୍ଦ୍ଧାରଣ କରିଛନ୍ତି। ଡିସେମ୍ବର ୨୦୧୨ରେ ନୂଆଦିଲ୍ଲୀର ଏକ ଚଳନ୍ତା ବସରେ ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂଙ୍କୁ ଗଣ ବଳାତ୍କାର ଓ ହତ୍ୟା କରା ଯାଇଥିଲା। ଏହାର ପ୍ରତିବାଦରେ ସେତେବେଳେ ସାରଦେଶ ଏକାଠି ହୋଇଥିଲା। ସାତ ବର୍ଷ ପରେ ଏହି ଅପରାଧ ସହ ସମ୍ପୃକ୍ତ ଚାରି ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଅନ୍ତିମ ନିଷ୍ପତ୍ତି ନିଆଯାଇଛି। ନିର୍ଭୟା କାଣ୍ଡର ଚାରି ଅଭିଯୁକ୍ତ ଅକ୍ଷୟ, ମୁକେଶ, ପବନ ଓ ବିନୟଙ୍କୁ ତିହାଡ଼ ଜେଲ୍ରେ ଫାଶୀ ଦିଆଯିବ । ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏହି ମାମଲା ନେଇ ଶୁଣାଣି ଆରମ୍ଭ ହୋଇଥିଲା । ଏହାପୂର୍ବରୁ…
ନୂଆଦିଲ୍ଳୀ : ତୀରନ୍ଦାଜୀରେ ଭାରତ ପାଇଁ ଅଲମ୍ପିକ୍ସ ପଦକ ହାସଲ କରିବା ତାଙ୍କର ଲକ୍ଷ୍ୟ ବୋଲି ହିମାନୀ ମଲିକ୍ ପ୍ରକାଶ କରିଛନ୍ତି । ଦକ୍ଷିଣ ଏସୀୟ ଚାମ୍ପିୟନ୍ସିପ୍ରେ ସ୍ବର୍ଣ୍ଣ ପଦକ ବିଜୟିନୀ ହିମାନୀ ମଲିକ୍ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ହରିୟାଣାର ହିସାର ସହରର ଏହି 18 ବର୍ଷୀୟ ଯୁବତୀ ଜଣକ ଜାନୁୟାରୀ 17 ଏବଂ 18 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଖେଲୋ ଇଣ୍ଡିଆ ଏକ ବଢିଆ ପ୍ଲାଟଫର୍ମ ରହିବ ବୋଲି ହିମାନୀ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଖେଲୋ ଇଣ୍ଡିଆ ଗୌହାଟୀରେ ଜାନୁୟାରୀ 10ରୁ 22 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।
https://www.youtube.com/watch?v=hl2rqE7rcbg
ତେହେରାନ୍ : ଇରାନ୍ର ପୂର୍ବତନ ସେନାମୁଖ୍ୟ କାସିମ୍ ସୁଲେମାନୀଙ୍କ ଅନ୍ତିମ ଦର୍ଶନରେ ଦଳାଚକଟା ଘଟିଛି । ଏହି ଦଳାଚକଟାରେ 35 ଜଣଙ୍କର ପ୍ରାଣହାନି ଘଟିଛି । ଇରାନର କାର୍ମାନ୍ରେ ସୁଲେମାନୀଙ୍କ ଅନ୍ତିମ ଦର୍ଶନ ସମୟରେ ଏହି ଘଟଣା ଘଟିଥିଲା । ଇରାନର ଜାତୀୟ ଟେଲିଭିଜନ୍ ଅନୁଯାୟୀ ଏହି ଘଟଣାରେ ଅନ୍ୟ 48 ଜଣ ଆହତ ହୋଇଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ଜାନୁୟାରୀ 3 ତାରିଖରେ ଆମେରିକା ଆକ୍ରମଣରେ ସୁଲେମାନୀ ପ୍ରାଣ ହରାଇବା ପରେ ସୋମବାର ଅନୁଷ୍ଠିତ ଅନ୍ତିମ ଦର୍ଶନରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ଆସନ୍ତା କାଲି ଘରୋଇ ବସ୍ ଚଳାଚଳ କରିବନି । ଭାରତ ବନ୍ଦ ପାଇଁ ସୁରକ୍ଷା ଦୃଷ୍ଟିରୁ ବସ୍ ନ ଚଳାଇବା ପାଇଁ ବସ୍ ମାଲିକମାନେ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିବାବେଳେ ବନ୍ଦ ଦୃଷ୍ଟିରୁ ଭୁବନେଶ୍ବରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଭିନ୍ନ ଛକରେ ପୋଲିସ୍ ଓ ଷ୍ଟ୍ରାଇକିଂ ଫୋର୍ସ ଉପସ୍ଥିତ ରହିବେ । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଛକ ମାନଙ୍କରେ 15 ଫ୍ଲାଟୁନ୍ ପୋଲିସ୍ ଫୋର୍ସ ମୂତୟନ ରହିବେ ବୋଲି ସୂଚନା ରହିଛି । ଏନ୍ଡିଏର ଦମନ ନୀତି ପ୍ରତିବାଦରେ 10ଟି ଶ୍ରମିକ ସଙ୍ଗଠନ ଆସନ୍ତାକାଲି 24 ଘଣ୍ଟିଆ ଭାରତ ବନ୍ଦ କରିବା ପାଇଁ ଡାକରା ଦେଇଛନ୍ତି । ଏହି ବନ୍ଦକୁ କୃଷକ ସଙ୍ଗଠନ ଓ କଂଗ୍ରେସ ମଧ୍ୟ ସମର୍ଥନ କରିଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 7/1: ଏଣିକି ଜେଲରେ ଅପରାଧୀ ମାନଙ୍କ ଚୋରା ମୋବାଇଲକୁ ଜଗିବ ମୋବାଇଲ ଫୋନ ଡିଟେକ୍ଟର। ରାଜ୍ୟର 91ଟି ଜେଲରେ ଲାଗିବ ମୋବାଇଲ ଫୋନ ଡିଟେକ୍ଟର । ଜେଲରେ ରହୁଥିବା ଅପରାଧୀ ମାନଙ୍କ ସଂଖ୍ୟାକୁ ଦେଖି ଦିଆଯିବ ମୋବାଇଲ ଡିଟେକ୍ଟର ମେସିନ । ଏହି ଯୋଜନାକୁ ଚଳିତ ଆର୍ଥିକ ବର୍ଷରେ କାର୍ଯକାରୀ କରାଯିବା ନେଇ ସୂଚନା ରହିଛି । ଏନେଇ 75 ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଜେଲ୍ କର୍ମଚାରୀ ଜେଲ୍ ଭିତରକୁ ଆଉ ମୋବାଇଲ୍ ନେଇ ପାରିବେନି । ଜେଲ ଭିତରକୁ ଯିବା ପୂର୍ବରୁ ମୋବାଇଲକୁ ଜେଲର ୱାର୍ଡରଙ୍କ ନିକଟରେ ଦାଖଲ କରି ଭତରକୁ ଯିବେ କର୍ମଚାରୀ । ଜେଲ୍ ଭିତରେ କଏଦୀମାନେ ମୋବାଇଲ୍ ବ୍ୟବହାର ହେଉଥିବା ଖବର ବାରମ୍ବାର ସାମ୍ନାକୁ ଆସିବା ପରେ ଜେଲ୍ ବିଭାଗ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆସନ୍ତାକାଲି ଭାରତ ବନ୍ଦ ଯୋଗୁଁ ତେଣୁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏହି କାରଣରୁ ବିଭିନ୍ନ ପରୀକ୍ଷା ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ତେବେ ଉତ୍କଳ ବିଶ୍ୱବିଦ୍ୟାଳୟରେ କାଲି ହେବାକୁ ଥିବା ପରୀକ୍ଷା ବାତିଲ କରି ଦିଆଯାଇଛି । ଆସନ୍ତା କାଲି 10ଟି ଶ୍ରମିକ ସଙ୍ଗଠନ ପକ୍ଷରୁ 24 ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ପୂର୍ବରୁ କଂଗ୍ରେସ ସମର୍ଥନ କରିଥିବାବେଳେ ବିଜେଡିର ରାଜା ସ୍ବାଇଁ ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଛନ୍ତି ।
ଅହମ୍ମଦାବାଦ, 7/1: ଜେଏନ୍ୟୁ ହିଂସା ନେଇ ଦେଶର ବିଭିନ୍ନ ସହରରେ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଗୁଜରାଟ ଅହମ୍ମଦାବାଦ୍ରେ ଏବିଭିପି-ଏନ୍ଏସ୍ୟୁଆଇ କର୍ମକର୍ତ୍ତା ମୁହାଁମୁହିଁ ହୋଇଛନ୍ତି। ଉଭୟପକ୍ଷଙ୍କ ମଧ୍ୟରେ ମାଡ଼ପିଟ ହୋଇଛି। ଏହା ସହିତ ଉଭୟ ପକ୍ଷଙ୍କ ମଧ୍ୟରେ ଟେକା ପଥର ମାଡ଼ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କେତେକ ସାଧାରଣ ଲୋକ ଆହତ ହୋଇଥିବା କୁହାଯାଉଛି। ଏବିଭିପି କାର୍ଯ୍ୟାଳୟ ନିକଟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ଜେଏନ୍ୟୁରେ ହୋଇଥିବା ହିଂସାକୁ ନେଇ ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ମଙ୍ଗଳବାର ଗୁଜୁରାଟର ଅହମ୍ମଦାବାଦରେ ଏବିଭିପି ଓ ଏନ୍ଏସ୍ୟୁଆଇର କର୍ମକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ମାରପିଟ୍ ହେବା ସହିତ ଟେକା ପଥର ମାଡ଼ ହୋଇଥିବାର ସୂଚନା ରହିଛି । ଏହି ଘଟଣାରେ କିଛି ଆହତ ମଧ୍ୟ ହୋଇଛନ୍ତି । ଜାନୁଆରୀ 5 ତାରିଖରେ ଜେଏନ୍ୟୁରେ ହୋଇଥିବା ହିଂସା ପରେ ଦେଶର ଅନେକ ବିଶ୍ବବିଦ୍ୟାଳୟରେ ବିରୋଧ…
ନୂଆଦିଲ୍ଲୀ : ଦେଶର ଅର୍ଥନୈତିକ ମାନ୍ଦାବସ୍ଥାର ମୁକାବିଲା କରିବା ପାଇଁ ଶିଳ୍ପପତି ମାନଙ୍କକୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟ୍ ଅଧିବେଶନ ନିକଟତର ହେଉଥିବାରୁ ଏହି ଆଲୋଚନାରେ ନୂତନ ନିଯୁକ୍ତି ସୃଷ୍ଟି କରିବା ଏବଂ ଅର୍ଥନୈତିକ ବ୍ୟବସ୍ଥାକୁ ସୁଧାରିବା ଉପରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସୋମବାର ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ, ଟାଟା ସନ୍ସର ରତନ ଟାଟା, ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା, ଭାରତୀ ଏୟାରଟେଲ ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ ଏବଂ ଗୌତମ ଅଦାନୀ ଏହି ବୈଠକରେ ଉପସ୍ଥିତ ଥିଲେ । (ଏଜେନ୍ସୀ)
https://www.youtube.com/watch?v=OAX_LZt-xe8
https://www.youtube.com/watch?v=ZWBStpogSvU
ନୂଆଦିଲ୍ଲୀ, 7/1: ଜେଏନ୍ୟୁରେ ଘଟିଥିବା ହିଂସାକାଣ୍ଡ ପାଇଁ ହିନ୍ଦୁ ରକ୍ଷା ଦଳ ନିଜକୁ ଦାୟୀ କରିଛି। ଏହି ସଂଗଠନର କର୍ମକର୍ତ୍ତାମାନେ ଜାନୁଆରୀ ୫ରେ ମୁଖାପିନ୍ଧି ଜେଏନୟୁ କ୍ୟାମ୍ପସରେ ହମଲା କରିଥିଲେ ବୋଲି ଏହାର ନେତା ପିଙ୍କି ଚୌଧୁରୀ କହିଛନ୍ତି। ସେ କହିଛନ୍ତି, ଜେଏନୟୁରେ ଦେଶଦ୍ରୋହୀଙ୍କ ଆଡ୍ଡା ଜମି ଥିବାରୁ ସଂଗଠନର କର୍ମକର୍ତ୍ତାମାନେ ଏଭଳି ଆକ୍ରମଣ କରିଛନ୍ତି। ହିନ୍ଦୁ ରକ୍ଷାଦଳ ତରଫରୁ ନେତା ପିଙ୍କି ଚୌଧୁରୀ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଜେଏନ୍ୟୁରେ ଦିନକୁ ଦିନ ଦେଶଦ୍ରୋହ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଆମେ ସହ୍ୟ କରିପାରିଲୁନାହିଁ । ଏହି ଆକ୍ରମଣ କରି ଆମେ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରୁଛୁ। ଏହି ହିଂସାକାଣ୍ଡକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି। ତେବେ ଏହି ଘଟଣା ପାଇଁ ଉଭୟ ବାମପନ୍ଥୀ ଛାତ୍ର ସଂଗଠନ ଓ ଏବିଭିପି ଦୁହେଁ ଦୁହିଁଙ୍କ ଉପରେ ଆରୋପ ଲଗାଇଛନ୍ତି। ପୋଲିସ୍ ଏହି ଘଟଣାର ଯାଞ୍ଚ…
ନୂଆଦିଲ୍ଲୀ : ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ଫେସ୍ବୁକ୍ ପକ୍ଷରୁ 4ଟି ନୂତନ ବୈଶିଷ୍ଟ୍ୟ ଯୋଡାଯାଇଛି । ପ୍ରାଇଭେସୀ ଚେକ୍ଅପ୍ ଟୁଲ୍ ଶେଷଥର ପାଇଁ 2014ରେ ଅପ୍ଡେଟ୍ କରାଯାଇଥିଲା । ସେହପରି କିଛି ପୋଷ୍ଟ ବା ସେୟାର କଲେ କିଏ ଦେଖିପାରିବେ ତା ମଧ୍ୟ ବ୍ୟବହାରକାରୀ ନିର୍ଦ୍ଧାରଣ କରିପାରିବେ । ସେହିପରି ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଫଟୋ ଏବଂ ଫୋନ୍ ନମ୍ବର କିଏ ଦେଖିବେ ତାହା ମଧ୍ୟ ବ୍ୟବହାରକାରୀ ନିର୍ଦ୍ଧାରଣ କରିବେ । ସେହିପରି ନିଜ ପାସଓ୍ବାର୍ଡକୁ ବଦଳାଇ ଦୃଢ ପାସଓ୍ବାର୍ଡ ରଖିବା ପାଇଁ ଫେସବୁକ୍ ପକ୍ଷରୁ ପରାମର୍ଶ ଦିଆଯାଇଛି । ସୋମବାର ଏକ ବ୍ଲଗ୍ପୋଷ୍ଟ ଜରିଆରେ ଫେସ୍ବୁକ୍ ପକ୍ଷରୁ ଏହି ସୂଚନା ଦେଇଛି । ସେହିପରି ଫେସ୍ବୁକ୍ରେ ଆପଣଙ୍କୁ କିଏ ଖୋଜି ପାରିବେ ତାହା ମଧ୍ୟ ବ୍ୟବହାରକାରୀ ନିର୍ଦ୍ଧାରଣ କରିପାରିବେ । ଫେସ୍ବୁକ୍ର ଡାଟା ସେଟିଂକୁ ଯାଇ କିଏ ଆପଣଙ୍କୁ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇବେ ତାହା ବ୍ୟବହାରକାରୀ ସ୍ଥିର କରିବେ…

