ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡ଼ିଆ ଛାତ୍ର ଅଂଶୁମାନ କାମିଲା ହେଲେ ଆଇଇଏସ୍ଟପ୍ପର । ଅଂଶୁମାନ ହେଉଛନ୍ତି ପୂର୍ବ ଚିପ୍ ପୋଷ୍ଟମାଷ୍ଟର ଜେନେରାଲ୍ ସନ୍ତୋଷ କାମିଲାଙ୍କ ପୁଅ । ଅଂଶୁମାନଙ୍କ ମା’ ହେଉଛନ୍ତି ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ପ୍ରାଧ୍ୟାପିକା ମିତାଲି ଚିନ୍ନାରା । ଇଣ୍ଡିଆନ ଇକୋନୋମିକ୍ ସର୍ଭିସ୍ରେ ଯୋଗ୍ୟ ବିବେଚିତ 32 ଜଣଙ୍କ ମଧ୍ୟରେ ଅଂଶୁମାନ ଟପ୍ପର ହୋଇଛନ୍ତି ।
Author: Samikhsya Bureau
ନୂଆଦିଲ୍ଲୀ : ଜବାହରଲାଲ୍ ନେହେରୁ ୟୁନଭର୍ସିଟି (ଜେଏନ୍ୟୁ) ହିଂସା ମାମଲାରେ ଦିଲ୍ଲୀ ପୁଲିସ୍ କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି) ୟୁନିଟି ଏଗେନଷ୍ଟ ଲେଫ୍ଟ ନାମକ ଏକ ହ୍ବାଟସ୍ଆପ୍ ଗ୍ରୁଫ୍ର ଚିହ୍ନଟ କରିଛନ୍ତି । ଏଥିରେ 60ଜଣ ମେମ୍ବର ରହିଛନ୍ତି । ଏହି ଗ୍ରୁପ୍ର 37ଜଣଙ୍କୁ ଚିହ୍ନଟ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ଗ୍ରୁପ୍ରେ 10ଜଣ ବାହାର ଲୋକ ସାମିଲ୍ ରହିଛନ୍ତି, ଯେଉଁମାନେ ଏହି ହିଂସା କରାଇଥିଲେ । ଯାଞ୍ଚରୁ ଜଣାପଡିଛି ଯେ, ଏହି ଦୁଇ ଗ୍ରୁପ୍ ଅର୍ଥାତ୍ ଲେଫ୍ଟ ଓ ରାଇଟ୍ର ହିଂସାରେ ବାହାର ଲୋକଙ୍କ ସାହାଯ୍ୟ ନିଆଯାଇଛି । ଜେଏନୟୁର ଛାତ୍ର କ୍ୟାମ୍ପସ୍ ଭିତରକୁ ବାହାର ଲୋକଙ୍କୁ ଏଣ୍ଟ୍ରି କରାଇଥିବାବେଳେ ଏହି ଘଟଣାରେ ଜେଏନ୍ୟରୁ ସିକ୍ୟୁରିଟି ଗାର୍ଡ ମଧ୍ୟ ସନ୍ଦେହଘେରରେ ରହିଛନ୍ତି । (ଏଜେନ୍ସି)
https://www.youtube.com/watch?v=oPKa4NCwYnA
ଇରାନ୍ : ଆମେରିକା ଓ ଇରାନ୍ର ଚାଲିଥିବା ଉତ୍ତେଜନା ମଧ୍ୟରେ ୟୁକ୍ରେନ୍ ବିମାନକୁ ନେଇ ଇରାନ୍ ଏକ ଘୋଷଣାନାମା ଜାରି କରିଛି । ଇରାନ ସେନା ଏକ ବୟାନ ଜାରି କରି କହିଛନ୍ତି ଯେ, ମାନବୀୟ ତ୍ରୁଟି ଯୋଗୁଁ ୟୁକ୍ରେନ୍ ଯାଉଥିବା ଯାତ୍ରୀବାହୀ ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦିଆଯାଇଛି । ସୂଚନାଯୋଗ୍ୟ, ଜାନୁଆରୀ 8 ତାରିଖରେ ଇରାନରେ ୟୁକ୍ରେନ୍ରେ ଏହି ବିମାନ ଧ୍ବଂସ ହୋଇଥିଲା । ଏଥିରେ ରହିଥିବା ସମସ୍ତ ୧୭୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଶନିବାର ସକାଳେ ଇରାନ୍ ଏ ବିଷୟରେ ବିବୃତ୍ତି ଦେବା ସହ ଏଥିପାଇଁ ‘ମାନବୀୟ ତ୍ରୁଟି’କୁ ଦାୟୀ କରିଛି। ଏହି ସମ୍ପର୍କରେ ଟୁଇଟ୍ କରି ଇରାନ୍ର ବୈଦେଶିକ ମନ୍ତ୍ରୀ ଜାଓ୍ବେଦ୍ ଜାଫ୍ରି କହିଛନ୍ତି ଯେ, ଏହା ଏକ ଦୁଃଖଦ ଦିନ । ଆମ ସଶସ୍ତ୍ର ସେନାର ତ୍ରୁଟି ଯୋଗୁଁ ଏଭଳି ଏକ ବଡ ଦୁର୍ଘଟଣ ଘଟିଗଲା । ଏଥିପାଇଁ ଆମେ ଏହି ଘଟଣାରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଜନଗହଳିପୂର୍ଣ୍ଣ ମାର୍କେଟ ବିଲ୍ଡିଂ ପରିସର ଗତକାଲି ସନ୍ଧ୍ୟାରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଉଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ବେଳେ ବହୁ ଦୋକାନକୁ ଭାଙ୍ଗିରୁଜି ଦେଇଥିଲେ। ଏହି ଘଟଣାରେ ପୁଲିସ୍ ୧୮ ଜଣଙ୍କୁ ଗିରଫ କରିଛି । ଗିରଫ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ୨୫ରୁ ୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେ ଉଠା ଦୋକାନୀଙ୍କୁ ଗୋଡାଇ ଗୋଡ଼ାଇ ପିଟିଥିଲେ। ଏହି ମାଡ଼ରେ କିଛି ଦୋକାନୀ ଆହତ ହୋଇଥିବା ବେଳେ ୧୦୦ରୁ ଅଧିକ ଦୋକାନ କ୍ଷତିଗ୍ରସ୍ତ ହୋଇଥିଲା।
କୋଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ କୋଲକାତା ଗସ୍ତ କରୁଛନ୍ତି । ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦି କୋଲକାତା ପୋର୍ଟ ଦ୍ୱାରା ଆୟୋଜିତ ଏକ ସମାରୋହରେ ଯୋଗଦେବେ । ସେହିପରି କୋଲକାତାଠାରେ ହେରିଟେଜ ବିଲ୍ଡିଙ୍ଗ ଉତ୍ସର୍ଗ କରିବା ସହି ନେତାଜୀ ସୁବାଷ ଡ୍ରାଏ ଡକ ଠାରେ ସିପ ରିପାୟାର କାରଖାନାର ନୂତନ ସଂସ୍କରଣକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ମୋଦୀ ଦକ୍ଷତା ବିକାଶ କେନ୍ଦ୍ର ଓ ୨୦୦ ଆଦିବାସୀ ବାଳିକାଙ୍କ ପାଇଁ ନିର୍ମାଣ ହୋଇଥିବା ପ୍ରୀତିଲତା ଛାତ୍ରୀ ଆବାସକୁ ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ରବିବାରଦିନ ପଶ୍ଚିମବଙ୍ଗଠାରେ କୋଲକତା ପୋର୍ଟ ଟ୍ରଷ୍ଟର 150 ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ସହ ସାମିଲ୍ ରହିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୋଦି ଓ ମମତାଙ୍କ ଏକ ବୈଠକ ହେବା ନେଇ ମଧ୍ୟ ସମ୍ଭାବନା ରହିଛି । (ଏଜେନ୍ସି)
ନୂଆଦିଲ୍ଲୀ : ମୋବାଇଲ୍ କମ୍ପାନୀଗୁଡ଼ିକ ବଡ ସାଇଜ୍ର ସ୍ମାର୍ଟଫୋନ୍କୁ ବଜାରରେ ପ୍ରବେଶ କରାଉଥିବାବେଳେ ଜିନି ମୋବାଇଲ୍ ଦୁନିଆର ସବୁଠାରୁ ଛୋଟ ମୋବାଇଲ୍ ଫୋନ୍ ଜାନ୍କୋ ଟିନି ଟି2ର ଲଞ୍ଚ କରିଛନ୍ତି। ଏହି ଫୋନ୍ ଏତେ ଛୋଟ ଯେ, ଏହାର ଚର୍ଚ୍ଚା ଏବେ ଚାରିଆଡେ। ଏହି ଫୋନ୍ ସାଇଜ୍ ମାତ୍ର ଗୋଟିଏ ଆଙ୍ଗୁଠିର ଲମ୍ବ ସହ ସମାନ । ଏହି ଫୋନ୍ ଜାନ୍କୋ ଟିନି ଟି1ର ଅପଗ୍ରେଡଡ୍ ଭର୍ସନ। ଏଥିରେ 14ଟି ଫିଚର୍ ରହିବା ସହିତ କ୍ୟାମେରାର ସୁବିଧା ମଧ୍ୟ ରହିଛି। କମ୍ପାନୀ ଏହି ଡିଭାଇସ୍କୁ ୟୁଏସ୍ରେ ଲଞ୍ଚ କରିଛି । ଗ୍ରାହକ ଏହି ଫୋନ୍ ପାଇଁ ଓ୍ବେବସାଇଟ୍ ଜରିଆରେ ବୁକିଂ କରିପାରିବେ । କିନ୍ତୁ ଦୁନିଆର ସବୁଠୁ କୁନି ବା ଛୋଟ ଫୋନ୍ର ଦାମ କିନ୍ତୁ ଛୋଟ ନୁହେଁ, ଏହି ଫୋନ୍ର ଦାମର 14ହଜାର503 ଆମେରିକୀୟ ଡଲାର ରହିଥିବାବେଳେ ଭାରତୀୟ ମୁଦ୍ରାରେ ଏହା ପ୍ରାୟ 10,28.635 ଲକ୍ଷ । ଦୁନିଆର ସବୁଠୁ…
ଓମାନ୍ : ଓମାନ୍ର ସୁଲତାନ୍ କାବୁସ୍ ବିନ୍ ସଇଦ୍ଙ୍କ ନିଧନ ହୋଇଯାଇଛି । ଓମାନ୍ ମିଡିଆ ତରଫରୁ ମିଳିଥିବା ସୂଚନା ଅନୁସାରେ ସୁଲତାନ୍ କାବୁସ୍ ଶୁକ୍ରବାର ଦିନ ମୃତ୍ୟୁବରଣ କରିଛନ୍ତି । କାବୁସ୍ଙ୍କ ନିଧନ ପରେ ଓମାନ୍ଠାରେ ଶନିବାର ଦିନ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ହେବାକୁ ଘୋଷଣା କରାଯାଇଛି । ତେବେ ମୃତ୍ୟର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସୂଚନା ମିଳିପାରିନାହିଁ। ମୃତ୍ୟୁବେଳକୁ ସୁଲତାନଙ୍କୁ 79 ବର୍ଷ ବୟସ ହୋଇଥିଲା । ସୁଲତାନ୍ କାବୁସ୍ 1970ରୁ ଲଗାତାର ଭାବେ ଏହି ପଦବୀରେ ରହିଆସିଥିଲେ । ଦୀର୍ଘ ଦିନରୁ ରୋଗରେ ପଡ଼ିଥିବା ସୁଲତାନଙ୍କ ମୃତ୍ୟ ପରେ ଏହି ସମ୍ବାଦ ରୟାଲ୍ କୋର୍ଟ ତରଫରୁ ଜାରି କରାଯାଇଥିଲା । କାବୁସ୍ ବିନ୍ ସଇଦ୍ ଓମାନଠାରେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସୁଲତାନ ରୂପେ ରହିଆସିଥିଲେ । କାବୁସ୍ 1970ରେ ତାଙ୍କ ପିତାଙ୍କୁ ଗାଦିଚ୍ୟୁତ କରି ସୁଲତାନ ହୋଇଥିଲେ । ସୁଲତାନ କାବୁସ୍…
କନୌଜ : ଉତ୍ତରପ୍ରଦେଶ କନୌଜଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨୦ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୧ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଯାତ୍ରୀବସ କନୌଜର ଗୁରସହାୟଗଞ୍ଜ ଠାରୁ ଜୟପୁର ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ଏହି ଘଟଣା ଘଟିବା ପରେ ବସ ଜଳିବାକୁ ଲାଗିଥିଲା । ଏହି ବସରେ ପାଖାପାଖି ୪୩ ଜଣ ଯାତ୍ରୀ ଥିଲେ । ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିବା ବେଳେ ଆହତମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଓ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସେହିପରି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ…
କେଦାର ମିଶ୍ର ୧୫୫ ଦିନ ଧରି ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଛିନ୍ନ ହୋଇ ରହିବା ପରେ ଜାମ୍ମୁ କାଶ୍ମୀର କୁ ମୁଖ୍ୟଧାରାର ଭାରତ ସହ ଯୋଡିବା ଲାଗି ସୁପ୍ରିମ କୋର୍ଟ ଏକ ମାର୍ଗ ଉନ୍ମୋଚନ କରିଛନ୍ତି। ଗତ କାଲି କାଶ୍ମୀର ଟାଇମ୍ସର ସମ୍ପାଦିକା ଅନୁରାଧା ଭସିନ, କଂଗ୍ରେସ ନେତା ଗୁଲାମନବୀ ଆଜାଦ ପ୍ରମୁଖଙ୍କ ଆବେଦନ ଉପରେ ବିଚାର କରି ସୁପ୍ରିମ କୋର୍ଟ ନିଜର ଚୂଡାନ୍ତ ରାୟ ଦେଇଛନ୍ତି। ଯଦିଓ କାଶ୍ମୀର ପ୍ରସଙ୍ଗରେ ଆହୁରି ଦୁଇଟି ପ୍ରମୁଖ ପ୍ରସଙ୍ଗର ବିଚାର ବାକି ଅଛି, ତଥାପି ସାମ୍ବିଧାନିକ ଦୃଷ୍ଟିରୁ ଓ କାଶ୍ମୀର ଜନ ସାଧାରଣଙ୍କର ମୌଳିକ ଅଧିକାର ସୁରକ୍ଷା କାରଣରୁ, ଏହି ରାୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସାମ୍ବିଧାନିକ କି ନୁହେଁ ଓ ସେଠାରେ ରାଜନୈତିକ ନେତୃବୃନ୍ଦଙ୍କୁ ଗୃହବନ୍ଦୀ ରଖିବା ଆଇନ ସମ୍ମତ କି ନା, ତାର ବିଚାର ଏବେ ମଧ୍ୟ ବାକି ଅଛି। ଗତକାଲିର ରାୟରେ ସୁପ୍ରିମ କୋର୍ଟ…
ଚଣ୍ଡିଗଡ-ଆଜି ଚଳଚିତ୍ର ‘ଜେର୍ସି’ ସୁଟି ଚାଲିଥିବା ବେଳେ ଅଭିନେତା ଶହୀଦ କାପୁର ଆହତ ହୋଇଛନ୍ତି। ଏହି ଚଳଚିତ୍ରଟି ଚଣ୍ଡିଗଡରେ ସୁଟିଂ ଚାଲିଥିଲା। ଦୃଶ୍ୟ ଥିଲା ଏକ କ୍ରିକେଟ ଖେଳରେ ଶହୀଦ କାପୁର ସାମିଲି ହେବେ। ସେଥିପାଇଁ ସୁଟିଂ ପୂର୍ବରୁ ସାଥୀ କଳାକାରଙ୍କ ସହିତ ଶହୀଦ କ୍ରିକେଟ ଅଭ୍ୟାସ କରୁଥିଲେ। ତାଙ୍କ ସାମର୍ଥରେ ଶହୀଦ ବେଶେ ଭଲ ପ୍ରଦର୍ଶନ କରୁଥିଲେ। ହେଲେ ହଠାତ ଗୋଟିଏ ବଲକୁ ସେ ନିୟନ୍ତ୍ରଣ କରିପାରି ନ ଥିଲେ। ଫଳରେ ବଲଟି ତାଙ୍କର ପେଣ୍ଡାରେ ଜୋରରେ ଆଘାତ ଦେଇଥିଲା। ସେହି ସ୍ଥାନରେ ହିଁ ଶହୀଦଙ୍କ ପେଣ୍ଡାରୁ ପ୍ରବଳ ରକ୍ତଶ୍ରାବ ଆରମ୍ଭ ହୋଇଯାଇଥିଲା। ଟିମର ଅନ୍ୟ ସଦସ୍ୟମାନେ ଶହୀଦଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କଲେ। ହେଲେ ଡାକ୍ତରମାନେ ଶହୀଦଙ୍କୁ ଦେଖିବାକୁ ଭିଡ କରିଥିଲେ। ଏହା ଦେଖି ଟିମ ସଦସ୍ୟମାନେ ପାଟି କରିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ବର୍ତ୍ତମାନ ଶହୀଦଙ୍କ ପେଣ୍ଡାରେ ତିନୋଟି ଷ୍ଟିଚ୍ ପଡିଛି। ସେ ପାଞ୍ଚ ଦିନ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ଛ’ଟା ସମୟରେ ରାଜଧାନୀ ଭୁବନେଶ୍ବରର ହୃତକେନ୍ଦ୍ରରେ ଥିବା ମାର୍କେଟ ବିଲ୍ଡିଂ କଡ଼ରେ ଉଠାଦୋକାନୀମାନଙ୍କୁ କିଛି ମୁଖାପିନ୍ଧା ଦୁର୍ବୃତ୍ତ ପ୍ରବଳ ମାଡ ମାରିବା ସହିତ ଶହେରୁ ଅଧିକ ଦୋକାନ ଭାଙ୍ଗି ଦେଇଛନ୍ତି। କ୍ୟାପିଟାଲ ଥାନା ଠାରୁ ମାତ୍ର ଶହେ ମିଟର ଆଗରେ ଥିବା ଏହି ଜନଗହଳି ପୂର୍ଣ୍ଣ ବଜାରରେ ଏ ପ୍ରକାର ଖୋଲା ଆତଙ୍କରାଜ କମିଶନରେଟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଜି ସନ୍ଧ୍ୟା ସମୟରେ ପ୍ରାୟ ୨୫ ଜଣ ଗୁଣ୍ଡାଶ୍ରେଣୀର ଯୁବକ ହାତରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଉଠାଦୋକାନୀ ଓ ସାଧାରଣ ଲୋକଙ୍କୁ ଅନ୍ଧାଧୂନ ବାଡେଇ ଫେରାର ହୋଇ ଯାଇଥିଲେ। ସନ୍ଧ୍ୟା ର ଏହି ସମୟରେ ମାର୍କେଟ ବିଲ୍ଡିଂ ରେ ପ୍ରବଳ ଜନଗହଳି ଲାଗି ଥାଏ। ଏମିତି ଏକ ସମୟରେ ଏ ପ୍ରକାର ଆକ୍ରମଣ ପୋଲିସ ର ଅପାରଗତା ଯୋଗୁଁ ହିଁ ଘଟୁଛି ବୋଲି ଦୋକାନୀମାନେ ଅଭିଯୋଗ…
ସମୀକ୍ଷା ବ୍ୟୁରୋ ଚିଲିକା: ଆଜି ଚିଲିକା ବ୍ଲକ୍ର ବେଗୁନିଆ ଗ୍ରାମଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ୍ ସଂଯୋଗ ଦେଉଥିବା ସମୟରେ ଜଣେ ଟେକ୍ନିସିଆନ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ତାଙ୍କ ଡାହାଣ ହାତଟି କରେଣ୍ଟ ବାଜି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଚିଲିକା ବ୍ଲକ୍ ଅନ୍ତର୍ଗତ ହରିପୁର ଗ୍ରାମ ପଞ୍ଚାୟତର ବେଗୁନିଆ ଗ୍ରାମର କୁନା ପଲେଇ (୨୮ବର୍ଷ) ନାମକ ଜଣେ ଯୁବକ ବାଲୁଗାଁ ଫେଡ୍କୋ ସବ୍ଡିଭିଜନ୍ର ଟେକ୍ନିସିଆନ୍ ରୂପେ କାର୍ଯ୍ୟରତ ଥିଲେ। ସେହି ଗ୍ରାମର ଜଣେ ବିଦ୍ୟୁତ ଉପଭୋକ୍ତାଙ୍କ ଲାଇଟ୍ କଟିଯିବାରୁ ୧୧ କେଭି ଲାଇନ୍ ସପ୍ଲାଇ କରୁଥିବା ସମୟରେ ଭୁଲ୍ରେ ଫେଜ୍ କନକେସନ୍ ଦେଇଦେବାରୁ କରେଣ୍ଟ ଲାଗି ଡାହାଣ ହାତ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ତାଙ୍କୁ ତୁରନ୍ତ କୁହୁଡିସ୍ଥିତ ଘରୋଇ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଆମ୍ରି ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା।…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ଆଜି ମୋ’ ସରକାରରେ ସାମିଲ୍ ହୋଇଛି ’’ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ। ଲୋକସେବା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। ରାଜ୍ୟର ସହରାଞ୍ଚଳରେ ଉତ୍ତମ ପାନୀୟ ଜଳ ଯୋଗାଣ ଯୋଗାଇ ଦେବା ସହିତ ସହରାଞ୍ଚଳରେ ରହୁଥିବା ଗରିବ ଲୋକମାନଙ୍କୁ ଜାଗା ମିଶନ୍ ଜରିଆରେ ମୌଳିକ ଅଧିକାର ଯୋଗାଇ ଦେବା ପାଇଁ ସ୍ଥିର କରାଯାଇଛି। ଜାଗା ମିଶନ୍ ଜରିଆରେ ସହରାଞ୍ଚଳର ପଚାଶ ହଜାର ଲୋକମାନଙ୍କୁ ଥଇଥାନ କରାଯିବା ନେଇ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ଅନ୍ୟ ସଚିବମାନେ ଉପସ୍ଥିତ ରହିଥିଲେ। ମୋ’ ସରକାର ଯୋଜନାରେ ପ୍ରଥମେ ଥାନା ଓ ଡାକ୍ତରଖାନା ରହିଥିବାବେଳେ ଆଜି ମୋ’ ସରକାରରେ ଅଧୀନରେ ‘ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ…
ସଂବିତ ତ୍ରିପାଠୀ ଭୁବନେଶ୍ବର- ବର୍ତ୍ତମାନ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପୂର୍ବତ୍ତନ ବିଧାୟକ ତଥା ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ହୋଡିଂ ଦେଖିବାକୁ ମିଳିଛି। ଯେଉଁଥିରେ ଲେଖା ଅଛି ICON OF SILENT SUCESS । ଯାହାକୁ ଓଡିଆରେ କୁହାଯାଇ ପାରିବ ନିରବର ସଫଳ ବ୍ୟକ୍ତିତ୍ବ । ତେବେ ଏହା ଦିଲ୍ଲୀପ ରାୟଙ୍କ ଜୟନ୍ତି କମିଟ ତରଫରୁ କରାଯାଇଥିଲେ ମଧ୍ୟ ତା ପଛରେ ଦିଲ୍ଲୀପଙ୍କ ହାତ ରହିଛି ଏଥିରେ ସନ୍ଦେହ ନାହିଁ। ଏହି କମିଟ ତରଫରୁ ଦିଲ୍ଲୀପଙ୍କ ଜନ୍ମଦିନ ପ୍ରତିବର୍ଷ ପାଳନ କରାଯାଏ। ହେଲେ ଚଳିତ ବର୍ଷ ଯେପରି ଧୂମଧାମରେ ପାଳନ କରାଯାଇଛି ସେଥିରୁ କାହିଁକି କେଜାଣି ରାଜନୈତିକ ଗନ୍ଧ ବାରି ହୋଇ ପଡୁଛି। ତାଙ୍କର ଜନ୍ମଦିନ କାର୍ଯ୍ୟକ୍ରମରେ ବଲଉଡ ଅଭିନେତା ଗୋବିନ୍ଦା ଆସିଥିଲେ। ହେଲେ ତାହା ବଡ କଥା ନୁହେଁ। ବଡ କଥା ହେଲା ତାଙ୍କ ଜନ୍ମଦିନରେ ମଞ୍ଚରେ ଏବଂ ଦର୍ଶକ ଭାବେ ବସିଥିଲେ ବହୁ ବିଜେଡି ନେତା ଆଉ ଖୁବ…
Mumbai: Actress Bhumi Pednekar at the screening of the film “Chhapaak” in Mumbai on Jan 8, 2020. (Photo: IANS)
Mumbai: Actor Neil Nitin Mukesh and his wife Rukmini Sahay at the screening of the film “Chhapaak” in Mumbai on Jan 8, 2020. (Photo: IANS)
Mumbai: Filmmaker Kabir Khan and his wife Mini Mathur at the screening of the film “Chhapaak” in Mumbai on Jan 8, 2020. (Photo: IANS)
Mumbai: Actors Riteish Deshmukh and Genelia at the screening of the film “Chhapaak” in Mumbai on Jan 8, 2020. (Photo: IANS)
Mumbai: Actors Ali Fazal and Richa Chaddha at the screening of the film “Chhapaak” in Mumbai on Jan 8, 2020. (Photo: IANS)
ସମୀକ୍ଷାବ୍ୟୁରୋ ଭୁବନେଶ୍ବର : ରାଜ୍ୟସରକାର ଦୁର୍ନୀତି ବିରୋଧରେ ଜିରୋ ଟରେଲନ୍ସ ନୀତି ଆପଣାଉଛନ୍ତି। ନବୀନ ସରକାର ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଅଭିଯାନ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହିକ୍ରମରେ ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୪ ଜଣ ଅଧିକାରୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ସରକାର ସହକାରୀ ଯନ୍ତ୍ରୀ ନାରାୟଣ ତିଆଡ଼ିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ବରଗଡ଼ ଆରଡବ୍ଲ୍ୟୁଏସଏସରେ ଚାକିରି କରୁଥିବା ତିଆଡ଼ିଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଅବସର ଦିଆଯାଇଛି। ଅନ୍ୟ ଜଣକ ହେଲେ ଦୀର୍ଘ ଦିନ ଧରି କାର୍ଯ୍ୟରେ ଯୋଗ ଦେଇ ନ ଥିବା ସହକାରୀ ଯନ୍ତ୍ରୀ ଶ୍ରୀ ଜ୍ଞାନେନ୍ଦ୍ର ପଟେଲ ।ସେ ଜନସ୍ୱାସ୍ଥ୍ୟ ବିଭାଗର ସହାକାରୀ ଯନ୍ତ୍ରୀ ରହିଥିଲେ । ସେହିପରି ୪ଜଣ ଅଧିକାରୀଙ୍କୁ ସରକାରୀ କାର୍ଯ୍ୟରୁ…

