Shimla: Actor Aamir Khan arrives in Shimla for the shooting of his upcoming film “Laal Singh Chaddha” on Jan 4, 2020. (Photo: IANS)
Author: Samikhsya Bureau
Guwahati: Sri Lankan players during a practice session ahead of the T20I match between India and Sri Lanka, at Barsapara Cricket Stadium in Guwahati on Jan 4, 2020. (Photo: Surjeet Yadav/IANS)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 5/1: ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ଜେଲ ଗଲେ । ରିମାଣ୍ଡ ସରିବା ପରେ ବିଜୟ କେତନଙ୍କୁ ଜେଲ୍ ପଠାଯାଇଛି । ଲକ୍ଷେ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ । ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ବିଜୟ କେତନ । 2009 ବ୍ୟାଚ୍ର ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ଏକ ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେଉଥିବାର ଜଣାପଡିଥିଲା । ଏହି ଅଭିଯୋଗ ପରେ ରାଜ୍ୟସରକାର ତାଙ୍କୁ ନିଲମ୍ବିତ ମଧ୍ୟ କରିସାରିଛନ୍ତି । ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଆଜି ଝାରପଡା ଜେଲ୍କୁ ପଠାଯାଇଛି ।
ଜମ୍ମୁ, 5/1: ପାକିସ୍ତାନରେ ଶୁକ୍ରବାର ଦିନ ହୋଇଥିବା ନନକାନା ସାହିବ ଗୁରୁଦ୍ବାରରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଭାରତର ଶିଖ୍ ସମୁଦାୟଙ୍କ ରାଗ ଶାନ୍ତ ହେବାର ନାଁ ଧରୁନାହିଁ । ରବିବାର ଦିନ ଜମ୍ମୁଠାରେ ଶିଖ୍ ସମ୍ପ୍ରଦାୟ ଜମ୍ମୁ-ପଠାନ୍କୋଟ୍ ହାଇଓ୍ବେ ଉପରେ ଜୋରସୋର୍ରେ ପ୍ରଦର୍ଶନ ଜାରି କରିଛନ୍ତି । ପାକିସ୍ତାନ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ନାରାବାଜି କରିବା ସହିତ ଏହି ମାମଲାର ଅପରାଧୀଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି । ପ୍ରଦର୍ଶନକାରୀମାନେ କହିଛନ୍ତି ଯେ, ଯେତେବେଳେ କରତାରପୁର ସାହିବ ଓ ନନକାନା ସାହିବର ତୁଳନାର ମକ୍କା ସହିତ କରିଥିଲେ । ଯେତେବେଳେ ନନକାନା ସାହିବ ଏପରି ଆକ୍ରମଣ ହେଉଛି, ଏହା ଉପରେ ପାକିସ୍ତାନ ସରକାର ଯଥାଶୀଘ୍ର ଆକ୍ସନ ନେବା ଜରୁରୀ । ଦୋଷୀଙ୍କୁ ଗିରଫ କରି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ନିତାନ୍ତ ଆବଶ୍ୟକ । ଶିଖ୍ ସମ୍ପ୍ରଦାୟ କହିଛନ୍ତି ଯେ, ଯଦି ପାକିସ୍ତାନ ସରକାର…
ପ୍ରୟାଗରାଜ, 5/ 1: ଉତ୍ତରପ୍ରଦେଶର ପ୍ରୟାଗରାଜ ସ୍ଥିତ ସୋରାବ୍ ଥାନା ଅଞ୍ଚଳର ୟୁସୁଫପୁର ସେବାୟତ ଅଞ୍ଚଳରେ ରବିବାର ଦିନ ଗୋଟେ ପରିବାରର ପାଞ୍ଚଜଣଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ ସୋମଦତ୍ତ ତିଓ୍ବାରୀ ତାଙ୍କ ପତ୍ନୀ ଓ ତିନି ସନ୍ତାନଙ୍କୁ ହତିଆର ଦ୍ବାରା ହତ୍ୟା କରାଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି। ସେହିପରି ୟୁପିର ମୁରଦାବାଦ ଅଞ୍ଚଳରୁ ସପ୍ନା ନାମକ ଜଣେ କିନ୍ନରଙ୍କ ମୃତଦେହ ମଧ୍ୟ ମିଳିଥିଲା। ପୁଲିସ୍ କହିବାନୁସାରେ ଏହି ହତ୍ୟା ଘଟଣା ଦୁଇଦିନ ପୂର୍ବରୁ ହୋଇଥିଲା। ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। (ଏଜେନ୍ସି)
https://www.youtube.com/watch?v=4B5U11BQTqU
https://www.youtube.com/watch?v=VnVUnTOJAAo
ବିଶାଖାପାଟଣା, 5/1: ଆଜି ଆନ୍ଧ୍ର ଶ୍ରୀକାକୁଲମ୍ ଜିଲ୍ଲା ପାଇଡଇଭିମାବରମ୍ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣା ପରେ ଟ୍ରକ୍ଟି ଓଲଟି ପଡ଼ିବାରୁ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି । ଏକ ଏମୋମନିଆ ଗ୍ୟାସ୍ ବୋଝେଇ ଟ୍ରକ୍କୁ ଧକ୍କା ଦେଇ ବସ୍ଟି ଜଳିଯାଇଛି। ଏହି ଦୁର୍ଘଟଣାରେ 12ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ବସ୍ଟି ଉତ୍ତରପ୍ରଦେଶରୁ ପର୍ଯ୍ୟଟକଙ୍କୁ ନେଇ ବିଶାଖାପାଟଣା ଆସୁଥିଲା।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 5/1: ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ଖୋଲା ହୋଇଛି। ଜାନୁଆରୀ 5 ତାରିଖଠାରୁ 19 ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିବ। ରାଜଭନନ ଉଦ୍ୟାନକୁ ଛୁଟିଦିନ ଓ ରବିବାର ସହିତ ପ୍ରତ୍ୟେହ ଅପରାହ୍ନ ସାଢେ 2ଟାରୁ 5ଟା ପର୍ଯ୍ୟନ୍ତ ସର୍ବସାଧାରଣ ପରିଦର୍ଶନ କରିପାରିବେ। ତେବେ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଉଦ୍ୟାନକୁ ପ୍ରବେଶ କରିହେବ। ୱାଟର ଫାଉଣ୍ଟେନ୍, ମ୍ୟୁଜିକାଲ ଫାଉଣ୍ଟେନ୍, ଗୋଲାପ ଉଦ୍ୟାନ, ହରିଣ ପାର୍କ, ପକ୍ଷୀ ପାର୍କ ଏବଂ ସର୍ବୋପରି ଉଦ୍ୟାନର ସବୁଜିମାକୁ ଦର୍ଶକମାନେ ଦେଖି ଏହାର ଆନନ୍ଦ ଉଠାଇପାରିବେ। ପରିଦର୍ଶନ ସମୟରେ ରାଜଭବନ ପରିସରକୁ ସାଙ୍ଗରେ ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଆପତିଜନକ ସାମଗ୍ରୀ ନଆଣିବା ସହ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି। ଲୋକଙ୍କୁ ସହଜ ଓ ସୁବିଧାରେ ପ୍ରବେଶପତ୍ର ମିଳିବା ଉଦ୍ଦେଶ୍ୟରେ ରାଜଭବନ ପକ୍ଷରୁ ମୋବାଇଲ୍ ଆପ୍ ଓ ଓ୍ବେବ୍ସାଇଟ୍ରେ…
ମୁମ୍ବାଇ, 5/1: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ କରାଯାଇଛି। ରାଜ୍ୟପାଳ ଭଗତ୍ ସିଂ କୋଶିୟାରୀଙ୍କ ପଠାଯାଇଥିବା ଲିଷ୍ଟ୍ରେ ମୋହର ବାଜିସାରିଛି। ମିଳିଥିବା ସୂଚନା ଅନୁଯାୟୀ ଏନ୍ସିପିକୁ ଗୃହ ଓ ଅର୍ଥ ବିଭାଗ ମିଳିଛି। ନେତା ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ବାରଙ୍କୁ ଅର୍ଥ ମନ୍ତ୍ରଣାଳୟ ମିଳିବାକୁ ଥିବାବେଳେ ଅନିଲ ଦେଶମୁଖଙ୍କୁ ଗୃହ ମନ୍ତ୍ରଣାଳୟ ମିଳିଛି । ଶିବସେନା ମୁଖ୍ୟମନ୍ତ୍ରୀ ପଦ ସହ ନଗର ଉନ୍ନୟନ ମନ୍ତ୍ରଣାଳୟ ରଖିଛି। ଆଦିତ୍ୟ ଠାକ୍ରେଙ୍କୁ ପରିବେଶ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ମିଳିଛି। କଂଗ୍ରେସକୁ ରାଜସ୍ବ, ପୂର୍ତ୍ତ ଓ ଶକ୍ତି ମନ୍ତ୍ରଣାଳୟ ମିଳିଛି। ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ମେଣ୍ଟ ତରଫରୁ ହୋଇଥିବା ମେଣ୍ଟ ସରକାରର ବିଭାଗୀୟ ମନ୍ତ୍ରୀଙ୍କ ବିଭାଗ ସୂଚୀ ଶିବସେନାର ବିଭାଗ ଉଦ୍ଧବ ଠାକ୍ରେ – ମୁଖ୍ୟମନ୍ତ୍ରୀ ଆଦିତ୍ୟ ଠାକ୍ରେ – ପର୍ଯ୍ୟଟନ, ପରିବେଶ ଏକନାଥ ସିନ୍ଧେ – ନଗର ଉନ୍ନୟନ ସୁବାସ ଦେଶାଇ – ଉଦ୍ୟୋଗ ଉଦୟ ସାମନ୍ତ : ଉଚ୍ଚ ଶିକ୍ଷା ଅନିଲ୍…
ଆମେରିକା, 5/1: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ୍କୁ ଚେତାବନୀ ଦେଇଛନ୍ତି । ଯଦି ଇରାନ୍ ଆମେରିକାକୁ ଟାର୍ଗେଟ କରିବ ତା’ହେଲେ ଆମେରିକା ଇରାନର ୫୨ଟି ସ୍ଥାନକୁ ଟାର୍ଗେଟ କରିବ। ଇରାନର ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି। ଅନ୍ୟପଟେ ଇରାନ୍ ମଧ୍ୟ ଗତକାଲି ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ଫ୍ଲୋରିଡାଠାରେ ଛୁଟି ମନାଉଥିବା ଟ୍ରମ୍ପ୍ ଧମକଭରା ସନ୍ଦେଶ ଇରାନ୍ ସମେତ ସମସ୍ତ ଦୁନିଆକୁ ଦେଇଛନ୍ତି । ଟ୍ରମ୍ପ୍ ଆହୁରି ମଧ୍ୟ କହିଛନ୍ତି ଯେ,ସୁଲେମାନୀକୁ ମାରିବା ପରେ ଆମେରିକା ବିଶ୍ୱର ଜଣେ ଆତଙ୍କବାଦୀ ନେତାକୁ ସବୁଦିନ ପାଇଁ ଶେଷ କରିଛି। ଆମେରିକା ସମେତ ଅନେକ ଲୋକଙ୍କୁ ସୁଲେମାନୀ ମାରିଥିଲା। । ଟ୍ରମ୍ପ୍ ଇରାନ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ୍ କେୌଣସି ଆମେରିକୀୟ ବା ଆମେରିକା ସମ୍ପତ୍ତି ଉପରେ…
ନୂଆଦିଲ୍ଲୀ, 5/1: ଭାରତୀୟ ଜନତା ଦଳ ତରଫରୁ ଆଜି ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ବୃହତ୍ତ ଜନ ଜାଗରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି। 42ଟି ସ୍ଥାନରେ ଦଳର ବରିଷ୍ଠ 42ଜଣ ତୁଙ୍ଗ ନେତୃତ୍ବ ଘର ବୁଲି ସମ୍ପର୍କ ଅଭିଯାନ ଆରମ୍ଭ କରିବେ। ଆଗାମୀ 10 ଦିନ ମଧ୍ୟରେ ବିଜେପିର ମନ୍ତ୍ରୀ ଓ ନେତା ଦେଶର 3କୋଟି ଲୋକଙ୍କ ପାଖରେ ପହଞ୍ଚିବେ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଗୃହମନ୍ତ୍ରୀ ଅମିତ ଶାହା ଜାନୁଆରୀ 5 ଅର୍ଥାତ୍ ଆଜି ଦିଲ୍ଲୀଠାରେ ଏହି ଅଭିଯାନର ଆରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ମଧ୍ୟ ଉପସ୍ଥିତ ରହିବେ। ସେହିପରି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଗାଜିଆବାଦଠାରେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ନୌଠାରେ ରାଜନାଥ ସିଂ, ନାଗପୁରଠାରେ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ, ବେଙ୍ଗାଲୁରୁଠାରେ ବି. ସଦାନନ୍ଦ ଗୌଡ, ରାଜସ୍ଥାନର ଜୟପୁରଠାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସମ୍ପର୍କ ଅଭିଯାନର ଆରମ୍ଭ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 5/1: ଆଜିଠାରୁ ଚିଲିକାରେ ପକ୍ଷୀଗଣନା ଆରମ୍ଭ ହୋଇଛି। ବାଲୁଗାଁ ବନଖଣ୍ଡ ଅଞ୍ଚଳର ୫ଟି ରେଞ୍ଜରେ ଏହି ଗଣନା ହେଉଛି। ଏଥିପାଇଁ ୧୦୦ରୁ ଅଧିକ ଗଣନାକାରୀଙ୍କୁ ନେଇ ୨୧ଟି ଟିମ୍ ଗଠନ କରାଯାଇଛି। ପକ୍ଷୀ ଗଣନା ପୂର୍ବରୁ ଗତକାଲି ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୨୧ଟି ଟିମ୍ର ୧୦୦ରୁ ଅଧିକ କର୍ମଚାରୀ ଯୋଗ ଦେଇଥିଲେ। ଚିଲିକାକୁ ସାଧାରଣତଃ ନାଇଜେରିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ପାକିସ୍ତାନ ଭଳି ୨୨ଟି ଦେଶରୁ ବିଦେଶୀ ପକ୍ଷୀ ଆସିଥା’ନ୍ତି। ଗତବର୍ଷ ୧୮୧ ପ୍ରଜାତିର ୧୦ଲକ୍ଷ ୪୭ହଜାର ୯୬୮ ବିଦେଶୀ ପକ୍ଷୀ ଆସିଥିଲେ। ଚଳିତ ବର୍ଷ ପାଗ ଅନୁକୂଳ ନଥିବାରୁ ପକ୍ଷୀ ସଂଖ୍ୟା ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରାଯାଉଥିବା ବନ୍ୟପ୍ରାଣୀ ଗବେଷକ କହିଛନ୍ତି। ଆଜି ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ।
କେଦାର ମିଶ୍ର ଆଧୁନିକ ସମୟରେ ଯେଉଁ ଦୁଇଟି ବିଶ୍ଵଯୁଦ୍ଧ ହୋଇଛି, ତାର କାରଣ ଖୁବ ବଡ ନଥିଲା। ନିହାତି ଛୋଟ ଛୋଟ ଭୁଲ ବୁଝାମଣା ଓ ଅହଙ୍କାରରୁ ଯୁଦ୍ଧ ଜନ୍ମ ନିଏ। ପ୍ରଥମ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧର କାରଣ ଭାବରେ ଯେଉଁ ପାଞ୍ଚୋଟି ବିନ୍ଦୁକୁ ଚିହ୍ନିତ କରାଯାଏ, ସେଗୁଡିକ ହେଲା- ୧. ସାମରିକ ଚୁକ୍ତିଭିତ୍ତିକ ସମ୍ପର୍କ, ୨-ଜାତୀୟତାବାଦ, ୩.ସାମରିକ ଅହଂକାର, ୪.ଉପନିବେଶବାଦୀ ବିଚାର ଓ ୫. ରାଜନୈତିକ ହତ୍ୟାକାଣ୍ଡ। ପ୍ରଥମ ଚାରୋଟି କାରଣ କ୍ରମାଗତ ଭାବରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ରାଜନୈତିକ ହତ୍ୟାକାଣ୍ଡ ଯୁଦ୍ଧ ପରିସ୍ଥିତିକୁ ବାଧ୍ୟତାମୂଳକ କରିଥାଏ। ଜୁନ,୨୦୧୪ରେ ଅଷ୍ଟ୍ରିଆ-ହଙ୍ଗେରୀର ଆର୍କ ଡ୍ୟୁକ ଫ୍ରାଞ୍ଜ ଫର୍ଡିନାଣ୍ଡଙ୍କୁ ସର୍ବିଆର ଜାତୀୟତାବାଦୀମାନେ ହତ୍ୟା କରିବା ପରେ, ପ୍ରଥମ ବିଶ୍ଵଯୁଦ୍ଧ ହୋଇଥିଲା। ଏହି ରାଜନୈତିକ ହତ୍ୟାକାଣ୍ଡ ପରବର୍ତ୍ତୀ ସମୟରେ ଦୁଇଟି ବିଶ୍ଵଯୁଦ୍ଧର କାରଣ ପାଲଟିଥିଲା। ବିଶ୍ଵଯୁଦ୍ଧର ଧ୍ଵଂସ ଓ ପାଗଳାମିରୁ ଆମେ ବୋଧେ କିଛି ଶିଖିନାହୁଁ। ୧୯୪୫ର ଦ୍ଵିତୀୟ ମହାଯୁଦ୍ଧ ପରେ…
ସମୀକ୍ଷା ବ୍ୟୁରୋ କଟକ- ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି ଥିବା କେ.ଏସ ଜାଭେରୀ ଆଜି ଅବସର ଗ୍ରହଣ କରିଛନ୍ତି। ସେଥିପାଇଁ ଏହି ପଦବୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ସଂଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ଦିଆଯାଇଛି। ସେ ଆସନ୍ତକାଲି ମୁଖ୍ୟବିଚାରପତି ଭାବେ ଶପଥ ନେବେ। ଏ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଓଡିଶା ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଜଷ୍ଟିସ ସଂଜୁ ପଣ୍ଡା ଏହି ଦାୟିତ୍ବରେ ରହିବେ। ଆସନ୍ତାକାଲି ହାଇକୋର୍ଟରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ତାଙ୍କୁ ଶପଥ ପାଠ କରାଇବେ।
ସମ୍ବିତ ତ୍ରିପାଠୀ ପ୍ରତିବର୍ଷ ପୌଷ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବ ଦଶମୀ। ମୁଖ୍ୟତଃ ଏହି ପୂଜା ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ। କୁମାର ପୂର୍ଣ୍ଣିମା ଯେପରି ଚନ୍ଦ୍ର ଦେବତାଙ୍କ ପାଇଁ ଠିକ୍ ଶାମ୍ବ ଦଶମୀ ସୂର୍ଯ୍ୟଙ୍କ ଉପାସନା କରାଯାଏ।ସାଧାରଣତଃ ଶାମ୍ବ ଦଶମୀକୁ ଚାନ୍ଦମାନ ବର୍ଷର ଶେଷ ବୋଲି ଧରା ଯାଇଥାଏ। କାରଣ ଶାମ୍ବ ଦଶମୀରୁ ଚିତାଲାଗି ଅମବାସ୍ୟା ପର୍ଯ୍ୟନ୍ତ ଓଡିଆ ଘରେ ଆଉ କୌଣସି ପିଠାପଣା ପୂଜା ହୋଇ ନ ଥାଏ। ମୁଖ୍ୟତଃ ମହିଳାମାନେ ସେମାନଙ୍କର ସନ୍ତାନଙ୍କ ଆରୋଗ୍ୟ କାମନା କରି ଏହି ପୂଜା ବା ଉପସାନା କରିଥାନ୍ତି। ପୁରାଣରେ ରହିଛି ଯେ, ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପ ଗସ୍ତ ହୋଇ କୁଷ୍ଠ ରୋଗରେ ପଡିତି ହୋଇଥିଲେ। ସେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟ ପୂଜା କରି ଏହି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେଥିପାଇଁ ବିଭିନ୍ନ ରୋଗରୁ ମୁକ୍ତି ପାଇଁ କୋଣାର୍କର ଏହି ଚନ୍ଦ୍ରଭାଗା କୂଳରେ ଶାମ୍ବ ଦଶମୀ…
ମୁମ୍ବାଇ,04/01: ଭାରତର ଏକମାତ୍ର ଟି20 ବିଶ୍ବକପ୍ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଲରାଉଣ୍ଡର ଇର୍ଫାନ୍ ପଠାନ୍ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲ୍ବିଦା କହିଛନ୍ତି । ଶନିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଇର୍ଫାନ୍ ଏହି ଘୋଷଣା କରିଛନ୍ତି । 2003 ବର୍ଡର- ଗାଭାସ୍କର ଟ୍ରଫିରେ ଭାରତ ପାଇଁ ପଦାର୍ପଣ କରିଥିବା ଇର୍ଫାନ୍ 2012 ଟି 20 ବିଶ୍ବକପ୍ରେ ଶେଷଥର ପାଇଁ ଭାରତୀୟ ଜର୍ସିରେ ନଜର ଆସିଥିଲେ । 2012 ପରଠାରୁ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିବା 2019 ଫେବୃୟାରୀ ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍ ଖେଳିଥିଲେ । ଇର୍ଫାନ୍ ନିଜ 9 ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ପଠାନ୍ ଭାରତ ପାଇଁ 29ଟି ଟେଷ୍ଟ, 173ଟି ଦିନିକିଆ ଏବଂ 24ଟି ଟି20 ମ୍ୟାଚ୍ ଖେଳିଥିବା ବେଳେ ଯଥାକ୍ରମେ 100,173 ଏବଂ 28ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଏହା ସହିତ ତିନୋଟି ଫର୍ମାଟରେ ଇର୍ଫାନ 2500 ରନ୍ ସଂଗ୍ରହ କରିଛନ୍ତି । (ଏଜେନ୍ସୀ)
ନିଜାମାବାଦ,04/01: ଏଆଇଏମ୍ଆଇଏମ୍ ସାଂସଦ ଅସଦ୍ଦୁଦ୍ଦିନ୍ ଓଓ୍ବେସୀଙ୍କ ବିରୋଧରେ ବିଜେପି ସାଂସଦ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ସିଏଏକୁ ଓଓ୍ବେସୀ ବିରୋଧ କରିଥିବାରୁ ନିଜାମାବାଦ ସାଂସଦ ଧରମପୁରୀ ଅରବିନ୍ଦ ଏହି ମନ୍ତବ୍ୟ ଦେଇଛନ୍ତି । ଓଓ୍ବେସୀଙ୍କୁ କ୍ରେନ୍ରେ ଓଲଟା ଟଙ୍ଗାଇ ତାଙ୍କ ଦାଢି କାଟି ଦିଆଯିବା ଉଚିତ । ଏହି ଦାଢିକୁ କଟାଯାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ମୁହଁରେ ଲଗାଯିବା ଉଚିତ୍ ବୋଲି ଅରବିନ୍ଦ ମତ ଦେଇଛନ୍ତି । ନିଜାମାବାଦରେ ସିଏଏ ବିରୋଧରେ ଓଓ୍ବେସୀ ଏକ ସଭା କରିବା ପରେ ଏହି ମତ ଦେଇଛନ୍ତି ଅରବିନ୍ଦ । ଏହା ସହିତ କେସିଆରଙ୍କୁ ଜଣେ ମୌଲବୀ ଏବଂ କେଟିଆରଙ୍କୁ ନାସ୍ତିକ ଭାବରେ ଅଭିହିତ କରିଛନ୍ତି ଅରବିନ୍ଦ । (ଏଜେନ୍ସୀ)
https://youtu.be/nzf8miWpur0
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,04/01: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ମୟୁରଭଞ୍ଜ, ପୁରୀ, ବାଲେଶ୍ବର, ଗଞ୍ଜାମ, ଖୋର୍ଦ୍ଧା, ସୁନ୍ଦରଗଡ ଏବଂ ଦେବଗଡ ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ଏହି 7 ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଏବଂ ଘଡଘଡିର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,04/01: ଆସନ୍ତା 6ରୁ8 ମାସ ମଧ୍ୟରେ ରାଜଧାନୀର ବିଭିନ୍ନ ସ୍ଥାନରେ 43ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ସ୍ଥାପନ କରାଯିବ ବୋଲି ବିଏମ୍ସି କମିଶନର ପ୍ରେମଚନ୍ଦ ଚୌଧୁରୀ ପ୍ରକାଶ କରିଛନ୍ତି । ଏହି କମ୍ପୋଷ୍ଟିଂ ସେଣ୍ଟର ସ୍ଥାପନ କରାଯିବା ପରେ ଦାରୁଠେଙ୍ଗରେ ରହିଥିବା ଡମ୍ପିଂ ୟାର୍ଡ ହଟାଯିବ । ଦାରୁଠେଙ୍ଗ ସହିତ ସୈନିକ ସ୍କୁଲରେ ଥିବା ଡମ୍ପିଂ ୟାର୍ଡରେ ଥିବା ଅଳିଆକୁ ବାୟୋମାଇନିଂ କରାଯାଇ ରିସାଇକ୍ଲିଂ କରାଯିବ । ଡମ୍ପିଂୟାର୍ଡକୁ ନେଇ ବିବାଦ ଲାଗି ରହିଥିବା ବେଳେ ବିଏମ୍ସିର ଏହି ନିଷ୍ପତ୍ତି ସମସ୍ୟାର ସମାଧାନ କରିବା ନେଇ ଆଶା କରାଯାଉଛି ।

