Mumbai: Actors Sharvari Wagh and TJ Bhanu during the trailer launch of their upcoming film “The Forgotten Army” in Mumbai on Jan 7, 2020. (Photo: IANS)
Author: Samikhsya Bureau
ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଇଏସ୍ଆଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ନୋଇଡା ସ୍ଥିତ ଏହି ଇଏସ୍ଆଇ ହସ୍ପିଟାଲରେ ଗୁରୁବାର ସକାଳୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସେକ୍ଟର 24ରେ ରହିଥିବା ଇଏସ୍ଆଇ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବିଭାଗର ତିନି ଗାଡି ଅଗ୍ନି ନିର୍ବାପନରେ ବ୍ୟସ୍ତ ଅଛନ୍ତି । ହସ୍ପିଟାଲର ଉପର ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ରୋଗୀ ମାନଙ୍କୁ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଉଛି । (ଏଜେନ୍ସୀ)
Mumbai: Actress Sonnalli Seygall during the promotions of her upcoming film “Jai Mummy Di” in Mumbai on Jan 8, 2020. (Photo: IANS)
ନୂଆଦିଲ୍ଲୀ : ରିଅଲ୍ ମାଦ୍ରିଦ୍ ସ୍ପାନିଶ୍ ସୁପର୍ କପ୍ ଫାଇନାଲ୍ରେ ପହଞ୍ଚିଛି । ବୁଧବାର ରାତିରେ ଅନୁଷ୍ଠିତ ସେମି ଫାଇନାଲ୍ରେ ଭାଲେନ୍ସିଆକୁ 3-1ରେ ପରାସ୍ତ କରି ମାଦ୍ରିଦ୍ ଫଶଇନାଲ୍ରେ ପହଞ୍ଚିଛି । ମାଦ୍ରିଦ୍ ପକ୍ଷରୁ ଟୋନି କ୍ରୁସ୍, ଇସ୍କୋ ଏବଂ ଲୁକା ମୋଡ୍ରିକ୍ ପ୍ରତ୍ୟୋକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଫାଇନାଲ୍ରେ ମାଦ୍ରିଦ୍ ମେତ୍ସେଲାକୁ ଭେଟିବ । ଜିନେଦାଇନ୍ ଜିଦାନଙ୍କ ଆଘାତ ସମସ୍ୟା ଏବଂ ଦଳର ମୁଖ୍ୟ ଷ୍ଟ୍ରାଇକର ଏଡେନ୍ ହାଜାର୍ଡ, ଗେରାଥ୍ ବେଲ୍ ଏବଂ କରିମ୍ ବେଞ୍ଜାମାଙ୍କ ଅନୁପସ୍ଥିତିରେ ଲୁକା ମୋର୍ଡିକ୍ ଏବଂ ଟୋନି କ୍ରୁସ୍ ଗୋଲ୍ ସ୍କୋର କରିଥିଲେ । ଭାଲେନ୍ସିଆ ପକ୍ଷରୁ କୋପା ଡେଲ ରେ ପ୍ରଥମ ଗୋଲ୍ ସ୍କୋର କରିଥିବା ବେଳେ 28 ତମ ମିନିଟ୍ରେ କ୍ରୁସ୍ଙ୍କ ଗୋଲ୍ରେ ମ୍ୟାଚ୍ ବରାବର ସ୍ଥିତିକୁ ଆସିଥିଲା । 35 ତମ ମିନିଟ୍ରେ ଇସ୍କୋ ଗୋଲ୍ ସ୍କୋର କରିଥିବା ବେଳେ 88 ତମ ମିନିଟ୍ରେ ଲୁକା…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବାଲେଶ୍ୱର ଜିଲ୍ଲାରୁ ପୁନର୍ବାର ବ୍ରାଉନସୁଗାର ଜବତ କରାଯାଇଛି । ଜଳେଶ୍ୱରସ୍ଥିତ ଶେଖବାଡରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ନିକଟରୁ ପୋଲିସ୍ 50 ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ଘର ଶେଖବାଡ଼ ଅଞ୍ଚଳରେ ବୋଲି ଜଣାପଡିଛି । ଭୋର ସାଢ଼େ ଚାରିଟା ବେଳେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା । ଜବତ ବ୍ରାଉନସୁଗରର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ 5 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ମୁମ୍ବାଇ : ଭାରତୀୟ ସେୟାର ବଜାରରେ ଆଜି ନିବେଶକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଦୁଇଦିନ ଧରି ତଳୁଆ ରହିଥିବା ସେୟାର ବଜାର ଆଜି ଉପରକୁ ଉଠିଛି । ପ୍ରଥମ ଘଣ୍ଟାର ଟ୍ରେଡିଂରେ ସେୟାର ବଜାର 400 ପଏଣ୍ଟ ଉପରକୁ ଉଠିଛି । 437.93 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 41263 ପଏଣ୍ଟରେ ରହିଥିବା ବେଳେ ନିଫ୍ଟୀ 132 ପଏଣ୍ଟର ଅଭିବୃଦ୍ଧି ସହିତ 12159 ପଏଣ୍ଟରେ ରହିଛି । ନିଫ୍ଟୀ 50 ଏହି ସମୟରେ 1.12 ପ୍ରତିଶତର ଅଭିବୃଦ୍ଧି ସହିତ 9901 ପଏଣ୍ଟରେ ପହଞ୍ଚିଛି । ସର୍ବାଧିକ ଲାଭ ହାସଲକାରୀ କମ୍ପାନୀ ତାଲିକାରେ ରହିଛି ୟେସ୍ ବ୍ୟାଙ୍କ । ୟେସ୍ ବ୍ୟାଙ୍କର ଅଂଶଧନ ମୂଲ୍ୟରେ 4.01 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଉଲ୍ଲେଖଯୋଗ୍ୟ ଯେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରସ୍ଥିତି ସୃଷ୍ଟି ହେବା କାରଣରୁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଘଟି ସେୟାର ବଜାର ତଳୁଆ ରହିଥିଲା ।…
ନୂଆଦିଲ୍ଲୀ : ଜେଏନ୍ୟୁ ଆକ୍ରମଣକୁ ନେଇ ବିଜେପି ନେତ୍ରୀ ଉଭା ଭାରତୀ ସାପ ଉପାଖ୍ୟାନ ଶୁଣାଇଛନ୍ତି । ରବିବାର ଜେଏନ୍ୟୁ ପରିସର ମଧ୍ୟରେ କିଛି ମୁଖାପିନ୍ଧା ଆକ୍ରମଣକାରୀ ଛାତଛାତ୍ରୀଙ୍କ ସହିତ 30ରୁ ଅଧିକ ଅଧ୍ୟାପକଙ୍କ ଉପରେ ଆକ୍ରମଣ ହୋଇଥିଲା । ବୁଧବାର ରାତିରେ ଏକ ସାକ୍ଷାତକାରରେ ଉମା ଭାରତୀ ଆକ୍ରମଣକାରୀଙ୍କୁ ସାପ ସହିତ ତୁଳନା କରିଛନ୍ତି । ସମାଜର କିଛି ଗୋଷ୍ଠୀ ଦେଶ ମଧ୍ୟରେ ବିଭେଦ ସୃଷ୍ଟି କରିବାର ଚେଷ୍ଟା କରୁଛନ୍ତି । ଏହି ସାପ ମାନଙ୍କର ସଂଖ୍ୟା ତୁଳନାତ୍ମକ ଭାବରେ କମ୍ ମାତ୍ର ଏମାନେ ଅଧିକ ବିଷାକ୍ତ । ଏମାନେ ଦେଶର ବାତାବରଣ ଏବଂ ଶାନ୍ତି ଭଙ୍ଗ କରିବାର ପ୍ରୟାସ କରିଛନ୍ତି । ଏମାନଙ୍କୁ ଦେଶରୁ ହଟାଇବା ପାଇଁ ସରକାରଙ୍କୁ କଡା ପଦକ୍ଷେପ ନେବା ଉଚିତ୍ ବୋଲି ଉମା ଭାରତୀ ପ୍ରକାଶ କରିଛନ୍ତି । (ଏଜେନ୍ସୀ)
ବାଗଦାଦ : ଇରାକର ଗ୍ରୀନ୍ ଜୋନ୍ରେ ରକେଟ୍ ମାଡ କରାଯାଇଛି । ଇରାନ୍ ପକ୍ଷରୁ ମିସାଇଲ ମାଡର 24 ଘଣ୍ଟା ମଧ୍ୟରେ ପୁନର୍ବାର ଇରାକ୍ର ରାଜଧାନୀ ବାଗଦାଦ ଉପରେ ଆକ୍ରମଣ କରାଯାଇଛି । ବାଗ୍ଦାଦ୍ର ଗ୍ରୀନ୍ ଜୋନ୍ରେ ହୋଇଥିବା ଏହି ଆକ୍ରମଣ ଦ୍ବାରା ଆମେରିକୀୟ ଦୂତାବାସ ନିକଟରେ ଘଟିଥିଲା । ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା ନେଇ ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି । କଡା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ଆମେରିକୀୟ ଦୂତାବାସର 100 ମିଟର ଦୂରତା ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା । ଏହି ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନଥିଲେ ମଧ୍ୟ ଇରାନ୍ର ସମ୍ପୃକ୍ତି ସନ୍ଦେହ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଇରାନ୍ର ସେନାଧ୍ୟକ୍ଷ କାସିମ୍ ସୁଲେମାନୀ ଏବଂ ଇରାକୀ କମାଣ୍ଡର ଆବୁ ମହଦୀଙ୍କ ହତ୍ୟା ପରେ ଇରାନ୍ ପକ୍ଷରୁ ଆକ୍ରମଣ କରାଯାଇଥିଲା । (ଏଜେନ୍ସୀ)
କୋଣାର୍କ- ଆଜି ବଡି ଭୋରରୁ 5ଟି ସଚିବ ଭି.କେ ପାଣ୍ଡିୟାନ କୋଣାର୍କ ଗସ୍ତରେ ଯାଇ ସେଠାକାର ସୌନ୍ଦର୍ଯ୍ୟ କରଣ ଉପରେ ଅନୁଧ୍ୟାନ କରିଥିଲେ। ପାଣ୍ଡିୟାନଙ୍କ ସହ ପୁର୍ତ୍ତ ସଚିବ କିଶନ କୁମାର ଏବଂ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂ ମଧ୍ୟ ଉପସ୍ଥିତ ଥିଲେ। ପାଣ୍ଡିୟାନ ଭୋର 4ଟାରେ ଯାଇ କୋଣାର୍କରେ ପହଁଚିଥିଲେ। ତା ପୂର୍ବରୁ ସେଠାକାର ଅଧିକାରୀ ଓ ଜିଲ୍ଲାପାଳ ମଧ୍ୟ ଅପେକ୍ଷା କରିଥିଲେ। ପାଣ୍ଡିୟାନ ପହଁଚିବା ପରେ ସମସ୍ତେ କୋଣାର୍କର ଚତୁପାର୍ଶ ତଦାରଖ କରି ଏହା ସୌନ୍ଦଯ୍ୟକରଣ ଉପରେ ଆଲୋଚନା କରିଥିଲେ। କୋଣାର୍କ ମନ୍ଦିର ଚାରିପଟେ ଥିବା ଦୋକାନ ଏବଂ ଘରକୁ ଉଚ୍ଛେଦ କରାଯାଇ ସୌନ୍ଦର୍ଯ୍ୟ କରଣ କରାଯିବ। କ୍ଷୁଦ୍ର ବ୍ୟବସାୟୀଙ୍କୁ ଅନ୍ୟତ୍ର ଥଇଥାନ କରାଯିବ ବୋଲି ନିଷ୍ପତି ନିଆଯାଇଛି। ପୂର୍ବରୁ 5ଟି ସଚିବ ଭି.କେ ପାଣ୍ଡିୟାନ ପୁରୀ ଓ ଲିଙ୍ଗରାଜ ମନ୍ଦିରର ସୈନ୍ଦର୍ଯ୍ୟକରଣ କରି ବେଶ୍ ପ୍ରଶଂସିତ ହୋଇଛନ୍ତି। ସେଗୁଡିକ ମଧ୍ୟ ଭୋରରୁ ଗସ୍ତ କରି ଅଧିକାରୀମାନଙ୍କ ସହିତ…
ନୁଆଦିଲ୍ଲୀ : ଜମ୍ମୁ କାଶ୍ମୀରରୁ ଧାରା 370 ଉଛେଦ ହେବା ପରେ ପାକିସ୍ଥାନ ଭାରତକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଘେରିବା ପାଇଁ ବହୁ ପ୍ରଚେଷ୍ଟା ଚଳାଇଛି। ଜମ୍ମୁ କାଶ୍ମୀରରେ 370 ଧାରା ଉଛେଦ୍ଦ ହେବ ପରେ ବିଦେଶୀ ରାଷ୍ଟ୍ରଦୂତମାନେ ଔପଚାରିକ ଭାବେ କାଶ୍ମୀର ଗସ୍ତ କରୁଛନ୍ତି। ଏହି ଦଳରେ ଆମେରିକା, ଭିଏତନାମ, ଦକ୍ଷିଣ କୋରିଆ ସମେତ 17ଟି ଦେଶର ରାଷ୍ଟ୍ରଦୁତ ରହିଛନ୍ତି। ଏହି ଗସ୍ତରେ ୟୁରୋପିୟନ ୟୁନିୟନର ରାଷ୍ଟ୍ରଦୂତ ସାମିଲ ନାହାନ୍ତି। ୟୁରୋପୀୟ ଦଳ ଅକ୍ଟୋବର ରେ କାଶ୍ମୀର ଗ୍ରସ୍ତ କରିଥିଲେ। ଏହି ସଦସ୍ୟମାନେ ଜାମ୍ମୁରେ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ସାକ୍ଷାତ କରିବା ସହିତ ଘାଟି ରେ ସ୍ଥିତି ସମୀକ୍ଷା କରିବେ।
ଦିଲ୍ଲୀ : ପୂର୍ବ ଦିଲ୍ଲୀର ପଟପଗଞ୍ଜ ଶିଳ୍ପାଞ୍ଚଳର ଏକ କାରଖାନାରେ ନିଆଁ ଲାଗିଯାଇଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏହି କାରଖାନାରେ ପ୍ରିନ୍ଟିଂ କାମ ହେଉଥିଲା। 30ଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିଯୋଜିତ ରହିଛି। ହଜାର ହଜାର ସଂଖ୍ୟାରେ ଏହି ଅଞ୍ଚଳରେ ଲୋକ କାମ କରିଥାନ୍ତି। ନିଆଁ ଲାଗିବା ପରେ ଏହି ଅଞ୍ଚଳ ରେ ବିସ୍ଫୋରଣ ଘଟି କୋଠଟି ଭୁସୁଡି ପଡିଥିବାର ସୂଚନା ମିଳିଛି। ଏହି ଘଟଣାରେ 18 ଜଣ ଆହତ ହୋଇଛନ୍ତି। ପୂର୍ବରୁ ଦିଲ୍ଲୀର ସବ୍ଜୀ ମାଣ୍ଡୀ ଓ ବେକେରୀ କାରଖାନାରେ ନିଆଁ ଲାଗି ବ୍ୟାପକ ନଷ୍ଟ ହେବ ସହ ଜୀବନ ହାନି ମଧ୍ୟ ହୋଇଥିଲା।
କେଦାର ମିଶ୍ର ୭ ଜାନୁଆରୀ ସନ୍ଧ୍ୟାରେ ଜୱାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟରେ ଜଣେ ଅତିଥି ଆସି ପହଞ୍ଚିଥିଲେ, ଯିଏ ଆସିବେ ବୋଲି ସେଠି ସଭା କରୁଥିବା ପିଲାମାନେ ଜାଣି ନଥିଲେ। ସେଇ ସନ୍ଧ୍ୟାରେ ବିଶ୍ଵ ବିଦ୍ୟାଳୟର ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର ଭାଷଣ ଦେଉଥିବା ସମୟରେ ହଠାତ ବଲିଉଡ ର ଚର୍ଚ୍ଚିତ ସୁପରଷ୍ଟାର ଦୀପିକା ପାଦୁକୋନ ପହଞ୍ଚିଥିଲେ। ମାତ୍ର ଦଶ ମିନିଟ ପ୍ରତିବାଦ ସଭାରେ ଚୁପଚାପ ଛିଡା ହେବା ସହିତ ଗତ ରବିବାର ହିଂସାକାଣ୍ଡରେ ଆହତ ହୋଇଥିବା ଛାତ୍ରସଂସଦର ସଭାପତି ଆଇଶି ଘୋଷଙ୍କୁ କୋଳେଇ ନେଇ ଦୀପିକା ଚାଲି ଯାଇଥିଲେ। ତେବେ ସେହି ଚୁପଚାପ ଦଶ ମିନିଟ ଭାରତର ରାଜନୀତିରେ ଏକ ଭୟଙ୍କର ଝଡ ସୃଷ୍ଟି କରିଛି। ଦୀପିକା ଜେଏନୟୁ ସମ୍ପର୍କରେ ପଡେ କଥା କହିନଥିଲେ କିମ୍ବା ଆଜି ରିଲିଜ ହେବାକୁ ଥିବା ତାଙ୍କର ନୂଆ ସିନେମା “ଛପକ” ବିଷୟରେ କିଛି କହିନଥିଲେ। ହେଲେ ଜେଏନୟୁ କ୍ୟାମ୍ପସରେ ଦୀପିକାଙ୍କର ନୀରବ…
ଭୁବନେଶ୍ବର- ସାରା ଓଡିଶାରେ ଭାରତ ବନ୍ଦର ପ୍ରଭାବ ବେଶ୍ ପଡିଛି। ସଂଧ୍ୟା ସୁଦ୍ଧା ଶାନ୍ତି ପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ ଶେଷ ହୋଇଛି। ବିଭିନ୍ନ ସ୍ଥାନରେ ଟ୍ରେଡ ୟୁନିୟନ ଏବଂ କଂଗ୍ରେସ ତରଫରୁ ରାସ୍ତା ରୋକ କରାଯାଇଥିବା ବେଳେ ଦୋକାନ ବଜାର ପ୍ରାୟତଃ ବନ୍ଦ ରହିଥିଲା। ଆଜି ସକାଳୁ ବିକ୍ଷୋଭକାରୀମାନେ ପ୍ରଥମେ ରେଳ ଚଳାଚଳକୁ ବନ୍ଦ କରି ଦେଇଥିଲେ। ଫଳରେ ଭୁବନେଶ୍ବରରେ ପ୍ରାୟ 6ଟି ଟ୍ରେନ ଅଟକି ରହିଥିବା ବେଳେ ଅନ୍ୟାନ୍ୟ ଷ୍ଟେସନରେ ମଧ୍ୟ ବିଭିନ୍ନ ଟ୍ରେନ ଅଟକି ରହିଥିଲା। ବିକ୍ଷୋଭକାରୀମାନେ ଭୁବନେଶ୍ବର ରେଳ ଷ୍ଟେସନ ଭିତରକୁ ଧସେଇ ପରି ରେଳ ଧାରଣା ଉପରେ ବସି ରହିଲେ। ଫଳରେ ରେଳ ବିଭାଗ ସବୁ ଟ୍ରେନ ଚଳାଚଳକୁ ବାତିଲ କରି ଦେଇଥିଲେ। ସେହିପରି ଭୁବନେଶ୍ବରର ବସଷ୍ଟାଣ୍ଡରେ ଅବସ୍ଥା ମଧ୍ୟ ଅନୁରୂପ। ପୂର୍ବରୁ ବନ୍ଦକୁ ଲକ୍ଷ୍ୟ ରଖି ଘରୋଇ ବସ ଚଳାଚଳ କରିବ ନାହିଁ ବୋଲି ସଂଘ ଘୋଷଣା କରିଥିଲା। ଫଳରେ ସେଗୁଡିକ…
ସମୀକ୍ଷା ବ୍ୟୁରୋ ଜଗତସିଂହପୁର : କୃଷିଋଣ ବୀମା ଛାଡ ବାବଦରେ ମିଳିଥିବା କ୍ଷତିପୂରଣ ରାଶି ପାଇଁ ଅନ୍ୟାୟ ଭାବରେ ଟଙ୍କା ଆଦାୟ କରାଯିବା ନେଇ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ପଙ୍କପାଳ ସେବା ସମବାୟ ସମିତିର ସଭ୍ୟମାନେ ଏନେଇ ଏକ ଅଭିଯୋଗ କରିଛନ୍ତି। 2017 ଓ 2018ବର୍ଷର ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହୋଇଯାଇଥିବାବେଳେ ଏନେଇ ବୀମା କମ୍ପାନୀ ଚାଷୀମାନଙ୍କୁ 56% କ୍ଷତିପୂରଣ ପ୍ରଦାନ କରିଛି। ମାତ୍ର ଏହି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବା ପାଇଁ ପଙ୍କପାଳ ସେବା ସମବାୟ ସମିତିର ସମ୍ପାଦକ ଓ ସଭାପତି ଚାଷୀମାନଙ୍କୁ ବ୍ୟାଙ୍କ ପାସ୍ବୁକ୍ ତଥା ଆଧାର କାର୍ଡ ସହିତ ଜୋର୍ଜବରଦସ୍ତି ଏକ ହଜାର ଟଙ୍କା ପାଇଁ ପଚାଶ ଟଙ୍କା ଲେଖାଏଁ ଆଦାୟ କରିବାର ଅଭିଯୋଗ ହୋଇଛି । ସଭ୍ୟମାନେ ଯେତେ ପ୍ରତିବାଦ କଲେ ମଧ୍ୟ ଏହାକୁ ଶୁଣୁନାହାନ୍ତି ସମ୍ପୃକ୍ତ ଅଧିକାରୀ। ଟଙ୍କା ନଦେଲେ ବୀମା ଟଙ୍କା ପାଇବାରୁ ବଞ୍ଚିତ…
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ୍ କମିଶନରକୁ ନେଇ ବହୁତ ଶୀଘ୍ର ନିଷ୍ପତ୍ତି ଆସିପାରେ। ମିଳିଥିବା ସୂତ୍ର ଅନୁସାରେ ଗୃହ ମନ୍ତ୍ରାଳୟ ଏନେଇ ନିର୍ବାଚନ ଆୟୋଗକୁ ଚିଠି କରିଛନ୍ତି। ଦିଲ୍ଲୀ ପୋଲିସ୍ କମିଶନର ଅମୂଲ୍ୟ ପଟ୍ଟନାୟକ ଆସନ୍ତା ଜାନୁଆରୀ 31ରେ ଅବସର ନେବେ। ନୂତନ ପୋଲିସ୍ କମିଶନର ନେଇ ଏକ ପ୍ୟାନେଲ୍ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯିବା କିମ୍ବା ବର୍ତ୍ତମାନର ପୁଲିସ୍ କମିଶନରଙ୍କ କାର୍ଯ୍ୟକାଳକୁ ବଢାଇ ଦିଆଯାଇପାରେ ବୋଲି ମଧ୍ୟ ସୂଚନା ରହିଛି। ଦିଲ୍ଲୀରେ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। ଏପରି ସମୟରେ ନୂତନ କମିଶନର ନିଯୁକ୍ତି କରିବା କିମ୍ବା ବର୍ତ୍ତମାନ ପୁଲିସ୍ କମିଶନରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯିବ। 1985 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ପୁଲିସ୍ କମିଶନର ପଦ ସମ୍ଭାଳିବା ପୂର୍ବରୁ ସ୍ପେଶାଲ୍ କମିଶନର ଅଫ୍ ପୁଲିସ୍ ପଦରେ ନିଯୁକ୍ତି ଥିଲେ । ଆସନ୍ତା ଫେବୃଆରୀ 8 ତାରିଖରେ 70 ବିଧାନସଭା ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ…
ନାଗପୁର : ଭାରତୀୟ ଜନତା ଦଳ (ବିଜେପି)ର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ୍ ଗଡକରୀଙ୍କ ଗଡ ନାଗପୁରରେ ଦଳକୁ କଡା ପରାଜୟ ମିଳିଛି। ନାଗପୁରର ଧୋପାବାଡାରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏଠାରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟ ମିଳିଛି। 31ଟି ଆସନ ଜିତି କଂଗ୍ରେସ ବିଜୟୀ ହୋଇଛି । ଖୋଦ୍ କେନ୍ଦ୍ର ମନ୍ତ୍ରୀ ନିତୀନ୍ ଗଡକାରୀଙ୍କ ଗ୍ରାମ ଧୋପ୍ପାଓ୍ବାଡା ନାଗପୁରରେ। ଏଠାରେ ନୀତିନ୍ଙ୍କୁ ମଜବୁତ୍ ସ୍ଥିତି ରହିଥିବାବେଳେ ବିଜେପିର ମଧ୍ୟ ସ୍ଥିତି ବେଶ୍ ସୁଦୃଢ ରହିଥିଲା। କିନ୍ତୁ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ବିଫଳ ହେବାକୁ ପଡିଛି। ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ଡୋଙ୍ଗରେ ବହୁମତ ପାଇଛନ୍ତି। ମହେନ୍ଦ୍ରଙ୍କୁ 9,444 ଭୋଟ୍ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ମୋମକୁବର୍ଙ୍କୁ ମାତ୍ର 5,501 ଭୋଟ୍ ମିଳିଛି। ଜିଲ୍ଲା ପରିଷଦର ଧୋପେବାଡା ଆସନ ତିନି ଥର ପାଇଁ ବିଜେପି କବ୍ଜାରେ ରହିଥିଲା। କିନ୍ତୁ ଚଳିତଥରା…
ସମୀକ୍ଷା ବ୍ୟୁରୋ କେନ୍ଦ୍ରାପଡ଼ା :୧୨ ଦଫା ଦାବି ନେଇ ଦିଆ ଯାଇଥିବା ଭାରତ୍ ବନ୍ଦ ଡାକରାର ପ୍ରଭାବ କେନ୍ଦ୍ରାପଡ଼ାରେ ମଧ୍ୟ ଦେଖିବା ପାଇଁ ମିଳିଥିଲା। ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିଲେ। ସହରର ଦୁହୁରିଆ, ତିନିମୁହାଣି, ବସଷ୍ଟାଣ୍ଡ, ପୁରୁଣା ମଟର ଷ୍ଟାଣ୍ଡ, ଶାନ୍ତ ସାହି, ଗୁଲନଗର, ଗୋପ ଚ୍ଛକ ପ୍ରଭୃତି ଅଞ୍ଚଳରେ ରାସ୍ତା ଉପରେ ବସି ରହି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରୁଥିବାର ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କଲେଜ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିଥିଲେ। ଏମିତିକି ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ଅବରୋଧ କରିବା ସହିତ କୌଣସି କର୍ମଚାରୀଙ୍କୁ ଭିତରକୁ ଛାଡି ନଥିଲେ। ମୋଟାମୋଟି ଭାବରେ ସହରର ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନ ଓ ବଜାର ବନ୍ଦ ରହିଥିଲା। ତେବେ ବସ ଓ ଅନ୍ୟାନ୍ୟ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବନ୍ଦ ଯୋଗୁଁ ସାଧାରଣ ଜନଜୀବନ…
ଭୋପାଳ : କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଭୋପାଳର ସେବାଦଳ ପ୍ରଶିକ୍ଷଣ ଶିବିର ସମ୍ମେଳନରେ ସାମିଲ ହୋଇ ସମୟ ଅତିବାହିତ କରିଛନ୍ତି।ଏହି ଅବସରରେ ଦିଗବିଜୟ କହିଛନ୍ତି ଯେ, ଆଜି ଦୁନିଆରେ ବିଚାରଧାରାର ଲଢେଇ ଚାଲିଛି। ଭାରତରେ ସଂସ୍କାର ଯୋଡ଼ାଯାଇଥାଏ, କିନ୍ତୁ ଏବେ ଦେଶରେ ଏହାକୁ ଭଙ୍ଗାଯିବାର ପ୍ରଚେଷ୍ଟା ଚାଲିଛି। ଦିଗ୍ବିଜୟ ସିଂହ ଆରଏସ୍ଏସକୁ ଟାର୍ଗେଟ କରି କହିଛନ୍ତି ଯେ, ସ୍ବାଧୀନତା ପରେ ଆରଏସ୍ଏସ୍ ସମ୍ବିଧାନ ବିରୋଧୀ ରୂପେ ରହିଆସିଛି। ନରେନ୍ଦ୍ର ମୋଦି ଲାଠି ଦ୍ବାରା ଦେଶକୁ ଚଳାଇବାକୁ ଚାହୁଁଛନ୍ତି, ଯାହା ଏବେ କଦାପି ସମ୍ଭବ ନୁହେଁ। ଦୁନିଆରେ ସବୁ ଦେଶରେ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷଣ ନିୟମ ରହିଛି। ଆରଏସଏ୍ସ୍ କେବଳ ହିନ୍ଦୁମାନଙ୍କର ସଙ୍ଗଠନ ନୁହେଁ, ଏହାର ମୂଳ ବିଚାରଧାରା ହେଉଛି ଫାଶୀବାଦ। ଆରଏସଏସ୍ ମାନସିକତାକୁ ଭାଙ୍ଗିଥାଏ। ଯେତେବେଳେ କଂଗ୍ରେସ ବିଚାରଧାରାକୁ ଯୋଡିଥାଏ। ସବୁ ଧର୍ମର ମୂଳ ମନ୍ତ୍ର ମନୁଷ୍ୟତ୍ବ। ଏହା ସମସ୍ତଙ୍କୁ ଯୋଡି ରଖିଥାଏ। ମୋଦି – ଶାହାଙ୍କୁ ଦିଗ୍ବିଜୟ ଟାର୍ଗେଟ୍…
ନୂଆଦିଲ୍ଲୀ : ଆଇସିସି ପକ୍ଷରୁ ପ୍ରକାଶିତ ନୂତନ ଟେଷ୍ଟ ରାଙ୍କିଙ୍ଗ ବୁଧବାର ପ୍ରକାଶ ପାଇଛି । ସଦ୍ୟ ପ୍ରକାଶିତ ରାଙ୍କିଙ୍ଗରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲୀୟ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ମାର୍ନସ ଲାବୁଶ୍ଚାଞ୍ଜେ ଆଶ୍ଚର୍ଯ୍ୟଜନକ ଭାବରେ ତୃତୀୟ ସ୍ଥାନରେ ରହିଛନ୍ତି । 928 ପଏଣ୍ଟ ସହିତ କୋହଲି ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ଷ୍ଟିଭ୍ ସ୍ମିଥ୍ 911 ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ନିକଟରେ ସମାପ୍ତ ନ୍ୟୁଜିଲ୍ୟାଣ୍ଡ ସିରିଜ୍ରେ ପ୍ରଥମ ଦ୍ବିଶତକ ହାସଲ କରିଥିବା ଲାବୁଶ୍ଚାଞ୍ଜେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । 6 ଇନିଂସରୁ ଲାବୁଶ୍ଚାଞ୍ଜେ 549 ରନ୍ ସଂଗ୍ରହ କରି ପ୍ଲେୟାର ଅଫ୍ ଦ ସିରିଜ୍ ହୋଇଥିଲେ । ଅନ୍ୟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଚେତେଶ୍ବର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେ ଟପ୍ ଟେନ୍ରେ ରହିଛନ୍ତି । ପୂଜାରା ଷଷ୍ଠ ସ୍ଥାନରେ ରହିଥିବା…
https://www.youtube.com/watch?v=11SsmAEcTP8
ବେଙ୍ଗାଲୁରୁ : କନ୍ନଡ ସୁପରଷ୍ଟାର ୟଶ୍ଙ୍କ ଜନ୍ମଦିନରେ କେଜିଏଫ୍-2ର ନୂତନ ପୋଷ୍ଟର ରିଲିଜ୍ ହୋଇଛି । କେଜିଏଫ୍-1ର ସଫଳତା ପରେ ଦର୍ଶକ ଦ୍ବତୀୟ ଭାଗକୁ ଉତ୍ସୁକତାର ସହିତ ଅପେକ୍ଷା କରିଥିବା ବେଳେ ଆଜି ଫିଲ୍ମର ଟିଜର ରିଲିଜ୍ ହେବା ନେଇ ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ମାତ୍ର ଏଡିଟିଂ କାମ ଶେଷ ନହେବା କାରଣରୁ ୟଶଙ୍କ ପ୍ରଥମ ପୋଷ୍ଟର ରିଲିଜ୍ କରାଯାଇଛି । ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ୍ ୟଶ୍ଙ୍କ ପୋଷ୍ଟର ସେୟାର କରିଛନ୍ତି । ଜୁଲାଇ 2020ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମ ହିନ୍ଦି, ତାମିଲ, ତେଲୁଗୁ ଏବଂ ମାଲାୟଲମ ଭାଷାରେ ନିର୍ମିତ ହେବାକୁ ଯାଉଛି । ବେଙ୍ଗାଲୁରୁରେ ୟଶ୍ଙ୍କ ଜନ୍ମଦିନରେ ଫ୍ୟାନ୍ ମାନେ 12 କିଗ୍ରା ଓଜନର ଏକ କେକ୍ କାଟୁଛନ୍ତି । (ଏଜେନ୍ସୀ)

