ଗୋଲ୍ଡେନ୍‌ ଗ୍ଲୋବ୍‌ ହୋଷ୍ଟ କରିବେ ଏହି ଦୁଇ ଅଭିନେତ୍ରୀ : ଜାଣନ୍ତୁ କିଏ?

Published: Jan 13, 2020, 11:25 am IST

ମୁମ୍ବାଇ : 2021 ଗୋଲ୍ଡେନ୍‌ ଗ୍ଲୋବ୍‌ ହୋଷ୍ଟ କରିବାକୁ ଯାଉଛନ୍ତି ଦୁଇ ଅଭିନେତ୍ରୀ । 2020 ମସିହାର ଗୋଲ୍ଡେନ୍‌ ଗ୍ଲୋବ୍‌କୁ ରିକୀ ଗେର୍ଭେସ୍‌ ହୋଷ୍ଟିଂ କରିଥିବା ବେଳେ ଏହି ଅବସରରେ 2021ର ହୋଷ୍ଟଙ୍କ ନାମ ଘୋଷଣା କରାଯାଇଥିଲା । ଅଭିନେତ୍ରୀ ଟିନା ଫେ ଏବଂ ଏମି ପୋହେଲର 2021ର ଗୋଲ୍ଡେନ୍‌ ଗ୍ଲୋବ୍‌ ହୋଷ୍ଟ କରିବାକୁ ଯାଉଛନ୍ତି । ଏନ୍‌ବିସି ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ଉଭୟ ଅଭିନେତ୍ରୀ ଏକତ୍ର ଭାବରେ 2013, 2014 ଏବଂ 2015ର ଗୋଲ୍ଡେନ୍‌ ଗ୍ଲୋବ୍‌ ହୋଷ୍ଟ କରିଥିଲେ । ଉଭୟ ଅଭିନେତ୍ରୀ ଏକତ୍ର ଭାବରେ ମିନ୍‌ ଗାର୍ଲସ୍‌ ଏବଂ ସିସ୍ଟର୍ସରେ ଏକତ୍ର ନଜର ଆସିଥିଲେ । (ଏଜେନ୍ସୀ)

Related posts