Author: Samikhsya Bureau

DAV Chandrasekharpur Runners Up In the recently concluded CBSE National Girls Shooting Championship at Karnal, Haryana the 3 member girls team of DAV Public School, Chandrasekharpur bagged the runners up title and won silver medal. The team of Manyata Singh, Shravani Das and Shivangi Meher, all class 7 scored 1078 points where as a team from Ranchi became the Champion with 1092 points. The team participated in the event under the guidance of Sports teacher Anand Chandra Das. The Principal of the school Dr K C Satapathy among others congratulated the winners for bringing laurels for the school as well…

Read More

ଏବେ ରାଜଧାନୀ ଭୁବନେଶ୍ୱର ହେବ ଖୋଲା ଶୌଚମୁକ୍ତ ଅଞ୍ଚଳ । ବାହାରେ ଶୌଚକଲେ ଦେବାକୁ ପଡିବ ଫାଇନ। ଆଜି ଏନେଇ ବିଏମସି ପକ୍ଷରୁ ନୋଟିସ ଜାରି ହୋଇଛି ।  ରାଜଧାନୀକୁ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଏବେ ବିଏମସି ସହରକୁ ଖୋଲା ଶୌଚମୁକ୍ତ ଅଂଚଳ କରିବା ନେଇ ନିଷ୍ପତି ନେଇଛି । ଏନେଇ ନୋଟିସ ମଧ୍ୟ ଜାରି କରିଛି । ଏପରିକି ବାହାରେ ଶୌଚ କଲେ ଫାଇନର ବ୍ୟବସ୍ଥା ମଧ୍ୟ ହୋଇଛି । ବାହାରେ ଶୌଚ କଲେ ଏବେ ୨୦୦ ଟଙ୍କା ଫାଇନ ଦେବାକୁ ପଡିବ । ସେହିପରି ପରିଶ୍ରା କଲେ ୧୫୦ ଟଙ୍କା ଫାଇନ ଗଣିବାକୁ ହେବ । ଜରିମାନା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Read More

ସମୀକ୍ଷା ବ୍ୟୁରୋ ଦୁର୍ଘଟଣାରୁ ଅଳ୍ପେକ ବର୍ତ୍ତିଲା ଭୁବନେଶ୍ବର-ଆନନ୍ଦବିହାର ଏକ୍ସପ୍ରେସ୍‌। ଭିଏସ୍‌ଏସ୍‌ ନଗର ଲେଭଲ୍‌କ୍ରସିଂ ଗେଟ୍‌ମ୍ୟାନ୍‌ଙ୍କ ପାଇଁ ଦୁର୍ଘଟଣାରୁ ବର୍ତ୍ତିଲା। ଟ୍ରେନ୍‌ଟି ଦ୍ରୁତ ଗତିରେ ଆସୁଥିବାବେଳେ ମଇଁଷି ପଲ ଲାଇନ୍‌କୁ ଚାଲିଆସିଥିଲେ। ମଇଁଷି ପଲ ଦେଖି ତୁରନ୍ତ ରେଡ୍‌ ସିଗ୍ନାଲ୍‌ ଦେଇଥିଲେ ଗେଟ୍‌ମ୍ୟାନ୍‌। ସିଗ୍‌ନାଲ୍‌ ଦେଖି ଟ୍ରେନ୍‌ ଲୋକୋ ପାଇଲଟ୍‌ ଟ୍ରେନ୍‌କୁ ଅଟକାଇଥିଲେ।

Read More

ସମୀକ୍ଷା ବ୍ୟୁରୋ ୯ଜଣ ଡିଏସ୍‌ପିଙ୍କୁ ପଦୋନ୍ନତି ମିଳିଛି। ଏହି ସମସ୍ତ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦେଇ ରାଜ୍ୟ ସରକାର। ପଦୋନ୍ନତି ମିଳିଥିବା ଡିଏସ୍‌ପିଙ୍କ ମଧ୍ୟରେ ରହିଛନ୍ତି  ପ୍ରଦୀପ ଜାଲି, ମନୋରଞ୍ଜନ ପ୍ରଧାନ, ବିପିନ୍‌ ବେହେରା, ଇତିକାନ୍ତ ମହାପାତ୍ର, ଜ୍ଞାନରଞ୍ଜନ, କିଶୋର ପାଣିଗ୍ରାହୀ, ପ୍ରମୋଦ ରଥ,  ସୟଦ ମୁଜିବର ରେହମାନ ଓ ସୁଦାମ ସାହୁ ପ୍ରମୁଖ।

Read More

କେନ୍ଦ୍ର ସରକାର ଦେଶର ୨୧ଟି ସହରର ପାଣିର ଗୁଣବତ୍ତାକୁ ଯାଞ୍ଚ ପରେ ଏକ ସୂଚୀ ଜାରି କରିଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଳାସ ପାସୱାନ ଆଜି ପାଣିର ମାନ ଆଧାରରେ ଦେଶର ୨୧ଟି ସହରର ଲିଷ୍ଟ ଜାରି କରିଛନ୍ତି ।  ଏହି ସୂଚୀରେ ମୁମ୍ବାଇ ସହରର ପାଣି ସବୁଠାରୁ ବିଶୁଦ୍ଧ ବୋଲି ରହିଥିବାବେଳେ ଦିଲ୍ଲୀର ବାୟୁ ପରି ପାଣି ମଧ୍ୟ ବିଷାକ୍ତ ବୋଲି ରହିଛି । ତେବେ ବିଶୁଦ୍ଧ ପାଣି ଲିଷ୍ଟ୍‌ରେ ପ୍ରଥମ ପାଞ୍ଚଟି ସ୍ଥାନରେ ମୁମ୍ୱାଇ, ହାଇଦ୍ରାବାଦ, ଭୁବନେଶ୍ୱର, ରାଞ୍ଚି ଏବଂ ରାୟପୁର ରହିଛି । କେନ୍ଦ୍ର ସରକାର ବ୍ୟୁର ଅଫ ଇଣ୍ଡିଆନ ଷ୍ଟଣ୍ଡାର୍ଡସ (ବିଆଇଏସ)ରୁ ସାରା ଦେଶର ବିଭିନ୍ନ ସହରରେ ପାଣିର ନମୁନା ଏକାଠି କରି ତାହାର ଗୁଣବତ୍ତା ଯାଞ୍ଚ କରିଛନ୍ତି ।  ଏଥିରେ ୧୦ଟି ମାନଦଣ୍ଡକୁ ନେଇ ପାଣିର ଗୁଣବତ୍ତାକୁ ପରୀକ୍ଷା କରାଯାଇଛି ।

Read More

ସମୀକ୍ଷା ବ୍ୟୁରୋ ବଡ ଅପୂର୍ବ ଦୃଶ୍ୟ। ଦେଶର ଶାସନଗାଦିରେ ଥିବା ଭାରତୀୟ ଜନତା ପାର୍ଟିର ନେତା କର୍ମୀମାନେ ଆଜି ରାସ୍ତାରେ ବିକ୍ଷୋଭ କରୁଛନ୍ତି। କଣ ଏ ବିକ୍ଷୋଭର କାରଣ? ସେମାନଙ୍କର ଦାବି ହେଉଛି କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ। କାହିଁକି ରାହୁଲ ଗାନ୍ଧୀ କ୍ଷମା ମାଗିବେ? ବିଜେପିର ଯୁକ୍ତି ହେଲା, ଯେହେତୁ ସୁପ୍ରିମ କୋର୍ଟ ରାଫାଲେ ମାମଲାରେ ସରକାରକୁ ଦୋଷମୁକ୍ତ କରିଛନ୍ତି, ତେଣୁ ରାହୁଲ ମୋଦୀଙ୍କୁ ଚୌକିଦାର ଚୋର ହୈ ବୋଲି କହିଥିବାରୁ କ୍ଷମା ମାଗନ୍ତୁ। ଇଏ ତ ଅଦ୍ଭୁତ ଯୁକ୍ତି। ପ୍ରଥମ କଥା ହେଲା ସୁପ୍ରିମ କୋର୍ଟ “ଚୌକିଦାର ଚୋର ହୈ” ପ୍ରସଙ୍ଗରେ କିଛି କହିନାହାନ୍ତି ବା ସେ କଥା ଆଲୋଚିତ ହେବାର କୌଣସି କାରଣ ନଥିଲା। ରାହୁଲ ଗାନ୍ଧୀ ଏକଥା ସୁପ୍ରିମ କୋର୍ଟ କହିଛନ୍ତି ବୋଲି କହିଥିବାରୁ, ଭବିଷ୍ୟତରେ ସେ ଅଦାଲତକୁ ଏ ପ୍ରସଙ୍ଗରେ ନ ଟାଣିବାକୁ ପରାମର୍ଶ ଦେଇଛନ୍ତି। ରାହୁଲ ସରକାରକୁ କେଉଁ ଭାଷାରେ…

Read More

୯୦ଦଶକର ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରି ୫୬ ବର୍ଷ ବୟସରେ ପାଦ ଥାପିଛନ୍ତି ।  ୧୯୬୩ରେ ନଭେମ୍ବର ୧୬ ତାରିଖରେ ଝାରଣ୍ଡର ସିନ୍ଦରୀଠାରେ ଜନ୍ମ ହୋଇଥିଲେ ।  ମାତ୍ର ୧୭ ବର୍ଷ ବୟସରେ ସେ ମିସ୍‌ ଇଣ୍ଡିଆ ହେବାର ଗୌରବ ଅର୍ଜନ କରିଥିଲେ । ତାଙ୍କର ପ୍ରକୃତ ନାମ ଶଶିକଳା ଥିଲା। କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପରେ ସେ ତାଙ୍କ ନାମ ମିନାକ୍ଷୀକୁ ପରିବର୍ତ୍ତନ କରିଥିଲେ। ୧୯୮୩ ମସିହାରେ  ‘ପେଣ୍ଟରବାବୁ’ ଜରିଆରେ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ ସେହି ବର୍ଷ ଆସିଥିବା ‘ହିରୋ’ ଫିଲ୍ମରେ ସେ ରାତାରାତି ଲୋକପ୍ରିୟ ହୋଇଗଲେ । ସେତେବେଳେ ‘ହିରୋ’ ପ୍ରାୟ ୧୩ କୋଟି ବ୍ୟବସାୟ କରିଥିଲା ବୋଲି କୁହାଯାଏ। ଏହାପରେ ସେ ହୋଶିୟାର, ବେଓ୍ବଫାଇ, ମେରୀ ଜଙ୍ଗ୍‌, ସ୍ବାତୀ, ଡକାୟତି, ଇନାମ୍‌ ଦଶ୍‌ ହଜାର, ସେହନ୍‌ସା, ମହାଦେବ, ଜୁର୍ମ, ଘାୟଲ୍‌,  ଦେହଲୀଜ୍‌, ଆଓ୍ବାରିଗ୍‌, ଦାମିନୀ, ଆଦ୍‌ମୀ ଖିଲୋନା ହୈ, କ୍ଷତ୍ରିୟ,…

Read More

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତ ଏକ ଇନିଂସ ଏବଂ 130 ରନ୍‌ରେ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ଭାରତ 493/6 ରେ ଇନିଂସ ଘୋଷଣା କରିଥିବା ବେଳେ ବାଂଲାଦେଶ 213 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇ ଏକ ଇନିଂସ ଏବଂ 130 ରନ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା ବାଂଲାଦେଶ ପ୍ରଥମ ଇନିଂସରେ ମାତ୍ର 150 ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ଜବାବରେ ଭାରତ ପ୍ରଥମ ଇନିଂସରେ 493/6ରେ ଇନିଂସ ଘୋଷଣା କରିଥିଲା । ଭାରତ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ(243) ରନ୍‌ ସଂଗ୍ରହ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ(86), ରବୀନ୍ଦ୍ର ଜାଡେଜା(67) ଏବଂ ଚେତେଶ୍ବର ପୂଜାରା (54) ରନ୍‌ ସଂଗ୍ରହ କରିଥିଲେ । ଭାରତ 343 ରନ୍‌ରେ ଅଗ୍ରଣୀ ହାସଲ କରିଥିବା ବେଳେ ଦ୍ବିତୀୟ ଇନିଂସରେ ବାଂଲାଦେଶ ମାତ୍ର 213 ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା…

Read More

ଦିଲ୍ଲୀ କ୍ରିକେଟ୍‌ ସଂଘ (ଡିଡିସିଏ) ସଭାପତି ପଦରୁ ରଜତ ଶର୍ମା ଇସ୍ତଫା ପ୍ରଦାନ କରିଛନ୍ତି । ଶନିବାର ଦିନ ବରିଷ୍ଠ ପତ୍ରକାର ତଥା ଦିଲ୍ଲୀ କ୍ରିକେଟ ସଂଘର ସଭାପତି ରଜତ ଶର୍ମା ନିଜ ପଦବରୁ ଇସ୍ତଫା ପ୍ରଦାନ କରିଛନ୍ତି । ସଙ୍ଗଠନରେ ବାରମ୍ବାର ବାହ୍ୟ ଚାପ ପଡୁଥିବାରୁ ନିଜର ଦାୟିତ୍ବ ନିଭାଇବାରେ ଅସଫଳ ହେଉଥିବାରୁ ଶର୍ମା ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, 20 ମାସ ପୂର୍ବରୁ ଅରୁଣ ଜେଟ୍‌ଲୀଙ୍କ ପରେ ଡିଡିସିଏର ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ଶର୍ମାଙ୍କ ସଭାପତିତ୍ବରେ ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମକୁ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ନାମିତ କରିଥିଲେ ।

Read More

ଗୋଆରେ ଭାରତୀୟ ନୌସେନାର ଏମଆଇଜି-୨୯କେ ଫାଇଟର ବିମାନ ଟ୍ରେନିଂ ସମୟରେ କ୍ରାଶ ହୋଇଯାଇଛି ।ପ୍ରଶିକ୍ଷଣ ପାଇଁ ଉଡାଣ ଆରମ୍ଭ କରିବା ସମୟରେ ଏହା ଦୁର୍ଘଟଣାର ଶିକାର ହୋଇଥିଲା।ସୌଭାଗ୍ୟବଶତଃ ୨ଜଣ ପାଇଲଟ ସୁରକ୍ଷିତ ଭାବେ ବାହାରି ଆସିଛନ୍ତି ।  ଗୋଟିଏ ଚଢେଇ ସହ ଧକ୍କା ଖାଇବା ପରେ ଏଥିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଏମଆଇଜି ୨୯କେ ଫାଇଟର ପ୍ଲେନରେ ୨ଜଣ ପାଇଲଟ କ୍ୟାପଟେନ୍ ଏମ ଶୋକଖଣ୍ଡ ଓ ଲେଫ୍ଟନେଂଟ୍ କମାଣ୍ଡର ଦୀପକ ଯାଦବ ଟ୍ରେନିଂ ନେଉଥିଲେ । ଅଘଟଣ ପରେ ବିମାନଟି ନିଆଁ ପିଣ୍ଡୁଳା ପାଲଟି ଯାଇଥିଲା। ପରେ ଏହା ଏକ ଖୋଲାସ୍ଥାନରେ ଖସି ପଡିଥିଲା।  ଉକ୍ତ ଯୁଦ୍ଧ ବିମାନଟି କେବଳ ପ୍ରଶିକ୍ଷଣ ପାଇଁ ବ୍ୟବହାର କରାଯାଉଥିବା ସୂଚନା ମିଳିଛି।

Read More

ଡିସେମ୍ୱର 22 ତାରିଖରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦିନିକିଆ ମ୍ୟାଚ ପାଇଁ ଡିସେମ୍ୱର 5 ତାରିଖରୁ ଅନଲାଇନରେ ଟିକେଟ ବିକ୍ରି ହେବ । ସେହପରି ଡିସେମ୍ୱର 19ରେ ଷ୍ଟାଡିୟମ କାଉଣ୍ଟରରୁ ଟିକେଟ ବିକ୍ରି କରାଯିବ । ସୁରକ୍ଷା ମିଟିଂ ପରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏବଂ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ବର୍ତ୍ତମାନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ଥିତିରେ ରହିଛି। ସୂଚକାଙ୍କ ୬୦୦ ଟପି ଯାଇଛି। ଏହି ସମ୍ବେଦନଶୀଳ ପରିସ୍ଥିତିକୁ ନେଇ  ସୁପ୍ରିମ୍‌କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଭର୍ସନା ମଧ୍ୟ କରିଛନ୍ତି।  ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦେଖି ରାଜ୍ୟ ସରକାର ଅଡ୍‌ ଇଭିନ୍‌ ଫର୍ମୁଲା ଲାଗୁ କରିଛନ୍ତି କିନ୍ତୁ ଏହାଦ୍ବାରା ସେତେ ବେଶି କିଛି ଲାଭ ହୋଇପାରୁନାହିଁ । କାରଣ ଚାରି ଚକିଆ ଯାନବାହାନ ଦ୍ବାରା ପ୍ରଦୂଷଣ ସମୁଦାୟ ପ୍ରଦୂଷଣର ମାତ୍ର ୩ ପ୍ରତିଶତ। ସୁପ୍ରିମ୍‌କୋର୍ଟ ଦିଲ୍ଳୀରେ ବଢୁଥିବା ପ୍ରଦୂଷଣ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଥିବାବେଳେ ଏନେଇ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଏକ ଦୀର୍ଘ ସୂତ୍ରୀ ଯୋଜନା ବାହାର କରିବାକୁ ବିଗତ ଦିନରେ ସଂସଦର ଏକ କମିଟି ଦିଲ୍ଲୀ ସରକାରଙ୍କୁ କହିଥିଲା। ଶୁକ୍ରବାର ଦିନ ବାୟୁ ପ୍ରଦୂଷଣ ସମ୍ପର୍କିତ ଏକ…

Read More

ମର୍ଦ୍ଦାନୀ-2ର ଟ୍ରେଲର ଲଞ୍ଚ ପରେ ଏହାକୁ ନାପସନ୍ଦ କରିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । ଫିଲ୍ମରେ କୋଟାରେ ବିଭିନ୍ନ ଯୁବତୀଙ୍କୁ ହତ୍ୟା କରୁଥିବା ଜଣା ସାଇକୋ ସିରିଏଲ୍‌ କିଲରକୁ ଏହି ଫିଲ୍ମରେ ଦେଖିବାକୁ ମିଳିଛି । କୋଟା ଇଞ୍ଜିନିୟରିଂ ଏବଂ ଆଇଆଇଟି କୋଚିଂ ପାଇଁ ପ୍ରତିଷ୍ଠା ହାସଲ କରିଥିବା ବେଳେ ଫିଲ୍ମରେ କୋଟାକୁ ନକରାତ୍ମକ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି । ଏକ ସହରର ନାମ ମଳିନ କରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି କୋଟାରୁ ସାଂସଦ ରହିଥିବା ଓମ୍‌ ବିର୍ଲା ପ୍ରକାଶ କରିଛନ୍ତି ।

Read More

ଆସନ୍ତା କାଲି ଅବସର ଗ୍ରହଣ କରିବାକୁ ଯାଉଥିବା ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଅବସର ପରେ ଜେଡ୍‌ ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ଜଣାପଡିଛି । ଅବସର ପରେ ଗୋଗୋଇ ଆସାମରେ ଅବସ୍ଥାନ କରିବାକୁ ଯାଉଥିବାରୁ ତାଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦିବ୍ରୁଗଡର ବାସିନ୍ଦା ଗୋଗୋଇଙ୍କୁ ଅବସର ପରେ ଗୌହାଟୀରେ ଅବସ୍ଥାପିତ କରାଇବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାମ ଜନ୍ମଭୂମି ଏବଂ ବାବ୍ରୀ ମସ୍‌ଜିଦ୍‌ ମାମଲାରେ ଐତିହାସିକ ରାୟ ପ୍ରଦାନ କରିବା ପରେ ଗୋଗୋଇଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିବା ଜଣାପଡିଛି ।

Read More

ଶୀତକାଳୀନ ଅଧିବେଶର ଚତୁର୍ଥ ଦିନରେ ଗୃହରେ ସରକାରୀ ପୁସ୍ତକରେ ମହାତ୍ମା ଗାନ୍ଧିଙ୍କ ମୃତ୍ୟୁର ଭୁଲ ତଥ୍ୟ ନେଇ ବିବୃତ୍ତି ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଘଟଣାକୁ ବିଭ୍ରାନ୍ତ ଓ ପରିବର୍ତ୍ତନ କରି ଦର୍ଶାଇବା ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ରାଜ୍ୟ ସରକାରଙ୍କ ଦ୍ଵାରା ମୁଦ୍ରିତ ଏକ ପ୍ରଚାରପତ୍ରିକା ନେଇ ଗତକାଲି ଗୃହ ସରଗରମ ରହିଥିଲା । ଏହି ସରକାରୀ ପୁସ୍ତକରେ ଗାନ୍ଧିଜୀଙ୍କ ମୃତ୍ୟୁ ଆକସ୍ମିକ ଘଟଣା ବୋଲି ଲେଖାଯାଇଛି । ପୁନଃମୁଦ୍ରଣ କରାଯାଇ ପୁଣି ଥିରେ ଲିଫଲେଟ୍‌ ବଣ୍ଟାଯିବ । ସେହି ଲିଫଲେଟ ପ୍ରସ୍ତୁତିରେ ସମ୍ପୃକ୍ତ କର୍ମଚାରୀଙ୍କୁ ସେବା ନିବୃତ୍ତ କରାଯିବ । ଏହି ଘଟଣାରେ 2 ଅଧିକାରୀଙ୍କୁ କୈଫିୟତ ତଲବ କରାଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ବାଣପୁର-ଆଜି ବାଣପୁରଠାରେ ଏବିଭିପି ତରଫରୁ ମିଶନ ସାହାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାହାସୀ ତଥା ଆତ୍ମରକ୍ଷା ଉଦ୍ଦେଶ୍ୟରେ  ଏବିଭିପି ପକ୍ଷରୁ  ଏହି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏବିଭିପିର ମିଶନ ସାହସୀ କାର୍ଯ୍ୟକ୍ରମ ନିର୍ଭର ନାଇଁ ନିର୍ଭୟ। ଅକ୍ଷମ ନାଇଁ ସକ୍ଷମ। ଆଜିର ଭାରତୀୟ ନାରୀ ସବୁକ୍ଷେତ୍ରରେ ପୁରୁଷ ସହ ତାଳ ମେଳାଇ ଅବା ପୁରୁଷକୁ ପଛରେ ପକାଇ ଆଗକୁ ବଢୁଛି। ଏହି ଚିନ୍ତାଧାରାକୁ ସମଗ୍ର ଭାରତର କୋଣ ଅନୁକୋଣରେ ଥିବା ଛାତ୍ରୀ ତଥା ଭଉଣୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଗତବର୍ଷ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ତରଫରୁ ସମଗ୍ର ଭାରତବର୍ଷରେ ଆୟୋଜିତ କରାଯାଇଥିଲା। ସେହିପରି  ଗତବର୍ଷ ଅନୁରୂପ ଭାବେ ବାଣପୁରରେ ମଧ୍ୟ ଏବିଭିପି ଦ୍ୱାରା ମିଶନ ସାହସୀ କାର୍ଯ୍ୟକ୍ରମ କରାଯାଇଥିଲା ଯାହା ଭାରତରେ ଦ୍ଵିତୀୟ ତଥା ଓଡିଶାରେ ପ୍ରଥମ ମିଶନ ସାହସୀ କାର୍ଯ୍ୟକ୍ରମ ଥିଲା। ଚଳିତ ବର୍ଷ ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ…

Read More