Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଭାରତରେ ପାକିସ୍ତାନକୁ ନେଇ ଅଧିକ ଚର୍ଚ୍ଚା ହେଉ, ହେଲେ କାହିଁକି?
ବିଶେଷ ଖବର

ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଭାରତରେ ପାକିସ୍ତାନକୁ ନେଇ ଅଧିକ ଚର୍ଚ୍ଚା ହେଉ, ହେଲେ କାହିଁକି?

January 4, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହୁଁଛନ୍ତି, ଆମେ ଦେଶବାସୀ ପାକିସ୍ତାନ ବିଷୟରେ ଅଧିକ ଚର୍ଚ୍ଚା କରୁ। ଆମେ ଗତ ସତୁରୀ ବର୍ଷ ଭିତରେ ପାକିସ୍ତାନ ସଙ୍ଖ୍ୟାଲଘୁଙ୍କ ଉପରେ କଣ କରିଛି ତାକୁ ନେଇ ଚର୍ଚ୍ଚା କାହିଁକି କରୁନାହୁଁ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଦେଶର ସଂସଦକୁ ପ୍ରଶ୍ନ କରିବା ଅପେକ୍ଷା ପାକିସ୍ତାନକୁ ପ୍ରଶ୍ନ କରିବା ଜରୁରୀ ବୋଲି କର୍ଣ୍ଣାଟକରେ ଏକ ସଭାରେ ପ୍ରଧାନମନ୍ତ୍ରୀ କହିଲା ପରେ, ଅନେକ ଲୋକ ଏବେ ପଚାରୁଛନ୍ତି, ଆଜ୍ଞା, ଆମେ ଭାରତରେ ରହି ପାକିସ୍ତାନର ଚିନ୍ତା କରିବୁ କାହିଁକି? ଭାରତର ସମ୍ବିଧାନ ଆମକୁ ଗଣତନ୍ତ୍ରର ଗୌରବ ଦେଇଛି। ସେହି ଗଣତନ୍ତ୍ର ଆମକୁ ଆମର ସରକାରକୁ ପ୍ରଶ୍ନ କରିବାର ଅଧିକାର ଦେଇଛି। ଆମେ ଆମ ସରକାରକୁ ଓ ଆମ ରାଷ୍ଟ୍ରକୂ ପ୍ରଶ୍ନ ନକରି ଗୋଟେ ବିଦେଶୀ ରାଷ୍ଟ୍ରକୂ ପ୍ରଶ୍ନ କରିବୁ କାହିଁକି? ପାକିସ୍ତାନ ଆମର ଚିନ୍ତା ଓ ଭାବନାରେ କେବଳ ଏକ ପଡୋଶୀ ଦେଶ ଓ ଏହାର ରାଜନୈତିକି ଇତିହାସ ଅତ୍ୟନ୍ତ କଳଙ୍କିତ। ସେମିତି ଏକ ଦେଶ ବିଷୟରେ ଚିନ୍ତା କରିବାର ଆବଶ୍ୟକତା କଣ?

ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ବର୍ଗର ଲୋକଙ୍କ ପାଇଁ ସେଠିକାର ମାନବ ଅଧିକାର କର୍ମୀ ଓ ଅନ୍ୟାନ୍ୟ ସଂଗଠନ ସ୍ଵର ଉତ୍ତୋଳନ କରୁଛନ୍ତି। ତାହା ସେମାନଙ୍କର ଦାୟିତ୍ଵ। ଯେମିତି ଭାରତରେ ରହୁଥିବା ସଙ୍ଖ୍ୟାଲଘୁଙ୍କ ପ୍ରତି ହେଉଥିବା ଆଚରଣ ବିଷୟରେ ପାକିସ୍ତାନର ପ୍ରଶ୍ନ କରିବାର ଅଧିକାର ନାହିଁ, ସେମିତି ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ଆମର ମଧ୍ୟ କିଛି କହିବାର ନାହିଁ। ତେବେ ମାନବ ଅଧିକାରର ଉଲ୍ଲଙ୍ଘନ ହୋଇଥିବାର ପ୍ରମାଣ ମିଳିଲେ ଆମେ ପାକିସ୍ତାନକୁ ଜାତିସଙ୍ଘରେ ନିନ୍ଦିତ କରିପାରିବା। ସେ ଦାୟିତ୍ଵ ଭାରତ ସରକାରଙ୍କର। ଏଥିପାଇଁ ଭାରତର ବିରୋଧୀ ଦଳ ବା ନାଗରିକ ସଙ୍ଗଠନମାନଙ୍କର ବିଶେଷ କିଛି ଭୂମିକା ନାହିଁ। ଭାରତରେ ଭାରତର ସମସ୍ୟା ଓ ସରକାରଙ୍କ ନୀତିକୁ ସମାଲୋଚନା କରିବା ଆମର ନୈତିକ ଦାୟିତ୍ଵ। ସେଥିରେ ପାକିସ୍ତାନକୁ ଟାଣିବାର ଅପପ୍ରୟାସକୁ ହାସ୍ୟାସ୍ପଦ ବୋଲି କହିବାକୁ ପଡିବ।

ପ୍ରଧାନମନ୍ତ୍ରୀ ମହୋଦୟ, ଅନେକ ସମୟରେ ଭାବପ୍ରବଣ ହୋଇ ଏମିତି କିଛି କହୁଛନ୍ତି, ଯେଉଁଥିରେ ଗଣତନ୍ତ୍ର ପ୍ରତି ତାଙ୍କର ଆସ୍ଥା ନଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ସେ ଭାବୁଛନ୍ତି, ସରକାର ବା ସଂସଦକୁ ପ୍ରଶ୍ନ କରିବା ଅନୁଚିତ। ସଂସଦ ଯେହେତୁ ନାଗରିକତା ସଂଶୋଧନ ଆଇନକୁ ଗ୍ରହଣ କରିସାରିଛି, ତାହାର ବିରୋଧ କରିବା ସଂସଦ ପ୍ରତି ଅବମାନନା ବୋଲି କହିବାକୁ ସେ ଚେଷ୍ଟା କରିଛନ୍ତି। ଏଠି ଆମେ ମନେ ପକାଇଦେବାକୁ ଚାହୁଁ ଯେ, ସଂସଦ ନେଇଥିବା ଅନେକ ନିଷ୍ପତ୍ତିକୁ ଦେଶବାସୀ ବିଭିନ୍ନ ସମୟରେ ପ୍ରଶ୍ନ କରିଛନ୍ତି ଓ ଆବଶ୍ୟକ ସ୍ଥଳେ ତାକୁ ପ୍ରତ୍ୟାଖ୍ୟାନ ମଧ୍ୟ କରିଛନ୍ତି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଜାର ଥର ଇନ୍ଦିରା ଗାନ୍ଧୀଙ୍କର ଜରୁରୀକାଳିନ ପରିସ୍ଥିତିକୁ ବିରୋଧ କରିଛନ୍ତି। କରିବା ଯଥାର୍ଥ ମଧ୍ୟ। ତେବେ ସେକାମ କଲାବେଳେ ମୋଦୀ ମନେ ରଖିବା ଉଚିତ ଯେ, ଜରୁରୀକାଳିନ ପରିସ୍ଥିତି ପ୍ରତି ତତ୍କାଳୀନ ସଂସଦର ସମର୍ଥନ ରହିଥିଲା। ସଂସଦରେ ଜରୁରୀକାଳୀନ ପରିସ୍ଥିତି ଜାରି ପ୍ରସ୍ତାବକୁ ପୂର୍ଣ୍ଣ ସମର୍ଥନ ମିଳିଥିଲା। ତା ସତ୍ତ୍ୱେ ଜରୁରୀ ପରିସ୍ଥିତି ବିରୋଧରେ ସାରା ଦେଶ ସଂଘର୍ଷ କରି ବିଜୟୀ ହୋଇଥିଲା। ମୋଦୀ କଣ କହିବାକୁ ଚାହାନ୍ତି ଯେ, ସଂସଦକୁ ପ୍ରଶ୍ନ ନ ପଚାରି ନାଗରିକମାନେ ସବୁକଥାକୁ ମୁଣ୍ଡ ପାତି ଗ୍ରହଣ କରିନିଅନ୍ତୁ?

ଗଣତନ୍ତ୍ରରେ ନାଗରିକ ପ୍ରଶ୍ନ ପଚାରିବାର ପୂର୍ଣ୍ଣ କ୍ଷମତା ପାଇଛି। ସେ କ୍ଷମତା ଛଡେଇ ନେବାର ଅଧିକାର ଆମ ସମ୍ବିଧାନ ଆଉ କାହାକୁ ଦେଇନାହିଁ। ସ୍ଵାଧୀନତା ଓ ସମାନତାର ଅଧିକାର ଆମ ସମ୍ବିଧାନରେ ଚିରସ୍ଥାୟୀ। ଏହାକୁ ମୋଦୀ ବା ଅନ୍ୟ କେହି ବଦଳାଇ ପାରିବେ ନାହିଁ। ସଂଖ୍ୟା ଗରିଷ୍ଠତାର ଅହଂକାରରେ ସଂସଦ ଯେତେବେଳେ ବି କିଛି ଭୁଲ ନିଷ୍ପତ୍ତି ନେଇଛି ଲୋକେ ତାକୁ ବିରୋଧ କରିଛନ୍ତି ଓ କରିବେ। ଯଦି ବିରୋଧ ନଥାନ୍ତା ତାହେଲେ ଆଜି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇନଥାନ୍ତେ। କଂଗ୍ରେସ ସରକାର ବିରୋଧରେ ଥରେ ନୁହେଁ, ଶହ ଶହ ଥର ରାସ୍ତାରେ ଲୋକ ସଂଘର୍ଷ କରିଛନ୍ତି। ବିଜେପି ବେଳକୁ ତାର ବ୍ୟତିକ୍ରମ ହେବନାହିଁ।

ସରକାର ଯଦି ଦେଶର ସମ୍ବିଧାନ ବିରୋଧରେ ଏବଂ ଲୋକଙ୍କ ବିରୋଧରେ କାମ କରେ ବୋଲି ଲୋକେ ଅନୁଭବ କରିବେ, ତାହେଲେ ସେମାନେ ବିରୋଧ କରିବେ। ବିରୋଧକୁ ପ୍ରତିହତ କରିବାକୁ ଯାଇ ସବୁ ପ୍ରତିବାଦ ଆଗରେ ପାକିସ୍ତାନକୁ ଏକ ପ୍ରସଙ୍ଗ କରି ଥୋଇବା ବିଜେପିର ପୁରୁଣା ଅଭ୍ୟାସ ବୋଲି ଲୋକ ଜାଣି ସାରିଲେଣି। ଏବେ ଆଉ ପାକିସ୍ତାନ ପ୍ରସଙ୍ଗ ଆଉ ଜାତୀୟ ରାଜନୀତିରେ କାମ କରିବ ନାହିଁ। ଯେତେବେଳେ ବି ସରକାର ଲୋକଙ୍କ ବିରୋଧର ସମ୍ମୁଖୀନ ହେଉଛି, ସେତେବେଳେ ବୁଲି ବଙ୍କେଇ ପାକିସ୍ତାନକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ବିଜେପି ସରକାର ଉଦ୍ୟମ କରୁଛନ୍ତି। ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଯେଉଁ ତୀବ୍ର ପ୍ରତିବାଦର ଧାରା ଚାଲିଛି, ତା ଆଗରେ ପାକିସ୍ତାନକୁ ଥୋଇବା ପାଇଁ ଏହା ଯେ ପ୍ରଧାନମନ୍ତ୍ରୀଙ୍କର ଏକ ସୁଚିନ୍ତିତ ଉଦ୍ୟମ, ଏକଥା ଲୋକ ବୁଝି ସାରିଛନ୍ତି। ତେଣୁ ଏ ପ୍ରସଙ୍ଗରେ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ବେଶ ବିଦ୍ରୁପାତ୍ମକ।

Modi pakistan
Share. Facebook Twitter LinkedIn Email WhatsApp Copy Link

Related Posts

‘ବାଂଲାଦେଶ ଏବେ ଦ୍ଵିତୀୟ ପାକିସ୍ତାନ’: ଜାଣନ୍ତୁ ଭାରତ ବିଷୟରେ କ’ଣ କହିଲେ ଶେଖ ହସିନାଙ୍କ ପୁଅ?

August 6, 2026

ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ମହତ୍ୱ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ

August 6, 2026

ପାଇରେସୀ ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ: ୧୨୬୩ ୱେବସାଇଟ୍ ହେଲା ନିଷ୍କ୍ରିୟ

August 6, 2026

NEET-UG ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ: ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଯୋଜନା ପ୍ରକାଶ କଲେ ସରକାର

August 5, 2026
Latest News

“ଯଦି ଭାରତ ଏକ ହିନ୍ଦୁ ରାଷ୍ଟ୍ର ହୋଇଯାଏ…”: କାହାକୁ ଚେତାବନୀ ଦେଲେ ସିଦ୍ଧରମୈୟାଙ୍କ ପୁଅ?

August 6, 2026

ଆଶାରାମ ବାପୁଙ୍କୁ ଝଟକା: ଅନ୍ତରୀଣ ଜାମିନ୍ ପାଇଁ ମନା କଲେ ସୁପ୍ରିମକୋର୍ଟ

August 6, 2026

ଦୁଷ୍କର୍ମ ମାମଲାରେ ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ: ଟ୍ରାଏଲ୍ କୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କଲେ ହାଇକୋର୍ଟ

August 6, 2026

Banapur News: ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ୱାଗତ ଉତ୍ସବ

August 6, 2026

ଆଜି LPG କେତେ ଶସ୍ତା ହେଲା?: ଦେଖନ୍ତୁ 14 ଏବଂ 19 କିଲୋ ଗ୍ୟାସ ସିଲିଣ୍ଡରର ଦର ତାଲିକା 

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.