Author: Samikhsya Bureau

ମୁମ୍ବାଇ, 3/1: କଂଗ୍ରେସ ସେବା ଦଳ ଦ୍ବାରା ପ୍ରକାଶିତ ବିନାୟକ ସଭରକର୍‌ଙ୍କ ଉପରେ ବିବାଦୀୟ ବୁକ୍‌ଲେଟ୍‌କୁ ନେଇ ବିବାଦ ବଢିଯାଇଛି । ଭାରତୀୟ ଜନତା ଦଳ ଓ ବିନାୟକ ସଭରକର୍‌ଙ୍କ ଅଣନାତି ଏହା ଉପରେ ପ୍ରଶ୍ନ କରିଥିବାବେଳେ ଏହାକୁ ନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଏବେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ବୀର ସଭରକର୍‌ ଜଣେ ମହାନ୍‌ ବ୍ୟକ୍ତି ଥିଲେ ଓ ସର୍ବଦା ମହାନ୍‌ ବ୍ୟକ୍ତି ହୋଇ ରହିବେ । ଯଦି କୌଣସି ବର୍ଗ ତାଙ୍କ ବିରୁଦ୍ଧରେ କିଛି କହୁଛି, ତେବେ ସେମାନଙ୍କ ମୁଣ୍ଡରେ ଖରାପ ଜିନିଷ ଭରି ହୋଇ ରହିଛି ।  ସେମାନଙ୍କର ମସ୍ତିଷ୍କ ଯାଞ୍ଚ ହେବା ଦରକାର ।  ସଞ୍ଜୟ ରାଉତ କହିଛନ୍ତି ଯେ, ଏହି ବୁକ୍‌ଲେଟ୍‌ ମହାରାଷ୍ଟ୍ରକୁ ଆସିବ ନାହିଁ । ଆମକୁ କେହି ସାବରକର୍‌ଙ୍କ ବିଷୟରେ ଶିଖାଇବା ଆବଶ୍ୟକତା ନାହିଁ। ସୂଚନାଯୋଗ୍ୟ, ଏହି ବୁକ୍‌ଲେଟ୍‌ରେ ସଭରକରଙ୍କୁ ନେଇ ଆପତ୍ତିଜନକ ତଥ୍ୟ ରହିଛି…

Read More

New Delhi: The body of a firefighter who succumbed to injuries after he got trapped under the debris for about 9 hours at a battery manufacturing factory which caught fire, in Outer Delhi’s Mundka area on Jan 2, 2020. Balyan was a resident of Shahdhra and he was the last man brought out from the collapsed building. After nine hour long rescue operation by the Delhi Fire Service and the NDRF, 18 people including 15 firefighters have been rescued (Photo: IANS)

Read More

ସବ୍ୟସାଚୀ ମହାପାତ୍ର ଏଥରର ନୂଆ ବର୍ଷ କାହା ପାଇଁ କଣ ହେବ କେଜାଣି, କିନ୍ତୁ ଓଡିଶା ଟିଭି ଜଗତ ପାଇଁ ଆରମ୍ଭରୁ ଏକ ଖୁସି ଖବର ମିଳୁଛି। ଏହି ବର୍ଷ ଏକାଥରକେ ଆସୁଛି ଅଧ ଡଜନେ ନୂଆ ଚ୍ୟାନେଲ। ସେଥିମଧ୍ୟରୁ ଦୁଇଟି ନ୍ୟୁଜ ଚ୍ୟାନେଲ ଥିବା ବେଳେ ୪ଟି ରହିଛି ଅଣନ୍ୟୁଜ ଚ୍ୟାନେଲ। ଓଡିଆ ମନୋରଂଜନ ଜଗତର ମାଷ୍ଟରମ୍ୟାନ ଭାବେ ପରିଚିତ ସୀତାରାମ ଅଗ୍ରୱାଲା ଏକାଥରକେ ତିନୋଟି ଓଡିଆ ଓ ଗୋଟିଏ ବଙ୍ଗଳା ଚ୍ୟାନେଲ ଆଣିବା ପାଇଁ କାର୍ଯ୍ୟ ଆରମ୍ଭ କରିଦେଲେଣି। ପୂର୍ବରୁ ସେ ସାର୍ଥକ ଟିଭି କରି ବେଶ୍ ନା କରିଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଏହାକୁ ଜୀ ଇଣ୍ଟରଟେନମେଣ୍ଟକୁ ବିକ୍ରି ଦେଲେ। ଜୀ ସହିତ ହୋଇଥିବା ଚୁକ୍ତିନାମା ଅନୁସାରେ ସେ ୨୦୨୦ ମସିହା ଜୁନ ପର୍ଯ୍ୟନ୍ତ କୌଣସି ନୂଆ ଚ୍ୟାନେଲ କରିପାରିବେ ନାହିଁ। ସେଥିପାଇଁ ସେ ଜୁନ ପରେ ଗୋଟିଏ ମନୋରଂଜନ, ଗୋଟିଏ ଆଧ୍ୟାତ୍ମିକ ଏବଂ ଗୋଟିଏ…

Read More

ବେଙ୍ଗାଲୁରୁ, 03/01 : ବେଙ୍ଗାଲୁରୁରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ କଂଗ୍ରେସ ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂତନ ଭାରତ ନିର୍ମାଣରେ ବିଜ୍ଞାନର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ମୋଦି କହିଛନ୍ତି । ନୂତନ ଉଦ୍ଭାବନ କରିବା ସହିତ ଯୁବ ବୈଜ୍ଞାନିକ ମାନେ ଦେଶକୁ ପ୍ରଗତିର ରାସ୍ତାରେ ନେବା ଉଚିତ୍‌ ବୋଲି ଯୁବ ବୈଜ୍ଞାନିକ ମାନଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ମୋଦି । ନବବର୍ଷର ଆରମ୍ଭରେ ଅନୁଷ୍ଠିତ ବିଜ୍ଞାନ କଂଗ୍ରେସକୁ ମୋଦି ପ୍ରଶଂସା କରିବା ସହିତ ବିଜ୍ଞାନ, ବୈଷୟିକ କୌଶଳ ଏବଂ ଉଦ୍ଭାବନରେ ଏହାର ଅବଦାନ ଅନନ୍ୟ ବୋଲି ଅଭିହିତ କରିଥିଲେ । ଏହା ସହିତ ବୈଜ୍ଞାନିକ ଉଦ୍ଭାବନରେ ଭାରତର ମାନ ବୃଦ୍ଧି ନେଇ ମଧ୍ୟ ମୋଦି ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ମାନକରେ ଭାରତ ପୂର୍ବରୁ 57 ତମ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ଏହା 52 ତମ ସ୍ଥାନରେ ପହଞ୍ଚିଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ କୁଜଙ୍ଗ, ୩/୧: ଆସନ୍ତା ୭ ତାରିଖରେ ତୈଳବିଶାୋଧନାଗାର ପ୍ରକଳ୍ପର ୧ ନମ୍ବର ଫାଟକ ସମ୍ମୁଖରେ ଜମିହରା କୃଷକମାନଙ୍କର ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ପାରାଦୀପ ତୈଳବିଶୋଧାନାଗାର ପ୍ରକଳ୍ପରେ ଜମି ହରାଇଥିବା କୁଜଙ୍ଗ ତହସିଲ ଅଧୀନ ବିଭିନ୍ନ ଗ୍ରାମର ୧୭୫୨ ପରିବାର  ବିଶୋଧାନାଗାର ପ୍ରକଳ୍ପରେ କର୍ମନିଯୁକ୍ତି ପ୍ରଦାନ ଦାବୀରେ ଏହି ସମାବେଶ ଅନୁଷ୍ଠିତ ହେବ। ଏହି ସମାବେଶରେ ବିଶୋଧାନାଗର ପ୍ରକଳ୍ପର କର୍ତ୍ତୃପକ୍ଷଙ୍କୁ ଦାବୀପତ୍ର ପ୍ରଦାନ କରାଯିବ। ତେବେ ଏହାର ଏକ ସପ୍ତାହ ମଧ୍ୟରେ ଦାବୀ ପୂରଣ କରାନଗଲେ ଜମିହରା କୃଷକ ସଙ୍ଘ ପକ୍ଷରୁ ବିଶୋଧନାଗାର ପ୍ରକଳ୍ପ ସମ୍ମୁଖରେ ଜମିହରା ଚାଷୀମାନେ ପୁନର୍ବାର ଆନ୍ଦୋଳନ କରିବେ ବୋଲି ସଙ୍ଘ ପକ୍ଷରୁ ଆଜି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ତୈଳ ବିଶୋଧନାଗାର ପ୍ରକଳ୍ପ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନ ଗତବର୍ଷ ଜାନୁଆରୀ ମାସରେ ଏହି ସଙ୍ଗଠନର ଆନ୍ଦୋଳନ ଫଳରେ ସଙ୍ଘକୁ ଏକ ଲିଖିତଭାବେ ପ୍ରତିଶୃତି ପ୍ରଦାନ କରିଥିଲେ…

Read More

ଭୋପାଳ, 3/1: ମଧ୍ୟପ୍ରଦେଶର କଂଗ୍ରେସ ସେବାଦଳ ଦ୍ବାରା ବଣ୍ଟାଯାଇଥିବା ଏକ ବୁକଲେଟ୍‌ ବିବାଦକୁ ଆସିଛି। ଏହି ବୁକଲେଟ୍‌ଟି ବୀର୍‌ ସଭରକର୍‌ଙ୍କ ଉପରେ ଆଧାରିତ। ଏହାର ଶୀର୍ଷକ ‘କେତେ ବୀର ଥିଲେ ସଭର୍‌କର୍‌’ ରହିଥିବାବେଳେ ଏଥିରେ ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସ୍‌ ଓ ବୀର୍‌ ସଭର୍‌କରଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ରହିଥିବାର ଏହି ବୁକଲେଟ୍‌ରେ ଲେଖାଯାଇଛି। ଏଥିରେ ଡୋମିନିକ ଲାପିୟର ଓ ଲାରି କଲିନ୍ସ ଦ୍ୱାରା ଲିଖିତ ପୁସ୍ତକ “ଫ୍ରିଡମ ଆଟ ମିଡନାଇଟ୍‌”ରୁ କିଛି ତଥ୍ୟ ଉଦ୍ଧାର କରି କଂଗ୍ରେସ ବୁକଲେଟରେ ଲେଖିଛି ଯେ “ବ୍ରହ୍ମଚର୍ଯ୍ୟ ଗ୍ରହଣ କରିବା ପୂର୍ବରୁ ଗଡସେଙ୍କ ଶାରିରୀକ ସମ୍ପର୍କର ତଥ୍ୟ ରହିଛି। ଗଡସେର ସମଲିଙ୍ଗୀ ପାର୍ଟନର ଥିଲେ ତାଙ୍କ ରାଜନୈତିକ ଗୁରୁ ବୀର ସଭରକର୍‌। ସଭରକର୍‌ ସଂଖ୍ୟାଲଘୁ ମହିଳାଙ୍କୁ ବଳାତ୍କାର ପାଇଁ ମଧ୍ୟ ଉସୁକାଉଥିଲେ ବୋଲି ଏହି ବୁକଲେଟ୍‌ରେ ଲେଖାଯାଉଛି। ଭୋପାଳରେ କଂଗ୍ରେସ ପକ୍ଷରୁ ଆୟୋଜିତ ସର୍ବଭାରତୀୟ କଂଗ୍ରେସ ସେବା ଦଳ ଟ୍ରେନିଂ କ୍ୟାମ୍ପରେ ଏହି ବୁକଲେଟ୍‌…

Read More

ନୂଆଦିଲ୍ଲୀ, 3/1: ପଶ୍ଚିମବଙ୍ଗ, ମହାରାଷ୍ଟ୍ର ପରେ ଏବେ କେରଳର ପ୍ରଜ୍ଞାପନ ମେଢ ମଧ୍ୟ ଗଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ସାମିଲ୍‌ ହୋଇପାରିବ ନାହିଁ । କେରଳ ତା’ର ପ୍ରଜ୍ଞାପନ ମେଢରେ କଳାମଣ୍ଡଳମ୍‌ର ପାରମ୍ପରିକ କଳାର ପ୍ରସ୍ତାବ ରଖିଥିଲା। କିନ୍ତୁ ଏହି ପ୍ରସ୍ତାବକୁ ରକ୍ଷା ମନ୍ତ୍ରାଳୟର ସିଲେକ୍ସନ୍‌ କମିଟି ପ୍ରତ୍ୟାଖ୍ୟାନ କରିଛନ୍ତି। ଏହ ପୂର୍ବରୁ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ମେଢକୁ ମଧ୍ୟ ବାଦ୍‌ ଦିଆଯାଇଛି । ଚଳିତ ଗଣତନ୍ତ୍ର ଦିବସ ପ୍ୟାରେଡ୍‌ରେ 16 ରାଜ୍ୟ, 6ଟି ମନ୍ତ୍ରାଳୟ ବିଭାଗର ପ୍ରଜ୍ଞାପନ ମେଢକୁ ଅନୁମତି ମିଳିଛି । ଗଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ସାମିଲ୍‌ ହେବାକୁ  ଥିବା ରାଜ୍ୟର ମେଢଗୁଡ଼ିକ ମଧ୍ୟରେ ରହିଛି – ଆନ୍ଧ୍ରପ୍ରଦେଶ, ଆସାମ, ଛତିଶ୍‌ଗଡ, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମେଘାଳୟ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତାମିଲ୍‌ନାଡୁ, ତେଲେଙ୍ଗନା ଓ ଉତ୍ତରପ୍ରଦେଶ । ଏତଦ୍‌ବ୍ୟତୀତ ଗୃହମନ୍ତ୍ରାଳୟସମେତ 6ଟି ମନ୍ତ୍ରାଳୟକୁ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ଲାଗି ଅନୁମତି ମିଳିଛି ।…

Read More

ବାଗଦାଦ୍‌, 3/1 : ବାଗଦାଦ୍‌ର ବିମାନ ଘାଟି ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍‌ କରିଛି । ଏଥିରେ କମାଣ୍ଡର ଜେନେରାଲ୍‌ କାସିମ୍‌ ସୁଲେମାନିଙ୍କ ସମେତ ୮ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଥିବର ସୂଚନା ମିଳିଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ ଏହି ଆକ୍ରମଣ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଦେଶ ଦେଇଥିଲେ। ଏହି ଆକ୍ରମଣରେ ଡେପୁଟି କମାଣ୍ଡର୍‌ ଆବୁ ମହାଦି ଅଲ୍‌- ମୁହାନ୍ଦିସ୍‌ଙ୍କର ମଧ୍ୟ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।  ଏହି ଆକ୍ରମଣ ପରେ ମଧ୍ୟପୂର୍ବରେ ଏକ ନୂତନ ମୋଡ଼ ଆସିଛି । ଏହି ଘଟଣା ପରେ ଇରାନ୍‌ ସୈନ୍ୟ ବଳ ଦ୍ବାରା ଇସ୍ରାଏଲ୍‌ ଓ ଆମେରିକା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି । (ଏଜେନ୍ସି)

Read More

ରାଜସ୍ଥାନ, 3/1: କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ବିଶେଷ ଟିମ୍‌ ଶିଶୁ ମୃତ୍ୟୁ ସମ୍ପର୍କିତ ସୀମକ୍ଷା ପାଇଁ ରାଜସ୍ଥାନ କୋଟାସ୍ଥିତ ଜେ.କେଲୋନ୍‌ ହସ୍ପିଟାଲ୍‌ ଗସ୍ତ କରିବେ । ରାଜସ୍ଥାନର କୋଟାର ଏକ ହସ୍ପିଟାଲରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୪ରେ ପହଞ୍ଚିଛି। ବର୍ଷର ପ୍ରଥମ ଦିନରେ ୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା । ସୂଚନା ଅନୁସାରେ ଗୁରୁବାର ପୁଣି ଏକ ଶିଶୁର ମୃତ୍ୟୁ ଘଟିବା ପରେ ଏହି ସଂଖ୍ୟା ୧୦୪ରେ ପହଞ୍ଚିଛି।  ଏହି ଟିମ୍‌ରେ ଏମସ୍‌ର ବିଶେଷଜ୍ଞ ଡାକ୍ତର, ସ୍ବାସ୍ଥ୍ୟ, ଅର୍ଥ ତଥା କ୍ଷେତ୍ରୀୟ ନିର୍ଦ୍ଦେଶକ ମଧ୍ୟ ସାମିଲ୍‌ ରହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଶିଶୁ ମୃତ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି । କେନ୍ଦ୍ର ସରକାର ରାଜସ୍ଥାନ ସରକାରକୁ ଶିଶୁଙ୍କ ଚିକିତ୍ସା ପାଇଁ ଯଥା ସମ୍ଭବ ସହଯୋଗ କରିବେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଶିଶୁ ରୋଗ ବିଶେଷଜ୍ଞର ଏକ ଟିମ ଶୁକ୍ରବାର କୋଟାସ୍ଥିତ ହସ୍ପିଟାଲରେ ପହଞ୍ଚିବେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୩/୧: ଆଜିଠାରୁ ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏହି ପକ୍ଷୀ ଗଣନା କାମରେ ୨୫ଟି ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଥିବା ବେଳେ ସେମାନଙ୍କୁ ୧୦୦୦ରୁ ଅଧିକ ସଦସ୍ୟ ସହଯୋଗ କରୁଛନ୍ତି। ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ କେବଳ ୧୦ଟି ଟିମ ନିୟୋଜିତ ହୋଇଥିବା ବେଳେ ମହାନଦୀର ବିଭିନ୍ନ ସ୍ଥାନରେ ଦେଖାଯାଉଥିବା ପକ୍ଷୀମାନଙ୍କର ଗଣନା ଜାରି ରହିଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳରେ ପକ୍ଷୀଗଣନା ଜାରି ରହିଛି। ଆଜି କେବଳ ପକ୍ଷୀଗଣନା ଚାଲିଥିବା ବେଳେ ଚଳିତ ମାସ ୯ ତାରିଖ ଠାରୁ ୧୧ତାରିଖ ଯାଏଁ କୁମ୍ଭୀର ଗଣନା ଆରମ୍ଭ ହେବ।

Read More

ସମୀକ୍ଷା ବ୍ୟୁରୋଭଦ୍ରକ, ୩/୧:  ଭଦ୍ରକ ଜିଲ୍ଲା ବନ୍ତ ଛକଠାରେ ଏକ ଯାତ୍ରୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି।  ଆଜି ଭୋର ପ୍ରାୟ ୪ଟା ବେଳେ ବାସୁଦେବପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌ଟି ବନ୍ତ ଛକରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଆହତ ହୋଇଛନ୍ତି।  ପ୍ରାୟ ୫୦ ଜଣ ଯାତ୍ରୀଙ୍କ ଏହି ବସ୍‌ରେ ରହିଥିଲେ।

Read More

କେଦାର ମିଶ୍ର ଦୁର୍ନୀତି ନିବାରଣ ବିଭାଗ ଯଦି କେଉଁ ଛୋଟିଆ କର୍ମଚାରୀଙ୍କୁ ଧରିପକାଏ, ତାହେଲେ ଆମର ଗଣମାଧ୍ୟମ ସେମାନଙ୍କ ବିରୋଧରେ ଲମ୍ବା ଅଭିଯୋଗର ଫର୍ଦ୍ଦ ପ୍ରସ୍ତୁତ କରିପକାଏ। କୋଟିପତି କିରାଣୀ ବା ପିଅନଙ୍କ ବିଳାସପୂର୍ଣ୍ଣ ପ୍ରାସାଦ ଭଳି ଅପେରା ମାର୍କା ଶୀର୍ଷକ ଲେଖିବାରେ ଆମ ସାମ୍ବାଦିକତାର ହାତ ଥକି ପଡେ ନାହିଁ। ହେଲେ ଦୁର୍ନୀତି ନିବାରଣ ବିଭାଗ ଯଦି କୌଣସି ବଡ ଅମଲାଙ୍କୁ କାବୁ କରେ, ତାହେଲେ ସେଠି ସାଙ୍ଗେ ସାଙ୍ଗେ ଆମର ଶୀର୍ଷକ ବଦଳି ଯାଏ। କିରାଣୀ ଓ ପିଅନଙ୍କ ଦୁର୍ନୀତି ବିରୋଧରେ ଆମେ ଯେଉଁ ଭାଷା ପ୍ରୟୋଗ କରୁ, ଆଇଏଏସଙ୍କ କ୍ଷେତ୍ରରେ ସେ ଭାଷା ବଦଳିଯାଏ। ସାଙ୍ଗେ ସାଙ୍ଗେ ଆମର ଶୀର୍ଷକ ହୋଇଯାଏ- “ଅଧିକାରୀଙ୍କୁ ଫସେଇଦେବାକୁ ଉଚ୍ଚ ସ୍ତରୀୟ ଷଡଯନ୍ତ୍ର” କିମ୍ବା “ନିଜ ପତିଆରା ଜାହିର କରିବାକୁ ଅମୁକ ଅଧିକାରୀଙ୍କୁ ଫସେଇ ଦେଇଛନ୍ତି ସମୁକ ଅଧିକାରୀ”। ବଡ ବିଚିତ୍ର ଯୁକ୍ତି! ଗଣମାଧ୍ୟମର ପାତର ଅନ୍ତର ନୀତିର ଗୋଟେ ବଢିଆ ନମୂନା ଆମେ ଏବେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର- ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କାର୍ଯ୍ୟ କରୁଥିବା ନିରଞ୍ଜନ ସେଠୀ ବୈଷୟିକ ନିର୍ଦ୍ଦେଶକ ଭାବେ ପଦନ୍ନୋତି ପାଇଛନ୍ତି।ବର୍ତ୍ତମାନ ସେ ଏହି ବିଭାଗରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ସମୟରେ ସେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଲୋକ ସଂପର୍କ ଅଧିକାରୀ, ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଉତରାଂଚଳ ଉପ ନିର୍ଦ୍ଦେଶ ଭାବେ କାର୍ଯ୍ୟ କରିଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ନିର୍ବାଚନ ଆୟୋଗଙ୍କ ସୁପାରିଶରେ ଓଡିଶା ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରେ ସେ ମିଡିଆ ମ୍ୟାନେଜମେଣ୍ଟ ଓ ସୋସିଆଲ ମିଡିଆର ନୋଡାଲ ଅଫିସର ଭାବେ ସେ କାର୍ଯ୍ୟ କରିଥିଲେ। ମିଡିଆ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଅନେକ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟକରି ସେ ଗଣମାଧ୍ୟମ ଜଗତରେ ବେଶ ପରିଚିତ ହୋଇ ପାରିଛନ୍ତି । ରାଜ୍ୟ ସରକାରଙ୍କ ୫ଟି ପ୍ରକ୍ରିୟା ତ୍ୱରାନ୍ୱିତ ହେବା…

Read More

ଓଡିଶାକୁ ପୁଣି ମିଳିଲା ଜାତୀୟ କୃଷି କର୍ମଣ ପୁରସ୍କାର, ପ୍ରଧାନମନ୍ତ୍ରଙ୍କ ଠାରୁ ପୁରସ୍କାର ନେଉଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ

Read More

ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର: ଆଜିଥିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସ। ମୁଖ୍ୟ ଆକର୍ଷଣ ଥିଲେ ଦୁଇ ତୁଂଗ ବ୍ୟକ୍ତିତ୍ୱ। ଜଣେ ଓଡ଼ିଆ ଭାଷା ସାହିତ୍ୟର ପ୍ରଖ୍ୟାତ ଔପନ୍ୟାସିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ, ଅନ୍ୟ ଜଣେ ହେଉଛନ୍ତି ଜାତିସଂଘର କାର୍ଯ୍ୟରତ ଗଂଜାମ ମାଟିର ଗର୍ବ ଓ ଗୌରବ ସତ୍ୟସୁନ୍ଦର ତ୍ରିପାଠୀ। ସେ ସଂପ୍ରତି ଜାତିସଂଘର ଉପସଚିବ ଏବଂ ପରିବେଶ ପର୍ଯ୍ୟାବରଣ ପାଇଁ ଜାତିସଂଘରେ ନ୍ୟୁୟର୍କ ଦପ୍ତରରେ କାର୍ଯ୍ୟରତ। ଏଇ ଦୁଇଜଣଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ କବି ସମ୍ରାଟ ଉପେନ୍ଦ୍ରଭଂଜ ଜାତୀୟ ସମ୍ମାନ ଓ ସତ୍ୟସୁନ୍ଦର ତ୍ରିପାଠୀଙ୍କୁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଭାବରେ ଭଂଜବିହାର ସମ୍ବର୍ଦ୍ଧନା। ସମ୍ମାନ ଗ୍ରହଣ ଅବସରରେ ପ୍ରତିଭା ରାୟ ଶବ୍ଦ ପ୍ରତି ସମ୍ମାନ ରହି ସଠିକ୍ ସମୟରେ ଠିକଣା ଶବ୍ଦ ବ୍ୟବହାର କରିବାକୁ ଛାତ୍ର ସମାଜକୁ ପରାମର୍ଶ ଦେଇଥିଲେ। କବି ମନସ୍ମ ଯୁବ ଅବସ୍ଥାରେ ପ୍ରତ୍ୟେକ ନିଜର ଶବ୍ଦ ଚାତୁରୀରେ…

Read More