Author: Samikhsya Bureau

ସମୀକ୍ଷା ବ୍ୟୁରୋ ଅତୀତର ସ୍ମୃତି ପଟ୍ଟରେ ରହିଯିବ ୨୦୧୯। ୨୦୧୯ ଓଡ଼ିଶା ରାଜନୀତିରେ ମଧ୍ୟ ବେଶ୍‌ ପ୍ରଭାବ ପକାଇଛି। କେବଳ ଓଡ଼ିଶାର ରାଜନୀତି କ୍ଷେତ୍ରରେ ନୁହେଁ,  ଅର୍ଥନୀତିକ ଓ ସମାଜକ୍ଷେତ୍ରରେ ମଧ୍ୟ ବେଶ୍‌ ପ୍ରଭାବ ପକାଇଛି ୨୦୧୯। ଆସନ୍ତୁ ନଜର ପକାଇବା ୨୦୧୯ର  ବିଶେଷ ଘଟଣାକ୍ରମ ଉପରେ। ନବୀନଙ୍କ ପଞ୍ଚମ ପାଳି ନବୀନ ପୁଣି ପଞ୍ଚମଥର ପାଇଁ ବାଜିମାତ୍‌ କରିଲେ। ବିରୋଧୀ ବାରମ୍ବାର ଓଡ଼ିଶା ଆଗମନ ସତ୍ତ୍ବେ ଓଡ଼ିଶା ରାଜନୀତିର ସେପରି ବିଶେଷ କିଛି ପ୍ରଭାବ ପକାଇପାରିଲେ ନାହିଁ  ପଞ୍ଚମ ଥର ପାଇଁ ବିଜେଡ଼ି ପୁଣି ଥର ସରକାର ଗଠନ କଲା। ନବୀନ ପଟ୍ଟନାୟକ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ମଇ ୨୯ ରେ ଶପଥ ଗ୍ରହଣ କଲେ। ଫନିର ସଫଳ ମୁକାବିଲା ବିଗତ ବର୍ଷମାନଙ୍କ ରେ ଓଡିଶା ପ୍ରକୃତିକ ଦୁର୍ବିପାକ ର ସଫଳ ମୁକାବିଲା କରିଥିଲା। ଏ ବର୍ଷ ମଧ୍ୟ ଓଡିଶା  ମଇ ୩ ତାରିଖ ରେ ବାତ୍ୟା ଫନି…

Read More

CHITWAN, Dec. 29, 2019 (Xinhua) — A baby elephant returns with its mother after collecting grasses from jungle at an elephant breeding center in Sauraha, a tourism hub in southwest Nepal’s Chitwan district, Dec. 29, 2019. The elephant breeding center at Chitwan National Park was set up to protect the endangered elephants in the region. (Photo by Sunil Sharma/Xinhua/IANS)

Read More

ନୂଆଦିଲ୍ଲୀ,30/12 : ଜମ୍ମୁ କାଶ୍ମୀର ଏବଂ ଦିଲ୍ଲୀର 13ଟି ସ୍ଥାନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଚଢାଉ କରାଯାଇଛି । ଅବୈଧ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ରଖିବା ମାମଲାରେ ଏହି ଚଢାଉ କରାଯାଇଛି । ଶ୍ରୀନଗର, ଜମ୍ମୁ, କାଶ୍ମୀର, ଗୁରୁଗାଓଁ ଏବଂ ନୋଇଡାରେ ଏହି ଚଢାଉ ଏକ କାଳୀନ କରାଯାଇଛି । ସୋମବାର ବିଭିନ୍ନ ସ୍ଥାନରେ କରାଯାଇଥିବା ଚଢାଉରେ ସ୍ଥାନୀୟ ଜିଲ୍ଲାପାଳଙ୍କ ଘରକୁ ମଧ୍ୟ ସାମିଲ କରାଯାଇଥିଲା । ଜମ୍ମୁ ଏବଂ କାଶ୍ମୀରରେ 2 ଲକ୍ଷ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଥିବାରୁ ଏହି ମାମଲା ରୁଜୁ କରାଯାଇଥିଲା । ଅଭିଯୋଗ ସମୟରେ ଦାୟିତ୍ବରେ ରହିଥିବା ସମସ୍ତ ଅଧିକାରୀଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । କୁପଓ୍ବାରା, ବାରମୁଲ୍ଲା, କ୍ଷୀତଓ୍ବାର, ରଜୌରୀ ଏବଂ ଡୋଡାର ଜିଲ୍ଳାପାଳଙ୍କ ଘର ଉପରେ ଚଢାଉ ମଧ୍ୟ କରାଯାଇଛି । ସିବିଆଇର 13ଟି ଟିମ୍‌ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ନେଇ ସିବିଆଇ ମୁଖପାତ୍ର ନୀତିନ…

Read More

ଉତ୍ତରପ୍ରଦେଶ, 30/12: ୧୪୪ ଧାରା ଉଲ୍ଲଂଘନ କରିଥିବା ଅଭିଯୋଗରେ ୫୫ ଶିଖ୍‌ ଶ୍ରଦ୍ଧାଳୁଙ୍କ ବିରୋଧରେ ମାମଲା ଦାଏର ହୋଇଛି। ଉତ୍ତରପ୍ରଦେଶର ପିଲିଭିତ୍‌ ଜିଲ୍ଲାର କିରତପୁର ଗୁରୁଦ୍ବାରଠାରୁ ରବିବାର ଦିନ ଶହୀଦ୍‌ ଦିବସ (ଗୁରୁ ଗୋବିନ୍ଦ ସିଂହଙ୍କ ପୁତ୍ରଙ୍କ ସ୍ମୃତି ) ଉଦ୍ଦେଶ୍ୟରେ ଏକ ଧାର୍ମିକ ଶାୋଭଯାତ୍ରା ଆରମ୍ଭ କରାଯାଇଥିଲା। ଏହି ଶୋଭାଯାତ୍ରାରେ ପାଖାପାଖି ୫୫ ଜଣ ଶିଖ୍‌ ଶ୍ରଦ୍ଧାଳୁ ରହିଥିଲେ। ସେଠାରେ ସିଏଏ ହିଂସା ଲାଗି ସୁରକ୍ଷା ଦୃଷ୍ଟିରୁ ୧୪୪ ଧାରା ଜାରି ହୋଇଥିଲା। ଗୁରୁଦ୍ୱାରା କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅବମାନନା କରି ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ରଙ୍କ ସ୍ମୃତିରେ ଶହୀଦ୍‌ ଦିବସ ପାଳନ ଅବସରରେ ଏହି ଶୋଭାଯାତ୍ରା ବାହାର କରାଯାଇଥିଲା। ଏନେଇ କୌଣସି ଅନୁମତି ମଧ୍ୟ ନିଆଯାଇ ନ ଥିବା ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି। ଗିରଫ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ୫ ଜଣ ଅଭିଯୁକ୍ତ ଥିବାବେଳେ ୫୦ ଜଣଙ୍କୁ ଚିହ୍ନଟ  କରାଯାଇନଥିବାର ଜଣାଯାଇଛି। ଶ୍ରଦ୍ଧାଳୁଙ୍କ ବିରୋଧରେ ଧାରା…

Read More

କାବୁଲ,30/12 : ତେହରିକ୍‌ ଏ ତାଲିବାନ୍‌ର (ଟିଟିପି) ପାକିସ୍ତାନ ମୁଖ୍ୟଙ୍କୁ ଆଫଗାନିସ୍ତାନରେ ଗୁଳି କରି ହତ୍ୟା କରାଯାଇଛି । ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ଟିଟିପି କମାଣ୍ଡର କାରୀ ସଫିଉଲ୍ଲା ମେହସୁଦ୍‌ ନିହତ ହୋଇଛନ୍ତି । ଖୋସ୍ତ ପ୍ରଦେଶର ଗୁଲୁନ୍‌ ସେନା କ୍ୟାମ୍ପ ବାହାରେ ଏହି ଘଟଣା ସଙ୍ଗଠିତ ହୋଇଥିଲା । ହକ୍କାନୀ ନେଟଓ୍ବର୍କ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଜଣାପଡିଛି । 2007ରେ ଟିଟିପି ପ୍ରତିଷ୍ଠିତ ହୋଇଥିବା ବେଳେ ବର୍ତ୍ତମାନ ଏହା 4 ଭାଗରେ ବିଭକ୍ତ ହୋଇ ଯାଇଛି । ମେହସୁଦ୍‌ ଏହି 4 ସଙ୍ଗଠନକୁ ଏକତ୍ର କରିବାର ଚେଷ୍ଟା ଚଳାଇଥିବା ବେଳେ ଏହା ଟିଟିପି ପାଇଁ ବଡ ଧକ୍କା ଏବଂ ଆଫଗାନୀ ସେନା ପାଇଁ ବଡ ସଫଳତା ଭାବରେ ବିବେଚନା କରାଯାଉଛି । (ଏଜେନ୍ସୀ)

Read More

ମୁମ୍ବାଇ,30/12 : ମହାରାଷ୍ଟ୍ର କ୍ୟାବିନେଟ୍‌ର ପ୍ରଥମ ସମ୍ପ୍ରସାରଣ ଆଜି ଅନୁଷ୍ଠିତ ହେବାକୁ ଯାଉଛି । ଏନ୍‌ସିପି ନେତା ଅଜିତ୍‌ ପଓ୍ବାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଥିବା ବେଳେ ଆଦିତ୍ୟ ଠାକ୍‌ରେଙ୍କୁ ପକ୍ରଥମ ଥର ପାଇଁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି । ମହାରାଷ୍ଟ୍ର ବିଧାନସଭାରେ ସୋମବାର ଦିନ 1.00ଟାରେ ପ୍ରଥମ ସମ୍ପ୍ରସାରଣ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ, 14 ଜଣ ଏନ୍‌ସିପି ଏବଂ 12 ଜଣ କଂଗ୍ରେସ ନେତା ଶପଥ ଗ୍ରହଣ କରିବାର ଥିବା ବେଳେ ଉଭୟ ଦଳରୁ 10 ଜଣ ନେତାଙ୍କୁ କ୍ୟାବିନେଟ୍‌ ପାହ୍ୟା ପ୍ରଦାନ କରାଯିବ । ଏନ୍‌ସିପିର ଅଜିତ୍‌ ପଓ୍ବାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ, 30/12: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକତା ସଂଶୋଧନ କାନୁନ୍‌ (ସିଏଏ)ର ସମର୍ଥନ ପାଇଁ ଅନଲାଇନ୍‌ ପ୍ରଚାର ଆରମ୍ଭ କରିଛନ୍ତି । ହ୍ୟାଜଟ୍ୟାଗ୍‌ ଇଣ୍ଡିଆ ସପୋର୍ଟସ୍‌ ସିଏଏ ହ୍ୟାଜ୍‌ଟ୍ୟାଟ୍‌ ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଟୁଇଟ୍‌ କରି କ୍ୟାମ୍ପନେର ଆରମ୍ଭ କରି ଲେଖିଛନ୍ତି ଯେ, ‘ଭାରତ ସିଏଏର ସମର୍ଥନ କରୁଛି, କାରଣ ସିଏଏ ନିର୍ଯାତିତ ଶରଣାର୍ଥୀଙ୍କୁ ନାଗରିକତା ଦେବା  ଉଦ୍ଦେଶ୍ୟରେ, ଏହା କାହାର ନାଗରିକତା ଛଡାଇବା ଉଦ୍ଦେଶ୍ୟରେ ନୁହେଁ । ନମୋ ଆପ୍‌ରେ ସିଏଏ ସମ୍ପର୍କିତ କିଛି ପ୍ରମାଣପତ୍ର, ଭିଡିଓ ଓ ସୂଚୀ ରହିଛି । ଆପଣମାନେ ଏହି ସମର୍ଥନରେ ଅଭିଯାନ ଚଲାନ୍ତୁ ବୋଲି ମୋଦି କହିଛନ୍ତି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ପୁରୀ,30/12 : ସୋମବାର ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ ବାତିଲ ହୋଇଯାଇଛି । ପୁରୀରୁ ହାଓଡା ଯିବାକୁ ଥିବା ଟ୍ରେନ୍‌ଟି ବାତିଲ ହେବା କାରଣରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାର ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ । ଶତାବ୍ଦୀ ଏକ୍ସପ୍ରେସ୍‌ରେ ଟିକେଟ କରିଥିବା ଯାତ୍ରୀଙ୍କ ସୁବିଧା ପାଇଁ ଏହି ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ । ଦିନ 12.30ରୁ ପୁରୀରୁ ଛାଡି ରାତି 9.45ରେ ହାଓଡାରେ ପହଞ୍ଚିବ ଏହି ସ୍ବତନ୍ତ୍ର ଟ୍ରେନ୍‌ । ଏହି ଟ୍ରେନ୍‌ରେ 20ଟି ବଗି ରହିଛି ।

Read More

ନୂଆଦିଲ୍ଲୀ,30/12 : ଭାରତୀୟ ନୌସେନା ପକ୍ଷରୁ ଫେସ୍‌ବୁକ୍‌ ଏବଂ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଭାରତୀୟ ନୌସେନାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍‌ ହେଉଥିବାରୁ ସୋମବାର ନୌସେନା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଅଧିକାରୀଙ୍କ ମେସେଜିଂ ଆପ୍‌ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏହା ସହିତ ସମସ୍ତ ନୌସେନା ବେସ୍‌ରେ ସ୍ମାର୍ଟଫୋନ୍‌ ଏପରିକି ଇ କମର୍ସ ସାଇଟ୍‌ ଉପରେ ମଧ୍ୟ ରୋକ୍‌ ଲଗାଯାଇଛି । ସୋସିଆଲ ମିଡିଆରେ ନୌସେନା ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍‌ ତଥା ନିକଟରେ ଆନ୍ଧ୍ରପ୍ରଦେଶରୁ 7 ନୌସେନା ଅଧିକାରୀ ଗିରଫ ହେବା ପରେ ନୌସେନା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । (ଏଜେନ୍ସୀ)

Read More

କେଦାର ମିଶ୍ର ଅମିତ ଶାହ ଗୃହମନ୍ତ୍ରୀ ହେବା ପରେ ଦିଲ୍ଲୀ ରାଜନୀତି ସହ ପରିଚିତ ଜଣେ ବିଶିଷ୍ଟ ସାମ୍ବାଦିକ ଲେଖିଥିଲେ-ଆଉ ସେ ଆଗପରି, ନିଜ ସାହେବଙ୍କ ଆଜ୍ଞାଧୀନ ସେନାପତି ନୁହନ୍ତି, ସେ ନିଜେ ସାହେବ ।  ୨୦୧୪ ରୁ ୨୦୧୯ ପର୍ୟନ୍ତ ଅମିତ ଶାହା ଥିଲେ ବିଜେପି ଭିତରେ ନରେନ୍ଦ୍ର ମୋଦୀଙ୍କର ସବୁଠୁ ବିଶ୍ଵସ୍ତ ସେନାପତି। ଅନେକ ଜଣାଶୁଣା ସାମ୍ବାଦିକଙ୍କ ଭାଷାରେ ଶାହା ନିଜକୁ “ସାହେବଙ୍କର ସବୁଠୁ ବିଶ୍ଵସ୍ତ” ବୋଲି ପ୍ରମାଣିତ କରି ଆସିଛନ୍ତି। ବିଜେପି ସଭାପତି ଦାୟିତ୍ଵ ନେବାପରେ ଶାହାଙ୍କ ପ୍ରଭାବ ଓ ପତିଆରା ଅନେକ ସମୟରେ ନରେନ୍ଦ୍ର ମୋଦୀଙ୍କ ଠୁଁ ମଧ୍ୟ ଅଧିକ ହେବା ଆରମ୍ଭ କଲା। ୨୦୧୪ ରୁ ୨୦୧୯ ପ୍ରଥମ ପାଳିର ସରକାରରେ ଯଦିଓ ଶାସନକଳର ରିମୋଟ ଶାହାଙ୍କ ହାତରେ ଥିଲା, ପ୍ରତ୍ୟକ୍ଷ ଭାବରେ ଏହାର ନିୟନ୍ତ୍ରଣ ଅନ୍ୟମାନେ କରୁଥିଲେ। ବିଜେପିର ପୁରୁଣା ନେତୃତ୍ଵ ଭିତରୁ ସୁଷମା ସ୍ଵରାଜ, ଅରୁଣ ଜେଟଲି, ନିତିନ ଗଡକରି ଓ ରାଜନାଥ…

Read More

ନୂଆଦିଲ୍ଲୀ,29/12 : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ୍‌ ଆକ୍ରମଣକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା । ପ୍ରିୟଙ୍କା ଗାନ୍ଧୀ-ନେହେରୁ ପରିବାରର ସଦସ୍ୟ ହୋଇଥିବା ବେଳେ ଯଦି ତାଙ୍କ ସହିତ ଏପରି ହୋଇ ପାରୁଛି ତେବେ ସାଧାରଣ ଜନତାଙ୍କ ଅବସ୍ଥା କଣ ହେଉଥିବ ତାହା ସ୍ପଷ୍ଟ ଅନୁମେୟ ବୋଲି ଶତ୍ରୁଘ୍ନ କହିଛନ୍ତି । ପୋଲିସର ଗୁଣ୍ଡାରାଜକୁ ଶତ୍ରୁଘ୍ନ ନାପସନ୍ଦ କରିବା ସହିତ ସମାଲୋଚନା କରିଥିଲେ । ସିଏଏ ଆନ୍ଦୋଳନ ସମୟରେ ଜେଲରେ ଅଟକ ଥିବା ଉତ୍ତର ପ୍ରଦେଶର ଜଣେ ଆଇପିଏସ୍‌ ଅଫିସରଙ୍କୁ ଭେଟିବାକୁ ଯାଇଥିବା ବେଳେ ପୋଲିସ୍‌ ପକ୍ଷରୁ ତାଙ୍କୁ ରୋକା ଯାଇଥିଲା । ଏହି ଘଟଣା ପରେ ପୋଲିସ୍‌ ପକ୍ଷରୁ ତାଙ୍କ ତଣ୍ଟି ଚିପିବାର ଉଦ୍ୟମ କରାଯାଇଥିଲା ବୋଲି ପ୍ରିୟଙ୍କା ଅଭିଯୋଗ କରିଥିଲେ । (ଏଜେନ୍ସୀ)

Read More

ନୂଆଦିଲ୍ଲୀ,29/12 : ତଳିପେଟରେ ଯନ୍ତ୍ରଣା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ମୁଲାୟମ ସିଂ ଯାଦବ । ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମଙ୍କୁ ରବିବାର ଦିନ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ବାସ୍ଥ୍ୟାବସ୍ଥା ପରୀକ୍ଷଣ ପରେ ମୁଲାୟମଙ୍କୁ ଆସନ୍ତା କାଲି ସୁଦ୍ଧା ଡିସଚାର୍ଜ କରାଯାଇପାରେ ବୋଲି ଜଣାପଡିଛି । ଏହା ସହିତ ଅଧିକ ଚିକିତ୍ସା ପାଇଁ ମୁଲାୟମଙ୍କୁ ମୁମ୍ବାଇ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି । (ଏଜେନ୍ସୀ)

Read More

ଥିରୁଅନନ୍ତପୁରମ୍‌,29/12 : ଜାମିଆ ମାଲିଆ ଛାତ୍ରୀ ଆୟେଶା ରାନ୍ନାଙ୍କ କ୍ଷମା ପ୍ରାର୍ଥନା କରିଛନ୍ତି ସିପିଆଇ ଏମ୍‌ ନେତୃବୃନ୍ଦ । ଆୟେଶାଙ୍କ କ୍ଷମା ପ୍ରାର୍ଥନା ଦାବି କରିବା ସହିତ ମଲ୍ଲାପୁରମରେ ସିପିଆଇଏମ ପକ୍ଷରୁ ଏକ ପ୍ରତିବାଦ ଶୋଭା ଅନୁଷ୍ଠିତ ହୋଇଯାଇଛି । ସିଏଏ ଆନ୍ଦୋଳନରେ ଅଟକ ଛାତ୍ରଛାତ୍ରୀଙ୍କୁ ମୁକ୍ତ କରିବା ପାଇଁ ଦାବିରେ ଆୟେଶା କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ନାମ ନେଇଥିଲେ । ମଲ୍ଲାପୁରମରେ ଏକ ଶୋଭାଯାତ୍ରାକୁ ସମ୍ବୋଧିତ କରୁଥିବା ବେଳେ ଆୟେଶା ଏହି ମନ୍ତବ୍ୟ ଦେଇଥିଲେ । ଆୟେଶା କହିଥିଲେ ବିଗତ ଦୁଇ ସପ୍ତାହ ମଧ୍ୟରେ ଶତାଧିକ ଜାମିଆ ମାଲିଆ ଛାତ୍ରଛାତ୍ରୀଙ୍କୁ ଅଟକ ରଖାଯାଇଛି ଏବଂ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ସେମାନଙ୍କୁ ମୁକ୍ତ କରିବା ଉଚିତ୍‌ । ଏହି ମତ ପରେ କେରଳ ସିପିଆଇ ଏମ୍‌ ପକ୍ଷରୁ ଆୟେଶାଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରାଯାଇଛି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ,29/12 : ଅସୁସ୍ଥତା କାରଣରୁ ଜାତୀୟ ଚଳଚିତ୍ର ପୁରସ୍କାରରେ ଅନୁପସ୍ଥିତ ରହିଥିବା ଅମିତାଭ ବଚ୍ଚନଙ୍କୁ ଆଜି ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯାଇଛି । ରବିବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାମନାଥ କୋବିନ୍ଦ ଅମିତାଭଙ୍କୁ ସମ୍ମାନିତ କରିଛନ୍ତି । ଜୀବନବ୍ୟାପୀ ସାଧନା ପାଇଁ ଅମିତାଭଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । 190ରୁ ଅଧିକ ହିନ୍ଦି ଫିଲ୍ମରେ ଅଭିନୟ କରିଥିବା ଅମିତାଭ ବଚ୍ଚନ ପୂର୍ବରୁ 4 ଥର ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ହାସଲ କରିଛନ୍ତି । (ଏଜେନ୍ସୀ)

Read More